spot_img
Home Blog Page 2284

ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ମାଓ କାର୍ଯ୍ୟକଳାପ ରୋକିବାକୁ BSF ର ବ୍ଲୁ ପ୍ରିଣ୍ଟ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ମାଓ କାର୍ଯ୍ୟକଳାପ ରୋକିବାକୁ BSF ର ବ୍ଲୁ ପ୍ରିଣ୍ଟ । ମାଓ ଓ ନକ୍ସଲ ଦମନରେ ଆଗରେ ରହିଛି BSF । ଆଗାମୀ ଦିନରେ ଓଡ଼ିଶାକୁ ମାଓ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରହିବ ବୋଲି କହିଛନ୍ତି DIG । ୧୪ ବର୍ଷରେ ରେକର୍ଡ ସଂଖ୍ୟକ ନକ୍ସଲ ଦମନ କରିଛି BSF । ବନ୍ଧୁକ, ଗୁଳି, ବିସ୍ଫୋରକ ସହ ନଗଦ କୋଟିଏ ଟଙ୍କା ଜବତ । ଓଡ଼ିଶାକୁ ମାଓ ମୁକ୍ତ କରିବା ପାଇଁ BSF ର ଦମ୍ଭକ୍ତି । ନିର୍ବାଚନକୁ ଦୃଷ୍ଟିରେ ରଖି ମାଓ ଅଞ୍ଚଳରେ କଡା ସୁରକ୍ଷା । ଆଗାମୀ ସାଧାରଣ ନିର୍ବାଚନରେ ରାଜ୍ୟରେ ମୁତୟନ ହେବେ କେନ୍ଦ୍ରୀୟ ଫୋର୍ସ । ସମ୍ବେଦନଶୀଳ ବୁଥ ଓ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ଦାୟିତ୍ବରେ ରହିବ BSF । ୨୦୨୪ ନିର୍ବାଚନରେ ସୁରକ୍ଷିତ ଭୋଟିଂ ହେବ ବୋଲି କହିଛି BSF । ଓଡ଼ିଶାର ମାଲକାନଗିରି ଓ କୋରାପୁଟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଛତିଶଗଡ଼ ଓ ଆନ୍ଧ୍ର ସୀମା ପର୍ଯ୍ୟନ୍ତ COB ସ୍ଥାପନ ହୋଇଛି ।

ସ୍ବାଭିମାନ ଅଞ୍ଚଳରେ ସ୍ପେଶାଲ ଫୋର୍ସ ମୁତୟନ ହେବେ । KKBN ମାଓ ସଂଗଠନ ଉପରେ ନଜର ରଖାଯାଇଛି । କୌଣସି ପ୍ରକାର ଅପରାଧିକ କାର୍ଯ୍ୟକଳାପକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି BSF ଡ଼ିଆଇଜି । ମାଓ ବିରୋଧୀ ଅଭିଯାନରେ ବର୍ଡର ସିକ୍ୟୁରିଟି ଫୋର୍ସକୁ ମିଳିଛି ବଡ଼ ସଫଳତା । ୨୦୧୦ ରୁ ଆରମ୍ଭ ହୋଇଥିବା ନକ୍ସଲ ଦମନ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ୬୫ ଜଣ ଦୁର୍ଦ୍ଦାନ୍ତ ନକ୍ସଲଙ୍କ ଏନକାଉଣ୍ଟର ହୋଇଛି । ୭୯୩ ଜଣ ନକ୍ସଲଙ୍କୁ କାବୁ କରାଯାଇଛି । ସେହିଭଳି ୬୩୨ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ୮୮୨ ଟି ବନ୍ଧୁକ, ୮୧୦ ରାଉଣ୍ଡ ଗୁଳି, ୨୮୭୫ କେଜି ବିସ୍ଫୋରକ, ୪ ହଜାର ୪୯୯ ଗ୍ରେନେଡ଼, ୭ ହଜାର ୨୯୯ ଡିଟୋନେଟର ସହ ୧ କୋଟି ୧୦ ଲକ୍ଷ ଟଙ୍କା ଜବତ କରାଯାଇଛି । ଓଡିଶା ପୋଲିସ ସହାୟତାରେ ଚାଲିଥିବା ଏହି ଅଭିଯାନ ଯୋଗୁଁ ଆଗାମୀ ୨ ବର୍ଷରେ ଓଡିଶା ସମ୍ପୂର୍ଣ୍ଣ ନକ୍ସଲ ମୁକ୍ତ ହେବ ବୋଲି କହିଛନ୍ତି ବିଏସଏଫ ଡ଼ିଆଇଜି । ସରକାରଙ୍କ ବିକାଶ ଓ ଜନକଲ୍ୟାଣକାରୀ ଯୋଜନା ଅଧୀନରେ ମାଓବାଦୀ ଓ ନକ୍ସଲ ମୁଖ୍ୟସ୍ରୋତକୁ ଫେରୁଥିବା କହିଛି BSF ।

 

ସରିଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା

ଭୁବନେଶ୍ବର: ସରିଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ଶେଷ ଦିନରେ ସାମାଜିକ ବିଜ୍ଞାନ ପରୀକ୍ଷା ଶାନ୍ତି ଶୃଙ୍ଖଳାର ଶେଷ ହୋଇଛି । ନିର୍ଦ୍ଧାରିତ ସମୟରେ ପରୀକ୍ଷା ଆରମ୍ଭ ହୋଇ ଶେଷ ହୋଇଥିଲା ।  ପରୀକ୍ଷା ସରିବା ପରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆନନ୍ଦ ଓ ଖୁସି ଦେଖିବାକୁ ମିଳିଛି । ତେବେ ଚଳିତବର୍ଷ ବୋର୍ଡ ପରୀକ୍ଷା ସମୟରେ ଆକ୍ସନ ମୋଡକୁ ଆସିଥିଲେ ବୋର୍ଡ କର୍ତ୍ତୃପକ୍ଷ । ପରୀକ୍ଷାରେ ବିଶୃଙ୍ଖଳା କିମ୍ବା ଅନିୟମିତତାକୁ ଅତି ଗୁରୁତର ଭାବରେ ନେଇଥିଲା ବୋର୍ଡ ।କପି ରୋକିବା ହେଉ କିମ୍ବା ପ୍ରଶ୍ନପତ୍ର ଭାଇରାଲ ହେଉ, ନୂଆ ଟେକ୍ନୋଲୋଜି ବ୍ୟବହାର କରି ପରୀକ୍ଷା ପ୍ରକ୍ରିୟାକୁ ପରିଚାଳନା କରିଥିଲା ବୋର୍ଡ । ଏଥିପାଇଁ AI ବା ଆର୍ଟିଫିସିଆର ଇଣ୍ଟେଲଜେନ୍ସ ର ସହାୟତା ନିଆଯାଇଥିଲା । ତେବେ ଆଜି ରାଜ୍ୟର ସମସ୍ତ ମାଟ୍ରିକ ପରୀକ୍ଷା ସେଣ୍ଟରରେ ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ହୋଇଛି ବୋଲି ସୂଚନା ଦେଇଛି ବୋର୍ଡ । ଗତ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିଲା ମାଟ୍ରିକ ପରୀକ୍ଷା । ରାଜ୍ୟରେ ୨ ହଜାର ୯୯୧ ଟି ସେଣ୍ଟରରେ ସାଢେ ୫ ଲକ୍ଷରୁ ଉର୍ଦ୍ଧ୍ବ  ପରୀକ୍ଷାର୍ଥୀ ମାଟ୍ରିକ ପରୀକ୍ଷା ଦେଇଥିଲେ । ଆସନ୍ତା ୧୫ରୁ ଖାତା ଦେଖା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ମାଟ୍ରିକ ବୋର୍ଡ କର୍ତ୍ତୃପକ୍ଷ ।

 

୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଅମିନ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଫସିଲେ ଅମିନ । ସଇଁତଳା ଆଗଲପୁର ତହସିଲ କାର୍ଯ୍ଯାଳୟ ଅମିନ ସଦାନନ୍ଦ ସାହୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜମିପଟ୍ଟା ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ। ଆଗଲପୁର ବ୍ଳକ ଡୁଡୁକା ଗାଁର ଅରବିନ୍ଦ ପଟେଲଙ୍କ ଜମିପଟ୍ଟା କରାଇଦେବା ପାଇଁ ଲାଞ୍ଚ ନେଉଥିଲେ। ପୂର୍ବରୁ କିଛି ଟଙ୍କା ନେଇଥିବାବେଳେ ଆହୁରି ୧୦ ହଜାର ଟଙ୍କା ଦାବିକରିଥିଲେ।। ତହସିଲ କାର୍ଯ୍ଯାଳୟକୁ ବାରମ୍ବାର ଦୌଡ଼ି ନୟାନ୍ତ ହେବାପରେ ଅରବିନ୍ଦ ବଲାଙ୍ଗୀର ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ସୋମବାର ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ  ସଦାନନ୍ଦ ସାହୁଙ୍କୁ ଗିରଫ କରିଛି। ୫ ହଜାର ଟଙ୍କା ଜବତ କରିବା ସହ ସଦାନନ୍ଦଙ୍କ ଅଫିସ କାର୍ଯ୍ୟାଳୟ, ସରକାରୀ ବାସଭବନ ଓ କଳାହାଣ୍ଡି ଜିଲ୍ଲା ନର୍ଲା ବାସଭବନରେ ଭିଜିଲାନ୍ସ ରେଡ କରିଛି। ଏନେଇ ବଲାଙ୍ଗୀର ଭିଜିଲାନ୍ସ ଡିଏସପି ପଲ୍ଲୀସ୍ତି ଛତ୍ରୀୟା ସୂଚନା ଦେଇଛନ୍ତି ।

 

