spot_img
Home Blog Page 2346

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନବୀନ ପାଇଛନ୍ତି ଅନେକ ସମ୍ମାନ

ଭୁବନେଶ୍ୱର : ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସେ ପାଇଛନ୍ତି ଅନେକ ସମ୍ମାନ। ଜାତିସଂଘ, ବିଶ୍ୱ ଖାଦ୍ୟ ପ୍ରତିଷ୍ଠାନ ପରି ଅନ୍ତର୍ଜାତୀୟ ସଂସ୍ଥା ବି ନବୀନଙ୍କ କାର୍ଯ୍ୟକୁ ସମ୍ମାନ ଜଣାଇଛନ୍ତି, ସ୍ୱୀକୃତି ଦେଇଛନ୍ତି। ବିପର୍ଯ୍ୟୟ ପରିଚାଳନା ପାଇଁ ୨୦୧୩ ମସିହାରେ ଜାତିସଂଘ ନବୀନଙ୍କୁ ପୁରସ୍କାର ପ୍ରଦାନ କରିଛି। ୨୦୧୭ ମସିହାରେ ଦେଶର ଶ୍ରେଷ୍ଠ ପ୍ରଶାସକ ଭାବରେ ନବୀନଙ୍କୁ ସମ୍ମାନିତ କରିଛି ‘ଆଉଟଲୁକ୍‌‌’। ୨୦୧୮ରେ ତାଙ୍କୁ ଦେଶର ସବୁଠୁ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ୨୦୧୮ରେ ଓଡ଼ିଶା ହକି ବିଶ୍ୱକପ୍‌‌ ଆୟୋଜନର ସଫଳତା ନିମନ୍ତେ ଅନ୍ତର୍ଜାତୀୟ ହକି ମହାସଂଘ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତାପୂର୍ଣ୍ଣ ସମ୍ମାନ ପ୍ରଦାନ କରିଛି। ୨୦୨୦ରେ ଭାରତୀୟ କମ୍ପ୍ୟୁଟର ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି ସିଏସ୍‌‌ଆଇ ଇ-ରତ୍ନ ପୁରସ୍କାର। ମହାମାରୀ କାଳରେ ବୁଲା ପଶୁପକ୍ଷୀଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରି ମାନବୀୟତାର ପରିଚୟ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ‘ପେଟା’ ପକ୍ଷରୁ ‘ହିରୋ ଟୁ ଆନିମଲ୍‌‌ ଆୱାର୍ଡ’ ପ୍ରଦାନ କରାଯାଇଛି। ୨୦୨୨ରେ ଦିଲ୍ଲୀର କ୍ୟାପିଟାଲ ଫାଉଣ୍ଡେସନ୍‌‌ ଜାତୀୟ ପୁରସ୍କାର ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।PR-SK4_8765 – Odisha Diary, Latest Odisha News, Breaking News Odisha

ଏହାବ୍ୟତୀତ ବିଭିନ୍ନ ସମୟରେ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ, ନିଜ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସୂଚୀ ଆଦିରେ ମୁଖ୍ୟମନ୍ତ୍ରୀ ଅନେକ ବାର ଶ୍ରେଷ୍ଠ ସ୍ଥାନରେ ରହିଛନ୍ତି। କେବଳ ସେତିକି ନୁହେଁ ନବୀନ ଦୁର୍ନୀତିକୁ ବିରୋଧ କରିବା ପ୍ରଥମ କର୍ତ୍ତବ୍ୟ ନବୀନଙ୍କ ପାଇଁ । ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରି ଆସିଛନ୍ତି ମୁଖ୍ୟମନ୍ତ୍ରୀ । ଅଭିଯୁକ୍ତ ଯେତେ ପ୍ରଭାବଶାଳୀ ହୁଅନ୍ତୁ ପଛେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସର୍ବଭାରତୀୟ ସେବାର ଅଧିକାରୀ ହୁଅନ୍ତୁ କିମ୍ବା ଦଳୀୟ ବିଧାୟକ, କେହି ଏଥିରୁ ବର୍ତ୍ତି ପାରି ନାହାନ୍ତି। କାହାକୁ ଚାକିରିରୁ ବହିଷ୍କାର କରାଯାଇଛି, କାହାର ପେନସନ ବନ୍ଦ ହୋଇଛି, କାହାର ସମ୍ପତ୍ତି ଜବତ ହୋଇଛି। ଦୁର୍ନୀତି ବିରୋଧରେ ନବୀନଙ୍କ ଏହି ବେସାଲିସ୍‌‌ ମନୋଭାବ ରାଜ୍ୟରେ ପ୍ରଶାସନିକସ୍ତରରେ ଆଣିଛି ପରିବର୍ତ୍ତନ।

