spot_img
Home Blog Page 2328

କାଲି ଛତର ଯାତ୍ରାରେ କମ୍ପିବ କଳାହାଣ୍ଡି, ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

କଳାହାଣ୍ଡି: ଆସନ୍ତାକାଲି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଭବାନୀପାଟଣା ସହର । ମୂଳାଷ୍ଟମୀ ଦିନ ଭବାନୀପାଟଣା ରାଜପ୍ରାସାଦରେ ଥିବା ମାଣିକେଶ୍ବରୀ ପୀଠରେ ମୁଣ୍ଡବସା ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ସ୍ବତନ୍ତ୍ର ପୂଜା କରାଯାଏ । ମାଆ ମାଣିକେଶ୍ୱରୀଙ୍କୁ ମହାଷ୍ଟମୀ ମଧ୍ୟରାତ୍ରରେ ରାଜବାଟୀରୁ ପାଖାପାଖି ୩ କିଲୋମିଟର ଦୂର ଜେନାଖାଲକୁ ନିଆଯାଏ ।

ମହାଷ୍ଟମୀ ସକାଳେ ନ‌ଗର ପରିଭ୍ରମଣରୁ ଏହି ଯାତ୍ରା ଆରମ୍ଭ ହୁଏ । ପୁଣି ମାଆଙ୍କୁ ରାଜବାଟୀକୁ ଫେରାଇ ଅଣାଯାଏ । ଏହି ଅବସରରେ ମାନସିକ ରଖିଥିବା ଶ୍ରଦ୍ଧାଳୁ ରାସ୍ତାରେ କୁକୁଡ଼ା, ବୋଦା, ଛେଳି ସହ ଭକ୍ତମାନେ ଧୂପଦୀପ, ନୈବେଦ୍ୟ ଅର୍ପଣ କରିଥାନ୍ତି । ଏହାସହ ଶାନ୍ତିର ପ୍ରତୀକ ଭାବେ ଶହଶହ ପାରାଙ୍କକୁ ଦେବୀଙ୍କ ଛତର ଉପରେ ଉଡ଼ାଇବାର ପରମ୍ପରା ରହିଛି ।

ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ ଓ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ପ୍ରତି ଦୃଷ୍ଟି ରଖାଯାଇଛି । ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । କଳାହାଣ୍ଡିର ବୀରବାଦ୍ୟ ଘୁମୁରା ସହ ୨୫ଟି ସାଂସ୍କୃତିକ ଦଳ ଚଳିତ ବର୍ଷ ଅଂଶଗ୍ରହଣ କରିଛନ୍ତି । ୬ଟି ପାର୍କିଂ ବ୍ୟବସ୍ଥା କରାଯାଇଥିବା ନେଇ କଳାହାଣ୍ଡି ଏସପି ସୂଚନା ଦେଇଛନ୍ତି।

ଚିକିତ୍ସା ଅବହେଳା ଅଭିଯୋଗ କରି ଡାକ୍ତରଙ୍କ ସହ ୪ କର୍ମଚାରୀଙ୍କୁ ଆକ୍ରମଣ

କଟକ: ବଡ଼ମ୍ବା ନରସିଂହପୁର କାନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବିଳମ୍ବିତ ରାତ୍ରିରେ ଭଙ୍ଗାରୁଜା । ଡ଼ାକ୍ତରଙ୍କ ସମେତ ୪ ଜଣ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି । ୧୦୨ ଆମ୍ବୁଲାନ୍ସ ଓ ମେଡିକାଲ କାଚ ଭାଙ୍ଗିଲେ ଦୁର୍ବୃତ୍ତ । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଅଞ୍ଚଳର ଲୋକେ ରୋଗୀଙ୍କୁ ଧରି କାନପୁର ମେଡିକାଲକୁ ଆସିଥିଲେ ।

ଡାକ୍ତର ଚିକିତ୍ସା କରିବା ପୂର୍ବରୁ ହଠାତ ରୋଗୀଙ୍କ ସମ୍ପର୍କୀୟ ଉତ୍ତ୍ୟକ୍ତ ହୋଇ ଡାକ୍ତରଙ୍କ ସମେତ ସିକ୍ୟୁରିଟି ଗାର୍ଡ, କମ୍ପାଉଣ୍ଡର ଓ ଅନ୍ୟ କର୍ମଚାରୀଙ୍କ ମାଡ଼ ମାରିଥିଲେ । ଏପରିକି ପଥରରେ ମେଡିକାଲ ଭିତରେ ଥିବା ଚାମ୍ବର କାଚ ଭାଙ୍ଗି ଦେଇଥିଲେ । ଏନେଇ କାନପୁର ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରୁଛି ।

