spot_img
Home Blog Page 239

ହେଲିକପ୍ଟରରେ ବିହାର ପ୍ରଚାର, ଘଣ୍ଟାକୁ ଭଡ଼ା ୯ ଲକ୍ଷ; ଜାଣନ୍ତୁ କିଏ କେତେ ଉଡ଼ାଇଲେ

ହେଲିକପ୍ଟରରେ ବିହାର ପ୍ରଚାର, ଘଣ୍ଟାକୁ ଭଡ଼ା ୯ ଲକ୍ଷ; ଜାଣନ୍ତୁ କିଏ କେତେ ଉଡ଼ାଇଲେ

ନନ୍ଦିଘୋଷ ବ୍ୟୁରୋ: ବିହାର ବିଧାନସଭା ମତଦାନ ପାଇଁ ଗତକାଲି ପ୍ରଚାର ଶେଷ ହୋଇଛି । ଦ୍ବିତୀୟ ପର୍ଯ୍ୟାୟରେ ୧୧୨ ଆସନରେ ଆସନ୍ତାକାଲି ଅର୍ଥାତ ୧୧ ନଭେମ୍ବରରେ ଭୋଟ ପଡ଼ିବ । ବିହାରରେ ଚଳିତ ନିର୍ବାଚନରେ ହେବିଓ୍ବେଟଙ୍କ ଦମଦାର ପ୍ରଚାର ଦେଖିବାକୁ ମିଳିଥିଲା । ସବୁ ରାଜନୈତିକ ଦଳ ନିଜ ନେତାଙ୍କ ଜରିଆରେ ଭୋଟରଙ୍କୁ ନିଜ ସପକ୍ଷରେ ନେବାକୁ କୌଣସି ସୁଯୋଗ ଛାଡି ନଥିଲେ । ଆଉ ପ୍ରଚାର ପାଇଁ କେବଳ ସଡ଼କ ପଥରେ ନୁହେଁ, ଆକାଶ ପଥରେ ବି ଭରପୂର ବ୍ୟବହାର କରାଯାଇଥିଲା । ଶୀଘ୍ର ଶୀଘ୍ର ପ୍ରଚାର କରିବା ଉଦ୍ଦେଶ୍ୟରେ ରାଜନୈତିକ ଦଳମାନେ ହେଲିକପ୍ଟର ପାଇଁ କୋଟି କୋଟି ଟଙ୍କା ଉଡାଇ ଦେଲେ ।

ତଥ୍ୟ ଅନୁସାରେ ନିର୍ବାଚନ ପ୍ରଚାର ପାଇଁ ପାଟନା ଏୟାରପୋର୍ଟରୁ ପ୍ରତିଦିନ ୨୫ ଡେଲିକପ୍ଟର, ୧୨ ଚାର୍ଟାର୍ଡ ପ୍ଲେନ ନେତାଙ୍କୁ ନେବା ଆଣିବାରେ ଲାଗିଥିଲେ । ତେବେ ପ୍ରଶ୍ନ ଉଠୁଛି, ପ୍ରଚାର ପାଇଁ ଆକାଶ ପଥ ବ୍ୟବହାର କରିବା କିଛି ନୂଆ କଥା ନୁହେଁ । ଏବେ କାହିଁକି ଚର୍ଚ୍ଚା ହେଉଛି । କାରଣ ହେଲା, ଗତ ସପ୍ତାହ ହେବ ବିହାରରେ ପ୍ରଚାର ପାଇଁ ହେଲିକପ୍ଟର ବ୍ୟବହାରରେ ଯେଉଁ ସ୍ପିଡ ଦେଖିବାକୁ ମିଳିଲା ତାହା ଆଗରୁ କେବେ ହୋଇ ନଥିଲା ।

ରିପୋର୍ଟ ଅନୁସାରେ,ନିର୍ବାଚନ ପ୍ରଚାରର ଶେଷ ସପ୍ତାହରେ ଆକାଶ ପଥରେ ପ୍ରଚାର ପରିମାଣ ବହୁଳ ବଢ଼ି ଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୧୨୧ ଆସନରେ ମତଦାନ ହୋଇଥିଲା । ଅକ୍ଟୋବର ୨୫ରୁ ନଭେମ୍ବର ୪ ତାରିଖ ମଧ୍ୟରେ ୨୧୦ ଥର ଆକାଶ ପଥର ବ୍ୟବହାର କରାଯାଇଥିଲା । ଦେଖିବାକୁ ଗଲେ ପ୍ରତିଦିନ ୧୫ରୁ ୧୮ ହେଲିକପ୍ଟର ନେତାଙ୍କୁ ପାଟନାରୁ ପ୍ରଚାର ସ୍ଥଳ ପର୍ଯ୍ୟନ୍ତ ନେଇଥିଲେ ।

ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ୧୨୨ ଆସନ ପାଇଁ ଆସନ୍ତାକାଲି ଭୋଟ ହେବ । ତେବେ ୧ରୁ ୯ ନଭେମ୍ବର ମଧ୍ୟରେ ପ୍ରଚାର ପାଇଁ ୨୪୦ ଥର ହେଲିକପ୍ଟରରେ ପ୍ରଚାର କରାଯାଇଛି । ପ୍ରଚାରର ଶେଷ ତିନି ଦିନରେ ଏହାର ବହୁଳ ବ୍ୟବହାର ଦେଖିବାକୁ ମିଳିଥିଲା । ଓ ପ୍ରତିଦିନ ହାରାହାରି ୨୦ରୁ ୨୩ ଥର ହେଲିକପ୍ଟର ଆକାଶରେ ଉଠିଥିଲା । ସେହିପରି ପ୍ରଚାରର ଶେଷ ଦିନ ବିଭିନ୍ନ ଦଳର ନେତା ୨୬ ଥର ହେଲିକପ୍ଟର ବ୍ୟବହାର କରିଥିଲେ ।

ଶେଷ ଦିନରେ ତେଜସ୍ବୀଙ୍କ ୧୬ ଜନସଭା

ରାଷ୍ଟ୍ରୀୟ ଜନତା ଦଳ ଆରଜେଡି ନେତା ତଥା ମହାସଙ୍ଗଠନ ତରଫରୁ ମୁଖ୍ୟମନ୍ତ୍ରୀ ପଦ ଦାବିଦାର ତେଜସ୍ବୀ ଯାଦବ ପ୍ରଚାରର ଶେଷ ଦିନରେ ୧୬ ଜନସଭାକୁ ସମ୍ବୋଧନ କରିଥିଲେ । ଓରବଲ, ରୋହତାସ ଓ ଜହାନାବାଦରେ ପ୍ରଚାର ପାଇଁ ଯେ ଆକାଶ ମାର୍ଗର ବ୍ୟବହରା କରିଥିଲେ ।

