spot_img
Home Blog Page 2501

ଖୁବଶୀଘ୍ର ଓଡ଼ିଶା ଫେରିବେ ଟନେଲରୁ ଉଦ୍ଧାର ଶ୍ରମିକ, 5T ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ ଘଟଣାର କରୁଛନ୍ତି ତଦାରଖ

ଉତ୍ତରାଖଣ୍ଡ: ଉତ୍ତରକାଶୀର ଟନେଲରେ ଫସିଥିବା ଓଡ଼ଆ ଶ୍ରମିକମାନେ ଖୁବଶୀଘ୍ର ଘରକୁ ଫେରିବେ । ଉତ୍ତରକାଶୀରୁ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରମ ମନ୍ତ୍ରୀ ସାରଦା ନାୟକ। ସେ କହିଛନ୍ତି କି, ଓଡ଼ିଶାର ଫସିଥିବା ୫ ଶ୍ରମିକଙ୍କ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ପ୍ରଥମରୁ ତତ୍ପରତା ପ୍ରକାଶ କରିଥିଲେ । ପୁରା ଘଟଣା ଉପରେ ମୁଖ୍ୟମନ୍ତ୍ରୀ ନଜର ରଖିଥିଲେ । ଏହାସହ ମୁଖ୍ୟମନ୍ତ୍ରୀ ଏବଂ 5T ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରମମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ଉଦ୍ଧାର ହୋଇଥିବା ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବାକୁ ଚାଲିଛି ସମସ୍ତ ବ୍ୟବସ୍ଥା। 5T ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ ପୁରା ଘଟଣାର ତଦାରଖ କରୁଛନ୍ତି। ଟନେଲ ଧସିବା ପରଠାରୁ ଶ୍ରମିକ ଉଦ୍ଧାର ପର୍ଯ୍ୟନ୍ତ ସବୁଦିନ ସ୍ଥିତି ବିଷୟରେ ପଚାରି ବୁଝୁଥିଲେ ରାଜ୍ୟ ସରକାର। ପୁରା ଘଟଣା ଉପରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରମିକଙ୍କ ଉଦ୍ଧାର ଲାଗି ମୁଖ୍ୟମନ୍ତ୍ରୀଙ୍କ ତତ୍ପରତା ଏବଂ 5T ଅଧ୍ୟକ୍ଷ ପାଣ୍ଡିଆନଙ୍କ ଉଦ୍ୟମ ପାଇଁ ଧନ୍ୟବାଦ ବୋଲି କହିଛନ୍ତି ସାରଦା ନାୟକ । ଟନେଲ ଧସିବା ପରେ ଫସିଥିବା ଶ୍ରମିକଙ୍କ ପରିବାର 5T ଅଧ୍ୟକ୍ଷଙ୍କୁ ନବୀନ ନିବାସରେ ସାକ୍ଷାତ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଶ୍ରମମନ୍ତ୍ରୀ ସାରଦା ନାୟକ ଏବଂ ଅନ୍ୟ ଅଧିକାରୀ ଫସିଥିବା ଶ୍ରମିକଙ୍କ ପରିବାର ସଦସ୍ୟଙ୍କୁ ନେଇ ଉତ୍ତରକାଶୀ ଯାଇଥିଲେ । ୫ ଶ୍ରମିକଙ୍କ ପରିଜନଙ୍କୁ ନେଇ ବିମାନ ଯୋଗେ ଯାଇଥିଲେ ସାରଦା ନାୟକ । ପ୍ରତ୍ୟେକ ମିନିଟରେ ଶ୍ରମିକଙ୍କ ଉଦ୍ଧାର ସମ୍ପର୍କିତ ତଥ୍ୟ ରଖୁଥିଲେ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ସମସ୍ତ ଶ୍ରମିକ ଟନେଲରୁ ଉଦ୍ଧାର ହୋଇ ସାରିଛନ୍ତି । ଟନେଲ ଭିତରରୁ ଶ୍ରମିକ ଉଦ୍ଧାର ହେବା ପରେ ସମସ୍ତ ୫ ଶ୍ରମିକଙ୍କୁ ଯାଇ ଭେଟିଛନ୍ତି ଶ୍ରମମନ୍ତ୍ରୀ ସାରଦା ନାୟକ । ସେମାନେ ସୁସ୍ଥ ଅଛନ୍ତି ଏବଂ ଜନ୍ମମାଟିକୁ ଫେରିବାକୁ ବ୍ୟଗ୍ର ଅଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ସାରଦା ନାୟକ । ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟ ସରକାର ଶ୍ରମିକଙ୍କ ଉଦ୍ଧାର ନେଇ ଅଧିକ ତତ୍ପରତା ପ୍ରକାଶ କରିଥିଲେ ବୋଲି ସାରଦା ନାୟକ କହିଛନ୍ତି ।

ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନଙ୍କ ଉଦ୍ୟମକୁ ଉଦ୍ଧାର ପାଇଥିବା ଶ୍ରମିକମାନେ ମଧ୍ୟ ପ୍ରଶଂସା କରିଛନ୍ତି । ଏବେ ଉତ୍ତରାଖଣ୍ଡରେ ଦୁଇ ଜଣ ଶ୍ରମ ଅଧିକାର ରହିଛନ୍ତି । ଓଡ଼ିଶାର ୫ ଶ୍ରମିକଙ୍କୁ ସକୁଶଳ ଓଡ଼ିଶା ନେଇ ଫେରିବୁ ବୋଲି କହିଛନ୍ତି ଉତ୍ତରାଖଣ୍ଡରେ ଥିବା ଶ୍ରମ ମନ୍ତ୍ରୀ । ଶ୍ରମିକଙ୍କୁ ଫେରାଇ ଆଣିବା ଲାଗି ଏଠାକାର ରାଜ୍ୟ ସରକାରଙ୍କ ସମସ୍ତ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଶ୍ରମିକଙ୍କୁ ନେଇ ଓଡ଼ିଶା ଫେରିବି ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ ସାରଦା ନାୟକ।

 

 

 

ହମାସ-ଇସ୍ରାଏଲ ସେନା ମଧ୍ୟରେ ଯୁଦ୍ଧ ବିରତି ଆଉ ଦୁଇ ଦିନ ବୃଦ୍ଧି

ନନ୍ଦିଘୋଷ ବ୍ୟୁରୋ : ହମାସ-ଇସ୍ରାଏଲ ସେନା ମଧ୍ୟରେ ଯୁଦ୍ଧ ବିରତି ଆଉ ଦୁଇ ଦିନ ବୃଦ୍ଧି । ଯୁଦ୍ଧ ବିମାନ ଆଉ ୨ ଦିନ ବୃଦ୍ଧି ପରେ ଆଜି ଯୁଦ୍ଧ ବିରତିର ଶେଷ ଦିନ । ଗତକାଲି ଯୁଦ୍ଧ ବିରତିର ପଞ୍ଚମ ଦିନରେ ୧୨ ପଣବନ୍ଦୀଙ୍କୁ ଛାଡିଲେ ହମାସ ଆତଙ୍କୀ । ପ୍ରତି ବଦଳରେ ଇସ୍ରାଏଲ ପାଲେଷ୍ଟାଇନର ୩୦ ବନ୍ଦୀଙ୍କୁ ମୁକ୍ତ କରିଛି। ଇସ୍ରାଏଲ ଜେଲରୁ ମୁକ୍ତି ପାଇଥିବା ବନ୍ଦୀଙ୍କ ମଧ୍ୟରେ ୧୫ ମହିଳା ଏବଂ ୧୫ ନାବାଳିକ ଅଛନ୍ତି । ପୂର୍ବରୁ ହୋଇଥିବା ଯୁଦ୍ଧବିରତି ସୋମବାର ଶେଷ ହେଉଥିଲା । ତେବେ ଇଜିପ୍ଟ, କତର ଏବଂ ଆମେରିକାର ପ୍ରୟାସରୁ ଯୁଦ୍ଧ ବିରାମକୁ ଆଉ ଦୁଇ ଦିନ ବୃଦ୍ଧି କରାଯାଇଛି । ଯୁଦ୍ଧ ବିରତି ବୃଦ୍ଧି କରିବା ପରେ ବନ୍ଦୀମାନଙ୍କ ମୁକ୍ତି ଜାରି ରହିଛି। ହମାସ ମୁକ୍ତ କରିଥିବା ନାଗରିକଙ୍କ ମଧ୍ୟରେ ୨ ଜଣ ବିଦେଶୀ ନାଗରିକ ମଧ୍ୟ ଅଛନ୍ତି । ହମାସ ମୁକ୍ତ କରିଥିବା ପଣବନ୍ଦୀଙ୍କ ମଧ୍ୟରେ ଅଧିକାଂଶ ବୟସ୍କ ଏବଂ ସେମାନଙ୍କ ପରିବାର ଲୋକ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ହମାସ ଆତଙ୍କୀ ୬୦ ପଣବନ୍ଦୀଙ୍କୁ ମୁକ୍ତ କରିସାରିଲେଣି ।Gazze'deki ateşkeste son durum: 5. esir takası tamamlandı