ଗଗନଯାନ କ୍ରୁ ମଡ୍ୟୁଲର ସଫଳ ଲଞ୍ଚିଂ, ସକାଳେ ବୈଷୟିକ ତ୍ରୁଟି କାରଣରୁ ଉତକ୍ଷେପଣ ସ୍ଥଗିତ ରହିଥିଲା

ଅମରାବତୀ: ଗଗନଯାନର କ୍ରୁ ମଡ୍ୟୁଲର ହେଲା ସଫଳ ଲଞ୍ଚିଂ । ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ ସେଣ୍ଟରରୁ ଉତକ୍ଷେପଣ । ସକାଳେ ବୈଷୟିକ ତ୍ରୁଟି କାରଣରୁ ଉତକ୍ଷେପଣ ସ୍ଥଗିତ ରହିଥିଲା ।

ଚନ୍ଦ୍ରଯାନ-୩ର ସଫଳ ପରୀକ୍ଷଣ ପରେ ମହାକାଶ ଗବେଷଣାରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ISROର ଆଉ ଏକ ମାଇଲଖୁଣ୍ଟ । ମିଶନ ଗଗନଯାନରେ ପ୍ରଥମ ପରୀକ୍ଷଣ ସଫଳ ହୋଇଛି। ଗଗନଯାନର କ୍ରୁ ମଡ୍ୟୁଲ ସଫଳତାର ସହ ପ୍ରକ୍ଷେପଣ କରାଯାଇଥିଲା। ସକାଳ ୧୦ଟା ସମୟରେ ହୋଇଥିଲା ଏହି ପରୀକ୍ଷଣ । ଏହା ପରେ ଗଗନଯାନରେ କ୍ରୁ ଏସକେପ୍ ମଡ୍ୟୁଲର ପରୀକ୍ଷଣ ହୋଇଥିଲା ।

ପ୍ରକ୍ଷେପଣ ପରେ ଆକାଶରେ ଠିକ୍ ସମୟରେ ଅଲଗା ହୋଇଯାଇଥିଲା ଯାନରେ ଥିବା ଏସକେପ୍ ସିଷ୍ଟମ । ପାରାଚୁଟ ସହାୟତାରେ ସଫଳତାର ସହ ସମୁଦ୍ରକୁ ଓହ୍ଲାଇଥିଲେ ଟେଷ୍ଟ ମିଶନ ଯାଇଥିବା ସଦସ୍ୟ । ମିଶନର ସଫଳ ଲ୍ୟାଣ୍ଡିଂ ପରେ ପ୍ରତିକ୍ରିୟା ରଖିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ । ଗଗନଯାନ ମିଶନର ଟିବି-ଡି-୧ ପରୀକ୍ଷଣ ସଫଳ ହୋଇଥିବା ନେଇ ସେ ଖୁସି ପ୍ରକାଶ କରିଛନ୍ତି । ମିଶନ ଗଗନଯାନର ଟେଷ୍ଟ ଭେଇକିଲ୍ ଏବୋର୍ଟ ମି୍ଶନ ଟିବିଡି-୧ ପରୀକ୍ଷଣ ସଫଳ ହୋଇଥିବାରୁ ବୈଜ୍ଞାନିକ ମାନେ ଖୁସିରେ ଝୁମି ଉଠିଥିଲେ ।

ଶ୍ରୀହରିକୋଟାର ସତୀଶ ଧାବନ ସ୍ପେଶ ସେଣ୍ଟରରୁ ଏହାର ପରୀକ୍ଷଣ ହୋଇଥିଲା । ପୂର୍ବରୁ ସକାଳ ୮ଟା ୪୫ ମିନିଟରେ ଏହି ପରୀକ୍ଷଣ ହେବାର ଥିଲା । ତେବେ ବୈଷୟିକ ତ୍ରୁଟି କାରଣରୁ ଏହାକୁ ସ୍ଥଗିତ ରଖାଯାଇ ପରେ ୧୦ଟାରେ କରାଯାଇଥିଲା

