spot_img
Home Blog Page 2485

ରାଜଧାନୀର ୬ଟି ସ୍ଥାନରେ ରାବଣ ପୋଡ଼ି

ଭୁବନେଶ୍ବର: ଆଜି ଜଗତଜନନୀ ମା’ ଦୁର୍ଗାଙ୍କ ବିଜୟା ଦଶମୀ । ମା’ଙ୍କ ଦର୍ଶନ କରିବାକୁ ସକାଳୁ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଆଜି ରାଜଧାନୀରେ ମା’ଙ୍କ ଦର୍ଶନ କରିବା ସହ ରାବଣ ପୋଡ଼ିର ମଜା ଉଠାଇବେ ଲୋକେ । ଭୁବନେଶ୍ବରରେ ରାବଣ ପୋଡ଼ି ପାଇଁ ଏଯାବତ ୬ଟି ପୂଜା ମଣ୍ଡପକୁ ଦିଆଯାଇଛି ଅନୁମତି । ଡେପୁଟି ଫାୟାର ଅଫିସର ଅବନୀ ସ୍ୱାଇଁ ଦେଲେ ସୂଚନା ।

ସୂଚନା ଅନୁସାରେ ଭୁବନେଶ୍ବରରେ ୮ରୁ ଅଧିକ ପୂଜା ମଣ୍ଡପ ପକ୍ଷରୁ ରାବଣ ପୋଡ଼ି ପାଇଁ ଅନୁମତି ମଗାଯାଇଥିଲା । ତେବେ ଏଯାବତ ୬ଟି ସ୍ଥାନକୁ ରାବଣ ପୋଡ଼ି ଅନୁମତି ମିଳିଛି । ଅଗ୍ନିଶମ ବିଭାଗ ପକ୍ଷରୁ ଏହି ଅନୁମତି ଦିଆଯାଇଛି । ଝାରପଡା, ବରମୁଣ୍ଡା, ନହାରକଣ୍ଟା, କୋରଡ଼କଣ୍ଟା, ଛତାବର ଓ ତମାଣ୍ଡୋକୁ ରାବଣ ପୋଡ଼ି ପାଇଁ ଅନୁମତି ମିଳିଛି ।

ଜନଗହଳିପୂର୍ଣ୍ଣ ତଥା ଲୋକେ ବସବାସ କରୁଥିବା ଅଞ୍ଚଳକୁ ଏଥର ରାବଣ ପୋଡ଼ି ପାଇଁ ଅନୁମତି ମିଳିନି । ସୁରକ୍ଷା ସମ୍ପର୍କିତ ସମସ୍ତ ନିୟମାବଳୀ ପାଳନ କରୁଥିବା ପୂଜା ମଣ୍ଡପକୁ ବିଚାରକୁ ନେଇ ଅଗ୍ନିଶମ ବିଭାଗ ଏହି ଅନୁମତି ଦେଇଛି ।

ରାବଣପୋଡି ସ୍ଥାନରେ ଗୋଟିଏ ଅଗ୍ନିଶମ ଟିମ ସହ ୭ ଜଣ କର୍ମଚାରୀ ଉପସ୍ଥିତ ରହିବେ । ଜଣେ ଫାୟାର ଅଫିସରଙ୍କ ନେତୃତ୍ୱରେ ଏହି ଟିମ ମଣ୍ଡପ ନିକଟରେ ନିୟୋଜିତ ରହିବେ । ଲୋକେ ଦଶହରା ବୁଲାବୁଲି ସହ ଏହି ସବୁ ପୂଜା ମଣ୍ଡପରେ ରାବଣ ପୋଡ଼ିର ମଜା ଉଠାଇ ପାରିବେ ।

