spot_img
Home Blog Page 2320

ସିଡନି ବିମାନବନ୍ଦରରେ ନିଜ ସାମାନ ନିଜେ ଟ୍ରକରେ ଲୋଡ୍ କଲେ ପାକିସ୍ତାନୀ ଖେଳାଳି !

ସିଡନି: ଅଷ୍ଟ୍ରେଲିଆ ସହ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜି ଖେଳିବାକୁ ସିଡନିରେ ପହଞ୍ଚିଛି ପାକିସ୍ତାନ କ୍ରିକେଟ୍ ଟିମ୍ । ଏୟାରପୋର୍ଟରେ ପହଞ୍ଚିବା ପରେ ପାକିସ୍ତାନୀ ଟିମକୁ ଏମିତି ଏକ ସରପ୍ରାଇଜ୍ ଅପେକ୍ଷା କରିଥିଲା ଯାହା କେବେ କୌଣସି ଟିମ୍ ମେମ୍ବର ଚିନ୍ତା କରି ନଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ପାକିସ୍ତାନୀ ଟିମ୍ ଏୟାରପୋର୍ଟରେ ନିଜ ଜିନିଷପତ୍ର ଟ୍ରକରେ ନିଜେ ଲଦୁଥିବା ଦେଖିବାକୁ ମିଳୁଛୁ ।

ଦିନିକିଆ ବିଶ୍ବକପରେ ଶୋଚନୀୟ ପ୍ରଦର୍ଶନ ପରେ ନୂଆ ଅଧିନାୟକ ଶାନ ମସୁଦ ଅଧିନାୟକତ୍ବରେ ପାକିସ୍ତାନ ଟିମ୍ ଅଷ୍ଟ୍ରେଲିଆରେ ପହଞ୍ଚିଛି । ଟିମରେ ୧୮ ଖେଳାଳି, ୧୭ ସର୍ପୋଟିଂ ଷ୍ଟାଫ ସହିତ ମ୍ୟାନେଜମେଣ୍ଟ ସଦସ୍ୟ ଅଷ୍ଟ୍ରେଲିଆ ଯାଇଛନ୍ତି ।

ପାକିସ୍ତାନୀ ଖେଳାଳି ଲାହୋରରୁ ଦୁବାଇ ହୋଇ ସିଡନିରେ ପହଞ୍ଚିଛନ୍ତି । ସାଧାରଣତଃ କୌଣସି ଦେଶର ଖେଳାଳି ଏୟାରପୋର୍ଟରେ ପହଞ୍ଚିବା ପରେ ଉକ୍ତ ଦେଶର ଏମ୍ବାସିର କୌଣସି ପ୍ରତିନିଧି ସେଠାରେ ଉପସ୍ଥିତ ରହିବା କଥା । ହେଲେ ପାକିସ୍ତାନ ଟିମ୍ ପହଞ୍ଚିବା ବେଳକୁ ଇସଲାମାବାଦ ଏମ୍ବାସିର କୌଣସି ଅଧିକାରୀଙ୍କୁ ସେଠାରେ ଦେଖିବାକୁ ମିଳି ନଥିଲା । ଏପରିକି କ୍ରିକେଟ ଅଷ୍ଟ୍ରେଲିଆର କୌଣସି ଅଧିକାରୀ ବି ସେମାନଙ୍କୁ ସ୍ବାଗତ କରିବାକୁ ଉପସ୍ଥିତ ନଥିଲେ । ଏମିତି ସ୍ଥିତିରେ ପାକିସ୍ତାନ ଖେଳାଳି ଓ ଅଧିକାରୀ ନିଜ ଜିନିଷପତ୍ର ନିଜେ ଉଠାଇ ଟ୍ରକରେ ଲୋଡ କରିଥିଲେ ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି, ମହମ୍ମଦ ରେଜଓ୍ବାନ ଟ୍ରକରେ ଚଢ଼ିଛନ୍ତି । ସେ ଜଣ ଜଣ କରି ସାଥି ଖେଳାଳି ଓ ଅଧିକାରୀଙ୍କ ଜିନିଷପତ୍ର ଟ୍ରକରେ ଲଦୁଛନ୍ତି । ଅନ୍ୟ କିଛି ଖେଳାଳି ତାଙ୍କୁ ଜିନିଷ ଲଦିବାରେ ସାହାଯ୍ୟ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଡିସେମ୍ବର ୧୪ରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ । ବିଶ୍ବକପରେ ଖରାପ ପ୍ରଦର୍ଶନ କାରଣରୁ ବାବର ଆଜମ ଅଧିନାୟକତ୍ବ ପଦରୁ ଇସ୍ତଫା ଦେଇ ଦେଇଥିଲେ । ବିଶ୍ବକପରେ ପାକିସ୍ତାନ ୯ଟିରୁ ମାତ୍ର ୪ଟି ମ୍ୟାଚ ଜିତି ଲିଗ୍ ରାଉଣ୍ଡରୁ ବାହାର ହୋଇ ଯାଇଥିଲା ।

