spot_img
Home Blog Page 2404

ଦୁର୍ଗାପୂଜାରେ ସମ୍ବଲପୁରରେ ହେବନି ଶୋଭାଯାତ୍ରା

ସମ୍ବଲପୁର: ଦୁର୍ଗାପୂଜାରେ ଶୋଭାଯାତ୍ରା ମନା। ବିଲ୍ବ ବରଣଠୁ ଆରମ୍ଭ କରି ଭସାଣୀ ଯାଏଁ କୌଣସି କାର୍ଯ୍ୟକ୍ରମରେ ସମ୍ବଲପୁରରେ ହେବନି ପ୍ରୋସେସନ। ଜିଲ୍ଲା ପ୍ରଶାସନ, ପୋଲିସ ଓ ପୂଜା କମିଟିର ବୈଠକରେ ନିଆଯାଇଛି ଏପରି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ତେବେ ପୂଜା ଧୁମଧାମରେ ପାଳନ କରାଯାଇପାରିବ। କିନ୍ତୁ କୌଣସି ଶୋଭାଯାତ୍ରା ଯେପରି କେହି ନକରନ୍ତି, ତାହାରି ଉପରେ ନଜର ରଖିବ ଜିଲ୍ଲା ପ୍ରଶାସନ ।

କୌଣସି ନୀତିରେ ଶୋଭାଯାତ୍ରାକୁ ମଧ୍ୟ ମନା କରାଯାଇଛି। ହନୁମାନ ଜୟନ୍ତୀ ସମୟରେ ହୋଇଥିବା ଗଣ୍ଡଗୋଳକୁ ନଜରରେ ରଖି ଏପରି ନିଷ୍ପତ୍ତି ନେଇଛି ସମ୍ବଲପୁର ଜିଲ୍ଲା ପ୍ରଶାସନ। ସାଂସ୍କୃତିକ କାଯ୍ୟକ୍ରମଠୁ ଆରମ୍ଭ କରି ସୁଉଚ୍ଚ ଲାଇଟ ତୋରଣ ସବୁ ଲାଗିବ । ଭସାଣୀ ସମୟରେ କେବଳ ୧୦ ଜଣ ଉପସ୍ଥିତ ରହିବେ ।

ପୂଜା ସମୟରେ କୌଣସି ଅଶାନ୍ତିକୁ ବରଦାସ୍ତ କରାଯିବ ନାହିଁ । କିଏ କେଉଁ ରୁଟରେ ବିସର୍ଜନ କରିବେ ଏ ସବୁ ବୈଠକରେ ସ୍ଥିର କରାଯିବ । ତେବେ ଶୋଭାଯାତ୍ରା ନହେଲେ ବି ପୂଜା ଖୁବ ଧୁମଧାମରେ ପାଳନ କରିବାକୁ ଲକ୍ଷ୍ୟ ରଖିଛନ୍ତି ବିଭିନ୍ନ ପୂଜା କମିଟି ।

କଳାହାଣ୍ଡିରେ ଚାଞ୍ଚଲ୍ୟ, ଗୋଟିଏ ପରିବାରର ୩ ଜଣଙ୍କୁ କଟୁରୀରେ ହାଣି ନିର୍ମମ ହତ୍ୟା

ଜୁନାଗଡ଼: କଳାହାଣ୍ଡିରେ ଚାଞ୍ଚଲ୍ୟ। ଜୁନାଗଡ଼ ଥାନା ଶଙ୍କରପଲା ଗାଁରେ ଟ୍ରିପଲ୍ ମର୍ଡର। ମାଆ, ପୁଅ ଓ ଜଣେ ବୃଦ୍ଧଙ୍କୁ କଟୁରୀରେ ହାଣି ହତ୍ୟା ଅଭିଯୋଗ। ରାସ୍ତା କଡ଼ରୁ ଉଦ୍ଧାର ହୋଇଛି ମାଆ, ଦୁଇ ବର୍ଷର ପୁଅ ଓ ପଡ଼ୋଶୀ ବୃଦ୍ଧଙ୍କର ମୃତଦେହ। ମୃତକ ହେଲେ ମହିଳା ରାଇବତୀ ମାଝୀ, ୨ ବର୍ଷର ପୁଅ ଶିବଶକ୍ତି ମାଝୀ ଓ ପଡ଼ୋଶୀ ବୃଦ୍ଧ ମହେନ୍ଦ୍ର କୁମାର।