କେବଳ ବିପକ୍ଷ ଦୁହଁନ୍ତି, ସପକ୍ଷବାଦୀ ଦଳର ନେତାମାନେ ମଧ୍ୟ ଜନସଭାରେ ପହଞ୍ଚିବାକୁ ସମ୍ବୋଧିତ କରିଥିଲେ । ପ୍ରଚାରର ଶେଷ ଦିନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅରବଏ ଏବଂ ସାସାରାମରେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଔରଙ୍ଗାବାଦ ଓ ସାସାରାମରେ ଜନସଭାକୁ ସମ୍ବୋଧିତ କରିଥିଲେ । ବିଜେପିର ଅନ୍ୟ ତୁଙ୍ଗ ନେତାଙ୍କ ମଧ୍ୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୁପୋଲରେ ପ୍ରଚାର କରିଥିଲେ । ସେହିପରି କେନ୍ଦ୍ରମନ୍ତ୍ରୀ ଜୀତନ ରାମ ମାଝୀ ନଓ୍ବାଦା, ଗୟା, ଓରଙ୍ଗାବାଦ ଓ ଶିବହରାରେ ପ୍ରଚାର କରିଥିଲେ ।

ଶେଷ ଦିନିରେ କିଏ କିଏ ଉଡ଼ିଲେ ହେଲିକପ୍ଟରରେ ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, କଂଗ୍ରେସ ନେତା ରାହୁଲ ଗାନ୍ଧି, ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ନେତା ଚିରାଗ ପାସଓ୍ବାନ, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ମଧ୍ୟ ହେଲିକପ୍ଟରରେ ଉଠି ପ୍ରଚାର କରିଥିଲେ । ଏମାନଙ୍କ ବ୍ୟତୀତ ବିଜୟ କୁମାର ସିହ୍ନା, ଜେଜେପି ପାର୍ଟି ନେତା ତେଜ ପ୍ରତାପ ଯାଦବ ଏବଂ କଂଗ୍ରେସ ନେତ୍ରୀ ପ୍ରୀୟଙ୍କା ଗାନ୍ଧି ଜନସଭାକୁ ସମ୍ବୋଧିତ କରିଥିଲେ ।

ହେଲିକପ୍ଟର ଭଡ଼ା

ପ୍ରଚାର ପାଇଁ ବ୍ୟବହାର ହୋଇଥିବା ୨୫ ହେଲିକପ୍ଟରରୁ ୧୫ଟି ବିଜେପି, ଜେଡିୟୁ, ଆରଜେଡି ଓ କଂଗ୍ରେସ ଦୁଇଟି ଲେଖାଏଁ, ଏଲଜେପି, ହିନ୍ଦୁସ୍ତାନୀ ଆବାମ ମୋର୍ଚ୍ଚା, ତେଜ ପ୍ରତାପ ଓ ଅନ୍ୟ ଦଳର ନେତା ଥରେ ଲେଖାଏଁ ହେଲିକପ୍ଟର ବ୍ୟବହାର କରିଥିଲେ । ତେବେ ହେଲିକପ୍ଟରରେ ଦିଆଯାଉଥିବା ସୁବିଧା ଅନୁସାରେ ଏହାର ଭଡ଼ା ଲାଗୁ ହେଉଥିଲା । ସୋଫା, ବିଛଣା, ଗାଧୁଆ ଘର, ଖାଇବା ପିଇବା ସୁବିଧା ଆଧାରରେ ଘରୋଇ ଜେଟ ଉପରେ ଭିନ୍ନ ଭିନ୍ନ ଭଡ଼ା ଲାଗୁଥିଲା । ଯାହା ଘଣ୍ଟାକୁ ୪ ଲକ୍ଷରୁ ୯ ଲକ୍ଷ ପର୍ଯ୍ୟନ୍ତ ଥିଲା ।

୪ ଯାତ୍ରୀଙ୍କୁ ନେଇ ଯାଉଥିବା ସିଙ୍ଗିଲ ଇଞ୍ଜିନ ବାଲା ହେଲିକପ୍ଟରର ମୂଲ୍ୟ ଘଣ୍ଟାପ୍ରତି ପ୍ରାୟ ୧.୫ ଲକ୍ଷ ଟଙ୍କା ରହିଥିଲା । ସେହିପରି ଡବଲ ଇଞ୍ଜିନ ମଡେଲର ମୂଲ୍ୟ ୨.୫ ଲକ୍ଷରୁ ୪ ଲକ୍ଷ ଟଙ୍କା ରହିଥିଲା । ଏୟାରପୋର୍ଟ ସୂତ୍ର ଅନୁସାରେ, ନିର୍ବାଚନ ପ୍ରଚାର ପାଇଁ ଆସୁଥିବା ହେବିଓ୍ବେଟ୍ ନେତା ପ୍ରଥମେ ଚାର୍ଟାର୍ଡ ପ୍ଲେନରେ ପାଟନା ଏୟାରପୋର୍ଟକୁ ଆଓୁଥିଲେ । ଏହାପରେ ହେଲିକପ୍ଟରରେ ବିହାରର ବିଭିନ୍ନ ସ୍ଥାନକୁ ପ୍ରଚାର ପାଇଁ ଯାଉଥିଲେ । ଏହି ନେତାଙ୍କୁ ୪ରୁ ୫ ଚାର୍ଟର୍ଡ ବିମାନ ପ୍ରତିଦିନ ନେବା ଆଣିବା କରୁଥିଲେ । ସବୁକୁ ମିଶାଇଲେ ବିମାନ ପ୍ରଚାର ପାଇଁ ଖର୍ଚ୍ଚ କୋଟି କୋଟି ଟଙ୍କା ହେବ ।

