spot_img
Home Blog Page 2473

ଯବାନଙ୍କୁ ପିଟି ପିଟି ମାରି ଦେଲେ, ଜାଣନ୍ତୁ ହତ୍ୟା ପଛର କାରଣ

ବ୍ରହ୍ମପୁର: ଗଞ୍ଜାମ କାଳୀପଲ୍ଲୀ ଗାଁରେ ମରଣାନ୍ତକ ଆକ୍ରମଣ ପରେ ଯବାନ ଦିଲେଶ୍ବର ପାତ୍ରଙ୍କ ମୃତ୍ୟୁ ଘଟଣା। ଜଣେ ଅଭିଯୁକ୍ତ ଧରାପଡିଥିବା ଗଞ୍ଜାମ ଏସପି କହିଛନ୍ତି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରାଯାଉଛି। ଛତ୍ରପୁର ଏସଡିପିଓ, ଆଇଆଇସି ଓ ଚମାଖଣ୍ଡୀ ଆଇଆଇସି ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି। ପ୍ରାଥମିକ ତଦନ୍ତରେ ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡିଛି ।ବୁଧବାର ରାତିରେ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଗୁରୁତର ଯବାନ ଦିଲେଶ୍ବର ପାତ୍ରଙ୍କ ମୃତ୍ୟୁ ହୋଇଥିଲା। ଗତ ୮ବର୍ଷ ଧରି ସେ ସେନାରେ କାର୍ଯ୍ୟରତ ଥିଲେ । ଝିଅ ଜନ୍ମ ହେବା ଖବର ଶୁଣି ଛୁଟିରେ ଗାଁକୁ ଆସିଥିଲେ । ଗତ ୩ତାରିଖରେ ଗୋପାଳପୁର ନିକଟରେ ସାଙ୍ଗମାନଙ୍କ ସହ କ୍ରିକେଟ ମ୍ୟାଚ ଦେଖି ଘରକୁ ଫେରୁଥିବା ସମୟରେ ହରିପୁର ଗାଁ ନିକଟରେ ୫ଜଣ ଯୁବକ ତାଙ୍କୁ ଆକ୍ରମଣ କରି ଏକ ପୋଖରୀରେ ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବ୍ରହ୍ମପୁର ଏମକେସିଜି ଓ ପରେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି।

୧୮ ଘଣ୍ଟାରୁ ଅଧିକ ସମୟ ଚାଲୁଥିବା ଟ୍ରେନରେ ଆଇସିୟୁ, ଭେଣ୍ଟିଲେଟର, ଅକ୍ସିଜେନ ବ୍ୟବସ୍ଥା ଲାଗି ଦାବି କଲେ ସାଂସଦ ପ୍ରଶାନ୍ତ ନନ୍ଦ

ନୂଆଦିଲ୍ଲୀ: ୧୮ ଘଣ୍ଟାରୁ ଅଧିକ ସମୟ ଚାଲୁଥିବା ଟ୍ରେନରେ ଅତିକମରେ ୨ଟି ଆଇସିୟୁ, ଗୋଟିଏ ଭେଣ୍ଟିଲେଟର, ଅକ୍ସିଜେନ, ଡାକ୍ତର, ନର୍ସ ବ୍ୟବସ୍ଥା ହେଉ । ଅଧିକ ସମୟ ଧରି ଯାତ୍ରା କରୁଥିବା ଯାତ୍ରୀ ଓ ଶିଶୁଙ୍କ କ୍ଷେତ୍ରରେ ନାନା ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ଜରୁରୀ ଚିକିତ୍ସା ଅଭାବରୁ ଯାତ୍ରୀଙ୍କ ଅକାଳ ମୃତ୍ୟୁ ଘଟିଥାଏ । ଏହି ଧରଣର ଟ୍ରେନରେ ଯାତ୍ରୀଙ୍କ ଜୀବନ ରକ୍ଷା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉ ବୋଲି ରାଜ୍ୟସଭାରେ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିଜେଜି ସାଂସଦ ପ୍ରଶାନ୍ତ ନନ୍ଦ । ନିଜ ଅନୁଭବରୁ ସେ କହିଛନ୍ତି ସେ ଥରେ ରାଜଧାନୀ ଏକ୍ସପ୍ରେସରେ ଦିଲ୍ଲୀ ଯାଉଥିବାବେଳେ ଜଣେ ୩୮ ବର୍ଷ ବୟସ୍କ ଯାତ୍ରୀ ହୃଦଘାତର ସମ୍ମୁଖୀନ ହୋଇଥିଲେ । ତେବେ ସେଠାରେ ଥିବା ଜଣେ ଡାକ୍ତର ତାଙ୍କୁ ବଞ୍ଚାଇବା ଲାଗି ଉଦ୍ୟମ କରିଥିଲେ ।

