spot_img
Home Blog Page 245

କଟକରେ ବିଲ୍ଡିଂର ବାଲକୋନୀ ଭୁଶୁଡ଼ି ତିନି ମୃତ, ଜଣେ ଗୁରୁତର

କଟକରେ ବିଲ୍ଡିଂର ବାଲକୋନୀ ଭୁଶୁଡ଼ି ତିନି ମୃତ, ଜଣେ ଗୁରୁତର

ନନ୍ଦିଘୋଷ ବ୍ୟୁରୋ: କଟକରେ ଭୁଶୁଡ଼ିଲା କୋଠାର ବାଲକୋନୀ । ଚାଲିଗଲା ତିନି ଜଣଙ୍କ ଜୀବନ । ଅନ୍ୟ ଜଣେ ଗୁରୁତର ।

ବାଲିଯାତ୍ରାକୁ ନେଇ କଟକ ଉତ୍ସବମୁଖର ଥିବା ବେଳେ କଟକରୁ ଆସିଛି ଏହି ଦୁଃଖଦ ଖବର ।  ବକ୍ସିବଜାର ପୋଲିସ ଲାଇନ ସ୍ଥିତ ହାଡ଼ିବନ୍ଧୁ ସ୍କୁଲ ନିକଟ ମଣି ସାହୁ ଛକରେ ଫ୍ଲାଟର ବାଲକୋନୀ ଭାଙ୍ଗି ଏକ ଆଜବେଷ୍ଟସ୍ ଘର ଉପରେ ପଡ଼ିଥିଲା । ଫଳରେ ଘର ଭିତରେ ଥିବା ତିନି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ବାଲକୋନୀ କେମିତି ଭାଙ୍ଗିଲା ତାହା ସ୍ପଷ୍ଟ ହୋଇନି । ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ।

ଲୋକଙ୍କ ଘରେ ଘରେ ଶୋଭା ପାଏ ଦୟାଲ ମଉସାଙ୍କ ହାତଗଢ଼ା ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି

ଲୋକଙ୍କ ଘରେ ଘରେ ଶୋଭା ପାଏ ଦୟାଲ ମଉସାଙ୍କ ହାତଗଢ଼ା ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି

ନନ୍ଦିଘୋଷ ବ୍ୟୁରୋ: ବୟସର ଅପରାହ୍ଣ ଥିଲେ ସୁଦ୍ଧା ଥକିନି ହାତ । କାର୍ଡବୋର୍ଡ, କାଗଜ ଓ ଅଦରକାରୀ ପ୍ଲାଷ୍ଟିକ ସାମଗ୍ରୀକୁ ବ୍ୟବହାର କରି ତିଆରି କରୁଛନ୍ତି ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି । ବ୍ୟବସାୟ ପାଇଁ ନୁହେଁ ବରଂ ସମସ୍ତଙ୍କୁ ଦାନ କରିବା ପାଇଁ କରିଛନ୍ତି ପଣ । ବାଲେଶ୍ବର ରେମୁଣା ଅଞ୍ଚଳରେ ପ୍ରତ୍ୟେକ ଘରେ ଶୋଭା ପାଏ ଦୟାଲ ଚନ୍ଦ୍ରଙ୍କ ହାତଗଢ଼ା ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ।

ଅଦରକାରୀ ବର୍ଜ୍ୟବସ୍ତୁ ବ୍ୟବହାର କରି ଦୟାଲ ମଉସା ତିଆରି କରୁଛନ୍ତି ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି । ବୟସ ଅଣାଅସି, ଚମ ଧୁଡୁ ଧୁଡୁ ଦେହ । ହେଲେ ଥକି ନାହିଁ ହାତ କି ଥକି ନାହିଁ ଆଖି । ବୃଦ୍ଧ ବୟସରେ ତାଙ୍କ ଜୀବନ ଜଗତର ନାଥଙ୍କ ପାଇଁ ଉତ୍ସର୍ଗୀକୃତ । ବର୍ଜ୍ୟବସ୍ତୁରୁ ତିଆରୁ କରିଛନ୍ତି ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି । କାର୍ଡ ବୋର୍ଡ, ପ୍ଲାଷ୍ଟିକ ବୋତଲ, ଖବର କାଗଜ ଓ ବ୍ୟବହାର ହୋଇଥିବା ଖାତା ଇତ୍ୟାଦିକୁ ସେ ସମ୍ବଳ କରିଛନ୍ତି । ଚାକିରିରୁ ଅବସର ପରେ ଆଦରି ନେଇଛନ୍ତି ତ୍ୟାଗଭାବ ।

ସେବା ମନୋଭାବ ରଖି ବେଶ ଖୁସି ଅନୁଭବ କରନ୍ତି ଦୟାଲ । ରେମୁଣା ଅଞ୍ଚଳରେ ଘରେ ଘରେ ଦୟାଲଙ୍କ ହାତ ତିଆରି ମୂର୍ତ୍ତି ପୂଜା ପାଇଥାଏ । ପେନସନ ଟଙ୍କାରେ ସେ ରଙ୍ଗ ଓ ତୂଳୀ କିଣି ଏହି ମୂର୍ତ୍ତି ସବୁ ତିଆରି କରନ୍ତି । ବିଭିନ୍ନ ମନ୍ଦିର ଅନୁଷ୍ଠାନ ଓ ଲୋକଙ୍କୁ ମୂର୍ତ୍ତି ଦାନ କରି ପାଆନ୍ତି ଆନନ୍ଦ ।

