spot_img
Home Blog Page 2503

ଠକିଦେଲା ବର, ଦିଅରକୁ ବାହା ହେଲେ ମହିଳା

କାନପୁର:  ବାହା ବେଦୀ ସଜା ହୋଇଥାଏ । ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ମଧ୍ୟ ଜମିଥାଏ । ଅନେକ ଅସୁମାରୀ ସ୍ୱପ୍ନ ନେଇ ବରର ଆସିବା ବାଟକୁ ଚାହିଁ ବସିଥାଏ ଯୁବତୀଟିଏ । ହେଲେ ଆସିଲାନି ବର ।  ବାହାଘର ପୂର୍ବରୁ ବରକୁ ଅଟକ ରଖିଲା ପୋଲିସ୍‌ ।  । ଶେଷରେ ବରର ଭାଇ ଅର୍ଥାତ୍‌ ଦିଅର ହେବାକୁ ଯାଉଥିବା ଯୁବକଙ୍କୁ ବାହା ହେବେ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଦିଲ୍ଲୀର ହମିରପୁର ଜିଲ୍ଲାରେ ।

ସୂଚନା ଅନୁସାରେ କାହ୍ନାଖେଡ଼ା ଗାଁ’ର ସୁରେନ୍ଦ୍ର ନାମକ ଜଣେ ୨୫ ବର୍ଷୀୟ ଯୁବକଙ୍କର ବିବାହ ନେଓ୍ୱଡ଼ା ଗାଁ’ର ଜଣେ ଯୁବତୀଙ୍କ ସହିତ ସ୍ଥିର ହୋଇଥିଲା । ବାହା ହେବାକୁ ବାଜା ବଜେଇ ଡିଜେର ତାଳେ ତାଳେ ନାଚି ପ୍ରସେସନ୍‌ ନେଇ ଆସିବା ବେଳେ ହଠାତ୍‌ ବର ନିକଟରେ ପହଞ୍ଚିଲା ପୋଲିସ୍‌ । କାରଣ ଉକ୍ତ ଯୁବକଙ୍କ ନାଁ’ରେ ଥାନାରେ ଲିଖିତ ଅଭିଯୋଗ ଆଣିଥିଲେ ପ୍ରେମିକା । ପ୍ରେମିକାକୁ ଠକି ଅନ୍ୟତ୍ର ବିବାହ କରିବାକୁ ଯାଉଥିଲେ ଯୁବକ ଜଣକ ।  ତେବେ ସୁରେନ୍ଦ୍ରଙ୍କୁ ପୋଲିସ ଉଠାଇ ନେବାପରେ ଗାଁ’ର ବରିଷ୍ଠ କିଛି ବ୍ୟକ୍ତି ଥାନାରେ ପହଞ୍ଚିଥିଲେ ଆପୋଷ ବୁଝାମଣା ପାଇଁ । ଏହା ବାଦ୍‌ ପୋଲିସ ତିନି ପରିବାରର ସଦସ୍ୟଙ୍କୁ ମଧ୍ୟ ଥାନାକୁ ଡାକିଥିଲା ।   ପଞ୍ଚାୟତର ନିଷ୍ପତ୍ତି ଅନୁସାରେ ଯୁବକ ଜଣକ ତାଙ୍କ ପ୍ରେମିକାଙ୍କୁ ବିବାହ କରିବେ ଏବଂ ଅନ୍ୟ ଯୁବତୀ ଜଣକ ସୁରେନ୍ଦ୍ରଙ୍କ ଭାଇଙ୍କୁ ବିବାହ କରିବେ ।

ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍ ପରେ କାହିଁକି କ୍ଷମା ମାଗିଲେ ଯୁବ କ୍ରିକେଟର୍ ରିଙ୍କୁ ସିଂହ

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଯୁବ କ୍ରିକେଟର ରିଙ୍କୁ ସିଂଙ୍କ ଆକ୍ରମଣାତ୍କକ ଖେଳ ପାଇଁ ସେ ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ବଡ଼ ବଡ଼ ସଟ ମାରି ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ରିଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟି-୨୦ରେ ଏକ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି ରିଙ୍କୁ । ଯଦିଓ ଟିମ ଇଣ୍ଡିଆ ଡିଏଲ ମେଥର୍ଡରେ ଏହି ମ୍ୟାଚଟି ହାରି ଯାଇଛି ତଥାପି ରିଙ୍କୁଙ୍କ ଦମଦାର ଇନିଂସ ସମସ୍ତଙ୍କ ବେଶ ମନେ ରହିବ । ତେବେ ଏହି ମ୍ୟାଚରେ ଏକ ଛକା ମାରିବାବେଳେ ମିଡିଆ ଗ୍ୟାଲେରୀରେ ଥିବା ଝକରାର କାଚ ଭାଙ୍ଗି ଦେଇଥିଲା । ମାତ୍ର ଏକଥା ରିଙ୍କୁଙ୍କୁ ଜଣା ନଥିଲା । ତେବେ ପରେ ଯେତେବେଳେ ସେ ଏହି କଥା ଜାଣିଥିଲେ ସେ କ୍ଷମା ମାଗିଥିବା ଦେଖିବାକୁ ମିଳିଥିଲା ।

