spot_img
Home Blog Page 2355

ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପରୁ ହଟିଲା ବହିଷ୍କାର ଆଦେଶ, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ପୁଅ ସମ୍ବିତ

ଭୁବନେଶ୍ବର: ବରିଷ୍ଠ ନେତା ଦାମୋଦର ରାଉତଙ୍କ ଉପରୁ ହଟିଲା ବହିଷ୍କାର ଆଦେଶ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦାମଙ୍କ ଉପରୁ ବହିଷ୍କାର ଆଦେଶ ଉଠାଇଛନ୍ତି। ୨୦୧୮ରେ ବିଜେଡିରୁ ବହିଷ୍କୃତ ହୋଇଥିଲେ ଦାମ। ବହିଷ୍କାର ପରେ ବିଜେପିରେ ଯୋଗ ଦେଇଥିଲେ। ୨୦୧୯ ନିର୍ବାଚନରେ ବିଜେପି ଟିକେଟରୁ ବାଲିକୁଦା-ଏରସମାରୁ ଲଢି ପରାଜିତ ହୋଇଥିଲେ।

ଅନ୍ୟପଟେ ଦାମୋଦର ରାଉତଙ୍କ ଉପରୁ ବିଜେଡି ବହିଷ୍କାର ପ୍ରତ୍ୟାହାର କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ପୁଅ ସମ୍ବିତ ରାଉତରାୟ । ସେ କହିଛନ୍ତି ଯେ, ଅସୁସ୍ଥତା ଯୋଗୁଁ ବାପା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5T ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ପୁଅ ହିସାବରେ ଧନ୍ୟବାଦ ଦେଉଛି । ଦଳରୁ ବିଦା କରିବା ତାଙ୍କୁ ଖୁବ କଷ୍ଟ ଦେଇଥିଲା। ଏ ଖବର ତାଙ୍କୁ ବହୁତ ଆଶ୍ବସ୍ତ ଦେବ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବହୁତ ଧନ୍ୟବାଦ୍। ବିଜେଡିରୁ ବହିଷ୍କାର ପରେ ବାପା ବିଜେପିରେ ଯୋଗଦେବା ଭୁଲ ନିଷ୍ପତ୍ତି ଥିଲା। ବାପାଙ୍କ ବହିଷ୍କାର ପ୍ରତ୍ୟାହାର ନେଇ ପ୍ରତିକ୍ରିୟା ରଖିବା ବେଳେ କାନ୍ଦିପକାଇଲେ ସମ୍ବିତ। ଏ ଖୁସି ଖବର ବାପାଙ୍କୁ ସୁସ୍ଥ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।

୧୯୭୭ରୁ ୨୦୧୪ ମଧ୍ୟରେ ରାଜ୍ୟ ବିଧାନସଭାକୁ ୭ଥର ନିର୍ବାଚିତ ହୋଇଛନ୍ତି ଦାମୋଦର ରାଉତ । ଲମ୍ବା ସମୟ ଧରି ବିଜେଡି ସହ କାମ କରିଛନ୍ତି। ଅନେକ ଥର ରାଜ୍ୟ ମନ୍ତ୍ରିମଣ୍ଡଳରେ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଛନ୍ତି ।

 

୨୦୨୪ ଭବିଷ୍ୟବାଣୀ: ଚୀନ କରିବ ଯୁଦ୍ଧ, ବିଶ୍ବର ଅନେକ ସ୍ଥାନରେ ଦେଖାଦେବ ମରୁଡି ଏବଂ ବନ୍ୟା

ନନ୍ଦିଘୋଷ ବ୍ୟୁରୋ: ୨୦୨୪ରେ ଚୀନ କରିବ ଯୁଦ୍ଧ । ସାରା ଦୁନିଆ ଏହା ଦ୍ବାରା ପ୍ରଭାବିତ ହେବ । ଅତୀତରେ ନୋଷ୍ଟ୍ରାଦମସ୍ ନାମକ ଭବିଷ୍ୟବକ୍ତା ସଠିକ୍ ‘ଭବିଷ୍ୟବାଣୀ’ କରିଛନ୍ତି | ଏଭଳି ପରିସ୍ଥିତିରେ ସେ ୨୦୨୪ ପାଇଁ ମଧ୍ୟ ତାଙ୍କର ଭବିଷ୍ୟବାଣୀ କରିଛନ୍ତି । ଚୀନ ବିଷୟରେ ସେ ଏକ ବଡ଼ କଥା କହିଛନ୍ତି ଜାଣନ୍ତୁ କ’ଣ ।