ଅଗ୍ନିଶମ ବିଭାଗ ପକ୍ଷରୁ ସବୁ ଜାଗାରେ ଯାଞ୍ଚ ଆରମ୍ଭ ହୋଇଛି । ସନ୍ଧ୍ୟା ୭ଟା ୩୦ରୁ ରାତି ୯ ଭିତରେ ଶେଷ ହେବ ରାବଣ ପୋଡ଼ି । ରାବଣ ପୋଡ଼ି ସ୍ଥାନରୁ ୧୦୦ ମିଟର ଭିତରେ ପ୍ରବେଶ ଓ ଚଳାଚଳ ନିଷେଧ ହେବ । ନିର୍ଦ୍ଦିଷ୍ଟ ଡେସିବଲ ଓ ବ୍ରାଣ୍ଡର ବାଣ ଫୁଟାଇବାକୁ ଅନୁମତି ମିଳିଛି । ମାନସିକ ଓ ହୃଦରୋଗୀ, ବୟସ୍କ ଲୋକଙ୍କୁ ରାବଣ ପୋଡ଼ି ସ୍ଥାନକୁ ଯିବାକୁ ବାରଣ କରାଯାଇଛି । ସେହିପରି ଛୋଟ ପିଲାଙ୍କୁ ନ ଆଣିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ନବୀନଙ୍କ ନୂଆ ଓଡ଼ିଶା ଗଠନକୁ ବାସ୍ତବ ରୂପ ଦେଇଥିଲେ ଭି.କେ. ପାଣ୍ଡିଆନ

ଭୁବନେଶ୍ବର: ନୂଆ ଓଡ଼ିଶା ଗଠନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିକୁ ବାସ୍ତବ ରୂପ ଦେବାରେ ଭି.କେ. ପାଣ୍ଡିଆନଙ୍କ ଭୂମିକା ଅତୁଳନୀୟ । ସ୍କୁଲ ରୂପାନ୍ତରଣଠୁ ଐତିହ୍ୟ, ସଂସ୍କୃତିର ନବକଳେବର, କୃଷି, କ୍ରୀଡ଼ାର ଉନ୍ନତି ଏବଂ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରି ଗଢିତୋଳିବାରେ ସେ ତୁଲାଇ ଥିଲେ ଗୁରୁଦାୟିତ୍ବ ।

ଜାପାନରୁ ଓଡ଼ିଶାକୁ ନିପ୍ପନକୁ ଆଣିବା ହେଉ କି ଦେଶ ବିଦେଶରୁ ନିବେଶ ଆଣିବାରେ ତାଙ୍କ ଯୋଗଦାନ ଉଲ୍ଲେଖନୀୟ । ନିଜେ ମୁଖ୍ୟମନ୍ତ୍ରୀଙ୍କ ସହ ଦେଶ ବିଦେଶ ଯାଇ ନିବେଶକଙ୍କୁ ଓଡ଼ିଶାକୁ ନିମନ୍ତ୍ରଣ ଦେଇଥିଲେ ପାଣ୍ଡିଆନ । ନବୀନଙ୍କ ଭିଜନକୁ ବାସ୍ତବତାର ରୂପ ଦେବାକୁ ଅଙ୍ଗୀକାରବଦ୍ଧ ହୋଇଛନ୍ତି ଭି.କେ. ପାଣ୍ଡିଆନ ।

ଓଡ଼ିଶାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ ଓ ରାଜ୍ୟକୁ ଜାତୀୟ ସ୍ତରରେ ପରିଚିତ କରାଇ ଗୌରବ ଆଣିବାରେ ତାଙ୍କ ଉଲ୍ଲେଖନୀୟ ଭୂମିକା ରହିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଏକାମ୍ର ଐତିହ୍ୟ ପ୍ରକଳ୍ପ, ତାରାତାରିଣୀ ପ୍ରକଳ୍ପ ସହ ରାଜ୍ୟର ପ୍ରମୁଖ ଧାର୍ମିକ ପୀଠ ଓ ଐତିହ୍ୟ ସ୍ଥଳର ନବକଳେବ ଜରିଆରେ ସେ ଆଣିଥିଲେ ଅଭୂତପୂର୍ବ ପରିବର୍ତ୍ତନ ।

