spot_img
Home Blog Page 2518

କହ୍ନେୟାଲାଲଙ୍କ ପରି PFI ନାଁରେ ଆଉ ଜଣଙ୍କୁ ଆସିଲା ହତ୍ୟା ଧମକ

 ଜୟପୁର: ଟେଲରଙ୍କୁ ମିଳିଲା ହତ୍ୟା ଧମକ । PFI ନାଁରେ ଆସିଲା ହତ୍ୟା ଏବଂ ବମରେ ଉଡାଇଦେବାର ଧମକ । ରାଜସ୍ଥାନ ଅଲୱାର ଜିଲ୍ଲାର ଚିକାନି ସହରରେ ଏକ ଟେଲର ଦୋକାନ ଚଳାଉଥିବା ସୋହାନଲାଲ ଜାଟବଙ୍କୁ ଏମିତି ହତ୍ୟା ଆଶଙ୍କା ରହିଛି। ସୋହାନଲାଲଙ୍କୁ ୧୩ ଦିନ ପୂର୍ବରୁ ପୋଷ୍ଟ ମାଧ୍ୟମରେ ଏହି ଧମକପୂର୍ଣ୍ଣ ଚିଠି ମିଳିଥିଲା। ଏହା ପରେ ବ୍ୟକ୍ତି ଜଣଙ୍କ ଶନିବାର ସଦର ପୋଲିସ ଷ୍ଟେସନରେ ଏକ ରିପୋର୍ଟ ଦାଖଲ କରିଛନ୍ତି। ସଦର ପୋଲିସ ଷ୍ଟେସନ ଏହି ଘଟଣାର ତଦନ୍ତ କରୁଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।

 

ଅଲୱାର ସଦର ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ଦୀନେଶ ମୀନାଙ୍କ କହିବାନୁସାରେ, ପିଏଫ୍ଆଇ ନାମରେ ପୋଷ୍ଟ ମାଧ୍ୟମରେ ସୋହାନଲାଲ ଜାଟଭଙ୍କୁ ଏକ ଧମକପୂର୍ଣ୍ଣ ଚିଠି ଆସିଛି। ଡିସେମ୍ବର ୩୧ ସୁଦ୍ଧା ଦୋକାନ ଖାଲି କରିବାକୁ ଟେଲରଙ୍କୁ କୁହାଯାଇଛି । 

 

ଚିଠିରେ ଲେଖା ଯାଇଛି ଯେ,  ଏହି ଦୋକାନର ଉଚିତ ମୂଲ୍ୟ ନେଇ ଦୋକାନ ଖାଲି କର । ଯଦି ଖାଲି ନ କରିବ ତାହାଲେ ଜାଣିବ ମୁଁ କିଏ । ମୁଁ ତମକୁ ୩୧ ଡିସେମ୍ବର ଯାଏ ସମୟ ଦେଉଛି ।

ନ ହେଲେ ରାତିକରେ ମୁଁ ବୋମା ପକାଇ ସବୁ ଉଡାଇଦେବି ।

 

ସୂଚନା ଅନୁସାରେ, ଗତ ଦୁଇ ବର୍ଷ ପୂର୍ବେ ଉଦୟପୁରରେ ଟେଲର କହ୍ନେୟାଲାଲଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହା କେବଳ ରାଜସ୍ଥାନ ନୁହେଁ ସମଗ୍ର ଦେଶକୁ ଥରାଇ ଦେଇଥିଲା। ଏହି ହତ୍ୟାକାଣ୍ଡରେ ଆତଙ୍କବାଦୀଙ୍କ ହାତ ଥିବା କୁହାଯାଉଛି ।

