spot_img
Home Blog Page 232

ଭୟଙ୍କର ସଡ଼କ ଦୁର୍ଘଟଣା: ଇଲେକ୍ଟ୍ରି ପୋଲକୁ ଧକ୍କା ଦେବା ଫଳରେ କାର ଇଞ୍ଜିନ ବାହାରକୁ ବାହାରିଗଲା

ବରଗଡ଼ ଜିଲ୍ଲା ବରଡୋଲ ଗ୍ରାମରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏକ କାର ଇଲେକ୍ଟ୍ରି ପୋଲକୁ ଧକ୍କା ଦେବା ଫଳରେ କାର ଇଞ୍ଜିନ ବାହାରକୁ ବାହାରି ଯାଇଛି । ଗାଡ଼ିରେ ଥିବା ୩ ଜଣ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହୁଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁର୍ଘଟଣାରେ ଗାଡିର ଇଂଜିନ ବାହାରି ଛିଟିକି ହୋଇପଡିଛି । ଦୁର୍ଘଟଣା ପରଠୁ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିଛି ।

ଅଟୋ-ବାଇକ ମୁଁହାମୁହିଁ ଧକ୍କା: ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର

କଟକ ଜିଲ୍ଲା ବାଙ୍କୀ ସ୍ଥିତ ବରପୁଟ ଜଗନ୍ନାଥ ମନ୍ଦିର ରାସ୍ତାରେ ଦୁର୍ଘଟଣା । ଅଟୋ ବାଇକ ମୁଁହାମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ବାଙ୍କୀ ବ୍ଲକ ଜଗନ୍ନାଥପୁର ଗ୍ରାମର ବିପିନ ନାୟକ ଅଟୋରେ ପରିବାର ସହ ଶ୍ୱଶୁର ଘରକୁ ଯାଉଥିଲେ । ଏହି ସମୟରେ ବିପରିତ ଦିଗରୁ ଖୁବ ଜୋରରେ ବାଇକରେ ଦୁଇ ଜଣ ଯୁବକ ଅଟୋ ଗାଡ଼ିକୁ ଧକ୍କା ଦେଇଥିଲେ । ଦୁର୍ଘଟଣାରେ ବିପିନଙ୍କ ନାବାଳିକା ଝିଅର ମୃତ୍ୟୁ ଘଟିଥିବା ବେଳେ ଅଟୋରେ ବସିଥିବା ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ଏହାସହ ବାଇକରେ ଆସୁଥିବା ଦୁଇ ଜଣ ଯୁବକ ମଧ୍ୟ ଗୁୁରୁତର ହୋଇଛନ୍ତି । ସମସ୍ତଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ପୋଖରୀ ଭିତରକୁ କାର ପଶି ୨ ମୃତ

ପୋଖରୀ ଭିତରକୁ କାର ପଶି ୨ ମୃତ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବଡ଼ଅଗୁଳ ନିକଟରେ ଦୁର୍ଘଟଣା ଘଟିଛି । ଗତକାଲି ରାତିରେ ଏକ କାର ବଡ଼ଆଗୁଳରୁ ଚିଙ୍ଗୁଡ଼ି ଘାଇ ଯାଉଥିବା ବେଳେ ରାସ୍ତାକଡରେ ଥିବା ପୋଖରୀକୁ ଖସିପଡ଼ିଥିଲା । କାରରେ ୪ ଜଣ ବ୍ୟକ୍ତି ଥିଲେ । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମୃତକ ଦୁଇ ଜଣ ହେଲେ ନୀଳାଞ୍ଚଳ ମହାପାତ୍ର ଓ ସନ୍ତୋଷ ମହାପାତ୍ର । ଉଭୟେଙ୍କୁ ଗୁରୁତର ଅବସ୍ଥାରେ ଆସିକା ମେଡ଼ିକାଲକୁ ଆଣା ଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ସନ୍ତୋଷଙ୍କ ଘର ପୋଲସରା ହୋଇଥିବା ବେଳେ ନୀଳାଞ୍ଚଳଙ୍କ ଘର ଚିଙ୍ଗୁଡ଼ି ଘାଇ । ଉଭୟେ ସଂପର୍କରେ ଦୁଇ ଭାଇ ।…