ଦୁର୍ନୀତିମୁକ୍ତ ଓଡ଼ିଶା ଗଠନରେ ସେ ନେଇଥିଲେ ପ୍ରମୁଖ ଭୂମିକା । ଏହାସହ ପ୍ରଶାସନିକ ସ୍ତରରେ ବି ବିପ୍ଳବ ଆଣିଥିଲେ । 5T ଜରିଆରେ ପ୍ରାଥମିକ ଶିକ୍ଷା, ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ଆଦି କ୍ଷେତ୍ରରେ ବ୍ୟାପକ ସଂସ୍କାର ଆଣି ସାରା ଦେଶରେ ଓଡିଶାକୁ ବିକାଶର ପ୍ରୟୋଗଶାଳ ଭାବେ ପରିଚିତ କରାଇଥିଲେ । ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରି ରାଜ୍ୟରେ ଲକ୍ଷ ଲକ୍ଷ ଚାଷୀଙ୍କ ମୁହଁରେ ହସ ଫୁଟାଇ ପାରିଛନ୍ତି ସେ । କଟକ ଓ ବରମୁଣ୍ଡା ବସଷ୍ଟାଣ୍ଡକୁ ବିଶ୍ବସ୍ତରୀୟ କରିବା କ୍ଷେତ୍ରରେ ବି ଅବିସ୍ମରଣୀୟ କାର୍ଯ୍ୟ ସମ୍ପାଦନ କରିଛନ୍ତି । ବିଏସକେଓ୍ବାଇ ମାଧ୍ୟମରେ ରାଜ୍ୟବାସୀଙ୍କୁ ମାଗଣା ଚିକିତ୍ସା ଯୋଗାଇବା କ୍ଷେତ୍ରରେ ବି ତାଙ୍କର ରହିଛି ଅବଦାନ । ସ୍ବାସ୍ଥ୍ୟ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣି ମେଡିକାଲ କଲେଜ ସ୍ଥାପନ ଓ ଓଡ଼ିଶାକୁ ଡାକ୍ତର ବଳକା ରାଜ୍ୟ ଭାବେ ଗଢି ତୋଳିବାରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନୀତିକୁ ପ୍ରଚଳନ କରିବାରେ ସେ ତୁଲାଇଛନ୍ତି ଗୁରୁଦାୟିତ୍ବ ।

ବିଜୟା ଦଶମୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜରାଜେଶ୍ବର ବେଶ

ପୁରୀ: ବିଜୟ ଦଶମୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ରାଜରାଜେଶ୍ବର ବେଶ ବା ସୁନା ବେଶ ଅନୁଷ୍ଠିତ ହେବ । ଅବକାଶ ନୀତି ପରେ ତିନି ବାଡ଼ରେ ଚନ୍ଦନ ଲାଗି ଶେଷ ହୋଇ ନୂଆ ଲୁଗା ଓ ନିର୍ଦ୍ଧିଷ୍ଟ ଅଳଙ୍କାର ଲାଗି କରାଯାଇ ସୁନା ବେଶ ଅନୁଷ୍ଠିତ ହୋଇଥାଏ ।

ପରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ପରେ ଭଣ୍ଡାର ଘରେ ପୂଜା ପାଉଥିବା ଆୟୁଧକୁ ସ୍ବତନ୍ତ୍ର ପୂଜା ବିଧି ଅନୁଯାଇ ମନ୍ଦିର ପ୍ରଦୀକ୍ଷଣ କରାଯାଇ ସିଂହାସନକୁ ବିଜେ କରାଯିବା ସହ ଆୟୁଧ ଲାଗି ହୁଏ । ମହାପ୍ରଭୁଙ୍କର ଏହି ଦୁର୍ଲଭ ଦର୍ଶନ କରିବାକୁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି ।

ଆଜି ଜଗତଜନନୀ ମା’ ଦୁର୍ଗାଙ୍କ ବିଜୟା ଦଶମୀ

ଭୁବନେଶ୍ବର: ଅଧର୍ମ ଉପରେ ଧର୍ମର ଜୟ । ଅସତ୍ୟ ଉପରେ ସତ୍ୟର ବିଜୟ  ।  ଦୁର୍ଗତୀନାଶିନୀ ମା’ ଦୁର୍ଗାଙ୍କ ଆଜି ଦଶହରା ବା ବିଜୟା ଦଶମୀ । ଗାଁଠୁ ସହର, ସବୁଠି ଦଶଭୂଜାଙ୍କ ଆରାଧନା । ପବିତ୍ର ବିଜୟା ଦଶମୀରେ ପୀଠ ଓ ମଣ୍ଡପରେ ମା’ଙ୍କ ହେଉଛି ମହାପୂଜା ।