ଓଡ଼ିଶାରେ ପ୍ରସିଦ୍ଧ ବାଗେଶ୍ୱର ଧାମ ସରକାର ଧୀରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଲେ ବାଗେଶ୍ବର ଧାମ ସରକାର । ରବିବାର ଅପରାହ୍ନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ଭାରତ ତଥା ବିଶ୍ୱରେ ପ୍ରଭୁ ହନୁମାନଙ୍କ ଦିବ୍ୟତାର କଥା ପାଇଁ ପ୍ରସିଦ୍ଧ ବାଗେଶ୍ୱର ଧାମ ସରକାର ଧୀରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀ । ଓଡିଶାରେ ପହଞ୍ଚିବା ପରେ ଭୁବନେଶ୍ୱର ବିମାନ ବନ୍ଦରରୁ କଡା ସୁରକ୍ଷା ବଳୟ ମଧ୍ୟରେ ବାବା ସିଧା ସଳଖ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ଭକ୍ତମାନଙ୍କ ସହ ଦେଖା କରିବା ସହିତ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ବାବା । ପ୍ରଭୁ ଜଗନ୍ନାଥ ହେଉଛନ୍ତି ବିଶ୍ଵ ନିଅନ୍ତା ଏବଂ ରଥ ଯାତ୍ରାରେ ଆମେ ରଥ ଦଉଡ଼ି ଧରି ତାଙ୍କ ରଥକୁ ଟାଣିଥାଉ, ହେଲେ ସମସ୍ତ ଭାଗ୍ୟରଥର ଦଉଡ଼ି ତାଙ୍କ ହାତରେ ଅଛି ବୋଲି ପ୍ରତିକ୍ରିୟା ରଖିଥିଲେ ବାବା । ଶ୍ରଦ୍ଧାଳୁ ମାନେ ଭାବ ବିହ୍ୱଳ ହେବା ସହ ବିମାନ ବନ୍ଦର ପରିସର ବାବାଙ୍କ ନାମ ଧ୍ବନିରେ କମ୍ପି ଉଠିଥିଲା ।

ମାଟୁତଳୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ଯାଜପୁର: ମାଟି ତଳୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଲା ପୋଲିସ । ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ପୁରୁଣାପାଣି ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗତ ଡିସେମ୍ବର ୭ ତାରିଖ ଦିନ ପୁରୁଣାପାଣି ଗାଁର ପ୍ରହଲ୍ଲାଦ ନାଏକ ଆମ୍ପୋଳବା ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପରିବାର ଲୋକେ ପୋଲିସକୁ କିଛି ନ ଜଣାଇ  ପ୍ରହଲ୍ଲାଦର ମୃତଦେହ ନେଇ ନିଜ ଗାଁରେ ସତ୍କାର କରିଥିଲେ।

ତେବେ ପ୍ରହଲ୍ଲାଦଙ୍କ ମୃତ୍ୟୁ ପରେ ବୀମା ଟଙ୍କା ଓ ସରକାରୀ ସହୟତା ପାଇବାକୁ ହେଲେ ମୃତ ପ୍ରମାଣ ପତ୍ର ଆବଶ୍ୟକ ବୋଲି ପ୍ରହଲ୍ଲାଦଙ୍କ ପତ୍ନୀ ଗୀତା ନାୟକ ଜାଣିବାକୁ ପାଇଥିଲେ । ସହାୟତା ପାଇବାକୁ ହେଲେ ବ୍ୟବଚ୍ଛେଦ ରିପୋର୍ଟ ଆବଶ୍ୟକ ବୋଲି ପ୍ରହଲ୍ଲାଦଙ୍କ ସ୍ତ୍ରୀ ଜାଣିବା ପରେ ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ ଜଣାଇଥିଲେ । ଯାହାକୁ ଆଧାର କରି ପୋଲିସ ଗାଁରେ ପହଞ୍ଚି ମାଟି ତଳୁ ଶବକୁ ଜବତ କରି  ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଘଟଣାକୁ ନେଇ ପୋଲିସର କୌଣସି ପ୍ରତିକ୍ରିୟ ମିଳିପାରି ନାହିଁ ।

