spot_img
Home Blog Page 2320

କାର୍ ଦୁର୍ଘଟଣାରେ ଯୁବ ବିଧାୟିକାଙ୍କ ମୃତ୍ଯୁ

ବ୍ୟୁରୋ ରିପୋର୍ଟ: କାର୍ ଦୁର୍ଘଟଣାରେ ଯୁବ ବିଧାୟିକାଙ୍କ ମୃତ୍ୟୁ। ହାଇଦ୍ରାବାଦରେ ବିଆରଏସ ବିଧାୟିକା ଜି. ଲାସ୍ୟା ନନ୍ଦିତାଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଭାରସାମ୍ୟ ହରାଇ ରୋଡ ଡିଭାଇଡରରେ ପିଟି ହୋଇଯାଇଥିଲା କାର୍ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ। ୩୭ ବର୍ଷ ବୟସରେ ବିଧାୟିକା ନନ୍ଦିତାଙ୍କ ମୃତ୍ୟୁ ହୋଇଛି।

ତେଲେଙ୍ଗାନା ରାଜନୀତିରେ ପ୍ରମୁଖ ବ୍ୟକ୍ତିତ୍ବ ଥିଲେ ଲାସ୍ୟା ନନ୍ଦିତା। ତେଲେଙ୍ଗାନାରୁ ପ୍ରଥମ ଥର ବିଧାୟିକା ହୋଇଥିଲେ ଲାସ୍ୟା ନନ୍ଦିତା। ୨୦୧୬ରେ କାଭାଡିଗୁଡ଼ାର କର୍ପୋରେଟର ଭାବେ ଲାସ୍ୟା କାମ କରୁଥିଲେ। ତାଙ୍କ ବିଧାୟକ ବାପା ଜି. ସାୟାନାଙ୍କ ମୃତ୍ୟୁ ପରେ ସେ ରାଜନୀତିରେ ପାଦ ଦେଇ ବିଜୟୀ ହୋଇଥିଲେ।

ଚନ୍ଦ୍ରରେ ଅବତରଣ କଲା ଆମେରିକୀୟ ସ୍ପେସକ୍ରାଫ୍ଟ ଓଡିସସ

ବ୍ୟୁରୋ ରିପୋର୍ଟ: ଚନ୍ଦ୍ରରେ ଅବତରଣ କଲା ଆମେରିକୀୟ ସ୍ପେସକ୍ରାଫ୍ଟ ଓଡିସସ। ୧୯୬୯ରେ ପ୍ରଥମ ଥର ଲାଗି ନୀଲ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ର ପୃଷ୍ଠରେ ଦେଇଥିଲେ ପାଦ। ପରଠାରୁ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ଲାଗି ଯୋଜନା ହୋଇଥିଲେ ବି ତାହା ରୂପାୟିତ ହୋଇପାରି ନଥିଲା। ଏହାର ଦୀର୍ଘ ବର୍ଷ ପରେ ଇନଟ୍ଯୁଟିଭ ମେସିନସ୍ ସହଭାଗିତାରେ ଚନ୍ଦ୍ରରେ ଅବତରଣ କରିଛି। ଆମେରିକୀୟ ସ୍ପେସକ୍ରାଫ୍ଟ ଓଡିସସ।