ଗୁଣ୍ଡିଚା ମନ୍ଦିର ଦଳାଚକଟା ଘଟଣା: ଅବହେଳା ପାଇଁ ୭ ପୋଲିସ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ଗୁଣ୍ଡିଚା ମନ୍ଦିର ଦଳାଚକଟା ଘଟଣା: ଅବହେଳା ପାଇଁ ୭ ପୋଲିସ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରୋ: ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ହୋଇଥିବା ଦଳାଚକଟା ପାଇଁ ୭ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ । କାର୍ଯ୍ୟରେ ଅବହେଳା ପାଇଁ ଏହି ପୋଲିସ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଗୃହ ବିଭାଗ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛି । ଏହି ପୋଲିସ ଅଧିକାରୀମାନେ ହେଲେ କମାଣ୍ଡାଣ୍ଟ ଅଜୟ କୁମାର ପାଢ଼ୀ, ତତ୍କାଳୀନ ଡିସିପି ବିଷ୍ଣୁପ୍ରସାଦ ପତି, କମାଣ୍ଡାଣ୍ଟ ତାପସ ରଂଜନ ଦାସ, କମାଣ୍ଡାଣ୍ଟ କେ. କେ. ନାୟକ, ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ, କୁମ୍ଭାରପଡ଼ା ଆଇଆଇସି ସୁଶାନ୍ତ କୁମାର ସାହୁ ଏବଂ କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ ।

ଏମାନେଙ୍କ ମଧ୍ୟରୁ କମାଣ୍ଡାଣ୍ଟ ଅଜୟ କୁମାର ପାଢ଼ୀ ଏବଂ ଡିସିପି ବିଷ୍ଣୁପ୍ରସାଦ ପତିଙ୍କୁ ସରକାର ନିଲମ୍ବିତ କରିଛନ୍ତି । ଅଥଚ ଏଇ ଘଟଣାରେ ଅନେକ ବଡ଼ବଡ଼ିଆ ଅଧିକାରୀଙ୍କ ଦାୟିତ୍ଵରେ ଅବହେଳା ନେଇ ଅଭିଯୋଗ ଉଠିଛି । ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏହି ଘଟଣାର ହୋଇଥିବା ପ୍ରାଶାସନିକ ତଦନ୍ତ ରିପୋର୍ଟରେ ବିସ୍ତୃତ ଭାବେ କାହାକୁ ଦାୟୀ କରାଯାଇଛି ତାହା ଏପର୍ଯ୍ୟନ୍ତ ଜଣାନାହିଁ । କିନ୍ତୁ ଗୃହ ବିଭାଗର ଚିଠିକୁ ନେଇ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇବା ସହ ଏହି ଦଳାଚକଟା ଘଟଣା ପାଇଁ ଅନେକ ବଡ଼ ବଡ଼ ଅଧିକାରୀ ଦାୟୀ ବୋଲି କହିଛନ୍ତି । ସେମାନଙ୍କୁ ସରକାର ଏକ ପ୍ରକାର କ୍ଲିନଚିଟ୍ ଦେଇଥିବା ଅଭିଯୋଗ ହୋଇଛି ।

ଜୁନ୍ ୨୯ରେ ଗୁଣ୍ଡିଚା ମନ୍ଦିର ସାମ୍ନାରେ ହୋଇଥିଲା ଦଳାଚକଟା । ଦଳାଚକଟାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିଲା । ଗୃହ ବିଭାଗର ଚିଠିରୁ ଜଣାପଡିଛି, ଅଘଟଣ ଦିନ ଭିଡ଼ ନିୟନ୍ତ୍ରଣ ପାଇଁ ଏ ସମସ୍ତ ଅଧିକାରୀ ରଥ ଆଗରେ ଉପସ୍ଥିତ ରହିବାକୁ ଦାୟିତ୍ଵ ଦିଆଯାଇଥିଲା, କିନ୍ତୁ ସେମାନେ ଅନୁପସ୍ଥିତ ଥିଲେ । ସେଣ୍ଟ୍ରାଲ କଣ୍ଟ୍ରୋଲ ରୁମରେ ଲାଗିଥିବା ୨୭୫ଟି ସିସିଟିଭିରୁ ୧୨୩ ନମ୍ବରରୁ ୨୩୨ ନମ୍ବର ସିସିଟିଭିର ଫିଡ୍ କଣ୍ଟ୍ରୋଲ ରୁମକୁ ମିଳୁ ନଥିଲା । ଏହା ସହିତ ଲାଗିଥିବା ଏଲଇଡି ପ୍ୟାନେଲ ମଧ୍ୟ କାମ କରୁ ନଥିଲା। ଏ ସମସ୍ତ ଅବହେଳା ପାଇଁ କ’ଣ ଏହି ୭ ପୋଲିସ ଅଧିକାରୀ ଦାୟୀ ବୋଲି ପ୍ରଶ୍ନ ଉଠିବାରେ ଲାଗିଛି ।