ହମାସ ଆତଙ୍କୀଙ୍କୁ ମୂଳପୋଛ କରିବାକୁ ବାରମ୍ବାର କହି ଆସୁଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ହମାସ ପାଖରେ ଥିବା ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରିବା ସହ ଆତଙ୍କୀଙ୍କୁ ନିପାତ କରିବାକୁ ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନେତନ୍ୟାହୁ । ସୋସିଆଲ ମିଡିଆ ଏକ୍ସରେ ମେସେଜ୍ ଦେଇ ନେତନ୍ୟାହୁ କହିଛନ୍ତି ଯେ, ହମାସ ପାଖରେ ଥିବା ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରିବା ସହ ମିଶନ ଜାରି ରଖିବୁ । ମାଟି ଉପରେ ଏବଂ ତଳେ ହମାସ ଆତଙ୍କୀଙ୍କ ସଫା କରିବା ସହ ଇସ୍ରାଏଲ ନାଗରିକଙ୍କ ଲାଗି ଗାଜା ଆଗକୁ ଆଉ ବିପଦ ସାଜିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଏବଂ ଦିନିକିଆ ମ୍ୟାଚ ଖେଳିବେନି କୋହଲି, କହିଲେ ଓ୍ବାଇଟ୍ ବଲ…

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ ଖେଳିବ ଭାରତ । ଦକ୍ଷିଣ ଆଫ୍ରିକାରେ ଭାରତୀୟ ଦଳ ୩ଟି ଟେଷ୍ଟ ଏବଂ ଦିନିକିଆ ଖେଳିବା ସହ ୨ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବାକୁ ଯାଉଛି । ବିଶ୍ବକପରେ ପରେ ବିଶ୍ରାମ ନେଇଥିବା ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଖେଳିବେ ବୋଲି କୁହାଯାଉଥିଲା। କିନ୍ତୁ କୋହଲି ବିସିସିଆଇକୁ ଏକ ସୂଚନା ଦେଇଛନ୍ତି କି, ସେ ଦିନିକିଆ ଏବଂ ଟି-୨୦ ମ୍ୟାଚ ଖେଳି ପାରିବେ ନାହିଁ । ହ୍ବାଇଟ୍ ବଲରୁ ବିରତି ଦରକାର ବୋଲି ଲେଖିଛନ୍ତି। ତେବେ ଦିନିକିଆ ଏବଂ ଟି-୨୦ ମ୍ୟାଚ ଖେଳିବେନି କୋହଲି। କେବଳ ଟେଷ୍ଟ ମ୍ୟାଚ ଖେଳିବେ। ବିରାଟ କୋହଲି ଲଣ୍ଡନରେ ଛୁଟି କାଟୁଛନ୍ତି। ସେପଟେ ରୋହିତ ଶର୍ମା ବ୍ରିଟେନରେ ରହିଥିବାବେଳେ ସେ ମଧ୍ୟ ଖେଳିନପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଦଳରେ କାହା ଉପରେ ଗୁରୁ ଦାୟିତ୍ବ ରହିବ ତାଉପରେ ରହିଛି ନଜର ।