ତେବେ ଏହା ଦୁର୍ବଳ ସିଗନାଲ ଦେଉଥିବା ସୂଚନା ମିଳିଛି। ଚନ୍ଦ୍ରରେ ଅବତରଣ ପରେ ଏହା କୌଣସି ପ୍ରକାର ସିଗନାଲ ଦେବାକୁ ବିଫଳ ହୋଇଥିଲା। ମାତ୍ର ପରେ ଏହା ସାମାନ୍ୟ ସକ୍ରିୟ ହୋଇଥିଲା। ଚନ୍ଦ୍ରର ଦକ୍ଷିଣ ମେରୁଠାରୁ ୩୦୦ କିଲୋମିଟର ଦୂର ମାଲାପେର୍ଟ-ଏ ନାମକ ବିପଜ୍ଜନକ ଗର୍ତ୍ତ ନିକଟରେ ଅବତରଣ କରିଥିଲା। ପ୍ରଖ୍ୟାତ ଜ୍ଯୋତିର୍ବିତ ଚାର୍ଲସ ମାଲାପେର୍ଟଙ୍କ ନାମାନୁସାରେ ଏହି ଗର୍ତ୍ତ ନାମିତ ହୋଇଥିବାବେଳେ ଏହା ଉପରେ ବର୍ତ୍ତମାନ ସୁଦ୍ଧା ବିଶେଷ ଗବେଷଣା କରାଯାଇନାହିଁ। ଗତ ଫେବ୍ରୁଆରୀ ୧୫ରେ କେନେଡି ସ୍ପେସ ସେଣ୍ଟରରୁ ସ୍ପେସଏକସ ଫାଲକନ-୯ ରକେଟରେ ଓଡିସସର ଉତକ୍ଷେପଣ ହୋଇଥିଲା। ଅତୀତରେ ଚନ୍ଦ୍ରକୁ ଯେଉଁ ପଥରେ ଆପୋଲୋ ମିଶନ ହୋଇଥିଲା ସେହି ପଥରେ ଚନ୍ଦ୍ରକୁ ଗତି କରିଥିଲା ଓଡିସସ। ଭାରତର ଚନ୍ଦ୍ରଯାନ-୩ ମିଶନ ପରି କିନ୍ତୁ ଓଡିସସର ଯାତ୍ରା ନଥିଲା। ମାତ୍ର ୮ ଦିନ ମଧ୍ଯରେ ଚନ୍ଦ୍ରକୁ ଯାଇଥିଲା ମହାକାଶଯାନ। ଏଥିରେ କ୍ରାୟୋଜେନି ପ୍ରପଲସନ ସିଷ୍ଟମ ରହିଥିଲା। କମର୍ସିଆଲ ଲୁନାର ପେଲୋଡ ସର୍ଭିସ ଇନିସିଏଟିଭରେ ଏଥିରେ ନାସା ଲାଗି ୬ଟି ପେଲୋଡ ପଠାଯାଇଛି।

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ପରଲୋକ

ବ୍ୟୁରୋ ରିପୋର୍ଟ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ପରଲୋକ । ୮୬ ବର୍ଷ ବୟସରେ ହୃଦଘାତରେ ମନୋହରଙ୍କ ଦେହାନ୍ତି ହୋଇଛି। ମୁମ୍ବାଇର ପିଡି ହିନ୍ଦୁଜା ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ଗତ ଫେବୃଆରୀ ୨୧ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ମନୋହର ଯୋଶୀ ୧୯୯୫ରୁ ୧୯୯୯ ଯାଏଁ ମହାରାଷ୍ଟ୍ର ମୁଖ୍ଯମନ୍ତ୍ରୀ ଥିଲେ। ଅବିଭକ୍ତ ଶିବସେନାର ସେ ଥିଲେ ପ୍ରଥମ ମୁଖ୍ୟମନ୍ତ୍ରୀ। ସେ ୨୦୦୨ରୁ ୨୦୦୪ ଯାଏ ଥିଲେ ଲୋକସଭା ବାଚସ୍ପତି। ସେ ୧୯୩୭ ଡିସେମ୍ବର ୨ରେ ରାଇଗଡ ଜିଲ୍ଲାର ନାନ୍ଦଭିରେ ଜନ୍ମଗ୍ରହଣ କରିଥିଲେ। ଜଣେ ଶିକ୍ଷକରୁ ରାଜନେତା ହୋଇଥିଲେ ମନୋହର। ସେ ୧୯୬୭ରେ ରାଜନୀତିରେ ପ୍ରବେଶ କରିଥିଲେ। ଶିବସେନା ସହ ପ୍ରାୟ ୪୦ ବର୍ଷ ଧରି ସମ୍ପର୍କରେ ଥିଲେ। ୧୯୬୮ରୁ ୧୯୭୦ ଯାଏ ସେ ଥିଲେ ମୁମ୍ବାଇ ମ୍ୟୁନିସପାଲ କାଉନସିଲର। ସେ ୧୯୭୬ରୁ ୧୯୭୭ ଥିଲେ ମୁମ୍ବାଇ ମେୟର। ୧୯୯୦ରେ ବିଧାୟକ ହୋଇଥିବା ମନୋହର ୧୯୯୯ରେ ମୁମ୍ବାଇ ନର୍ଥ-ସେଣ୍ଟ୍ରାଲରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