ଖାଦ୍ୟରେ ବିଷ ମିଶାଇବାର ଆତଙ୍କବାଦୀ ଷଡ଼ଯନ୍ତ୍ର ! ଖୁଲାସା କଲା ଗୁଜରାଟର ଏଟିଏସ୍

ନନ୍ଦିଘୋଷ ବ୍ୟୁରୋ : ଅହମଦାବାଦରୁ ଗିରଫ ହୋଇଥିବା ୩ ସନ୍ଦିଗ୍ଧ ଆଇଏସ୍ ଆତଙ୍କବାଦୀଙ୍କ ସଂପର୍କରେ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ସେମାନଙ୍କ ମଧ୍ୟରୁ ଜଣେ ହେଉଛି ଡାକ୍ତର। ସେ ବଜାରର ଖାଦ୍ୟପଦାର୍ଥରେ ବିଷ ମିଶାଇବାକୁ ଷଡ଼ଯନ୍ତ୍ର କରିଥିଲା ବୋଲି ସୂଚନା ମିଳିଛି। ଏଥିପାଇଁ ସେ ରିସିନ ନାମକ ଏକ ଅତ୍ୟନ୍ତ ବିଷାକ୍ତ ରାସାୟନିକ ପଦାର୍ଥ ପ୍ରସ୍ତୁତ କରୁଥିଲା। ତିନିଟି ସହରରେ ଖାଦ୍ୟ ମାର୍କେଟରେ ସର୍ଭେ କରିଥିଲା। ଗତ ୬ ମାସ ଭିତରେ ସେ ଦିଲ୍ଲୀର ଆଜାଦପୁର ମଣ୍ଡି, ଅହମଦାବାଦର ନରୋଦା ଫଳ ମାର୍କେଟ ଓ ଲକ୍ଷ୍ନୌର ଆରଏସଏସ୍ ଅଫିସ ରେକି କରିଥିଲା। ଏହି ସବୁ ସ୍ଥାନରେ ପ୍ରବଳ ଜନଗହଳି ହୋଇଥାଏ। ଅଭିଯୁକ୍ତର ନାଁ ହେଲା ଅହମଦ ମହିଉଦ୍ଦିନ ସୟିଦ। ଜଡ଼ା ମଞ୍ଜିରୁ ଏହି ରିସିନ ପ୍ରସ୍ତୁତ କରିବାକୁ ସେ ଯୋଜନା କରିଥିଲା। ଅଧିକ ପରିମାଣରେ ଏହା ବ୍ୟବହାର କଲେ ଜଣକ ମୃତ୍ୟୁ ବି ହୋଇପାରେ। ତେବେ ଏପରି ଷଡ଼ଯନ୍ତ୍ର ଆଗରୁ କେହି କରିଥିବାର ସୂଚନା ନାହିଁ ପୋଲିସ କହିଛି। ତାଠୁ ମିଳିଥିବା ସାମଗ୍ରୀକୁ ନେଇ ଏବେ ପୋଲିସ ତଦନ୍ତ କରୁଛି, କେଉଁଠୁ ଏସବୁ ସାମଗ୍ରୀ ସେ ଆଣିଥିଲା ଓ କଣ କଣ ପରୀକ୍ଷା ନିରୀକ୍ଷା କରିଥିଲା। ସେ ଚୀନରୁ ଏମବିବିଏସ୍ କରିଥିଲା। ଆଇଏସ୍ ର ସ୍ଥାନୀୟ ମୁଖ୍ୟ ସହିତ ଯୋଗାଯୋଗରେ ଥିଲା। ସୟିଦ ହାଇଦ୍ରାବାଦର ହୋଇଥିବା ବେଳେ ଗିରଫ ହୋଇଥିବା ବାକି ଦୁଇ ଜଣ ଆଜାଦ ସୁଲିଆନ ଶେଖ୍ ଓ ମହମ୍ମଦ ସୁହେଲ ମହମ୍ମଦ ସଲେଇ ଉତ୍ତର ପ୍ରଦେଶର। ଗତକାଲି ଏହି ତିନି ଜଣଙ୍କୁ ଅହମଦାବାଦରୁ ଗିରଫ କରିଥିଲା।  ଏମାନେ ସମସ୍ତେ ସ୍ଲିପର୍ ସେଲ୍ ଭାବେ କାମ କରୁଥିଲେ। ବର୍ଷେ ହେଲା ଏଟିଏସ୍ ର ରାଡାରରେ ଥିଲେ ଏମାନେ। ପକ୍କା ପ୍ରମାଣ ମିଳିବା ପରେ ଗିରଫ କରାଯାଇଛି।

ବିଦେଶରେ ଓଡ଼ିଆ ଝିଅଙ୍କୁ ଅତ୍ୟାଚାର ଅଭିଯୋଗ : ପାଳିତ ମା’ ତାଙ୍କୁ ଅକଥନୀୟ ଅତ୍ୟାଚାର ଦେଉଥିବା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ବିଦେଶରେ ଓଡ଼ିଆ ଝିଅଙ୍କୁ ଅତ୍ୟାଚାର ଅଭିଯୋଗ। ପାଳିତ ମା’ ତାଙ୍କୁ ଅକଥନୀୟ ଅତ୍ୟାଚାର ଦେଉଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଝିଅ । କାନ୍ଦି କାନ୍ଦି ଏକ ଭିଡିଓରେ ନିଜର ଦୁଃଖ ଯନ୍ତ୍ରଣାକୁ ବଖାଣିଛନ୍ତି ସେଜଲ ଜୋନ ।ଆମେରିକାରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ପୋଷ୍ୟ କନ୍ୟା ଭାବେ  ନେଇଥିବା ମହିଳା ତାଙ୍କୁ ସେଠାରେ  ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ସେଜଲ ଜୋନ  । ପ୍ରାୟ ମାସକ ପୂର୍ବରୁ ସେଜଲ୍ ନିଜ ବନ୍ଧୁଙ୍କୁ ପଠାଇଥିବା ଭିଡିଓ ବାର୍ତ୍ତା ଏବେ ଆଲୋଡ଼ନ ସୃଷ୍ଟି କରିଛି । ସୂଚନା ଅନୁସାରେ ଛୋଟ ସମୟରେ ପୂଜା ଟ୍ରେନରେ ବାପା ମା’ଙ୍କ ସହ ଯାତ୍ରା କରୁଥିବା ସମୟରେ ହଜିଯାଇଥିଲେ ଓ ପରେ ଶିଶୁ ସୁରକ୍ଷା ଅଧିକାରୀମାନେ ପୂଜାଙ୍କୁ ଉଦ୍ଧାର କରିଥିଲେ। ବାଲେଶ୍ବର ସ୍ଥିତ ନିଳଗିରୀ ବାଳିକାଶ୍ରମରେ ପୂଜାଙ୍କ ପିଲାଦିନ କଟିଥିଲା । ଏହା ପରେ ଭୁବନେଶ୍ବର ନହରକଣ୍ଟା ଡିଭାଇନ୍ ପାଥ ନାମକ NGOରେ ରହି ପାଠ ପଢୁଥିବା ସମୟରେ ୨୦୧୮ରେ ଆମେରିକୀୟ ଦମ୍ପତି ପୂଜାଙ୍କୁ ପୌଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ସେଠାରେ ପୂଜାଙ୍କ ନୂଆ ନାଁ ହୋଇଥିଲା ସେଜଳ ଜୋନ। କିନ୍ତୁ ଦୀର୍ଘ ବର୍ଷ ପରେ ଏବେ ପାଳିତ ମା’ ତାଙ୍କୁ ଅକଥନୀୟ ଅତ୍ୟାଚାର ଦେଉଥିବା ସହ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରୁଥିବା ଅଭିଯୋଗ ଆଣିଛନ୍ତି ପୂଜା। କାନ୍ଦି କାନ୍ଦି ନିଜ ଉପରେ ହେଉଥିବା ଅତ୍ୟାଚାର ସମ୍ପର୍କରେ ସ୍କୁଲ ସମୟର ବନ୍ଧୁଙ୍କୁ ଭିଡ଼ିଓ ସେୟାର କରି ଜଣାଇଛନ୍ତି ଏବଂ ରାଜ୍ୟ ସରକାର ପକ୍ଷରୁ ସାହାଯ୍ୟ କରି ପୂଜାଙ୍କୁ ଉଦ୍ଧାର କରିବାକୁ ଭିଡ଼ିଓରେ ଅନୁରୋଧ କରିଛନ୍ତି।