ଘଟଣାସ୍ଥଳରୁ ଏକ ରକ୍ତଭିଜା କଟୁରୀ ଜବତ ହୋଇଛି । ଏଣୁ କେହି କଟୁରୀରେ ହାଣି ତିନି ଜଣଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ମହିଳାଙ୍କ ସ୍ବାମୀ ୯ ବର୍ଷ ହେଲା ଏକ ହତ୍ୟା ମାମଲାରେ ଅଭିଯୁକ୍ତ ହୋଇ ଜେଲରେ ଅଛନ୍ତି । ଏଣୁ ହତ୍ୟାକାଣ୍ଡ ପୂର୍ବ ଶତ୍ରୁତାରୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରିବା ସହିତ ମାମଲାର ତଦନ୍ତ କରୁଛି ପୋଲିସ । ଗାଁ ଲୋକଙ୍କୁ ଏନେଇ ପଚରାଉଚରା କରାଯାଉଛି ।

ଯାଜପୁରର ଅଧିଷ୍ଠାତ୍ରୀ ମା ବିରଜାଙ୍କୁ ଦର୍ଶନ କଲେ ବାଚସ୍ପତି ପ୍ରମିଳା ମଲ୍ଲିକ

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କୁ ଦର୍ଶନ କଲେ ବାଚସ୍ପତି ପ୍ରମିଳା ମଲ୍ଲିକ। ମା’ଙ୍କୁ ଦର୍ଶନ କରିବା ପରେ ନିଜ ଗାଁକୁ ଗଲେ ପ୍ରମିଳା। ମା’ଙ୍କ ନିକଟରେ ସାରା ରାଜ୍ୟବାସୀଙ୍କ ମଙ୍ଗଳକାମନା କରିଛନ୍ତି ପ୍ରମିଳା। ମା’ଙ୍କ ଦୟାରୁ ରାଜ୍ୟର ସେବା କରିବାକୁ ତାଙ୍କୁ ସୁଯୋଗ ମିଳିଥିବା କହିଛନ୍ତି ବାଚସ୍ପତି।

ମାଆଙ୍କ ଦର୍ଶନ ସମୟରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ସରୋଜ ମହାପାତ୍ର ଉପସ୍ଥିତ ରହିଥିଲେ। ସେପଟେ ବାବା ବରୁଣେଶ୍ବରଙ୍କୁ ମଧ୍ୟ ଦର୍ଶନ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ।

ପାର୍ବଣର ଆଗମନରେ ଧବଳବର୍ଣ୍ଣା ଧରିତ୍ରୀ, ମା’ଙ୍କ ସ୍ୱାଗତ ପାଇଁ ଚାଲିଛି ପ୍ରସ୍ତୁତି

ଭୁବନେଶ୍ୱର: ଆସି ପହଞ୍ଚିଛି ଆଶ୍ଵିନ। ନଦୀ ପଠାରେ ଆନମନା ହୋଇ ନାଚିଲାଣି କାଶତଣ୍ଡି। ପବନର ହାଲୁକା ହାଲୁକା ସ୍ପର୍ଶରେ ଖିଲ ଖିଲ ହୋଇ ହସୁଛି। ଧଳା ପୋଷାକ ପରିଧାନ କରି ମା’ ଦୁର୍ଗାଙ୍କୁ ସ୍ବାଗତ ପାଇଁ ଅନାଇ ବସିଛି। ବାସ୍ନା ନଥିଲେ ବି ନିଜ ରୂପରେ ସମସ୍ତଙ୍କୁ ଆକର୍ଷିତ କରୁଛି କାଶତଣ୍ଡି। କେବଳ କାଶତଣ୍ଡି ନୁହଁ ମା’ଙ୍କ ଆଗମନ ପାଇଁ ତତ୍ପର ହୋଇଉଠିଛି ପ୍ରକୃତି।

ସେପଟେ ମା’ଙ୍କ ପୂଜା ପାଇଁ ଏବେଠୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ମୂର୍ତ୍ତି ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ରଙ୍ଗକାମ ବାକି ରହିଛି। ବିଭିନ୍ନ ସୁଉଚ୍ଚ ତୋରଣ ମଧ୍ୟ ନିର୍ମାଣରେ ଲାଗିପଡିଛନ୍ତି କାରିଗର।