ସମ୍ଭାବ୍ୟ ବର୍ଷା ପାଇଁ ୫ ଜିଲ୍ଲାର କୃଷି ଅଧିକାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର: ବାତ୍ୟା ପ୍ରଭାବରେ ସମ୍ଭାବ୍ୟ ବର୍ଷା ପାଇଁ ଛୁଟି ବାତିଲ। ୫ଜିଲ୍ଲାର କୃଷି ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ ଓ ଗଜପତିକୁ ଆଲର୍ଟ ଜାରି କରାଯାଇଥିବା ବେଳେ ୩ରୁ ୬ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ କରଯାଇଛି। ଛୁଟି ବାତିଲ ସହ ସତର୍କ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।ସବୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କୁ କୃଷି ବିଭାଗ ଏ ନେଇ ଚିଠି କରିଛି ।

ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ନୟାଗଡ଼ରେ ମାତ୍ରାଧିକ ବର୍ଷା ଆଶଂକା କରାଯାଉଛି । ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକରେ ମଧ୍ୟ ମାତ୍ରାଧିକ ବର୍ଷା ଆଶଙ୍କା କରାଯାଉଛି । ଅମଳ ହୋଇଥିବା ଫସଲର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛି କୃଷି ବିଭାଗ । ଧାନ ସହ ମାଣ୍ଡିଆ ଓ କପା ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦେଇଥିବାବେଳେ ଜଳସେଚନ, ସାର ଓ କୀଟନାଶକ ସିଞ୍ଚନ ବନ୍ଦ ପାଇଁ ପରାମର୍ଶ ଦେଇଛି । ପନିପରିବା ଓ ରବି ଫସଲ ପାଇଁ ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ପରାମର୍ଶ ଦେଇଛି କୃଷି ବିଭାଗ ।

ରାଜ୍ୟରେ ପଞ୍ଜିକୃତ ୮ ହଜାର ୬୭୩ ଜଣ ଏଡ୍ସ ରୋଗୀଙ୍କ ପତ୍ତା ମିଳୁନି

ଭୁବନେଶ୍ୱର: ରାଜ୍ୟରେ ପଞ୍ଜିକୃତ ୮ହଜାର ୬୭୩ ଜଣ ଏଡ୍ସ ରୋଗୀଙ୍କ ପତ୍ତା ମିଳୁନି। ୨୦୦୨ ମସିହାରୁ ଆଜି ଯାଏ ମିଳିଥିବା NACP ତଥ୍ୟରୁ ଏହା ଜଣାପଡ଼ିଛି । ଏହି ଏଡ୍ସ ରୋଗୀମାନେ ନିଜ ପରିଚୟ ଲୁଚାଇବାକୁ ଫୋନ ନମ୍ବର ଓ ଠିକଣା ଭୁଲ ଦେଇଛନ୍ତି। ସେମାନଙ୍କ ଭିତରୁ କେତେଜଣ ବାହାର ରାଜ୍ୟକୁ ପଳାଇ ଥାଇ ପାରନ୍ତି ବୋଲି କୁହାଯାଉଛି।