୨୦୨୪ ରେ ଏକ ନୂଆ ପୋପ୍ ମିଳିବେ
ନୋଷ୍ଟ୍ରାଦମସଙ୍କ ଏକ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ ହେଉଛି ୨୦୨୪ ମସିହାରେ କ୍ୟାଥୋଲିକ୍ ଖ୍ରୀଷ୍ଟିଆନମାନେ ଏକ ନୂତନ ପୋପ୍ ପାଇବେ |  ଏକ ଦୁଃଖଦ ଖବର ଆସିବ । ପୋପ୍ ଫ୍ରାନ୍ସିସ୍ ଚଳିତବର୍ଷ ଦୁନିଆ ଛାଡିପାରନ୍ତି |

ଜଳବାୟୁ ପରିବର୍ତ୍ତନ ହେତୁ ବିନାଶ ହେବ

ଦ୍ରୁତ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପୃଥିବୀର ସବୁ ସ୍ଥାନରେ ଦେଖାଯାଉଛି । ଏହି ସମୟରେ, ଫ୍ରାନ୍ସର ଜ୍ୟୋତିଷ ଖରାପ ଖବର ଦେଇଛନ୍ତି | ନୋଷ୍ଟ୍ରାଦମସଙ୍କ ଭବିଷ୍ୟବାଣୀ ଅନୁଯାୟୀ, ୨୦୨୪ ମସିହାରେ ପୃଥିବୀର ଅନେକ ସ୍ଥାନରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବ ଏବଂ ଅନେକ ସ୍ଥାନରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହେବ। ଖରାପ ପାଗ ହେତୁ ନଷ୍ଟ୍ରାଦମସ୍ ମଧ୍ୟ ବିଶ୍ବରେ ଅନାହାରର ପୂର୍ବାନୁମାନ କରିଛନ୍ତି । |

ପ୍ରିନ୍ସ ହ୍ୟାରି ବ୍ରିଟେନର ରାଜା ହେବେ କି?

ରାଣୀ ଏଲିଜାବେଥଙ୍କ ଦେହାନ୍ତକୁ ନେଇ ନୋଷ୍ଟ୍ରାଦମସ୍ ସଠିକ୍ ପୂର୍ବାନୁମାନ କରିଥିଲେ।  ସେ କହିଥିଲେ ଯେ ୨୦୨୪ ମସିହାରେ କିଙ୍ଗ ଚାର୍ଲ୍ସଙ୍କ ସ୍ଥାନରେ ବ୍ରିଟେନ ଏକ ନୂଆ ରାଜା ପାଇବ।

ଚୀନ୍ ଯୁଦ୍ଧ କରିବ

ନୋଷ୍ଟ୍ରାଦମସ ତାଙ୍କ ପୁସ୍ତକରେ ଆଉ ଏକ ଭୟାନକ ଭବିଷ୍ୟବାଣୀ କରିଛନ୍ତି। ତାଙ୍କ କହିବାନୁସାରେ, ଚୀନ୍ ଭାରତ ମହାସାଗରରେ ହଇଚଇ ସୃଷ୍ଟି କରିବ ଏବଂ ନୌସେନା ଯୁଦ୍ଧ ଆରମ୍ଭ କରିବ।

ନୋଷ୍ଟ୍ରାଦମସଙ୍କ ସହ ବାବା ଭେଙ୍ଗା ମଧ୍ୟ ୨୦୨୪ ମସିହାରେ ଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ, ଅଶାନ୍ତି, ରାଜନୈତିକ ଅସ୍ଥିରତା ଭଳି ଅନେକ ଚିନ୍ତାଜନକ ଭବିଷ୍ୟବାଣୀ କରିଛନ୍ତି। ବାବା ଭେଙ୍ଗାଙ୍କୁ ବାଲକାନର ନୋଷ୍ଟ୍ରାଦମସ୍ କୁହାଯାଏ । ସେ ୧୯୯୬ ମସିହାରେ ମୃତ୍ୟୁ ବରଣ କରିଥିଲେ। ତେବେ ତାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କର ଭବିଷ୍ୟବାଣୀ ଲୋକଙ୍କ ମନକୁ ଆନ୍ଦୋଳିତ କରେ । ଆଡଲଫ୍ ହିଟଲରଙ୍କ ଉତ୍ଥାନ । 9/11 ଆକ୍ରମଣ ଏବଂ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ମଧ୍ୟ ସାମିଲ ଅଛି ।