ପୁଣି ସରକାରୀ ପରୀକ୍ଷାରେ ବିଭ୍ରାଟ; ଗୋଟିଏ ଦିନରେ ଦୁଇଟି ପରୀକ୍ଷାକୁ ନେଇ ଅସନ୍ତୋଷ

ପୁଣି ସରକାରୀ ପରୀକ୍ଷାରେ ବିଭ୍ରାଟ; ଗୋଟିଏ ଦିନରେ ଦୁଇଟି ପରୀକ୍ଷାକୁ ନେଇ ଅସନ୍ତୋଷ

ନନ୍ଦିଘୋଷ ବ୍ୟୁରୋ: ୧୬ ମାସର ବିଜେପି ସରକାର ଯେମିତି ଓଡ଼ିଶାରେ କାହାରିଙ୍କୁ ନିଯୁକ୍ତି ନଦେବାକୁ ପଣ କରିଛି । ସରକାରୀ କଳର କାର୍ଯ୍ୟଦକ୍ଷତା ଏପରି ପ୍ରଶ୍ନ ଉଠାଇବାରେ ଲାଗିଛି । କାରଣ ୧୬ ମାସର ବିଜେପି ସରକାରରେ ୧୬ଟି ସରକାରୀ ପରୀକ୍ଷାରେ ବିଭ୍ରାଟ ଘଟିଛି । ଆଉ ଏତିରୁ ସରକାର ଶିକ୍ଷା ନେବେ କ’ଣ ପୁଣି ସମାନ ଘଟଣା । ୯ ତାରିଖରେ ଦୁଇ ଦୁଇଟି ସରକାରୀ ଚାକିରି ପାଇଁ ପରୀକ୍ଷା ହେବାକୁ ଯାଉଛି । ଏପରି ବିଭ୍ରାଟକୁ ନେଇ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଗୋଟିଏ ଦିନରେ ଦୁଇ ଦୁଇଟି ବର୍ଗରେ ଖାଲି ଥିବା ପଦବୀ ପାଇଁ ସରକାରୀ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଆସନ୍ତାକାଲି OPSC କରିବାକୁ ଯାଉଛି ASO ଲାଗି ପରୀକ୍ଷା । ସକାଳ ୯ଟାରୁ ସାଢେ ୧୦ଟା ଯାଏଁ ହେବ ପେପର-୧ ପରୀକ୍ଷା । ସେପଟେ ସମାନ ସମୟରେ OSSSC କରିବାକୁ ଯାଉଛି RI, ଅମିନ ଲାଗି ପରୀକ୍ଷା । ଯେଉଁ ଆଶାୟୀ ଉଭୟ ପରୀକ୍ଷା ପାଇଁ ଆବେଦନ କରିଥିବେ ସେମାନେ କେମିତି ଦୁଇଟି ଯାକ ପରୀକ୍ଷା ଦେବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ପରୀକ୍ଷାର୍ଥୀ । ଯାହାକୁ ନେଇ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ରାସ୍ତା ମଝିରେ ବିଜେପି କରିଛି ଷ୍ଟେଜ, ଅଫିସରମାନେ ଅଭିଯୋଗ ଶୁଣୁନାହାଁନ୍ତି : ବିଜେଡ଼ି

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ଶୋ ପାଇଁ ରାସ୍ତାରେ ବିଜେପିର ଷ୍ଟେଜ କରାଯିବା ପ୍ରସଙ୍ଗକୁ ନେଇ ବର୍ଷିଲା ବିଜେଡି। ଗତକାଲି ନବୀନ ପଟ୍ଟନାୟକଙ୍କ ବିଶାଳ ରୋଡ଼ ଶୋ, ହଜାର ହଜାର ସଂଖ୍ୟାରେ ଓଲ୍ହାଇଲେ ଏହାକୁ ଦେଖି ଭୟଭୀତ ହୋଇ ତରବରିଆ ଭାବେ ଯେଉଁ ରୋଡ଼ ଶୋ କରୁଛନ୍ତି। ଶାସନ ପ୍ରଶାସନର ସହାୟତାରେ ରାସ୍ତା ମଝିରେ ଷ୍ଟେଜ କରିଛନ୍ତି। ୯୦ ଭାଗ ରାସ୍ତା ବନ୍ଦ କରି ଷ୍ଟେଜ କରିଛନ୍ତି। ୱାର୍କିଂ ଡେ ରେ ଏଭଳି କରିବା ଦ୍ୱାରା ଲୋକେ ବହୁ ହଇରାଣ ହେଉଛନ୍ତି। ପ୍ରଶାସନକୁ ଜଣାଇବା ପରେ ବି ସେମାନେ ଶୁଣିବାକୁ ନାରାଜ। ଜିଲ୍ଲାପାଳଙ୍କୁ ବାରମ୍ବାର ଫୋନ କରିବା ପରେ ବି ସେ ଫୋନ ଉଠାଉନାହାନ୍ତି। ନିର୍ବାଚନ ପର୍ଯ୍ୟବେକ୍ଷକ ମାନେ ମଧ୍ୟ ଫୋନ ରିସିଭ କରୁ ନାହାନ୍ତି। ଯଦି ପ୍ରତିନିଧିଙ୍କୁ ନ ଭେଟିବେ ତାହେଲେ କାହିଁକି ଅଛନ୍ତି ପର୍ଯ୍ୟବେକ୍ଷକ ବୋଲି ପ୍ରଶ୍ନ କଲା ଦଳ।