ମାତ୍ର ଅକ୍ସିଜେନ ଅଭାବରୁ ଯାତ୍ରୀଜଣକ ଆରପାରିକୁ ଚାଲିଯାଇଥିଲେ । କରୋନା ପରେ ଶିଶୁମାନେ ଅକ୍ସିଜେନ ସଂକଟର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ନେବୁଲାଇଜର ସାଥୀରେ ନେଲେ ବି ତାହା କାମ ହେଉନାହିଁ । ଟ୍ରେନର ୧୧୦ ଡିସି କରେଣ୍ଟରେ ତାହା ଚାଲିନଥାଏ । କରୋନା ପରେ ସୋଡିୟମ ହ୍ରାସ ସମସ୍ୟା ବି ଦେଖାଯାଉଥିବାରୁ ସାଲାଇନର ଜରୁରୀ ଆବଶ୍ୟକତା ରହିଛି । ୧୮ ଘଣ୍ଟାରୁ ଅଧିକ ସମୟ ଚାଲୁଥିବା ଟ୍ରେନରେ ସ୍ବତନ୍ତ୍ର ମେଡିକାଲ ଭ୍ୟାନ ରହୁ । ସେଥିରେ ଅତିକମରେ ୨ଟି ଆଇସିୟୁ, ଗୋଟିଏ ଭେଣ୍ଟିଲେଟର, ଅକ୍ସିଜେନ, ଡାକ୍ତର, ନର୍ସ ବ୍ୟବସ୍ଥା ହେଉ ବୋଲି ଦାବି କରିଛନ୍ତି ସାଂସଦ ପ୍ରଶାନ୍ତ ନନ୍ଦ ।

ଦୟା ନଦୀର ପାଣିକୁ ବିଶୁଦ୍ଧ ରଖିବାକୁ ପଦକ୍ଷେପ, ଗଙ୍ଗୁଆ- ଦୟା ସଂଯୋଗ ସ୍ଥାନରେ ହେବ ଟ୍ରିଟମେଣ୍ଟ ପ୍ଲାଣ୍ଟ

ଭୁବନେଶ୍ବର: ଦୟା ନଦୀ ପାଣିକୁ ପ୍ରଦୂଷଣମୁକ୍ତ ରଖାଯିବା ଉପରେ  5T ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଗୁରୁତ୍ୱାରୋପ କରିଛନ୍ତି । ଏ ସମ୍ପର୍କରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ନଗର ଉନ୍ନୟନ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି ।

ଦୟା ନଦୀର ଜଳକୁ ବିଶୁଦ୍ଧ ରଖିବା ସଂକ୍ରାନ୍ତରେ କାର୍ତ୍ତିକ ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ବିଭିନ୍ନ ପ୍ରତିଷ୍ଠାନର ଦୂଷିତ ଜଳକୁ ସ୍ୱେରେଜ ଲାଇନ୍‌ ସହିତ ସଂଯୋଗ କରିବା ପାଇଁ ବ୍ୟାଧତାମୂଳକ କରାଯାଇଛି । ଏହା ସହିତ BMCର ସବୁ ଘର ଯେପରି ସ୍ୱେରେଜ ଲାଇନ୍‌ ସହିତ ଶୀଘ୍ର ସଂଯୁକ୍ତ ହୋଇପାରିବ ସେ ଦିଗରେ ମଧ୍ୟ ସଚେତନତା ସୃଷ୍ଟି କରିବାପାଇଁ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ।

ଭୁବନେଶ୍ୱରରେ ୱାଟ୍‌କୋ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ସ୍ୱେରେଜ କାମ ଚାଲିଛି। ବିଭିନ୍ନ ଏଜେନ୍ସି ସହ ସମନ୍ୱୟ  ରକ୍ଷାକରି କାମ କଲେ ଜନସାଧାରଣଙ୍କ ବିଶେଷ ଅସୁବିଧା ହେବ ନାହିଁ ବୋଲି ପାଣ୍ଡିଆନ ମତଦେବା ସହ ସ୍ୱେରେଜ କାମ ତ୍ୱରାନ୍ୱିତ କରି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା ଏବଂ ବସ୍ତି ସମେତ ସହରର ସବୁ ଅଞ୍ଚଳ ଯେପରି ସ୍ୱେରେଜ ବ୍ୟବସ୍ଥା ସହିତ ସଂଯୁକ୍ତ ହେବ ସେଦିଗରେ ପଦକ୍ଷେପ ନେବା ପାଇଁ ପାଣ୍ଡିଆନ ୱାଟ୍‌କୋକୁ ନିର୍ଦ୍ଦେଶ ଦେଇଥିଲେ । ଦୟା ନଦୀର ଜଳକୁ ବିଶୁଦ୍ଧ କରିବା ପାଇଁ ଦୟା ଓ ଗଙ୍ଗୁଆର ସଂଯୋଗ ସ୍ଥଳରେ ୱାଟ୍‌କୋ ପକ୍ଷରୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳଯୁକ୍ତ ଏକ ବିଶୋଧନ ପ୍ଲାଣ୍ଟ ନିର୍ମାଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା।