୩୯ ଟି ବଲରେ ରିଙ୍କୁ ସିଂ ଅପରାଜିତ ୬୮ ରନ୍ ସଂଗ୍ରହ କରିଥିଲେ। ସେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ୭୦ ରନର ଭାଗିଦାରୀ କରିଥିଲେ। ରିଙ୍କୁ ଏବଂ ରବିନ୍ଦ୍ର ଜାଡେଜାଙ୍କ ମଧ୍ୟରେ ୩୮ ରନର ଭାଗିଦାରୀ ହୋଇଥିଲା | ବିସିସିଆଇ ସୋସିଆଲ ମିଡିଆ ଟ୍ବିଟର (ଏକ୍ସ)ରେ ଏକ ଭିଡିଓ ଅପଲୋଡ୍ କରିଛି ଯେଉଁଥିରେ ରିଙ୍କୁ ସିଂ ଏକ ସାକ୍ଷାତକାର ଦେଉଥିବାର ନଜର ଆସିଛନ୍ତି। ଗ୍ଲାସ ଭାଙ୍ଗିବା ପ୍ରଶ୍ନରେ ରିଙ୍କୁ ସିଂ କହିଛନ୍ତି ଯେ ମୁଁ ଜାଣେ ନାହିଁ ଯେ ଏହା ଘଟିଛି, ମୁଁ ତୁମଠାରୁ ଏହା ଜାଣିଛି। ଏଥିପାଇଁ ମୁଁ ଦୁଃଖିତ । 

ଫେବୃୟାରୀ ୨୦ରୁ ମାଟ୍ରିକ ପରୀକ୍ଷା

କଟକ: ଚଳିତ ବର୍ଷ  ଫେବୃୟାରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା  । ୨୦ରେ ସାହିତ୍ୟ ପରୀକ୍ଷା ରହିଥିବାବେଳେ ଫେବୃୟାରୀ ୨୩ ଇଂରାଜୀ, ୨୬ରେ ଗଣିତ, ୨୮ରେ ହିନ୍ଦୀ/ ସଂସ୍କୃତ ଏବଂ ମାର୍ଚ୍ଚ ୨ରେ ବିଜ୍ଞାନଓ ୪ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ ।

ଦଶମ ବୋର୍ଡ ପରୀକ୍ଷା ନେଇ ପ୍ରେସମିଟ୍
ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ସୂଚୀ ଘୋଷଣା
୫ଲକ୍ଷ ୫୧ହଜାର ୬୫୧ଜଣ ଫର୍ମ ଫିଲ୍-ଅପ୍ କରିଛନ୍ତି
ପରୀକ୍ଷା ତଦାରଖ ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ ବ୍ୟବସ୍ଥା
ସବୁ ନୋଡାଲ ଓ ପରୀକ୍ଷା କେନ୍ଦ୍ରରେ ରହିବ ସିସିଟିଭି
ଓ୍ୱେବ ଟେଲିକାଷ୍ଟିଂ କରିବା ଯୋଜନା କରାଯାଉଛି
AI ଜରିଆରେ ପରିଚାଳନା ତ୍ରୁଟି ଜାଣିବାକୁ ବ୍ୟବସ୍ଥା

୬ମାର୍ଚ୍ଚରୁ ନବମ ପରୀକ୍ଷା
୬ମାର୍ଚ୍ଚରୁ ୧୫ମାର୍ଚ୍ଚ ଯାଏ ଚାଲିବ ନବମ ପରୀକ୍ଷା
ବୋର୍ଡରୁ ସ୍କୁଲକୁ ଯିବନି ପ୍ରଶ୍ନପତ୍ର, ହାଇଟେକ୍ ହେବ
ନବମ ଶ୍ରେଣୀ ପ୍ରଶ୍ନ ଅନଲାଇନରେ ଦିଆଯିବ
୨ଘଣ୍ଟା ପୂର୍ବରୁ ପ୍ରଶ୍ନ ଡାଉନଲୋଡ୍ କରିବେ ସମ୍ପୃକ୍ତ ସ୍କୁଲ
ଡାଉନଲୋଡ ପରେ ପ୍ରଶ୍ନପତ୍ର ପ୍ରିଣ୍ଟ କରି ଛାତ୍ରଛାତ୍ରୀଙ୍କୁ ଦେବେ

‘ଲୋକସଭାକୁ ବାଚସ୍ପତିଙ୍କ ଆଶ୍ୱାସନା, ଏହା ସାଧାରଣ ଧୂଆଁ ଚିନ୍ତାର କୌଣସି କାରଣ ନାହିଁ’

