spot_img
Home Blog Page 2547

ଖୁବଶୀଘ୍ର ପଦମପୁରବାସୀଙ୍କ ସ୍ବପ୍ନ ସାକାର, ଜିଲ୍ଲାପାଳ କାର୍ଯ୍ୟାଳୟ ପାଇଁ ପ୍ରକ୍ରିୟା ଆରମ୍ଭ

ପଦମପୁର:  ସାକାର ହେବ ପଦମପୁରବାସୀଙ୍କ ସ୍ବପ୍ନ । ଖୁବଶୀଘ୍ର ଜିଲ୍ଲା ମାନ୍ୟତା ପାଇବ ପଦମପୁର । ପଦମପୁରକୁ ଜିଲ୍ଲା ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବାବେଳେ ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ପଦମପୁରରେ ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥାପନ ପାଇଁ ସ୍ଥାନ ଚିହ୍ନଟ କାର୍ଯ୍ୟ ଆରମ୍ଭ ହୋଇଛି । ଆରଡିସି ସୁରେଶ ଚନ୍ଦ୍ର ଦଳାଇ ପଦମପୁରରେ ପହଞ୍ଚି ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି । RDCଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଜମି ନିରୂପଣରେ ସାମିଲ ହୋଇଛି ।

ଉପଜିଲ୍ଲାପାଳ ଓ ଆରଆଇଙ୍କ ଉପସ୍ଥିତିରେ ବିଭିନ୍ନ ସ୍ଥାନ ପରିଦର୍ଶନ କରି ଅନୁଧ୍ୟାନ କରାଯାଉଛି । ପଦମପୁରକୁ ବର୍ଷେ ଭିତରେ ଜିଲ୍ଲା ମାନ୍ୟତା ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତବର୍ଷ ହିଁ ପଦମପୁରବାସୀଙ୍କ ଜିଲ୍ଲା ସ୍ବପ୍ନ ସତ ହେବ ବୋଲି ନବୀନ କହିଥିଲେ । ଜିଲ୍ଲା ଗଠନ ପ୍ରକ୍ରିୟା ତ୍ବରାନ୍ବିତ ହୋଇଥିବାରୁ ପଦମପୁରବାସୀଙ୍କ ମନରେ ଉତ୍ସାହ ଦେଖାଦେଇଛି । ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହା କରିକି ଦେଖାନ୍ତି । ଯାହାକି ପୁଣି ଥରେ ପ୍ରମାଣିତ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପଦମପୁରବାସୀ ।

ଆଗ୍ନେୟଗିରି ଉଦଗୀରଣରେ ୧୧ ପର୍ବତରୋହୀଙ୍କ ମୃତ୍ୟୁ, ଏବେବି ୧୨ ନିଖୋଜ

ଜାକର୍ତ୍ତା: ଇଣ୍ଡୋନେସିଆର ମାଉଣ୍ଟ ମରାପୀରେ ଆଗ୍ନେୟଗିରି ଉଦଗୀରଣ । ବିସ୍ଫୋରଣ ପରେ ୧୧ ପର୍ବତରୋହୀଙ୍କ ମୃତ୍ୟୁ ଘଟିଛି  । ସୁମାତ୍ରାର ଅଗମ ପ୍ରାନ୍ତରେ ମାଉଣ୍ଟ ମରାପୀରେ ଅଚାନକ ବିସ୍ଫୋରଣ ପରେ ଆକାଶରେ ୩୦୦୦ ମିଟର ପର୍ଯ୍ୟନ୍ତ ଲାଭା ବିଛାଡି ହୋଇ ପଡିଥିଲା  । ଏହି ସମୟରେ ପ୍ରାୟ ୭୫ ଜଣ ପର୍ବତାରୋହୀ ୨୯୦୦ ମିଟର ଉଚ୍ଚ ପର୍ବତ ଆରୋହଣ କରୁଥିବାବେଳେ ସେଠାରେ ଫସି ଯାଇଥିଲେ  ।

