spot_img
Home Blog Page 2362

କାୟା ମେଲାଉଛି କୋରୋନା, ୭ ମାସର ରେକର୍ଡ ଭାଙ୍ଗି ପଜିଟିଭ ଛୁଇଁଲାଣି ୮୦୦

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ନୂଆ ୭୯୭ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି  । ଏବେ ସର୍ବମୋଟ ପଜିଟିଭ ସଂଖ୍ୟା ୪୦୯୧ରେ ପହଞ୍ଚିଛି  । ଚଳିତ ବର୍ଷ ମେ ୧୯ ପରେ ଦିନକରେ କୋରୋନା ଭାଇରସ ସଂକ୍ରମଣ ଏତେ ସଂଖ୍ୟାରେ ପହଞ୍ଚିଛି  । ୭ ମାସ ପରେ ଭାରତରେ ଦିନକରେ କୋଭିଡ ସଂଖ୍ୟା ପାଖାପାଖି ୮୦୦ ଛୁଇଁଛି  ।

ସେହିପରି ୨୪ ଘଣ୍ଟାରେ କୋରୋନା ସଂକ୍ରମଣରେ ୫ ଜଣଙ୍କ ମୃତ୍ୟୁ ହୋଇଛି  । କେରଳରେ ୨, ମହାରାଷ୍ଟ୍ର, ପଣ୍ଡିଚେରୀ ଓ ତାମିଲନାଡୁରେ ୨୪ ଘଣ୍ଟା ମଧ୍ୟରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି  ।

ଏହା ପୂର୍ବରୁ ଦେଶରେ ମେ ୧୯ରେ ୮୬୫ ନୂଆ କୋଭିଡ ମାମଲା ସାମନାକୁ ଆସିଥିଲା  । ଗତ ଡିସେମ୍ବର ୫ ପର୍ଯ୍ୟନ୍ତ ଦୈନିକ ମାମଲା ସଂଖ୍ୟା ଦୁଇ ଅଙ୍କରେ ରହିଥିଲା  ।

୨୦୨୦ରୁ ବର୍ତ୍ତମାନ ସୁଦ୍ଧା ୪ ବର୍ଷ ମଧ୍ୟରେ ଦେଶରେ ପ୍ରାୟ ସାଢେ ଚାରି କୋଟିରୁ ଅଧିକ ଲୋକେ କୋରୋନାରେ ସଂକ୍ରମିତ ହୋଇଥିରଲେ  । ସାଢେ ୫ ଲକ୍ଷରୁ ଅଧିକ କୋରୋନାରେ ପ୍ରାଣ ହରାଇଥିଲେ  । ସେପଟେ ଦେଶରେ କୋଭିଡ ୧୯ ଟୀକାକରଣ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ୨୨୦.୬୭ କୋଟି ଲୋକେ ଟୀକା ନେଇସାରିଛନ୍ତି  ।

୨୦୨୪ ନିର୍ବାଚନ: ସାଂସଦ ମାନସ ମଙ୍ଗରାଜଙ୍କୁ ପୁଣି ନୂଆ ଦାୟିତ୍ବ

ଭୁବନେଶ୍ବର: ସାଂସଦ ମାନସ ମଙ୍ଗରାଜଙ୍କୁ ସମ୍ବଲପୁର ଦାୟିତ୍ବ । ସମ୍ବଲପୁର ସଂସଦୀୟ କ୍ଷେତ୍ର ବିଜେଡି ପର୍ଯ୍ୟବେକ୍ଷକ ଭାବେ ତାଙ୍କୁ ଦାୟିତ୍ବ ଦିଆଯାଇଛି । ପୂର୍ବରୁ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଦାୟିତ୍ବ ତୁଲାଉଛନ୍ତି ।

ସେହିପରି ସୌଭାଗ୍ୟ ନାୟକଙ୍କୁ ସମ୍ବଲପୁର, ରେଙ୍ଗାଳି ବିଧାନସଭା କ୍ଷେତ୍ର ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି । ଗୌତମବୁଦ୍ଧ ଦାସଙ୍କୁ ଦେବଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ, ଅମରେଶ ଜେନାଙ୍କୁ ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି ।