ତେବେ ଓଡ଼ିଶାରେ ଏଡ୍ସ ରୋଗୀଙ୍କ ସଂଖ୍ୟା ସେତେଟା ବଢୁନି। ବାର୍ଷିକ ପ୍ରାୟ ୩ ହଜାର ରୋଗୀ ଚିହ୍ନଟ ହେଉଛନ୍ତି। ଓଡ଼ିଶାରେ ୫୦ ହଜାରରୁ କମ୍‌ ରୋଗୀ ଥିବାରୁ ଜାତୀୟ ହାରରେ C ତାଲିକାରେ ଅଛି। ୨୦୩୦ ସୁଦ୍ଧା ଦେଶକୁ ଏଡ୍ସ ମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଗଞ୍ଜାମ ଓ କଟକରେ ଏଡ୍ସ ରୋଗୀଙ୍କ ସଂଖ୍ୟା ଅଧିକ ଥିବା  ଜଣାପଡିଛି।

 

ଆନ୍ଧ୍ରପ୍ରଦେଶ ଦେଇ ଗତି କରିବ ବାତ୍ୟା; ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଗଭୀର ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ବର୍ତ୍ତମାନ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ୬ ଘଣ୍ଟା ଧରି ୧୮ କିଲୋମିଟର ବେଗରେ ଗତି କରୁଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ନେବ ଏହାର ବାତ୍ୟାର ରୂପ ନେବ।

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା। ଆନ୍ଧ୍ରର ନେଲୋର ଓ ମଛଲିପଟ୍ଟନମ ମଝିରେ ଅତିକ୍ରମ କରିବ ବାତ୍ୟା। ଅତିକ୍ରମ ବେଳେ ପବନର ବେଗ ସର୍ବାଧିକ ୧୦୦ କିଲୋମିଟର ରହିବ। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କାଲିଠୁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲିଠୁ ୭ ତାରିଖ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ୫ ତାରିଖରୁ ବର୍ଷାର ବିସ୍ତୃତି ବଢ଼ିବ।

ସେହିପରି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ହୋଇଛି। ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି ଏବଂ କୋରାପୁଟରେ ୭୦ରୁ ୨୦୦ ମିଲିମିଟର ବର୍ଷିବା ନେଇ ଚେତାବନୀ ଦିଆଯାଇଛି। ସବୁ ବନ୍ଦରକୁ ୧ ନମ୍ବର ବିପଦ ସଙ୍କେତ ଜାରି ହୋଇଛି । ଏଥିପାଇଁ ୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

୫ ଜଣିଆ ଡକାୟତି ଗ୍ୟାଙ୍ଗକୁ ବାନ୍ଧିଲା ବାଲେଶ୍ବର ପୋଲିସ

ବାଲେଶ୍ବର: ୫ ଜଣିଆ ଡକାୟତି ଗ୍ୟାଙ୍ଗକୁ ଧରିଲା ବାଲେଶ୍ବର ପୋଲିସ। ୫ ଜଣଙ୍କ ମଧ୍ୟରେ ୩ ଜଣ ନାବାଳକ ଅଛନ୍ତି। ଡକାୟତ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ମଧ୍ୟ ଜଣେ ନାବାଳକ ବୋଲି ପୋଲିସ ସୂଚନା ଦେଇଛି। ଏହି ଗ୍ୟାଙ୍ଗ୍‌ ବାଲେଶ୍ୱର ପୋଲିସର ନିଦ ହଜାଇ ଦେଇଥିଲା।

କିଛିଦିନ ପୂର୍ବରୁ ଚାନ୍ଦିପୁର ଡିଆରଡିଓ ରାସ୍ତାର ବାଇପାସ୍ ଛକରେ ମାଛ ବ୍ୟବସାୟୀଙ୍କ ଠାରୁ ଲୁଟ୍‌ କରିବାକୁ ଉଦ୍ୟମ କରି ଏମାନେ ବିଫଳ ହୋଇଥିଲେ । ଡକାୟତଙ୍କୁ ଦେଖି ମାଛ ବ୍ୟବସାୟୀ ଜଣକ ଗଛରେ ନିଜ ଗାଡିକୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ବ୍ୟବସାୟୀଙ୍କର ମୃତ୍ୟୁ ହୋଇଥିଲା।