‘ଓଡ଼ିଆ ବ୍ରାଇଡାଲ ମେକଅପ୍’ ତାଲିମ ନେଲେ ଏସଏଚଜି ମହିଳା

ଭୁବନେଶ୍ୱର: ମହିଳାଙ୍କୁ ସ୍ବାବଲମ୍ବୀ ଓ ରୋଜଗାରକ୍ଷମ କରିବାକୁ ସରକାରଙ୍କ ପ୍ରୟାସ। ଏସଏଚଜି ମା’ମାନଙ୍କୁ ତାଲିମ ଦେଇ ସେମାନଙ୍କ ପାଇଁ ରୋଜଗାରର ନୂଆ ବାଟ ସୃଷ୍ଟି କରୁଛନ୍ତି ରାଜ୍ୟ ସରକାର । ମିଶନ ଶକ୍ତି ବିଭାଗର ସହଭାଗିତାରେ ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ମାଗଣା ‘ଓଡ଼ିଆ ବ୍ରାଇଡାଲ ମେକଅପ୍’ ତାଲିମ ଦିଆଯାଉଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଦ୍ୱିତୀୟ ବ୍ୟାଚରେ ରାଜ୍ୟର ୩୦ ଜଣ ଏସଏଚଜି ମା’ ତାଲିମ ଶେଷ କରି ବାହାରିଛନ୍ତି। ବିଶ୍ୱ ଦକ୍ଷତା କେନ୍ଦ୍ରର ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗରେ ଏସଏଚଜି ମହିଳାଙ୍କ ଲାଗି ଏହି ସ୍ୱତନ୍ତ୍ର ତାଲିମ ପାଠ୍ୟକ୍ରମ କରାଯାଇଥିଲା। ଏଥିରେ ୮ଟି ଜିଲ୍ଲାର ୩୦ ଜଣ ମହିଳା ଯୋଗ ଦେଇଥିଲେ। ୩ ସପ୍ତାହ ଧରି ଚାଲିଥିବା ଏହି ଆଧୁନିକ ତାଲିମ ମାଧ୍ୟମରେ ସେମାନେ ବେସିକ୍ ଫେସିଆଲ, ବ୍ରାଇଡାଲ ମେକଅପ୍, ହେୟାର କଟିଂ, ପ୍ୟାଡିକିୟୋର, ମ୍ୟାନିକିୟୋର, ସାମ୍ପୋଇଙ୍ଗ୍, ହେଡ୍ ମସାଜ୍ ଏବଂ ଥ୍ରେଡିଂ ଆଦି ଉପରେ ଶିଖିଥିଲେ।।

ଏଥିରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଯୋଗଦେଇ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ସେମାନଙ୍କୁ ସାର୍ଟିଫିକେଟ୍ ସହ ମେକ୍ଅପ୍ କିଟ୍ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏସଏଚଜି ମା’ଙ୍କୁ ନେଇ ଏକ ରାମ୍ପ ସୋ’ କରାଯାଇଥିଲା। ପରେ ଏସଏଚଜି ମା’ମାନେ ମିଶନ ଶକ୍ତି ଭବନକୁ ଆସି ବିଭାଗୀୟ ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ କାର୍ତ୍ତିକେୟନ୍ ଓଡ଼ିଆ ବ୍ରାଇଡାଲ ମେକଅପ୍ ପାଠ୍ୟକ୍ରମ ଶେଷ କରିଥିବା ଏସ୍ଏଚଜି ମା’ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ

ପୁରୀ: ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ। ଶ୍ରୀଜିଉଙ୍କ ପୂଜାବିଧିର ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ରାତି ୩ଟା ୧୪ରେ ଦ୍ବାରଫିଟା ନୀତି ହୋଇଛି। ରାତି ଗୋଟାଏ ୨୬ରେ ହୋଇଥିଲା ରାତ୍ର ପହୁଡ। ପରେ ମଙ୍ଗଳଆଳତି, ତଡପଲାଗି, ଅବକାଶ ନୀତି ପରେ ବେଶ ସମ୍ପନ୍ନ। ଅନ୍ଯାନ୍ଯ ନୀତି ପରେ ସକାଳ ୬ଟା ୩୦ରୁ ୮ଟା ମଧ୍ଯରେ ସକାଳଧୂପ କରାଯାଇ ୯ଟା ମଧ୍ଯରେ ମଇଲମ ବେଶ ନୀତି ସମ୍ପନ୍ନ ହେବ।

ସେହିପରି ୧୦ଟାରୁ ୧୧ଟା ୩୦ ମଧ୍ଯରେ ମଧ୍ଯାହ୍ନ ଧୂପ, ୧୦ଟା ୩୦ରୁ ଅପରାହ୍ନ ଗୋଟାଏ ମଧ୍ଯରେ ଦ୍ବିତୀୟ ଭୋଗମଣ୍ଡପ ନୀତି କରିଯିବ। ସନ୍ଧ୍ଯା ସାଢେ ୬ଟାରେ ସନ୍ଧ୍ଯା ଆଳତି, ୭ଟାରୁ ରାତି ସାଢେ ୮ଟା ମଧ୍ଯରେ ସନ୍ଧ୍ଯା ଧୂପ, ରାତି ୧୦ଟାରେ ବଡସିଂହାର ବେଶ, ୧୦ଟା ୩୦ରେ ବଡସିଂହାର ଭୋଗ ନୀତି ସମ୍ପନ୍ନ କରାଯିବା ପରେ ରାତି ୧୧ଟାରେ ରାତ୍ର ପହୁଡ଼ ପଡ଼ି ।  ମରାମତି କାର୍ଯ୍ୟ ମାର୍ଚ୍ଚ ୧୯ ତାରିଖ ସୁଦ୍ଧା ସାରିବାକୁ ଲକ୍ଷ୍ଯ ରଖାଯାଇଛି। ମରାମତି କାର୍ଯ୍ୟ ପ୍ରତିଦିନ ମଧ୍ୟାହ୍ନ ଗୋଟାଏରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ । ମରାମତି ସମୟରେ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଦର୍ଶନକୁ ନେଇ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ।

ପୁଣି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଅଡୁଆ, CID ରେ ହାଜର ହେବେ ରାହୁଲ !

ବ୍ୟୁରୋ ରିପୋର୍ଟ: ପୁଣି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଡୁଆରେ। ଆଜି ଆସାମ କ୍ରାଇମ ଇନଭେଷ୍ଟିଗେସନ ଡିପାର୍ଟମେଣ୍ଟ ବା ସିଆଇଡିରେ ହାଜର ହୋଇପାରନ୍ତି ରାହୁଲଙ୍କ ସମେତ ୧୧ କଂଗ୍ରେସ ନେତା। ଭାରତ ଯୋଡ ଯାତ୍ରାକୁ ନେଇ ୨୩ରେ ହାଜର ହେବା ଲାଗି ରାହୁଲ, କେ.ସି. ଭେନୁଗୋପାଲ, ଜିତେନ୍ଦ୍ର ସିଂ, ପିସିସି ସଭାପତି ଭୂପେନ ବୋରା, ଗୌରବ ଗୋଗଇ, ଦେବବ୍ରତ ସାଇକିଆ, ଜାକିର ହୁସେନ ପ୍ରମୁଖଙ୍କୁ ସମନ ଦେଇଥିଲା ସିଆଇଡି।