ସେପଟେ କୋହଲି ହ୍ବାଇଟ୍ ବଲ ଖେଳିବାରୁ ବିରତି ନେବା କଥା କହିଥିବାବେଳେ ସେ ଅବସର ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ମାତ୍ର ଏହାକୁ ନେଇ କୋହଲି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ନିକଟରେ ଭାରତରେ ଅନୁଷ୍ଠିତ ଦିନିକିଆ ବିଶ୍ବକପରେ କୋହଲି ସର୍ବାଧିକ ସ୍କୋର କରିଥିଲେ । ଦମଦାର ବ୍ୟାଟିଂ କରିବା ସହ କ୍ରିଡ଼ାପ୍ରେମୀଙ୍କ ମନ ଜିଣିଥିଲେ । ମାତ୍ର ଭାରତର ଫାଇନାଲ ପରାଜୟ ଆଜି ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।

ଗ୍ୟାସ୍ ସିଲିଣ୍ଡର ଫାଟିବାରୁ ଭୁଶୁଡିଲା ୫ ଘର

ମୁମ୍ବାଇ: ମୁମ୍ବାଇରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ। ବିସ୍ଫୋରଣରେ ୫ଟି ଘର ଭୁଶୁଡି ନଷ୍ଟ ହୋଇଯାଇଛି। ଚାରି ପରିବାର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ଏପରି ଅଭାବନୀୟ ଘଟଣାଟି ଘଟିଛି ମୁମ୍ବାଇ ଚେମ୍ବର ସ୍ଥିତ କ୍ୟାମ୍ପ ଅଞ୍ଚଳରେ। ଅନେକ ଲୋକ ଏବେବି ଭଗ୍ନାଶଂ ତଳେ ରହିଥିବା ବେଳେ ୧୧ଜଣଙ୍କୁ ଉଦ୍ଧାର କରାଯାଇଛି।

ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ୧୧ ଜଣଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଭାବେ ମେଡିକାଲରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତଙ୍କ ଚିକିତ୍ସା ବର୍ତ୍ତମାନ ସତବଦୀ ହସ୍ପିଟାଲରେ ଚାଲିଛି। ମାତ୍ର ବିସ୍ଫୋରଣର କାରଣ ଏବେବି ଅସ୍ପଷ୍ଟ ରହିଛି। ଘଟଣାର ତଦନ୍ତ କରୁଛି ପୋଲିସ,।