ଭୁବନେଶ୍ୱର ସହରରେ ବିଭିନ୍ନ ଶିଳ୍ପାନୁଷ୍ଠାନ ମଧ୍ୟ ରହିଛି। ସେମାନଙ୍କର ବର୍ଜ୍ୟବସ୍ତୁ ଓ ଜଳର କିପରି ଉପଯୁକ୍ତ ବିଶୋଧନ କରାଯାଇପାରିବ ସେଥିପାଇଁ IDCO, State Pollution Control Board ଓ BMC ପକ୍ଷରୁ ନିୟମିତ ଯାଞ୍ଚ କରାଯିବ। ଭୁବନେଶ୍ୱର ସହରର ବିଭିନ୍ନ ନର୍ଦ୍ଦମା ଜଳ ବିଶୋଧନ ପ୍ଲାଣ୍ଟରେ ପହଞ୍ଚିବା ପୂର୍ବରୁ ସେଗୁଡିକର WATCO ଓ SPCB ପକ୍ଷରୁ ନିୟମିତ ବୈଷୟିକ ଯାଞ୍ଚ ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଦୟା ନଦୀର ଜଳକୁ ବିଶୁଦ୍ଧ ରଖିବାପାଇଁ, BMC ଅଞ୍ଚଳର ବର୍ଜ୍ୟବସ୍ତୁ ସୃଷ୍ଟିକାରୀ ଶିଳ୍ପ ତଥା ଅନ୍ୟ ପ୍ରତିଷ୍ଠାନଗୁଡିକ ଉପରେ ତୀକ୍ଷ୍ଣ ନଜର ରଖି ଏହାର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ BMCକୁ ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ ।

ଲାଇଭ୍ ଭିଡିଓରେ ଗୌତମ ଗମ୍ଭୀରଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲେ ଶ୍ରୀସନ୍ଥ

ନୂଆଦିଲ୍ଲୀ: ପୁଣିଥରେ କ୍ରିକେଟ ମଇଦାନରେ ବିବାଦ । ଲାଇଭ ଭିଡିଓରେ ସାଙ୍ଘାତିକ ଆଣିଲେ ପୂର୍ବତନ କ୍ରିକେଟର ଏସ.ଶ୍ରୀସନ୍ଥ । ଗୌତମ ଗମ୍ଭୀରଙ୍କ ବିରୋଧରେ ବର୍ଷିଲେ ଶ୍ରୀସନ୍ଥ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏବେ ଲିଜେଣ୍ଡସ ପ୍ରିମିୟର ଲିଗ୍ ଚାଲିଥିବାବେଳେ ବୁଧବାର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଗୁଜୁରାଟ ଜାଏଣ୍ଟ୍ସ ଏବଂ ଇଣ୍ଡିଆ କ୍ୟାପିଟାଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ତେବେ ଏହି ମ୍ୟାଚରେ ଗୌତମ ଗମ୍ଭୀର ଏବଂ ଶ୍ରୀସନ୍ଥଙ୍କ ମଧ୍ୟରେ ଲଢ଼େଇ ହୋଇଥିବା ଦେଖିବାକୁ ମିଳିଥିଲା । ଅମ୍ପାୟାର ଆସି ସେମାନଙ୍କ ରଖିଥିବାବେଳେ ଏହି ମ୍ୟାଚ ସମୟରେ ଲାଗିଥିବା ଲଢ଼େଇର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା ।

ଏବେ ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଲାଇଭ ଆସି ପ୍ରକୃତ କାରଣ କହିଛନ୍ତି ଶ୍ରୀସନ୍ଥ । ସେ କହିଛନ୍ତି କି, ମ୍ୟାଚ ସମୟରେ ମୋତେ ବାରମ୍ଭାର ଗମ୍ଭୀର ଫିକ୍ସର ପିକ୍ସର କହି ଛିଡ଼ାଇଥିଲେ । ଏପରକି ବହୁ ଅଶାଳିନ ଭାଷା ମଧ୍ୟ ବ୍ୟବହାର କରି ମୋତେ ପଡ଼ିଆରେ ନିନ୍ଦିତ କରିଥିଲେ । ସେ କିଏ ? କାହିଁକି ମୋତେ ଏଭଳି କହିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ଶ୍ରୀସନ୍ଥ । ତେବେ ଉଭୟଙ୍କ ବିବାଦ ମଧ୍ୟରେ ଅମ୍ପାୟାର ପସି ସମାଧାନ ମଧ୍ୟ କରିଥିଲେ । କିନ୍ତୁ ଦୁଇ ଦିଗଜଙ୍କ କଳିକୁ ନେଇ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସେପଟେ ଏହି ମ୍ୟାଚରେ ଗମ୍ଭୀରଙ୍କ ବଲକୁ ବେଶ ଧୁଲାଇ କରିଥିଲେ ଗମ୍ଭୀର ।