ବଢ଼ୁଛି ଓପନ ଜିମର ଚାହିଦା

ଯାଜପୁର: ଶରୀର ଫିଟ୍ ରହିବା ପାଇଁ ଦୈନଦିନ ଜୀବନରେ ଯୁବପିଢି ଅପଣାଉଛନ୍ତି ଜିମ । ହେଲେ ଏବେ ବାୟାମ ପାଇଁ ଆଉ ହେବାକୁ ପଡୁନି ଖର୍ଚ୍ଚାନ୍ତ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତି ପଞ୍ଚାୟତରେ  ଖୋଲାଯାଇଛି ଓପନ ଜିମର । ବିନା ଦେୟରେ ଓପନ ଜିମର ସୁବିଧା ପାଇ ପାରୁଛନ୍ତି ଯୁବପିଢ଼ି । ଓପନ ଜିମ୍ ମୁହାଁ ଯୁବପିଢି। ହେଲେ ଏବେ ହେବାକୁ ପଡୁନି ଖର୍ଚ୍ଚାନ୍ତ । ଯୁବଗୋଷ୍ଠୀଙ୍କ ବ୍ୟାୟମ ପାଇଁ ରାଜ୍ୟସରକାର ଆରମ୍ଭ କରିଛନ୍ତି ଉଦ୍ୟମ । ପ୍ରତି ପଞ୍ଚାୟତରେ ନିର୍ମାଣ କରୁଛନ୍ତି ଓପନ ଜିମ୍ ।  ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଖଇରା ପଞ୍ଚାୟତରେ ଓପନ ଜିମର ବ୍ୟବସ୍ଥା ହୋଇଛି । ଏଠି ରନିଙ୍ଗ ମେସିନ, ସୁଇଙ୍ଗ, ପ୍ରେସ ବିଞ୍ଚ, ସୋଲଡର ହୁଇଲ ଭଳି ବିଭିନ୍ନ ସୁବିଧା ରହିଛି  । ଯୁବଗୋଷ୍ଠୀ ନିଜ ଶରୀରକୁ ଫିଟ ରଖିବାରେ ଏହି ଓପନ ଜିମ ବେଶ ସହାୟକ ହେଉଛି । ଜିମ ପାଇଁ ବିଭିନ୍ନ ଦୂର ଦୁରାନ୍ତରକୁ ଯିବାକୁ ପଡୁଥିବା ବେଳେ ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା । ହେଲେ ଏବେ ନିଜ ପଞ୍ଚାୟତରେ ମାଗଣା ଜିମ୍ ସୁବିଧା ପାଇପାରୁଛନ୍ତି ଯୁବପିଢି। ଜିଲ୍ଲାପରିଷଦ ଉନୟନ ପାଣ୍ଠିରୁ 8 ଲକ୍ଷରୁ ଉର୍ଦ୍ଧ ଟଙ୍କା ବେୟରେ ପ୍ରଥମ ପର୍ଯ୍ୟାୟରେ 6ଟି ବ୍ୟାୟାମ ସାମଗ୍ରୀ ଲଗାଯାଇଛି।

 

ଲାଭବାନ କରିଛି ମାଛ ଚାଷ

ଚାନ୍ଦବାଲି: ବାୟୋ ଫ୍ଲକ ଜରିଆରେ ମାଛ ଚାଷ । କମ ସ୍ଥାନ ଆଉ କମ ପରିଶ୍ରମରେ ଅଧିକ ଲାଭ । ଆଉ ଏହାକୁ ପ୍ରତ୍ସାହିତ କରୁଛନ୍ତି ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ । ଗ୍ରାମୀଣ ମହିଳା ମାନଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସ୍ବାବଲମ୍ବୀ କରିବା ସହ ବଜାରର ଚାହିଦା ମଧ୍ୟ ପୂରଣ ହୋଇ ପାରୁଛି ।

ଲାଭବାନ କରିଛି ମାଛ ଚାଷ । କମ ସ୍ଥାନ ଓ କମ ପରିଶ୍ରମରେ ଅଧିକ ରୋଜଗାର । ବ୍ୟବସାୟ ପାଇଁ ସ୍ବାବଲମ୍ବୀ ଏସଏଚଜି ମହିଳା । ଗ୍ରୁପକୁ ପ୍ରୋତ୍ସାହିତ କରୁଛନ୍ତି ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ । ଆମ ଓଡ଼ିଶାର ମାଛର ଚାହିଦା ଖୁବ ଅଧିକ । ଏନେଇ ମାଛଚାଷକୁ ଏକ ଲାଭଜନକ ବ୍ୟବସାୟ ମଧ୍ୟରେ ଗଣନା କରାଯାଏ । ମାଛ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ନହେବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ମତ୍ସ୍ୟ ଚାଷକୁ ପ୍ରତ୍ସାହିତ କରୁଛନ୍ତି । ଫଳରେ ଭଦ୍ରକ ତିହିଡି ବ୍ଳକର ଦୌଲତପୁର ପଞ୍ଚାୟତର ରଘୁନାଥ ଜୀଉ ଉତ୍ପାଦକ ଗୋଷ୍ଠୀ ମାଛ ଚାଷ କରି ଲାଭବାନ ହୋଇଛି ।