ନ୍ୟୁୟିଅର ପାର୍ଟି ସାଜିଲା କାଳ , ଦୁର୍ଘଟଣାରେ ଚାଲିଗଲା ୬ ସାଙ୍ଗଙ୍କ ଜୀବନ

ରାଞ୍ଚି :  ନୂଆବର୍ଷରେ ବଡ଼ ଅଘଟଣ । ନ୍ୟୁୟିଅର ପାର୍ଟି ସାଜିଲା କାଳ । ପାର୍ଟି ସାରି ଫେରିଲା ବେଳେ ଜଗିବସିଥିଲା ମୃତ୍ୟୁ ।  ନୂଆବର୍ଷର ପ୍ରଥମ ସୂର୍ଯ୍ୟ ଦେଖିବା ପୂର୍ବରୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ ସାଙ୍ଗଙ୍କ ଜୀବନ । ଝାରଖଣ୍ଡର ଜାମଶେଦପୁରରେ ଘଟିଛି ଏହି ଦୁଃଖଦ ଘଟଣା ।

ସୂଚନା ଅନୁଯାୟୀ, ନ୍ୟୁୟିଅର ପାର୍ଟି ସାରି ଫେରିଲା ବେଳେ ଏକ କାର ନିୟନ୍ତ୍ରଣ ହରାଇ ପ୍ରଥମେ ରାସ୍ତା କଡରେ ଥିବା ଡିଭାଇଡରେ ଧକ୍କା ହୋଇଥିଲା  । ଏହା ପରେ ଏକ ଗଛ ସହ ପିଟି ହୋଇ ଗାଡି ଓଲଟି ପଡିଥିଲା  । କାରରେ ମୋଟ୍ ୮ ଜଣ ଥିବା ବେଳେ ଘଟଣାସ୍ଥଳରେ ହିଁ ଗାଡିରେ ଥିବା ୬ ସାଙ୍ଗଙ୍କ ମୃତ୍ୟୁ ଘଟିଛି ଓ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଧକ୍କା ଏତେ ଜୋରରେ ଥିଲା ଯେ, ଏହାର ଶବ୍ଦ ବହୁ ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା  ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଲୋକଙ୍କ ଠାରୁ ଦୁର୍ଘଟଣା ସମ୍ପର୍କରେ ସୂଚନା ସଂଗ୍ରହ କରି ମୃତକଙ୍କ ଶବକୁ ପୋଷ୍ଟମୋର୍ଟମ ପାଇଁ ପଠାଇଦିଆଯାଇଛି । ସେମାନେ କେଉଁ ସ୍ଥାନରୁ ଫେରୁଥିଲେ ତାହା ଜଣାପଡି ନାହିଁ ।

 

ନୂଆବର୍ଷର ପ୍ରଥମ ଦିନରେ କରନ୍ତୁ ଏହି କାମ, ପୂରା ବର୍ଷ ସୁଖ ସମୃଦ୍ଧିରେ କଟିବ

ନନ୍ଦିଘୋଷ ବ୍ୟୁରୋ: ବର୍ଷ ୨୦୨୩ ବିଦାୟ ନେଇଛି ଏବଂ ନୂତନ ବର୍ଷ ୨୦୨୪ ପହଞ୍ଚିଛି । ନୂଆ ବର୍ଷକୁ ସ୍ୱତନ୍ତ୍ର କରିବା ପାଇଁ ଲୋକମାନେ ବିଭିନ୍ନ ପଦକ୍ଷେପ ନେଇଥାନ୍ତି । କାରଣ, ସମସ୍ତେ ଚାହାଁନ୍ତି ନୂଆ ବର୍ଷ ସେମାନଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧତା ଆଣିବ । ସମସ୍ୟା ସମାପ୍ତ ହେବ । ଦେବୀ ଲକ୍ଷ୍ମୀ ଘରେ ରହିବେ ଏବଂ ଆର୍ଥିକ ସଙ୍କଟ ଦୂର ହେବ ।