ତେବେ ସେହିଦିନ ଡକାୟତ ଗ୍ୟାଙ୍ଗ୍‌ ଆଉ ଜଣେ ମାଛ ବ୍ୟବସାୟୀଙ୍କ ଗାଡ଼ିକୁ ଆକ୍ରମଣ କରିଥିଲେ । ବାଲେଶ୍ଵର ସହର ଓ ଆଖପାଖ ଅଞ୍ଚଳରେ ୯ଟି ଅପରାଧିକ ମାମଲାରେ ଏହି ଗ୍ୟାଙ୍ଗ୍‌ ସମ୍ପୃକ୍ତ ଅଛି । ଏମାନଙ୍କ ନାଁରେ ବାଲେଶ୍ବର ଟାଉନ, ସହଦେବ ଖୁଣ୍ଟା, ଚାନ୍ଦିପୁର ଓ ସଦର ଥାନାରେ ମାମଲା ଅଛି ରହିଛି।

ଦିଲ୍ଲୀରେ ପୁଣି ବିଗିଡ଼ିଲା ଏକ୍ୟୁଆଇ; କମ୍ ଦୃଶ୍ୟମାନ କ୍ଷମତା ଯୋଗୁଁ ବଦଳୁଛି ବିମାନର ଗତିପଥ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ବିଗିଡ଼ିଲା ଏକ୍ୟୁଆଇ। ଦେଖାଯାଉନି ରନଓ୍ବେ। ରାଜଧାନୀର ବିଭିନ୍ନ ସ୍ଥାନରେ ଘେରିରହିଛି ଧୂଆଁର ଆସ୍ତରଣ। ଆନନ୍ଦ ବିହାର ଏବଂ ଅଶୋକ ବିହାରରେ ସ୍ଥିତି ସଂଗୀନ। ଶନିବାର ଦିନ ରାଜଧାନୀର ଅନେକ ସ୍ଥାନରେ ଧୂଆଁ ଯୋଗୁଁ ଦିଲ୍ଲୀରୁ ଉଡାଣ କରିବାକୁ ଥିବା ୩ଟି ବିମାନ ଦିଗ ବଦଳାଇ ଦିଆଯାଇଛି।

ଏଥି ସହିତ ଜୟପୁର, ଲକ୍ଷ୍ମୌ, ଅହମ୍ମଦାବାଦ ଓ ଅମ୍ରିତସର ଅଭିମୁଖେ ୧୮ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି । କମ୍ ଦୃଶ୍ୟତା କାରଣରୁ ଗୋଟେ ବିମାନ ଅହମ୍ମଦବାଦ ଏବଂ ଅନ୍ୟ ଦୁଇଟି ବିମାନକୁ ଜୟପୁରକୁ ଡାଇଭର୍ଟ କରିଦିଆଯାଇଛି। ମୁମ୍ବାଇରୁ ଦିଲ୍ଲୀ ଯିବାକୁ ଥିବା ବିମାନ ୟୁକେ ୯୫୪ ଏବଂ ବିମାନ ୟୁକେ ୯୨୮ ଜୟପୁରକୁ ଡାଇଭର୍ଟ କରିଦିଆଯାଇଛି।