୫ ସେକେଣ୍ଡ ପୂର୍ବରୁ ସ୍ଥଗିତ ରହିଲା ଗଗନଯାନର ପରୀକ୍ଷଣ, ଖୁବଶୀଘ୍ର ଟେଷ୍ଟିଂ ନେଇ ଘୋଷଣା

ଅମରାବତୀ: ବୈଷୟିକ ତ୍ରୁଟି ପାଇଁ ସ୍ଥଗିତ ରହିଲା ଗଗନଯାନ ପରୀକ୍ଷଣ  । କାଉଣ୍ଟଡାଉନ ଚାଲିଥିବା ବେଳେ ଅଟକିଲା ମିଶନ  । ଶେଷ ୫ ସେକେଣ୍ଡ ପୂର୍ବରୁ କରାଗଲା ବାତିଲ  । ଏନେଇ ସୂଚନା ଦେଲେ ଇସ୍ରୋ ଅଧ୍ୟକ୍ଷ  । ଖୁବଶୀଘ୍ର ଟେଷ୍ଟିଂ ନେଇ ଘୋଷଣା କରାଯିବ  ।

ଆଜି ସକାଳ ୮ଟାରେ ହେବ ଏହାର ପ୍ରଥମ ପରୀକ୍ଷଣ ହୋଇଥାନ୍ତା । ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟା ଲଞ୍ଚିଂ ପ୍ୟାଡରୁ ପ୍ରଥମ ପରୀକ୍ଷଣ କରାଯିବାକୁ ଥିଲା । ଅନ୍ତରୀକ୍ଷକୁ ମଣିଷକୁ ପଠାଇବା ପୂର୍ବରୁ ଇସ୍ରୋ ଗଗନୟାନ ମିଶନର ଟେଷ୍ଟ କରିବାକୁ ଯାଉଛି । ଏହି ମିଶନରେ ୩ ଜଣଙ୍କୁ ୪୦୦ କିମି କକ୍ଷ ପଥକୁ ପଠାଯିବ । ଯାହାକି ୩ଦିନ ପର୍ଯ୍ୟନ୍ତ ଚାଲିବ । ପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଅଣାଯିବ । ଏହି ମିଶନର ଲ୍ୟାଣ୍ଡିଂ ସମୁଦ୍ର ମଧ୍ୟରେ କରାଯିବ ।

ଉତକ୍ଷେପଣର ୬୦ ସେକେଣ୍ଡ ପରେ ପରୀକ୍ଷଣ ଯାନ  ଏକ୍ସପୋର୍ଟ ସିଷ୍ଟମ ସହିତ ୧୧.୭ କିମି ଉଚ୍ଚତା ଉପରେ ବାହନଠାରୁ ଅଲଗା ହୋଇଯିବ ।  ଆଗାମୀ ୩୦ ସେକେଣ୍ଡ ପରେ ସିଇଏମ-ସିଏଏସ ୧୪୮.୭ ମିଟର ସେକେଣ୍ଡ ବେଗରେ ୧୬.୭ କିମି ଉଚ୍ଚତା ଉପରେ ଅଲଗା ହୋଇଯିବ । ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।

 

ଶ୍ରୀହରିକୋଟା ଲଞ୍ଚିଂ ପ୍ୟାଡରୁ ଆଜି ଗଗନାୟନ ମିଶନର ପ୍ରଥମ ପରୀକ୍ଷଣ

0

ହାଇଦ୍ରାବାଦ: ଆଜି ଗଗନାୟନ ମିଶନର ପ୍ରଥମ ପରୀକ୍ଷଣ । ସକାଳ ୮ଟାରେ ହେବ ଏହାର ପ୍ରଥମ ପରୀକ୍ଷଣ । ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟା ଲଞ୍ଚିଂ ପ୍ୟାଡରେ ଏହାର ପ୍ରଥମ ପରୀକ୍ଷଣ କରାଯିବ । ଏହି ପରୀକ୍ଷଣଟି ୯ ମିନିଟ ପର୍ଯ୍ୟନ୍ତ ଚାଲିବ । ଅନ୍ତରୀକ୍ଷକୁ ମଣିଷକୁ ପଠାଇବା ପୂର୍ବରୁ ଇସ୍ରୋ ଗଗନୟାନ ମିଶନର ଟେଷ୍ଟ କରିବାକୁ ଯାଉଛି ।