୧୨୮ବର୍ଷ ପରେ ପୁଣିଥରେ ଅଲିମ୍ପିକରେ କ୍ରିକେଟ

ନନ୍ଦିଘୋଷ ବ୍ୟୁରୋ : କ୍ରିକେଟ ଫ୍ୟାନ୍‌ଙ୍କ ପାଇଁ ଖୁସି ଖବର । ୨୦୨୮ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ୍ । ଅଲିମ୍ପିକ୍ସରେ ପୁଣି ଥରେ ସାମିଲ ହୋଇଛି କ୍ରିକେଟ । ୧୨୮ବର୍ଷ ପରେ ଅଲିମ୍ପିକ୍ ଇତିହାସରେ ପରିବର୍ତ୍ତନ କରାଯାଇ ପୁଣିଥରେ କ୍ରିକେଟକୁ ସାମିଲ କରାଯାଇଛି। ୨୦୨୮ରେ ଆମେରିକାର ଲସ୍ ଆଞ୍ଜେଲସରେ ହେବାକୁ ଥିବା ଅଲମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯିବ । ଏ ସଂପର୍କରେ ଲସ୍ ଆଞ୍ଜେଲସ ଆୟୋଜକ କମିଟି ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରିଛି ଅନ୍ତର୍ଜାତୀୟ ଅଲମ୍ପିକ କମିଟି । ଯାହା ଫଳରେ ଦୀର୍ଘ ଦିନର ବ୍ୟବଧାନ ପରେ କ୍ରିକେଟ୍ ପୁଣି ଅଲିମ୍ପିକ୍ ଗେମ୍ସରେ ଅନ୍ତର୍ଭୁକ୍ତ ହୋଇଛି। ଟି ଟ୍ୱେଣ୍ଟି ମ୍ୟାଚ୍ ଭାବେ ଅଲମ୍ପିକ୍ସରେ କ୍ରିକେଟ୍ ଖେଳାଯିବ । ମୋଟ ୬ଟି ଟିମ୍ ଏଥିରେ ଭାଗ ନେବେ । ଆୟୋଜକ ଦେଶ ହିସାବରେ ଆମେରିକା ସିଧାସଳଖ ଖେଳିବାର ଯୋଗ୍ୟତା ଅର୍ଜନ କରିପାରେ । ତେବେ ବାକି ୫ଟି ଦେଶ ଚୟନକୁ ନେଇ ନିୟମ ପରେ ଘୋଷଣା ହେବ ବୋଲି ଇଣ୍ଡିଆନ ଏକ୍ସପ୍ରେସର ଏକ ରିପୋର୍ଟରେ ପ୍ରକାଶିତ ହୋଇଛି । Los Ángeles será la sede de los Juegos Olímpicos y Paralímpicos de 2028 •  dxtadaptado

୧୨୮ ବର୍ଷ ପରେ ଅଲମ୍ପିକ୍ସରେ କ୍ରିକେଟ୍ ସାମିଲ ହେବାକୁ ଯାଉଛି । ପ୍ରଥମ ଓ ଶେଷଥର ପାଇଁ ୧୯୦୦ ପ୍ୟାରିସ ଅଲମ୍ପିକ୍ସରେ କ୍ରିକେଟ୍ ସ୍ଥାନ ପାଇଥିଲା । ଏଥିରେ ଦୁଇଟି ଟିମ୍ ଅଂଶଗ୍ରହଣ କରିଥିଲେ । ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ଯରେ ଦୁଇଦିନିଆ ଟେଷ୍ଟ୍ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ୧୨ ଜଣ ଖେଳାଳୀ ଫିଲ୍ଡିଂ କରିଥିଲେ । ଇଂଲଣ୍ଡ୍, ଫ୍ରାନ୍ସକୁ ପରାସ୍ତ କରି କ୍ରିକେଟରେ ଅଲମ୍ପିକ୍ସ ମେଡାଲ ହାତେଇଥିଲା । ତେବେ ଏହି ମ୍ୟାଚକୁ କେବେ ମଧ୍ଯ ଫାଷ୍ଟକ୍ଲାସ କ୍ରିକେଟର ମାନ୍ୟତା ମିଳିନଥିଲା । ତେବେ ପୁଣିଥରେ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ୨୦୨୮ ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ କ୍ରିକେଟ୍ ଅନୁମୋଦନ କରିଛି। ଆଇଓସି ସଭାପତି ଥୋମାସ ବାକ୍‌ ଏହା ଘୋଷଣା କରିଛନ୍ତି। ଏହି ଅଲମ୍ପିକ୍ସରେ ମୋଟ ୫ଟି ନୂଆ ଖେଳ ସାମିଲ କରିବାକୁ ଆୟୋଜକମାନେ ପ୍ରସ୍ତାବ ଦେଇଥିଲେ । ଏହି ୫ଟି ଖେଳ ହେଉଛି ବେସବଲ୍, ସଫଟବଲ, ଫ୍ଲାଗ୍ ଫୁଟବଲ୍, ସ୍କ୍ବାସ, ଲାକ୍ରୋଜ୍ ଓ କ୍ରିକେଟ୍ । ଏବଂ ଏହି ସମସ୍ତ ପ୍ରସ୍ତାବକୁ ଗ୍ରହଣ କରାଯାଇଛି । ଏସବୁ କ୍ରୀଡ଼ା ସାମିଲ ହେବା ପରେ ଅଲମ୍ପିକ ଆମେରିକା ଓ ବିଶ୍ବର ନୂଆ ଆଥଲେଟ୍ ଓ ପ୍ରସଂଶକଙ୍କ ନିକଟରେ ପହଞ୍ଚିବ ।