୩ଟି ସ୍ବୟଂ ସହାୟକ ଗୋଷ୍ଠୀର ୩୧ଜଣ ସଭ୍ୟାଙ୍କୁ ନେଇ ଗଠନ ହୋଇଛି ରଘୁନାଥ ଜିଉ ଉତ୍ପାଦକ ଗୋଷ୍ଠୀ । ମିଶନ ଶକ୍ତି ବିଭାଗରୁ ସହାୟତା ଆଣି ବାୟୋଫ୍ଲକ ଜରିଆରେ କରୁଛନ୍ତି ମାଛ ଚାଷ । ନିଜର ବଳକା ସମୟକୁ ବିନିଯୋଗ କରି ସ୍ବାବଲମୀ ହୋଇ ପାରିଛନ୍ତି । ରୋଜଗାର ପାଇଁ ସୁଯୋଗ ଦେଇ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ମହିଳା । କଥାରେ ଅଛି ଇଚ୍ଛାଥିଲେ ଉପାୟ ଅଛି । ମହିଳା ମାନଙ୍କ ଇଚ୍ଛାଶକ୍ତି ସେମାନଙ୍କୁ ଆଣିଦେଇଛି ନୂତନ ପରିଚୟ ।  ଆଉ ସେହି ନୂତନ ପରିଚୟକୁ ଉତ୍ସାହିତ କରୁଛନ୍ତି ଓଡ଼ିଶା ସରକାର ।

ବିଲେଇ ରଖୁଥିଲେ ସାବଧାନ! ହୋଇପାରନ୍ତି ଏହି ରୋଗର ସଂକ୍ରମଣ

ନନ୍ଦିଘୋଷ ବ୍ୟୁରୋ: ଦୁନିଆରେ ଅନେକ ମଣିଣ ରହିଛନ୍ତି ଯେଉଁମାନଙ୍କୁ ପଶୁ ପକ୍ଷୀ ରଖିବା ପାଇଁ ଭଲ ପାଆନ୍ତି । ପଶୁପ୍ରେମୀ ମଣିଷ ସାଧାରଣତଃ କମ ଦେଖିବାକୁ ମିଳନ୍ତି । ଅନେକ ଲୋକେ ଘରେ ବହୁ ପଶୁ ପାଳନ୍ତି । ଯେପରିକି ବିଲେଇକୁ ମଧ୍ୟ ଘରେ କିଛି ଲୋକ ପାଳନ୍ତି । କୁହାଯାଏ କି, ବିଲେଇ ପାଳିବା ମଧ୍ୟ ଶୁଭ ହୋଇଥାଏ । ବିପଦ ଆସିବା ପୂର୍ବରୁ ବିଲେଇ ସୂଚନା ଦେଇଥାଏ । ମାତ୍ର ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ୟୁନିଭରସିଟିର ଏକ ଅନୁସନ୍ଧାନର ଅଧ୍ୟୟନରୁ ଏକ ରିପୋର୍ଟ ପ୍ରକାଶ ପାଇଛି । ଅନୁସନ୍ଧାନର ରିପୋର୍ଟ ମୁତାବକ ବିଲେଇଙ୍କଠାରୁ ସିଜୋଫ୍ରିନିଆ ସଂକ୍ରମଣ ହୋଇଥାଏ । ଯାହାକି ଏକ ଭୟଙ୍କର ସଂକ୍ରମଣ ବୋଲି ମଧ୍ୟ କୁହାଯାଏ ।

 ସିଜୋଫ୍ରିନିଆ କ’ଣ? ଏହା କେତେ ଭୟଙ୍କର?