ଭିତ୍ତିଭୂମି ସୁଦୃଢ଼ ପାଇଁ ବହୁତ କାମ କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ବର: ଓଡ଼ିଶାରେ ବିଶ୍ବସ୍ତରୀୟ ଭିତ୍ତିଭୂମି ପ୍ରତିଷ୍ଠା କରୁଛନ୍ତି ରାଜ୍ଯ ସରକାର । ନୂତନ ଓଡ଼ିଶା ନବୀନ ଓଡ଼ିଶା ପାଇଁ ସବୁ କ୍ଷେତ୍ରରେ ବଳିଷ୍ଠ ଓ ସୁଦୃଢ ଭିତ୍ତିଭୂମି ସୃଷ୍ଟି କରାଯାଉଛି । ରାଜ୍ଯର ଭିତ୍ତିଭୂମିରେ ଆସିଥିବା ରୂପାନ୍ତରଣ ସମ୍ପର୍କରେ ପ୍ରେସମିଟରେ ତଥ୍ଯ ଉପସ୍ଥାପନ କରିଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ଡ. ସଂତୃପ୍ତ ମିଶ୍ର । ରାଜ୍ଯରେ ଯୋଗାଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଆସିଛି । ଉତ୍ତରରୁ ଦକ୍ଷିଣ ଓଡ଼ିଶାକୁ ସଂଯୋଗ କରୁଥିବା ୬୩୫ କିଲୋମିଟରର ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ହୋଇସାରିଛି । ବିଗତ ୪ରୁ ୫ବର୍ଷ ଭିତରେ  ୨୦୪ଟି ବ୍ରିଜ, ୧୩ଟି ରୋଡ୍ ଓଭର ବ୍ରିଜ, ୧୨ଟି ଚେକ୍ ଡ୍ଯାମ ଏବଂ ୮ ହଜାର ୨୦୭ କିଲୋମିଟର ରାସ୍ତାର ଉନ୍ନତିକରଣ ହୋଇଛି । ଚଳିତ ଆର୍ଥିକ ବର୍ଷରେ ୪୨ଟି ବ୍ରିଜ, ୪ଟି ରୋଡ୍ ଓଭରବ୍ରିଜ, ୧ ହଜାର ୫୯୦ କିଲୋମିଟର ରାସ୍ତାର ଉନ୍ନତିକରଣ କରାଯାଇପାରିଛି । ମାଓ ପ୍ରଭାବିତ ଅଞ୍ଚଳରେ ୬୦୨ କିଲୋମିଟର ରାସ୍ତା ନିର୍ମାଣ କରିଛନ୍ତି ରାଜ୍ଯ ସରକାର ।

ବିଜୁ ସେତୁ ଯୋଜନାରେ ଗତ ୧୦ ବର୍ଷରେ ୧ ହଜାର ୪୧୫ଟି ବ୍ରିଜ ନିର୍ମାଣ ହୋଇଛି । ଲକ୍ଷ୍ମୀ ଯୋଜନାରେ ପଞ୍ଚାୟତରୁ ସହରକୁ ଯୋଡ଼ାଯାଇପାରିଛି । କଟକରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ବସ ଟର୍ମିନାଲ ଓ ଭୁବେଶ୍ବରରେ ବାବା ସାହେବ ଭିମରାଓ ଆମ୍ବେଦକର ବସଷ୍ଟାଣ୍ଡ ନିର୍ମାଣ ହୋଇଛି । ମେଟ୍ରୋ ଟ୍ରେନ ପାଇଁ ଭିତ୍ତିସ୍ଥାପନ ହୋଇଥିବାବେଳେ ପରବର୍ତ୍ତୀ ପ୍ରକ୍ରିଯା ଜାରି ରହିଛି ।  ରାଜ୍ଯକୁ ଆସୁଥିବା ନିବେଶକୁ ଲକ୍ଷ୍ଯରେ ରଖି  ବିମାନବନ୍ଦରର ଆବଶ୍ଯକତା ପୂରଣ କରାଯାଉଛି । ଭୁବନେଶ୍ବର ବିମାନବନ୍ଦରରୁ ବିଦେଶକୁ ଡାଇରେକ୍ଟ ଫ୍ଲାଇଟ ଉଡ଼ୁଛି । ପୁରୀ ବିମାନବନ୍ଦର ନିର୍ମାଣ ପାଇଁ ଟେଣ୍ଡର ଡକାଯାଇଛି  । ମାଲକାନଗିରିକୁ ଭୁବନେଶ୍ବରରୁ ବିମାନସେବା ଆରମ୍ଭ ହୋଇଥିବାବେଳେ ଉତକେଲା ଓ ରଙ୍ଗେଇଲୁଣ୍ଡା ମଧ୍ଯ ନୂଆ ଆଶା ସୃଷ୍ଟି କରିଛି । ମୁଖ୍ଯମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତାର ଉନ୍ନତିକରଣ କରାଯାଇଛି ।