ପୂର୍ବରୁ ଗମ୍ଭୀର ମଧ୍ୟ ବିବାଦ ପାଇଁ ଚର୍ଚ୍ଚାରେ ରହିଛନ୍ତି । ସେ ଆଇପିଏଲ ହେଉ ବା ଆନ୍ତର୍ଜାତୀୟ ମ୍ୟାଚ । ସବୁବେଳେ ନିଜର ଆକ୍ରମଣାତ୍ମକ ଢ଼ଙ୍ଗ ପାଇଁ କଳି କରୁଥିବେ ଦେଖିବାକୁ ମିଳିଛି । ୨୦୨୩ ଆଇପିଏଲରେ ଗମ୍ଭୀର ଏବଂ ବିରାଟଙ୍କ କଳି ବେଶ ଚର୍ଚ୍ଚାରେ ରହିଥିଲା । ଏପରକି ପାକିସ୍ତାନ ବିପକ୍ଷରେ ମଧ୍ୟ ଅନେକଥର କଳି ଦେଖିବାକୁ ମିଳିଛି ।

 

ଭାରତ କି ପାକିସ୍ଥାନରେ ନୁହେଁ, ନିଜ ପିଲାଙ୍କ ସହ ଏହି ଦେଶରେ ରହିବେ ଅଞ୍ଜୁ

ନୂଆଦିଲ୍ଲୀ : ପାକିସ୍ତାରେ ପ୍ରେମିକଙ୍କ ସହ ୫ ମାସ ଧରି ରହିବା ପରେ  ଭାରତ ଫେରି ଆସିଛନ୍ତି ଅଞ୍ଜୁ । ବର୍ତ୍ତମାନ ଅଞ୍ଜୁ ଦିଲ୍ଲୀରେ ଥିବା ଜଣାପଡିଛି। ଏହା ପୂର୍ବରୁ ହରିୟାଣାରେ ଥିଲେ ବୋଲି କହିଛନ୍ତି ଅଞ୍ଜୁ । ସୂଚନା ଅନୁଯାୟୀ, ଅଞ୍ଜୁ ତାଙ୍କ ପିଲାଙ୍କୁ ଭେଟିବା ପାଇଁ ପାକିସ୍ତାନରୁ ଭାରତ ଆସିଛନ୍ତି।

ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଅଞ୍ଜୁ କହିଛନ୍ତି,  ନିଜ ପିଲାଙ୍କ ସହ ଭାରତ କିମ୍ବା ପାକିସ୍ତାନରେ ନୁହେଁ ଦୁବାଇରେ ରହିବାକୁ ସେ ଯୋଜନା କରିଛନ୍ତି । ତେବେ ସେ ନିଜ ସ୍ୱାମୀ ଅରବିନ୍ଦା ନା ନସରୁଲ୍ଲାଙ୍କ ମଧ୍ୟରୁ କାହା ସହ ରହିବାକୁ ପସନ୍ଦ କରିବେ ସେ ନେଇ ସେ ପାଟି ଫିଟାଇ ନାହାନ୍ତି।  ସେ ତାଙ୍କ ପିଲାମାନଙ୍କ ସହ କଥା ହୋଇଛନ୍ତି। ଏବଂ ସ୍ୱାମୀ  ଅରବିନ୍ଦଙ୍କ ସହ ମଧ୍ୟ କଥା ହୋଇଛନ୍ତି। ତେବେ ଉଭୟଙ୍କ ବିବାହ ବିଚ୍ଛେଦ ହେବ କି ନାହିଁ ତାହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବ୍ୟାପାର ବୋଲି ଅଞ୍ଜୁ କହିଛନ୍ତି।

ଏଥିସହ ସେ କହିଛନ୍ତି, ଭାରତ ଆସିବା ପରେ ମୋତେ ମୋ’ ପରିବାର ଲୋକଙ୍କ ସପୋର୍ଟ ମିଳୁନାହିଁ। ସବୁ ସମସ୍ୟାର ମୁକାବିଲା ମୋତେ ଏକୁଟିଆ କରିବାକୁ ପଡ଼ୁଛି। ଏହାସତ୍ତ୍ୱେ ମୋ ପିଲାମାନେ ମୋ ପାଖକୁ ଫେରିବେ ବୋଲି ବିଶ୍ୱାସ ରହିଛି। ଭବିଷ୍ୟତରେ ଦୁବାଇରେ ରହିବାର ଯୋଜନା କରିଛି। ଦୁବାଇ ମୋର ଡ୍ରିମ୍‌ ସିଟି ବୋଲି କହିଛନ୍ତି ଅଞ୍ଜୁ ।

