spot_img
Home Blog Page 2452

ବିଜେଡିରେ ସାମିଲ ହେଲେ ଅନୁଗୁଳର ବରିଷ୍ଠ ନେତା ଦୁର୍ଗାମାଧବ ପ୍ରଧାନ

ଭୁବନେଶ୍ବର: ଶଂଖ ଭବନରେ ବିଜେଡିର ମିଶ୍ରଣ ପର୍ବ । ଅନୁଗୁଳ ବ୍ଲକର ବରିଷ୍ଠ ନେତା ଦୁର୍ଗାମାଧବ ପ୍ରଧାନଙ୍କ ଘର ବାହୁଡା । ବହୁ ସମର୍ଥକ ଓ କର୍ମୀଙ୍କୁ ଧରି ବିଜେପି ଛାଡି ବିଜେଡିର ମିଶିଛନ୍ତି ଦୁର୍ଗାମାଧବ । ତାଙ୍କୁ ଦଳକୁ ପାଛୋଟି ନେଇଛନ୍ତି ବରିଷ୍ଠ ବିଜେଡି ନେତା ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା । ଦୁର୍ଗାଙ୍କ ଘର ବାହୁଡା ଦ୍ବାରା ଅନୁଗୁଳ ଜିଲ୍ଲାରେ ବିଜେଡିର ଆହୁରି ଶକ୍ତି ବୃଦ୍ଧି ପାଇବ ବୋଲି କହିଛନ୍ତି ପ୍ରତାପ  । ଦୁର୍ଗା ୧୮ ବର୍ଷ ଧରି ବିଜେଡି ବ୍ଲକ ସଭାପତି ଥିଲେ  । ସେ ଜଣେ ଦୃଢ଼ ସଂଗଠକ। ୩ଥର ସମିତି ସଭ୍ୟ, ଥରେ ସରପଞ୍ଚ ଥିଲେ ଦୁର୍ଗା । ୨୦୨୨ ପଂଚାୟତ ନିର୍ବାଚନରେ ଦୁର୍ଗାମାଧବ ପ୍ରଧାନ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ ।

ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚନ ଲଢ଼ିଥିଲେ। ଏବେ ତାଙ୍କର ଘର ବାହୁଡା ହୋଇଛି। ବିଜେପି ଛାଡି ପୁଣି ଥରେ ବିଜେଡିରେ ମିଶିଛନ୍ତି। ତାଙ୍କୁ ଦଳରେ ସ୍ୱାଗତ କରୁଛୁ ବୋଲି କହିଛନ୍ତି ପ୍ରତାପ  । ସେହିପରି ଝଡ ବାତ୍ୟା ଯୋଗୁଁ ସେ କିଛି ଦିନ ଅନ୍ୟ କେଉଁଠି ରହିଯାଇଥିଲେ ବୋଲି କହିଛନ୍ତି ଦୁର୍ଗାମାଧବ  । ଏବେ ସେ ବିଜେଡିକୁ ଫେରି ବହୁତ ଖୁସି ବୋଲି କହିବା ସହିତ ଆଗାମୀ ଦିନରେ ରାଜ୍ୟ ସରକାରଙ୍କ କାମକୁ ଗାଁ ଗାଁରେ ସଫଳ କରିବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କାମ କରିବେ ବୋଲି କହିଛନ୍ତି ଦୁର୍ଗାମାଧବ ।

 

ସାଂସଦ ପଦ ରଦ୍ଦ ପ୍ରସଙ୍ଗ, ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ମହୁଆ ମୈତ୍ର

ନୂଆଦିଲ୍ଲୀ: ଲୋକସଭା ଏଥିକ୍ସ କମିଟିର ସୁପାରିଶ କ୍ରମେ ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ସାଂସଦ ପଦ ରଦ୍ଦ ପ୍ରସଙ୍ଗ । ସୁପ୍ରିମକୋର୍ଟରେ ପହଞ୍ଚିଲେ ମହୁଆ । ତାଙ୍କୁ ବିରୋଧ ମିଥ୍ୟ ଆରୋପ ଲଗାଇବା ସହ ଏଭଳି କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି କି, ମୁଁ ଟଙ୍କା ନେଇ ପ୍ରଶ୍ନ ପଚାରିନାହିଁ ।