ମହିଷାମର୍ଦ୍ଦିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାମାୟା । ସକାଳୁ ଉପଚାର ପୂଜା ସହ ଅନୁଷ୍ଠିତ ହେଉଛି ନୀତିକାନ୍ତି । ଅପରାଜିତା ପୂଜା ଶେଷ ପରେ ମଣ୍ଡପରେ ଘଟ ବିସର୍ଜନ ହୋମଯଜ୍ଞ ପାଳିତ ହେବ । ଅପରାଜିତା ପୂଜା, ଅନ୍ନପୂର୍ଣ୍ଣା ଭିକ୍ଷା ଓ ଶେଷରେ ମଣ୍ଡପରେ ଘଟ ବିସର୍ଜନ ବିଧି ପାଳିତ ହେବ ।

ମାଆଙ୍କ ଦର୍ଶନ କରି ସୌଭାଗ୍ୟ ଲାଭ କରୁଛନ୍ତି ହଜାର ହଜାର ଭକ୍ତ । ବିଜୟା ଦଶମୀରେ ବଙ୍ଗୀୟ ପରମ୍ପରା ଅନୁଯାୟୀ ବିଭିନ୍ନ ପୂଜା ମଣ୍ଡପରେ ସିନ୍ଦୂରଖେଳ ହେବ । ମହିଳାମାନେ ମା’ ଦୁର୍ଗାଙ୍କୁ ସିନ୍ଦୂର ଲଗାଇ ପରସ୍ପର ମଧ୍ୟରେ ସିନ୍ଦୂର ଖେଳିବେ  । ସଂଧ୍ୟାରେ ରାବଣପୋଡି ଅନୁଷ୍ଠିତ ହେବ ।

5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ହେଲେ ଭି.କେ ପାଣ୍ଡିଆନ୍

ଭୁବନେଶ୍ବର: 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ହେଲେ ଭି.କେ ପାଣ୍ଡିଆନ୍ । ଭି.କେ ପାଣ୍ଡିଆନଙ୍କୁ ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା । ସେ ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ କାର୍ଯ୍ୟ କରିବେ  । ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି  ।

ଗତକାଲି ସ୍ବେଚ୍ଛାକୃତ ଅବସର ନେଇଥିଲେ ବରିଷ୍ଠ ଆଇଏଏସ ଭି.କେ. ପାଣ୍ଡିଆନ । ୨୦୦୦ ବ୍ୟାଚର ଆଇଏଏସ ଅଫିସର ପାଣ୍ଡିଆନଙ୍କ ଭିଆରଏସଙ୍କୁ ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର । ୧୯୫୮ ଅଲଇଣ୍ଡିଆ ସର୍ଭିସ ରୁଲ୍ ୧୬(୨A) ଅନୁସାରେ ଅନୁମୋଦନ କରିଛି କେନ୍ଦ୍ରର କାର୍ମିକ ବିଭାଗ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭାବେ କାର୍ଯ୍ୟକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନକୁ ବାସ୍ତବ ରୂପ ଦେବାରେ 5T ସଚିବଙ୍କ ରହିଛି ଉଲ୍ଲେଖନୀୟ ଭୂମିକା ।

ଓଡ଼ିଶାକୁ ବିକଶିତ ଓ ସମୃଦ୍ଧ କରି ଗଢିତୋଳିବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଟି ସ୍ବପ୍ନ ଓ ନିର୍ଦ୍ଦେଶକୁ ବାସ୍ତବତାର ରୂପ ଦେଇଛନ୍ତି ପାଣ୍ଡିଆନ ।

 