ଫିଲ୍ମ ‘ପୁଷ୍ପା-୨’ ଆସିବା ପୂର୍ବରୁ ଗିରଫ ହେଲେ ଏହି ଅଭିନେତା, ଲାଗିଛି ସଙ୍ଗୀନ ଅଭିଯୋଗ

ହାଇଦ୍ରାବାଦ: ସିନେ ପ୍ରେମୀ ପୁଷ୍ପା ପାର୍ଟ ୨କୁ ଅପେକ୍ଷା କରି ରହିଛନ୍ତି । ଏହି ଫିଲ୍ମ ଆସିବା ପୂର୍ବରୁ ଆସିଛି ଏକ ବଡ଼ ଖବର । ଫିଲ୍ମରେ ଅଭିନୟ କରିଥିବା ଜଣେ ଅଭିନେତା ଗିରଫ ହୋଇଛନ୍ତି । ପୁଷ୍ପା ଦ ରାଇଜରେ ଅଲ୍ଲୁ ଅର୍ଜୁନଙ୍କ ସହଯୋଗୀ ଥିବା କେଶବ ମାନେ ଅଭିନେତା ଜଗଦୀଶ ପ୍ରତାପଙ୍କୁ ପୋଲିସ୍ ଗିରଫ କରିନେଇଛି । ଫିଲ୍ମରେ କେଶବ ଦର୍ଶକଙ୍କ ମନ ଜିଣିଥିଲେ ।

ତେବେ ଫିଲ୍ମର ଏବେ ସୁଟିଂ ଚାଲିଛି । ଏହି ସମୟରେ କୋ ଆକ୍ଟରଙ୍କୁ ଗିରଫ କରାଯାଇଛି । ନଭେମ୍ବର ୨୯ରେ ଆତ୍ମହତ୍ୟା କରିଥିବା ଜଣେ ଜୁନିଅର ମହିଳା କଳାକାରଙ୍କ ମୃତ୍ୟୁ ଘଟଣାରେ ଜଗଦୀଶଙ୍କୁ ଗିରଫ କରାଯାଇଛି ।

ପଞ୍ଜାବୁଟା ପୋଲିସର କହିବା ଅନୁସାରେ, ଜଗଦୀଶ ଗତ ନଭେମ୍ବର ୨୭ରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଥିଲାବେଳେ ଲୁଚିକି ମହିଳାଙ୍କ ଭିଡିଓ ସୁଟ୍ କରିଥିଲେ। ଏହି କ୍ଲିପକୁ ଭାଇରାଲ କରିଦେବାକୁ ଉକ୍ତ ମହିଳାଙ୍କୁ ଧମକ ଦେଉଥିଲେ । ଏହା ପରେ ଉକ୍ତ ମହିଳା ଆତ୍ମହତ୍ୟା କରିଥିବା ପୋଲିସ କହିଛି। ଏହା ପରଠୁ ଜଗଦୀଶ ଫେରାର୍ ଥିଲେ । ପୋଲିସ୍ ଖୋଜାଖୋଜି କରିବା ପରେ ଏବେ ତାଙ୍କୁ ଗିରଫ କରିଛି ।

ସାଇବର କ୍ରାଇମ ଗ୍ୟାଙ୍ଗର ଆଉ ଜଣେ ସଦସ୍ୟଙ୍କୁ ଗିରଫ କଲା STF

ଭୁବନେଶ୍ୱର : ନକଲି ସିମ୍ କାର୍ଡ ଓ ଜାଲ୍ ବ୍ୟାଙ୍କ ଆାକାଉଣ୍ଟ ମାଧ୍ୟମରେ ଠକେଇ ହୋଇଥିବା ଅଭିଯୋଗ। ଏହି ଘଟଣାରେ ଆାନ୍ତଃରାଜ୍ୟ ସାଇବର କ୍ରାଇମ ଗ୍ୟାଙ୍ଗର ଆଉଜଣେ ସଦସ୍ୟଙ୍କୁ ଗିରଫ କଲା ଏସଟିଏଫ। ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲା ଗୁଧିଆର ସମିମ ଇସଲାମକୁ ଗିରଫ କରି ୩ ଦିନିଆ  ରିମାଣ୍ଡରେ ଆଣିଛି ଏସଟିଏଫ। ଅଭିଯୁକ୍ତକୁ ଭୁବନେଶ୍ବର ଏସଡ଼ିଜେଏମ କୋର୍ଟରେ ହାଜର କରାଯିବ।