ନୂଆଦିଲ୍ଲୀ: ସଂସଦ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ଲୋକସଭାକୁ ବାଚସ୍ପତି ଓମ୍ ବିର୍ଲାଙ୍କ ଆଶ୍ୱାସନା । ଯେତେବେଳେ ଗୃହ ପୁନଃ ଆରମ୍ଭ ହୋଇଥିଲା ତ୍ରୁଟିକୁ ନେଇ ସମସ୍ତ ସାଂସଦଙ୍କୁ ଆଶ୍ୱାସନା ଦେଇଛନ୍ତି ବାଚସ୍ପତି । ସେ କହିଛନ୍ତି, ବର୍ତ୍ତମାନ କୌଣସି ଚିନ୍ତାର କାରଣ ନାହିଁ । ଏହା ହେଉଛି ସାଧାରଣ ଧୂଆଁ। ଏହି ଘଟଣାର ପ୍ରାଥମିକ ତଦନ୍ତ ଚାଲିଛି। ତଦନ୍ତ ଶେଷ ହେବା ପରେ ଗୃହରେ ସମସ୍ତଙ୍କୁ ଅବଗତ କରାଯିବ ବୋଲି ବାଚସ୍ପତି କହିଛନ୍ତି ।

ଦର୍ଶକ ଗ୍ୟାଲେରୀରୁ ଚାମ୍ବରକୁ ଡେଇଁଥିବା ଦୁଇ ଜଣଙ୍କୁ  ଗିରଫ କରାଯାଇଛି। ଏହାସହ ସଂସଦ ବାହାରୁ ଆଉ ଦୁଇ ଅଭିଜ୍ଞଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଧରାପଡିଥିବା ଅଭିଯୁକ୍ତଙ୍କ ଠାରୁ ସମସ୍ତ ସାମଗ୍ରୀ ଜବତ କରାଯାଇଛି ବୋଲି ବାଚସ୍ପତି ଓମ୍ ବିର୍ଲା ଗୃହରେ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ସଂସଦ ଅଧିବେଶନ ଚାଲିଥିବାବେଳେ ସୁରକ୍ଷାରେ ଗୁରୁତର ତ୍ରୁଟି ଦେଖିବାକୁ ମିଳିଥିଲା । ଲୋକସଭା ଗ୍ୟାଲେରୀରୁ ଚାମ୍ବରକୁ ଡେଇଁଥିଲେ ଦୁଇ ଯୁବକ। ଘଟଣାର ଗୁରୁତ୍ୱ ସହ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକସଭା ବାଚସ୍ପତି ଓମ ବିର୍ଲା । ଭିତରେ ହଙ୍ଗାମା କରିଥିବା  ଦୁଇଜଣ ବ୍ୟକ୍ତି ହେଲେ ୪୨ ବର୍ଷ ବୟସ୍କ ନୀଲମ ଓ ୨୫ ବର୍ଷ ଅନମୋଲ ସିନ୍ଧୁ। ଏହି କାଣ୍ଡ ଘଟାଉଥିବା ବେଳେ ସେମାନେ ତାନାଶାହୀ ନେହିଁ ଚଲେଗା ନାରା ଦେଇଥିଲେ ।

ନବଜାତକକୁ ବୋରୱେଲରେ କିଏ ଫୋପାଡିଥିଲା? ନିଜ ଆଡୁ ମାମଲା ରୁଜୁ କଲା ପୋଲିସ, ଖୋଳତାଡ଼ ଆରମ୍ଭ

ରେଙ୍ଗାଲୀ: କିଏ ସେ ନିର୍ଦ୍ଦୟୀ, କିଏ ସେ ନୃଶଂସ ? ନବଜାତକକୁ କିଏ ବୋରଓ୍ବେଲରେ ଫିଙ୍ଗିଥିଲା ତାକୁ ନେଇ ଆରମ୍ଭ ହୋଇଛି ତନାଘନା । ଶିଶୁ କନ୍ୟାକୁ ହତ୍ୟା ଉଦ୍ୟମ କରିଥିବା ଅଜଣା ଅଭିଯୁକ୍ତ ବିରୋଧରେ ରେଙ୍ଗାଲୀ ଥାନାରେ ନିଜ ଆଡୁ ମାମଲା ରୁଜୁ କରିଛି ପୋଲିସ । IPC 307 ଦଫାରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଗାଁ ଲୋକଙ୍କୁ ପଚରାଉଚରା ପରେ ଛାନଭିନ ଆରମ୍ଭ ହେବ ବୋଲି ସମ୍ବଲପୁର ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । ସମ୍ବଲପୁର ଏସପିଙ୍କ ନିର୍ଦ୍ଦେଶରେ ଚାଲିଛି ଖୋଳତାଡ । ଏଭଳି ଘଟଣାକୁ ଯେତେ ସମାଲୋଚନା, ନିନ୍ଦା କଲେ ବି କମ୍ ପଡ଼ିଯିବ । ଶିଶୁଟି କନ୍ୟା ହୋଇଥିବା ବେଳେ ଶିଶୁଟିର ବାପାମାଆଙ୍କ ପରିଚୟ ମିଳିପାରିନି । କିଏ ଏଭଳି ପଶୁ ଭଳି କାମ କରିଛି ତାହା ମଧ୍ୟ ଅସ୍ପଷ୍ଟ ରହିଛି ।