ଚୋରଙ୍କ ଟାର୍ଗେଟରେ ବୁଲା ଗୋରୁ, ସିସିଟିଭିରେ କଏଦ ହେଲା ଚୋରି ସମୟର ଭିଡିଓ

ବାଲେଶ୍ବର: ଚୋରଙ୍କ ଟାର୍ଗେଟ୍‌ରେ ଏବେ ବୁଲା ଗୋରୁ । ରାସ୍ତାରେ ଶୋଇଥିବା ବୁଲା ଗୋରୁ, ଗାଇଙ୍କୁ ନିଶବ୍ଦ ରାତିରେ ଉଠାଇ ନେଉଛନ୍ତି ଚୋରମାନେ। ଏମିତି ଏକ ଭିଡ଼ିଓ ରେକର୍ଡ଼ ହୋଇଛି ରେମୁଣା ଅଞ୍ଚଳର ଏକ ସିସିଟିଭିରେ । ରାତିରେ ବୁଲା ଗୋରୁ, ଗାଇ ଗୁଡ଼ିକ ରାସ୍ତା ପାଖରେ ଶୋଇଛନ୍ତି । ଚୋରମାନେ ଏବ ବୋଲେରୋ ଗାଡ଼ିରେ ଆସି ସେମାନଙ୍କୁ ଅପହରଣ କରିନେଉଛନ୍ତି । ସେପୁଣି ସେହି ବୋଲେରୋ ଗାଡ଼ିରେ । ବୋଲେରୋ ଭିତରେ ଥିବା ସିଟ୍‌ ଗୁଡ଼ିକୁ ଖୋଲି ଦିଆଯାଇଛି । ଗାଇ, ଗୋରୁଙ୍କ ପାଖରେ ପହଞ୍ଚି ଚୋରମାନେ ସେମାନଙ୍କୁ ଦଉଡ଼ିରେ ବାନ୍ଧି ଗାଡ଼ି ପାଖକୁ ଆଣୁଛନ୍ତି । ପରେ ଜବରଦସ୍ତକରି ସେହି ସିଟ୍‌ ଖୋଲାଥିବା ବୋଲେରୋ ଗାଡ଼ିରେ ଚୋରିକରି ନେଇଯାଉଛନ୍ତି । ଏମିତି 3ଟି ଘଟଣା ସମ୍ପର୍କରେ ରେମୁଣା ଥାନାରେ ଅଭିଯୋଗ କରାଯାଇଛି । ପୋଲିସ ଅଭିଯୋଗ ଅନୁସାରେ ଭିଡ଼ିଓ ସଂଗ୍ରହକରି ତଦନ୍ତ ଚଳାଇଛି ।

ଉଦ୍ଧାର ହୋଇଥିବା ଶ୍ରମିକ କହିଲେ ଟନେଲ ଭିତରର କାହାଣୀ

ଭୁବନେଶ୍ବର: ଟନେଲ ଭିତରେ ଶ୍ରମିକଙ୍କ କେମିତି ଥିଲା ସଂଘର୍ଷ। ଉଦ୍ଧାର ହୋଇଥିବା ଶ୍ରମିକ ବଖାଣିଛନ୍ତି ୧୭ ଦିନର ସଂଘର୍ଷ । ଟନେଲ ଭିତରେ ୪୧ ଶ୍ରମିକଙ୍କ ମଧ୍ୟରେ ଫସିଥଇଲେ ଶ୍ରମିକ ବିଶ୍ବଜିତ କୁମାର ବର୍ମା । ଉଦ୍ଧାର ପର୍ଯ୍ୟନ୍ତ ୧୭ ଦିନର କାହାଣୀ ବଖାଣିଛନ୍ତି ବିଶ୍ବଜିତ କୁମାର ବର୍ମା । ନଭେମ୍ବର ୧୨ ତାରିଖରେ୍ ଭୂସ୍ଖଳନରୁ ମାଟି ଧସିବା ପରଠାରୁ ଗତକାଲିର ଉଦ୍ଧାରକାର୍ଯ୍ୟ ପର୍ଯ୍ୟନ୍ତ ସବୁକିଛି ସେ କହିଛନ୍ତି । ଟନେଲ ଧସିବା ବିଷୟରେ ଜାଣିବା ପରେ ସେମାନେ ମାଟିତଳେ ଫସି ଯାଇଥିବା ପ୍ରଥମେ ଜାଣିଥିଲେ । ଏହାପରେ ପ୍ରଥମ ୧୦କୁ ୧୫ ଘଣ୍ଟା ଥିଲା ସଂଘର୍ଷମୟ। ଏହାପରେ ୧୦ରୁ ୧୫ ଘଣ୍ଟା ପରେ ଏକ ପାଇପ ଯୋଗେ ଖାଦ୍ୟ ଆସିବା ପରେ ଶ୍ରମିକଙ୍କ ମଧ୍ୟରେ ଜୀବନ ଫେରିଥିଲା । ଶ୍ରମିକଙ୍କୁ୍ ପାଇପ ଯୋଗେ ଖାଦ୍ୟ ଆସି ପହଞ୍ଚିଥିଲା । ଏହାପରେ ସେମାନେ ଏଠାରୁ ମୁକ୍ତ ହେବେ ବୋଲି ନିଶ୍ଚିତ ହୋଇଥିଲେ।

