spot_img
Home Blog Page 252

ରୋଗୀ ଆଣିବାକୁ ଯାଇ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ

ନନ୍ଦିଘୋଷ ବ୍ୟୁରୋ: ପୁଣି ସାମ୍ନାକୁ ଆସିଲା ୧୦୮ ଆମ୍ବୁଲାନ୍ସ ସେବାର ବିକଳଚିତ୍ର  । ରୋଗୀ ଆଣିବାକୁ ଯାଇ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ  । ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ଗାଁରେ । ଗେଙ୍ଗୁଟିଆ ଗ୍ରାମର ବାସନ୍ତୀବେହେରାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପରିବାର ଲୋକ ବାସନ୍ତୀଙ୍କୁ ପରଜଙ୍ଗ ମେଡିକାଲରେ ଭର୍ତ୍ତି କରିବା ପାଇଁ ୧୦୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ । ଖବର ପାଇ ୧୦୮ କର୍ମଚାରୀ ମାନେ ଆମ୍ବୁଲାନ୍ସକୁ ଧରି ଗେଙ୍ଗୁଟିଆ ଗାଁରେ ପହଞ୍ଚିଥିବା ବେଳେ ରୋଗୀଙ୍କୁ ଆମ୍ବୁଲାନ୍ସରେ ଭର୍ତ୍ତି କରୁଥିବା ବେଳେ ହଠାତ ଆମ୍ବୁଲାନ୍ସଟି ଷ୍ଟାର୍ଟ ହୋଇ ନଥିଲା । ଫଳରେ ଗ୍ରାମବାସୀ ମାନେ ଆମ୍ବୁଲାନ୍ସକୁ ଧକ୍କା ମାରି ଷ୍ଟାର୍ଟ କରିବାକୁ ଉଦ୍ୟମ କରୁଥିବା ବେଳେ, ଆମ୍ବୁଲାନ୍ସ ଇଂଜିନରେ ଧୂଆଁ ଦେଖିବାକୁ ମିଳିଥିଲା। ଫଳରେ ଗୁରୁତର ରୋଗୀଙ୍କୁ ପରିବାର ଲୋକ ଅନ୍ୟ ଏକ ଗାଡି ସାହାଯ୍ୟରେ ମେଡିକାଲରେ ଭର୍ତ୍ତି କରିଥିଲୋ।

କୁଶପଙ୍ଗି ନିକଟସ୍ଥ ମହାନଦୀ ପଠାରେ ଫସି ରହିଥିବା ଗାଇ ପଲଙ୍କୁ ଉଦ୍ଧାର ପାଇଁ ଚାଲିଛି ପ୍ରୟାସ

ନନ୍ଦିଘୋଷ ବ୍ୟୁରୋ: ବାଙ୍କୀ କୁଶପଙ୍ଗି ନିକଟସ୍ଥ ମହାନଦୀ ପଠାରେ ଫସି ରହି ଛନ୍ତି ଗାଈପଲ। ମହାନଦୀ ରେ ବନ୍ୟା ଜଳ ବୃଦ୍ଧି ପାଇବାରୁ ଗାଇପଲ ଫସି ରହିଛନ୍ତି।  ଗତ କାଲିଠୁ କୁଶପଙ୍ଗି ଅଞ୍ଚଳକୁ ଘାସ ଖାଇବା ପାଇଁ ଯାଇଥିବାବେଳେ ଫସି ରହିଥିଲୋ। ୧୫ରୁ ଉର୍ଦ୍ଧ ଗାଈ ସେଠାରେ ରହି ଥିବାର ଅନୁମାନ କରାଯାଉଛି। ଖବର ପାଇ ଡମପଡ଼ା ଅଗ୍ନିଶମ ବିଭାଗ କର୍ମଚାରୀ ପାୱାର ବୋଟ ଯୋଗେ ଗାଈ ଗୁଡ଼ିକୁ ଉଦ୍ଧାର କରିବା ପାଇଁ ମହାନଦୀ ପାଣିକୁ ଯାଇଛନ୍ତି।

ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା

ନନ୍ଦିଘୋଷ ବ୍ୟୁରୋ: ଫୁଲୁଛି ମହାନଦୀ। ମୁଣ୍ଡଳୀରେ ୬ ଲକ୍ଷ କ୍ୟୁସେକ ଟପିଲା ବନ୍ୟା ଜଳ ପ୍ରବାହର ମାତ୍ରା। ପାଣି ବଢୁଥିବାରୁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି। ମୁଣ୍ଡଳୀ ବ୍ରିଜର ଉପର ଭାଗରେ ଜଳସ୍ତର ୮୯.୨୦ ଫୁଟ ଥିବା ବେଳେ, ତଳ ଭାଗରେ ୮୭.୨୦ ଫୁଟ ଜଳସ୍ତର ରହିଛି । ମହାନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ବାଙ୍କୀର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା କରାଯାଉଛି । ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ମୁଣ୍ଡଳୀରେ ପହଞ୍ଚି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ।