ଏହା ଏକ ସାଙ୍ଘାତିକ ରୋଗ । ବିଲେଇଙ୍କ ସହ ମିଶିବା ଦ୍ବାରା ଏହି ସଂକ୍ରମଣ ହୋଇଥାଏ । ଏହାଦ୍ବାରା ମଣିଷ ସବୁବେଳେ ସନ୍ଦେହ କରେ  ଏବଂ ଆଚରଣରେ ପରିବର୍ତ୍ତନ ଆସିଥାଏ । ଏହି ରୋଗରେ ପିଡ଼ିତ ବ୍ୟକ୍ତିଙ୍କ ମନରେ ସମସ୍ତଙ୍କ ପ୍ରତି ସନ୍ଦେହ ଆସିଥାଏ । ଏପରିକି ଲାଗିଥାଏ କି, ତାଙ୍କ ପଛରେ ସମସ୍ତେ କଥା ହେଉଛନ୍ତି  ଏବଂ ଷଡ଼ଯନ୍ତ୍ର କରୁଛନ୍ତି । ତେବେ ଦୀର୍ଘଦିନ ବିଲେଇଙ୍କ ସସ୍ପର୍ଶରେ ଆସିଲେ ଏହି ରୋଗ ହୋଇଥାଏ । ଏହାଦ୍ବାରା ମନରେ ନକରାତ୍ମକ ଚିନ୍ତାସବୁ ପଶିଥାଏ । ମଣିଷ ସବୁବେଳେ ଚିନ୍ତାରେ ମଧ୍ୟ ରହିଥାଏ ଏବଂ ଭୁଲ ନିଷ୍ପତ୍ତି ନେଇଥାଏ । ୪୪ ବର୍ଷ ଧରି ଏହି ଅନୁଧ୍ୟାନ ପରେ ଏପରି ରିପୋର୍‌ଯ ପ୍ରକାଶ ପାଇଥିବା କୁହାଯାଉଛି । ତେବେ ପ୍ରାୟତଃ ଯୁବପିଢ଼ୀମାନେ ଏଭଳି ରୋଗର ଶିକାର ମଧ୍ୟ ହୋଇଥାନ୍ତି ।

 

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ରେ ଏମିତି ରହିବ ଭାରତୀୟ ଦଳ

ନନ୍ଦିଘୋଷ ବ୍ୟୁରୋ: ସୁପର ସଣ୍ଡେରେ ସୁପର ମ୍ୟାଚ୍ । ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ ବେଶ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି । ନିକଟରେ ଅଷ୍ଟ୍ରେଲିଆକୁ ହରାଇଥିବା ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିବ ବୋଲି ଆଶା ରଖାଯାଇଛି ।  ଭାରତୀୟ ଟିମ ଏବେ ଦମଦାର ଫର୍ମରେ ରହିଥିବାବେଳେ ଦଳରେ କାହାକୁ ମିଳିବ ସ୍ଥାନ? ତାହା ଏବେ ଚିନ୍ତାର ବିଷୟ ପାଲଟିଛି । ତେବେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଦମଦାର ପ୍ରଦର୍ଶନ କରିଥିବା ଋତୁରାଜ ଗାଏକ୍ବାଡ ଖେଳିବାର ସୁଯୋଗ ପାଇନପାରନ୍ତି । ଶୁଭମନ ଗିଲ ଦଳକୁ ଫେରିଥିବାବେଳେ ସେ ଓପନିଂ କରିବେ । ତାଙ୍କ ସହ ଜୟସ୍ବାଲ ପାଳି ଆରମ୍ଭ କରିବେ । ସେପଟେ ଶ୍ରେୟସ ଏବଂ ରିଙ୍କୁ ମିଡିଲ ଅର୍ଡର ସମ୍ଭାଳିବେ।

ସମ୍ଭାବ୍ୟ ଭାରତୀୟ ଦଳ: ଶୁଭମନ ଗିଲ୍, ଜଶସ୍ବୀ ଜୟସ୍ବାଲ, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟସ ଆୟାର, ରିଙ୍କୁ ସିଂହ, ଜିତେଶ ଶର୍ମା, ରବିନ୍ଦ୍ର ଜାଡେଜା, ମୁକେଶ କୁମାର, ରବି ବିଷ୍ଣୋଇ, ସିରାଜ ଏବଂ ଅର୍ଶଦୀପ ସିଂ