କମ ଉପସ୍ଥାନ କାରଣରୁ ଆତ୍ମହତ୍ୟା କଲେ ହୋଟେଲ ମ୍ୟାନେଜମେଣ୍ଟ ଛାତ୍ର

0

ବେଙ୍ଗାଲୁରୁ: କମ ଉପସ୍ଥାନ କାରଣରୁ ଝୁଲିପଡିଲେ ୨୨ ବର୍ଷୀୟ ଛାତ୍ର  । କମ ଉପସ୍ଥାନ କାରଣରୁ କଲେଜରୁ ନିଲମ୍ବିତ ହୋଇଥିଲେ ଛାତ୍ର  । ଏହାପରେ ସେ ଆତ୍ମହତ୍ୟା କରିଥିଲେ  । ମୃତ ଛାତ୍ର ଜଣକ ହୋଟେଲ ମ୍ୟାନେଜମେଣ୍ଟ ଛାତ୍ର ହୋଇଥିବା ଜଣାପଡିଛି  । ସେ ହୋଟେଲ ମ୍ୟାନେଜମେଣ୍ଟର ପ୍ରଥମ ବର୍ଷର ଛାତ୍ର ଥିଲେ  । ତାଙ୍କ ମୃତଦେହ ନିକଟରୁ ପୋଲିସ ଏକ ସୁଇସାଇଡ ନୋଟ୍‌ ଜବତ କରିଛି ।

 

ଧାରା ୩୦୬ ଆଧାରରେ ପୋଲିସ ମାମଲା ରୁଜୁ କରିଛି  । ସେପଟେ କଲେଜ କର୍ତ୍ତୃପକ୍ଷଙ୍କୁ ପୋଲିସ ପଚରାଉଚୁରା କରିଛି  । କମ ଉପସ୍ଥାନ ନା ଏହା ପଛରେ ଆଉ କେଉଁ କାରଣ ରହିଛି ତାହାର ତଦନ୍ତ ଜାରି ରଖିଛି ପୋଲିସ  । ଦେଶରେ ଦିନକୁ ଦିନ ଛାତ୍ର ଆତ୍ମହତ୍ୟା ମାମଲା ବୃଦ୍ଧି ପାଇଥିବାବେଳେ ଯୁବପୀଢୀ କେମିତି ସଚେତନ ହେବେ ତାହା ଏବେ ମୁଣ୍ଡବ୍ୟଥା ସାଜିଛି  ।

ନୂଆବର୍ଷରେ ବନ୍ଦ ହେବନି ସେୟାର ମାର୍କେଟ, ବନ୍ଦ ରହିବ ବ୍ୟାଙ୍କ୍‌ !

ନନ୍ଦିଘୋଷ ବ୍ୟୁରୋ: ନୂତନ ବର୍ଷ ଆରମ୍ଭ ପାଇଁ କେବଳ କିଛି ଘଣ୍ଟା ବାକି ଅଛି  । ସୋମବାର ଠାରୁ ନୂଆ ବର୍ଷ ବିଷୟରେ ଅନେକ ପ୍ରକାରର ପ୍ରଶ୍ନ ଲୋକଙ୍କ ମନରେ ଅଛି  । ଲୋକଙ୍କ ମନରେ ସବୁଠାରୁ ବଡ ପ୍ରଶ୍ନ ହେଉଛି ଜାନୁଆରୀ ୧ ସୋମବାର ଦିନ ସାରା ଦେଶରେ ବ୍ୟାଙ୍କ ଏବଂ ସେୟାର ଖୋଲିବ କି ବନ୍ଦ ରହିବ। ଯଦି ଆପଣଙ୍କର କୌଣସି ବ୍ୟାଙ୍କ ସମ୍ବନ୍ଧୀୟ କାମ ଅଛି ତେବେ ଆପଣ ଛୁଟିଦିନର ତାଲିକା ଦେଖିବା ପରେ ହିଁ ଘରୁ ବାହାରକୁ ଯିବା ଉଚିତ୍  ।