ଉତ୍ତରାଖଣ୍ଡରେ ଭୂ-କମ୍ପ ଝଟକା, ଲୋକେ ଭୟଭୀତ

ଡେରାଡୁନ୍: ଉତ୍ତରାଖଣ୍ଡରେ ଭୂ-କମ୍ପ ଝଟକା । ସୋମବାର ସକାଳ ୯.୧୧ ମିନିଟରେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ସେସମୋଲୋଜି ଅନୁସାରେ ଭୂକମ୍ପ ପିଥୋରାଗଡ ଜିଲ୍ଲାଠୁ ୪୮ କିମି ଦୂରରେ ଉତ୍ତର –ପୂର୍ବ କ୍ଷେତ୍ରରେ ଅନୁଭବ ହୋଇଛି । ଯାହାର ରିକ୍ଟର ସ୍କେଲରେ ତୀବ୍ରତା ୪.୦ ରହିଛି । ଏପର୍ଯ୍ୟନ୍ତ ଭୂକମ୍ପ ଜନିତ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରିନାହିଁ। ଭୂକମ୍ପ ଅନୁଭୂତ ହେବା କ୍ଷଣି ହିଁ ଲୋକମାନେ ଘରୁ ବାହାରକୁ ପଳାଇଆସିଥିଲେ।

ଏହା ପୂର୍ବରୁ ଦିଲ୍ଲୀ ଏନସିଆରର କିଛି ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ଖବର ଆସିଥିଲା। ଲଗାତାର ଭାବେ ଏହି ସ୍ଥାନରେ କିଛି ଦିନ ଭିତରେ ବହୁବାର ଭୂକମ୍ପର ଝଟକା ଅନୁଭୂତ ହୋଇସାରିଲାଣି।

ଅଧିକ ପଢନ୍ତୁ:- ଦିଲ୍ଲୀ- ଏନସିଆରରେ ଭୂକମ୍ପ ଝଟକା  

ଉପକୂଳରୁ ଉପାନ୍ତ ନବୀନଙ୍କ ପାଇଁ ଶିଳ୍ପ ସମୃଦ୍ଧ

ଭୁବନେଶ୍ୱର : ନିବେଶ ନିମନ୍ତେ ଓଡ଼ିଶା ଦେଶ ବିଦେଶର ଶିଳ୍ପପତିମାନଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ବଳରେ ଓଡ଼ିଶାରେ ଶିଳ୍ପାୟନ ଦ୍ରୁତ ଅଭିବୃଦ୍ଧି ହାସଲ କରିଛି। କେବଳ ଶିଳ୍ପ ନୁହେଁ; ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ବେଶ୍‌‌ ଉତ୍କର୍ଷ ସାଧନ କରିବାରେ ସକ୍ଷମ ହୋଇଛି। ଇଜ୍‌‌ ଅଫ୍‌‌ ଡ଼ୁଇଙ୍ଗ ବିଜିନେସରେ ଓଡ଼ିଶା ସାରା ଦେଶରେ ଅନ୍ୟତମ ଶୀର୍ଷ ସ୍ଥାନରେ ପହଞ୍ଚିଛି। ପରିଣତି ସ୍ୱରୂପ ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ଓଡ଼ିଶା ହୋଇଛି ଶିଳ୍ପ ସମୃଦ୍ଧ। ସବୁ ଦିଗ ଓ ସବୁ ଆବଶ୍ୟକତା ପୂରଣ ନିମନ୍ତେ ବିଭିନ୍ନ ପ୍ରକାର ଶିଳ୍ପଗୋଷ୍ଠୀକୁ ଓଡ଼ିଶାକୁ ନିମନ୍ତ୍ରଣ କରାଯାଉଛି। ଦେଶର ପ୍ରମୁଖ ସହର ସହ ଦୁବାଇରୁ ଜାପାନ ପର୍ଯ୍ୟନ୍ତ ଆୟୋଜିତ ହୋଇଛି ନିବେଶକ ସମ୍ମେଳନ। ‘ମେକ ଇନ୍‌‌ ଓଡ଼ିଶା’ କନ୍‌‌କ୍ଲେଭ ପାଇଛି ବିପୁଳ ସଫଳତା। ରତନ ଟାଟାଙ୍କଠାରୁ ଆରମ୍ଭ କରି ଗୌତମ ଆଦାନୀ, ମୁକେଶ ଅମ୍ବାନୀ, ଏପରିକି ବିର୍ଲା ଶିଳ୍ପ ଗୋଷ୍ଠୀ ମୁଖ୍ୟ କୁମାର ମଙ୍ଗଳମ୍‌‌ ବିର୍ଲା, ସଜ୍ଜନ ଓ ନବୀନ ଜିନ୍ଦଲ ବିଭିନ୍ନ ସମୟରେ ଏଥିପାଇଁ ନବୀନଙ୍କ ଦୂରଦର୍ଶିତାକୁ ପ୍ରଶଂସା କରିଛନ୍ତି। ନବୀନ ପଟ୍ଟନାୟକଙ୍କ ଦିଗ୍‌‌ ଦର୍ଶନ ଯୋଗୁଁ ଓଡ଼ିଶା ଶିଳ୍ପ କ୍ଷେତ୍ରରେ ଉତ୍ସାହଜନକ ପ୍ରଦର୍ଶନ କରିଛି।Odisha business summit in Japan gets ₹26K cr investment intents