ଟିମ୍ ଇଣ୍ଡିଆର କୋଚ୍ ହେବାକୁ ମନା କଲେ ନେହେରା, ଏବେ କିଏ ସମ୍ଭାଳିବେ ଗୁରୁ ଦାୟିତ୍ବ

ନୂଆଦିଲ୍ଲୀ: ସରିଛି ଭାରତୀୟ ଦଳର ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ। ୨୦୨୪ରେ ଟି-୨୦ ବିଶ୍ବକପ ଅନୁଷ୍ଠିତ ହେବାକୁ ଥିବାବେଳେ ନୂଆ କୋଚ ସନ୍ଧାନରେ ବିସିସିଆଇ। ଦ୍ରାବିଡଙ୍କ ପରେ ପୂର୍ବତନ ଭାରତୀୟ ବୋଲର ଆଶିଷ ନେହେରାଙ୍କୁ କୋଚ କରିବା ପାଇଁ ପ୍ରସ୍ତାବ ଦେଇଥିଲା ବିସିସିଆଇ । ମାତ୍ର ଏହାକୁ ମନା କରି ଦେଇଛନ୍ତି ନେହେରା । ଏବେ କାହାକୁ ଦାୟିତ୍ବ ଦେବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କୁହାଯାଉଛି ବିସିସିଆଇ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳକୁ ବଢ଼ାଇପାରେ । ଟି-୨୦ ବିଶ୍ବକପରେ ନୂଆ କୋଚ ରଖିପାରେ ବିସିସିଆଇ। ମାତ୍ର ଏଯାବତ ରାହୁଲ ଦ୍ରାବିଡ କିମ୍ବା ବିସିସିଆଇ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ରାହୁଲ ଦ୍ରାବିଡଙ୍କ କୋଚିଂରେ ଭାରତୀୟ ଦମଦାର ପ୍ରଦର୍ଶନ କରୁଛି । ନମ୍ବର ଓ୍ବାନ୍ ଟିମ ରହିଥିଲେ ସୁଦ୍ଧା ଏଯାବତ ୧୦ ବର୍ଷ ହେବ କୌଣସି ଆଇସିସି ଟ୍ରଫି ଜିତିନାହିଁ । ନିକଟରେ ଦିନିକିଆ ବିଶ୍ବକପରେ ଭାରତ ଉପବିଜେତା ହୋଇଛି । ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଦଳର ପ୍ରଦର୍ଶନ ଉଚ୍ଚକୋଟିର ଥିଲା । ମାତ୍ର ଫାଇନାଲରେ ଶକ୍ତିଶାଳି ଅଷ୍ଟ୍ରେଲିଆଠାରୁ ଭାରତ ପରାସ୍ତ ହୋଇଛି । ସେପଟେ ଆଶିଷ ନେହେରାଙ୍କ ପ୍ରଶିକ୍ଷଣ ସମ୍ପର୍କରେ ଯଦି କହିବା ତାହେଲେ ସେ ଆଇପିଏଲରେ ଗୁଜୁରାଟ ଟାଇଟନ୍ସର ମୁଖ୍ୟ କୋଚ ରହିଛନ୍ତି । ତାଙ୍କ କୋଚିଂରେ ଦଳ ଗୋଟିଏଥର ଚାମ୍ପିୟନ ହୋଇଛି । ଅଭିଜ୍ଞତା କାରଣରୁ ବିସିସିଆଇ ତାଙ୍କୁ ଗୁରୁ ଦାୟିତ୍ବ ଦେବାକୁ ଲକ୍ଷ୍ୟ ରଖିଥିଲା । ମାତ୍ର ଏହାକୁ ଏଡାଇ ଦେଇଥିଲେ ନେହେରା ।

ଟନେଲ ଭିତରେ କେମିତି ଥିଲେ ଶ୍ରମିକ? ଆସିଲା ଫଟୋ, ଶ୍ରମିକ କହିଲେ..