ବେଆଇନ କାମ କରିକି ରାସ୍ତାକୁ ବନ୍ଦ କରି ମିଟିଂ କରୁଛନ୍ତି। ଜିଲ୍ଲାପାଳ ଏସପି ଶାସକ ଦଳର ଏଜେଣ୍ଟ ଭଳି କାମ କରୁଛନ୍ତି। ଏଭଳି ପରିସ୍ଥିତି କେବେ ଦେଖାଯାଇ ନ ଥିଲା। ଅଭିଯୋଗ ନ ଶୁଣିବା କେବେ ଦେଖିବାକୁ ମିଳି ନ ଥିଲା। ଏକତରଫା ନିର୍ବାଚନ କରିବାକୁ ଉଦ୍ୟମ ହେଉଛି। ଭୟର ବାତାବରଣ ସୃଷ୍ଟି ପାଇଁ ଉଦ୍ୟମ ହେଉଛି। ବିଜେଡି ପୋଷ୍ଟର ବ୍ୟାନର ହଟାଯାଇ ବିଜେପି ପୋଷ୍ଟର ଲଗାଯାଉଛି। ପ୍ରଶାସନ ବ୍ୟାନର ପୋଷ୍ଟର ଲଗାଉଛି। ଯାହାକୁ କଡା ନିନ୍ଦା କଲା ବିଜେଡି। କାଲି ଯେଭଳି ଜନସମର୍ଥନ ରହିଲା ଓ ଜନସମୁଦ୍ର ପାଲଟିଲା ଏଥିରେ ବିଜେପି ଭୟଭୀତ। ସେମାନେ ଜାଣିସରିଲେଣି ସେମାନଙ୍କ ଲୋକପ୍ରିୟତା ନାହିଁ। ମୋହନ ମାଝୀଙ୍କ ସଭାରେ ଲୋକ ହେଉ ନାହାଁନ୍ତ। ରାସ୍ତା ବ୍ଲକ କରି ଭିଡ଼ ଦେଖାଇବାକୁ ଉଦ୍ୟମ। ବିଜେପିର ଲୋକପ୍ରିୟତା ନାହିଁ। ବିଜେପି ନେତା ମନ୍ତ୍ରୀଙ୍କୁ ଲୋକେ ଚିହ୍ନୁ ନାହାନ୍ତି। ସେଥିପାଇଁ ଜବରଦସ୍ତି ଅନ୍ୟ ଜିଲ୍ଲାରୁ ପ୍ରଶାସନକୁ ଲଗାଇ ଲୋକଙ୍କୁ ଅଣାଯାଉଛି। ଜବରଦସ୍ତି ଲୋକପ୍ରିୟତା ଆସେନାହିଁ ବୋଲି କହିଲା ବିଜେଡି।

ଆସନ୍ତା ଡିସେମ୍ବର ୧ରୁ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ : ଆସନ୍ତା ଡିସେମ୍ବର ୧ରୁ ସଂସଦର ଶୀତକାଳୀନ ଅଧିବେଶନ। ଡିସେମ୍ବର ୧୯ ଯାଏ ଚାଲିବ ସଂସଦ ଅଧିବେଶନ। ଅଧିବେଶନ ପ୍ରସଙ୍ଗରେ କେନ୍ଦ୍ର ସଂସଦୀୟ ବ୍ଯାପାର ମନ୍ତ୍ରୀ କିରଣ ରିଜିଜୁ ଦେଇଛନ୍ତି ସୂଚନା। ଶୀତକାଳୀନ ଅଧିବେଶନ ଲାଗି ରାଷ୍ଟ୍ରପତି ଦେଇଛନ୍ତି ସ୍ବୀକୃତି। ସଂସଦ ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା। ରିଜିଜୁ କହିଛନ୍ତି- ଏହି ଅଧିବେଶନ ବିଭିନ୍ନ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ହେବ। ଏଥିଲାଗି ସମସ୍ତ ଦଳର ସହଯୋଗ କାମନା କରାଯାଇଛି।