ଓଡ଼ିଶା ରୂପାନ୍ତରଣରେ ଭି. କେ ପାଣ୍ଡିଆନଙ୍କର ଥିଲା ପ୍ରମୁଖ ଭୂମିକା

ଭୁବନେଶ୍ୱର : ଓଡିଶାର ୨୦୦୦ ବ୍ୟାଚରୁ ଜଣେ ଭାରତୀୟ ପ୍ରଶାସନିକ ସେବା (IAS) ସଦସ୍ୟ ଭାବରେ ସାମ୍ନାକୁ ଅାସିଥିଲେ ଭି. କେ ପାଣ୍ଡିଆନ ।  ୨ମଇ ୨୦୧୧ ଠାରୁ ସେ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ରେ 5T ସଚିବ ଭାବେ ଦାୟିତ୍ବ ନେଇଥିଲେ ପାଣ୍ଡିଆନ । ୨୩ ବର୍ଷ ଧରି ଭାରତୀୟ ପ୍ରଶାସନିକ ସେବାରେ ଥିଲେ କାର୍ଯ୍ୟରତ । ଓଡ଼ିଶା ପ୍ରତି ରହିଛି ଅନେକ ଅବଦାନ । ଓଡ଼ିଶା ରୂପାନ୍ତରଣରେ ପ୍ରମୁଖ ଭୁମିକା ନେଇଥିଲେ ପାଣ୍ଡିଆନ। ବିଭିନ୍ନ ଐତିହ୍ୟ ପ୍ରକଳ୍ପର ନବକଳେବରରେ ରହିଛି ଭୂମିକା ।ଲୋକଙ୍କ ଦୁଆରେ ଦୁଆରେ ପହଞ୍ଚିଛନ୍ତି ସମସ୍ୟାର କରିଛନ୍ତି ସମାଧାନ । କ୍ରିଡା କ୍ଷେତ୍ରରେ ତାଙ୍କର ଢେର ଅବଦାନ ରହିଛି । ବିଶେଷ କରି ଓଡ଼ିଶାକୁ କ୍ରୀଡ଼ା କ୍ଷେତ୍ରରେ ଶୀର୍ଷକୁ ନେବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି । ହକି ବିଶ୍ବକପ ଆୟୋଜନରେ ଉଲ୍ଲେଖନୀୟ ଯୋଗଦାନ ।5T Secretary Continues Khordha Visit, Reviews Progress of Various  Developmental Works - Pragativadi5T Secretary Continues Khordha Visit, Reviews Progress of Various  Developmental Works - Pragativadi

ଓଡ଼ିଶାର ଉତ୍କର୍ଷ ଇତିହାସରେ ପାଣ୍ଡିଆନଙ୍କର ରହିଛି ଭୂମିକା । ପୁରୀ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପରେ ନେଇଛନ୍ତି ଉଲ୍ଲେଖନୀୟ ଅବଦାନ । ପାଣ୍ଡିଆନଙ୍କ ତତ୍ତ୍ବାବଧାନରେ ଏକାମ୍ର ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି । ତାରାତାରିଣୀ ମନ୍ଦିରର ନବକଳେବରରେ ରହିଛି ଭୂମିକା । ପ୍ରଶାସନିକ ସ୍ତରରେ ବିପ୍ଲବ ଆଣିଛନ୍ତି ପାଣ୍ଡିଆନ । ଲୋକଙ୍କ ପାଖରେ ପ୍ରଶାସନକୁ ପହଞ୍ଚାଇବାରେ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ସେହିପରି ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ନେଇଥିଲେ ଅନେକ ଅତୁଳନିୟ ଅବଦାନ । ପୁରୁଣା କଟକ ସହରକୁ ବଦଳାଇ କଟକର ରୂପାନ୍ତରଣ ଓ ଗମନାଗମନ ବ୍ୟବସ୍ଥାରେ ଆଣିଛନ୍ତି ବିପ୍ଳବ ।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କ ସଫଳ ଯାତ୍ରା ବିଷୟରେ ଜାଣନ୍ତୁ

ଭୁବନେଶ୍ୱର : ଭି.କେ ପାଣ୍ଡିଆନ୍ ହୁଏତ ଏହି ନାମକୁ ସମସ୍ତେ ଜାଣନ୍ତି କିନ୍ତୁ ତାଙ୍କର ସମ୍ପୂର୍ଣ୍ଣ ନାମ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ । ୨୯ ମଇ ୧୯୭୪ରେ ଜନ୍ମଗ୍ରହଣ କରିଥିଲେ ।ସେ ଜନ୍ମ ହୋଇଥିଲେ ତାମିଲନାଡୁରେ । ତାଙ୍କ ଜନ୍ମ ତାରିଖ ଅନୁଯାୟୀ, ୨୦୨୩ ରେ ତାଙ୍କୁ ୪୮ ବର୍ଷ । ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଏକ ଘରୋଇ ଉଚ୍ଚ ବିଦ୍ୟାଳୟରେ ତାଙ୍କର ପାଠପଢା ସମାପ୍ତ କରିଥିଲେ | ଆଇଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପୂର୍ବରୁ ଭି କାର୍ତ୍ତିକେୟାନ୍ ପାଣ୍ଡିଆନ୍ ମଦୁରାଇର କୃଷି ମହାବିଦ୍ୟାଳୟ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନରୁ କୃଷି କ୍ଷେତ୍ରରେ ବିଏସ୍ସି ଏବଂ ଦିଲ୍ଲୀର ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନରୁ ଉଦ୍ଭିଦ ଫିଜିଓଲୋଜିରେ ଏମ୍.ଏସ୍ ପାଠପଢିଥିଲେ । ପୂର୍ବରୁ ନେଭେଲି ସ୍ପୋର୍ଟସ ହଷ୍ଟେଲରେ ତାଙ୍କର ଉଚ୍ଚ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିଥିଲେ | ଦିଲ୍ଲୀର ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନ ହେଉଛି ଯେଉଁଠାରେ ଭି.କେ ପାଣ୍ଡିଆନ୍ କୃଷି ମହାବିଦ୍ୟାଳୟରୁ କୃଷିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଫିଜିଓଲୋଜିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ।VK Pandian: A Very Special Officer - Open The Magazine

୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ ସେ ଓଡିଶାର କାଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଆରମ୍ଭ କରିଥିଲେ କ୍ୟାରିଅର । ୨୦୦୫ ରୁ ୨୦୦୭ ପର୍ଯ୍ୟନ୍ତ ସେ ମୟୂରଭଞ୍ଜ ଜିଲ୍ଲାରେ କଲେକ୍ଟର ଭାବରେ କାର୍ଯ୍ୟ କରିଥିଲେ। ୨୦୦୭ ରୁ ୨୦୧୧ ପର୍ଯ୍ୟନ୍ତ ସେ ଗଞ୍ଜାମ ଜିଲ୍ଲାର କଲେକ୍ଟର ଭାବରେ କାର୍ଯ୍ୟ କରିଥିଲେ। ପାଣ୍ଡିଆନ ଜିଲ୍ଲାପାଳ ଥିବାବେଳେ ଗଞ୍ଜାମକୁ ମିଳିଛି ଅଶେଷ ସଫଳତା । ପାଣ୍ଡିଆନଙ୍କ ସମୟରେ ୪ ଥର ଜାତୀୟ ପୁରସ୍କାର ପାଇଛି ଗଞ୍ଜାମ । ସେ ଓଡିଶାର ୨୦୦୦ ବ୍ୟାଚରୁ ଜଣେ ଭାରତୀୟ ପ୍ରଶାସନିକ ସେବା (IAS) ସଦସ୍ୟ ଅଟନ୍ତି । ମଇ ୨, ୨୦୧୧ ଠାରୁ ସେ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୧୯ରେ ୫T ସଚିବ ଭାବେ ଦାୟିତ୍ବ ନେଇଥିଲେ । ୨୩ ବର୍ଷ ଧରି ଭାରତୀୟ ପ୍ରଶାସନିକ ସେବାରେ ଥିଲେ କାର୍ଯ୍ୟରତ ।