ଆସିଲା ଡିଏନଏ ରିପୋର୍ଟ: ଦିଲ୍ଲୀ କାର୍ ବିସ୍ଫୋରଣରେ ପ୍ରାଣ ହରାଇଥିଲା ଡାକ୍ତର ଉମର ମହମ୍ମଦ ନବି

ଆସିଲା ଡିଏନଏ ରିପୋର୍ଟ। ଦିଲ୍ଲୀ କାର୍ ବିସ୍ଫୋରଣରେ ପ୍ରାଣ ହରାଇଥିଲା ଡାକ୍ତର ଉମର ମହମ୍ମଦ ନବି। କାର୍ ବୋମା ବିସ୍ଫୋରଣରେ ହିଁ ସେ ନିପାତ ହୋଇଯାଇଥିଲା। ବର୍ତ୍ତମାନ ସୁଦ୍ଧା ସେ ଜୀବିତ କି ମୃତ ତାହା ସ୍ପଷ୍ଟ ହୋଇପାରି ନଥିଲା। ଗତ ନଭେମ୍ବର ୧୦ରେ ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣରେ ପ୍ରାଣ ହରାଇଥିଲେ ୧୨ ଜଣ। ଆହତ ହୋଇଥିଲେ ୨୦ରୁ ଅଧିକ। ତଦନ୍ତରୁ ସ୍ପଷ୍ଟ ହୋଇଛି ଯେ ସେ ଧଳା ରଙ୍ଗର i20 କାରକୁ କିଣିଥିଲା ଏବଂ ତାହାକୁ ଚଳାଉଥିଲା। ବିସ୍ଫୋରଣସ୍ଥଳୀରୁ ମିଳିଥିବା ମାନବ ଅଂଶବିଶେଷର ଡିଏନଏ ସହ ପୁଲୱାମାସ୍ଥିତ ପରିବାରର ଡିଏନଏ ସହ ମିଶିଯିବା ପରେ ବିସ୍ଫୋରଣରେ ଯେ ଉମରର ହିଁ ମୃତ୍ୟୁ ଘଟିଥିଲା ତାହା ସ୍ପଷ୍ଟ ହୋଇଛି। ଏହା ସହ ଫରିଦାବାଦ, ଲକ୍ଷ୍ମୌ ଓ ଦକ୍ଷିଣ କାଶ୍ମୀରରେ ଜୈସ-ଏ-ମହମ୍ମଦର ଲଜିଷ୍ଟିକ୍ସ ମଡ୍ୟୁଲ ସହ ଉମରର ସମ୍ପୃକ୍ତି ଥିବା ବିଷୟ ସ୍ପଷ୍ଟ କରିଛି ତଦନ୍ତକାରୀ ସଂସ୍ଥା।

ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି: ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ

ଆଜି ଗୁରୁବାର ମାର୍ଗଶିର କୃଷ୍ଣ ନବମୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ l ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ l ମହାପ୍ରଭୁଙ୍କ ବନକ ଲାଗି ନୀତି ସମାପନ ହେବା ପରେ ଦର୍ଶନ ସ୍ୱାଭାବିକ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