ସେହିପରି ଅହମ୍ମଦାବାଦରୁ ଦିଲ୍ଲୀକୁ ଯାଉଥିବା ବିମାନ ୟୁକେ ୯୦୬ ଦିଲ୍ଲୀରେ କମ୍ ଦୃଶ୍ୟତା କାରଣରୁ ଗତିପଥ ବଦଳାଇ ଦିଆଯାଇଛି। ଦିଲ୍ଲୀରେ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀର ରହିଛି। ଆନନ୍ଦ ବିହାରରେ ବାୟୁର ଗୁଣବତ୍ତା ୩୮୮ ଅଶୋକ ବିହାରରେ ୩୮୬ ରହିଛି। ଏନେଇ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ବୁଧବାର ଦିନ ରାଜଧାନୀରୁ ଗ୍ରାପ ୩ ନିୟମ ଉଠାଇଦେଇଥିଲେ ମଧ୍ୟ ଗ୍ରାପ ୧ ଏବଂ ୨ ନିୟମ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Aditya-L1 Mission: ସୋଲାର ଓ୍ବିଣ୍ଡ ପାର୍ଟିକଲ ଏକ୍ସପେରିମେଣ୍ଟ ଆକ୍ଟିଭ୍ କଲା ଇସ୍ରୋ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋକୁ ସଫଳତା। ଆଦିତ୍ୟ ଏଲ-୧ ସାଟେଲାଇଟର ପେଲୋଡ ଆଦିତ୍ୟ ସୋଲାର ଓ୍ବିଣ୍ଡ ପାର୍ଟିକଲ ଏକ୍ସପେରିମେଣ୍ଟ ବା ଆସପେକ୍ସ ନିଜର ଅପରେସନ ଆରମ୍ଭ କରିଛି। ଇସ୍ରୋର ସୂଚନା ଅନୁସାରେ ଆସପେକ୍ସରେ ଦୁଇଟି ଇନଷ୍ଟ୍ରୁମେଣ୍ଟ ରହିଛି। ତାହା ହେଲା ସୋଲାର ଓ୍ବିଣ୍ଡ ଆୟନ ସ୍ପେକ୍ଟୋମିଟର ବା ସ୍ବିସ ଓ ସୁପ୍ରାଥର୍ମାଲ ଆଣ୍ଡ ଏନର୍ଜେଟିକ ପାର୍ଟିକଲ ସ୍ପେକ୍ଟ୍ରୋମିଟର ବା ଷ୍ଟେପସ।

ଗତ ସେପ୍ଟେମ୍ବର ୧୦ରେ ଷ୍ଟେପସ ଇନଷ୍ଟ୍ରୁମେଣ୍ଟ ଆକ୍ଟିଭେଟ ହୋଇଥିବାବେଳେ ଗତ ନଭେମ୍ବର ୨ରୁ ଆକ୍ଟିଭେଟ ହୋଇଥିଲା ସୁଇସ ଇନଷ୍ଟ୍ରୁମେଣ୍ଟ। ୩୬୦ ଡିଗ୍ରୀ ଫିଲ୍ଡ ଭିଉ ଥିବା ଦୁଇଟି ସେନସର ୟୁନିଟ ରହିଛି ସୁଇସ ଇନଷ୍ଟ୍ରୁମେଣ୍ଟରେ। ଏହି ଇନଷ୍ଟ୍ରୁମେଣ୍ଟ ସୌରବାୟୁ ଓ ଆୟନ ତଥା ପ୍ରୋଟନ ଓ ଆଲଫା ପାର୍ଟିକଲ ସମ୍ପର୍କରେ ଗବେଷଣା କରିପାରିବ। ଏହି ଦୁଇ ଇନଷ୍ଟ୍ରୁମେଣ୍ଟ ଜରିଆରେ ସୌରବାୟୁର ଗୁଣବତ୍ତା, ବିଭିନ୍ନ ପ୍ରକ୍ରିୟା, ପୃଥିବୀ ଉପରେ ତାହାର ପ୍ରଭାବ ଆଦି ସମ୍ପର୍କରେ ତଥ୍ୟ ମିଳିପାରିବ।

ଇସ୍ରୋ କହିଛି- ପ୍ରୋଟନ ଓ ଆଲଫା ପାର୍ଟିକଲର ସଂଖ୍ୟା ଅନୁପାତ ଅନୁସାରେ ସୂର୍ଯ୍ୟ-ପୃଥିବୀ ଅନ୍ତର୍ଗତ ଲାଗରେଞ୍ଜ ପଏଣ୍ଟ ଏଲ୧ରେ କରୋନାଲ ମାସ୍ ଇଜେକ୍ସନ ବା ସିଏମଇ ସମ୍ପର୍କରେ ସୂଚନା ମିଳିପାରିବ। ଗତ ସେପ୍ଟେମ୍ବର ୨ ତାରିଖରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଆଦିତ୍ୟ ଏଲ୧କୁ ଉତକ୍ଷେପଣ କରାଯାଇଥିଲା। ପ୍ରାୟ ୧୨୫ଦିନର ଯାତ୍ରା ପରେ ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଲାଗରେଞ୍ଜ ପଏଣ୍ଟ ଏଲ୧ରେ ଆଦିତ୍ୟ ଏଲ-୧ ଅବସ୍ଥାପିତ ହେବ। ଆସନ୍ତା ୨୦୨୪ ଜାନୁଆରୀ ୭ରେ ଏହା ଅବସ୍ଥାପିତ ହେବା ଆଶା କରାଯାଇଛି।