ସୂଚନା ଥାଉକି,  ଟଙ୍କା ନେଇ ପ୍ରଶ୍ନ ମାମଲାରେ ତ୍ରୁଣମୂଳ କଂଗ୍ରସ ସାଂସଦ ମହୁଆ ମୈତ୍ରଙ୍କୁ ସଂସଦରୁ ବହିଷ୍କାର କରାଯାଇଛି । ଲୋକସଭା ଏଥିକ୍ସ କମିଟି ସୁପାରିସ କ୍ରମେ ମହୁଆଙ୍କୁ ବହିଷ୍କୃତ କରାଯାଇଛି ।ଏନଡିଏ ତରଫରୁ ମହୁଆଙ୍କୁ ବରିଷ୍କାର କରିବା ପାଇଁ ଆଗତ ପ୍ରସ୍ତାବ ଧ୍ୱନୀମତରେ ଲୋକସଭାରେ ଗୃହିତ ହୋଇଥିଲା । ଗୃହକାର୍ଯ୍ୟ ଆରମ୍ଭ ହେବା ସହିତ ଲୋକସଭାରେ ଏଥିକ୍ସ କମିଟି ରିପୋର୍ଟ ପେସ କରାଯାଇଥିଲା ।

ରିପୋର୍ଟ ଉପରେ ଚର୍ଚ୍ଚା କାଳରେ ବିରୋଧୀ ଦଳ ସଦସ୍ୟ କକ୍ଷତ୍ୟାଗ କରିଥିଲେ। ବିରୋଧୀ ପକ୍ଷ ମହୁଆଙ୍କୁ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦେବାକୁ ଦାବି କରିଥିଲେ । ଯାହାକୁ ବିଜେପି ଓ ଅନ୍ୟ ଏନଡିଏ ସଦସ୍ୟ ବିରୋଧ କରିଥିଲେ । ବାଚସ୍ପିତ ବିରୋଧୀ ଦଳର ଦାବିକୁ ଗ୍ରହଣ କରିନଥିଲେ । ପ୍ରତିବାଦରେ ବିରୋଧୀ ଦଳ କକ୍ଷ ତ୍ୟାଗ କରିଥିଲେ ।

ରିପୋର୍ଟରେ ମହୁଆଙ୍କ ବିରୋଧରେ ଥିବା ଅଭିଯୋଗ ସାଂଘାତିକ ବୋଲି କୁହାଯାଇଥିଲା ଓ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା ।ସୂଚନାଯୋଗ୍ୟ ଯେ, ମହୁଆଙ୍କ ବନ୍ଧୁ ହିରାନନ୍ଦାନୀ ତାଙ୍କ ବିରୋଧରେ ଟଙ୍କା ନେଇ ସଂସଦ ଲଗଇନ୍ ପାସୱାର୍ଡ ଓ ଆଇଡି ସେୟାର କରିଥିବା ଅଭିଯୋଗ ଆଣିଥିଲେ । ଶୁକ୍ରବାର କକ୍ଷରେ ରିପୋର୍ଟ ଉପସ୍ଥାପିତ ହେବା ସହିତ ହଙ୍ଗାମା ଆରମ୍ଭ ହୋଇଥିଲା । ଫଳରେ ଗୃହକାର୍ଯ୍ୟକୁ ଦିନ ୨ଟା ପର୍ଯ୍ୟନ୍ତ ସ୍ଥଗିତ କରାଯାଇଥିଲା ।

ଅନ୍ୟପକ୍ଷରେ ମହୁଆ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ଉଦ୍ଧେଶ୍ୟପ୍ରଣୋଦିତ ବୋଲି କହିଛନ୍ତି । ଲୋକସଭାରୁ ବହିଷ୍କୃତ ହେବା ପରେ ମହୁଆ ନିଜ ସାଥି ସାଂସଦଙ୍କ ସହିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ବିକ୍ଷୋଭ କରିଥିଲେ । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ମଧ୍ୟ ତାଙ୍କ ସହିତ ଏହି ସମୟରେ ଥିଲେ ।

 