ସ୍ଥାନୀୟ ଲୋକେ ଓ ଉଦ୍ଧାରକାରୀ ଟିମ୍‌ ସେଠାରେ ପହଞ୍ଚି ଆଠ ଜଣଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଥିଲେ  । ଉଦ୍ଧାରକାରୀ ଦଳ ସୋମବାର ସକାଳେ ୧୧ ଜଣ ମୃତଦେହ ପାଇଛନ୍ତି  । ଏବେବି ନିଖୋଜ ୧୨ ଜଣ ପର୍ବତାରୋହୀଙ୍କ ଖୋଜା ଚାଲିଛି  । ଖୋଜାଖୋଜି ବେଳେ ଉଦ୍ଧାରକାରୀ ଟିମ୍‌ ୩ ଜଣଙ୍କୁ ଜୀବିତ ପାଇଥିଲେ  ।

ଆଗ୍ନେୟଗିରି ଉଦଗୀରଣ ପରେ ଧଳା ରଙ୍ଗର ଧୂଆଁ ଚାରିଆଡେ ବ୍ୟାପି ଯାଇଥିଲା  । ଏଥିଯୋଗୁଁ ଅନେକ ପର୍ବତାରୋହୀ ନିଖୋଜ ହୋଇଯାଇଥିଲେ  । ଆଗ୍ନେୟଗିରିରୁ ଏତେ ମାତ୍ରାରେ ପାଉଁଶ ଓ ଧୂଆଁ ବାହାରିଥିଲା ଯେ ଆଖପାଖ ଗାଁ ବି ଏଥିରୁ ବର୍ତ୍ତି ପାରିନଥିଲା  ।

 

ବିନା ବ୍ରେକରେ ନାଟକ ପରିବେଶଣ, ବିଶ୍ବ ରେକର୍ଡ କଲା ବେଲପାହାଡ଼ର ମିରର ଥିଏଟର

ଝାରସୁଗୁଡ଼ା: ବିନା ବ୍ରେକରେ ଲଗାତାର ୪୮ ଘଣ୍ଟାର ନାଟକ ପରିବେଷଣ କରି ବିଶ୍ୱ ରେକର୍ଡ କଲା ମିରର ଥିଏଟର। ଝାରସୁଗୁଡା ଜିଲ୍ଲା ବେଲପାହାଡର ମିରର ଥିଏଟରର ଦୀର୍ଘ ଦିନର ପରିଶ୍ରମ ଲେଖିଦେଲା ନୂଆ ଇତିହାସ। ଖୁସିରେ ଭିଜିଗଲା ଷ୍ଟେଜ। ସବୁଆଡ଼ୁ ଛୁଟୁଛି ମିରର ଥିଏଟର ପାଖକୁ ଶୁଭେଚ୍ଛାର ସୁଅ। ୪୮ଘଣ୍ଟାରୁ ଅଧିକ ସମୟ ଧରି ସମ୍ବଲପୁରୀ ନାଟକ କାଏନଜୁରୀ ପ୍ରଦର୍ଶନ କରି ବିଶ୍ୱ ରେକର୍ଡର ଅଧିକାରୀ ହୋଇଛି । ବିଶ୍ୱର ସବୁଠୁ ଲମ୍ବା ନାଟକ ପ୍ରଦର୍ଶନ କରି (IEA) ଇଣ୍ଟରନେସନାଲ ଏକ୍ସସେଲେନ୍ସ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇ କେବଳ ଝାରସୁଗୁଡା ଜିଲ୍ଲା ନୁହେଁ ସମଗ୍ର ରାଜ୍ୟ ଏବଂ ଦେଶ ପାଇଁ ଗୌରବ ଆଣିଛି ମିରର ଥିଏଟର । ବିଶ୍ୱ ରେକର୍ଡ କରିବା ଲକ୍ଷ୍ୟରେ ଗତ ଡିସେମ୍ବର ୧ ତାରିଖ ସନ୍ଧ୍ୟା ୭ ଟା ୪୫ ମିନିଟରୁ ସମ୍ବଲପୁରୀ ନାଟକ କାଏନଜୁରୀ ପ୍ରଦର୍ଶନ ଆରମ୍ଭ କରିଥିଲା ମିରର ଥିଏଟର ।