କଟକ ବାଲିଯାତ୍ରାର ଅଷ୍ଟମ ଦିନରେ ବଡ଼ ଅଘଟଣ: ୫୦ ଫୁଟ ଉଚ୍ଚରେ ଫଶି ରହିଥିଲେ ୧୦ ଜଣ

କଟକ ବାଲିଯାତ୍ରାର ଅଷ୍ଟମ ଦିନରେ ବଡ଼ ଅଘଟଣ । ମଝି ଆକାଶରେ ଅଟକିଗଲା ଦୋଳି । ପାଖାପାଖି ୫୦ ଫୁଟ ଉଚ୍ଚରେ ଫଶି ରହିଥିଲେ ୧୦ ଜଣ ବ୍ୟକ୍ତି । ଦୀର୍ଘ ଅଢେ଼ଇ ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ଉଦ୍ଧାର ହୋଇଛନ୍ତି ସମସ୍ତ ଦର୍ଶକ । ତଳ ପଡିଆରେ ଲାଗିଥିବା ବଡ଼ ଦୋଳି ଚାଲିଥିବା ବେଳେ ହଠାତ ବନ୍ଦ ହୋଇଯାଇଥିଲା । ମେସିନ ଖରାପ ଯୋଗୁ ଅଟକି ଯାଇଥିଲା ଦୋଳି । ଯାହା ଫଳରେ ମଝି ଆକାଶରେ ଫସି ରହିଥିଲେ ୧୦ ଜଣ ବ୍ୟକ୍ତି । ସେଥିରେ କିଛି ଛୋଟ ପିଲା ଓ ମହିଳା ମଧ୍ୟ ରହିଥିଲେ । ପ୍ରାୟ ଏକ ଘଣ୍ଟା ଧରି ମଝି ଆକାଶରେ ଫଶି ରହିଵା ପରେ ତୁରନ୍ତ ଦୋଳିରୁ ଲୋକ ମାନଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ କର୍ମଚାରୀ, ଜିଲ୍ଲା ପ୍ରଶାସନ, ପୋଲିସ ବାହିନୀର କର୍ମଚାରୀ ମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଶେଷରେ ସମସ୍ତ ବ୍ୟକ୍ତି ମାନଙ୍କୁ ଉଦ୍ଧାର କରାଯାଇ ଓ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ମେଡିକାଲକୁ ପଠାଯାଇଛି ।

ଟାଇଲସ ମିସ୍ତ୍ରୀଙ୍କୁ ହତ୍ୟା କଲା ସହଯୋଗୀ

ନନ୍ଦିଘୋଷ ବ୍ୟୁରୋ: ପୁରୀରେ ହତ୍ୟା । ଟାଇଲସ ମିସ୍ତ୍ରୀଙ୍କୁ ହତ୍ୟା କଲା ସହଯୋଗୀ । ହାତୁଡ଼ିରେ ମାରି ମାରି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ଅନ୍ୟ ଜଣେ ସହଯୋଗୀ। ମୃତକ ହେଲେ ପଶ୍ଚିମବଙ୍ଗ ମେଦିନୀପୁରର ଶେଖ୍ ନୋରା ଆଲମ୍। ଘଟଣାସ୍ଥଳରେ ପଚରାଉଚରା କରୁଛି ମେରାଇନ ଓ ତାଳବଣିଆ ଥାନା ପୋଲିସ । ମୃତକ ଗତ ଦେଢ଼ ବର୍ଷ ଧରି ଆଖପାଖ ଅଞ୍ଚଳରେ ଲେବରଙ୍କୁ ଆଣି ଟାଇଲ୍ସ କାମ କରି ଆସୁଥିଲେ। ଗତ ୩ ମାସ ଧରି ଘଟଣା ଘଟିଥିବା ସ୍ଥାନରେ କାମ କରୁଥିଲେ । ତେବେ ଜଣେ ଶ୍ରମିକ ମୁସାରଫଙ୍କ ସହ ପାଟି ତୁଣ୍ଡ ହୋଇଥିଲା । ପରେ ଶେଖ ନୁରାକୁ ହତ୍ୟା କରିଥିଲା ମୁସାରଫ । ପାଖରେ ଶୋଇଥିବା ଅନ୍ୟ ଜଣେ ବ୍ୟକ୍ତି ଶେଖ୍ ଫିରଦୋଷଙ୍କୁ ମଧ୍ୟ ଛୁରୀ ଭୁସି ଫେରାର ହୋଇଛି ମୁସାରଫ।