ଶୀତ ଅଧିବେଶନରେ ଓଡ଼ିଶା ବିଧାନସଭାକୁ ସମ୍ବୋଧନ କରିବେ ରାଷ୍ଟ୍ରପତି

ନନ୍ଦିଘୋଷ ବ୍ୟୁରୋ : ଓଡ଼ିଶା ବିଧାନସଭାକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ସୂଚନା ଦେଇଛନ୍ତି ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ। ରାଷ୍ଟ୍ରପତି ଶୀତ ଅଧିବେଶନରେ ବିଧାନସଭାକୁ ସମ୍ବୋଧନ କରିବେ। ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାକୁ ଜଣେ ରାଷ୍ଟ୍ରପତି ସମ୍ବୋଧନ କରିବେ। ଓଡ଼ିଶା ବିଧାନସଭାର ନିମନ୍ତ୍ରଣକୁ ଦ୍ରୌପଦୀ ମୁର୍ମୁ ଗ୍ରହଣ କରିଛନ୍ତି। କେଉଁ ଦିନ ସେ ସମ୍ବୋଧନ କରିବେ, ତାହା ରାଷ୍ଟ୍ରପତିଙ୍କ ଅଫିସ ପକ୍ଷରୁ ସ୍ଥିର କରାଯିବ। ଶୀତ ଅଧିବେଶନର କାର୍ଯ୍ୟସୂଚୀ ପ୍ରସ୍ତୁତ ହେବା ପରେ ତାହା ସ୍ପଷ୍ଟ ହେବ। ରାଷ୍ଟ୍ରପତି ବିଧାନସଭାକୁ  ସମ୍ଵୋଧନ କରିବା ଏକ ସ୍ମରଣୀୟ ଅଭିଜ୍ଞତା ହେବ ବୋଲି କହିଛନ୍ତି ପୂର୍ଣ୍ଣ ସେଠୀ।

ବେଆଇନ ଗିରଫକୁ ପ୍ରତିବାଦ: ନୂଆପଡ଼ା ଥାନା ସମ୍ମୁଖରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଧାରଣା

ନନ୍ଦିଘୋଷ ବ୍ୟୁରୋ : ବିଜେଡି କର୍ମୀଙ୍କୁ ପୋଲିସର ବେଆଇନ ଗିରଫର ପ୍ରତିବାଦ। ଗିରଫ ପ୍ରତିବାଦରେ ନୂଆପଡ଼ା ଥାନା ସମ୍ମୁଖରେ ବିଜେଡି ପ୍ରାର୍ଥୀ ସ୍ନେହାଗିଂନୀ ଛୁରିଆଙ୍କ ଧାରଣା। ବିଜେଡି ଜିଲ୍ଲା ସଭାପତି ଅବନୀ ଯୋଶୀଙ୍କ ନେତୃତ୍ବରେ ପ୍ରତିବାଦ ଚାଲିଛି I ବିଜେଡି କର୍ମୀଙ୍କୁ ଧରି ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ବୋଲି ଅଭିଯୋଗ କରିଛନ୍ତି ଜିଲ୍ଲା ସଭାପତି ଅବନୀ ଯୋଶୀ ।

ମାଆ ଟେଲର, ବାପା ଓ୍ବେଲ୍ଡର: କ୍ରିକେଟରେ ବିଶ୍ବ ରେକର୍ଡ କରିଥିବା ଆକାଶ କୁମାରଙ୍କ ସଂଘର୍ଷପୂର୍ଣ୍ଣ କାହାଣୀ

ମାଆ ଟେଲର, ବାପା ଓ୍ବେଲ୍ଡର: କ୍ରିକେଟରେ ବିଶ୍ବ ରେକର୍ଡ କରିଥିବା ଆକାଶ କୁମାରଙ୍କ ସଂଘର୍ଷପୂର୍ଣ୍ଣ କାହାଣୀ

ନନ୍ଦିଘୋଷ ବ୍ୟୁରୋ: କୁହାଯାଏ ଯଦି ନିଜ କାମ ପ୍ରତି ନିଷ୍ଠା ଓ ଭଲ ପାଇବା ଥିବ ତେବେ ସଫଳତା ଆପେ ଆପେ ଆପଣଙ୍କ ପାଦ ଛୁଇଁବ । ଆଉ ଏମିତି କିଛି କରି ଦେଖାଇଛନ୍ତି ଭାରତର ଉଦୟମାନ କ୍ରିକେଟର ଆକାଶ କୁମାରଙ୍କ କ୍ଷେତ୍ରରେ । ରଣଜୀ ଟ୍ରଫି-୨୦୨୫ର ପ୍ଲେଟ ଗ୍ରୁପ୍ ମ୍ୟାଚରେ ଆାକଶ କୁମାର ବିଶ୍ବ ରେକର୍ଡ କରି ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି । ଆଉ କ୍ରିକେଟ ପ୍ରତି ଥିବା ତାଙ୍କର ଭଲ ପାଇବା ଏହାର ଏକ ବଡ଼ ଉଦାହରଣ ହୋଇ ରହିବ ।

କ୍ରିକେଟର ହେବାର ସ୍ବପ୍ନ ତ ସ୍କୁଲ ସମୟରୁ ଥିଲା । ହେଲେ ରାସ୍ତା ଏତେ ସହଜ ନଥିଲା । କାରଣ ପରିବାର ଆର୍ଥିକ ସ୍ଥିତି କ୍ରିକେଟ ଓ ତାଙ୍କ ମଝିରେ ପାଚେରୀ ହୋଇ ଛିଡ଼ା ହୋଇଥିଲା । ଆଉ ଏମିତି ସମୟରେ ଆକାଶଙ୍କୁ ସାହାରା ସାଜିଥିଲେ ତାଙ୍କ ଗରିବ ବାପାମାଆ । ଆକାଶଙ୍କ ମାଆ ଟେଲରିଂ କାମ କରନ୍ତି । ଆଉ ବାପା ଓ୍ବେଲ୍ଡିଂ କାମ । ଯେଣେ ତେଣେ ପ୍ରକାରେ ଘର ଚଳି ଯାଉଥିଲା । ହେଲେ ସେମାନେ ଆକାଶଙ୍କୁ ସେ ସମସ୍ତ ସୁବିଧା ଯୋଗାଇ ଥିଲେ ଯାହା ତାଙ୍କ କ୍ୟାରିୟର ପାଇଁ ଆବଶ୍ୟକ ଥିଲା ।