ଓଡ଼ିଶାର ରୂପାନ୍ତରଣ କେବଳ ଗୋଟିଏ କ୍ଷେତ୍ରରେ ସୀମିତ ନାହିଁ। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନଠାରୁ ଆରମ୍ଭ କରି ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା ପ୍ରତିଦିନ ଲେଖୁଛି ନୂଆ ନୂଆ ଇତିହାସ। ଦୁଇ ଦଶନ୍ଧି ତଳେ ଦେଶର ପ୍ରାୟ ସବୁଠୁ ଗରିବ କୁହାଯାଉଥିବା, ଭୋକ ଓ କ୍ଷୁଧାର ପର୍ଯ୍ୟଟନ କ୍ଷେତ୍ର ପାଲଟିଥିବା ଓଡ଼ିଶା ଆଜି ଦେଶର ଅନ୍ୟତମ ଖାଦ୍ୟଭଣ୍ଡାରରେ ପରିଣତ ହୋଇଛି। ଚାଉଳ ଉତ୍ପାଦନରେ ଓଡ଼ିଶା ଦେଶର ଶୀର୍ଷ ୪ଟି ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। ଓଡ଼ିଶା ଏବେ ପୂର୍ବ ଭାରତର ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାର ଅନ୍ୟତମ କେନ୍ଦ୍ର ପାଲଟିଛି। ପର୍ଯ୍ୟଟନ କ୍ଷେତ୍ରରେ ଆସିଛି ବିପୁଳ ପରିବର୍ତ୍ତନ। ଏ ସବୁ ସମ୍ଭବ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦର୍ଶୀ ନୀତି ଯୋଗୁଁ। ଯାହାକୁ ଦେଶ ପ୍ରଶଂସା କରିଛି, ବିଦେଶରେ ମିଳିଛି ସ୍ୱୀକୃତ