ଆଇଟି ରେଡକୁ ନେଇ ବିଜେପିକୁ ବିଜେଡିର ପ୍ରଶ୍ନ

ଭୁବନେଶ୍ବର: ଦେଶର ବଡ଼ ଆଇଟି ରେଡକୁ ନେଇ ଚାଲିଛି ରାଜନୀତି । ରାଜ୍ୟରେ କଂଗ୍ରେସ ଓ ବିଜେପି ମଧ୍ୟରେ ଚୋରାପିରତୀ ଚାଲିଛି । କଂଗ୍ରେସକୁ ସୁରକ୍ଷା ଦେବାକୁ ବିଜେପି ଏଠାରେ ଜାଣିଶୁଣି ବିଜେଡି ନାମ ଉଠାଉଛି ବୋଲି ବିଜେଡି ଅଭିଯୋଗ କରିଛି । ଭୁବନେଶ୍ୱରରେ ଆୟୋଜିତ ଏକ ପ୍ରେସମିଟରେ ବିଜେଡି ବିଜେପି ଟାର୍ଗେଟ କରିଥିବା ବେଳେ କିଛି ପ୍ରଶ୍ନ ଉଠାଇଠି ।

ଜାତୀୟସ୍ତରରେ ବିଜେପି ଓଡ଼ିଶାକୁ ବଦନାମ କରୁଛି ବୋଲି ବିଜେଡି ଅଭିଯୋଗ କରିଛି  । ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା, ସ୍ମୃତି ଇରାଣୀ,ଅନୁରାଗ ଠାକୁର ସମସ୍ତେ କଳାଟଙ୍କା ଠୁଳ ମାମଲାରେ ଗ୍ରେସକୁ ନିନ୍ଦା କରିଛନ୍ତି ଓ ଉତ୍ତର ମାଗୁଛନ୍ତି । ସଂସଦ ପରିସରରେ ଥିବା ଗାନ୍ଧୀ ମୂର୍ତି ତଳେ ପ୍ରତିବାଦ ବି କରିଛନ୍ତି। କିନ୍ତୁ ରାଜ୍ୟରେ  ବିଜେପି ଅଲଗା ଆଭିମୁଖ୍ୟ ଗ୍ରହଣ କରିଛି । ଓଡିଶାରେ ବିଜେପି ନେତା, କଂଗ୍ରେସକୁ ସୁରକ୍ଷା ଦେବାରେ ଲାଗି ପଡିଛନ୍ତି। କେନ୍ଦ୍ର ବିଜେପି ନେତା କଂଗ୍ରେସ ସାଂସଦ ଧିରାଜ ସାହୁଙ୍କୁ ସମାଲୋଚନା କରୁଥିବା ବେଳେ ରାଜ୍ୟ ବିଜେପିର ଆଭିମୁଖ୍ୟ ଅଲଗା। ଓଡିଶାକୁ ବଦନାମ କରିବାକୁ ରାଜ୍ୟ ବିଜେପି ମିଛ ଅଭିଯୋଗ କରୁଛି। କେଉଁ ସ୍ୱାର୍ଥରେ ଓଡିଶା ବିଜେପି ଓଡିଶା କଂଗ୍ରେସ କୁ ସୁରକ୍ଷା ଦେଉଛନ୍ତି, ତାହା ସ୍ପଷ୍ଟ କରିବା ଦରକାର। ଏହାସହ ଓଡିଶା ବିଜେପି ଓ ଓଡିଶା କଂଗ୍ରେସ ମଧ୍ୟରେ ଚୋରା ପୀରତି ଚାଲିଛି ବୋଲି ବିଜେଡି କହିଛି । ଓଡ଼ିଶାରେ ବିଜେପି-କଂଗ୍ରେସ ମଧ୍ୟରେ ଭିତିରି ବୁଝାମଣା ରହିଛି ବୋଲି କୁହାଯାଇଛି ।

ଅନ୍ୟପକ୍ଷରେ କଂଗ୍ରେସ ନେତା ତଥା ବିଧାୟକ ସୁର ରାଉତରାୟ ବିଜେପି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସୁର ରାଉତରାୟଙ୍କ ଅନୁସାରେ ବିଜେପି ଧିରଜ ସାହୁଙ୍କୁ ତେଲେଙ୍ଗାନ ନିର୍ବାଚନ ପାଇଁ ୫୦ କୋଟି ଟଙ୍କା ମାଗିଥିଲା । ୫୦ କୋଟି ନେଦେବାରୁ ତାଙ୍କ ଉପରେ ଆଇଟି ରେଡ୍ ହୋଇଛି ।

ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’କୁ ସ୍ଥାନ ଦେବାକୁ ରାଜ୍ୟସଭାରେ ଦାବି ଉଠାଇଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’କୁ ସ୍ଥାନ ଦେବା ପାଇଁ ବିଜେଡି ପୁଣି ଦାବି କରିଛି । ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ର ଏହି ଦାବି ଉଠାଇଛନ୍ତି । ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’କୁ ସ୍ଥାନ ଦେବା ପାଇଁ ୨୦୧୮ ଓ ୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଥିଲେ । ମାହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ କମିଟିରେ ଅନୁରୋଧ କରିଥିଲେ ମୁଖ୍ୟମନ୍ତ୍ରୀ । ୨୦୨୧ରେ ଓଡ଼ିଶା ବିଧାନସଭାରେ ଏନେଇ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଥିଲା । ତେଣୁ ବିଳମ୍ବ ନକରି ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’କୁ ତୁରନ୍ତ ସ୍ଥାନ ଦେବା ପାଇଁ ବିଜେଡି ପୁଣି ଦାବି କରିଛି । ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ର ଏହି ଦାବି ଉଠାଇଛନ୍ତି।

ରାଉରକେଲାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୨ କୋଟି ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସାମଗ୍ରୀ

ରାଉରକେଲା: ରାଉରକେଲାରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୨ କୋଟି ଟଙ୍କାରୁ ଉର୍ଦ୍ଧ୍ବ  ମୂଲ୍ୟର ସାମଗ୍ରୀ । ରାଉରକେଲା ଦାଣ୍ଡିଆପାଲି ଦୟାନନ୍ଦ ନଗରସ୍ଥିତ ଭାରତ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଜଳିପୋଡ଼ି ନଷ୍ଟ ହୋଇଯାଇଛି ୨କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ସାମଗ୍ରୀ  । ରାତିରେ ଅଗ୍ନିକାଣ୍ଡ ଘଟିଛି । ସୂଚନା ପାଇ ରାଉରକେଲା ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ନିଆଁ ଆୟତ୍ତ ହୋଇଥିଲେ ମଧ୍ୟ ଭାରତ ବଜାରରେ ଥିବା ଗ୍ରୋସରୀ, କସମେଟିକ୍ସ, ଗ୍ଲାସ, ପ୍ଲେଟ, ଡିନର ସେଟ, ଇଲେକଟ୍ରୋନିକ୍ସ ସାମଗ୍ରୀ ଜଳି ନଷ୍ଟ ହୋଇଯାଇଛି। ନିଆଁ ଲାଗିବାର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନାହିଁ । ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ଟି-୨୦ ବିଶ୍ବକପ ବିଜୟ ପାଇଁ କ’ଣ ରହିବ ଟିମ ଇଣ୍ଡିଆରେ ପ୍ଲାନ?

ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପରୁ ଭାରତ ହାତରୁ ଯିବା ପରେ ଟି-୨୦ ବିଶ୍ବକପ ଜିତିବା ଲକ୍ଷ୍ୟରେ ଟିମ ଇଣ୍ଡିଆ । ୨୦୨୪ରେ ଆଇସିସିର ଏହି ବଡ଼ ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଥିବାବେଳେ ଚାମ୍ପିୟନ ହେବା ଲକ୍ଷ୍ୟରେ ରହିଛି ମେନ ଇନ ବ୍ଲୁ । ଦଳ ଦୀର୍ଘବର୍ଷ ଧରି ଆଇସିସି ର୍ୟାଙ୍କିଙ୍ଗରେ ଉପରେ ରହୁଥିଲେ ସୁଦ୍ଧା ଟ୍ରଫି ହାତେଇ ପାରିନାହିଁ । ଏବେ ଟି-୨୦ ବିଶ୍ବକପ କିଭରି ଜିତିବ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ଭାରତୀୟ ଦଳର ଯୁବ ଖେଳାଳିମାନେ ଏବେ ଦମଦାର ଫର୍ମରେ ରହିଥିବାବେଳେ କାହାକୁ ସ୍ଥାନ ମିଳିବ ଏବଂ କାହା ନେତୃତ୍ବରେ ଦଳ ଖେଳିବ ତାହା ଏକ ବଡ଼ ବିଷୟ । ଭାରତ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଅଧିକାଂଶ ମ୍ୟାଚରେ ଅଧିନାୟକଭାବେ ଦାୟିତ୍ବ ନେଇଥିବାବେଳେ ସେ ଏବେ ଆହତ ଅଛନ୍ତି । ଏବଂ ସୂର୍ଯ୍ୟ କୁମାରଙ୍କ ଯାଦବଙ୍କ ଅଧିନାୟକତ୍ବରେ ଦଳ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଟ-୨୦ ସିରିଜ ଖେଳୁଛି ।