୫ଟି ମହାନଗର ନିଗମ ସହ ୧୦୯ ସହରରେ ଡ୍ରିଙ୍କ ଫ୍ରମ ଟ୍ଯାପରେ ପାଣି ପହଞ୍ଚୁଛି । ଗ୍ରାମାଞ୍ଚଳରେ ମଧ୍ଯ ପାନୀୟ ଜଳ ଯୋଗାଣ ପାଇ ବ୍ଯାପକ ବ୍ଯବସ୍ଥା କରାଯାଇଛି । ଜଳସେଚନ କ୍ଷେତ୍ରରେ ଏକାଧିକ ଐତିହାସିକ ପ୍ରକଳ୍ପ ନିର୍ମାଣ କରିଛନ୍ତି ରାଜ୍ଯ ସରକାର । ଶ୍ରୀମନ୍ଦିର ପରିକ୍ରମା, ସମଲେଇ ପ୍ରକଳ୍ପ, ଏକାମ୍ର ପ୍ରକଳ୍ପ ଧାର୍ମିକ କ୍ଷେତ୍ରକୁ ସମୃଦ୍ଧ କରୁଛି । କାକଟପୁର- ଚନ୍ଦ୍ରଭାଗାକୁ ୬ ଲେନ୍ ରାସ୍ତା ନିର୍ମାଣ ହେଉଛି । ଡିଜିଟାଲ ଭିତ୍ତିଭୂମିରେ ମଧ୍ଯ ଓଡ଼ିଶା ଢେର ଆଗକୁ ଯାଇଛି । ୬ଟି ଉପକୂଳ ଜିଲ୍ଲାରେ ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ସୂଚନା ପାଇଁ ଭିତ୍ତିଭୂମି ସୁଦୃଢ କରାଯାଇଛି । ଗୋପାଳପୁର ଓ ପାରାଦୀପରେ ଡପଲର ୱେଦର ରାଡାର ଲାଗିଛି । ୨୫ ଜିଲ୍ଲାରେ ୮୩୭ ବହୁମୁଖୀ ବାତ୍ଯା ଆଶ୍ରୟସ୍ଥଳୀ ନିର୍ମାଣ ହୋଇଥିବାବେଳେ ୨୯ଟି ନିର୍ମାଣ ହେଉଛି । ୭ ହଜାରରୁ ଅଧିକ ବର୍ଷା ଜଳ ପରିମାପକ ଯନ୍ତ୍ରର ବ୍ଯବସ୍ଥା କରାଯାଇଛି । କଳିଙ୍ଗ ଷ୍ଟାଡିୟମରେ ଦକ୍ଷିଣ ଏସିଆର ସର୍ବଶ୍ରେଷ୍ଠ ଇନଡୋର ଆଥଲେଟିକ ଷ୍ଟାଡିୟମ ସହ ସ୍ପୋର୍ଟ୍ସ ସାଇନ୍ସ ସେଣ୍ଟର ପ୍ରତିଷ୍ଠା ହୋଇଛି । କ୍ରୀଡ଼ା, ଶିକ୍ଷା ଓ ସ୍ବାସ୍ଥ୍ଯ କ୍ଷେତ୍ରରେ ଅନେକ ଭିତ୍ତିଭୂମି ପ୍ରସ୍ତୁତ କରାଯାଇ। ୮୩ଟି ଓଲଡେଜ୍ ହୋମ୍  ନିର୍ମାଣ କରିଛନ୍ତି ରାଜ୍ଯ ସରକାର । ଫାଇଭ-ଟି ଉପକ୍ରମରେ ନୂତନ ଓଡ଼ିଶା ନବୀନ ଓଡ଼ିଶା ପାଇଁ ନୂଆ ଯୋଜନା ଅଣାଯାଉଛି ।