ବ୍ୟାଙ୍କଗୁଡ଼ିକରେ ଛୁଟିଦିନ 

୨୦୨୪ର ପ୍ରଥମ ଦିନ ସୋମବାର, ଜାନୁଆରୀ ୧ ରେ ଦେଶର ଅନେକ ସହରରେ ବ୍ୟାଙ୍କ ବନ୍ଦ ରହିବ  । ଏହି ଦିନ କେତେକ ରାଜ୍ୟରେ ବ୍ୟାଙ୍କ ଛୁଟି ଅଛି  । ଏହା ବ୍ୟତୀତ କେତେକ ବେସରକାରୀ କମ୍ପାନୀ ଏବଂ କେତେକ ସ୍ଥାନରେ ସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିବ।

ସେୟାର ବଜାର ବନ୍ଦ ରହିବ କି?

ସୋମବାର, ନୂଆ ବର୍ଷର ପ୍ରଥମ ଦିନରେ ଷ୍ଟକ୍ ମାର୍କେଟରେ କୌଣସି ଛୁଟି ନାହିଁ । BSE ଏବଂ NSE ପୂର୍ବପରି କାର୍ଯ୍ୟ କରିବ | ଷ୍ଟକ୍ ମାର୍କେଟରେ କାରବାର ପୂର୍ବପରି ଘଟିବ  ।

ଆରବିଆଇ କହିଛି ଛୁଟି କେଉଁଠି?

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ହଲିଡେ କ୍ୟାଲେଣ୍ଡର ୨୦୨୪ ଅନୁଯାୟୀ, ଜାନୁୟାରୀ ୧, ୨୦୨୪ରେ ଆଇଜାଲ, ଚେନ୍ନାଇ ଏବଂ ଗ୍ୟାଙ୍ଗଟକରେ ବ୍ୟାଙ୍କଗୁଡିକ ଛୁଟିଦିନ ରହିବ । ସେହିଭଳି ଇମ୍ଫାଲ, ଇଟାନଗର, କୋହିମା ଏବଂ ସିଲଂରେ ବ୍ୟାଙ୍କଗୁଡିକ ବନ୍ଦ ରହିବ। ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡିକ ବିଷୟରେ କହିବାକୁ ଗଲେ, ୨୦୨୪ ବର୍ଷ ମଣିପୁର, ମେଘାଳୟ, ଆସାମ, ନାଗାଲାଣ୍ଡ, ସିକ୍କିମ୍ ଇତ୍ୟାଦିରେ ଏକ ସାଧାରଣ ଛୁଟିଦିନରୁ ଆରମ୍ଭ ହେଉଛି  । ୨୦୨୪ରେ ବ୍ୟାଙ୍କଗୁଡିକ ମୋଟ ୧୦ଦିନ ପାଇଁ ବନ୍ଦ ରହିବ ।

ଜାନୁଆରୀରେ ବ୍ୟାଙ୍କ ଛୁଟି 

ଜାନୁଆରୀରେ ନୂତନ ବର୍ଷ ପରେ କର୍ଣ୍ଣାଟକ, ଓଡିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଏବଂ ଅନେକ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ଜାନୁଆରୀ ୧୫ ରେ ମକର ସଙ୍କ୍ରାନ୍ତି, ପୋଙ୍ଗଲ ଏବଂ ବିହୁ କାରଣରୁ ବ୍ୟାଙ୍କ ବନ୍ଦ ରହିବ। ସ୍ଥାନୀୟ ଛୁଟିଦିନ ହେତୁ ଚେନ୍ନାଇରେ ବ୍ୟାଙ୍କଗୁଡିକ ୧୬ ଓ ୧୭ ରେ ବନ୍ଦ ହୋଇଥିବାବେଳେ ଗୁରୁ ଗୋବିନ୍ଦ ସିଂ ଜୀଙ୍କ ଜୟନ୍ତୀ ଅବସରରେ ୧୭ ତାରିଖ ଦିନ ପଞ୍ଜାବରେ ବ୍ୟାଙ୍କ ବନ୍ଦ ରହିବ  ।