ରୋହିତ ଶର୍ମ ଟିମ ଇଣ୍ଡିଆର ତିନୋଟିଯାକ ଫର୍ମାଟରେ ଅଧିନାୟକଭାର ସମ୍ଭାଳୁଥିବାବେଳେ ଟି-୨୦ ବିଶ୍ବକପରେ ସେ ଦାୟିତବ ସମ୍ଭାଳିବେ କିମ୍ବା ବିକଳ୍ପ ଦେଖାଯିବ ତାହା ଚର୍ଚ୍ଚାର ବିଷୟ । ବିରାଟ କୋହଲି ନିଜର ଶେଷ ଟି-୨୦ ୨୦୨୨ ମସିହାରେ ଖେଳିଥିଲେ । ଯଦି ସେ ଦଳରେ ସାମିଲ ହେବେ ତାହେଲେ ଯୁବ ଖେଳାଳିଙ୍କୁ ବାଦ ଦେବାକୁ ପଡ଼ିବ । ତଥାପି କୋହଲିଙ୍କ ଟି-୨୦ ରେକର୍ଡ ଭଲ ରହିଛି । ଅନ୍ୟପଟେ ଟି-୨୦ ବିଶ୍ବକପରେ ଟିମ ଇଣ୍ଡିଆ ପକ୍ଷରୁ କିଏ ଓପନିଂ କରିବ? ଏବେ ଦଳରେ ଓପନିଂ ବିକଳ୍ପ ରହିଥିବାବେଳେ ରୋହିତଙ୍କ ସହ ଗିଲ, ଋତୁରାଜ ଗାଏକ୍ବାଡ, ଜୟସ୍ବାଲ ଏବଂ ଇଶାନ କିଶାନଙ୍କ ଭଳି ଖେଳାଳି ବିକଳ୍ପ ରହିଛନ୍ତି । ଏଣୁ ଦଳରେ କାହାକୁ ସ୍ଥାନ ମିଳିବ ଏବଂ କିଏ ଓପନିଂ କରିବା ତାହା ବାଛିବା କାଠିକର ପାଠ ।

ବୋଲିଂ ଉପରେ ଯଦି ନଜର ପକାଇବା ତାହେଲେ ଦଳରେ ବହୁ ସ୍ପିନର ଏବେ ଦମଦାର ଫର୍ମରେ ରହିଛନ୍ତି । ରବି ବିଷ୍ଣୋଇ ଚମତ୍କାର ବୋଲିଂ କରୁଥିବାବେଳେ ସେ ଦଳରେ ସ୍ଥାନ ପାଇବା ପାଇଁ ଦାବିଦାର ରହିବେ । ସେପଟେ ଅକ୍ଷର ପଟେଲ, ରବିନ୍ଦ୍ର ଜାଡେଜା, ଅଶ୍ବିନୀ ଏବଂ କୁଲଦୀପ ଯାଦବଙ୍କ ମଧ୍ୟରୁ କିଏ ବାଦ ପଡ଼ିବେ ଏବଂ କିଏ ସ୍ଥାନ ପାଇବେ । କେବଳ ସ୍ପିନ ନୁହେଁ ପେସର ବୋଲର ଏବଂ ବ୍ୟାଟିଂରେ ଟିମ ବାଛିବା କଷ୍ଟକର ହେବ । ଚୟନକର୍ତ୍ତା ଏବଂ କୋଚଙ୍କ ଉପରେ ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ରହିଛି । ଯୁବ ଖେଳାଳିଙ୍କୁ ଅଣଦେଖା କରାଯିବ ନାଁ ଭରସା କରାଯିବ ତାହା ବଡ଼ କଥା ।