ଦେଶଠାରୁ ଆରମ୍ଭ କରି ବିଶ୍ୱସ୍ତରରେ ଲଗାତାର ନବୀନଙ୍କୁ ମିଳିଛି ପ୍ରଶଂସା

ଭୁବନେଶ୍ୱର : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବ୍ୟାପୀଙ୍କ ପାଇଁ ଶ୍ରଦ୍ଧାର ସହ ଉଚ୍ଚାରିତ ହେଉଥିବା ଏକ ନାମ । ଦେଶବ୍ୟାପୀ ରାଜନୀତି ପଣ୍ଡିତଙ୍କ ପାଇଁ ନବୀନଙ୍କ ବ୍ୟକ୍ତିତ୍ୱ, କାର୍ଯ୍ୟପ୍ରଣାଳୀ, ନୀତି ନିର୍ଦ୍ଧାରଣ ଯେତିକି ଆକର୍ଷକ, ବିରୋଧୀଙ୍କ ପାଇଁ ସେ ସେତିକି ଅବୋଧ୍ୟ । ଦୀର୍ଘ ୨୩ ବର୍ଷ ଧରି ତାଙ୍କର କ୍ରମାଗତ ଅପରାଜେୟ ସଫଳତା, ଶାସନ ଧାରା, ଜନମଙ୍ଗଳକାରୀ ଯୋଜନା, ଦୁର୍ନୀତି ବିରୋଧୀ ଶୂନ୍ୟ ସହନଶୀଳତା, ବିପର୍ଯ୍ୟୟ ପରିଚାଳନା, ମହିଳା ସଶକ୍ତିକରଣର ସୂତ୍ର ବିରୋଧୀ ରାଜନୈତିକ ଦଳ ପାଇଁ ବର୍ମୁଡ଼ା ତ୍ରିଭୂଜର ରହସ୍ୟ ପରି ଅବୁଝା ହୋଇ ରହିଛି। ଦୂରଦୃଷ୍ଟିସମ୍ପନ୍ନ ଏବଂ କର୍ମଯୋଗୀ ନବୀନ ପଟ୍ଟନାୟକଙ୍କ ୨୩ବର୍ଷ ନିରନ୍ତର ସେବାର ମୂଳମନ୍ତ୍ର ହେଉଛି ଏକ ସମୃଦ୍ଧ, ସଶକ୍ତ ଓ ସ୍ୱାଭିମାନୀ ନୂତନ ଓଡ଼ିଶା ଗଠନ। ଯାହାପାଇଁ ସେ ଅସମାନତା, ଦୁର୍ନୀତି ଏବଂ ସାମ୍ପ୍ରଦାୟିକତା ବିରୁଦ୍ଧରେ ପଦକ୍ଷେପ ନେଇ ସଶକ୍ତୀକରଣ ଓ ବିକାଶକୁ ହିଁ ପ୍ରାଥମିକତା ଦେଇ ଆସିଛନ୍ତି। ଯାହାକୁ ନେଇ ଦେଶଠାରୁ ଆରମ୍ଭ କରି ବିଶ୍ୱସ୍ତରରେ ଲଗାତାର ଭାବେ ତାଙ୍କୁ ପ୍ରଶଂସା ମିଳିଛି, ସମ୍ମାନର ସୁଅ ଛୁଟିଛି। ସମାଜର ତଳବର୍ଗର ସାଧାରଣ ଲୋକଟି ହେଉଛି ତାଙ୍କର ନୀତି ପ୍ରଣୟନର ମାର୍ଗଦର୍ଶକ। ଜନକଲ୍ୟାଣକାରୀ ନୀତିର ପ୍ରଥମ ଉପଭୋକ୍ତା। ଗରିବ ଲୋକମାନଙ୍କ ବିକାଶ ତାଙ୍କର ଆଭିମୁଖ୍ୟ ଓ ସଂସ୍କୃତି, ଐତିହ୍ୟ, ପରମ୍ପରାର ସୁରକ୍ଷା ତାଙ୍କର ପ୍ରାଥମିକତା। ସେଥିପାଇଁ ଅନୁସୂଚୀତ ଜାତି, ଜନଜାତି, ମହିଳା, ଶିଶୁ, ଦିବ୍ୟାଙ୍ଗ ହିଁ ପାଇଛନ୍ତି ନବୀନ ସରକାରରେ ପ୍ରାଥମିକତା। ତାଙ୍କର ଆଭିମୁଖ୍ୟ ଏବଂ ସାଂସ୍କୃତିକ ପରମ୍ପରା We do not have national ambitions": Naveen Patnaik - The Week

ପ୍ରତି ତାଙ୍କର ସମ୍ମାନ ସର୍ବଦା ପ୍ରଶଂସିତ ହୋଇଆସିଛି। ରାଜନୀତିରେ ପ୍ରବେଶ କାଳରେ ତାଙ୍କର ପରିଚୟ ଥିଲା ବିଜୁବାବୁଙ୍କ ପୁଅ। ମାତ୍ର ବିଜୁବାବୁଙ୍କ ସବୁ ଦାୟିତ୍ୱକୁ କାନ୍ଧରେ ନେଇ ଓଡ଼ିଶାକୁ ଶୀର୍ଷ ସମୃଦ୍ଧ କରିବାକୁ ନବୀନଙ୍କ ପ୍ରତିବଦ୍ଧତା ସମ୍ଭବତଃ ସୃଷ୍ଟି କରିଛି ଅନନ୍ୟ ଉଦାହରଣ। ସାଧାରଣତଃ ଲୋକେ ସମୟ ଓ କ୍ଷମତା ସହ ବଦଳି ଯାଆନ୍ତି। ମାତ୍ର ନବୀନ ବଦଳିନାହାନ୍ତି। ୨୦୦୦ ରୁ ୨୦୨୩ ମଧ୍ୟରେ ନବୀନଙ୍କ ନୀତି ଓ ଆଦର୍ଶରେ କିଛି ଫରକ ଦେଖାଯାଇ ନାହିଁ। ରାଜ୍ୟ ଏବଂ ଦେଶ ପ୍ରତି ସେ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ସେହିପରି କ୍ରୀଡ଼ା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଅଭିବୃଦ୍ଧି ହାରକୁ ମଧ୍ୟ ବଜାୟ ରଖିପାରିଛି। ଇତିହାସ ତାଙ୍କୁ ଜଣେ ଭଦ୍ର, ଆତ୍ମବିଶ୍ୱାସରେ ପୂର୍ଣ୍ଣ ଏବଂ ପ୍ରତିବଦ୍ଧତା ଓ ଆଦର୍ଶଯୁକ୍ତ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଭାବେ ମନେ ରଖିବ।