ଜାଣନ୍ତୁ ’ରେଇ’ ସିଣ୍ଡ୍ରୋମ ରୋଗ କ’ଣ? ଯେଉଁଥିରେ ଚାଲିଗଲା ସୁବୋଜିତଙ୍କ ଜୀବନ  

ଭୁବନେଶ୍ବର: ଅଙ୍ଗଦାନ କରିଥିବା ଶିଶୁଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଅନ୍ତିମ ବିଦାୟ। ଭୁବନେଶ୍ଵର କଳ୍ପନା ଅଞ୍ଚଳର ଡାକ୍ତର ବିଶ୍ୱଜିତ ସାହୁଙ୍କ ପୁଅ ସୁବୋଜିତଙ୍କ ଶେଷକୃତ୍ୟ କରାଯାଇଛି । ସୁବୋଜିତଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଛି ଗାର୍ଡ ଅଫ୍ ଅନର । ସତ୍ୟନଗର ଶ୍ମଶାନରେ ପୁଲିସ କମିଶନର ସଞ୍ଜୀବ ପଣ୍ଡା , ଭୁବନେଶ୍ୱର DCP ପ୍ରତୀକ ସିଂହ ଓ ଉପ ଜିଲ୍ଲାପାଳଙ୍କ ଉପସ୍ଥିତିରେ କମିଶନରେଟ ପୋଲିସ ପକ୍ଷରୁ ସୁବୋଜିତଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ତେବେ ରେଇ ସିଣ୍ଡୋମରେ ସୁବୋଜିତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ରେଇ ସିଣ୍ଡ୍ରୋମ ହେଉଛି ଏକ ବିରଳ ରୋଗ ଯାହା ମସ୍ତିଷ୍କ ଏବଂ ଯକୃତର କ୍ଷତି ଘଟାଏ । ଯଦିଓ ଏହା ଯେକୌଣସି ବୟସରେ ହୋଇପାରେ ପ୍ରାୟତ ଛୋଟ ପିଲାମାନଙ୍କଠାରେ ଅଧିକାଶଂ ଦେଖାଯାଏ । ରେଇ ସିଣ୍ଡ୍ରୋମ ସାଧାରଣତ ସେହି ପିଲାମାନଙ୍କଠାରେ ଦେଖାଯାଏ ଯେଉଁମାନଙ୍କର ନିକଟରେ ଭାଇରାଲ୍ ସଂକ୍ରମଣ ହୋଇଥିଲା, ଯେପରିକି ଚିକେନପକ୍ସ କିମ୍ବା ଫ୍ଲୁ । ଏହିପରି ସଂକ୍ରମଣର ଚିକିତ୍ସା ପାଇଁ ଆସ୍ପିରିନ୍ ଗ୍ରହଣ କଲେ ରେଇର ବିପଦ ବଢିଯାଏ |ଉଭୟ ଚିକେନପକ୍ସ ଏବଂ ଫ୍ଲୁ ମୁଣ୍ଡବିନ୍ଧାର କାରଣ ହୋଇପାରେ। ସେଥିପାଇଁ ଶିଶୁର ମୁଣ୍ଡବିନ୍ଧାର ଚିକିତ୍ସା ପାଇଁ ଆସ୍ପିରିନ୍ ବ୍ୟବହାର ନକରିବା ଗୁରୁତ୍ୱପୂର୍ଣ୍ଣ | ଆପଣଙ୍କ ପିଲାଙ୍କର ଏକ ଅଜ୍ଞାତ ଭାଇରାଲ୍ ସଂକ୍ରମଣ ହୋଇପାରେ ଏବଂ ରେଇ ସିଣ୍ଡ୍ରୋମ ହେବାର ଆଶଙ୍କା ରହିପାରେ |

ରେଇ ସିଣ୍ଡ୍ରୋମର ଲକ୍ଷଣଗୁଡ଼ିକ କ’ଣ ?

ରେଇର ପ୍ରଥମ ଲକ୍ଷଣ ସାଧାରଣତ ବାନ୍ତି ହୁଏ | ଏହା ଦ୍ବାରା କ୍ରୋଧ କିମ୍ବା ଆକ୍ରମଣାତ୍ମକତା ଅନୁସରଣ କରାଯାଏ | ଏହା ପରେ ପିଲାମାନେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି ଏବଂ ସାଂଘାତିକ ହୋଇପାରନ୍ତି | ସେମାନେ କୋମାରେ ପଡ଼ିପାରନ୍ତି | ରେଇ ସିଣ୍ଡ୍ରୋମ ପାଇଁ କୌଣସି ଉପଶମ ନାହିଁ | ତଥାପି, ଲକ୍ଷଣଗୁଡିକ ବେଳେବେଳେ ପରିଚାଳିତ ହୋଇପାରେ | ଉଦାହରଣ ସ୍ୱରୂପ, ଷ୍ଟେରଏଡ ମସ୍ତିଷ୍କରେ ଫୁଲା କମାଇବାରେ ସାହାଯ୍ୟ କରେ |

2 ବର୍ଷରୁ କମ୍ ପିଲାମାନଙ୍କ ପାଇଁ, ରେଇ ସିଣ୍ଡ୍ରୋମର ପ୍ରଥମ ଲକ୍ଷଣ ଗୁଡିକ ମଧ୍ୟରେ ତରଳ ଝାଡା, ଦ୍ରୁତ ନିଶ୍ୱାସ ଭଳି ଳକ୍ଷଣ ଦେଖାଦିଏ। ବୟସ୍କ ପିଲା ଏବଂ କିଶୋରମାନଙ୍କ ପାଇଁ, ପ୍ରାରମ୍ଭିକ ଲକ୍ଷଣଗୁଡିକ ଭିତରେ ବାନ୍ତି ବନ୍ଦ ନହେବା, ନିଦ୍ରା କିମ୍ବା ଅଳସୁଆ ହେବା ।

ଅତିରିକ୍ତ ଲକ୍ଷଣ ଗୁଡିକ ହେଉଛି |

ଅବସ୍ଥା ଅଗ୍ରଗତି କଲାବେଳେ ଲକ୍ଷଣଗୁଡିକ ଗୁରୁତର ହୋଇପାରେ, ଯେପରିକି କ୍ରୋଧିତ, ଆକ୍ରମଣାତ୍ମକ କିମ୍ବା ଅପ୍ରାକୃତିକ ଆଚରଣ । ବାହୁ ଏବଂ ଗୋଡରେ ଦୁର୍ବଳତା, ଅତ୍ୟଧିକ ଅଳସୁଆ , ଚେତନା ସ୍ତର ହ୍ରାସ  ଏହି ଲକ୍ଷଣଗୁଡିକ ଜରୁରୀକାଳୀନ ଚିକିତ୍ସା ଆବଶ୍ୟକ କରେ ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ବଢିଲା ଉର୍ଦ୍ଦୁ ଶିକ୍ଷକଙ୍କ ଦରମା