ଉତ୍ତରକାଶୀ: ୧୭ ଦିନର ସଂଘର୍ଷ, ୪୧ ଶ୍ରମିକଙ୍କ ଜୀବନ। ଉତ୍ତରାଖଣ୍ଡରର ଉତ୍ତରକାଶୀରେ ଫସିଥିବା ଶ୍ରମିକମାନେ ଉଦ୍ଧାର ହେବା ପରେ ସବୁଠି ଉତ୍ସାହର ମାହୋଲ। ତେବେ ଶ୍ରମିକମାନେ ଟନେଲ ଭିତରେ କେମିତି ରହିଥିଲେ । ଶକ୍ତିଶାଳି ମେସିନ ଏବଂ ବିଦେଶରୁ ଆସିଥିଲେ ବିଶେଷଜ୍ଞ । ସବୁ ପ୍ରଚେଷ୍ଠା ପରେ ଶେଷରେ ଉଦ୍ଧାର ହୋଇଛନ୍ତି ଶ୍ରମିକ ।  ଏହାର ଫଟୋ ଏବେ ସାମନାକୁ ଆସିଛି । ଟନେଲ ଭିତରରୁ ପାଇପରେ ବୋତଲ ସାହାଯ୍ୟରେ ଖାଦ୍ୟ ପଠା ଯାଉଥିଲା । ତେବେ ଏହି ସବୁ ବୋତଲର ଫଟୋ ରହିଥିବା ଦେଖିବାକୁ ମିଳିଛି । ସେଠାରେ କିଭଳିଭାବେ ରାତି କାଟୁଥିଲେ ଏବଂ ଖାଉଥିଲେ ସେସବୁ ଫଟୋ ମଧ୍ୟ ସାମନାକୁ ଆସିଛି। ଯାହାକି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

୧୭ ଦିନ ଧରି ଶ୍ରମିକମାନେ ଫସି ରହିଥିବାବେଳେ ଟନେଲ ବାହାରେ ଉଦ୍ଧାର ପାଇଁ ଚାଲିଥିଲା ଯୋଜନା । ପ୍ରଥମରୁ ବହୁ ଯୋଜନା ଫେଲ ମାରିଥିଲା । ତେବେ ଦେବତାଙ୍କ କୋପରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ବୋଖନାଗ ଦେବତା ଶାନ୍ତ ହେବା ପରେ ଶ୍ରମିକମାନେ ଉଦ୍ଧାର ହୋଇଛନ୍ତି ବୋଲି ସ୍ଥାନୀୟ ଲୋକ କହିଛନ୍ତି । ଏପରିକି ଆଜି ମଧ୍ୟ ଟନେଳ ବାହାରେ ଥିବା ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଛି । ଶ୍ରମିକଙ୍କ ପରିବାର ଲୋକେ ବେଶ ଚିନ୍ତାରେ ରହିଥିବାବେଳେ ଶେଷରେ ସେମାନଙ୍କ ଅପେକ୍ଷାର ଅନ୍ତ ଘଟିଛି । ଏପରିକି ସାରା ଭାରତ ବର୍ଷରେ ଏକ ଖୁସି ଖବର ଖେଳି ଯାଇଛି । ମେଡିକାଲରେ ଶ୍ରମିକମାନେ ରହିଥିବାବେଳେ ଆଜି ନିଜ ନିଜ ଘରକୁ ଫେରିବେ ବୋଲି ସୂଚନା ରହିଛି ।