ଏହି କାରଣରୁ ଜାନୁଆରୀ ୧ରୁ ବନ୍ଦ ହେବ ଆପଣଙ୍କ UPI ଆଇଡି

ନୂଆଦିଲ୍ଲୀ: NPCI ର ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ଜାନୁଆରୀ ୧ ରୁ କିଛି ଲୋକଙ୍କ UPI ID ବନ୍ଦ ହେବାକୁ ଯାଉଛି  । ପେଟିଏମ୍, ଫୋନ୍ ପେ ଏବଂ ଗୁଗୁଲ୍ ପେ ପରି ବ୍ୟାଙ୍କ ଏବଂ ତୃତୀୟ ପକ୍ଷ ଆପ୍ ମଧ୍ୟ ଜାନୁଆରୀ ୧ ରୁ ଏହିପରି UPI ID କୁ ନିଷ୍କ୍ରିୟ କରିବ । ଗତ ଏକ ବର୍ଷ ମଧ୍ୟରେ ଯେଉଁ ଆକାଉଣ୍ଟରେ କୌଣସି ଟ୍ରାଞ୍ଜାକ୍ସନ ହୋଇନାହିଁ  ।

ବିମୁଦ୍ରୀକରଣ ପରେ UPI ପେମେଣ୍ଟରେ କାରବାର ବଢିବା ସହିତ ଦୈନନ୍ଦିନ ସାମଗ୍ରୀ କିଣିବା ଏବଂ ବିଲ୍ ପେମେଣ୍ଟ କରିବା ଅଧିକ ସହଜ ହୋଇଛି  । ତଥାପି ବହୁତ ଲୋକ ଅଛନ୍ତି ଯେଉଁମାନେ UPI ID ଇନଷ୍ଟଲ କରି UPIରେ କେବେ ଟ୍ରାଞ୍ଜାକ୍ସନ କରି ନାହାନ୍ତି  । NPCI ଅର୍ଥାତ୍ ନ୍ୟାସନାଲ୍ ପେମେଣ୍ଟସ୍ କର୍ପୋରେସନ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶାବଳୀ ଅନୁସରଣ କରି ସମସ୍ତ ବ୍ୟାଙ୍କ ଏବେ ପେଟିଏମ୍, ଫୋନ୍ ପେ, ଗୁଗୁଲ୍ ପେ ଭଳି ୟୁପିଆଇ ଆଇଡିଗୁଡ଼ିକୁ ନିଷ୍କ୍ରିୟ କରିବ । ଯେଉଁଥିରେ ଗତ ଏକ ବର୍ଷ ମଧ୍ୟରେ କୌଣସି କାରବାର ହୋଇନାହିଁ।

ଆପଣଙ୍କର UPI ID ନିଷ୍କ୍ରିୟ କିମ୍ବା ଅବରୋଧ ହେବା ପୂର୍ବରୁ, ଆପଣଙ୍କୁ ପଞ୍ଜୀକୃତ ଇମେଲ୍ ID କିମ୍ବା ମୋବାଇଲ୍ ନମ୍ବରରେ ସୂଚନା ଦିଆଯିବ  ।

କିପରି ନିଷ୍କ୍ରିୟ ହେବନି UPI ID ?

ଯଦି ଆପଣ ମେସେଜ୍ କିମ୍ବା ଇମେଲ୍ ମାଧ୍ୟମରେ ଏପରି ସୂଚନା ପାଇଛନ୍ତି ତାହାଲେ ଆପଣଙ୍କୁ କେବଳ UPIରେ ଜୋରିମାନା ଦେବାକୁ ପଡିବନ  । ଏହା କରିବା ଦ୍ବାରା ଆପଣଙ୍କର UPI ID ଅବରୋଧ ହେବ ନାହିଁ  । ଯଦି ଆପଣ UPI ଦେୟ ଦିଅନ୍ତି ନାହିଁ ଏବଂ ଯଦି ଆପଣଙ୍କର UPI ID ଅବରୋଧିତ ହୁଏ, ତେବେ ଆପଣ ପରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି |

ଗୋପାଳପୁରରେ ମାଛଧରା ଡଙ୍ଗା ବୁଡି ଜଣେ ମତ୍ସ୍ୟଜୀବୀ ମୃତ, ୨ ଉଦ୍ଧାର

ଗୋପାଳପୁର: ଗଞ୍ଜାମ ଗୋପାଳପୁରରେ ମାଛଧରା ଡଙ୍ଗା ବୁଡି ଜଣେ ମତ୍ସ୍ୟଜୀବୀ ମୃତ। ଆଜି ଭୋରରୁ ୩ ମତ୍ସ୍ୟଜୀବୀ ଗୋଟିଏ ଡଙ୍ଗା ନେଇ ସମୁଦ୍ରକୁ ମାଛ ଧରିବାକୁ ଯାଉଥିବା ବେଳେ ବଡ ଲହଡି ଆସିବାରୁ ଡଙ୍ଗାଟି ଓଲଟି ପଡିଥିଲା। ଡଙ୍ଗାରେ ଥିବା ଅନ୍ୟ ୨ ମତ୍ସ୍ୟଜୀବୀ ଉଦ୍ଧାର ହୋଇଛନ୍ତି । ମୃତକ ଜଣକ ହେଲେ ବି. ବୈରାଗୀ୍ ।

ତାଙ୍କର ବୟସ ପାଖାପାଖି ୬୩ ବର୍ଷ ହେବ । ମତ୍ସ୍ୟଜୀବୀ ବି.ବୈରାଗୀ, ଏମ. ବାଲରlଜୁ ଓ ଏମ. ସିମୁଡୁ ମାଛ ଧରିବାକୁ ଯାଉଥିବା ବେଳେ ବଡ ଲହଡ଼ି ହାବୁଡରେ ପଡିଯାଇଥିଲେ । ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ି୍ଥିଲା । ୨ ଜଣ ପାଣିକୁ ଡେଇଁ ପଡ଼ିଥିବା ବେଳେ ବୈରାଗୀ ଉପରେ ଡଙ୍ଗାଟି ପଡ଼ିଯାଇଥିଲା। ପରେ ସ୍ଥାନୀୟ ଅଂଚଳର ଲୋକେ ବୈରାଗୀଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ମେଡ଼ିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଲକ୍ଷ୍ମୀ ମାଝୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ ଘଟଣା, ଯାଞ୍ଚ କରୁଛନ୍ତି ଦଶ ଜଣିଆ ଟିମ୍‌

0

ରାୟଗଡ଼ା: ଚନ୍ଦ୍ରପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଲକ୍ଷ୍ମୀ ମାଝୀଙ୍କ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତଦେହ ଠାବ ଘଟଣା । କ୍ରାଇମବ୍ରାଞ୍ଚ ଟିମ୍ ଚନ୍ଦ୍ରପୁରରେ ପହଞ୍ଚି ଜୋରଦାର ତନାଘନା ଚଳାଇଛି । ଶବ ପଡିରହିଥିବା ସ୍ଥଳରେ ଯାଞ୍ଚ କରିବା ସହ ପାଖ ପଡୋଶୀଙ୍କୁ ପଚରା ଉଚରା କରୁଛି। ଲକ୍ଷ୍ମୀ ମାଝି ରହୁଥିବା ମାଁ ଗୃହରେ ମଧ୍ୟ ଯାଞ୍ଚ କରିଛି । କ୍ରାଇମବ୍ରାଞ୍ଚ ଡ଼ିଏସପି ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ତଦନ୍ତ ଟିମ୍ ସହ ଷ୍ଟେଟ ଫରେନସିକ୍ ଲାବର ଦଶ ଜଣିଆ ଟିମ ଘଟଣାସ୍ଥଳରେ ତଦନ୍ତ ଚଳାଇଛନ୍ତି ।