ଦିଲ୍ଲୀ ବିସ୍ଫୋରଣ ଘଟଣା: ମିଳିଲା ଆତଙ୍କୀର ଲାଲ ରଙ୍ଗର କାର

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ଘଟଣା। ମିଳିଲା ଆତଙ୍କୀର ଲାଲ ରଙ୍ଗର କାର। ଦିଲ୍ଲୀ ପୋଲିସ ଯେଉଁ ଲାଲ କାର ପାଇଛି ତାହାର ଦୁଇ ଜଣ ମାଲିକ ଅଛନ୍ତି। ଦ୍ୱିତୀୟ ମାଲିକ ଜଣକ ଡାକ୍ତର ଉମର ବୋଲି ଜଣାପଡିଛି। ବିସ୍ଫୋରଣ ଦିନ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହିତ ଏକ I20 କାର ବ୍ୟତୀତ ଏହି ଲାଲ ଇକୋସ୍ପୋର୍ଟ ମଧ୍ୟ ଥିଲା। ପୋଲିସ ଏହି କାର ସମ୍ପର୍କରେ ଆଲର୍ଟ ଜାରି କରିଥିଲା॥ ଏହି ଲାଲ ରଙ୍ଗର ଇକୋସ୍ପୋର୍ଟ କାର ନମ୍ବର ହେଲା DL10CK0458। ଏହି କାର ସହ ବିସ୍ଫୋରଣରେ ସମ୍ପୃକ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଲିଙ୍କ୍ ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ଦିଲ୍ଲୀ ପୋଲିସର ପାଞ୍ଚଟି ଦଳ ବିଭିନ୍ନ ଅଞ୍ଚଳରେ ଏହି କାରକୁ ଖୋଜଥିଲେ।ଫରିଦାବାଦ ଅଂଚଳରୁ ଏହି କାର ମିଳିଛି।

କାରଟି ଦୁଇଜଣଙ୍କ ନାମରେ ପଞ୍ଜୀକୃତ ହୋଇଥିଲା। କାରଟି ପୂର୍ବରୁ ଫୋର୍ଡ ଇଣ୍ଡିଆରେ ମୂଳ ମାଲିକ ପଙ୍କଜ ଗୁପ୍ତାଙ୍କ ନାମରେ ପଞ୍ଜୀକୃତ ହୋଇଥିଲା। କିନ୍ତୁ ବର୍ତ୍ତମାନ ଏହା ଓମାରଙ୍କ ନାମରେ ପଞ୍ଜୀକୃତ ରହିଛି। କାରଟି ଶେଷ ଥର ପାଇଁ 2024 ମସିହାରେ ଶ୍ରୀନଗରରେ ସର୍ଭିସିଂ କରାଯାଇଥିଲା। ଯାହା ଫଳରେ ପୋଲିସ ସନ୍ଦେହ କରିଥିଲା ଯେ ଗାଡିଟି ଏକ ନେଟୱାର୍କ ମାଧ୍ୟମରେ କାଶ୍ମୀରରୁ ଦିଲ୍ଲୀ ଅଣା ଯାଇଥାଇପାରେ। ସନ୍ଦିଗ୍ଧ ଇକୋସ୍ପୋର୍ଟକୁ ଆଇ20 ସହିତ ଦେଖାଯାଇଥିଲା। ବିସ୍ଫୋରଣ ଦିନ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହିତ ଉପସ୍ଥିତ ଥିଲା। ଦିଲ୍ଲୀ ପୋଲିସର ସମସ୍ତ ପୋଲିସ ଷ୍ଟେସନ, ପୋଲିସ ପୋଷ୍ଟ ଏବଂ ସୀମାନ୍ତ ଚେକପୋଷ୍ଟରେ ଏହି ଗାଡିର ସନ୍ଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ଦିଲ୍ଲୀ ପୋଲିସ ଉତ୍ତର ପ୍ରଦେଶ ଏବଂ ହରିୟାଣା ପୋଲିସକୁ ସତର୍କ ସୂଚନା ଜାରି କରିଥିଲା। ସମସ୍ତ ଦଳକୁ ଗାଡିର ନମ୍ବର, ମଡେଲ ଏବଂ ଉମରର ନାମ ବିଷୟରେ ସୂଚନା ପଠାଯାଇଥିଲା।ପଙ୍କଜ ଗୁପ୍ତାଙ୍କ ଠାରୁ ଉମରଙ୍କ ପାଖରେ କାର କିପରି ପହଞ୍ଚିଲା ଏବଂ ଏହା ମଧ୍ୟରେ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଏହାକୁ ବ୍ୟବହାର କରିଥିଲେ କି ନାହିଁ ତାହା ନିର୍ଣ୍ଣୟ କରିବା ପାଇଁ ତଦନ୍ତକାରୀ ସଂସ୍ଥା ତନାଘନା ଚଳାଇଛନ୍ତି। ଲାଲକିଲ୍ଲା ବିସ୍ଫୋରଣ ସହିତ ଜୈଶ ମଡ୍ୟୁଲର ତଦନ୍ତ କରୁଥିବା NIA ଏବଂ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଉଭୟ ଏହି ସୁରାକକୁ ଗୁରୁତ୍ୱପୂର୍ଣ୍ଣ ଭାବେ ବିବେଚନା କରୁଛନ୍ତି।.