ଜଳ, ସ୍ଥଳ ଓ ଆକାଶ ମାର୍ଗରେ ସଜାଗ ରହିଛି ଇସ୍ରାଏଲ ସେନା

ନନ୍ଦିଘୋଷ ବ୍ୟୁରୋ : ତୀବ୍ର ହୋଇଛି ଗାଜା-ଇସ୍ରାଏଲ ସଂଘର୍ଷ। ଜଳ, ସ୍ଥଳ ଓ ଆକାଶ ମାର୍ଗରେ ସଜାଗ ରହିଛି ଇସ୍ରାଏଲ ସେନା ।ବାୟୁସେନାରୁ ଲଗାତର ଆକ୍ରମଣ ଜାରି ରହିଛି  । ଗାଜା ସୀମାରେ ଇସ୍ରାଏଲର ୩ ଲକ୍ଷରୁ ଅଧିକ ସୈନ୍ୟ ଠୁଳ ହୋଇଛନ୍ତି। ଯେକୌଣସି ମୁହୂର୍ତ୍ତରେ ସ୍ଥଳସେନା ଦ୍ବାରା ଆକ୍ରମଣ ହୋଇପାରେ । କିଛି ଦିନତଳେ ପୁର୍ବରୁ ଗାଜାରୁ ୧୧ ଲକ୍ଷ ଲୋକଙ୍କୁ ଉତ୍ତର ଗାଜା ଛାଡି ଚାଲିଯିବାକୁ ଚେତାବନୀ ଦେଇଥିଲା ଇସ୍ରାଏଲ ସେନା । ଏହାପରେ ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ଲୋକ ଏହି ଅଂଚଳ ଛାଡି ଚାଲିଯାଇଥିବା ଜଣାପଡିଛି । ଗାଜା-ଇସ୍ରାଏଲ ଯୁଦ୍ଧରେ ବର୍ତମାନ ସୁଦ୍ଧା ୨୬୭୦ ପାଲେଷ୍ଟିନୀୟଙ୍କ ମୃ୍ତ୍ୟୁ ହୋଇଥବାବେଳେ ୯ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହା ପୂର୍ବରୁ ୨୦୧୪ରେ ଇସ୍ରାଏଲ ଗାଜା ମଧ୍ୟରେ ସଂଘର୍ଷ ଘଟିଥିଲା ।Joe Biden calls for restraint as Israel gears up for war with Hamas

ସେତେବେଳେ ଯୁଦ୍ଧ ପାଖାପାଖି ଦେଢମାସରୁ ଅଧିକ ସମୟ ଧରି ଚାଲିଥିଲା । ତେବେ ବର୍ତ୍ତମାନର ମୃତ୍ୟୁସଂଖ୍ୟା ୨୦୧୪ ଯୁଦ୍ଧର ମୃତ୍ୟୁସଂଖ୍ୟାକୁ ଟପି ଯାଇଛି । ମାତ୍ର ୧୦ ଦିନ ମଧ୍ୟରେ ସବୁଠାରୁ ଅଧିକ ଜୀବନହାନୀ ଘଟିଛି  । ୧୯୭୩ରେ ଇସ୍ରାଏଲର ପଡୋଶୀ ସିରିୟା ଓ ଇଜିପ୍ଟ ସହ ସଂଘର୍ଷ ଘଟିଥିଲା। ଏହି ଯୁଦ୍ଧ ଇସ୍ରାଏଲ ପାଇଁ ସବୁଠାରୁ ଘାତକ ଥିଲା ।

ପରପାରିରେ ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ

ଭୁବନେଶ୍ବର: ପରଲୋକରେ ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକ ଘଟିଛି । ପୂର୍ବତନ ବିଧାୟକଙ୍କ ବିୟୋଗରେ ପିପିଲିରେ ଶୋକର ଛାୟା ଖେଳିଯାଇଛି । ପିପିଲିର ଜନେ ଟାଣୁଅା ନେତା ଥିଲେ ଯୁଧିଷ୍ଠିର । ପ୍ରତ୍ୟେକ ନିର୍ବାଚନରେ ଦିବଂଗତ ନେତା ପ୍ରଦୀପ ମହାରଥିଙ୍କୁ କଡା ଟକ୍କର ଦେଉଥିଲେ ଯୁଧିଷ୍ଠିର । ଗତ କିଛି ମାସ ହେଲା ଅସୁସ୍ଥ ଥିଲେ ଯୁଧିଷ୍ଠିର । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଲଗାତର ଭାବେ ଡାକ୍ତରୀ ଟିମ୍‌ ତାଙ୍କ ଦେହ ଉପରେ ନଜର ରଖିଥିଲେ । ହେଲେ ଶେଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଯୁଧିଷ୍ଠିର ସାମନ୍ତରାୟ । ପିପିଲିର ଜଣେ ଦକ୍ଷ ନେତା ଭାବେ ବେଶ୍‌ ଜଣାଶୁଣା ଯୁଧିଷ୍ଠିର ସାମନ୍ତାରାୟ ।