ଏହା ସହ ରାୟଗଡା ଓ କୋରାପୁଟରୁ ମଧ୍ୟ ସାଇଣ୍ଟିଫିକ୍ ଟିମ ତଦନ୍ତରେ ସାମିଲ ହୋଇଛନ୍ତି । ସେପଟେ ଦାୟିତ୍ବରେ ଥିବା ଥାନାଅଧିକାରି ବଦଳିଛନ୍ତି। ନୀଳକଣ୍ଠ ବେହେରା ଚନ୍ଦ୍ରପୁର ଥାନା ଅଧିକାରି ଭାବେ ଯୋଗଦାନ କରି ତଦନ୍ତ ଆରମ୍ଭ କରିଛନ୍ତି। ଗତକାଲି ମେଡିକାଲର କିଛି କର୍ମଚାରୀଙ୍କୁ ପଚରାଉଚୁରା କରିଥିବା ଜଣାପଡିଛି । ଲକ୍ଷ୍ମୀ ମାଝୀର ଶରୀରରୁ ଜବତ ହୋଇଥିବା ନଖ, ବାଳ, ରକ୍ତଛିଟା ନମୁନା ସଂଗ୍ରହ କରି ଫରେନସିକ୍ ଲାବକୁ ପଠାଇଛି।

ମାମଲାରେ ମହିଳାଙ୍କ ପରିବାର ଲୋକ ଆଣିଥିବା ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ଅଭିଯୋଗ ଆସିଥିବା ଆଲିସା ଏନଜିଓର ନିର୍ଦ୍ଦେଶକ। ଘଟଣାରେ ସମ୍ପୃକ୍ତିଙ୍କୁ ଅସ୍ବୀକାର କରିଛନ୍ତି ସଂସ୍ଥାର ନିର୍ଦ୍ଦେଶକ।

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଘର, ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

ନୟାଗଡ: ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଜଳିଗଲା ୧୦ ବଖରାରୁ ଅଧିକ ଘର । ଭାପୁର ବ୍ଲକ ପାର୍ବତୀପୁର ଗାଁର ପ୍ରକାଶ ବେହେରାଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି । ପରେ ନିଆଁ ଗୋଟିଏ ଘରରୁ ଅନ୍ୟ ଘରକୁ ବ୍ୟାପିଥିଲା । ନିଆଁ ଏଭଳି ଉଗ୍ର ରୂପ ନେଇଥିଲା ଯେ, ସଙ୍ଗେ ସଙ୍ଗେ ୧୦ରୁ ଅଧିକ ବଖରା ଘର ପୋଡ଼ି ଯାଇଥିଲା । ଗ୍ରାମବାସୀଙ୍କ ଠାରୁ ଭାପୁର ଅଗ୍ନିଶମ ବିଭାଗ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ, ଆନୁମାନିକ ୧୦ ଲକ୍ଷ ଟଙ୍କା ସମ୍ପତ୍ତି ଜଳିପୋଡଇ ପାଉଁଶ ହୋଇଯାଇଛି ।

ମନୋରମା ମହାନ୍ତି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ, ବଦଳିଲେ ଏଚଆର ବିଶ୍ବାସ

ଭୁୂବନେଶ୍ବର: ବଦଳିଲେ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ। ମନୋରମା ମହାନ୍ତି ହେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନୂଆ ନିର୍ଦେଶକ । ବର୍ତ୍ତମାନ ଅହମଦାବାଦ ପାଣିପାଗ ବିଭାଗର ନିର୍ଦେଶକ ଅଛନ୍ତି ମନୋରମା ମହାନ୍ତି। ଏଚ ଆର୍ ବିଶ୍ୱାସ ଙ୍କୁ କୋଲକତା ଆଞ୍ଚଳିକ ପାଣିପାଗ କେନ୍ଦ୍ରକୁ ବଦଳି କରାଯାଇଛି  ।