ଛତିଶଗଡ ଦାନ୍ତେଓ୍ବାଡାରେ ପୁଣି ମାତିଲେ ମାଓବାଦୀ, IED ବିସ୍ଫୋରଣରେ ଦୁଇ ଯବାନ ଆହତ

ଦାନ୍ତେଓ୍ବାଡା: ଛତିଶଗଡ ଦାନ୍ତେଓ୍ବାଡାରେ ପୁଣି ମାତିଲେ ମାଓବାଦୀ। ଆଇଇଡି ବିସ୍ଫୋରଣରେ ଦୁଇ ଜଣ ସିଆରପିଏଫ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଚିକିତ୍ସା ଲାଗି ରାୟପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆସନ୍ତାକାଲି ଛତିଶଗଡ଼ ବିଧାନସଭା ନିର୍ବାଚନ ଲାଗି ଗଣତି ହେବାକୁ ଯାଉଥିବାବେଳେ ଆଜି ସକାଳେ ଏହି ବିସ୍ଫୋରଣ ଘଟିଛି।

ବାରସୋର ପୋଲିସ ଥାନା ଅଧୀନସ୍ଥ ଇନ୍ଦ୍ରାବତୀ ନଦୀର ଶତଧର ବ୍ରିଜ ନିକଟରେ ମାଓବାଦୀ ବ୍ୟାନରରେ ଘୋଡ଼ାଯାଇଥିବା ଏକ ବିସ୍ଫୋରକକୁ ନିଷ୍କ୍ରିୟ କରିବାବେଳେ ଏହି ବିସ୍ଫୋରଣ ଘଟିଥିଲା। ଆଜିଠାରୁ ପିପୁଲ୍ସ ଲିବରେସନ ଗରିଲା ଆର୍ମି ସପ୍ତାହ ପାଳନ ହେଉଥିବାବେଳେ ସିଆରପିଏଫର ଏକ ବାଟାଲିୟନକୁ ସ୍ଥାନୀୟ ଅଞ୍ଚଳକୁ ପଠାଯାଇଛି।

ଭାରତ ବିଶ୍ୱକପ୍ କାହା ପାଇଁ ହାରିଲା? ବିସିସିଆଇକୁ ନାମ କହିଲେ ଦ୍ରାଭିଡ୍…

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ୨୦୨୩ରେ ଭାରତର ପରାଜୟକୁ ଆଜିଯାଏଁ ଭୁଲି ପାରିନାହାଁନ୍ତି କ୍ରିକେଟ୍ ପ୍ରେମୀ। ପୂରା ଟୁର୍ଣ୍ଣାମେଣ୍ଟରେ ଭାରତ ପ୍ରଦର୍ଶନ ଖୁବ୍ ଭଲ ରହିଥିବା ବେଳେ ଠିକ୍ ସମୟରେ ହାର ମାନିଯାଇଥିଲା ଟିମ୍ ଇଣ୍ଡିଆ । ନିକଟ ଅତୀତରେ କ୍ୟାପଟେନ୍ ରୋହିତ ଶର୍ମାଙ୍କ ସହ ଟିମ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ବିଶ୍ୱକପର ରିଭ୍ୟୁ ମିଟିଂ କରିଥିଲା । ଯେଉଁଥିରେ ଫାଇନାଲରେ ପରାଜୟର କାରଣ ଖୋଜା ଯାଇଥିଲା ।