ସ୍ବେଚ୍ଛାକୃତ ଅବସର ନେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନ

ଭୁବନେଶ୍ୱର : ସ୍ବେଚ୍ଛାକୃତ ଅବସର ନେଲେ ଭି.କେ. ପାଣ୍ଡିଆନ । ୨୦୦୦ ବ୍ୟାଚର ଆଇଏଏସ ଅଫିସର ଥିଲେ ଭିକେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିଲେ । VRSକୁ ଅନୁମୋଦନ କଲେ କେନ୍ଦ୍ର ସରକାର । ୧୯୫୮ ଅଲଇଣ୍ଡିଆ ସର୍ଭିସ ରୁଲ୍ ୧୬(୨A) ଅନୁସାରେ ଅନୁମୋଦନ । ଓଡ଼ିଶା ରୂପାନ୍ତରଣରେ ପ୍ରମୁଖ ଭୁମିକା ନେଇଥିଲେ ପାଣ୍ଡିଆନ । ବିଭିନ୍ନ ଐତିହ୍ୟ ପ୍ରକଳ୍ପର ନବକଳେବରରେ ରହିଛି ଭୂମିକା । ଦୁଆରେ ଦୁଆରେ ପହଞ୍ଚି ଲୋକଙ୍କ ସମସ୍ୟାର କରିଛନ୍ତି ସମାଧାନ । ଓଡ଼ିଶାକୁ କ୍ରୀଡ଼ା କ୍ଷେତ୍ରରେ ଶୀର୍ଷକୁ ନେବାରେ ପ୍ରମୁଖ ଭୂମିକା । ହକି ବିଶ୍ବକପ ଆୟୋଜନରେ ଉଲ୍ଲେଖନୀୟ ଯୋଗଦାନ। ଓଡ଼ିଶାର ଉତ୍କର୍ଷ ଇତିହାସରେ ପାଣ୍ଡିଆନଙ୍କର ରହିଛି ଭୂମିକା । ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପରେ ଉଲ୍ଲେଖନୀୟ ଅବଦାନ । ପାଣ୍ଡିଆନଙ୍କ ତତ୍ତ୍ବାବଧାନରେ ଏକାମ୍ର ପ୍ରକଳ୍ପ କାର୍ଯ୍ୟକାରୀ । ତାରାତାରିଣୀ ମନ୍ଦିରର ନବକଳେବରରେ ରହିଛି ଭୂମିକା । ପ୍ରଶାସନିକ ସ୍ତରରେ ବିପ୍ଲବ ଆଣିଛନ୍ତି ପାଣ୍ଡିଆନ । ଲୋକଙ୍କ ପାଖରେ ପ୍ରଶାସନକୁ ପହଞ୍ଚାଇବାରେ ରହିଛି ଭୂମିକା । ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା । କଟକର ରୂପାନ୍ତରଣ ଓ ଗମନାଗମନ ବ୍ୟବସ୍ଥାରେ ଆଣିଛନ୍ତି ବିପ୍ଳବ ।Centre directs Odisha Chief Secretary to take action against VK Pandian |  Sambad English

ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ଆରମ୍ଭ କରିଥିଲେ କ୍ୟାରିଅର । ୨୦୦୨-୦୪ ପର୍ଯ୍ୟନ୍ତ ତୁଲାଇଥିଲେ ଉପଜିଲ୍ଲାପାଳ ଦାୟିତ୍ବ । ୨୦୦୫-୦୭ ଥିଲେ ମୟୂରଭଞ୍ଜ ଜିଲ୍ଲାପାଳ । ୨୦୦୭-୧୧ ଯାଏ ଗଞ୍ଜାମ ଜିଲ୍ଲାପାଳ ଥିଲେ ପାଣ୍ଡିଆନ । ୨୦୧୧ରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରହିଛନ୍ତି ପାଣ୍ଡିଆନ । ୨୦୧୯ରେ ୫T ସଚିବ ଭାବେ ଦାୟିତ୍ବ ନେଇଥିଲେ । ୨୩ ବର୍ଷ ଧରି ଭାରତୀୟ ପ୍ରଶାସନିକ ସେବାରେ ଥିଲେ କାର୍ଯ୍ୟରତ । ଗତ ୨୦ତାରିଖରେ ସେ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ । ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଅନୁସଚିବ ଭୂପିନ୍ଦର ପାଲ ସିଂ ଆଜି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ।

ବାତ୍ୟା ପ୍ରଭାବରେ ଓଡ଼ିଶାରେ ହାଲୁକାରୁ ମଧ୍ୟମଧରଣର ବର୍ଷା

ଭୁବନେଶ୍ୱର : ବାତ୍ୟା ଦ୍ବାରା ଓଡ଼ିଶାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ  । ଏହାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର  । ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି  । ବାତ୍ୟାର ମୁକାବିଲା ପାଇଁ ପୌର ନିର୍ଦ୍ଦେଶକ ସମସ୍ତ ପୌରାଞ୍ଚଳ ପ୍ରଶାସକଙ୍କୁ ସତର୍କ ସୂଚନା ଜାରି କରିଛନ୍ତି । ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ମୁକାବିଲା ପାଇଁ ମାନବ ସମ୍ବଳ ସୁଦୃଢ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି  । ତଳି ଅଞ୍ଚଳରେ ବର୍ଷା ଜଳ ଯେପରି ଜମି ନରହେ ସେଥିପାଇଁ ପ୍ରସ୍ତୁତ ହୋଇରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୌରାଞ୍ଚଳ ପ୍ରଶାସନ  । ସେହିପରି କଣ୍ଟ୍ରୋଲ ରୁମ ଗଠନ କରି ବିଭିନ୍ନ ବିଭାଗ ସହିତ ସମନ୍ବୟ ରକ୍ଷା କରାଯିବ  ।