ଅଧିକ ପଢନ୍ତୁ:- କିଭଳି ରହିଛି ବୋରୱେଲରୁ ଉଦ୍ଧାର ନବଜାତ ଶିଶୁ କନ୍ୟାର ସ୍ୱାସ୍ଥ୍ୟବସ୍ଥା, ଜାଣନ୍ତୁ…

୫୦ ବର୍ଷ ତଳେ ଖୋଳା ଯାଇଥିଲା ବୋରଓ୍ବେଲ । ୨୫ ବର୍ଷ ହେଲା ପରିତ୍ୟକ୍ତ ଅବସ୍ଥାରେ ଥିଲା ବୋରଓ୍ବେଲ । ରେଙ୍ଗାଲି ଅଞ୍ଚଳର ଶ୍ରୀରାମ ଅଗ୍ରୱାଲ କାଜୁ ଫିଲ୍ଡ ପାଇଁ ଖୋଲିଥିଲେ ବୋରଓ୍ବେଲ । ଅବୈଧ ସମ୍ପର୍କରୁ ଶିଶୁକନ୍ୟା ଜନ୍ମ ହେବା ପରେ ଶିଶୁ କନ୍ୟାକୁ ମାରିବା ପାଇଁ କେହି ବୋରଓ୍ବେଲ ପାଇପ ଭିତରେ ପକାଇ ଦେଇଥିବା ସନ୍ଦେହ କରାଯାଉଛି । କେହି ଜାଣିଦେବା ଭୟରେ ବୋରଓ୍ବେଲ ଉପରେ ପଥରକୁ ଘୋଡାଇ ଦିଆଯାଇଥିଲା । ହେଲେ ଶିଶୁ କନ୍ୟାଟି କାନ୍ଦିବା ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ ।

ଖବର ପାଇବା କ୍ଷଣି ପୋଲିସ, ବ୍ଲକ ପ୍ରଶାସନ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ । ୩ଟି ଜେସିବି ସହାୟତାରେ ସମାନ୍ତରାଳ ଗାତ ଖୋଳିବା ଆରମ୍ଭ ହୋଇଥିଲା । ଡାକ୍ତରୀ ଦଳ ପହଞ୍ଚି ନବଜାତକର ପାଖକୁ ଅକ୍ସିଜେନ ପାଇପ ପଠାଇଥିଲେ । ତୁରନ୍ତ ଝାରସୁଗୁଡ଼ାରୁ ଓଡ୍ରାଫ ଟିମ୍ ଯାଇ ରେସ୍କ୍ୟୁ ଅପରେସନରେ ସାମିଲ ହୋଇଥିଲା । ଗାତ ଖୋଳି ପାଇପ ନିକଟରେ ପହଞ୍ଚିଥିଲା ଉଦ୍ଧାରକାରୀ ଦଳ। ପରେ ଭୁବନେଶ୍ବରରୁ ବିମାନ ଯୋଗେ ଭିକ୍ଟିମ ଲୋକେସନ କ୍ୟାମେରା ପଠାଯାଇଥିଲା। ଶିଶୁଟି ଉପରେ ନଜର ରଖିଥିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ। ଏଡିଏମ, ଉପଜିଲ୍ଲାପାଳ, ଏସପିଙ୍କ ସହ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ରହି ରେସ୍କ୍ୟୁ ଅପରେସନର ତଦାରଖ କରିଥିଲେ। ଶେଷରେ ୮ ଘଣ୍ଟାର ମାରାଥନ ଅପରେସନ ପରେ ସଫଳତା ମିଳିବା ସହ ଶିଶୁକନ୍ୟାଟିକୁ ଜୀବନ୍ତ ଭାବେ ଉଦ୍ଧାର କରାଯାଇଥିଲା ।