ନୂତନ ନିଯୁକ୍ତି ସହିତ ମନୋରମାଙ୍କୁ S ​​ଗ୍ରେଡ୍ କୁ ପଦୋନ୍ନତି ମିଳିଛି ।  ଏ ନେଇ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ମନୋରମା ମହାନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ସମାପ୍ତ କରିବା ପରେ ପାଣିପାଗ ପୂର୍ବାନୁମାନ ବିଭାଗରେ ଯୋଗ ଦେଇଥିଲେ। ଗୁଜୁରାଟକୁ ପ୍ରଭାବିତ କରିଥିବା ଆରବ ସାଗରରେ ବିଭିନ୍ନ ବିପର୍ଯ୍ୟୟର ସଠିକ୍ ଭବିଷ୍ୟବାଣୀରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ  ।

୨୦୨୧ ମସିହାରେ ଗୁଜୁରାଟ ଉପକୂଳରେ ଆସିଥିବା ଅତ୍ୟଧିକ ଭୟଙ୍କର ସାଇକ୍ଲୋନିକ୍ ଷ୍ଟର୍ମ ତାଉତେର ଗତିବିଧି ବିଷୟରେ ତାଙ୍କର ସଠିକ୍ ଭବିଷ୍ୟବାଣୀ ପ୍ରଶଂସା ଲାଭ କରିଥିଲା ​​ ।

ବଢୁଛି କୋରୋନା, ବୟସ୍କଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନକୁ ନଯିବାକୁ ପରାମର୍ଶ

ଭୁବନେଶ୍ବର: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବାବେଳେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଗୁରୁତ୍ବ । ଟେଷ୍ଟିଂ, ସର୍ଭେଲାନ୍ସ ସହ ମେଡିକାଲରେ ଚିକିତ୍ସା ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଜାରି କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସମସ୍ତ ମେଡିକାଲ କଲେଜ ଓ ଡିସିଏମଓଙ୍କୁ ଏନେଇ ଚିଠି ଲେଖିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରକୁ ଥିବା ସମସ୍ତ ମେଡିକାଲରେ ସର୍ଭେଲାନ୍ସ ବୃଦ୍ଧି କରିବା ଉପରେ ଗୁରୁଦ୍ବ ଦିଆଯାଇଛି ।

କୋଭିଡ୍ ପଜିଟିଭ୍ ହେଉଥିବା ଆକ୍ରାନ୍ତଙ୍କ ନିଜ ଘରେ ସଂଗରୋଧରେ ରହିବାକୁ ପରାମର୍ଶ କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସ୍ବାସ୍ଥ୍ୟବସ୍ଥା ଗୁରୁତର ହେଲେ କୌଣସି ରୋଗୀ ମେଡିକାଲରେ ଭର୍ତ୍ତି ହେଲେ ସେମାନଙ୍କୁ ଆବଶ୍ୟକ ସୁବିଧା ଯୋଗାଇଦେବା ସହ୍ ଅକ୍ସିଜେନ ସଂଯୋଗ ଥିବା ବେଡ୍ ଯୋଗାଇ ଦେବାକୁ ନିର୍ଦେଶ ଦିଆଯାଇଛି । ବୟସ୍କ ଓ ଏକାଧିକ ରୋଗରେ ପୀଡ଼ିତ ବ୍ୟକ୍ତି ଜନଗହଳିପୂର୍ଣ୍ଣ ସ୍ଥାନକୁ ନଯିବାକୁ ପରାମର୍ଶ କରାଯାଇଛି ।

ଜିଲ୍ଲା ପ୍ରଶାସନର ସହଯୋଗରେ ସଚେତନତା କାର୍ଯ୍ୟ ଜାରି ରଖିବାକୁ ଗୁରୁତ୍ବ ଦିଆଯାଇଛି।କୋଭିଡକୁ ନେଇ ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।ରାଜ୍ୟରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କେହି ଗୁରୁତର ସ୍ଥିତିରେ ନାହାନ୍ତି। ସମସ୍ତ ଆକ୍ରାନ୍ତ ନିଜ ନିଜ ଘରେ ସଂଗରୋଧରେ ରହି ଚିକିତ୍ସିତ ହେଉଛନ୍ତି ।