ସେହିପରି ଯୁବକଂଗ୍ରେସ ସଭାପତି ବି.ଭି ଶ୍ରୀନିବାସ, ଏନଏସୟୁଆଇ ଇନଚାର୍ଜ କହ୍ନେୟା କୁମାରଙ୍କୁ ବି ସମନ ଜାରି ହୋଇଛି। ଗତ ଜାନୁଆରୀ ୨୩ ତାରିଖରେ ରୁଜୁ ହୋଇଥିବା ମାମଲାରେ ଧାରା ୧୨୦ ଖ, ୧୪୨, ୧୪୭, ୨୮୩, ୨୫୩, ୩୩୨, ୧୮୮, ୪୨୭ ଅନୁସାରେ ମାମଲା ରୁଜୁ ହୋଇଥିଲା। ସର୍ବସାଧାରଣ ସମ୍ପତ୍ତି ଭଙ୍ଗାରୁଜା ନିରାକରଣ ଆଇନ ଅନୁସାରେ ସେମାନଙ୍କ ବିରୋଧରେ କବଶିଷ୍ଠ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। ଭାରତ ଯୋଡ ନ୍ୟାୟ ଯାତ୍ରା ବେଳେ ସଂଘର୍ଷ ଘଟାଇଥିବା ଅଭିଯୋଗ କ୍ରମେ ଏହି ମାମଲା ରୁଜୁ ହୋଇଥିଲା।

ବ୍ଯାପୁଛି ଚାଷୀ ଆନ୍ଦୋଳନ, ଆଜି କଳାଦିବସ ପାଳି କେନ୍ଦ୍ରୀୟ ଟ୍ରେଡ ୟୁନିଅନ

ନୂଆଦିଲ୍ଲୀ: ଦିନକୁ ଦିନ ବ୍ଯାପୁଛି ଚାଷୀ ଆନ୍ଦୋଳନର ନିଆଁ। ପଞ୍ଜାବ- ହରିଆଣା ସୀମା ଖାନାଉରିରେ ଜଣେ ଆନ୍ଦୋଳନକାରୀଙ୍କ ମୃତ୍ଯୁ ନେଇ ବଢିଛି ବିବାଦ। ହତ୍ଯା ମାମଲା ରୁଜୁ କରିବାକୁ ଦାବି କରିଛନ୍ତି କୃଷକ ସଂଗଠନ। ଆଜି କଳାଦିବସ ପାଳିବା ଲାଗି କେନ୍ଦ୍ରୀୟ ଟ୍ରେଡ ୟୁନିଅନ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ମୃତ୍ଯୁ ପ୍ରତିବାଦରେ ଆଜି ବି ପଞ୍ଜାବ-ହରିଆଣା ହାଇକୋର୍ଟ ବାର୍ ଆସୋସିଏସନର କାର୍ଯ୍ୟବନ୍ଦ ଡାକରା ଦିଆଯାଇଛି।