ସୋମବାର ପବିତ୍ର ଦିନରୁ ନୂଆ ବର୍ଷ ଆରମ୍ଭ ହୋଇଛି। ହିନ୍ଦୁ ଧର୍ମରେ ସୋମବାର ଭଗବାନ ଶିବଙ୍କୁ ଉତ୍ସର୍ଗ କରାଯାଇଛି। ତେଣୁ ବର୍ଷର ପ୍ରଥମ ଦିନଟି ବହୁତ ଶୁଭ ବୋଲି ବିବେଚନା କରାଯାଏ | ଏହି ଦିନ ନିଆଯାଇଥିବା ପଦକ୍ଷେପ ଦ୍ୱାରା ଇଚ୍ଛା ପୂରଣ ହୁଏ ବୋଲି ବିଶ୍ବାସ ରହିଛି ।

ନୂଆ ବର୍ଷର ପ୍ରଥମ ଦିନରେ ଆପଣ କେଉଁ କାମ କଲେ ସଫଳତା ପାଇବେ ଜାଣନ୍ତୁ ।

ବର୍ଷର ଆରମ୍ଭ ସୋମବାରରୁ ହୋଇଛି । ଆଜି ଢାଳରେ ପାଣି ଭର୍ତ୍ତି କରି ଶିବଲିଙ୍ଗଙ୍କୁ ଉତ୍ସର୍ଗ କରନ୍ତୁ । ଏହା ସହିତ ଶିବ ମନ୍ଦିରକୁ ଯାଇ ଭୋଲେନାଥଙ୍କୁ ପୂଜା କରନ୍ତୁ | ଏମିତି କଲେ ଭଗବାନ ଶିବଙ୍କ ଆଶୀର୍ବାଦ ବର୍ଷସାରା ରହିବ ।

ଆଜି ବେଲପତ୍ର ଅର୍ପଣ କରିବା ବି ଶୁଭ ହୋଇଥାଏ । ଆହୁରି ମଧ୍ୟ ଏହି ଦିନ, ଘିଅ ଚିନି ଏବଂ ଗହମ ମଇଦାରେ ନିର୍ମିତ ପ୍ରସାଦ ଅର୍ପଣ କରନ୍ତୁ |

ନୂଆ ବର୍ଷରେ ଧଳା ପୋଷାକ ପିନ୍ଧି ଭଗବାନ ଶିବଙ୍କୁ ପୂଜା କରିବା ଅତ୍ୟନ୍ତ ଶୁଭ ଫଳ ଦେଇଥାଏ ବୋଲି ବିବେଚନା କରାଯାଏ | ବାସ୍ତବରେ ଧଳା ପୋଷାକ ପିନ୍ଧିବା ମନକୁ ଶାନ୍ତି ଦେଇଥାଏ | ଏହା ସହିତ ସୋମବାର ଭଗବାନ ଶିବଙ୍କୁ ପୂଜା କରିବା ପରେ କପାଳରେ ଚନ୍ଦନ କାଠ ତିଲକ ଲଗାଇବା ଆବଶ୍ୟକ | ଏହା କରିବା ଦ୍ୱାରା ଭଗବାନ ଶିବଙ୍କ ଆଶୀର୍ବାଦ ବର୍ଷସାରା ଆପଣଙ୍କ ଉପରେ ରହିବ ।

୨୦୨୪ ବର୍ଷର ପ୍ରଥମ ଦିନରେ ଦାନ କରିବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ | ବିଶ୍ବାସ କରାଯାଏ ଯେ, ବର୍ଷର ପ୍ରଥମ ଦିନରେ ଦାନ କରିବା ଦ୍ୱାରା ବର୍ଷସାରା ଘରେ ସୁଖ ଏବଂ ଧନ ଆସିଥାଏ । ଦହି, ଧଳା ପୋଷାକ, କ୍ଷୀର ଏବଂ ଚିନି ପରି ଧଳା ଜିନିଷ ଦାନ କରନ୍ତୁ |