ଭାଇ ଓ ପୁତୁରା ଆକ୍ରମଣରେ ଦାଦା ମୃତ

ଭବାନୀପାଟଣା: ଭାଇ ଓ ପୁତୁରାଙ୍କ ଆକ୍ରମଣରେ ଦାଦାର ମୃତ୍ୟୁ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ସିକେରଗୁଡା ଗାଁରେ ଘଟିଛି ଅଭାବନୀୟ ଘଟଣା। ମୃତକ ହେଲେ  ଜଳ ନାଏକ। ମୃତକଙ୍କ ଭାଇ ଓ ପୁତୁରା ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ ଉଭୟ ପରିବାର ମଧ୍ୟରେ ଗୁଣିଗାରେଡିକୁ ନେଇ ପୂର୍ବରୁ କଳହ ଲାଗି ରହିଥିଲା। ସକାଳେ ନିଜ ଜମିକୁ ଯାଉଥିବାବେଳେ ଜଳଙ୍କୁ ଆକ୍ରମଣ କରିଥିଲେ ଭାଇ ଓ ଦୁଇ ପୁତୁରା। ତିନି ଜଣଙ୍କ ଆକ୍ରମଣରେ ଘଟଣାସ୍ଥଳରେ ଜଳଙ୍କର ମୃତ୍ୟୁ ହୋଇଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି।

ଚିଲିକା ମଝିରେ ଫସିଲା ଡଙ୍ଗା, ଯାତ୍ରୀ ଭୟଭୀତ

ବ୍ରହ୍ମଗିରି: ମଝି ଚିଲିକାରେ ଫସିଲା ଡଙ୍ଗା। ୩୦ ମିନିଟି ଧରି ଫସି ରହିଛି ଯାତ୍ରୀବାହୀ ଡଙ୍ଗା। ଡଙ୍ଗାଟି ସାତପଡାରୁ ଜହ୍ନିକୁଦା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ଡଙ୍ଗାରେ ୩୫ରୁ ଅଧିକ ବାଇକ ସମେତ ୬୦ରୁ ଅଧିକ ଯାତ୍ରୀଥିବା ସୁଚନା ରହିଛି ।

ଚିନ୍ତା ବଢାଉଛି ସ୍କ୍ରବ୍ ଟାଇଫସ, ବରଗଡରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି ୪ଜଣିଆ କେନ୍ଦ୍ରୀୟ ଟିମ୍

ବରଗଡ: ବରଗଡରେ ସ୍କ୍ରବ୍ ଟାଇଫସର ସ୍ଥିତି ଅନୁଧ୍ୟାନ କରୁଛନ୍ତି ଚାରି ଜଣିଆ କେନ୍ଦ୍ରୀୟ ଟିମ୍ । ତାଙ୍କ ସହ ରାଜ୍ଯର ୨ ଜଣ ସଦସ୍ଯ ରହିଛନ୍ତି। ଟିମ୍ ପ୍ରଥମେ ଜିଲ୍ଲା ମୁଖ୍ଯ ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ସ୍କ୍ରବ୍ ଟାଇଫସ ସମ୍ପର୍କରେ ସମୀକ୍ଷା କରିଛନ୍ତି। ସମୀକ୍ଷା ପରେ ଟିମ୍ ହସ୍ପିଟାଲ ଓ କ୍ଷେତ୍ର ପରିଦର୍ଶନ କରିବେ।

ତେବେ ବରଗଡ଼ ଜିଲ୍ଲାର ସ୍କ୍ରବ୍ ଟାଇଫସରେ ସମୁଦାୟ ଏଯାଏ ୮୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୭ ଜଣଙ୍କର ଏହି ରୋଗରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

‘ସ୍ବଚ୍ଛତା ହିଁ ସେବା’ ଅଭିଯାନ: ଲିଙ୍ଗରାଜ ମନ୍ଦିରରେ ସଫେଇ କଲେ ବିଏସଏଫ୍ ଯବାନ

ଭୁବନେଶ୍ୱର: ସ୍ବଚ୍ଛତା ହିଁ ସେବା। ଏହି ଆହ୍ବାନକୁ ନେଇ ସାରା ଦେଶରେ ସଫେଇ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ବିଏସଏଫ ଯବାନମାନେ ଲିଙ୍ଗରାଜ ମନ୍ଦିରରେ ସଫେଇ କରିଛନ୍ତି। ଏକ ଘଣ୍ଟାର ଶ୍ରମ ଦାନ ଆହ୍ବାନକୁ ପାଳନ କରି ଭୁବନେଶ୍ବର ବିଏସଏଫ ହେଡକ୍ବାର୍ଟର ଯବାନମାନେ ଲିଙ୍ଗରାଜ ମନ୍ଦିରରେ ନିଜର ଶ୍ରମ ଦାନ କରିଛନ୍ତି।