ହରିଆଣାର ଖାନାଉରୀ ସୀମାରେ ଜଣେ ଚାଷୀଙ୍କ ମୃତ୍ୟୁକୁ ନେଇ ପୋଲିସ ଉପରେ ଦୋଷ ଦେଇଥିଲା ଅଲ ଇଣ୍ଡିଆ କିଷାନ ସଭା। ଚାଷୀ ମୃତ୍ୟୁକୁ ନେଇ ପୋଲିସ ଓ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିଥିଲେ ଚାଷୀ ସଂଗଠନ। ବୁଧବାର ‘ଦିଲ୍ଲୀ ଚଲୋ’ ଅଭିଯାନ ଜୋର ଧରିବା ପରେ ପୋଲିସ ପକ୍ଷରୁ ଲୁହ ବୁହା ଗ୍ଯାସ ପ୍ରୟୋଗ କରାଯାଇଥିଲା। ଶହ ଶହ ଟ୍ରାକ୍ଟର ଓ କାର ଦିଲ୍ଲୀ ଅଭିମୁଖେ ବାହାରିବା ଯୋଗୁଁ ସ୍ଥିତି ସଂଗୀନ ହୋଇଥିଲା। କେନ୍ଦ୍ର ସରକାରଙ୍କ ଏମଏସପି ପ୍ରସ୍ତାବକୁ ଅଗ୍ରାହ୍ୟ କରିଆସୁଛନ୍ତି ଚାଷୀ ସଂଗଠନ।

ଦାବିରେ ଅଟଳ ଅନ୍ନଦାତା

0

ନୂଆଦିଲ୍ଲୀ: ଦାବିରେ ଅଟଳ ଅନ୍ନଦାତା। କେନ୍ଦ୍ରର ଆଲୋଚନା ଆହ୍ବାନକୁ ଅଗ୍ରାହ୍ୟ କରିଛନ୍ତି ଚାଷୀ ସଂଗଠନ। ସେପଟେ ପଞ୍ଜାବ- ହରିଆଣା ସୀମା ଖାନାଉରିରେ ଜଣେ ଆନ୍ଦୋଳନକାରୀଙ୍କ ମୃତ୍ଯୁ ନେଇ ବଢିଛି ବିବାଦ। ହତ୍ଯା ମାମଲା ରୁଜୁ କରିବାକୁ ଦାବି କରିଛନ୍ତି କୃଷକ ସଗଠନ। ତେଣେ ଆସନ୍ତାକାଲି କଳାଦିବସ ପାଳିବା ଲାଗି କେନ୍ଦ୍ରୀୟ ଟ୍ରେଡ ୟୁନିଅନ ପକ୍ଷରୁ ଘୋଷଣା କରାଯାଇଥିବାବେଳେ ମୃତ୍ଯୁ ପ୍ରତିବାଦରେ କାଲି ବି ପଞ୍ଜାବ-ହରିଆଣା ହାଇକୋର୍ଟ ବାର୍ ଆସୋସିଏସନର କାର୍ଯ୍ୟବନ୍ଦ ଡାକରା ଦିଆଯାଇଛି।

ହରିଆଣାର ଖାନାଉରୀ ସୀମାରେ ଜଣେ ଚାଷୀଙ୍କ ମୃତ୍ୟୁକୁ ନେଇ ପୋଲିସ ଉପରେ ଦୋଷ ଦେଇଛି ଅଲ ଇଣ୍ଡିଆ କିଷାନ ସଭା । ପଟିଆଲାସ୍ଥିତ ରାଜେନ୍ଦ୍ର ହସ୍ପିଟାଲର ଜଣେ ଡାକ୍ତର କହିଛନ୍ତି ମୃତକ ଶୁଭ କରଣ ସିଂଙ୍କ ପୋଷ୍ଟମର୍ଟମ ରିପୋର୍ଟରେ ତାଙ୍କ ମୁଣ୍ଡରେ ଗୁଳିବାଜିଥିବା ଦେଖାଯାଇଛି । ହସ୍ପିଟାଲକୁ ୩ ଜଣ ଆହତଙ୍କୁ ଅଣାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି । ଚାଷୀ ମୃତ୍ୟୁକୁ ନେଇ ପୋଲିସ ଓ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ଚାଷୀ ସଂଗଠନ ।