ଏହି ନାଟକ ଡିସେମ୍ବର ୩ ତାରିଖ ସନ୍ଧ୍ୟା ୯ ଟା ୩୩ରେ ସମାପ୍ତ ହୋଇଥିଲା  । ଲଗାତାର ଭାବରେ ୪୯ ଘଣ୍ଟା ୪୮ ମିନିଟ ୧୨ ସେକେଣ୍ଡର ନାଟକ ପ୍ରଦର୍ଶନ କରି ଆଜି ବିଶ୍ୱ ଦରବାରରେ ନା କରିଛି ମିରର ଥିଏଟର । ବିଶ୍ୱ ରେକର୍ଡର ଅଧିକାରୀ ହୋଇଥିବା ଏହି ସମ୍ବଲପୁରୀ ନାଟକ କାଏନଜୁରୀରେ ଲାଲ ପାଏନ, ଦୂର ଆକାଶେ, ଗାଁ, ଟ୍ରାଫିକ ପୋଷ୍ଟ, ବେକାର, ହନୁମାନ ପଇସା, ଗୁଗୁଲ ମ୍ୟାପ, ଗୁରୁ ଚେଲା, ଚେହେରା, ମୂର୍ତ୍ତି, କାଠର ଚୌକି, ତୋର କିରିଆ, ପାଚେନ ପରି ଶହେ ଗୋଟି ନାଟକ କୁ ବିନା ବ୍ରେକରେ ଗୋଟିଏ ପରେ ଗୋଟିଏ ପ୍ରଦର୍ଶିତ ହୋଇଛି  । ୨୦୦ ରୁ ଅଧିକ କଳାକାର ଏହି ନାଟକରେ ଅଭିନୟ କରିଛନ୍ତି । ଦେଢ଼ ମାସର ଛୋଟ ଶିଶୁ ଠାରୁ ଆରମ୍ଭ କରି ୭୫ ବର୍ଷର ବରିଷ୍ଠ ନାଗରିକ ମଧ୍ୟ ଏହି ନାଟକରେ ଅଭିନୟ କରିଛନ୍ତି । ନାଟ୍ୟ ଇତିହାସରେ ମିରର ଥିଏଟର ଏହିଭଳି ପ୍ରୟାସକୁ ଉପସ୍ଥିତ ଅତିଥି, ନାଟ୍ୟକାର, ନେତା ତଥା ଦର୍ଶକମାନେ ପ୍ରଶଂସା କରିଛନ୍ତି।ଅନ୍ୟ ପଟେ ଏହା ନାଟକ କ୍ଷେତ୍ରରେ ଜଡିତ ସମସ୍ତଙ୍କୁ ଉତ୍ସାହିତ କରିବ ଏବଂ ଆଗାମୀ ପୀଢ଼ିର କଳାକାରଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି ମିରର ଥିଏଟର ର ନିର୍ଦେଶକ ସୁବାଷ ପ୍ରଧାନ କହିଛନ୍ତି ।