ବନ୍ଧୁକ ବଦଳରେ ହାତରେ ଝାଡୁଧରି ଆଇଜି ଧନେଶ୍ବର କୁମାର ଶର୍ମାଙ୍କ ତତ୍ତ୍ବାବଧାନରେ ମନ୍ଦିରର ଭିତର ଓ ବାହାର ବେଢାକୁ ସଫା କରିଥିଲେ ଯବାନ। ଏହାସହ ସ୍ବଚ୍ଛତା ଅଭିଯାନରେ ସମସ୍ତଙ୍କୁ ସାମିଲ ପାଇଁ ଆହ୍ବାନ ଦେଇଛନ୍ତି। ସଫେଇରେ ସାମିଲ ହୋଇ ବେଶ ଖୁସି ବ୍ୟକ୍ତ କରିଛନ୍ତି ସମସ୍ତ ଯବାନ।

ରାଜଧାନୀରେ ଯୁବକଙ୍କ ଆତ୍ମହତ୍ୟା, ପ୍ରେମ ବ୍ୟାପାରକୁ ନେଇ ଜୀବନ ହାରିଥିବା ଅଭିଯୋଗ

ଭୁବନେଶ୍ବର: ଭୁବନେଶ୍ବର ଜିଜିପି କଲୋନୀରେ ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ । ପ୍ରେମ ବ୍ୟାପାରକୁ ନେଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ଯୁବକ ହେଲେ ସଚିତ୍ର ବାରିକ, ତାଙ୍କ ଘର ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ।

ତେବେ ଘଟଣାସ୍ଥଳରେ ଛାନବିନ ଆରମ୍ଭ କରିଛି ମଞ୍ଚେଶ୍ୱର ପୋଲିସ। ଆତ୍ମହତ୍ୟା ପୂର୍ବରୁ ଶେଷ କଲ୍‌ ଓ ମେସେଜକୁ ପୋଲିସ ଛାନବିନ କରୁଥିବା ଜଣାପଡିଛି।

୨୬/୧୧ ମୁମ୍ବାଇ ଆକ୍ରମଣ: ଗୁଳିମାଡରେ ହାଫିଜ ସଇଦର ସହଯୋଗୀ ମୃତ

ମୁମ୍ବାଇ: ମୁମ୍ବାଇ ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦର ସହଯୋଗୀର ମୃତ୍ୟୁ ହୋଇଛି। କରାଚୀରେ ଦୁର୍ବୁତ୍ତଙ୍କ ଗୁଳିମାଡରେ ଲସ୍କର-ଇ-ତଏବାର ଆଗଧାଡ଼ିର ଆତଙ୍କବାଦୀ ମୁଫତି କାଶିର ଫାରୁକର ମୃତ୍ୟୁ ହୋଇଛି। ସାମନାବାଦରେ ଏକ ମସଜିଦ ନିକଟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଫତୀ ସାମିଲ ହୋଇଥିବା ବେଳେ ତାକୁ ପଛପଟୁ ଗୁଳିମାଡ଼ କରିଥିଲା ଦୁର୍ବୁତ୍ତ ।

ମୁଫତୀର ପିଠିରେ ଗୁଳି ବାଜିଥିବା ବେଳେ ତାକୁ ତୁରନ୍ତ ମେଡିକାଲ ନିଆଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ସେଠାରେ ତାର ମୃତ୍ୟୁ ହୋଇଛି । ଗୁଳିମାଡରେ ଅନ୍ୟ ଜଣେ ଗୁରୁତର ହୋଇଥିବା ବେଳେ ଅଭିଯୁକ୍ତ ଫେରାର ହୋଇଥିବା ଜଣାପଡ଼ିଛି।

ମୁମ୍ବାଇ ୨୬/୧୧ ଆକ୍ରମଣ ବ୍ୟତୀତ ବହୁ ଆତଙ୍କୀ ଆକ୍ରମଣର ଅନ୍ୟତମ ମାଷ୍ଟର ମାଇଣ୍ଡ ଥିଲା ମୁଫତୀ କାଶିର ଫାରୁକ । ହାଫିଜର ଅତି ଘନିଷ୍ଠ ହେଉଛି ମୁଫତୀ  । ସେମାନେ ବିଭିନ୍ନ କାର୍ଯ୍ୟକ୍ରମ ପାକିସ୍ତାନରେ ଏକାଠି ନଜର ଆସନ୍ତି।