ବିଶ୍ବ ରେକର୍ଡ କରିବା ପରେ ଆକାଶ କହିଛନ୍ତି, ଘରର ଆର୍ଥିକ ସ୍ଥିତି ଭଲ ନଥିଲେ ବି ମାଆ ଓ ବାପା କେବେ କିଛି ଅଭାବ କରିନାହାନ୍ତି । ମୁଁ ଆଜି ଯେଉଁଠି ପହଞ୍ଚିଛି, ଯାହା ହାସଲ କରିଛି ତାହା କେବଳ ମୋ ମାଆ ଓ ବାପାଙ୍କ ପାଇଁ ପାଇଛି ।

ଡେବ୍ୟୁରୁ ବିଶ୍ବ ରେକର୍ଡ ପର୍ଯ୍ୟନ୍ତର ସଂଘର୍ଷ

୨୦୧୯ରେ ଆକାଶ କୁମାର ଚୌଧୁରୀ ମେଘାଳୟ ପାଇଁ ଫାଷ୍ଟ କ୍ଲାସ୍ ଡେବ୍ୟୁ କରିଥିଲେ । ନାଗାଲ୍ୟାଣ୍ଡ ବିପକ୍ଷରେ ଥିଲା ତାଙ୍କର ଡେବ୍ୟୁ ମ୍ୟାଚ୍ । ସେ ମେଘାଳୟ ତରଫରୁ ଲିଷ୍ଟ ଏ ଓ ଟି୨୦ ବି ଖଷଳିଛନ୍ତି । ଲିଷ୍ଟ ଏ ଡେବ୍ୟୁ ସିକ୍କିମ ଓ ଟି୨୦ ଡେବ୍ୟୁ ଗୁଜରାଟ ବିପକ୍ଷରେ କରିଥିଲେ ।

ନିଜ କ୍ରିକେଟ କ୍ୟାରିୟରେ ଆକାଶ ବହୁତ ଉତ୍ଥାନ ପତନ ଦେଖିଛନ୍ତି । ଅରୁଣାଚଳ ପ୍ରଦେଶ ବିପକ୍ଷରେ ବିଶ୍ବ ରେକର୍ଡ କରିବା ପୂର୍ବରୁ ଫାଷ୍ଟ କ୍ଲାସ କ୍ୟାରିୟରରେ ୧୦ଟି ଇଂନିସରେ ମାତ୍ର ଦୁଇଟି ଅର୍ଦ୍ଧ ଶତକ ମାରିଛନ୍ତି । ଏହି ସମୟରେ ୫ଟି ଇଂନିସରେ ୨୦ ରନ ବି କରି ନଥିଲେ । ରଣଜୀ ଟ୍ରଫିର ପ୍ଲେଟ ଗ୍ରୁପରେ ବିହାର ବିପକ୍ଷରେ ଅର୍ଦ୍ଧ ଶତକ ମାରିବା ପରେ ଆକାଶ କୁମାରଙ୍କ କାହାଣୀ ପୂରା ବଦଳି ଯାଇଥିଲା ।

ଭାଙ୍ଗିଲେ ୧୩ ବର୍ଷ ପୁରୁଣା ବିଶ୍ବ ରେକର୍ଡ  

ଅରୁଣାଚଳ ପ୍ରଦେଶ ବିପକ୍ଷରେ ୧୧ ବଲରୁ ଫାଷ୍ଟ ପ୍ଲାସ ୫୦ ବନାଇବା ପରେ ଏବେ ତାଙ୍କୁ ଭିନ୍ନ ପରିଚୟ ଦେଇଛି । ୮ ନମ୍ବରରେ ବ୍ୟାଟିଂ କରିବାକୁ ଆସି ଲଗାତାର ୮ଟି ବଲରେ ୮ଟି ଛକ୍କା ମାରିଛନ୍ତି । ଯାହା ବିଶ୍ବର କୌଣସି ବ୍ୟାଟର କରିପାରିନାହାନ୍ତି । ଏହାପରେ ୧୧ ବଲରେ ଅର୍ଦ୍ଧ ଶତକ ମାରି ଫାଷ୍ଟ କ୍ଲାସ କ୍ରିକେଟରେ ୧୩ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି ।

ସବୁ କ୍ରିକେଟରଙ୍କ ପରି ଟିମ୍ ଇଣ୍ଡିଆ ପାଇଁ ଖେଳିବାକୁ ଆକାଶ କୁମାରଙ୍କ ଇଚ୍ଛା ରହିଛି । ହେଲା ତାଙ୍କ ମତ ହେଲା, ଏହା ମୋ ହାତରେ ନାହିଁ । ମୋ ହାତରେ କେବଳ ବଲ ଓ ବ୍ୟାଟ ରହିଛି । ଆଉ ମୋତେ ଏଥିରେ ଭଲ ପରଫର୍ମାନ୍ସ କରିବାକୁ ପଡିବ । ଆଉ ଏହାକୁ ଆଗକୁ ମୋତେ ବଜାଇ ରଖିବାକୁ ପଡ଼ିବ ।

ହସ୍ପିଟାଲ ଲକରରେ ଏକ-୪୭, ହନିମୁନରେ ଯିବା ପୂର୍ବରୁ ଗିରଫ ହେଲା ଡାକ୍ତର ଆଦିଲ

ନନ୍ଦିଘୋଷ ବ୍ୟୁରୋ : ଜମ୍ମୁ-କଶ୍ମୀର ପୋଲିସ୍ ଅନନ୍ତନାଗ ଜିଲ୍ଲାର ଜଣେ ଏମବିବିଏସ୍ ଡାକ୍ତରଙ୍କୁ ଗିରଫ କରିଛି। ଏହି ଡାକ୍ତର ଉତ୍ତରପ୍ରଦେଶର ସହରାନପୁରରେ ଅମ୍ବାଲା ରୋଡ୍ ସ୍ଥିତ ଫେମସ୍ ନାମକ ଏକ ହସ୍ପିଟାଲରେ ଚାକିରି କରୁଥିଲେ। ଡା. ଆଦିଲ ଅହମଦ ଫରିଦାବାଦରେ ୩୫୦ କିଲୋ ଆରଡିଏକ୍ସ ଲୁଚାଇ ରଖିଥିଲେ। ତାହା ମଧ୍ୟ ଜବତ ହୋଇଛି।