ଭାଇରାଲ ହେଉଛି ଦିୟା କୁମାରୀଙ୍କ ଭିଡିଓ

ଜୟପୁର: ସରୁନି ସସପେନ୍ସ । ୮ ଦିନ ପରେ ମଧ୍ୟ ରାଜସ୍ଥାନରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ସ୍ଥିର ହୋଇନାହିଁ । କିନ୍ତୁ ଏଭଳି ଏକ ସମୟରେ ଭାଇରାଲ ହେଉଛି ଦିୟା କୁମାରୀଙ୍କ ଏକ ଭିଡିଓ । ମୁଖ୍ୟମନ୍ତ୍ରୀ ରେସରେ ଥିବା ଦିୟା କୁମାରୀଙ୍କ ଧମକପୂର୍ଣ୍ଣ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବାବେଳେ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେଉଛନ୍ତି । ବିଦ୍ୟାଧର ଆସନରୁ ଜିତିଥିବା ଦିୟା ଆକ୍ସନ ମୁଡରେ ନଜର ଆସିଥିବାବେଳେ ସେ ଫୋନରେ କଥା ହେଉଥିବାର ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେ ଜଣେ ପୋଲିସ ବାବୁଙ୍କୁ ଧମକ ଦେଉଥିବା ଜଣାପଡ଼ିଛି । ଅଶୋକ ଗେହଲଟ ତୁମକୁ ନିଯୁକ୍ତି ଦେଇଛନ୍ତି ନାଁ? ଦେଖ ୪ ଦିନ ଭିତରେ ବିଜେପି ସରକାର ଆସୁଛି ତୁମେ ବଦଳି ହେବ । ଏଭଳି କିଛି କହୁଥିବା ଏହି ଭିଡିଓରେ ଜଣାପଡ଼ିଛି । ସାଙ୍ଗରେ ତାଙ୍କର ସମର୍ଥକମାନେ ରହିଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଜଣେ ୮ ବର୍ଷର ସ୍କୁଲ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଛନ୍ତି । ସ୍କୁଲ ବସ ଚାଳକ ନାବାଳିକାକୁ ଦୁଷ୍କର୍ମ କରିଥିବାବେଳେ ପିଡ଼ିତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି । କିନ୍ତୁ ଚାପରେ ପୋଲିସବାବୁ ଏହାକୁ ଚପାଇ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ କରାଯାଇଥିଲା । ତେବେ ଏହି ଘଟଣାକୁ ନେଇ ପୋଲିସ ବାବୁଙ୍କୁ ଧମକ ଦେଉଥିବା କୁହାଯାଉଛି ।

ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ଆସିଲା ଐତିହାସିକ ରାୟ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ସୁପ୍ରିମ ରାୟ। ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ଆସିଲା ଐତିହାସିକ ରାୟ। ରାଜ୍ୟରୁ ଧାରା ୩୭୦ ହଟାଇବା ପ୍ରସଙ୍ଗକୁ ସଠିକ ଦର୍ଶାଇଲେ ସୁପ୍ରିମକୋର୍ଟ । ଜାମ୍ମୁ କାଶ୍ମୀରକୁ ନେଇ ରାଷ୍ଟ୍ରପତି ନେଇଥିବା ନିଷ୍ପତ୍ତିକୁ ସଠିକ ଦର୍ଶାଇଛନ୍ତି ସୁପ୍ରିମକୋର୍ଟ।  ସୁପ୍ରିମକୋର୍ଟ କହିଛନ୍ତି ଯେ ଜାମ୍ମୁ କାଶ୍ମୀରରେ କେବଳ ଭାରତର ସମ୍ବିଧାନ ଲାଗୁ କରାଯିବ। ଅନ୍ୟ କୌଣସି ସମ୍ବିଧାନ ଲାଗୁ କରାଯିବ ନାହିଁ। ଆସନ୍ତା ୩୦ ସେପ୍ଟେମ୍ବର ୨୦୨୪ ସୁଦ୍ଧା ଜାମ୍ମୁ କାଶ୍ମୀରରେ ନିର୍ବାଚନ କରାଇବାକୁ ନିର୍ଦ୍ଦେଶ ସୁପ୍ରିମକୋର୍ଟ। ଯାହା ଦ୍ବାରାକି ଜାମ୍ମୁ କାଶ୍ମୀରରୁ ଏକ ରାଜ୍ୟର ମାନ୍ୟତା ମିଳିବ ।