ଏହି ମିଶନରେ ୩ ଜଣଙ୍କୁ ୪୦୦ କିମି କକ୍ଷ ପଥକୁ ପଠାଯିବ । ଯାହାକି ୩ଦିନ ପର୍ଯ୍ୟନ୍ତ ଚାଲିବ । ପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଆଣାଯିବ । ଏହି ମିଶନର ଲ୍ୟାଣ୍ଡିଂ ସମୁଦ୍ର ମଧ୍ୟରେ କରାଯିବ । ଉତକ୍ଷେପଣର ୬୦ ସେକେଣ୍ଡ ପରେ ପରୀକ୍ଷଣ ଯାନ କୃ ଏକ୍ସପୋର୍ଟ ସିଷ୍ଟମ ସହିତ ୧୧.୭ କିମି ଉଚ୍ଚତା ଉପରେ ବାହନଠାରୁ ଅଲଗା ହୋଇଯିବ ।

ଆଗାମୀ ୩୦ ସେକେଣ୍ଡ ପରେ ସିଇଏମ-ସିଏଏସ ୧୪୮.୭ ମିଟର ସେକେଣ୍ଡ ବେଗରେ ୧୬.୭ କିମି ଉଚ୍ଚତା ଉପରେ ଅଲଗା ହୋଇଯିବ । ଏନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଧରାବତରଣ କରିବେ ମାଆ ଦୁର୍ଗା, ମହାସ୍ନାନ ପରେ ଚକ୍ଷୁଦାନ କରାଯିବ

ଭୁବନେଶ୍ବର: ଚଳଚଞ୍ଚଳ ହେଲାଣି ମଣ୍ଡପ । ଲାଗିଲାଣି ଗହଳି । ଆଜି ଧରାବତରଣ କରିବେ ମାଆ ଦୁର୍ଗା । ମଣ୍ଡପରେ ମାଆଙ୍କ ସପ୍ତମୀ ଓ ବିଭିନ୍ନ ପୀଠରେ ଅନୁଷ୍ଠିତ ହେଉଛି ଅଷ୍ଟମୀ ପୂଜା । ଚଣ୍ଡିପାଠର ଗୁଞ୍ଜରଣରେ ପ୍ରକମ୍ପିତ ହେଉଛି ପରିବେଶ । ଭୋରରୁ ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ନବପତ୍ରିକା ପ୍ରବେଶ ଓ ମାଆଙ୍କର ମହାସ୍ନାନ ପରେ ଚକ୍ଷୁଦାନ କରାଯିବ ।

ପରେ ନୀତିକାନ୍ତି ଅନୁଯାୟୀ କରାଯିବ ସପ୍ତମୀ ପୂଜା । ସେପଟେ ଶକ୍ତିପୀଠରେ ଶୋଡ଼ଷ ଉପଚାରରେ ଚାଲିଛି ମାଆଙ୍କ ଆରାଧନା । ଜଗତସିଂହପୁରର ମାଆ ଶାରଳା ଓ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କ ପୀଠରେ ଅଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି । ଶ୍ରୀମନ୍ଦିରର ଅଧିଷ୍ଠାତ୍ରୀ ଦେବୀ ମା ବିମଳାଙ୍କର ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ଅଷ୍ଟମୀ ପୂଜାରେ ମାଆ କାକୁଡି ଖାଇଙ୍କ ନିକଟରେ କାକୁଡି ବଳି ଦିଆଯିବ ।

ଦଶହରାରେ ବଦଳିବ ପାଗ, ବର୍ଷା ସହ ୬୦ କିଲୋମିଟର ବେଗରେ ବହିବ ପବନ

ଭୁବନେଶ୍ବର: ଘନୀଭୁତ ହେଉଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ୨୩ରେ ନେବ ଅବପାତର ରୂପ । ଦୁଇ ଦିନ ପରେ ରାଜ୍ୟରେ ବଦଳିବ ପାଗ । ଉପକୂଳ ଓଡ଼ିଶାରେ ବଡ ବର୍ଷା ସମ୍ଭାବନା ରହିଛି । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ ଏବଂ ଗଜପତିରେ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।

ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ । ଏଣୁ ଆଜିଠୁ ମତ୍ସଜୀବୀଙ୍କୁ ସମୁଦ୍ର ମନା କରାଯାଇଛି । ସିଷ୍ଟମ ଉପରେ ପାଣିପାଗ ବିଭାଗ ସ୍ବତନ୍ତ୍ର ନଜର ରଖିଛି । ୨୩ ତାରିଖ ମଧ୍ୟରେ ଏହା ଅବପାତରେ ପରିଣତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି ପୂର୍ବାନୁମାନ କରାଯାଇଛି ।

ଅବପାତଟି କେନ୍ଦ୍ରୀୟ ବଙ୍ଗୋପସାଗରରୁ ରିକର୍ଭ କରି ଓଡ଼ିଶା ଉପକୂଳରେ ସମାନ୍ତରାଳ ଭାବରେ ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଉପକୂଳ ଅତିକ୍ରମ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଯଦି ତାହା ହୁଏ ୨୪ ତାରିଖରେ କଟକ ଏବଂ ଭୁବନେଶ୍ବର ସାଙ୍ଗକୁ ଉପକୂଳ ଓଡ଼ିଶାର ସବୁ ଜିଲ୍ଲାରେ ବର୍ଷା ହେବ । ୨୫ରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ । ଲଘୁଚାପ ଏବେ ଓଡ଼ିଶା ଠାରୁ ପାଖାପାଖି ଏକ ହଜାର କିଲୋମିଟର ଦୂରରେ ଥିବାରୁ ଓଡ଼ିଶାରେ ପାଗ ଶୁଖିଲା ରହିଛି ।

ଲେବାନନ ସୀମାରୁ ୨୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରିବ ଇସ୍ରାଏଲ

ତେଲ ଅଭିଭ: ଲେବାନନର ଉତ୍ତର ସୀମାରେ ଥିବା କିରିୟତ ଶାମୋନାରୁ ଇସ୍ରାଏଲ ୨୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବ। ଗୋଟିଏ ଦିନ ତଳେ କିରୟତ ଶାମୋନା ଓ ଏହାର ଆଖପାଖ ସୀମାନ୍ତ ଅଞ୍ଚଳରେ ପ୍ରବଳ ଗୁଳିବିନିମୟ ହୋଇଥିଲା । ଦୁଇ ସପ୍ତାହ ତଳେ ଗାଜାରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇସ୍ରାଏଲ-ଲେବାନନ ସୀମାରେ ବି ସଂଘର୍ଷ ଚାଲିଛି ।

ଲେବାନନ ପଟୁ ଆତଙ୍କୀ ସଂଗଠନ ହିଜବୁଲ୍ଲା ପକ୍ଷରୁ ଇସ୍ରାଏଲ ଆଡ଼କୁ ଲକ୍ଷ୍ୟ କରି ଗୋଳା ଓ ରକେଟ୍ ବର୍ଷଣ କରାଯାଉଛି । ଇସ୍ରାଏଲ ନିଜ ସୀମାରେ ଥିବା କେତେକ ଅଞ୍ଚଳକୁ ନିଷିଦ୍ଧ ସାମରିକ ଜୋନ୍ ଭାବେ ଘୋଷଣା କରିସାରିଛି । ଫଳରେ ବାସିନ୍ଦା ମାନେ ସେଠାରୁ ଚାଲିଯିବାକୁ ବାଧ୍ୟ ହୋଇଥିଲେ । କିନ୍ତୁ ବର୍ତ୍ତମାନ ଲେବାନନ ସୀମାରୁ ସବୁଠାରୁ ଅନେକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଉଛି ।

ଲେବାନନ ସେନାର ସୂଚନା ଅନୁଯାୟୀ, କିରିୟତ ଶାମୋନା ସୀମାରେ ଥିବା ଏକ ଅଞ୍ଚଳରେ ଇସ୍ରାଏଲଗୁଳିରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି । ଇସ୍ରାଏଲ ସେନା ଏବଂ ଲେବାନନର ଇରାନ ସମର୍ଥିତ ହିଜବୁଲ୍ଲା ଗୋଷ୍ଠୀ ମଧ୍ୟରେ ଏହି ଅଞ୍ଚଳରେ ପ୍ରବଳ ଗୁଳିବିନିମୟ ହୋଇଛି । ଗାଜା ଇସ୍ରାଏଲ ମଧ୍ୟରେ ଜୋରଦାର ସଂଘର୍ଷ ଜାରି ରହିଛି । ଯୁଦ୍ଧ ଆରମ୍ଭ ପରଠାରୁ ୫ ହଜାରରୁ ଅଧିକ ଶିବିରକୁ ଟାର୍ଗେଟ କରିଛି ଇସ୍ରାଏଲି ସେନା ।