ଜିଲ୍ଲା ପ୍ରଶାସନ ସହ ନିରନ୍ତର ସମ୍ପର୍କରେ ରହିବାକୁ କୁହାଯାଇଛି  । ସେହିପରି ଆବଶ୍ୟକ ପଡ଼ିଲେ କର୍ମଚାରୀଙ୍କ ଛୁଟି ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି  । ପାରାଦୀପ, ଚାନ୍ଦବାଲି ଓ ବାଲେଶ୍ବର ବାତ୍ୟା ଦ୍ବାରା ବେଶୀ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି  । ଏଥିପାଇଁ ସତର୍କ ରହିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି  ।

ବାରବାଟୀ ଦୁର୍ଗ ଖନନ କାର୍ଯ୍ୟର ସମୀକ୍ଷା କରୁଛି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ

କଟକ : ବାରବାଟୀ ଦୁର୍ଗ ଖନନ କାର୍ଯ୍ୟର ସମୀକ୍ଷା କରାଯାଉଛି । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ମହାନିର୍ଦ୍ଦେଶକ ପ୍ରଫେସର କିଶୋର କୁମାର ବାସା ସମୀକ୍ଷା କରିଛନ୍ତି  । ୧୦ଜଣିଆ ଟିମ ସହ ସେ ଦୁର୍ଗର ଅନୁଧ୍ୟାନ କରିଛନ୍ତି  । ଅକ୍ଟୋବର ୯ ତାରିଖରେ ପୁନର୍ବାର ଦୁର୍ଗରେ ଆରମ୍ଭ ହୋଇଛି ଖନନ କାର୍ଯ୍ୟ  । ପୂର୍ବରୁ ୨୦୦୬-୦୭ ମସିହାରେ ଶେଷ ଥର ପାଇଁ ଖନନ ହୋଇଥିଲା। ତେବେ ଆସନ୍ତା ୫ ବର୍ଷ ପାଇଁ ବାରବାଟୀ ଦୁର୍ଗର ଖନନ କାର୍ଯ୍ୟ ଜାରି ରଖିବ ବୋଲି କହିଛି ASI । ଦକ୍ଷିଣ ପୂର୍ବ ଏସିଆ ସହ ବାରବାଟୀ ଦୁର୍ଗ ଓ ଓଡିଶା ର ସମ୍ପର୍କକୁ ନେଇ ଖନନ ଯୋଜନା କରାଯାଇଛି । ଯେହେତୁ ଖନନ ସମୟରେ ଚାଇନିଜ ପାତ୍ର ମିଳିଛି, ତେଣୁ ଅନୁମାନ କରାଯାଉଛି ଜାଭା, ବାଲି ଓ ସୁମାତ୍ରା ସହ ଦୁର୍ଗର ସମ୍ପର୍କ ରହିଛି ।Barabati Fort Cuttack, History, Timings, Entry Fee, How to visit

ଏହାସହ ମଧ୍ୟଯୁଗୀୟ ସମୟର କିଛି କାଠ ସଂରଚନା ମାଟି ତଳେ ଥିବା ଅନୁମାନ କରୁଛି ASI । ପୂର୍ବରୁ ଦ୍ଵାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଇତିହାସ ଖୋଜି ପାଇଥିଲା ASI । ବର୍ତମାନ ତା ପୂର୍ବର ଅର୍ଥାତ ନବମ ଶତାବ୍ଦୀ କେଶରୀ ବଂଶର ସଂସ୍କୃତି ଓ ଐତିହ ପାଇବାର ପ୍ରୟାସ ଜାରି ରହିବ ବୋଲି କହିଛି ASI । ତେବେ ପର୍ଯ୍ୟଟକଙ୍କ ପାଇଁ କରାଯିବ ଅନ ସାଇଟ ମ୍ୟୁଜିଅମ । ଗ୍ଲାସ ଡେକ ନିର୍ମାଣ କରାଯାଇ ଇମରସିଭ ଆର୍କିଓଲୋଜୀ ଏକ୍ସପେରିଏନ୍ସ ପାଇଁ ଯୋଜନା କରାଯାଇଛି  । ଯେଉଁଠି ଖନନ କାର୍ଯ୍ୟର ଦୃଶ୍ୟ ଦେଖି ପାରିବେ ପର୍ଯ୍ୟଟକ ।