ମହିଳାଙ୍କ ବିରୋଧରେ ହିଂସା ପ୍ରସଙ୍ଗ, କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡିର ଟାର୍ଗେଟ

ଭୁବନେଶ୍ବର: ମହିଳାଙ୍କ ବିରୋଧରେ ହିଂସା ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀଙ୍କୁ ଟାର୍ଗେଟ୍ କଲା ବିଜେଡି । ଏନସିଆରବି ରିପୋର୍ଟ ସର୍ବସାଧରଣରେ ଅଛି। କିଛି ମନ୍ତବ୍ୟ ରଖିବା ଆଗରୁ କେନ୍ଦ୍ର ମନ୍ତ୍ରୀ ତଥ୍ୟ ପରଖିବାର ଥିଲା । ମହିଳାଙ୍କ ବିରୋଧରେ ସର୍ବାଧିକ ହିଂସା ଉତ୍ତରପ୍ରଦେଶରେ ହେଉଛି । ବିଜେପି ଶାସିତ ରାଜ୍ୟରେ ମହିଳାଙ୍କ ବିରୋଧରେ ହିଁସା ଅଧିକ। ବିଜେପି ଶାସିତ ରାଜ୍ୟ କ’ଣ ଅପାରଗ କି ପ୍ରଶ୍ନ କଲେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି। ଓଡ଼ିଶାକୁ ଅପମାନିତ କରୁଛି ବିଜେପି । ଏଭଳିଭାବେ ଶାଣିତ ସ୍ବରରେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।

ବାହାବେଦୀରେ ହାଇଡ୍ରାମା, ଦ୍ବିତୀୟ ବିବାହ ବେଳେ ପହଞ୍ଚିଲେ ପ୍ରଥମ ସ୍ତ୍ରୀଙ୍କ ସହ ଦୁଇ ଝିଅ

ଭୁବନେଶ୍ବର: ବାହାବେଦୀରେ ହାଇଡ୍ରାମା । ଦ୍ବିତୀୟ ବିବାହ ବେଳେ ବେଦୀରେ ପହଞ୍ଚିଲେ ପ୍ରଥମ ସ୍ତ୍ରୀଙ୍କ ସହ ଦୁଇ ଝିଅ । ସ୍ବାମୀକୁ ବେଦୀରେ ମାଡ଼ ମାରିବା ସହ ପୋଲିସର ଜିମାଦେଲେ ପ୍ରଥମ ସ୍ତ୍ରୀ । ଭୁବନେଶ୍ବର ଉପକଣ୍ଠ ବାଳକାଟି ଦୁଲ୍ଲା ଦେବୀ ମନ୍ଦିର ପରିସରରେ ଘଟିଛି ଏଭଳି ଘଟଣା । ଜଙ୍କିଆ ଥାନା ଚନ୍ଦ୍ରମା ପାଟପୁର ଗାଁର ଯୋଗେଶ ହାତୀ ୨୦୧୦ ମସିହାରେ ପ୍ରଥମ ବିବାହ କରିଥିଲେ । ଏରସମା ଥାନା ଗଣେଶ୍ବରପୁରର ଅହଲ୍ୟା ହାତୀଙ୍କୁ ପ୍ରଥମେ ପ୍ରେମ ବିବାହ କରିଥିଲେ ଯୋଗେଶ ।

ଉଭୟଙ୍କର ୨ଜଣ ଝିଅ ମଧ୍ୟ ରହିଛନ୍ତି । ତେବେ ଏହାରି ଭିତରେ ଅନ୍ୟଜଣଙ୍କ ସହିତ ଯୋଗେଶଙ୍କର  ପ୍ରେମ ସମ୍ପର୍କ ଗଢିଉଠିଥିଲା । ଏଥିପାଇଁ ପରିବାରରେ ବିବାଦ ମଧ୍ୟ ହୋଇଥିଲା  । ଆଜି ଯୋଗେଶ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବା ସମୟରେ ପ୍ରଥମ ସ୍ତ୍ରୀ ଦୁଇ ଝିଅଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ବେଦୀ ଉପରେ ହିଁ ସ୍ବାମୀଙ୍କୁ ଉତ୍ତମମଧ୍ୟମ ଦେଇଥିଲେ ସ୍ତ୍ରୀ । ବିବାହ କରୁଥିବା ଅନ୍ୟ ଯୁବତୀ ଘଟଣାସ୍ଥଳରୁ ପଳାଇଥିବାବେଳେ ଯୋଗେଶକୁ ପୋଲିସର ଜିମା ଦେଇଥିଲେ ଲୋକ । ଯୋଗେଶଙ୍କୁ ଅଟକ ରଖି ପୋଲିସ ତଦନ୍ତ କରୁଛି ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦମଦାର ପ୍ରଦର୍ଶନ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍, ଆଜିର ମ୍ୟାଚରେ ଏମାନଙ୍କ ଉପରେ ରହିବ ନଜର