ସେପଟେ ଦିଲ୍ଲୀ ଚଲୋ ଅଭିଯାନକୁ ଦୁଇ ଦିନ ଲାଗି ସ୍ଥଗିତ ରଖାଯାଇଥିବାବେଳ ଚାଷୀମାନେ ଧାରଣା ଅବ୍ଯାହତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ବୁଧବାର ଦିଲ୍ଲୀ ଚଲୋ ଅଭିଯାନ ଜୋର ଧରିବା ପରେ ପୋଲିସ ପକ୍ଷରୁ ଲୁହବୁହା ଗ୍ଯାସ ପ୍ରୟୋଗ କରାଯାଇଥିଲା । ଶହ ଶହ ଟ୍ରାକ୍ଟର ଓ କାର ଦିଲ୍ଲୀ ଅଭିମୁଖେ ବାହାରିବା ଯୋଗୁ ସ୍ଥିତି ସଂଗୀନ ହୋଇଥିଲା । ତେବେ କିଷାନ ରାଲିକୁ ଅଟକାଇବାରେ ପୋଲିସ ସଫଳ ହୋଇଥିଲା ।

ଦୁଇଟି ଭିନ୍ନଭିନ୍ନ ସଡ଼କ ଦୁର୍ଘଟଣାରେ ୫ ମୃତ

0

ସମ୍ବଲପୁର: ସମ୍ବଲପୁରରେ ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ୫ ମୃତ । ସନ୍ଧ୍ୟା ପ୍ରାୟ ୬ଟା ସମୟରେ ବୁର୍ଲା ଭିସୁଟ ମରିଚି ହଷ୍ଟେଲ ସମ୍ମୁଖରେ ସ୍କୁଟି ଓ ବାଇକ ମଧ୍ଯରେ ଧକ୍କା ହୋଇଥିଲା । ଏଥିରେ ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଆଶୀର୍ବାଦ ରଥ ଓ ଆକ୍ଷିତ ସେଠୀ ।

ସେହିପରି ଟାଉନ ଥାନା ଅନ୍ତର୍ଗତ ଚାଉଁରବ୍ରିଜ ଉପରେ ସ୍କୁଟି ଓ ବାଇକ ମୁହାଁ ମୁହିଁ ଧକ୍କା ହେବା ଫରଲେ ଦୁଇ ସ୍କୁଟି ଚାଳକଙ୍କ ସହ ୩ ଜଣଙ୍କ ମୃତ୍ଯୁ ହୋଇଛି । ମୃତକ ମାନେ ହେଲେ କ୍ଷେତରାଜପୁର ଅଞ୍ଚଳର ସୂର୍ଯ୍ୟୟା ଅଗ୍ରୱାଲ ଓ କ୍ରିଷ୍ଣା ଅଗ୍ରୱାଲ । ଏହି ଦୁର୍ଘଟଣାରେ ୩ ଆହତ ହୋଇଛନ୍ତି । ଆହତଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

ଆସିଲା ଜାତୀୟ ସ୍ତରର ସର୍ଭେ ରିପୋର୍ଟ; ୨୦୨୪ରେ ବିଜେଡିକୁ ମିଳିବ ବଡ ସଫଳତା

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ଫଳାଫଳକୁ ନେଇ ଜାତୀୟ ସ୍ତରର ସର୍ଭେରେ ଚମକାଇଦେଲା ଭଳି ରିପୋର୍ଟ। ୨୦୨୪ରେ ବିଜେଡିକୁ ମିଳିବ ବଡ ସଫଳତା। ଲୋକସଭାରେ ବିଜେଡି ମାରିବ ବାଜି। ଏକ ଜାତୀୟ ସର୍ଭେରେ ଏଭଳି ତଥ୍ୟ ଆସିଛି। ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟର ୨୧ ଲୋକସଭା କ୍ଷେତ୍ର ମଧ୍ୟରୁ ବିଜେଡି ୧୮ଟି ଆସନ ଦଖଲ କରିବ। ଜାତୀୟ ସର୍ଭେରୁ ଏଭଳି ଆକଳନ ଆସିଛି।