ଧୋକା ଦେଲା ପ୍ରେମିକ, ବାଂଲାଦେଶରୁ ଆସି ବାଲେଶ୍ବରରେ ପହଞ୍ଚିଲେ ଯୁବତୀ

ଜଳେଶ୍ବର: ବାଲେଶ୍ବରରେ ବାଂଲାଦେଶୀ ଝିଅ। ତାଙ୍କର ଗୋଟିଏ ଜିଦ୍, ସେ ତାଙ୍କ ସ୍ୱାମୀଙ୍କ ପାଖରେ ରହିବେ। ବାଂଲାଦେଶୀ ଝିଅ ରୁମା ମ୍ୟାରିଆମ୍ କହିଛନ୍ତି, ବାଲେଶ୍ବର ଜିଲ୍ଲା ବୁଧ କୁସୁମୀ ଗାଁର ବୀରେନ୍ଦ୍ର ପ୍ରତାପ ଭଞ୍ଜଙ୍କ ସହ ଫେସବୁକରୁ ତାଙ୍କର ପ୍ରେମ ଆରମ୍ଭ ହୋଇଥିଲା । ପ୍ରେମ ଏତେ ନିବିଡ଼ ହୋଇଥିଲା ଯେ, ଦେଶ ପାରି ହୋଇ ବାଂଲାଦେଶରେ ରୁମା ମ୍ୟାରିଆମଙ୍କୁ ବୀରେନ୍ଦ୍ର ବିବାହ କରିଥିଲେ। ବାଂଲାଦେଶର ଏକ ମସଜିଦରେ ବିବାହ ପରେ ଉଭୟ ଏକାଠି ରହିଥିଲେ। ମଝିରେ ମଝିରେ ବୀରେନ୍ଦ୍ର ନିଜ ଦେଶ ଭାରତକୁ ଆସି ପୁଣି ବାଂଲାଦେଶକୁ ଯାଆନ୍ତି । ତେବେ ଗୋଟିଏ ବର୍ଷ ଧରି ଆସିଲେ ନାହିଁ। ମ୍ୟାରଆମ୍ କହିଛନ୍ତି, ସେ ଜାଣିବାକୁ ପାଇଲେ ଯେ ପାଞ୍ଚ ମାସ ପୂର୍ବରୁ ତାଙ୍କ ସ୍ବାମୀ ବୀରେନ୍ଦ୍ର ଦ୍ବିତୀୟ ବିବାହ କରିଛନ୍ତି। ଏହାପରେ ବୁଧ କୁସୁମୀ ଗାଁରେ ବୀରେନ୍ଦ୍ର ପ୍ରତାପ ଭଞ୍ଜଙ୍କ ଘରେ ପହଞ୍ଚିଛନ୍ତି ମ୍ୟାରିଆମ୍।

ଦୀଘାରୁ କମର୍ଦ୍ଦା, କମର୍ଦ୍ଦାରୁ ବାଲେଶ୍ବର ଧାଉଁଛନ୍ତି ରୁମା । ବୀରେନ୍ଦ୍ର ପ୍ରତାପ ଧରାଛୁଆଁ ଦେଉନାହାନ୍ତି । ବୀରନ୍ଦ୍ର ଦୀଘାର ପାୱାର ହାଉସରେ ଚାକିରି କରନ୍ତି । ଅତୀତ ଦିନର ସ୍ମୃତିକୁ ମୋବାଇଲରେ ସାଇତି ରଖିଛନ୍ତି ରୁମା। ତାଙ୍କ ପ୍ରେମ ସତ, ସେ ତାଙ୍କ ସ୍ବାମୀକୁ ଫେରି ପାଇବେ, ଏହି ବିଶ୍ବାସ ନେଇ ସେ ବାଲେଶ୍ବରରେ ଡେରା ପକାଇଛନ୍ତି । ତେବେ ବୀରେନ୍ଦ୍ର ପ୍ରତାପ ଭଞ୍ଜଙ୍କ ପରିବାର ଓ ଗ୍ରାମବାସୀଙ୍କ କହିବା କଥା, ଦୀଘାରେ ବୀରେନ୍ଦ୍ର ପ୍ରତାପ ଭଞ୍ଜ କାମ କରୁଥିବା ବେଳେ ବାଂଲାଦେଶୀ ଯୁବତୀଙ୍କ ସହିତ ସମ୍ପର୍କ ହୋଇଥିଲା ।