ଗୁରବାର ଗାଜାରେ ଶହେରୁ ଅଧିକ ସ୍ଥାନରେ ହୋଇଛି ହମଲା। ଗାଜାର ଏକ ଚର୍ଚ୍ଚ ଉପରେ ଇସ୍ରାଏଲ ଆକ୍ରମଣରେ ୨୩ ଜଣଙ୍କ ମୃତ୍ୟୁ ହୋଇଛି । ଫାଇନାଲ ଆଟାକ୍ ପାଇଁ ପ୍ରସ୍ତୁତ ହେଉଛି ଇସ୍ରାଏଲ । ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ନିର୍ଦ୍ଦେଶ ମିଳିବା କ୍ଷଣି ଆରମ୍ଭ ହୋଇଯିବ ଗ୍ରାଉଣ୍ଡ ଅପରେସନ । ଗାଜାରୁ ଆତଙ୍କବାଦର ମୂଳପୋଛ ନେଇ ବ୍ରିଟେନ ଓ ଆମେରିକାର ସମର୍ଥନ ପରେ ଇସ୍ରାଏଲର ମନୋବଳ ଆହୁରି ଦୃଢ ହୋଇଛି। ଇସ୍ରାଏଲ ଆକ୍ରମଣରେ ଏବେଯାଏ ୪ ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଛି, ୧୨ ହଜାରରୁ ଅଧିକ ଆହତ ହୋଇଛନ୍ତି ।

ବିଶ୍ବକପରେ ପାକିସ୍ତାନର ଲଗାତାର ପରାଜୟ; ଅଷ୍ଟ୍ରେଲିଆଠାରୁ ୬୨ ରନରେ ହାରିଲା

ବେଙ୍ଗାଲୁରୁ: ବିଶ୍ବକପରେ ପାକିସ୍ତାନର ଲଗାତାର ପରାଜୟ। ନିଜର ଚତୁର୍ଥ ମୁକାବିଲାରେ ଅଷ୍ଟ୍ରେଲିଆଠାରୁ ୬୨ ରନରେ ହାରିଛି ପାକିସ୍ତାନ। ବେଙ୍ଗାଲୁରୁରେ ପାକିସ୍ତାନ ବିପକ୍ଷ ମ୍ୟାଚକୁ ୬୨ ରନରେ ଜିତି ନେଇଛି ଅଷ୍ଟ୍ରେଲିଆ। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୯ ଓ୍ବିକେଟ ହରାଇ ୩୬୭ ରନ କରିଥିଲା । ଦଳ ପକ୍ଷରୁ ଡେଭିଡ ଓ୍ବାର୍ଣ୍ଣର ୧୬୩ ଓ ମିଚେଲ ମାର୍ସ ୧୨୧ ରନର ଇନିଂସ ଖେଳିଥିଲେ ।

ଉଭୟ ଓପନର ରେକର୍ଡ ୨୫୯ ରନ କରିଥିଲେ । ଏହି ଦୁଇ ଓ୍ବିକେଟର ପତନ ପରେ ଅଷ୍ଟ୍ରେଲିଆର ମଧ୍ୟକ୍ରମ ଓ ନିମ୍ନକ୍ରମ ବିଶେଷ ଯୋଗଦାନ ଦେଇପାରିନଥିଲେ। ଫଳରେ ନିର୍ଦ୍ଧାରିତ ୫୦ ଓଭରରେ ଅଷ୍ଟ୍ରେଲିଆ ୯ ଓ୍ବିକେଟ ହରାଇ ୩୬୭ ରନ କରିଥିଲା । ୩୬୮ ରନର ବିଜୟ ଲକ୍ଷ ନେଇ ପଡ଼ିଆକୁ ଓହ୍ଲାଇଥିଲା ପାକିସ୍ତାନ। ପାକିସ୍ତାନ ୪୫.୩ ଓଭରରେ ୩୦୫ ରନ କରି ଅଲଆଉଟ ହୋଇଯାଇଥିଲା ।