ଭୁବନେଶ୍ବର: ବଢିଲା ଉର୍ଦ୍ଦୁ ଶିକ୍ଷକଙ୍କ ଦରମା । ରାଜ୍ୟର ଉର୍ଦ୍ଦୁ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ୧୫ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ଯ ସରକାର । ପୂର୍ବରୁ ସେମାନେ ୭ ହଜାର ୪୦୦ ଟଙ୍କା ପାଉଥିବାବେଳେ ଏହାକୁ ୧୫ ହଜାର ଟଙ୍କାକୁ ବୃଦ୍ଧି ନେଇ ଘୋଷଣା କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ବାରା ରାଜ୍ୟର ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ବିଦ୍ୟାଳୟ ଗୁଡିକରେ ନିୟୋଜିତ ଉର୍ଦ୍ଦୁ ଶିକ୍ଷକ ଏବଂ ସରକାରୀ ପୂର୍ଣ୍ଣ ଅନୁଦାନ ଓ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଉର୍ଦ୍ଦୁ ସମ୍ବଳ ଶିକ୍ଷକ ଉପକୃତ ହେବେ । ଉର୍ଦ୍ଦୁ ବିଷୟକୁ ପ୍ରାଥମିକ ଭାଷା ଭାବେ ଗ୍ରହଣ କରୁଥିବା ୧୦ରୁ ଉର୍ଦ୍ଧ୍ୱ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ରାଜ୍ୟ ସରକାର ଚୁକ୍ତିଭିତ୍ତିକ ଉର୍ଦ୍ଦୁ ଶିକ୍ଷକ ଓ ଉର୍ଦ୍ଦୁ ସମ୍ବଳ ଶିକ୍ଷକ  ନିଯୁକ୍ତ କରିଛନ୍ତି । ରାଜ୍ୟ ସରକାରଙ୍କ ଦମରା ବୃଦ୍ଧି ନିଷ୍ପତ୍ତି ଫଳରେ  ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ବିଦ୍ୟାଳୟ ଗୁଡିକରେ ନିୟୋଜିତ ୪୪ ଜଣ ଉର୍ଦ୍ଦୁ ଶିକ୍ଷକ  ଏବଂ ସରକାରୀ ପୂର୍ଣ୍ଣ ଅନୁଦାନ ଓ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ୪୦ ଉର୍ଦ୍ଦୁ ସମ୍ବଳ ଶିକ୍ଷକ ଉପକୃତ ହେବେ। 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଜିଲ୍ଲା ଗସ୍ତ ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିୟୋଜିତ ଥିବା ଉର୍ଦ୍ଦୁ ଶିକ୍ଷକମାନେ ସେମାନଙ୍କ ଅସୁବିଧା ସଂପର୍କରେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଅନନ୍ତ ଅମ୍ବାନୀଙ୍କ ପ୍ରି- ଓ୍ବେଡିଂରେ ମୁଖ୍ୟ ଆକର୍ଷଣ ପାଲଟିଥିଲା ଏହି ୫ଟି ଦୃଶ୍ୟ

ନନ୍ଦିଘୋଷ ବ୍ୟୁରୋ: ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତଙ୍କ ବିବାହକୁ ନେଇ ଗଣମାଧ୍ୟମରେ ବିଭିନ୍ନ ଖବରମାନ ପ୍ରସାରଣ କରାଯାଉଛି । ବଲିଉଡ କଳାକାରଙ୍କଠାରୁ ଆରମ୍ଭ କରି କ୍ରିକେଟର । ଏପରିକି ବିଦେଶୀ ଖେଳାଳି ଏବଂ ବଡ଼ ବଡ଼ ବ୍ୟବସାୟୀମାନେ ମଧ୍ୟ ଅନନ୍ତ ରାଧିକାଙ୍କ ପ୍ରି- ଓ୍ବେଡିଂରେ ଯୋଗ ଦେଇଛନ୍ତି । ଏଠାରେ ବହୁ ରୋଚକ ଦୃଶ୍ୟମାନ ନଜରକୁ ଆସୁଥିବାବେଳେ ବହୁ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ତେବେ ଏଭଳି ୫ଟି ଦୃଶ୍ୟ ରହିଛି ଯାହାକି ଆଜି ମଧ୍ୟ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ।

ନାଟୁ ନାଟୁ ଗୀତରେ ନାଚିଲେ ତିନି ଖାନ୍

ବଲିଉଡର ତିନି ଖାନ୍ ତଥା ଅମୀର, ସଲମାନ ଏବଂ ଶାହାରୁଖ ଖାନଙ୍କୁ ଗୋଟିଏ ମଞ୍ଚରେ ପାଇବା ଏତେ ସହଜ ନୁହେଁ । ମାତ୍ର ଅମ୍ବାନୀ ପରିବାରର ବିବାହ ଉତ୍ସବରେ ଯୋଗ ଦେବାକୁ ତିନି ଖାନ ଯାଇଥିବାବେଳେ ଗୋଟିଏ ମଞ୍ଚରେ ନଜର ଆସିଥିଲେ । ନାଟୁ ନାଟୁ ଗୀତରେ ନାଚିଥିଲେ ତିନି ଖାନ । ଯାହାକି ଉପସ୍ଥିତ ଅତିଥୀଙ୍କୁ ବେଶ ଆକୃଷ୍ଟ କରିଥିବାବେଳେ ସୋସିଆଲ ମିଡିଆରେ ସେମାନଙ୍କ ନାଚ ଭିଡିଓ ବେଶ ଭାଇରାଲ ମଧ୍ୟ ହୋଇଥିଲା ।

https://www.instagram.com/p/C4ByrC1yQup/?utm_source=ig_embed&utm_campaign=embed_video_watch_again