ବିଜେପି ୨ଟି ଆସନରୁ ଜିତିବାର ସମ୍ଭାବନା ଥିବା ବେଳେ କଂଗ୍ରେସ ଗୋଟିଏ ଆସନରୁ ଜିତିପାରେ। ୨୦୧୯ ନିର୍ବାଚନରେ ବିଜେଡି ୧୨ଟି ଆସନରୁ ଜିତିଥିବା ବେଳେ ବିଜେପି ୮ଟିରୁ ଓ କଂଗ୍ରେସ ଗୋଟିଏ ଆସନ ପାଇଥିଲା। ୨୦୨୪ରେ କିନ୍ତୁ ସରକାରଙ୍କ ଲୋକାଭିମୁଖୀ ଯୋଜନାରେ ରାଜ୍ୟବାସୀ ବିଜେଡିକୁ ଅଧିକ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି। ସର୍ଭେ ଆକଳନ ଅନୁଯାୟୀ ୨୦୧୯ରେ କଂଗ୍ରେସ କୋରାପୁଟ ଲୋକସଭା ଆସନ ହାତେଇଥିଲା। ଏଥର କିନ୍ତୁ ଚିତ୍ର ବଦଳିଛି । କୋରାପୁଟ ଆସନଟି ଏବେ ବିଜେଡି ଖାତାକୁ ଯିବ ବୋଲି ଆକଳନ କରାଯାଉଛି ।

ସେହିପରି ଭୁବନେଶ୍ବର, ବାଲେଶ୍ବର ଓ ମୟୁରଭଞ୍ଜ ଆସନ ୨୦୧୯ରେ ବିଜେପି ଖାତାକୁ ଯାଇଥିବା ବେଳେ ୨୦୨୪ରେ ଏହି ତିନୋଟି ଯାକ ଆସନରେ ବିଜେଡି ବାଜିମାତ କରିବ ବୋଲି ଆକଳନ କରାଯାଉଛି। ସୁନ୍ଦରଗଡ, ବରଗଡ, ସମ୍ବଲପୁର, କଳାହାଣ୍ଡି ଓ ବଲାଙ୍ଗିର ପଶ୍ଚିମ ଓଡିଶାର ଏହି ୫ ଆସନରେ ବିଜେଡି କଡା ଟକ୍କର ଦେବ। ଏହି ୫ ଲୋକସଭା ଆସନ ମଧ୍ୟରୁ ବିଜେଡି ଦୁଇଟି, ବିଜେପି ଦୁଇଟି ଓ କଂଗ୍ରେସ ଗୋଟିଏ ଆସନରୁ ଜିତିବାର ସମ୍ଭାବନା ରହିଛି।

ଏଭଳିକି ଓଡିଶାର ୨୧ ଲୋକସଭା ଆସନ ମଧ୍ୟରୁ ବିଜେଡି ୧୮ଟି ଜିତିବ। ବିଜେପି ୨ଟି ଓ କଂଗ୍ରେସ ଗୋଟିଏ ଆସନରୁ ଜିତିପାରେ ବୋଲି ଆକଳନ କରାଯାଉଛି। ଏହି ସର୍ଭେରୁ ପ୍ରମାଣିତ ହେଉଛି ଯେ ବିଜେଡି ସପକ୍ଷରେ ରାଜ୍ୟରେ ବ୍ୟାପକ ଜନସମର୍ଥନ ରହିଛି। ଗତ ୨୪ ବର୍ଷ ଧରି ବିଜେଡି ରାଜ୍ୟରେ କ୍ଷମତାରେ ଥିବା ସତ୍ତ୍ବେ ସରକାର ବିରୋଧୀ ହାୱା ସୃଷ୍ଟି ହୋଇନାହିଁ। ବରଂ ବିକାଶମୂଳକ କାର୍ଯ୍ୟ ପାଇଁ ବିଜେଡି ପ୍ରତି ଜନସମର୍ଥନ ବଢୁଛି।