ନୂତନ ବର୍ଷର ପ୍ରଥମ ଦିନରେ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କୁ ମଧ୍ୟ ପୂଜା କରାଯିବା ଉଚିତ୍। ପୂଜା ସମୟରେ ଦେବୀ ଲକ୍ଷ୍ମୀଙ୍କୁ ଏକ ନଡ଼ିଆ ଅର୍ପଣ କରନ୍ତୁ | ପୂଜା ସରିବା ପରେ ଏହି ନଡ଼ିଆକୁ ଏକ ଲାଲ ରଙ୍ଗର କପଡ଼ାରେ ବାନ୍ଧି ସୁରକ୍ଷିତ ସ୍ଥାନରେ ରଖନ୍ତୁ | ଏହି ପ୍ରତିକାର ଅନୁସରଣ କଲେ ଆର୍ଥିକ ସଙ୍କଟ ଦୂର ହୁଏ |

ବୋରୱେଲରୁ ଉଦ୍ଧାର ଶିଶୁ କନ୍ୟାର ହେଲା ନାମକରଣ

ସମ୍ବଲପୁର : ସମ୍ବଲପୁର ରେଙ୍ଗାଲି ଲାରିପାଲି ବୋରୱେଲରୁ ଉଦ୍ଧାର ହୋଇଥିବା ଶିଶୁ କନ୍ୟାର ହେଲା ନାମକରଣ । ବୁର୍ଲା ଭୀମସାର ପକ୍ଷରୁ ଆଜି ଏକୋଇଶିଆରେ ଶିଶୁର ନାମକରଣ କରାଯାଇଛି ଏବଂ ଶିଶୁ କନ୍ୟାର ନାଁ ବିଜୟିନୀ ଦିଆଯାଇଛି । ଏବେ ଭୀମସାରରେ ଚିକିତ୍ସାଧୀନ ରହିଛି ଶିଶୁକନ୍ୟା ।

ଗତ ଡିସେମ୍ୱରରେ ଓଡ୍ରାଫ୍, ଅଗ୍ନୀଶମ ବାହୀନୀଙ୍କ ସାତ ଘଣ୍ଟାର ସଂଘର୍ଷ ପରେ ଶିଶୁକୁ ବୋରୱେଲ ଭିତରୁ ଉଦ୍ଧାର କରାଯାଥିଲା । ପରେ ୫ ଜଣିଆ ଡାକ୍ତରୀ ଟିମ୍ ଶିଶୁଟିର ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ପୂର୍ବରୁ ଶିଶୁର ଶରୀରରେ ଦେଖାଯାଇଥିବା ସମସ୍ତ ପ୍ରକାରର ସମସ୍ୟା ଏବେ ଦୂର ହୋଇଛି ।

ନୂଆବର୍ଷରେ ମା’ ସମଲେଶ୍ବରୀଙ୍କ ନିକଟରେ ଲାଗିଲା ନବ ନିର୍ମିତ ନୂଆ ରୂପା ପରଭା

ସମ୍ବଲପୁର :  ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ନିକଟରେ ଲାଗିଲା ନବ ନିର୍ମିତ ନୂଆ ରୂପା ପରଭା । ନୂଆବର୍ଷରେ ଝଲସୁଛନ୍ତି ମା’ ସମଲେଇ । ଅନ୍ୟପଟେ ଆଜି ନୂଆ ବର୍ଷ ଆରମ୍ଭ ହୋଇଥିବାରୁ ମା’ ସମଲେଶ୍ବରୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ନୂଆ ବର୍ଷକୁ ଆଖି ଅଗରେ ରଖି ଆଜି ଦିନ ତମାମ ଚାଲିବ ମା’ଙ୍କ ଦର୍ଶନ । ଏଥିପାଇଁ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଇଂରାଜୀ ନବବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର : ବଦଳିଲା କ୍ୟାଲେଣ୍ଡର । ନୂଆ ଆଶା ନେଇ ଆସିଲା ନୂଆ ବର୍ଷ ୨୦୨୪ । ଇଂରାଜୀ ନବ ବର୍ଷ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବବର୍ଷ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ । ଏହାସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ରାଜ୍ୟବାସୀଙ୍କ ପାଇଁ ମଙ୍ଗଳ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନୂଆ ବର୍ଷରୁ ପ୍ରଥମ ମହାକାଶ ଅଭିଯାନ :‘ଏକ୍ସପୋସାଟ୍’ର ସଫଳ ଉତକ୍ଷେପଣ