ଜାଣନ୍ତୁ ବାଙ୍କ୍ରୋ ଟେଷ୍ଟରେ ଟିମ ଇଣ୍ଡିଆର କେଉଁ ଖେଳାଳି ପାସ୍ ଏବଂ କିଏ ଫେଲ୍ ?

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୯ ତାରିଖରୁ ୟୁଏଇରେ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ । ଭରତ ନିଜର ପ୍ରଥମ ମ୍ୟାଚ ୧୦ ତାରିଖରେ ୟୁଏଇ ବିପକ୍ଷରେ ଆରମ୍ଭ କରିବ । ୧୪ ତାରିଖରେ ପାକିସ୍ତାନକୁ ସାମ୍ନା କରିବ ଟିମ ଇଣ୍ଡିଆ । ତେବେ ଏସୀଆ କପ ଲାଗି ୟୁଏଇ ଯିବା ପୂର୍ବରୁ ଖେଳାଳିଙ୍କ ବାଙ୍କ୍ରୋ ଟେଷ୍ଟ ନ୍ୟାସନାଲ ଏକାଡେମୀରେ ହେବାର ଥିଲା । ମାତ୍ର ଏହା ହୋଇନଥିଲା । ତେବେ ICC ଏକାଡେମୀରେ ଏହି ପରୀକ୍ଷା କରାଯାଇଛି । ତେବେ ଏଥିରେ କିଏ ଫେଲ୍ ଏବଂ କିଏ ପାସ କରିଛନ୍ତି ତାହା ଜଣା ପଡ଼ିନାହିଁ । ସେପଟେ ବାଙ୍କ୍ରୋ ଟେଷ୍ଟ ସହ ଟିମର ଖେଳାଳିଙ୍କ କୌଣସି ସମ୍ପର୍କ ନାହିଁ । ଏହା କେବଳ ପରୀକ୍ଷା କରାଯାଇଥାଏ । ମାତ୍ର କୌଣସି ପ୍ରଭାବ ପକାଇନଥାଏ । ତେବେ ଏହି ଟେଷ୍ଟ ଦେଉଥିବାର ଭାରତୀୟ ଦଳର ଦ୍ରୁତ ବୋଲର ଜସପ୍ରୀତ ବୁମରାହ, ବରୁଣ ଚକ୍ରବର୍ତ୍ତୀ, ରିଙ୍କୁ ସିଂହ, ଅର୍ଶଦୀପ ସିଂହଙ୍କ ସମେତ ଅନେକ ଖେଳାଳିଙ୍କୁ ଦୁବାଇର ICC ଏକାଡେମୀରେ ବ୍ରୋଙ୍କୋ ଟେଷ୍ଟ ଦେବାର ଦେଖାଯାଇଥିଲା।

୪ ଦିନିଆ ଦିଲ୍ଲୀ ଗସ୍ତରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ନନ୍ଦିଘୋଷ ବ୍ୟୁରୋ: ୪ ଦିନିଆ ଦିଲ୍ଲୀ ଗସ୍ତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଉପରାଷ୍ଟ୍ରପତି ନିର୍ବାଚନ ନେଇ ଦଳୀୟ ସାଂସଦଙ୍କ ସହିତ କରିବେ ଆଲୋଚନା। ସୁସ୍ଥ ହେବା ପରେ ପ୍ରଥମ ଥର ଦିଲ୍ଲୀ ଗସ୍ତରେ ଯାଉଛନ୍ତି ନବୀନ ପଟ୍ଟନାୟକ।

ଜାଣନ୍ତୁ ବିସିସିଆଇ ପାଖରେ ରହିଛି କେତେ ଟଙ୍କା ?