ସେ ୧୯୯୫-୨୦୦୦ ପର୍ଯ୍ୟନ୍ତ ପିପିଲିର ବିଧାୟକ ଥିଲେ। କଂଗ୍ରେସ ଟିକେଟି ପାଇ ନିର୍ବାଚିତ ହୋଇଥିଲେ ଯୁଧିଷ୍ଠିର। ତେବେ ଯୁଧିଷ୍ଠିର ସାମନ୍ତାରାୟଙ୍କ ଦେହାନ୍ତ ପରେ ଚାରିଆଡୁ ଶୋକରେ ଛାୟା ଖେଳିଯାଇଛି । ଦଳୀୟ ନେତା ଓ କର୍ମୀମାନଙ୍କ ପକ୍ଷରୁ ବାସଭବନରେ ଭିଡ ଜମିଥିବାର ଦେଖିବାକୁ ମିଳିଛି ।

ସେବାର ସାଧକ ନବୀନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା

ଭୁବନେଶ୍ବର: ୭୮ବର୍ଷ ବୟସରେ ପାଦ ଥାପିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସେବାର ୨୬ ବର୍ଷ ଅତିକ୍ରମ କରିଥିବା ନବୀନ, ନିଜ ଦଳ ସହ ବିରୋଧୀଙ୍କୁ ବି ସାଥିରେ ନେଇ ଚାଲିବାରେ ସକ୍ଷମ ହୋଇଛନ୍ତି । ସାମାଜିକ ଗଣମାଧ୍ୟମରେ ତାଙ୍କର ଅନୁଗାମୀଙ୍କ ସଂଖ୍ୟା ଆକଳନ ଏବଂ ଜାତୀୟ ଗଣମାଧ୍ୟମର ଆକଳନ ଅନୁସାରେ ରାଜ୍ୟରେ ସବୁଠୁ ଲୋକପ୍ରିୟ ହେଉଛନ୍ତି ନବୀନ। ସେବାର ସାଧକଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା । ଭଗବାନଙ୍କ ପାଖରେ ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ ଏବଂ ସୁଖମୟ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି। 

ସେହିପରି ଓଡ଼ିଶା ଓଡ଼ିଶାର ରାଜ୍ୟପାଳ ପ୍ରୋଫେସର ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜନାଇବା ସହ ସୁସ୍ଥ ଏବଂ ନିରାମୟ ଜୀବନ କାମନା କରିଛନ୍ତି । 

ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ମହାପ୍ରଭୁଙ୍କ ନିକଟରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରିଛନ୍ତି ଧର୍ମେନ୍ଦ୍ର।

ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ସେ ଲେଖିଛନ୍ତି ଜଣେ ଦୂରଦୃଷ୍ଟିସମ୍ପନ୍ନ ନେତା, ଯିଏ ଆମକୁ ନେତୃତ୍ୱ, ମାର୍ଗଦର୍ଶନ ଏବଂ ଓଡିଶାର ସାଢେ ଚାରିକୋଟି ଲୋକଙ୍କ ପାଇଁ ଉତ୍ସର୍ଗୀକୃତ, ଉତ୍ସାହ ଏବଂ କରୁଣାରେ ସେବା ଜାରି ରଖିଛନ୍ତି । ମହାପ୍ରଭୂ ଜଗନ୍ନାଥ ଆପଣଙ୍କୁ ଦୀର୍ଘ ଏବଂ ସୁସ୍ଥ ଜୀବନ ସହିତ ଗୌରବ ଦେଇ ଆଶୀର୍ବାଦ କରନ୍ତୁ |

ସେହିପରି ଓଡ଼ିଶା ବିଧାନସଭାର ବାଚସ୍ପତି ପ୍ରମିଳା ମଲ୍ଲିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଜଗତର ନାଥ ଜଗନ୍ନାଥଙ୍କ ଅପାର ଆଶୀର୍ବାଦରୁ ଆପଣଙ୍କ ଚଲାପଥ କୁସୁମିତ ହେଉ ବୋଲି ପ୍ରମିଳା କହିଛନ୍ତି।

ସେହିପରି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ମାଆ କାମକ୍ଷାଙ୍କୁ ତାଙ୍କର ଦୀର୍ଘ ଜୀବନ ଓ  ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଛନ୍ତି।

ନିଆରା ଢ଼ଙ୍ଗରେ ବାଲୁକାକଳା ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।

 

ଶକ୍ତିପୀଠରେ ଚାଲିଛି ନବରାତ୍ର ପୂଜା, ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ପରିବେଶ