ହଟ୍ ଡଗ୍ ବିକୁଛନ୍ତି କମେଡିଆନ୍ ସୁନିଲ ଗ୍ରୋଭର

0

ମୁମ୍ବାଇ: କେବେ ଗୁଥି ତ କେବେ ଡାକ୍ତର ମଶହୁର ଗୁଲାଟି ଭାବରେ ଅଭିନୟ କରି ସୁନିଲ ଗ୍ରୋଭର ଦର୍ଶକଙ୍କୁ ଖୁବ୍ ହସାଇଛନ୍ତି । କପିଲ ଶର୍ମାଙ୍କ କମେଡ଼ି ଶୋ’ରେ ସେ ମାହୋଲକୁ ଖୁବ୍ ମଜାଦାର କରିଥିଲେ । କିନ୍ତୁ ଏକ ବିବାଦ ପରଠାରୁ ସୁନିଲ ଗ୍ରୋଭରଙ୍କୁ ଆଉ ଶୋ’ରେ ଦେଖିବାକୁ ମିଳିନଥିଲା । ଦୀର୍ଘ ଦିନ ହେବ ଦର୍ଶକ ଉଭୟଙ୍କୁ ପରଦାରେ ଏକା ସାଙ୍ଗରେ ଦେଖିବାକୁ ଅପେକ୍ଷର କରି ବସିଥିଲେ । ସୂଚନା ଅନୁସାରେ ଏବେ ଦର୍ଶକଙ୍କର ଏକ ଏହି ଆଶା ଖୁବଶୀଘ୍ର ପୂରଣ ହେବାକୁ ଯାଉଛି । ଉଭୟଙ୍କୁ ନେଟଫ୍ଲିକ୍ସରେ ଏକା ସାଙ୍ଗରେ ଦେଖିବାର ସୁଯୋଗ ପାଇବେ ଦର୍ଶକ । ଏହା ମଧ୍ୟରେ ସୁନିଲ ଗ୍ରୋଭରଙ୍କର ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ସେ ହଟ୍ ଡଗ୍ ବିକ୍ରି କରୁଥିବାର ଦେଖିବାକୁ ମିଳିଛି । ତେବେ ଏଭଳି ଏକ ଘଟଣା ସୁନିଲଙ୍କ ପାଇଁ ନୂଆ ନୁହେଁ ଏହା ପୂର୍ବରୁ ମଧ୍ୟ ତାଙ୍କୁ ଏଭଳି କିଛି କରୁଥିବାର ଦେଖିବାକୁ ମିଳିଥିଲା ।

https://www.instagram.com/reel/C0v_TwmrbNq/?utm_source=ig_web_copy_link

ସୁନିଲ ତାଙ୍କ ଅଫିସିଆଲ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡ଼ିଓ ଶେୟାର କରିଛନ୍ତି । ସେଥିରେ ସେ ରାସ୍ତା କଡ଼ରେ ହଟ୍ ଡଗ୍ ବିକ୍ରି କରୁଥିବାର ଦେଖିବାକୁ ମିଳିଛି । ଏକ ବଡ଼ ତାଓ୍ୱାରେ ବ୍ରେଡ୍ ସେକୁଥିବାର ଦେଖିବାକୁ ମିଳିଛି । ଭିଡ଼ିଓରେ ତାଙ୍କୁ ପାଉଁଶିଆ ରଙ୍ଗର ଜ୍ୟାକେଟ୍ ଏବଂ କଳା ରଙ୍ଗର ପ୍ୟାଣ୍ଟ୍ ପିନ୍ଧିଥିବାର ଦେଖିବାକୁ ମିଳିଛି ?

ତେବେ ସୁନିଲ ବେଳେ ବଳେ ଦର୍ଶକଙ୍କୁ ହସାଇବା ପାଇଁ ହେଉ ବା ତାଙ୍କ ଧ୍ୟାନ ଆକର୍ଷଣ ପାଇଁ ଏହିଭଳି କାମ କରନ୍ତି । ଏମିତି କି ତାଙ୍କୁ ପରିବା ବିକ୍ରି କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।

ଗାଜାକୁ ନେଇ ଇସ୍ରାଏଲ ଉପରେ ବର୍ଷୁଥିଲେ ତୁର୍କୀ ସାଂସଦ, ଅଚାନକ ଟଳିପଡିଲେ; ଭିଡ଼ିଓ ଭାଇରାଲ୍

ତୁର୍କୀ: ଉଦବୋଧନ ଦେବାବେଳେ ସଂସଦ ଭିତରେ ତଳେ ପଡିଗଲେ ସାଂସଦ। ଇସ୍ରାଏଲ-ଗାଜା ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା ବେଳେ ନିଜ ମତ ରଖୁଥିଲେ ସାଂସଦ ହାସନ ବିତମେଜ। ଇସ୍ରାଏଲ ଭଗବାନଙ୍କ କୋପର ଶିକାର ହେବ ବୋଲି କହିବାବେଳେ ତଳେ ପଡିଯାଇଥିଲେ ସାଂସଦ।

ତୁର୍କୀର ଗ୍ରାଣ୍ଡ ନ୍ୟାସନାଲ ଆସେମ୍ବ୍ଲିରେ ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା ଚାଲିଥିଲା । ଆଲୋଚନାର ଲାଇଭ ବ୍ରଡକାଷ୍ଟ ବି ଚାଲିଥିଲା । ତେବେ ଆଲୋଚନାରେ ଭାଗ ନେବାବେଳେ ୫୩ ବର୍ଷ ବୟସ୍କ ବିତମେଜ ହଠାତ୍ ପଡିଯାଇଥିଲେ। ସେ ମଧୁମେହରେ ପୀଡ଼ିତ ଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲର ନିଆଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ରହିଛି। ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା ବେଳେ ବିତମେଜ ତାଙ୍କୁ ହୃଦଘାତ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ।