ଡାକ୍ତର ନୁହେଁ ଆତଙ୍କବାଦୀ

ଉତ୍ତରପ୍ରଦେଶର ସହରାନପୁରରେ ଜମ୍ମୁ-କଶ୍ମୀର ପୋଲିସ୍ ଡା. ଆଦିଲ ଅହମଦକୁ ଗିରଫ କରିଛି। ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦଙ୍କ ସମର୍ଥନରେ ପୋଷ୍ଟର ଲଗାଇବା ଅଭିଯୋଗରେ ପୋଲିସ୍ ତାଙ୍କୁ ଗିରଫ କରିଥିଲା। ଶ୍ରୀନଗର ପୋଲିସ୍ ସହରର ବିଭିନ୍ନ ଅଞ୍ଚଳରେ ଜୈଶ-ଏ-ମହମ୍ମଦଙ୍କ ପ୍ରଚାର ପୋଷ୍ଟର ପାଇବା ପରେ ଏକ ମାମଲା ଦାୟର କରିଥିଲା। ପୋଲିସ୍ ଆଦିଲକୁ ଧରିବା ସମୟରେ କଳ୍ପନା କରିନଥିଲା ଯେ,ସେମାନେ ଏଭଳି ଗୋଟିଏ ବଡ଼ ମାଛକୁ ଧରୁଛନ୍ତି ଯାହା ପାଖରେ ୩୫୦ କିଲୋ ଆରଡିଏକ୍ସ ଅଛି । ଯିଏ ଗୋଟିଏ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପ୍ଲାନିଂ କରୁଛି ।

ଆଳୁ ଖୋଳୁ ଖୋଳୁ ମହାଦେବ

ଗତ କିଛି ଦିନରେ ଶ୍ରୀନଗରର ଅନେକ ଅଞ୍ଚଳରେ ଜୈଶ ଏ ମହମ୍ମଦଙ୍କ ପୋଷ୍ଟର ମିଳିଥିଲା। ପୋଲିସ୍ ଏହି ପୋଷ୍ଟର ଲଗାଇଥିବା ଲୋକଙ୍କ ଖୋଜ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍ ଯାଞ୍ଚ କଲାବେଳେ ଏଥିରେ ଜଣେ ବ୍ୟକ୍ତି ଦେଖାଯାଇଥିଲା। ପୋଲିସ୍ ସେହି ବ୍ୟକ୍ତିକୁ ଖୋଜିବା  ଆରମ୍ଭ କରିଥିଲା । ତଦନ୍ତରୁ  ଡାକ୍ତର ଆଦିଲର ନାମ ସାମ୍ନାକୁ ଆସିଥିଲା।

ଏହିପରି ପୋଲିସ୍ ଡା. ଆଦିଲ ପାଖରେ ପହଞ୍ଚିଲା

ପୋଲିସ୍ ଡା. ଆଦିଲଙ୍କ ବିଷୟରେ ସୂଚନା ଖୋଜିଲା ତ ଜଣାପଡ଼ିଲା ଯେ ସେ ଅନନ୍ତନାଗର ବାସିନ୍ଦା ଡା. ଆଦିଲ ଅହମଦ। ପୋଲିସ୍ ଅନନ୍ତନାଗରୁ ଜାଣିଲା ଯେ ଡା. ଆଦିଲ ସହରାନପୁରର ଏକ ଘରୋଇ ହସ୍ପିଟାଲରେ ଚାକିରି କରୁଛନ୍ତି। ପୋଲିସ୍ ଏଠାରେ ଥିବା ପୋଲିସ୍ ସହ ଯୋଗାଯୋଗ କରି ଅମ୍ବାଲା ରୋଡ୍ ସ୍ଥିତ ଘରୋଇ ହସ୍ପିଟାଲରେ ଚଢ଼ାଉ କରି ଡା. ଆଦିଲ ଅହମଦଙ୍କୁ ଅଟକାଇଲା।

ହନିମୁନରେ ଯାଉଥିଲା,ଗିରଫ ହେଲା

ଡା. ଆଦିଲଙ୍କୁ ସ୍ଥାନୀୟ ଅଦାଲତରେ ହାଜର କରାଯାଇଥିଲା, ଯେଉଁଠାରୁ ଶ୍ରୀନଗର ପୋଲିସ୍ ଟ୍ରାନଜିଟ୍ ରିମାଣ୍ଡ ପାଇଥିଲା। ପୋଲିସ୍ ଅନୁଯାୟୀ, ଡା. ଆଦିଲ ସହରାନପୁରରେ ହିଁ ଅନ୍ୟ ଜଣେ ମହିଳା ଡାକ୍ତରଙ୍କୁ ନିଜର ପ୍ରେମ ଜାଲରେ ଫସାଇଥିଲେ। ତା’ପରେ ସେ ୪ ଅକ୍ଟୋବରରେ ତାଙ୍କ ସହ ନିକାହ କରିଥିଲେ। ସେ ନିଜ ପତ୍ନୀଙ୍କ ସହ ହନିମୁନ୍ ଯିବାର ପ୍ରସ୍ତୁତି କରୁଥିଲେ ଯେ ୨୭ ଅକ୍ଟୋବର ରାତିରେ ତାଙ୍କୁ ଗିରଫ କରାଯାଇଥିଲା।

ଜେରା ସମୟରେ ଡା. ଆଦିଲ ପୋଲିସକୁ କହିଥିଲା ଯେ ସହରାନପୁରରେ ଚାକିରି କରୁଥିବା ସମୟରେ ସେ କିଛି ଦିନ ପୂର୍ବେ ଛୁଟି ନେଇ ନିଜ ଘର ଅନନ୍ତନାଗ ଯାଇଥିଲେ। ସେହି ସମୟରେ ସେ ଲୁଚାଚୋରାରେ ପୋଷ୍ଟର ଲଗାଇଥିଲା। ପୋଷ୍ଟର ଲଗାଇବା ପରେ ସେ  ସହାନପୁର ଫେରି ଆସିଥିଲା। ସେଠାରେ ସେ ବିବାହ ମଧ୍ୟ କରିଥିଲା।