ଦିଲ୍ଲୀ ବିସ୍ଫୋରଣ: ଅଲ ଫଲାହ ବିଶ୍ବବିଦ୍ୟାଳୟର ଡକ୍ଟର ହାସନ ନିଖୋଜ

ଦିଲ୍ଲୀ ବିସ୍ଫୋରଣ: ଅଲ ଫଲାହ ବିଶ୍ବବିଦ୍ୟାଳୟର ଡକ୍ଟର ହାସନ ନିଖୋଜ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ବିସ୍ଫୋରଣ ଘଟଣା ପରେ ଅଲ-ଫଲାହ ବିଶ୍ୱବିଦ୍ୟାଳୟର ଜଣେ ଡାକ୍ତର ଡ. ହାସନ ନିଖୋଜ ଥିବା ଜଣାପଡିଛି । ଶ୍ରୀନଗରରେ ଏକ ସରକାରୀ ହସ୍ପିଟାଲର ପୂର୍ବତନ ସହାୟକ ପ୍ରଫେସର ଥିଲେ ଡାକ୍ତର ନିସାର-ଉଲ-ହାସନ । ୨୦୨୩ ମସିହାରେ ଦେଶ ବିରୋଧୀ କାର୍ଯ୍ୟକଳାପ ପାଇଁ ଜମ୍ମୁ-କାଶ୍ମୀର ସରକାର ତାଙ୍କୁ ବହିଷ୍କାର କରିଥିଲେ । ସୋମବାର ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର ବିସ୍ଫୋରଣ ପରେ ଡାକ୍ତର ହାସନ ନିଖୋଜ ହୋଇଯାଇଛନ୍ତି ।

ଡାକ୍ତର ହାସନ ହରିୟାଣା ଫରିଦାବାଦ ଜିଲ୍ଲାର ଅଲ-ଫଲାହ ବିଶ୍ୱବିଦ୍ୟାଳୟରେ ନିଯୁକ୍ତ ହୋଇଥିଲେ । ତଦନ୍ତକାରୀ ସଂସ୍ଥା ଡାକ୍ତରଙ୍କ ଏହି ନେଟୱର୍କ ସହ ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ହୋଇଥିବା ବିସ୍ଫୋରଣ ମଧ୍ୟରେ ଲିଙ୍କ ଖୋଜୁଥିବାରୁ ସେ ସନ୍ଦେହ ଘେରକୁ ଆସିଛି । ସେପଟେ ଅଲ୍-ଫଲାହ ବିଶ୍ୱବିଦ୍ୟାଳୟ ତଦନ୍ତକାରୀ ସଂସ୍ଥାକୁ ସମସ୍ତ ସହଯୋଗ କରିବ ବୋଲି ବିବୃତ୍ତି ଜାରି କରି କହିଛି ।

ଦିଲ୍ଲୀ ବିସ୍ଫୋରଣ: ମିଳିଲା ଆତଙ୍କବାଦୀଙ୍କ ଲାଲ ରଙ୍ଗର କାର୍

ଦିଲ୍ଲୀ ବିସ୍ଫୋରଣ: ମିଳିଲା ଆତଙ୍କବାଦୀଙ୍କ ଲାଲ ରଙ୍ଗର କାର୍

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ଘଟଣା । ମିଳିଲା ଆତଙ୍କବାଦୀଙ୍କ ଲାଲ ରଙ୍ଗର କାର । ଦିଲ୍ଲୀ ପୋଲିସ ଯେଉଁ ଲାଲ କାର ପାଇଛି ତାହାର ଦୁଇ ଜଣ ମାଲିକ ଅଛନ୍ତି । ଦ୍ୱିତୀୟ ମାଲିକ ଜଣକ ଡାକ୍ତର ଉମର ବୋଲି ଜଣାପଡିଛି । ବିସ୍ଫୋରଣ ଦିନ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହିତ ଏକ I20 କାର ବ୍ୟତୀତ ଏହି ଲାଲ ଇକୋସ୍ପୋର୍ଟ ମଧ୍ୟ ଥିଲା । ପୋଲିସ ଏହି କାର ସମ୍ପର୍କରେ ଆଲର୍ଟ ଜାରି କରିଥିଲା । ଏହାର ନମ୍ବର ହେଲା DL10CK0458 । ଏହି କାର ସହ ବିସ୍ଫୋରଣରେ ସମ୍ପୃକ୍ତ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଲିଙ୍କ୍ ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।