ବିଜେପି ସାଂସଦ ପ୍ରତାପ ସିହ୍ନାଙ୍କ ପାସ୍ ରେ ଲୋକସଭା ଆସିଥିଲେ ଅଭିଯୁକ୍ତ

ନୂଆଦିଲ୍ଲୀ: ଦର୍ଶକ ଗ୍ୟାଲେରିରୁ ଲୋକସଭା ମଧ୍ୟକୁ ଡେଇଁଥିବା ବ୍ୟକ୍ତିମାନେ କାହାଠାରୁ ପାସ୍ ନେଇ ଆସିଥିଲେ ତାହା ଜଣାପଡ଼ିଛି। ମିଳୁଥିବା ପ୍ରାଥମିକ ସୂଚନା ଅନୁସାରେ କର୍ଣ୍ଣାଟକରୁ ବିଜେପି ସାଂସଦ ପ୍ରତାପ ସିହ୍ନାଙ୍କ ପାସରେ ସେମାନେ ଲୋକସଭାକୁ ଆସିଥିଲେ। ମହୀଶୂର କୋଡାଗୁ ଲୋକସଭା ଆସନରୁ ପ୍ରତିନିଧିତ୍ୱ କରନ୍ତି ପ୍ରତାପ। ସେମାନେ ହାତରେ ଛୋଟ ଗ୍ୟାସ କଣ୍ଟେନର ଧରିଥିଲେ ।

ସୂଚନାଯୋଗ୍ୟ ଯେ, ସଂସଦ ଉପରେ ଆକ୍ରମଣର ୨୨ ବର୍ଷ ପୂର୍ତ୍ତି ଦିବସରେ ବୁଧବାର ବଡ଼ ଧରଣର ସୁରକ୍ଷାଗତ ତ୍ରୁଟି ପରିଲକ୍ଷିତ ହୋଇଛି। ଦୁଇ ଜଣ ଯୁବକ ଦର୍ଶକ ଗ୍ୟାଲେରିରୁ ଅଚାନକ ଲୋକସଭା ମଧ୍ୟକୁ ଡେଇଁପଡ଼ିଥିଲେ। ଉଭୟ ଗୃହ ମଧ୍ୟଭାଗକୁ ଯିବା ବେଳେ ସେମାନଙ୍କୁ କିଛି ସାଂସଦ କାବୁ କରିଥିଲେ। ଏହି ଘଟଣା ଘଟିବା ବେଳେ ଗୃହରେ ଆଲୋଚନା ଚାଲୁଥିଲା। ପଶ୍ଚିମ ବଙ୍ଗରୁ ବିଜେପି ସାଂସଦ ସ୍ୱଗେନ ମୁର୍ମୁ ନିଜ କଥା ଗୃହରେ ରଖୁଥିଲେ। ଅଚାନକ ଘଟିଥିବା ଏହି ଘଟଣାରେ ସମସ୍ତେ ଚକିତ ହୋଇ ପଡ଼ିଥିଲେ। ଗୃହ ମାଇକରୁ ଶୁଣିବାକୁ ମିଳିଥିଲା ଯେ,କେହି ଦର୍ଶକ ଗ୍ୟାଲେରିରୁ ଖସି ପଡ଼ିଛନ୍ତି।

ଏହା ପରେ .. ଧର.. ଧରର ସ୍ୱର ଶୁଣିବାକୁ ମିଳିଥିଲା । ଗୃହମଧ୍ଯରେ ଦୌଡୁଥିବା ବେଳେ ଯୁବକଙ୍କୁ କିଛି ସାଂସଦ କାବୁ କରିଥିଲେ । ଯୁବକଙ୍କର ନାମ ସାଗର । ଅନ୍ୟପକ୍ଷରେ ସଂସଦ ବାହାରେ ମଧ୍ଯ ବିରୋଧ ପ୍ରଦର୍ଶନ କରୁଥିବା ଦୁଇଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ମଧ୍ଯରେ ଜଣେ ଯୁବତୀ ଅଛନ୍ତି । ସେମାନେଙ୍କର ନାମ ହେଉଛି ଅମୋଲ ସିନ୍ଦେ ଓ ନିଲମ । ଉଭୟ ସ୍ମୋକ୍ ବମ୍ ରଖିଥିଲେ ଓ ସେଥିରୁ ହଳଦିଆ ରଙ୍ଗର ଧୂଆଁ ବାହାରୁଥିଲା । ଅଭିଯୁକ୍ତଙ୍କୁ ସଂସଦ ମାର୍ଗ ଥାନାକୁ ନିଆଯାଇଛି । ସେଠାରେ ସେମାନଙ୍କୁ ପଚରାଉଚରା କରାଯାଉଛି ।

ଏହି ଘଟଣାକୁ ବିରାଟ ସୁରକ୍ଷାଗତ ତ୍ରୁଟି ବୋଲି କୁହାଯାଉଥିବା ବେଲେ ସାଂସଦ ଅଭିଯୋଗ କରିଛନ୍ତି ଯେ, ଯୁବକ ଦୁଇଜଣଙ୍କୁ ଧରିବା ସମୟରେ ସୁରକ୍ଷାକର୍ମୀଙ୍କ ଚିହ୍ନବର୍ଣ୍ଣ ନଥିଲା । ସାଂସଦ ମାନେ ମେଳିକରି ଏହି ଯୁବକଦ୍ୱୟଙ୍କୁ ଧରିଥିଲେ ।