କୁଓ୍ବେତ ପରେ ଭାରତକୁ ହରାଇଲା UAE

ନନ୍ଦିଘୋଷ ବ୍ୟୁରୋ : ହଂକଂ ଇଣ୍ଟରନ୍ୟାସନାଲ ସିକ୍ସେସ୍ 2025ରେ ଭାରତ ଦମଦାର ଖେଳ ଆରମ୍ଭ କରିଥିଲା । ଟୁର୍ଣ୍ଣାମେଣ୍ଟ ଆରମ୍ଭରେ ପାକିସ୍ତାନ ଭଳି ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରି ବିଜୟ ହାସଲ କରିଥିଲା । କିନ୍ତୁ ଦ୍ୱିତୀୟ ଦିନରେ ସେମାନଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଥିଲା। ପୁଲ୍ ସି’ର ଅନ୍ୟ ଏକ ମ୍ୟାଚ୍‌ରେ କୁୱେତଠାରୁ ପରାସ୍ତ ହେବା ପରେ ବଲ୍ ରାଉଣ୍ଡର ପ୍ରଥମ ମ୍ୟାଚ୍‌ରେ ଭାରତ ସଂଯୁକ୍ତ ଆରବ ଏମିରେଟ୍ସ (UAE) ଦ୍ୱାରା ଆଚମ୍ବିତ ଭାବରେ ପରାଜୟ ହୋଇଥିଲା। ମୋଙ୍ଗ୍ କକ୍‌ର ମିଶନ୍ ରୋଡ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚ୍‌ରେ, UAE ଏକ ବିଶାଳ ଲକ୍ଷ୍ୟକୁ ପିଛା କରି ଭାରତକୁ ଚାରି ୱିକେଟରେ ପରାସ୍ତ କରିଥିଲା।

ଦୁଇ ଦଳ ମଧ୍ୟରେ ଏହି ୬ ଓଭର ବିଶିଷ୍ଟ ମ୍ୟାଚ୍‌ରେ, UAE ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା, ଯାହା ହୁଏତ ଏକ ଭଲ ନିଷ୍ପତ୍ତି ପ୍ରମାଣିତ ହୋଇଥିଲା। କିନ୍ତୁ ଭାରତର ପ୍ରାରମ୍ଭିକ ୱିକେଟ୍ ହରାଇବା ପରିସ୍ଥିତିକୁ ଆହୁରି ଖରାପ କରିଥିଲା। ଓପନର୍ ଭାରତ ଚିପଲି ମାତ୍ର 4 ରନ କରି ନିଲାଂଶ କେଶୱାନିଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଷ୍ଟୁଆର୍ଟ ବିନ୍ନି ପରବର୍ତ୍ତୀ ବଲ୍‌ରେ ନିଜର ଖାତା ଖୋଲିପାରି ନ ଥିଲେ ଏବଂ ନିଲାଂଶ କେଶୱାନିଙ୍କ ବଲରେ ପଡ଼ିଯାଇଥିଲେ। ତା’ପରେ ତୃତୀୟ ୱିକେଟ୍ କିପର ପ୍ରିୟଙ୍କ ପାଞ୍ଚାଲ ମଧ୍ୟ କେବଳ ଗୋଟିଏ ବଲ୍‌ର ସମ୍ମୁଖୀନ ହୋଇଥିଲେ, ଯାହା ଫଳରେ ଭାରତ 1.4 ଓଭରରେ 12/3 ହରାଇ ଦେଇଥିଲା। ଲାଗୁଥିଲା ଯେପରି ସମଗ୍ର ଦଳର ଶୀଘ୍ର ପତନ ହେଇଯିବ ।

 କିନ୍ତୁ ଅଭିମନ୍ୟୁ ମିଥୁନ ଏବଂ ଦିନେଶ କାର୍ତ୍ତିକ ଦଳକୁ ଉତ୍ସାହିତ କରିଥିଲେ । ମିଥୁନ ୧୬ ବଲରେ ୫୦ ରନ୍ କରିଥିଲେ, ଯେଉଁଥିରେ ୪ ଚୌକା ଏବଂ ୫ ଛକା ସାମିଲ ଥିଲା, ଏବଂ ରିଟାୟାର ହର୍ଟ ହୋଇଥିଲେ। ଅନ୍ୟ ପାର୍ଶ୍ୱରେ ଦିନେଶ କାର୍ତ୍ତିକ ୧୪ ବଲରେ ୪୨ ରନ୍ କରିଥିଲେ ଯେଉଁଥିରେ ୪ ଚୌକା ଏବଂ ୪ ଛକା ସାମିଲ ଥିଲା। ଫଳସ୍ୱରୂପ ଭାରତୀୟ ଦଳ ୬ ଓଭରରେ ୩ ୱିକେଟ୍ ହରାଇ ୧୦୭ ରନ୍ କରିଥିଲା। ତଥାପି,ଏହି ଲକ୍ଷ୍ୟ ୟୁଏଇ ଦଳ ପାଇଁ ବହୁତ ଛୋଟ ପ୍ରମାଣିତ ହୋଇଥିଲା।

ଏହି ଟାର୍ଗେଟର ଜବାବରେ UAE ଭଲ ପ୍ରଦର୍ଶନ କରିତିଲା । UAE ଅଧିନାୟକ ଖାଲିଦ ଶାହ ମାତ୍ର 14 ବଲ୍ ରେ 50 ରନ୍ କରିଥିଲେ, ଯେଉଁଥିରେ ଚାରିଟି ଚୌକା ଏବଂ ପାଞ୍ଚଟି ବିଶାଳ ଛକା ଥିଲା। ଏହି ସମୟରେ ସାଗିର ଖାନ ମଧ୍ୟ 11 ବଲ୍ ରେ 31 ରନ୍ କରି ମ୍ୟାଚ୍ କୁ UAE ସପକ୍ଷରେ ଫେରାଇ ଆଣିଥିଲେ । ଏହା ପରେ ମହମ୍ମଦ ଆରଫାନ ପାଞ୍ଚ ବଲରେ 20 ରନ କରି ଦଳକୁ ବିଜୟୀ କରାଇଥିଲେ। UAE 5.5 ଓଭରରେ ଦୁଇଟି ୱିକେଟ୍ ହରାଇ ଏହି ଲକ୍ଷ୍ୟ ହାସଲ କରିଥିଲା।