ପୂର୍ବରୁ ଏହି ଘଟଣାରେ ତିନି ଜଣ ଗିରଫ ହୋଇଛନ୍ତି। ନକଲି ସିମ କାର୍ଡ ବ୍ୟବହାର କରି ଗରିବ ଲୋକଙ୍କ ନାଁରେ ଜାଲ୍ ବ୍ୟାଙ୍କ ଆକାଉଣ୍ଟ ଖୋଲି ଏହି ଠକ ଗ୍ୟାଙ୍ଗ ବିଭିନ୍ନ ସାଇବର ଅପରାଧୀଙ୍କୁ ବିକ୍ରି କରୁଥିଲେ । ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଏହି ରାକେଟ ତାଙ୍କର ନେଟଓ୍ବର୍କ ବିଛାଇ ଲୋକଙ୍କୁ ଫସାଇବା ସହ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ । ଗ୍ୟାଙ୍ଗର ମୁଖ୍ୟ କୁହାଯାଉଥିବା ସେକ୍ ଜମିରୁଦ୍ଦିନକୁ ପଶ୍ଚିମବଙ୍ଗରୁ ଗିରଫ କରିବା ପରେ ଏବେ ଅନ୍ୟ ଠକଙ୍କୁ ଧରିବାକୁ ବିଭିନ୍ନ ରାଜ୍ୟରେ ଚଢାଉ ଜାରି ରଖିଛି ଏସଟିଏଫ।

 

ଶୂନ୍ୟକାଳରେ କୋଷ୍ଟାଲ ହାଇୱେ ପ୍ରସଙ୍ଗ ଉଠାଇଲେ ସାଂସଦ ମାନସ ମଙ୍ଗରାଜ

ନୂଆଦିଲ୍ଲୀ: ଶୂନ୍ୟକାଳରେ ବିଜେଡି ସାଂସଦ ଉଠାଇଲେ କୋଷ୍ଟାଲ ହାଇୱେ ପ୍ରସଙ୍ଗ  । ଉପକୂଳ ରାଜପଥର ଷ୍ଟାଟସ କଣ ବୋଲି ପଚାରିବା ସହ ବିସ୍ତୃତ ପ୍ରକଳ୍ପ ରିପୋର୍ଟ କେବେ ଆସିବ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ  । ଓଡ଼ିଶାରେ ୪୮୦ କିଲୋମିଟରର ସୁଦୀର୍ଘ ବେଳାଭୂମି ଥିବାବେଳେ ୨୦୧୫ ମସିହାରେ ୩୪୬ କିଲୋମିଟରର ଉପକୂଳ ରାଜପଥ ନିର୍ମାଣ ନେଇ ଘୋଷଣା କରିଥିଲା କେନ୍ଦ୍ର  ।

ଏହା ଭିତରେ ୮ ବର୍ଷ ବିତିଯାଇଥିଲେ ସୁଦ୍ଧା ୭ ଉପକୂଳ ଜିଲ୍ଲାକୁ ଯୋଡିବାକୁ ଥିବା ଏହି ପ୍ରସ୍ତାବିତ ରାଜପଥର କାମ ଏଯାଏଁ ଆରମ୍ଭ ହୋଇପାରିଲାନି  । ଏହି ପ୍ରକଳ୍ପ ଦ୍ବାରା ରାଜ୍ୟର ବହୁବିଧ ବିକାଶ ହେବା ସହ ବାଣିଜ୍ୟ, ପର୍ଯ୍ୟଟନ, ଯୋଗାଯୋଗ ଏବଂ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ବ୍ୟାପକ ଉନ୍ନତି ଆସିବ  । କିନ୍ତୁ ଏହା ପଦ୍ମ ଘୁଞ୍ଚି ଘୁଞ୍ଚି ଯିବା ପରି ଅବସ୍ଥାରେ ଆସି ପହଞ୍ଚିଯାଇଛି  । ଏହି ୩୪୬ କିଲୋମିଟର ରାସ୍ତାକୁ ଦୁଇ ଥାକରେ କରାଯିବ ବୋଲି ପ୍ଲାନ ହୋଇଛି  । ଖୋର୍ଦ୍ଧା ରାମେଶ୍ବରରୁ ପୁରୀ ରତନପୁର ଏବଂ ରତନପୁରରୁ ବାଲେଶ୍ବରର ଦୀଘା ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ  ।

ଏହାକୁ ୪ଟି ପ୍ୟାକେଜରେ କରାଯିବାକୁ ମଧ୍ୟ ଯୋଜନା ହୋଇଥିଲା  । ଯାହା ମଧ୍ୟରୁ ପ୍ରଥମ ଦୁଇଟି ପ୍ୟାକେଜକୁ ବିନା କୌଣସି କାରଣରେ ବାତିଲ କରାଯାଇଥିଲା  । ବାକି ଦୁଇଟି ପ୍ୟାକେଜକୁ କ୍ଲିଅରାନ୍ସ ମିଳିଥିବାବେଳେ କେନ୍ଦ୍ର ପରିବେଶ ମନ୍ତ୍ରାଳୟର ମଂଜୁରୀକୁ ନେଇ ପ୍ରକଳ୍ପ ପଡିରହିଥିଲା  । କିନ୍ତୁ ଅଗଷ୍ଟ ୨୦୨୩ରେ କେନ୍ଦ୍ର ପରିବେଶ ମନ୍ତ୍ରାଳୟର ଗ୍ରୀନ ସିଗନାଲ ପରେ ବି କେନ୍ଦ୍ର ସରକାର ପ୍ରକଳ୍ପ ଆରମ୍ଭ କରିବା ନେଇ ଆଗ୍ରହ ପ୍ରକାଶ କରୁନଥିବାରୁ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ  । ଯଥା ଶୀଘ୍ର ଏହାର ଆରମ୍ଭ ସହ କାମ ସାରିବା ପାଇଁ ଗୃହରେ ଦାବି ଉପସ୍ଥାପନ କରିଛନ୍ତି ବିଜେଡି ସାଂସଦ ।