ଦର୍ଶକ ଗ୍ୟାଲେରିରୁ ଲୋକସଭାକୁ ଡେଇଁଲେ ଦୁଇ ଯୁବକ, କାବୁ କଲେ ସାଂସଦ

ନୂଆଦିଲ୍ଲୀ : ସଂସଦ ଉପରେ ଆକ୍ରମଣର ୨୨ ବର୍ଷ ପୂର୍ତ୍ତି ଦିବସରେ ବୁଧବାର ବଡ଼ ଧରଣର ସୁରକ୍ଷାଗତ ତ୍ରୁଟି ପରିଲକ୍ଷିତ ହୋଇଛି। ଦୁଇ ଜଣ ଯୁବକ ଦର୍ଶକ ଗ୍ୟାଲେରିରୁ ଅଚାନକ ଲୋକସଭା ମଧ୍ୟକୁ ଡେଇଁ ପଡ଼ିଥିଲେ। ଉଭୟ ଗୃହ ମଧ୍ୟଭାଗକୁ ଯିବା ବେଳେ ସେମାନଙ୍କୁ କିଛି ସାଂସଦ କାବୁ କରିଥିଲେ। ଏହି ଘଟଣା ଘଟିବା ବେଳେ ଗୃହରେ ଆଲୋଚନା ଚାଲୁଥିଲା।

ପଶ୍ଚିମବଙ୍ଗରୁ ବିଜେପି ସାଂସଦ ସ୍ୱଗେନ ମୁର୍ମୁ ନିଜ କଥା ଗୃହରେ ରଖୁଥିଲେ। ଅଚାନକ ଘଟିଥିବା ଏହି ଘଟଣାରେ ସମସ୍ତେ ଚକିତ ହୋଇ ପଡ଼ିଥିଲେ। ଗୃହ ମାଇକରୁ ଶୁଣିବାକୁ ମିଳିଥିଲା ଯେ, କେହି ଦର୍ଶକ ଗ୍ୟାଲେରିରୁ ଖସି ପଡ଼ିଛନ୍ତି। ଏହା ପରେ .. ଧର.. ଧରର ସ୍ୱର ଶୁଣିବାକୁ ମିଳିଥିଲା। ଗୃହ ମଧ୍ଯରେ ଦୌଡୁଥିବା ବେଳେ ଯୁବକଙ୍କୁ କିଛି ସାଂସଦ କାବୁ କରିଥିଲେ। ଯୁବକଙ୍କର ନାମ ସାଗର ବୋଲି ଜଣାପଡିଛି ।

ଅନ୍ୟପକ୍ଷରେ ସଂସଦ ବାହାରେ ମଧ୍ଯ ବିରୋଧ ପ୍ରଦର୍ଶନ କରୁଥିବା ଦୁଇଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ମଧ୍ଯରେ ଜଣେ ଯୁବତୀ ଅଛନ୍ତି । ସେମାନଙ୍କର ନାମ ହେଉଛି ଅମୋଲ ସିନ୍ଦେ ଓ ନିଲମ । ଉଭୟ ସ୍ମୋକ୍ ବମ୍ ରଖିଥିଲେ ଓ ସେଥିରୁ ହଳଦିଆ ରଙ୍ଗର ଧୂଆଁ ବାହାରୁଥିଲା। ଅଭିଯୁକ୍ତଙ୍କୁ ସଂସଦ ମାର୍ଗ ଥାନାକୁ ନିଆଯାଇଛି । ସେଠାରେ ସେମାନଙ୍କୁ ପଚରାଉଚରା କରାଯାଉଛି ।

ଏହି ଘଟଣାକୁ ବିରାଟ ସୁରକ୍ଷାଗତ ତ୍ରୁଟି ବୋଲି କୁହାଯାଉଥିବା ବେଲେ ସାଂସଦ ଅଭିଯୋଗ କରିଛନ୍ତି ଯେ, ଯୁବକ ଦୁଇଜଣଙ୍କୁ ଧରିବା ସମୟରେ ସୁରକ୍ଷାକର୍ମୀଙ୍କ ଚିହ୍ନବର୍ଣ୍ଣ ନଥିଲା । ସାଂସଦ ମାନେ ମେଳିକରି ଏହି ଯୁବକ ଦ୍ୱୟଙ୍କୁ ଧରିଥିଲେ ।

ସଂସଦ ସୁରକ୍ଷାରେ ତ୍ରୁଟି, ଜାଣନ୍ତୁ ଏନେଇ କ’ଣ କହିଲେ ଓଡ଼ିଆ ସାଂସଦ?