ଦୀପିକା-ରଣବୀରଙ୍କ ଘୋଷଣା

ବଲିଉଡର ଷ୍ଟାର ଦମ୍ପତ୍ତି ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଦାଣ୍ଡିଆ ଖେଳୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ପ୍ରି- ଓ୍ବେଡିଂରେ ଗୋଟିଏ ମଞ୍ଚରେ ଉଭୟଙ୍କ ରୋମାଣ୍ଟିକ ଅନ୍ଦାଜ ମଧ୍ୟ ଦେଖିବାକୁ ମିଳିଥିଲା । ଉଭୟ ଆଗକୁ ବାପା-ମା ହେବାକୁ ଯାଉଛନ୍ତି ବୋଲି ଏହି ଅବସରରେ କହିଥିଲେ ।

https://www.instagram.com/p/C4CB_0Tv2Qh/?utm_source=ig_embed&utm_campaign=embed_video_watch_again

ନୀତା- ମୁକେଶଙ୍କ ଡ୍ୟାନ୍ସ

ରାଜ କପୁରଙ୍କ ବହୁ ଚର୍ଚ୍ଚିତ ଗୀତ ପ୍ୟାର ହୁଆ ଇକ୍ ରାର ହୁଆ ଗୀତରେ ନାଚିଥିଲେ ଅମ୍ବାନୀ ଦମ୍ପତ୍ତି । ନୀତା ଅମ୍ବାନୀ ଏବଂ ମୁକେଶ ଅମ୍ବାନୀ ପୁଅ ଅନନ୍ତଙ୍କ ପ୍ରି- ଓ୍ବେଡିଂରେ ବେଶ ଖୁସି ହେଉଥିବାବେଳେ ଉଭୟଙ୍କ ନାଚ କରୁଥିବାରୁ ଭିଡିଓ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିଥିବାବେଳେ ୟୁଜର୍ସମାନେ ଏହାକୁ ବେଶ ପସନ୍ଦ କରିଥିଲେ ।

https://www.instagram.com/p/C4D-46Vro-5/?utm_source=ig_embed&utm_campaign=embed_video_watch_again

ମନ୍ତ୍ରମୁଗ୍ଧ କରିଥିଲା ରିହାନୀଙ୍କ ଗୀତ

ଆନ୍ତର୍ଜାତୀୟ ଗାୟିକା ରିହାନାଙ୍କ ଗୀତ ବେଶ ଚର୍ଚ୍ଚାରେ ରହିଥିଲା । ତେବେ ୨୦୧୬ ମସିହାରେ ପରେ ଭାରତରେ ସୋ’ କରିଥିବା ରିହାନାଙ୍କ ଗୀତ ଶୁଣି ମନ୍ତ୍ରମୁଗ୍ଧ ହୋଇଥିଲେ ଅତିଥୀ । ତେବେ ଗୀତ ସାଙ୍ଗକୁ ସେ ନାଚିଥିବା କିଛି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଶାହାରୁଖ ଖାନ ଏବଂ ଜାନଭୀ କପୁରଙ୍କ ସହ ସେ ନାଚିଛନ୍ତି । ଜାନଭିଙ୍କ ସହ ନାଚିଥିବା ଭିଡିଓ ସେ ନିଜ ଆକାଉଣ୍ଟରେ ସେୟାର କରିଛନ୍ତି ।

https://www.instagram.com/reel/C4AKZtrvfcd/?utm_source=ig_embed&ig_rid=658a97cf-584b-4df2-a8cf-16f953458d56

କରିନା କପୁରଙ୍କ ଠୁମକା

ଜଣାଶୁଣା ଗାୟକ ଦିଲଜିତଙ୍କ ଗୀତରେ ଠୁମକା ଲଗାଇଥିଲେ କରିନା କପୁର ଖାନ । ଏହାସହ ମଞ୍ଚରେ କରିସ୍ମା କପୁର ମଧ୍ୟ ତାଙ୍କ ସହ ମଞ୍ଚରେ ନାଚିଥିଲେ । କରିନାଙ୍କ ସ୍ବାମିୀ ସୋଏଫ ଅଲ୍ଲୀ ଖାନ ମଧ୍ୟ ମଞ୍ଚ ଉପରେ ନାଚିଥିଲେ ।

https://www.instagram.com/p/C4Cbf-aMwfb/?utm_source=ig_embed&utm_campaign=embed_video_watch_again