ନନ୍ଦିଘୋଷ ବ୍ୟୁରୋ: ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜର ପ୍ରଥମ ଟି-୨୦ ଖେଳିବ ଭାରତ । ଭାରତ ନିକଟରେ ଶକ୍ତିଶାଳି ଅଷ୍ଟ୍ରେଲିଆକୁ ଟି-୨୦ ସିରିଜରେ ହରାଇବା ପରେ ଏବେ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ସିରିଜ ହାତେଇବା ଲକ୍ଷ୍ୟରେ ମେ ଇନ ବ୍ଲୁ । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ରେ ସର୍ବାଧିକ ସ୍କୋର କରିଥିବା ଖେଳାଳିଙ୍କ ଉପରେ ଯଦି ନଜର ପକାଇବା ତାହେଲେ ଆଗରେ ରହିଛନ୍ତି ହିଟମ୍ୟାନ ରୋହିତ ଶର୍ମା । ସେ ୧୭ ମ୍ୟାଚରେ ୨୪୦ ରନ କରିଛନ୍ତି । ଏଥିରେ ଗୋଟିଏ ଶତକୀୟ ପାଳି ମଧ୍ୟ ରହିଛି । ସେପଟେ ଦ୍ବିତୀୟ ସ୍ଥାନରେ ରହିଛନ୍ତି ସୁରେଶ ରାଇନା । ସେ ୧୨ ମ୍ୟାଚରୁ ୩୩୯ ରନ ସଂଗ୍ରହ କରିଛନ୍ତି । ସେପଟେ ତୃତୀୟ ସ୍ଥାନରେ ବିରାଟ କୋହଲି ରହିଥିବାବେବଳେ ଚତୁର୍ଥ ସ୍ଥାନରେ ଶିଖର ଧାଓ୍ବନ ଏବଂ ପଞ୍ଚମ ସ୍ଥାନରେ ରହିଛନ୍ତି ଦିନେଶ କାର୍ତ୍ତିକ।

ସେପଟେ ଆଜିର ମ୍ୟାଚରେ ଯୁବ ଖେଳାଳିମାନେ ମଇଦାନୁ ଓହ୍ଲାଇବାକୁ ଯାଉଥିବାବେଳେ ଗିଲ ଏବଂ ଜୟସ୍ବାଲ ପ୍ରାରମ୍ଭିକ ପାଳି ଖିଭଳି ଆରମ୍ଭ କରୁଛନ୍ତି ତାହା ସମସ୍ତଙ୍କ ନଜର ରହିଛି । ସେପଟେ ରିଙ୍କୁ ସିଂହ ଏବଂ ଶ୍ରେୟସ ଆୟାର ମିଡିଲ ଅର୍ଡର ସମ୍ଭାଳିବା ସହ ଦଳ ବିଜୟର ଅଭିଯାନ ଆରମ୍ଭ କରିବାର ଲକ୍ଷ୍ୟ ରଖିଛି । ସେପଟେ ବୋଲିଂରେ ମଧ୍ୟ ଦଳ ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଏବେ ଦଳର ବହୁ ଖେଳାଳି ଫର୍ମରେ ରହିଥିବାବେଳେ କାହାକୁ ସ୍ଥାନ ମିଳୁଛି ତାହା ଦେଖିବାକୁ ବାକି ରହିଛି । ୨୦୨୪ରେ ଟି-୨୦ ବିଶ୍ବକପ ରହିଥିବାବେଳେ ଏହି ସିରିଜ ମଧ୍ୟ ଗୁରୁତ୍ବ ବହନ କରୁଛି ।