ଲଦାଖ କେନ୍ଦ୍ରଶାସିତ ଅଚଳ ଭାବେ ସ୍ଥିତି ବଜାୟ ରହିବ ।ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଏହି ରାୟ ଆସିଛି  । ୨୦୧୯ରେ ଧାରା ୩୭୦ ଉଚ୍ଛେଦ ବିରୋଧରେ ଦାଖଲ ହୋଇଥିବା ବିଭିନ୍ନ ଆବେଦନ ଉପରେ ସର୍ବୋଚ୍ଚ କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି । ସିଜେଆଇ ଜଷ୍ଟିସ୍‌ ଡି.ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ମାମଲାର ରାୟ ପ୍ରକାଶ କରିଛନ୍ତି । ଗତ ଅଗଷ୍ଟ ମାସରେ ସୁପ୍ରିମକୋର୍ଟ ମାମଲାର ମାରାଥନ ଶୁଣାଣି କରିଥିଲେ । ପ୍ରଧାନ ବିଚାରପତି ଡି. ଓ୍ବାଇ. ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ସଞ୍ଜୟ କିଶାନ କୌଲ, ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଜଷ୍ଟିସ ବି.ଆର. ଗଓ୍ବାଇ ଏବଂ ଜଷ୍ଟିସ୍ ସୂର୍ଯ୍ୟ କାନ୍ତଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ୧୬ ଦିନ ଧରି ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ସେପ୍ଟେମ୍ବର ୫ତାରିଖରେ ରାୟ ସଂରକ୍ଷିତ ରଖିଥିଲେ ।

୩୭୦ ଧାରା ବିପକ୍ଷରେ ବରିଷ୍ଠ ଆଇନଜୀବୀ କପିଲ ଶିବଲ, ଗୋପାଲ ସୁବ୍ରମଣ୍ୟମ୍, ରାଜୀବ ଧଓ୍ବନ, ଜଫର ଶାହ, ଦୁଷ୍ୟନ୍ତ ଦେବ, ନିଜ ପକ୍ଷ ରଖିଥିଲେ । ସେପଟେ ଆଟର୍ଣ୍ଣିଂ ଜେନେରାଲ ଆର ଭେଙ୍କଟରମଣୀ, ସଲିସିଟର ଜେନେରାଲ ତୁଷାର ମେହତା, ବରିଷ୍ଠ ଆଇନଜୀବୀ ହରିଶ ସାଲଭେ, ରାକେଶ ଦ୍ବିବେଦୀ, ବି. ଗିରି କେନ୍ଦ୍ର ସରକାରଙ୍କ ପକ୍ଷ ରଖି ୩୭୦ ଧାରା ହଟାଯିବା ନିଷ୍ପତ୍ତି ଉଚିତ ଥିଲା ବୋଲି ଦର୍ଶାଇ ଥିଲେ । ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିଲେ । ଧାରା ଉଚ୍ଛେଦ କରିବା ସହ ଜାମ୍ମୁକାଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା  । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଆବେଦନକାରୀ ଚ୍ୟାଲେଞ୍ଜ କରିଥିଲେ।

ଝରକା ଭାଙ୍ଗି ଫେରାର ହେଲେ ୧୩ ଯୁବତୀ

ନନ୍ଦିଘୋଷ ବ୍ୟୁରୋ: ହିମାଚଳ ପ୍ରଦେଶର ସିଲନ ଜିଲ୍ଳାର ପରବାଣୁର ଏକ ନିଶା ନିବାରଣ କେନ୍ଦ୍ରରୁ ୧୭ ଜଣ ଯୁବତୀଙ୍କ ମଧ୍ୟରୁ ୧୩ଜଣ  ଫେରାର ହୋଇ ଯାଇଛନ୍ତି । ନିଶା ନିବାରଣ କେନ୍ଦ୍ରର ଝରକା ଭାଙ୍ଗି ଫେରାର ହୋଇ ଯାଇଥିବାବେଳେ ସେମାନେ ଗାଁ ଏବଂ ଜଙ୍ଗଲକୁ ପଳାଇଥିଲେ । ଯଦିଓ ସେମାନଙ୍କୁ କାବୁ କରାଯାଇଛି । ତଥାପି ଏନେଇ କୌଣସି ମାମଲା ରୁଜୁ କରାଯାଇନାହିଁ । ପଞ୍ଜାବ ଏବଂ ହରିୟାଣାରୁ ଏମାନେ ଆସିଥିଲେ । ତେବେ ଏଠାରେ ଜଣଙ୍କ ମୃତ୍ୟୁ ହେବାପରେ ଏଭଳିଭାବେ ଫେରାର ହୋଇଥିବା ସୂଚନା ମିଳିଛି । ପୋଲିସ ସହାୟତାରେ ଯୁବତୀଙ୍କୁ ଉଦ୍ଧାର କରାଯାଇ ଘରକୁ ପଠାଯାଇଥିଲା । ମାତ୍ର କୌଣସି ମାମଲା ରୁଜୁ କରାଯାଇନାହିଁ । ତେବେ ଫେରାର ହୋଇଥିବା ଯୁବତୀମାନେ ଜଙ୍ଗଲ ଏବଂ ସ୍ଥାନୀୟ ଅଞ୍ଚଳର କିଛି ଲୋକଙ୍କ ଘରେ ଆଶ୍ରୟ ନେଇଥିଲେ । ପରିବାର ଲୋକଙ୍କ ସହ ସେମାନଙ୍କ କଥା ବାର୍ତ୍ତା କରାଯାଉ ନଥିଲା । ଯାହାଫଳରେ ସେମାନେ ଏଭଳି ପଳାଇଥିବା କୁହାଯାଇଛି ।