ନୂଆଦିଲ୍ଲୀ : ପୁଣି ଇତିହାସ ରଚିଲା ଇସ୍ରୋ ।  ନୂଆବର୍ଷରୁ ପ୍ରଥମ ମହାକାଶ ଅଭିଯାନ । ‘ଏକ୍ସପୋସାଟ୍’ର ହେଲା ସଫଳ ଉତକ୍ଷେପଣ । ଲଞ୍ଚ ହେଲା ଏକ୍ସରେ ପୋଲାରିମିଟର ସାଟେଲାଇଟ୍ ଏକ୍ସପୋସାଟ୍ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଶତୀଶଧାବନ ମହାକାଶ ଗବେଷଣା କେନ୍ଦ୍ରରୁ ସକାଳ ୯ ଟା ୧୦ ମିନିଟରେ ଉତକ୍ଷେପଣ ହୋଇଛି । ପିଏସଏଲଭି-ସି୫୮ ରକେଟ ଜରିଆରେ ଏକ୍ସପୋସାଟକୁ ଉତକ୍ଷେପଣ କରାଯାଇଛି।

ଏହି ଅଭିଯାନ ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟି । ବିଶ୍ବବ୍ରହ୍ମାଣ୍ଡର ୫୦ଟି ଉଜ୍ବଳତମ ମହାଜାଗତିକ ଉତ୍ସ ନେଇ ଗବେଷଣା କରିବ । ବ୍ଲାକ ହୋଲ ଏକ୍ସରେ ବାଇନାରି, ନନଥର୍ମାଲ ସୁପରନୋଭା ରେମାଣ୍ଟ, ନ୍ୟୁରନ ଷ୍ଟାର, ଆକ୍ଟିଭ ଗାଲାକ୍ଟିକ ନ୍ୟୁକ୍ଲି, ପଲସାର ଆଦି ସମ୍ପର୍କରେ ଗବେଷଣା କରିବ ଏକ୍ସପୋସାଟ୍ । ପୃଥିବୀର କକ୍ଷ ପଥର ୫୦୦ରୁ ୭୦୦ କିଲୋମିଟର ଦୂରରେ ଏହାକୁ କରାଯିବା ଅବସ୍ଥାନ । ଏହାର ଅବଧି ରହିବ ୫ ବର୍ଷ । ଏଥିରେ ୧୦ଟି ପେଲୋଡ ପଠାଯାଇଛି । ପୂର୍ବରୁ ଏକମାତ୍ର ଦେଶ ଭାବେ ଆମେରିକା ଏକ୍ସ-ରେ ପୋଲାରିମେଟ୍ରି ଏକ୍ସପ୍ଲୋରର ପ୍ରେରଣ କରିଛି ।

ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି, ରଥ କାଠ ନିମନ୍ତେ ହେବ ଗଛକଟା ଅନୁକୂଳ

ପୁରୀ : ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତ ହେଲାଣି ଶ୍ରୀମନ୍ଦିର ପ୍ରଶାସନ । ରଥ କାଠ ନିମନ୍ତେ ଗଛକଟା ଅନୁକୂଳ ପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୟାଗଡ଼ ଅଭିମୁଖେ ଯାତ୍ରା କରିବ ସ୍ବତନ୍ତ୍ର ଟିମ । ଟିମରେ ଶ୍ରୀମନ୍ଦିର ରଥ ତତ୍ତ୍ବାବଧାରକ, ରଥ ଅମିନ ଓ ଭୋଇ ସର୍ଦ୍ଦାର ଯିବାକୁ ଥିବାବେଳେ ଅନୁକୂଳ ନିମନ୍ତେ ସାଙ୍ଗରେ ମହାପ୍ରଭୁଙ୍କ ଲାଗି ମାଳମହାର୍ଦ୍ଦ, ଖଣ୍ଡୁଆ, ଧୂପଦୀପ, ନଡ଼ିଆ ପ୍ରଭୃତି ନିଆଯିବ ।