ପାକିସ୍ତାନ ପକ୍ଷରୁ ଇମାମୁଲ ହକ ୭୦ ରନ, ଅବଦୁଲ୍ଲା ସଫିକ୍ ୬୪ ରନ କରିଥିଲେ । ସେହିପରି ମହମ୍ମଦ ରିଜଓ୍ବାନ ୪୬ ରନ ଓ ସାଉଦ ସକିଲ ୩୦ ରନ କରିଥିଲେ । ଅଷ୍ଟ୍ରେଲିଆ ପାଇଁ ଦମଦାର ୧୬୩ ରନର ଇନିଂସ ଖେଳିଥିବା ଓ୍ବାର୍ଣ୍ଣର ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପାଇଛନ୍ତି । ପାକିସ୍ତାନକୁ ମାତ ଦେବାପରେ ଅଷ୍ଟ୍ରେଲିଆ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ପହଞ୍ଚିଛି । ପୂର୍ବରୁ ୪ର୍ଥରେ ଥିବା ପାକିସ୍ତାନ ୫ମ ସ୍ଥାନକୁ ଖସିଛି। ପୂର୍ବଭଳି ଟପରେ ନ୍ୟୁଜିଲ୍ୟାଣ୍ଡ ରହିଥିବାବେଳେ ଦ୍ବିତୀୟରେ ଭାରତ ଓ ତୃତୀୟରେ ଦକ୍ଷିଣ ଆଫ୍ରିକା ରହିଛି ।

ଗଜପତିର ମହେନ୍ଦ୍ର ବନାଞ୍ଚଳରେ ବୁଲୁଛି ବାଘ, ଲୋକେ ଆତଙ୍କିତ

ଗଜପତି: ଗଜପତି ଜିଲ୍ଲା ମହେନ୍ଦ୍ର ବନାଞ୍ଚଳରେ ବୁଲୁଛି ବାଘ। ଟ୍ରାପ କ୍ୟାମେରାରେ ମିଳିଛି ବାଘର ଉପସ୍ଥିତି ସୂଚନା। ଗତ ୧୮ ତାରିଖରେ ଗଣ୍ଡାହାତୀ ନିକଟସ୍ଥ ସନ୍ତୋଷପୁରରେ ଏକ ବନ୍ୟଜନ୍ତୁକୁ ବାଘଟି ମାରି ଖାଇଥିବା ଦୃଶ୍ୟ ଦେଖାଦେଇଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ମହେନ୍ଦ୍ର ବନାଞ୍ଚଳ କର୍ମଚାରୀ ଓ ପାରଳାଖେମୁଣ୍ଡି ବନଖଣ୍ଡର ଏସିଏଫ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିଲେ।

ଘଟଣାସ୍ଥଳରେ ବାଘର ପାଦ ଚିହ୍ନ ଠାବ କରିଛି ବନ ବିଭାଗ। ବାଘର ଉପସ୍ଥିତି ଓ ଗତିବିଧି ଜାଣିବା ପାଇଁ ଆଖପାଖ ଅଞ୍ଚଳରେ ୫ଟି ଟ୍ରାପ କ୍ୟାମେରା ଲଗାଯାଇଥିଲା। ଆଜି ଗୋଟିଏ କ୍ୟାମେରାରେ ବାଘର ଉପସ୍ଥିତି ରେକର୍ଡ ହୋଇଛି। ବାଘ ବୁଲୁଥିବାରୁ ଆଖପାଖ ଅଞ୍ଚଳର ଲୋକଙ୍କ ସତର୍କତା ଜାରି କରାଯାଇଛି।

ଗୃହପାଳିତ ପଶୁଙ୍କୁ ଗୁହାଳ ଭିତରେ ସୁରକ୍ଷିତ ରଖିବା ସହ ରାତିରେ ବାହାରକୁ ନଯିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଡାକବାଜି ଯନ୍ତ୍ର ସହାୟତାରେ ଲୋକଙ୍କୁ ସଚେତନ କରୁଛି ବନ ବିଭାଗ।