୭୦ ହଜାର ଟପିଲା ବିଏସଇ ସେନସେକ୍ସ

ନୂଆଦିଲ୍ଲୀ: ୭୦ ହଜାର ଟପିଲା ବିଏସଇ ସେନସେକ୍ସ । ସେନସେକ୍ସ ସୂଚକାଙ୍କ ସୋମବାର ୭୦ ହଜାର ପାର କରିଛି । ଆରମ୍ଭରୁ ସାମାନ୍ୟ ବୃଦ୍ଧି ବଢିବାକୁ ଲାଗିଥିବା ସେନସେକ୍ସ ସୂଚକାଙ୍କ । ଏହାର କିଛି ସମୟରେ ୨ଶହ ଅଙ୍କ ବଢି ୭୦ ହଜାର ଛୁଇଁଥିଲା ବିଏସଇ ସେନସେସ୍କ । ୭୦ ହଜାର ଛୁଇଁ ବିଏସଇ ସେନସେକ୍ସ ନୂଆ ରେକର୍ଡ କରିଛି । ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ସେନସେକ୍ସ । ସେହିପରି ନ୍ୟାସନାସ ଷ୍ଟକ ଏକ୍ସଚେଂଜ ନିଫିଟି ମଧ୍ୟ ବଢି ୨୧ ହଜାର ପାର କରିଛି । ଆରମ୍ଭରୁ ସେସେକ୍ସର ୨୦ ସେୟାରର ସୂଚକାଙ୍କରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା ।

ସେହିପରି ନିଫଟିର ୨୭ ସେୟାରର ସୂଚକାଙ୍କରେ ବୃଦ୍ଧି ଦେଖାଯିବା ସହ ୨୨ ସେୟାରରେ ସୂଚକାଙ୍କ ହ୍ରାସ ପାଇଥିଲା । ଏସବିଆଇ, ଓଏନଜିସି, ଟେକ୍ ମହିନ୍ଦ୍ରା, ଡକ୍ଟର ରେଡିଜ୍ ଲ୍ୟାବ୍ ଏବଂ ଏସିଆନ୍ ପେଣ୍ଟସ ସେୟାର ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା । ଗତ ସପ୍ତାହରରେ ସେନସେକ୍ସ ୨ ହଜାର ୩ଶହ ପଏଣ୍ଟ ବୃଦ୍ଧି ପାଇଥିଲା ।  ଗତ ସପ୍ତାହରେ ୩. ୪୭ ପ୍ରତିଶତ ବଢିଥିଲା ବିଏସଇ ସେନସେକ୍ସ । ଗତ ଶୁକ୍ରବାର ମଧ୍ୟ ସେନସେକ୍ସ ୩୦୩ ପଏଣ୍ଟ ବୃଦ୍ଧି ପାଇ ସର୍ବକାଳୀନ ୬୯ ହଜାର ୮୨୫ ପଏଣ୍ଟରେ ବନ୍ଦ ହୋଇଥିଲା । ଯାହାକି ଶୁକ୍ରବାର ପର୍ଯ୍ୟନ୍ତ ସର୍ବକାଳୀନ ସ୍ତରଥିଲା । ଆଜି ୭୦ ହଜାର ପାର କରିଛି ସେନସେକ୍ସ ।