ପରମ୍ପରା ଅନୁଯାୟୀ ରଥକାଠ ନିମନ୍ତେ ଗଛ କଟାଯିବା ପୂର୍ବରୁ ଗଛ ଚି଼ହ୍ନଟ ହୋଇ ଗଣିଆର ବଡରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା ଓ ହୋମଯଜ୍ଞ ହୋଇ ଗଛକଟା ଅନୁକୂଳ କରାଯିବ । ପରେ ଆବଶ୍ୟକୀୟ ଗଛ କଟାଯାଇ ନୟାଗଡ଼ ବନବିଭାଗ ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ପଠାଇବ । ତେବେ ରଥ ସହିଁତା ଅନୁଯାୟୀ ତିନି ରଥ ନିର୍ମାଣ ଲାଗି ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକତା ରହିଥିବା ବେଳେ ଗତ ବର୍ଷର ୫୩ ଖଣ୍ଡ କାଠ ବଳକା ରହିଛି । ଆବଶ୍ୟକୀୟ ମୋଟ ୮୧୨ ଖଣ୍ଡ କାଠ ଚି଼ହ୍ନଟ କରିବ ଟିମ । ଯାହାକୁ ପର୍ଯ୍ୟାୟ କ୍ରମେ ବନବିଭାଗ ପକ୍ଷରୁ ଶ୍ରୀମନ୍ଦିର ନିକଟକୁ କଟାଯାଇ ପଠାଯିବ ।

ମାଇଲଖୁଣ୍ଟ ଅତିକ୍ରମ କଲା ମାନବଜାତି ; ବିଶ୍ବ ଜନସଂଖ୍ୟା ଆନୁଷ୍ଠାନିକ ଭାବେ ୮୦୦ କୋଟି ଅତିକ୍ରମ

ନନ୍ଦିଘୋଷ ବ୍ୟୁରୋ : ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି ମାନବଜାତି । ଆଜି ବିଶ୍ବର ଜନସଂଖ୍ୟା ଆନୁଷ୍ଠାନିକ ଭାବେ ୮ ବିଲିୟନ ବା ୮୦୦ କୋଟି ଅତିକ୍ରମ କରିଛି । ଏନେଇ ଆମେରିକୀୟ ଜନଗଣନା ବ୍ୟୁରୋ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି । ଏହି ସଂଖ୍ୟା ମାତ୍ର ଗୋଟିଏ ବର୍ଷରେ ୭୫ ନିୟୁତରୁ ଅଧିକ ଲୋକଙ୍କ ବୃଦ୍ଧିକୁ ଦର୍ଶାଉଛି । ବିଶ୍ବରେ ପ୍ରତି ସେକେଣ୍ଡରେ ପ୍ରାୟ ୪ ଦଶମିକ ୩ଟି ଜନ୍ମ ଏବଂ ୨ ଜଣଙ୍କ ମୃତ୍ୟୁ ହେଉଛି। ବିଗତ ବର୍ଷ ତୁଳନାରେ ବୃଦ୍ଧି ହାର ସାମାନ୍ୟ ହ୍ରାସ ପାଇ ମାତ୍ର ୧ ପ୍ରତିଶତରୁ କମ୍ ରହିଛି ।

ଆଜି ପହିଲାରେ ବିଶ୍ୱର ଆନୁମାନିକ ଜନସଂଖ୍ୟା ୮୦୦ କୋଟି ରହିଛି । ଯାହା କି ୨୦୨୩ ନବବର୍ଷ ତୁଳନାରେ ଢେର ଅଧିକ। ଫୋର୍ବସ୍ର ଏକ ରିପୋର୍ଟ ଅନୁଯାୟୀ, ନଭେମ୍ବର ୨୦୨୨ରେ ଜାତିସଂଘ ଆକଳନ କରିଥିଲା ଯେ ୭ ବିଲିୟନରେ ପହଞ୍ଚିବାର ୧୧ ବର୍ଷ ପରେ ବିଶ୍ୱ ଜନସଂଖ୍ୟା ୮ ବିଲିୟନରେ ପହଞ୍ଚିବ । ପ୍ରଜନନ ହାର ହ୍ରାସ ଏବଂ ଯୁବକଙ୍କ ସଂଖ୍ୟା କମ୍ ହେବା ଭଳି କାରଣରୁ ଜନଗଣନା ବ୍ୟୁରୋ ଆକଳନ କରିଛି ଯେ ୯ ବିଲିୟନ ଜନସଂଖ୍ୟା ହାସଲ କରିବା ପାଇଁ ୧୪ ବର୍ଷରୁ ଅଧିକ ସମୟ ଲାଗିବ । ଏହାବ୍ୟତୀତ ୧୦ ବିଲିୟନ ଛୁଇଁବା ପାଇଁ ଅତିରିକ୍ତ ୧୬ ଦଶମିକ ୪ ବର୍ଷ ସମୟ ଲାଗିବ ବୋଲି ଆକଳନ କରାଯାଇଛି।