ରିପୋର୍ଟ ଅନୁଯାୟୀ, ଫାଇନାଲରେ ପରାଜୟ ପାଇଁ ପିଚ୍କୁ ଦାୟୀ କରିଛନ୍ତି କୋଚ୍ ରାହୁଲ ଦ୍ରାଭିଡ। ରାହୁଲ ଦ୍ରାବିଡ କହିଛନ୍ତି ଯେ ଫାଇନାଲରେ ସେ ଯେତିକି ଆଶା କରିଥିଲେ ସେ ଅନୁସାରେ ପିଚ୍ ତାଙ୍କୁ ସପୋର୍ଟ କରିନଥିଲା।  ପିଚ୍ ସ୍ପିନରଙ୍କୁ ସୁହାଇ ଥିଲେ ଆଜି ପରିଣତି କିଛି ଅଲଗା ହୋଇଥାନ୍ତା ।

ସୂଚନାଯୋଗ୍ୟ, ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅହମ୍ମଦାବାଦରେ ଅନୁଷ୍ଠିତ ହୋଇଥିଲା। ତେବେ ଏହି ସମାନ ପିଚରେ ଭାରତ ଓ ପାକିସ୍ତାନ ମୁକାବିଲା ମଧ୍ୟ ହୋଇଥିଲା। ଯଦିଓ ଫାଇନାଲ୍ ପରି ବଡ ଇଭେଣ୍ଟ ପାଇଁ ନୂଆ ପିଚର ବ୍ୟବହାର ହୋଇଥାଏ, କିନ୍ତୁ ଏଠାରେ ପୁରୁଣା ପିଚ୍ର ବ୍ୟବହାର କରାଯାଇଥିଲା। ବୋଧହୁଏ ଏଥିପାଇଁ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିପାରିନଥିଲା।

ତେବେ ଏହି ବୈଠକରେ ବିସିସିଆଇ ସଚିବ ଜୟ ଶାହା, ଉପାଧ୍ୟକ୍ଷ ରାଜୀବ ଶୁକ୍ଲାଙ୍କ ସମେତ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ବୈଠକରେ ଜୁନରେ ଅନୁଷ୍ଠିତ ହେବାକୁ ଥିବା T20 ବିଶ୍ୱକପ ପର୍ଯ୍ୟନ୍ତ ରାହୁଲ ଦ୍ରାଭିଡ କୋଚ୍ ରହିବେ ବୋଲି ସୂଚନା ଦିଆଯାଇଛି। ଏଥିସହିତ ରୋହିତ ଶର୍ମା T20 ବିଶ୍ୱକପରେ ଅଧିନାୟକ ଭାବେ ରହିବେ।

ବୈପାରୀଗୁଡା ଥାନା IIC ସୁଶାନ୍ତ ଶତପଥୀ ଚାକିରିରୁ ବହିଷ୍କୃତ

ବୈପାରୀଗୁଡା: ବୈପାରୀଗୁଡା ଥାନା ଆଇଆଇସି ସୁଶାନ୍ତ ଶତପଥୀ ଚାକିରିରୁ ବହିଷ୍କୃତ। ସୁଶାନ୍ତ ଶତପଥୀଙ୍କୁ ବହିଷ୍କାର କଲେ ପୋଲିସ ଡିଜି। ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ଜିରୋ ଟଲରାନ୍ସ ଆଧାରରେ ତାଙ୍କୁ ପୋଲିସ ଚାକିରିରୁ ବହିଷ୍କାର କରାଯାଇଛି। ପୂର୍ବରୁ ଆଇଆଇସି ସୁଶାନ୍ତ ଶତପଥୀଙ୍କ ଠାରୁ ୩୭ ଲକ୍ଷ ଟଙ୍କାକୁ ଭିଜିଲାନ୍ସ ଜବତ କରିବା ପରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା।

ଆଇଆଇସିଙ୍କୁ ଗିରଫ କରିବା ପରେ ଜୟପୁର ଭିଜିଲାନ୍ସ ଏସପି ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀ ପୋଲିସ ଡିଜିପିଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚିଠି ଲେଖିଥିଲେ। ପୂର୍ବରୁ ଚାକିରି କାଳରେ ନିଜର ଅଶୋଭନୀୟ ଆଚରଣ ପାଇଁ ୩ ଜିଲ୍ଲାର ଏସପି, ସୁଶାନ୍ତଙ୍କୁ ବ୍ଲାକମାର୍କ ଦେଇଥିଲେ।