ଭୁବନେଶ୍ୱର : ଆସୁଛନ୍ତି ମାଆ, ଉଲ୍ଲସିତ ଧରା । ଶକ୍ତିପୀଠରେ ଚାଲିଛି ନବରାତ୍ର ପୂଜା । ଚଣ୍ଡିପାଠରେ ପ୍ରକମ୍ପିତ ହେଉଛି ପରିବେଶ  । ଶୋଡ଼ଷ ଉପଚାରରେ ହେଉଛି ମାଆଙ୍କ ନୀତିକାନ୍ତି । ଷୋଡଶ ଉପଚାର ପୂଜା ପାଇଁ ଠାକୁରାଣୀଙ୍କୁ ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ସଜ୍ଜିତ  କରାଯାଉଛି  । ଆଜି ଷୋଡ଼ଶୀ ବେଶରେ ଦର୍ଶନ ଦେଉଛନ୍ତି ମାଆ କଟକ ଚଣ୍ଡି । ସେପଟେ ସମ୍ବଲପୁରରେ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ ।  ମଣ୍ଡପରେ ପୂଜା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି  ।PRAKASH CH MOHANTY on X: "Kasatandi phula...bliss of nature  https://t.co/uliRLvTWge" / X

ମୃଣ୍ମୟ ମୃର୍ତ୍ତିରେ ରଙ୍ଗ ଚଢାଉଛନ୍ତି କାରିଗର । କାରିଗର ମାନେ ମାଆ ଦୁର୍ଗାଙ୍କ ସହ ପାଶ୍ବ ଦେବଦବୀଙ୍କ ରଙ୍ଗକାମ ଆରମ୍ଭ କରିଛନ୍ତି । ଦୁଇଦିନ ମଧ୍ୟରେ ରଙ୍ଗକାମ ସରିବା ପରେ ପଞ୍ଚମୀ ପୂର୍ବରୁ ନୂଆ ବସ୍ତ୍ର ଓ ଅଳଙ୍କାର ଲାଗି କରାଯିବ ।

ଗାଜା ଉପକୂଳରେ ନୌସେନାର ଘନ ଘନ ଏୟାରଷ୍ଟ୍ରାଇକ

ନନ୍ଦିଘୋଷ ବ୍ୟୁରୋ : ଗାଜା ଉପରେ ଇସ୍ରାଏଲର ମେଗା ହମଲା । ଗାଜା ଉପକୂଳରେ ନୌସେନାର ଘନ ଘନ ଏୟାରଷ୍ଟ୍ରାଇକ । ମାଡ଼ି ଚାଲିଛନ୍ତି ଶହ ଶହ ଟ୍ୟାଙ୍କ । ନିର୍ଦ୍ଦିଷ୍ଟ ସ୍ଥାନ ଉପରେ କରାଯାଉଛି ଷ୍ଟ୍ରାଇକ । ଆକ୍ଟିଭ କମ୍ବାଟ ଜୋନରେ ପରିଣତ ଗାଜା । ସେପଟେ ୪ ଲକ୍ଷରୁ ଅଧିକ ଲୋକ ଛାଡିଛନ୍ତି ଗାଜା । ଚାଲିଛି ଯୁଦ୍ଧକାଳୀନ ଏଭାକୁଏସନ । ନିରାପଦ ପଳାୟନ ଲାଗି ରୁଟ୍ ବି ପ୍ରସ୍ତୁତ ହୋଇଛି । ସମସ୍ତ ସୀମାନ୍ତ ସହରରେ ଶୁଭିଛି ଆଲର୍ଟ ସାଇରନ । ସୀମାନ୍ତରେ ନିଜ ସୈନ୍ୟମାନଙ୍କୁ ଭେଟି ଉତ୍ସାହ ଭରିଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଆରପାର ମୁଡରେ ଇସ୍ରାଏଲ ଡିଫେନ୍ସ ଫୋର୍ସ ।Israel's Invasion of Gaza Could Yield Mass Atrocities, Genocide Against  Palestinians

ଆକ୍ରମଣରେ ପ୍ରାଣ ହରାଇଛି ହମାସର ନୁଖବା ଫୋର୍ସ କମାଣ୍ଡର ବିଲାଲ ଅଲ କେଦ୍ରା । ଯୁଦ୍ଧ ଭୟ ପରେ ଇସ୍ରାଏଲ ଉପକୂଳ ହୋଇଯାଇଛି ଜନଶୂନ୍ୟ । ହମାସର ହିଂସ୍ର ଆଚରଣକୁ ନିନ୍ଦା କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ଇହୁଦିଙ୍କ ସୁରକ୍ଷା ଲାଗି ସମସ୍ତ ପଦକ୍ଷେପ ନେବା ସହ ଯୁଦ୍ଧାସ୍ତ୍ର ମୁତୟନ କରାଯିବ ବୋଲି ସେ କହିଛନ୍ତି । ଗାଜାରେ ଯଦି ଯୁଦ୍ଧ ଅପରାଧ ଓ ଗଣହତ୍ୟା ଘଟିବ ତେବେ ଇସ୍ରାଏଲରେ ଭୂକମ୍ପ ପରି ବିରାଟ ଅବସ୍ଥା ସୃଷ୍ଟି ହେବ ବୋଲି କହିଛି ଇରାନ ।