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୋଲିସ କମିଶନର

ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ପୋଲିସ କମିଶନର ସଂଜୀବ ପଣ୍ଡା । ଏୟାରପୋର୍ଟରୁ ଗଭର୍ଣ୍ଣର ହାଉସ ପର୍ଯ୍ୟନ୍ତ ମୁତୟନ ହେବେ ୧୫ ପ୍ଲାଟୁନ ଫୋର୍ସ ।  ଡିସିପି ଓ ୫ ଅତିରିକ୍ତ ଡିସିପି ସୁରକ୍ଷା ଦାୟିତ୍ଵରେ ନିୟୋଜିତ ହେବେ । ୧୦ ଜଣ ଏସିପି ୧୯ ଇନ୍ସପେକ୍ଟର ୬୯ ଜଣ ଏସଆଇ ଓ ଏଏସଆଇ ସୁରକ୍ଷା ଦାୟିତ୍ଵରେ ରହିବେ । ସେହିଭଳି ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ  ୫୬ କନଷ୍ଟେବଲ ଓ ୧୧ ଜଣ ହାବିଲଦାର ରହିବେ । ୫୦ ଜଣ ବନ୍ଧୁକ ଧାରୀ ପୋଲିସ ଏୟାରପୋର୍ଟ ବାହାରେ ସୁରକ୍ଷା ଦାୟିତ୍ଵରେ ରହିବେ ।

ପରୀକ୍ଷା ଦେବାକୁ ଯାଉଥିବା ୩ ଜଣ ଛାତ୍ରୀଙ୍କ ଉପରେ ଏସିଡ୍ ମାଡ

ନନ୍ଦିଘୋଷ ବ୍ୟୁରୋ: କର୍ଣ୍ଣାଟକର ମାଙ୍ଗାଲୁରୁରେ ଅଭାବନୀୟ ଘଟଣା। ପରୀକ୍ଷା ଦେବାକୁ ଯାଉଥିବା ବେଳେ ୩ ଜଣ ଛାତ୍ରୀଙ୍କ ଉପରେ ଏସିଡ୍ ମାଡ। ସ୍କୁଲର ପରୀକ୍ଷା ହଲରେ ପ୍ରବେଶ କରୁଥିବା ବେଳେ ଜଣେ ଅଭିଯୁକ୍ତ ଏମାନଙ୍କ ଉପରକୁ ଏସିଡ୍ ଫିଙ୍ଗିଥିବା ଜଣାପଡିଛି। ଫଳରେ ୩ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ମାଙ୍ଗାଲୁରୁର କଡଓ୍ୱା ଅଞ୍ଚଳରେ ତିନି ଜଣ ଛାତ୍ରୀ ନିଜ ଦ୍ୱିତୀୟ ପିୟୁସି ଟେଷ୍ଟ ଦେବା ପାଇଁ ସ୍କୁଲ ହଲ୍ ଭିତରକୁ ପ୍ରବେଶ କରୁଥିଲେ। ଏହି ସମୟରେ ଅଭିଯୁକ୍ତ ଜଣକ ମାସ୍କ ପିନ୍ଧି ସେମାନଙ୍କୁ ଅପେକ୍ଷା କରି ରହିଥିଲା। ଛାତ୍ରୀମାନେ ସ୍କୁଲରେ ପହଞ୍ଚିବା ପରେ ଯୁବକ ଜଣକ ତାଙ୍କ ଉପରକୁ ଏସିଡ୍ ଫିଙ୍ଗିଥିଲା। ଫଳରେ ୩ ଜଣ ଛାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ସେପଟେ ଏସିଡ୍ ମାଡ କରିଥିବା ଅଭିଯୁକ୍ତ ଜଣକ କେରଳର ୨୩ ବର୍ଷୀୟ ଏମବିଏ ଛାତ୍ର ଅବିନ୍ ବୋଲି ଜଣାପଡିଛି। ଘଟଣାରେ ଅବିନକୁ ଗିରଫ କରିଛି ପୋଲିସ।

ଇଡିକୁ ସମୟ ମାଗିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ

ନୂଆଦିଲ୍ଲୀ : ଇଡିକୁ ଜବାବ ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ୮ ଥର ସମନ ହେବା ପରେ ଆଜି ମୁହଁ ଖୋଲିଛନ୍ତି କେଜରିଓ୍ବାଲ। ଇଡିର ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ଇଡିକୁ ସମୟ ମାଗିଛନ୍ତି। ସମନ ଜାରି କରିବା ବେଆଇନ କହିବା ସହ ଇଡିର ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ସେ ପ୍ରସ୍ତୁତ ବୋଲି କହିଛନ୍ତି।

ମାର୍ଚ୍ଚ ୧୨ ତାରିଖ ପରେ ଇଡିର ଜବାବ ଦେବାକୁ କହିଛନ୍ତି କେଜରିଓ୍ବାଲ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଇଡି ପ୍ରଶ୍ନ ଉତ୍ତର ରଖିବେ ବୋଲି କହିଥିଲେ। ଆଜି ହାଜର ହେବା ପାଇଁ ଇଡି ସମନ ଜାରି କରିଥିଲା। ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ନୋଟିସ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।