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟ ବୋର୍ଡ ଅଫ୍ ଇଣ୍ଡିଆ । ବିସିସିଆଇ ବିଶ୍ବର ସବୁଠାରୁ ଧନୀ ବୋର୍ଡ ଭାବେ ଜଣାଶୁଣା । ତେବେ ବିସିସିଆଇ ପାଖରେ ରହିଛି କେତେ ଟଙ୍କା ? ଏମିତି ଏକ ପ୍ରଶ୍ନ ସମସ୍ତଙ୍କ ମନରେ ଉଠୁଥିବା ୫ ବର୍ଷରେ ଢ଼େର ବଢ଼ି ଯାଇଛି ବିସିସିଆଇର ବ୍ୟାଙ୍କ ବାଲାନ୍ସ । ୨୦୧୯ରେ ବିସିସିଆଇର ବ୍ୟାଙ୍କ ବାଲାନ୍ସ ୬୦୫୯ କୋଟି ଟଙ୍କା ରହିଥିଲା । ମାତ୍ର ଏବେ ବିସିସିଆଇ ପାଖରେ ରହିଛି ୨୦୬୮୬ କୋଟି ଟଙ୍କା । କେବଳ ଗତ ଆର୍ଥିକ ବର୍ଷରେ ବିସିସିଆଇ ରୋଜଗାର କରିଛି ୪୧୯୩ କୋଟି ଟଙ୍କା । ବିଶ୍ବର ଅନ୍ୟ କୌଣସି କ୍ରିକେଟ ବୋର୍ଡ ଏତେ ଟଙ୍କା ରୋଜଗାର କରିନାହାନ୍ତି ।

କ୍ରିକବଜର ରିପୋର୍ଟକୁ ଯଦି ବିଶ୍ବାସ କରିବା ତାହେଲେ ୫ ବର୍ଷରେ ବିସିସିଆଇ ବ୍ୟାଙ୍କ ବାଲାନ୍ସ ୧୪୬୨୭ କୋଟି ଟଙ୍କା ବୃଦ୍ଧି ପାଇଛି । ତେବେ ଏନେଇ ସଠିକ ତଥ୍ୟ ଆସନ୍ତା ୨୮ ସେପ୍ଟେମ୍ବରରେ ମିଳିପାରେ । କାରଣ ସେହିଦିନ ଏଜିଏମ ବୈଠକରେ ଏନେଇ ସୂଚନା ପ୍ରଦାନ କରାଯାଇପାରେ । 2024 ବର୍ଷର AGM ବୈଠକରେ କୁହାଯାଇଥିଲା ଯେ 2019 ମସିହାରୁ, ବିସିସିଆଇର ନଗଦ ଏବଂ ବ୍ୟାଙ୍କ ବାଲାନ୍ସ 6,059 କୋଟି ଟଙ୍କାରୁ ବୃଦ୍ଧି ପାଇ 20,686 କୋଟି ଟଙ୍କା ହୋଇଛି, ଯାହା ରାଜ୍ୟ କ୍ରିକେଟ ଆସୋସିଏସନଗୁଡ଼ିକୁ ସମସ୍ତ ଦେୟ ଦେବା ପରେ।

ନନ୍ଦିଘୋଷ ଟିଭିର ମହାପ୍ରଭାବ : ମହଙ୍ଗା ପଡ଼ିଲା ଲ୍ୟାମ୍ପସରେ ଦୁର୍ନୀତି

ନନ୍ଦିଘୋଷ ବ୍ୟୁରୋ: ନନ୍ଦିଘୋଷ ଟିଭି ଖବର ପ୍ରସାରଣର ପ୍ରଭାବ। ମହଙ୍ଗା ପଡ଼ିଲା ଲ୍ୟାମ୍ପସରେ ଦୁର୍ନୀତି କରିବା। ପରିଚାଳନା ପରିଷଦ କମିଟିକୁ ସସପେଣ୍ତ କରିଛି ସମବାୟ ବିଭାଗ । ମାଲକାନଗିରି ଜିଲ୍ଲା ବହୁ ଚର୍ଚ୍ଚିତ ମାଥିଲି ଲ୍ୟାମ୍ପସରେ ପରିବାରବାଦ ଆଳରେ କୋଟି କୋଟି ଟଙ୍କା ଦୁର୍ନୀତି ନେଇ ଅଭିଯୋଗ ପରେ କମିଟିକୁ ସସପେଣ୍ତ କରିଛନ୍ତି ମାଲକାନଗିରି ଡିଆରସିଏସ୍ ଥିଓଫିଲ ଶବର । କମିଟିକୁ ସସପେଣ୍ତ କରାଯିବା ସହ ଏସ୍ଏଆରସିଏସ୍ ଓ ଡିଆରସିଏସ୍ ତଦନ୍ତ ନ ସରିବା ଯାଏଁ ଲ୍ୟାମ୍ପସର ଦାୟିତ୍ବ ନେବେ । ସମବାୟ ବିଭାଗ ତରଫରୁ ମାଥି୍ଲି ଲ୍ୟାମ୍ପସ ଦୁର୍ନୀତିର ଖୋଳତାଡ ହୋଇଛି। ସାର ଦୁର୍ନୀତି ଠାରୁ ଆରମ୍ଭ କରି ପରିବାରବାଦ ଆଳରେ କୋଟି କୋଟି ଟଙ୍କା ଆତ୍ମସାତ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ନିର୍ଦ୍ଦେଶକଙ୍କ ଅଭିଯୋଗ ଓ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ମାଲକାନଗିରି ସମବାୟ ବିଭାଗ ଆକ୍ସନ ମୋଡରେ ଆସିଛି।