 

ଡାଏବେଟିସ ଥିଲେ ଆମେରିକା ମନା ! ଟାରିଫ ପରେ ଏବେ ସ୍ବାସ୍ଥ୍ୟଗତ ସମସ୍ୟା ଝଟକା

ନନ୍ଦିଘୋଷ ବ୍ୟୁରୋ: ଟାରିଫ ଝଟକା ପରେ ଏବେ ସ୍ବାସ୍ଥ୍ୟଗତ ସମସ୍ୟା ଝଟକା। ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ପ୍ରଶାସନର ନୂଆ ନୀତି ସାରା ବିଶ୍ବବାସୀଙ୍କୁ ପକାଇଛି ଚିନ୍ତାରେ। ଯଦି ମଧୁମେହ, ହୃଦରୋଗ, ମୋଟାପଣ ରହିଛି ତେବେ ଆମେରିକୀୟ ଭିସା ମିଳିପାରିବ ନାହିଁ। ହୃଦଗତ, ସ୍ନାୟବିକ, ଶ୍ବାସପ୍ରଶ୍ବାସଗତ ଓ ମାନସିକ ସ୍ବାସ୍ଥ୍ୟଗତ ସମସ୍ୟା ଥିଲେ ଏଣିକି ଭିସା ମିଳି ନପାରେ। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ କନସଲାର ଅଫିସିଆଲଙ୍କୁ ସୂଚନା ଦିଆଯାଇଛି। ଦୀର୍ଘକାଳୀନ ଭାବେ ଚାଲିଆସିଥିବା ନିୟମରେ ଏବେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି।

ନୂଆ ଭିସା ନୀତିରେ ସଂକ୍ରମିତ ରୋଗ ସମ୍ପର୍କରେ ବି କଟକଣା ଜାରି କରାଯାଇଛି। ଇମିଗ୍ରେସନ ବିରୋଧରେ କଡ଼ା ଆଭମୁଖ୍ୟ ଗ୍ରହଣ ଖରିଥିବା ଟ୍ରମ୍ପ ପ୍ରଶାସନର ଏହି ସ୍ବାସ୍ଥ୍ୟଗତ କଟକଣା ଆମେରିକାକୁ ଯିବାକୁ ଥିବା ଆଶାୟୀଙ୍କ ଲାଗି ଚାଲେଞ୍ଜ ସୃଷ୍ଟି କରିଛି। H-1B ଭିସା ଫି ପରିମାଣ ୧ ଲକ୍ଷ ଡଲାରକୁ ବୃଦ୍ଧି କରିଥିବା ଟ୍ରମ୍ପ ପ୍ରଶାସନର ଏହି ଝଟକା ଚର୍ଚ୍ଚାର କାରଣ ହୋଇଛି। ସେପଟେ ଭିସା ଯୋଜନାରେ ୧୭୫ଟି ନିୟମ ଉଲ୍ଲଂଘନ ଘଟଣାର ତଦନ୍ତ ଆରମ୍ଭ କରିଛି ଟ୍ରମ୍ପ ପ୍ରଶାସନ।

ଦି ଫ୍ୟାମିଲି ମ୍ୟାନ୍ ସିରିଜରେ ଅଭିନେତ୍ରୀଙ୍କ ସରପ୍ରାଇଜ ଏଣ୍ଟ୍ରି କେତେ ପ୍ରଭାବଶାଳୀ ?

ନନ୍ଦିଘୋଷ ବ୍ୟୁରୋ:ମନୋଜ ବାଜପେୟୀ ବଲିଉଡ଼ ଇଣ୍ଡଷ୍ଟ୍ରିରେ ଜଣେ ଜଣାଶୁଣା ଚେହେରା । ତାଙ୍କ ନିଚ୍ଛକ ଅଭିନୟ ପାଇଁ ସେ ବେଶ ପରିଚିତ । ତାଙ୍କୁ ଅନେକ ଦାବିଦାର ଭୂମିକା ପ୍ରଦାନ କରାଯାଇଛି ଏବଂ ସେ ପ୍ରତ୍ୟେକ ଭୂମିକାକୁ ନିପୂଣତାର ସହ ପ୍ରତିପାଦନ କରିଛନ୍ତି। ଏହି କାରଣରୁ ପ୍ରଶଂସକମାନେ ସର୍ବଦା ତାଙ୍କର ଆଗାମୀ ପ୍ରୋଜେକ୍ଟଗୁଡ଼ିକୁ ପାଇଁ ଉତ୍ସାହର ସହିତ ଅପେକ୍ଷା କରନ୍ତି । ବର୍ତ୍ତମାନ ତାଙ୍କ ୱେବ୍ ସିରିଜ୍, ଦି ଫ୍ୟାମିଲି ମ୍ୟାନର ତୃତୀୟ ସିଜିନ୍ ମୁକ୍ତିଲାଭ କରିବାକୁ ଯାଉଛି। ପ୍ରତ୍ୟେକ ସିଜିନର ଏକ ଭିନ୍ନ କାହାଣୀ ରହିଛି ଏବଂ ଏଥର ମଧ୍ୟ ଅଧିକାଂଶ ଚରିତ୍ର ସମାନ ରହିଛି କିନ୍ତୁ କାହାଣୀ ସମ୍ପୂର୍ଣ୍ଣ ନୂତନ।