ଟ୍ରେନ ଅଟକାଇ ପ୍ରତିବାଦ କଲେ ଯାତ୍ରୀ

ଖୋର୍ଦ୍ଧା: ଟ୍ରେନକୁ ଅଟକାଇ ଟ୍ରେନ ଆଗରେ ଧାରଣା ଦେଲେ ଯାତ୍ରୀ । ଖୋର୍ଦ୍ଧା ରୋଡ ଷ୍ଟେସନ ନିକଟ ତାପଙ୍ଗ ଷ୍ଟେସନରେ ଘଟିଛି ଏପରି ଅଭାବନୀୟ ଘଟଣା । ତାପଙ୍ଗ ଷ୍ଟେସନରେ ପଲାସା-କଟକ ଟ୍ରେନକୁ ଅଟକାଇଲେ ଯାତ୍ରୀ । ଟ୍ରେନ୍ ଆଗରେ ଠିଆ ହୋଇ କରିଛନ୍ତି ପ୍ରତିବାଦ । ଟ୍ରେନରେ ଅଧିକା ବଗି ଲଗାଇବା ଦାବିରେ ଧାରଣା ଦେଇଥିଲେ ଯାତ୍ରୀ । ଫଳରେ ଘଣ୍ଟାଏ ପର୍ଯ୍ୟନ୍ତ ଅଟକି ରହିଲା ଟ୍ରେନ୍ । ନିୟମିତ ଭାବରେ ବିଭିନ୍ନ କାମରେ ଭୁବନେଶ୍ବରକୁ ଯାତ୍ରା କରୁଛନ୍ତି ଏହି ଅଞ୍ଚଳର ଯାତ୍ରୀ । ଅନେକ ସରକାରୀ ଆଉ ବେସରକାରୀ ଚାକିରିଆ ବି ନିର୍ଭର କରନ୍ତି ଏହି ପଲାସା – କଟକ ଟ୍ରେନ ଉପରେ । ତେବେ ଏହି ଟ୍ରେନରେ ବଗି କମ ଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଯାତ୍ରୀ । ଏହାର ପ୍ରତିବାଦରେ ଆଜି ତାପଙ୍ଗ ଷ୍ଟେସନରେ ପ୍ରତିବାଦ କରିଛନ୍ତି ଯାତ୍ରୀ । ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଟ୍ରେନ ଚଳାଚଳ ସ୍ବାଭାବିକ୍ ହୋଇଛି ।

କାଲିଥିଲା ଛାଡ଼ଖାଇ, ଆଜି ଆମିଷ ବଜାରରେ ଭିଡ଼

ଭୁବନେଶ୍ବର: ମଙ୍ଗଳବାରଥିଲା ଛାଡ଼ଖାଇ। କିନ୍ତୁ ବୁଧବାର ଆମିଷ ବଜାରରେ ଲାଗିଛି ଗ୍ରାହକଙ୍କ ଭିଡ଼। ମଙ୍ଗଳବାରରେ ଅଧିକାଂଶ ଲୋକ ଖାଉ ନଥିବାବେଳେ ପ୍ରକୃତ ଛାଡ଼ଖାଇ ଆଜି ପାଳନ କରୁଛନ୍ତି ଲୋକେ । ଧର୍ମମାସରେ ନିରାମିଷ ଭୋଜନ କରିଥିବା ଲୋକେ ବୁଧବାର ଆମିଷ ବଜାରରେ ଭିଡ଼ ଜମାଇଥିବାବେଳେ ବେପାର ଧୁମ ଜମୁଛି । ଆମିଷ ମାର୍କେଟରେ ଆଜି ହିଁ ଛାଡଖାଇର ଅସଲ ଭିଡ । ଗତକାଲି ଛାଡଖାଇ ଥିଲା । କିନ୍ତୁ ଗତକାଲି ମଙ୍ଗଳବାର ଥିବାରୁ ଅଧିକାଂଶ ଆମିଷ ପ୍ରିୟ ଲୋକ ଆଜି ମନ ପସନ୍ଦର ଆମିଷ ଘରକୁ କିଣି ନେଉଛନ୍ତି । ମାଛ, ମଟନ, ଚିକେନ, କଙ୍କଡା, ଚିଙ୍ଗୁଡି ସବୁଠି ଲୋକଙ୍କ ଭିଡ । ଦର ଟିକେ ଉଚ୍ଚା ଥିଲେ ସୁଦ୍ଧା ସେଥିପ୍ରତି ଗ୍ରାହକଙ୍କ ଧ୍ୟାନ ନାହିଁ । ଘରକୁ ଆମିଷ ନେଇ ଛାଡଖାଇ ପାଳିବାକୁ ବଜାରରେ ଜମିଛି ଲୋକଙ୍କ ଭିଡ଼ ।