ନୂଆଦିଲ୍ଲୀ: ସଂସଦ ଅଧିବେଶନ ଚାଲିଥିବାବେଳେ ସୁରକ୍ଷା ବ୍ୟବସ୍ଥାରେ ବଡ଼ଧରଣର ତ୍ରୁଟି। ଲୋକସଭା ଗ୍ୟାଲେରୀରୁ ଚାମ୍ବରକୁ ଡେଇଁଲେ ଦୁଇ ବ୍ୟକ୍ତି। ସଂସଦ ଆକ୍ରମଣର ୨୨ ତମ ବାର୍ଷିକୀରେ ଘଟିଛି ଅଘଟଣ। ଏହି ଘଟଣା ପରେ ଲୋକସଭାକୁ ମୁଲତବୀ ଘୋଷଣା କରାଯାଇଛି। ଜାଣନ୍ତୁ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ନେଇ ଓଡ଼ିଆ ସାଂସଦ ମାନେ କ’ଣ କହିଛନ୍ତି…

କେଉଁ ସାଂସଦଙ୍କ ପାସ୍‌ରେ ସଂସଦ ଭିତରକୁ ପ୍ରବେଶ କଲେ ସମ୍ପୃକ୍ତ ଯୁବକ ମାନେ, ତାହା ତଦନ୍ତ ସାପେକ୍ଷ। କଡ଼ାକଡି ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଏଭଳି ଅଘଟଣ କାହିଁକି ଘଟିଲା । ସୁରକ୍ଷାରେ ମେଟାଲ୍ ଡିଟେକ୍ଟର ଥାଇ ମଧ୍ୟ କିଭଳି ଜଣାପଡିଲାନାହିଁ। ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରାଯିବା ନେଇ ପ୍ରକାଶ କରିଛନ୍ତି ବିଜେପି ସାଂସଦ ସୁରେଶ ପୂଜାରୀ।

ଆଜିର ଦିନରେ ଏଭଳି ଘଟଣା ଘଟିବା ଆଦୌ ସମୀଚିନ ନୁହେଁ। ଦର୍ଶକ ଗ୍ୟାଲେରିରୁ ଡେଇଁଥିଲେ ଦୁଇ ଯୁବକ। ପରେ ତାଙ୍କୁ କାବୁ କରାଯାଇଥିଲା। ସେମାନେ କଲର ସ୍ପ୍ରେ ମାରି ବୋଧହୁଏ ଖସିଯିବାକୁ ପ୍ଲାନ କରୁଥିଲେ କିନ୍ତୁ ଧରା ପଡିଗଲେ। ଘଟଣାକୁ ଦୁର୍ଭାଗ୍ୟଜନକ କହିଲେ ଢେଙ୍କାନାଳ ସାଂସଦ ମହେଶ ସାହୁ।

‘ପ୍ରଥମେ ଜଣେ ଡେଇଁଲା ତା’ ପରେ ଆଉ ଜଣେ, ଗୃହ ଭିତରେ ଏପରି ବିଲକୁଲ ଘଟିବା କଥା ନୁହେଁ’। ଗୃହ ମଧ୍ୟକୁ ଦୁଇ ଯୁବକ ଡେଇଁବା ପରେ ପାଖରେ ଥିବା କିଛି ଜିନିଷକୁ ଅଚାନକ ଖୋଲିଥିଲେ, ଯାହା ପରେ ସାରା ପରିବେଶ ଧୂଆଁମୟ ହୋଇପଡିଥିଲା। ପରବର୍ତ୍ତୀ ସମୟରେ ଗୃହକୁ ମୁଲତବି କରାଯାଇଥିଲା ବୋଲି କହିଛନ୍ତି ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ।

ଉଲ୍ଲେଖଯୋଗ୍ୟ, ଭିଜିଟର୍ସ ଗ୍ୟାଲେରିରୁ ଜଣେ ଯୁବକ ଲମ୍ଫ ପ୍ରଦାନ କରୁଥିବା ସମୟରେ ବିଜେପି ସାଂସଦ ଖାର୍ଗେନ ମୁର୍ମୁ ଭାଷଣ ଦେଉଥିଲେ । ଡେଇଁଥିବା ଯୁବକଙ୍କ ମଧ୍ୟରୁ ଜଣେ ଗାଢ ନୀଳ ସାର୍ଟ ପିନ୍ଧିଥିବା ଦେଖାଯାଉଛି । କିଛିଦିନ ତଳେ ଶିଖସ ଫର ଜଷ୍ଟିସ ନେତା ଗୁରୁ ପତଓ୍ବନ୍ତ ସିଂ ପନ୍ନୁର ସଂସଦ ଭବନ ଆକ୍ରମଣ ଲାଗି ଧମକ ଦେଇଥିଲେ। ଡେଇଁଥିବା ବ୍ୟକ୍ତି ହଳଦିଆ ଗ୍ୟାସ ପ୍ରୟୋଗ କରିଥିବା ସୂଚନା ମିଳିଛି । ଏହି କାଣ୍ଡ ଘଟାଉଥିବାବେଳେ ସେମାନେ କିଛି ସ୍ଲୋଗାନ ଦେଉଥିବା ଜଣାଯାଇଛି । ଏହି ଦୁଇ ବ୍ୟକ୍ତି ଜୋତା ଭିତରେ କିଛି ଲୁଚାଇ ରଖିଥିବା ବେଳେ ଗୃହ ଭିତର ଧୂଆଁମୟ ହୋଇପଡିଥିଲା । ତେବେ ଦୁଇ ଜଣଙ୍କୁ କାବୁ କରିଛନ୍ତି ସୁରକ୍ଷା କର୍ମୀ ।