ଦିଲ୍ଲୀ ପୋଲିସର ପାଞ୍ଚଟି ଦଳ ବିଭିନ୍ନ ଅଞ୍ଚଳରେ ଏହି କାରକୁ ଖୋଜୁଥିଲେ । ଫରିଦାବାଦ ଅଂଚଳରୁ ଏହି କାର ମିଳିଛି । କାରଟି ପୂର୍ବରୁ ଫୋର୍ଡ ଇଣ୍ଡିଆରେ ମୂଳ ମାଲିକ ପଙ୍କଜ ଗୁପ୍ତାଙ୍କ ନାମରେ ପଞ୍ଜୀକୃତ ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହା ଓମାରଙ୍କ ନାମରେ ପଞ୍ଜୀକୃତ ରହିଛି । କାରଟି ଶେଷ ଥର ପାଇଁ ୨୦୨୪ ମସିହାରେ ଶ୍ରୀନଗରରେ ସର୍ଭିସିଂ କରାଯାଇଥିଲା । ଯାହା ଫଳରେ ପୋଲିସ ସନ୍ଦେହ କରିଥିଲା ଯେ ଗାଡିଟି ଏକ ନେଟୱାର୍କ ମାଧ୍ୟମରେ କାଶ୍ମୀରରୁ ଦିଲ୍ଲୀ ଅଣା ଯାଇଥାଇପାରେ ।

ସନ୍ଦିଗ୍ଧ ଇକୋସ୍ପୋର୍ଟକୁ ଆଇ20 ସହିତ ଦେଖାଯାଇଥିଲା । ବିସ୍ଫୋରଣ ଦିନ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହିତ ଉପସ୍ଥିତ ଥିଲା । ଦିଲ୍ଲୀ ପୋଲିସର ସମସ୍ତ ପୋଲିସ ଷ୍ଟେସନ, ପୋଲିସ ପୋଷ୍ଟ ଓ ସୀମାନ୍ତ ଚେକପୋଷ୍ଟରେ ଏହି ଗାଡିର ସନ୍ଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଦିଲ୍ଲୀ ପୋଲିସ ଉତ୍ତର ପ୍ରଦେଶ ଓ ହରିୟାଣା ପୋଲିସକୁ ସତର୍କ ସୂଚନା ଜାରି କରିଥିଲା । ସମସ୍ତ ଦଳକୁ ଗାଡିର ନମ୍ବର, ମଡେଲ ଓ ଉମରର ନାମ ବିଷୟରେ ସୂଚନା ପଠାଯାଇଥିଲା । ପଙ୍କଜ ଗୁପ୍ତାଙ୍କଠାରୁ ଉମରଙ୍କ ପାଖରେ କାର କିପରି ପହଞ୍ଚିଲା ଓ ଏହା ମଧ୍ୟରେ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ଏହାକୁ ବ୍ୟବହାର କରିଥିଲେ କି ନାହିଁ ତାହା ନିର୍ଣ୍ଣୟ କରିବା ପାଇଁ ତଦନ୍ତକାରୀ ସଂସ୍ଥା ତନାଘନା ଚଳାଇଛନ୍ତି । ଲାଲକିଲ୍ଲା ବିସ୍ଫୋରଣ ସହିତ ଜୈଶ ମଡ୍ୟୁଲର ତଦନ୍ତ କରୁଥିବା ଏନଆଇଏ ଓ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଉଭୟ ଏହି ସୁରାକକୁ ଗୁରୁତ୍ୱପୂର୍ଣ୍ଣ ଭାବେ ବିବେଚନା କରୁଛନ୍ତି ।