ଟ୍ରେଲରରୁ ସ୍ପଷ୍ଟ ଭାବରେ ଜଣାପଡୁଛି ଯେ କାହାଣୀଟି ତାଜା ଏବଂ ଏଥର ଶ୍ରୀକାନ୍ତ ତିୱାରୀ ଆହୁରି ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ। ‘ଦି ଫ୍ୟାମିଲି ମ୍ୟାନ’ ସାତ ବର୍ଷ ଧରି ପ୍ରସାରିତ ହେଉଛି ଏବଂ ଏବେ ଏହାର ତୃତୀୟ ସିଜିନ୍ ମୁକ୍ତିଲାଭ କରିବ। ତେବେ ଏହି ସାତ ବର୍ଷ ମଧ୍ୟରେ ଗୋଟିଏ କଥା ସ୍ଥିର ଯେ, ପ୍ରତ୍ୟେକ ସିଜିନ୍‌ରେ ଜଣେ ନୂତନ ଅଭିନେତ୍ରୀଙ୍କ ପରିଚୟ। ଏଥର ମଧ୍ୟ ସମାନ କରାଯାଇଛି। ତେବେ ତାଙ୍କର ଏହି ଫର୍ମୁଲା ସିରିଜକୁ ସୁପରହିଟ କରୁଛି ନା ଆଉ ରହିଛି ଆସନ୍ତୁ ଜାଣିବା …

ପ୍ରଥମ ସିଜିନରେ ଗୁଲ ପନାଗଙ୍କ ଅଭିନୟ

“ଦି ଫ୍ୟାମିଲି ମ୍ୟାନ୍”ର ପ୍ରଥମ ସିଜିନ୍ ଏକ ବଡ଼ ଆତଙ୍କବାଦୀ ଆକ୍ରମଣକୁ ରୋକିବା ପାଇଁ ସଂଘର୍ଷର କାହାଣୀ ଥିଲା । ମନୋଜ ବାଜପେୟୀ ଏକ ତଦନ୍ତ ସଂସ୍ଥାର ଅଂଶ। ତେବେ ସଲୋନୀ ଭଟ୍ଟ ଭୂମିକାରେ ଅଭିନୟ କରୁଥିବା ଗୁଲ୍ ପନାଗ୍ ସିଜିନ୍ ମଧ୍ୟଭାଗରେ ସରପ୍ରାଇଜ ଏଣ୍ଟ୍ରି କରିଥିଲେ। ଏବଂ ସେଥିରେ ତାଙ୍କ ଚରିତ୍ରକୁ ବହୁତ ପ୍ରଶଂସା କରାଯାଇଥିଲା । ଯାହ କେଉଁଠି ନା କେଉଁଠି ମନୋ ବାଜପେୟୀଙ୍କ ସିରିଜକୁ ଭଲ ମାଇଲେଜ ଦେଇଥିଲା ।

ଦ୍ୱିତୀୟ ସିଜିନରେ ସାମନ୍ଥାଙ୍କ ଏଣ୍ଟ୍ରି

‘ଦି ଫ୍ୟାମିଲି ମ୍ୟାନ’ର ଦ୍ୱିତୀୟ ସିଜିନରେ ମଧ୍ୟ ଏକ ଦମଦାର ଅଭିନେତ୍ରୀଙ୍କର ଏଣ୍ଟ୍ରି ହୋଇଥିଲା। ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ଶ୍ରୀଲଙ୍କାର ଜଣେ ତାମିଲ ମୁକ୍ତି ସଂଗ୍ରାମୀ ଭୂମିକାରେ ଅଭିନୟ କରିଥିଲେ। ସେ ଧାରାବାହିକରେ ମୁଖ୍ୟ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ଏବଂ ମନୋଜ ବାଜପେୟୀଙ୍କ ସହ ତାଙ୍କର ଯୁଦ୍ଧ ଅତ୍ୟନ୍ତ ଆକର୍ଷଣୀୟ ଥିଲା। ସେ ଏହି ସିରିଜରେ ଅନ୍ୟ ସମସ୍ତ ଅଭିନେତାଙ୍କୁ ପଛରେ ପକାଇ ଦେଇଥିଲେ। ଏହି ଟ୍ରିକ ମଧ୍ୟ ସିରିଜକୁ ହିଟ କରାଇଥିଲା ।

ତୃତୀୟ ସିଜିନରେ ଏହି ଟ୍ରିକ ସଫଳ ହେବ କି ?