ଏହିପରି ୩୫୦ କିଲୋ ଆରଡିଏକ୍ସ ଜବତ ହେଲା

ପୋଲିସ ଚାପରେ ଡା. ଆଦିଲ ତା’ ପାଖରେ ଭାରୀ ପରିମାଣର ଗୋଲାବାରୁଦ ଥିବା ସ୍ୱୀକାର କରିଥିଲା ।  ତା’ପରେ ପୋଲିସ୍ ତାକୁ ହରିୟାଣାର ଫରିଦାବାଦ ନେଇଆସିଲା। ସେଠାରେ ଏକ ଭଡ଼ା ଘରେ ସେ ୩୫୦ କିଲୋ ଆରଡିଏକ୍ସ, ୨ ଏକେ ୪୭ ଏବଂ ଭାରୀ ପରିମାଣର ଜିଅନ୍ତା କାର୍ତ୍ତୁଜ ଲୁଚାଇ ରଖିଥିଲା। ପୋଲିସ୍ ଗିରଫଦାରୀ ସମୟରେ ମଧ୍ୟ ଡା. ଆଦିଲଙ୍କ ପାଖରୁ ତାଙ୍କ ହସ୍ପିଟାଲର ଲକରରୁ ଏକ ଏକେ ୪୭ ଜବତ କରିଥିଲା। ଏବେ ପୋଲିସ୍ ଆଗକୁ ଜେରା କରୁଛି ଯେ ସେ ଏତେ ଭାରୀ ସଂଖ୍ୟକ ଆରଡିଏକ୍ସ କେଉଁଠାରୁ ଆଣିଥିଲା ଏବଂ ତାହାର କ’ଣ କରିବାକୁ ଯୋଜନା କରୁଥିଲା।

ଫେମସ୍ ହସ୍ପିଟାଲରେ ଚାକିରି କରୁଥିଲା

ପୋଲିସ୍ କହିଛି ଯେ ଡା. ଅଦୀଲ ସହରାନପୁର ପୂର୍ବରୁ ଦିଲ୍ଲୀ ରୋଡ୍ ସ୍ଥିତ ଭି-ବ୍ରସ୍ ହସ୍ପିଟାଲରେ ମଧ୍ୟ କାମ କରିଛି। ଏପଟେ ଫେମସ୍ ହସ୍ପିଟାଲର ଆଡମିନ ଇନଚାର୍ଜ ଅସଲମ ଜାଇଦୀ କହିଛନ୍ତି ଯେ ଡା. ଆଦିଲଙ୍କ ନିଯୁକ୍ତି ପ୍ରାୟ ୬ ମାସ ପୂର୍ବେ ହୋଇଥିଲା। ସେ ବହୁତ ଶାନ୍ତ ରହୁଥିଲେ। କେବଳ ନିଜ କାମ ସହ କାମ ରଖୁଥିଲେ। ସେମାନଙ୍କୁ ଏହାର କୌଣସି ଅନୁମାନ ନଥିଲା ଯେ ସେ କ’ଣ କରୁଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ନିଯୁକ୍ତି କରିବା ପୂର୍ବରୁ ଯାଞ୍ଚ କରାଯାଇଥିଲା। ତାଙ୍କର ଠିକଣା, ମେଡିକାଲ ସାର୍ଟିଫିକେଟ୍ ଏବଂ ରେଜିଷ୍ଟ୍ରେସନ୍ ସବୁ ବୈଧ ଥିବାରୁ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା।

 

ଆସନ୍ତାକାଲି ନୂଆପଡ଼ା ଭୋଟ ; ନୂଆପଡାରୁ ବୁଥ ଅଭିମୁଖେ ବାହାରିଛନ୍ତି ପୋଲିଂ ପାର୍ଟି

ନନ୍ଦିଘୋଷ ବ୍ୟୁରୋ : ଆସନ୍ତାକାଲି ନୂଆପଡ଼ା ଭୋଟ । ନୂଆପଡାରୁ ବୁଥ ଅଭିମୁଖେ ବାହାରିଛନ୍ତି ପୋଲିଂ ପାର୍ଟି। ଆଜି  ଅପରାହ୍ନ ସୁଦ୍ଧା ବିଭିନ୍ନ ବୁଥରେ ପହଞ୍ଚିବେ ସମସ୍ତ ଟିମ୍ । ତେଣୁ ଶେଷ ହୋଇଗଲାଣି ସମସ୍ତ ପ୍ରସ୍ତୁତି । କିଭଳି ଭାବେ  ସୁରକ୍ଷିତ ଭାବେ ପୋଲିଂ ପାର୍ଟି ପହଞ୍ଚିବେ ସେଥିପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା କହିଛନ୍ତି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ । ସେପଟେ ମାଓ ପ୍ରବଣ ଅଂଚଳରେ କିଭଳି EVMପହଞ୍ଚିବ ସେନେଇ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ନୂଆପଡା ଉପ ନିର୍ବାଚନ ପାଇଁ ଆଜି ମାଓ ପ୍ରବଣ ଅଞ୍ଚଳକୁ ଯାଉଛି ଇଭିଏମ୍ । ନୂଆପଡ଼ା ନିର୍ବାଚନ ମଣ୍ଡଳୀର ସୁନାବେଡ଼ା ଅଞ୍ଚଳର ଯେଉଁ ୮ ଟି ମାଓ ପ୍ରବଣ ଅଞ୍ଚଳ ଅଛି ସେହି ସ୍ଥାନକୁ ଆଜି ବାୟୁସେନାର ସ୍ଵତନ୍ତ୍ର ହେଲିକେପ୍ଟର ଯୋଗେ EVMକୁ ଏୟାର ଲିଫ୍ଟ କରାଯାଉଛି ଯେହେତୁ ଏହି ଅଞ୍ଚଳରେ ମୋବାଇଲ ନେଟୱର୍କ ନାହିଁ ଓ ସମ୍ପୂର୍ଣ ମାଓ ପ୍ରବଣ ତେଣୁ EVMକୁ ଏୟାର ଲିଫ୍ଟ କରିବାପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ ତେବେ କିଭଳି ସୁରକ୍ଷିତ ଭାବେ ଏୟାର ଲିଫ୍ଟ କରାଯିବ ଏନେଇ ଲାଗି ପଡ଼ିଛି ଜିଲ୍ଲା ପ୍ରଶାସନ । ନୂଆପଡା ଗୋତମା ଏୟାର ଷ୍ଟ୍ରିଫରେ ପହଞ୍ଚିଲେ ୪୦ ଜଣିଆ ପୋଲିଂ ପାର୍ଟି ।   ଗୋତମା ଏୟାର ଷ୍ଟ୍ରିପରୁ ମାଓ ପ୍ରବଣ ସୁନାବେଡ଼ା ଅଞ୍ଚଳକୁ ଯିବ ଟିମ । ବାୟୁ ସେନାର ସ୍ଵତନ୍ତ୍ର ବିମାନରେ ଯିବେ ଟିମ୍  । କଡା ସୁରକ୍ଷାର ଯିବ ଟିମ୍ ।