 

ଚେନ୍ନାଇରେ ବାତ୍ୟା ପରବର୍ତ୍ତୀ ବିଭୀଷିକା, ଏବେ ବି ଅନେକ ଅଞ୍ଚଳ ଜଳମଗ୍ନ

ତାମିଲନାଡୁ :  ସାମୁଦ୍ରିକ ବାତ୍ୟା ମିଗଜୋମ ପ୍ରଭାବରେ ଚେନ୍ନାଇରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି । ସରକାରୀ ଭାବେ ଏହି ମୃତ୍ୟୁ ହୋଇଥିବା ଜଣାପଡିଛି। ତିରୁଭଲ୍ଲୁର, କାଞ୍ଚିପୁରମ୍ ଏବଂ ଚେଙ୍ଗଲପଟ୍ଟୁ ଜିଲ୍ଲାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ତେବେ ବର୍ତ୍ତମାନ ଧିରେ ଧିରେ ସ୍ଥିତିରେ ସୁଧାର ଆସୁଛି । ଚେନ୍ନାଇ ସହରରେ ବସ ଚଳାଚଳ ଆରମ୍ଭ କରିଛି।

ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତିର ସମୀକ୍ଷା କରିଛନ୍ତି। ବନ୍ୟା ପ୍ରଭାବିତଙ୍କୁ ୨୫ ହଜାର ଖାଦ୍ୟ ପ୍ୟାକେଟ ବଣ୍ଟାଯାଇଛି। ଏବେବି ପୂରା ଚେନ୍ନାଇ ସହରରେ ବିଦ୍ୟୁତ ସଚଳ ହୋଇନାହିଁ । ବାତ୍ୟା ପ୍ରଭାବରେ ଚେନ୍ନାଇରେ ଏବେବି ଅନେକ ଅଞ୍ଚଳରେ ପାଣି ଜମି ରହିଛି । ସ୍ଥିତିରେ ସୁଧାର ଆସିନଥିବାରୁ ଆଜି ମଧ୍ୟ ଚେନ୍ନାଇରେ ସ୍କୁଲ ଛୁଟି କରାଯାଇଛି। ଉଦ୍ଧାରକାର୍ଯ୍ୟରେ ୩ ସେନା ସହ କୋଷ୍ଟଗାର୍ଡ ମୁତୟନ ହୋଇଛନ୍ତି।

ଚେନ୍ନାଇରେ ବାତ୍ଯା ପରବର୍ତ୍ତୀ ସ୍ଥିତିର ଆକାଶମାର୍ଗରୁ ସମୀକ୍ଷା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଚେନ୍ନାଇ ସମେତ ତାମିଲନାଡୁରେ ବ୍ୟାପକ କ୍ଷୟକ୍ଷତି ଘଟିଥିବାରୁ କେନ୍ଦ୍ରକୁ ୫ ହଜାର ୬୦ କୋଟି ଟଙ୍କାର ସହାୟତା ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ଷ୍ଟାଲିନ । ଆନ୍ଧ୍ରର ନେଲ୍ଲୋର ଏବଂ ବାପଟଲା ଜିଲ୍ଲାର କାବାଲି ମଧ୍ୟରେ ସ୍ଥଳଭାଗକୁ ଛୁଇଁଥିଲା । ବାତ୍ୟାରେ ପାଖାପାଖି ୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।