ଏବେ ସିରିଜର ତୃତୀୟ ସିଜିନର ଟ୍ରେଲର ଆସିଛି ଏବଂ ଏଥିରେ ମଧ୍ୟ ଟୁଇଷ୍ଟ ଦେଖିବାକୁ ମିଳିବ । ଏଥର ନିମରତ କୌର ସିରିଜରେ ପ୍ରବେଶ କରିଛନ୍ତି ଯିଏ ନିଜର ପ୍ରତିଭା ସହିତ ନିଜକୁ ପ୍ରମାଣିତ କରିଛନ୍ତି ଏବଂ ଟ୍ରେଲରରେ ମାତ୍ର କିଛି ସେକେଣ୍ଡର ଝଲକ ଫ୍ୟାନ୍ସଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛନ୍ତି। ପ୍ରଶଂସକମାନେ ଜାଣିବାକୁ ଉତ୍ସୁକ ଯେ ସିରିଜରେ ତାଙ୍କ ଚରିତ୍ର କିପରି ହେବ ଏବଂ ମନୋଜ ବାଜପେୟୀଙ୍କ ସହିତ ତାଙ୍କର ସମ୍ପର୍କ ସକାରାତ୍ମକ ନା ନକାରାତ୍ମକ ହେବ। ତେଣୁ, ନିର୍ମାତାମାନେ ସିରିଜରେ ପୁଣି ଥରେ ଏହି ରଣନୀତିକୁ ଏକ ଜୁଆ ଭାବରେ ବ୍ୟବହାର କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା ଯେ ଚାରି ବର୍ଷ ପରେ ମଧ୍ୟ ଏହି ରଣନୀତି ସଫଳ ହେଉଛି କି ନାହିଁ। ଏହାର ଷ୍ଟ୍ରିମିଂ ନଭେମ୍ବର 21, 2025 ରେ ଆରମ୍ଭ ହେବ।

ଆଫ୍ରିକୀୟ ରାଷ୍ଟ୍ର ମାଲିରେ ୫ ଭାରତୀୟ ଅପହୃତ

ନନ୍ଦିଘୋଷ ବ୍ୟୁରୋ : ଆଫ୍ରିକୀୟ ରାଷ୍ଟ୍ର ମାଳିରେ ୫ ଭାରତୀୟ ଅପହୃତ। ମାଲିରେ ଦିନକୁ ଦିନ ଅଲ କାଏଦା ଓ ଆଇଏସଆଇଏସ ଆତଙ୍କୀ ସଂଗଠନର ଉତଥାନ ଅଧିକ ହେଉଥିବାବଳେ ଅପହରଣ ଘଟଣା ବୃଦ୍ଧି ପାଇଛି। ମାଲିର ପଶ୍ଚିମାଞ୍ଚଳର କୋବ୍ରି ନିକଟରେ ଭାରତୀୟଙ୍କୁ ଗୁରୁବାର ଅପହରଣ କରାଯାଇଥିବା ସୂଚନା ମିଳିଛି । ୫ ଭାରତୀୟଙ୍କୁ ଅପହରଣ ପରେ ରାଜଧାନୀ ବାମାକୋରେ ଥିବା ଭାରତୀୟ ଶ୍ରମିକଙ୍କୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ଅପହରଣ ଲାଗି କେଉଁ ସଂଗଠନ ନିଜକୁ ଦାୟୀ କରିନାହାନ୍ତି।

ମିଲିଟାରୀ ଜୁଣ୍ଟା ସରକାର ଦ୍ବାରା ପରିଚାଳିତ ମାଲିରେ ଦିନକୁ ଦିନ ଅସ୍ଥିରତା ବୃଦ୍ଧି ପାଇଛି । ଗ୍ରୁପ ଅଫ ଇସଲାମ ଆଣ୍ଡ ମୁସଲିମସ ବା JNIM ସହ ସମ୍ପର୍କିତ ଅଲ କାଏଦା ପକ୍ଷରୁ ମାଲିରେ ତୈଳ ଅବରୋଧ କରାଯାଇଛି। ଫଳରେ ଦେଶରେ ତୈଳ ସଙ୍କଟ ଅଧିକ ଉତ୍କଟ ହୋଇଛି। ବିଗତ ୨୦୧୨ରୁ ଦେଶରେ ଅରାଜକତା ବ୍ୟାପିଥିବାବେଳେ ବିଦେଶୀ ନାଗରିକଙ୍କୁ ଅପହରଣ ଘଟଣା ବଢ଼ିବାରେ ଲାଗିଛି। ଗତ ସେପ୍ଟେମ୍ବରରେ JNIM ପକ୍ଷରୁ ୨ ୟୁଏଇ ନାଗରିକ ଓ ଜଣେ ଇରାନ ନାଗରିକଙ୍କୁ ଅପହରଣ କରାଯାଇଥିଲା। ପ୍ରାୟ ୫୦ ନିୟୁତ ଡଲାର ଦିଆଯିବା ପରେ ସେମାନେ ମୁକ୍ତି ପାଇଥିଲେ।