ଝାରସୁଗୁଡ଼ାରେ ଗଣେଶ ପୂଜା ଭଷାଣି ବେଳେ ଗଣ୍ଡଗୋଳ, ରେଲୱେ କଲୋନୀ ଅଞ୍ଚଳରେ ଗୁଳିମାଡ଼

ନନ୍ଦିଘୋଷ ବ୍ୟୁରୋ: ଝାରସୁଗୁଡ଼ାରେ ଗଣେଶ ପୂଜା ଭଷାଣି ବେଳେ ଗଣ୍ଡଗୋଳ। ପରେ ହେଲା ଗୁଳିମାଡ଼। ସୂଚନା ଅନୁସାରେ, ଝାରସୁଗୁଡା ରେଲୱେ କଲୋନୀ ଅଞ୍ଚଳରେ ରହୁଥିବା ଦଶରଥ ସୁନାଙ୍କ ଘରେ ଆଜି ସକାଳୁ ୬ ରାଉଣ୍ଡ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ଅନୁମାନ କରାଯାଉଛି । ଘରକବାଟରେ ବାଜିଛି ଗୁଳି । ଅଳ୍ପକେ ବର୍ତ୍ତିଛନ୍ତି ଦଶରଥଙ୍କ ପରିବାର ଲୋକେ। ଗୁଳି ମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି।  ଝାରସୁଗୁଡା ଜିଆରପି ଘଟଣାସ୍ଥଳରୁ ୬ ରାଉଣ୍ଡ ଖୋକା ଜବତ କରିଛି। ଏସପି, ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀର ତୃତୀୟ ବନ୍ୟାଜଳ

ନନ୍ଦିଘୋଷ ବ୍ୟୁରୋ: କଟକ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଲା ମହାନଦୀର ତୃତୀୟ ବନ୍ୟାଜଳ। ଏବେ ପର୍ଯ୍ୟନ୍ତ ହୀରାକୁଦ ଜଳଭଣ୍ଡାରରେ ୧୨ଟି ଗୋଟ ଖୋଲିବା ପରେ ମହାନଦୀରେ ବଢୁଛି ଜଳସ୍ତର। ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢାରେ ବନ୍ୟାଜଳ ପ୍ରବେଶ କରିଛି। ଯଦି ମନ୍ଦିରରେ ବନ୍ୟାଜଳ ପ୍ରବେଶ କରେ ତେବେ ମାଙ୍କ ମନ୍ଦିର ପାଖରେ ଥିବା ରୋଷ ଘରକୁ ସ୍ଥାନାନ୍ତର କରାଯିବ। ସେଥିପାଇଁ ମାଆ ଭଟ୍ଟାରିକାଙ୍କ ସେବାୟତ ଓ ପ୍ରଶାସନ ସଜାଗ ରହିଛନ୍ତି। ମନ୍ଦିରରେ ମାଆଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନ ଘଟେ, ସେଥିପାଇଁ ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ସ୍ବୀକାର କଲା କାନାଡ଼ା, ଦେଶରେ ଚାଲିଛି ଖଲିସ୍ତାନୀ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ

ନନ୍ଦିଘୋଷ ବ୍ୟୁରୋ: କାନାଡ଼ା ମାଟିରେ ଚାଲିଛି ଖଲିସ୍ତାନୀ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ। କାନାଡ଼ା ଏହା ନିଜେ ସ୍ଵୀକାର କରିଛି। ଏକ ରିପୋର୍ଟରେ କୁହାଯାଇଛି ଯେ, କାନାଡ଼ା ମାଟିରେ ଖାଲିସ୍ତାନୀ ଆତଙ୍କବାଦୀମାନେ ସକ୍ରିୟ ଅଛନ୍ତି, ପାଣ୍ଠି ସଂଗ୍ରହ କରନ୍ତି, ଭାରତ ବିରୋଧୀ କାମରେ ଲିପ୍ତ ରହୁଛନ୍ତି। କାନାଡାର ଅର୍ଥ ବିଭାଗର ଏକ ରିପୋର୍ଟରେ ପ୍ରଥମ ଥର ପାଇଁ ଆନୁଷ୍ଠାନିକ ଭାବରେ ଏହା ସ୍ୱୀକାର କରାଯାଇଛି  ଯେ, ଖଲିସ୍ତାନୀ ଆତଙ୍କବାଦୀ ସେଠାରେ କାର୍ଯ୍ୟ କରୁଛନ୍ତି ଏବଂ ଆର୍ଥିକ ସହାୟତା ପାଉଛନ୍ତି। ପୂର୍ବରୁ କାନାଡାରେ ଏକ ବ୍ୟାପକ ପାଣ୍ଠି ସଂଗ୍ରହ ନେଟୱାର୍କ ଥିଲା। କିନ୍ତୁ ବର୍ତ୍ତମାନ ଦେଖାଯାଉଛି, ଖଲିସ୍ତାନୀ ଆନ୍ଦୋଳନ ପ୍ରତି ଆନୁଗତ୍ୟ ଥିବା ବ୍ୟକ୍ତିମାନେ ପାଣ୍ଠି ସଂଗ୍ରହ କରୁଛନ୍ତି। କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀ ସହିତ ନିର୍ଦ୍ଦିଷ୍ଟ ସମ୍ପର୍କ ନାହିଁ। ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଖଲିସ୍ତାନୀ ଉଗ୍ରବାଦୀ ଗୋଷ୍ଠୀଗୁଡ଼ିକ ପ୍ରବାସୀ ସମ୍ପ୍ରଦାୟଙ୍କଠାରୁ ଦାନ ମାଗୁଛନ୍ତି । ଅଣ-ଲାଭକାରୀ ସଂଗଠନ ମାଧ୍ୟମରେ ପାଣ୍ଠି ସଂଗ୍ରହ କରୁଛନ୍ତି।

ଏ ସଂପର୍କରେ ଭାରତ ଅନେକ ଥର କାନାଡାକୁ ଅନେକ ଥର କହି ଆସିଛି। କିନ୍ତୁ କାନାଡ଼ା ଏହାକୁ ଅଣଦେଖା କରିଆସିଛି। ଯାହା ଫଳରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା। ଅନେକ ସଂଗଠନକୁ ନେଇ ଗଠିତ ଖଲିସ୍ତାନି ଆନ୍ଦୋଳନ ପଞ୍ଜାବରେ ଖଲିସ୍ତାନ ନାମକ ଏକ ସ୍ୱାଧୀନ, ସାର୍ବଭୌମ ରାଷ୍ଟ୍ର ପ୍ରତିଷ୍ଠା କରିବାକୁ ଚାହୁଁଛି। ସେହି ଗୋଷ୍ଠୀ କାନାଡ଼ାରେ ବହୁତ ସକ୍ରିୟ। ଏହାକୁ ନେଇ ଭାରତ ଓ କାନାଡ଼ା ମଧ୍ୟରେ ସଂପର୍କ ତିକ୍ତ ହୋଇଥିଲା। ସେପ୍ଟେମ୍ବର 2023ରେ, କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ କାନାଡାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟାରେ ଭାରତ ସମ୍ପୃକ୍ତ ଥିବା ଅଭିଯୋଗ କରିଥିଲେ । ଭାରତ ଏହାକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଥିଲା। ଉଭୟ ଦେଶ ପରସ୍ପରର କୂଟନୀତିଜ୍ଞମାନଙ୍କୁ ପ୍ରତ୍ୟାହାର କରିଥିଲେ।

କାନାଡାର ପ୍ରଧାନମନ୍ତ୍ରୀ ଭାବରେ ମାର୍କ କାର୍ନି ଦାୟିତ୍ୱ ଗ୍ରହଣ କରିବା ପରେ ସମ୍ପର୍କରେ ଉନ୍ନତି ଆସିଛି। ଏଇ ନିକଟରେ ଉଭୟ ଦେଶ ରାଷ୍ଟ୍ରଦୂତଙ୍କୁ ପୁନଃସ୍ଥାପିତ କରିବାକୁ ରାଜି ହୋଇଛନ୍ତି। ତେବେ କାନାଡାରେ ଖଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ କାନାଡ଼ା ସରକାରଙ୍କପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ଏଯାଏ ନିଆଯାଇନାହିଁ।