ଦେଶୀ ମଦ ଭାଟିରୁ ଜବତ ହେଲାଣି ୨ଶହ କୋଟି, ଟଙ୍କା ଦେଖି ତାଟକା ଆୟକର ଅଧିକାରୀ

ବଲାଙ୍ଗୀର: କାଲିଠୁ ହଲଚଲ ବଲାଙ୍ଗୀର  । ଦ୍ବିତୀୟ ଦିନ ପାଇଁ ବି ଜାରି ରହିଛି ଆଇଟି ରେଡ୍ । ସୁଦପଡା ଦେଶୀ ମଦଭାଟିରୁ ୨୦୦ କୋଟିରୁ ଅଧିକ ଟଙ୍କା ଜବତ ହେଲାଣି ବୋଲି ଅନୁମାନ କରାଯାଉଛି । ବଲାଙ୍ଗୀର ସୁଦପଡାରେ ଥିବା ଦେଶୀ ମଦଭାଟିରେ ଆୟକର ବିଭାଗର ଚଢାଉ ବେଳେ ମିଳିଛି ବିଡା ବିଡା ନୋଟ । ମଦ ଭାଟି ମାଲିକ ତଥା ଝାଡଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ବଲାଙ୍ଗୀର ମଦ ଭାଟି ଓ କାର୍ଯ୍ୟାଳୟରୁ ୨୦୦ କୋଟିରୁ ଅଧିକ ଟଙ୍କା ଜବତ କଲାଣି ଆୟକର ବିଭାଗ I ମଦ କାରଖାନା ସହ ଡିଷ୍ଟିଲେରି ପ୍ରାଇଭେଟ ଲିମିଟେଡ, ରାଣୀସତା ଗ୍ରୁପ ଅଫ କମ୍ପାନୀ ଉପରେ ପଞ୍ଝା ମାରିଛି ଆୟକର ବିଭାଗ I ଏହାକୁ ଓଡ଼ିଶାରେ ବଡ ଧରଣର ଆଇଟି ରେଡ୍ ବୋଲି କୁହାଯାଉଛି I ବଲାଙ୍ଗୀର, ଟିଟିଲାଗଡ଼, ବୌଦ୍ଧ ସମେତ ବିଭିନ୍ନ ସ୍ଥାନରେ ରେଡ୍ ଜାରି ରହିଛି I କେବଳ ବଲାଙ୍ଗୀରର ମଦ ବ୍ୟବସାୟୀଙ୍କ ଠାରୁ ମିଳିଲାଣି ୨୦୦ କୋଟିରୁ ଅଧିକ ଟଙ୍କା  ।

ଦୁଇ ଦିନ ହେଲାଣି ମଦ ବ୍ୟବସାୟୀଙ୍କ ଘରେ ରେଡ୍ କରୁଛି ଆୟକର ବିଭାଗ I ଆଉ ବ୍ୟବସାୟୀଙ୍କ ଘରୁ ଯେଉଁ ଟଙ୍କା ମିଳୁଛି, ତାହା ଆଖି ତରାଟିଲା ଭଳି I ମଦ ପ୍ରସ୍ତୁତକାରୀ କମ୍ପାନୀ ଆୟକର ଫାଙ୍କୁଥିବା ଅଭିଯୋଗରେ ଗତକାଲି ଭୁବନେଶ୍ବର ଆୟକର ବିଭାଗ ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ ଲିମିଟେଡ କମ୍ପାନୀ ଉପରେ ଛାପା ମାରିଥିଲା  । ଏହି କମ୍ପାନୀ ଲିଙ୍କରେ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା I ତେବେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ବିଭିନ୍ନ ସ୍ଥାନରେ ରେଡ୍ ବେଳେ ପୁଳା ପୁଳା ଟଙ୍କା ମିଳୁଛି I କେବଳ ବଲାଙ୍ଗୀର ଜିଲ୍ଲାରୁ  ଏବେସୁଦ୍ଧା ୩୦୦ କୋଟିରୁ ଅଧିକ ଟଙ୍କା ଜବତ କରାଗଲାଣି I ସେପଟେ ସମ୍ବଲପରୁରେ ଥିବା କର୍ପୋରେଟ୍ ଅଫିସ୍ରେ ଚଢ଼ାଉ ବେଳେ ବି ୧୫୦ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା ସୂଚନା ରହିଛି I ଜବତ୍ ଟଙ୍କାକୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବଲାଙ୍ଗୀର ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାକୁ ଅଣାଯାଇଛି I

୨ଟି ବଡ ପେଟି ସହ ୧୫୬ବସ୍ତା ୫୦୦ ସହ ଟଙ୍କିଆ ନୋଟ୍ ଟ୍ରକରେ ଅଣାଯାଇଛି I ଜବତ ଟଙ୍କା ୫୦୦ କୋଟି ପାର କରିବ ବୋଲି ଅନୁମାନ କରୁଛି ଆୟକର ବିଭାଗ I ଗତକାଲି ଠାରୁ ଟଙ୍କା ଗଣିଗଣି ହାଲିଆ ହେଲେଣି  I ଜବତ ଟଙ୍କାର ହିସାବ ଦେଇପାରୁ ନାହାନ୍ତି ମଦ ଭାଟି ମ୍ୟାନେଜର୍  ରାଜେଶ ସାହୁ I ସେହିପରି ଟିଟିଲାଗଡ଼ ମଦ ବ୍ୟବସାୟୀ ଦୀପକ ସାହୁ ଓ ତାଙ୍କ ଭାଇ ସଂଜୟ ସାହୁଙ୍କ ଘରୁ ମଧ୍ଯ ୨୫ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା ଜଣାପଡିଛି I