 

ଅନଲାଇନରେ ମହାପ୍ରସାଦ ଯୋଗାଇବା ବିଜ୍ଞାପନ ଦେଇ ଜଣେ ଗିରଫ

ନନ୍ଦିଘୋଷ ବ୍ୟୁରୋ : ଅନଲାଇନରେ ମହାପ୍ରସାଦ ଯୋଗାଇବା ବିଜ୍ଞାପନ ଦେଇ ଜଣେ ଗିରଫ। ଗିରଫ ହେଉଛନ୍ତି ଭୁବନେଶ୍ୱରର ରିଅଲ୍ ଇଷ୍ଟେଟ୍ ବ୍ୟବସାୟୀ  ଡିସ୍ପୋଜା ପଟ୍ଟନାୟକ। SHREE PRASAD.ORG ନାମକ ୱେବସାଇଟରେ ଅନଲାଇନ ମହାପ୍ରସାଦ ଅର୍ଡର ନେଇ ଦିଆଯାଇଥିଲା ବିଜ୍ଞାପନ। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଏନେଇ ସିଂହଦ୍ଵାର ଥାନାରେ ଏତଲା ଦେଇଥିଲେ । ୱେବସାଇଟରେ ଦିଆଯାଇଥିଲା ମୋବାଇଲ ନମ୍ବର। ୱେବସାଇଟରେ ଏଭଳି କାର୍ଯ୍ୟକଳାପ ମନ୍ଦିରର ପ୍ରତିଛବି ଏବଂ ପବିତ୍ରତାକୁ ବାଧା ଦେବାସହ ଭକ୍ତଙ୍କ ଧାର୍ମିକ ଭାବନାକୁ କରିଥିଲା ଆଘାତ। ଗିରଫ ବ୍ୟକ୍ତିଙ୍କ ବିରୁଦ୍ଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି। ସେପଟେ ଯେକୌଣସି ବ୍ୟକ୍ତିବିଶେଷ ଅନଲାଇନରେ ମହାପ୍ରସାଦ ବିକ୍ରି କରିବା ଘଟଣା ନଜରକୁ ଆସିଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ପ୍ରତୀକ୍ ସିଂ କହିଛନ୍ତି।

 

୨ ମିନିଟ ବିଳମ୍ବରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ମିଳିଲା ଏମିତି ଦଣ୍ଡ

ନନ୍ଦିଘୋଷ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶର ପଚମାଢ଼ିରେ ଏକ କଂଗ୍ରେସ ତାଲିମ ଶିବିରରେ ଦୁଇ ମିନିଟ ବିଳମ୍ବରେ ପହଞ୍ଚିଥିଲେ। ଏହି ବିଳମ୍ବ ପାଇଁ ତାଙ୍କୁ ଦଣ୍ଡ ଦିଆଯାଇଥିଲା। ସେ ଦଣ୍ଡ ଗ୍ରହଣ କରିଥିଲେ। ଜଣେ ଦଳୀୟ କର୍ମୀଙ୍କ ଅନୁଯାୟୀ ତାଙ୍କୁ ଦଣ୍ଡ ସ୍ବରୂପ ତାଙ୍କୁ ଦଶଟି ପୁସ-ଅପ ‘ଦଣ୍ଡ’ ମାରିବାକୁ ପଡିଥିଲା । ସଂଗଠନ ସୃଷ୍ଟି ଅଭିଯାନ (SSA) ଅଧୀନରେ ଶିବିରରେ ବିଳମ୍ବରେ ପହଞ୍ଚିବା ପାଇଁ ରାହୁଲ ଗାନ୍ଧୀ ଦଶଟି ପୁସ-ଅପ ‘ଦଣ୍ଡ’ ମାରିଥିଲେ । AICC ତାଲିମ ବିଭାଗର ମୁଖ୍ୟ ସଚିନ ରାଓ ଅଂଶଗ୍ରହଣକାରୀମାନଙ୍କୁ ‘ଦଶଟି ପୁସ-ଅପ ଦଣ୍ଡ’ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଭିଯାନ ନଭେମ୍ବର ୧୧ରେ ଶେଷ ହୋଇଛି।

କଂଗ୍ରେସ ମିଡିଆ ସଂଯୋଜକ ଅଭିନବ ବାରୋଲିଆ କହିଛନ୍ତି, ଏହା ରାହୁଲ ଗାନ୍ଧୀଙ୍କ ପାଇଁ ନୂଆ କିମ୍ବା ଆଶ୍ଚର୍ଯ୍ୟଜନକ ନୁହେଁ। ଆମେ ଆମ ଶିବିରରେ ଶୃଙ୍ଖଳାକୁ କଡ଼ାକଡ଼ି ପାଳନ କରୁ । ସେ କହିଛନ୍ତି ଦଳ ଗଣତାନ୍ତ୍ରିକ ସମସ୍ତ ସଦସ୍ୟଙ୍କ ପାଇଁ ନିୟମ ସମାନ। ସମସ୍ତଙ୍କୁ ସମାନ ବ୍ୟବହାର କରାଯାଏ। ଆମ ଦଳରେ ଭାଜପା ପରି କୌଣସି ଏକଛତ୍ରବାଦ ନାହିଁ। ରାହୁଲ ଗାନ୍ଧୀ ପରେ ନିର୍ବାଚନ ପ୍ରଚାର ପାଇଁ ବିହାର ଯାଇଥିଲେ।

ସଚିନ ରାଓଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଥିଲେ, ଶିବିରର ଅଧିକ ବିବରଣୀ ଆଲୋଚନା କରିବାକୁ ତାଙ୍କର ସ୍ବାଧୀନତା ନାହିଁ। ଦଳୀୟ ସଂଗଠନକୁ ମଜଭୁତ କରିବା ପାଇଁ ଏକ ପଦକ୍ଷେପ ସ୍ବରୂପ ଏହା ପାଞ୍ଚ ମାସ ମଧ୍ୟରେ ବିରୋଧୀ ଦଳ ନେତାଙ୍କ ମଧ୍ୟପ୍ରଦେଶର ଦ୍ୱିତୀୟ ଗସ୍ତ ଥିଲା। ଗତ ବର୍ଷ ଡିସେମ୍ବରରେ ବେଲାଗାଭିରେ କଂଗ୍ରେସ କାର୍ଯ୍ୟକାରିଣୀ (CWC) ବୈଠକ ସମୟରେ ସର୍ବଶିକ୍ଷା ଅଭିଯାନ (SSA) ଘୋଷଣା କରାଯାଇଥିଲା ।