ସେଇ ସମୟର କିଛି ଫଟୋ ଯୁବତୀ ଜଣଙ୍କ ରଖି ତାଙ୍କ ସ୍ତ୍ରୀ ବୋଲି କହି ଟଙ୍କା ହଡ଼ପ କରିବା ପାଇଁ ଚାହୁଁଛନ୍ତି । ଅନ୍ୟପଟେ ଯୁବତୀ ଜଣକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଅସହାୟ ପୀଡିତାଙ୍କୁ ମେଡିକାଲରେ ଥିବା ଓବାନ୍ ଷ୍ଟପ୍ ସେଣ୍ଟରରେ ଆଶ୍ରୟ ଦିଆଯାଇଛି । ସେପଟେ ବାଲେଶ୍ବର ପୋଲିସ ଅଭିଯୁକ୍ତକୁ ଖୋଜିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ।

5T ଅଧ୍ୟକ୍ଷଙ୍କୁ ଭେଟିଲେ ଏକାଧିକ ସଂଗଠନର କର୍ମକର୍ତ୍ତା

ଭୁବନେଶ୍ବର: ନୂଆ ଦାୟିତ୍ବ ପାଇଁ ଛୁଟୁଛି ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ । ସୋମବାର 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ନବୀନ ନିବାସରେ ଭେଟିଛନ୍ତି କିଛି ବିଧାୟକ ଓ ଏକାଧିକ ସଂଗଠନ। ଏହି ଅବସରରେ ସେମାନଙ୍କ ଦାବି ସମ୍ପର୍କରେ 5T ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଛନ୍ତି । ଯାହା ସେମାନଙ୍କୁ ଅତ୍ୟନ୍ତ ଖୁସି ଦେଇଛି ବୋଲି କହିଛନ୍ତି । ସୋରଡ଼ା ଡ୍ୟାମ ବିସ୍ଥାପିତଙ୍କୁ ଡିସେମ୍ବର ୧୪ରେ ପଟ୍ଟା ମିଳୁଥିବା ଖବର ଶୁଣି ଖୁସି ଅନୁଭବ କରିଛନ୍ତି । ସେହିପରି ନାଲକୋ କର୍ମଚାରୀମାନେ NH 55ର ଦୁରାବସ୍ଥା ନେଇ ଆଲୋଚନା କରିଛନ୍ତି । କାରଣ ଇଣ୍ଡଷ୍ଟ୍ରିଆଲ କରିଡ଼ରକୁ ଯିବା ସମୟରେ ଅନେକ ଦୁର୍ଘଟଣା ଘଟୁଛି । ରାଜ୍ୟ ସରକାର ବି ଏ ନେଇ ଅନେକ ଥର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ସାରିଛନ୍ତି। କୁଡୁମି ସେନା ବି 5T ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି । କାରଣ ସେମାନଙ୍କ ପାଇଁ କେନ୍ଦୁଝର ଓ ମୟୁରଭଞ୍ଜରେ ସରକାର ଭବନ ନିର୍ମାଣ କରିଛନ୍ତି । କୁଡୁମି ସେନାର କୁନି ପିଲା କୀର୍ତ୍ତିବାସ ମହାନ୍ତଙ୍କୁ ବୋଇତ ଉପହାର ଦେବା ସହ ଭବିଷ୍ୟତରେ ବଡ଼ ମଣିଷ ହେବାକୁ ପରାମର୍ଶ ଦେଇଛନ୍ତି 5T ଅଧ୍ୟକ୍ଷ ।

ଦିନକ ପାଇଁ ବଢ଼ିଲା କଟକ ବାଲିଯାତ୍ରା

କଟକ: ଦିନକ ପାଇଁ ବଢ଼ିଲା କଟକ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ ସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଐତିହାସିକ ବାଲିଯାତ୍ରାକୁ ଗୋଟିଏ ଦିନ ପାଇଁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ସୋମବାର ଶେଷ ହୋଇଥାନ୍ତା ବାଲିଯାତ୍ରା । ହେଲେ ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଆଉ ଦିଦେ ପାଇଁ ବଢ଼ିଛି କଟକ ବାଲିଯାତ୍ରା ଅବଧି । ବାଲିଯାତ୍ରା ଏବେ ଲୋକଙ୍କ ପାଇଁ ମୁଖ୍ୟ ଆକର୍ଷଣ ହୋଇଛି ଓ ଏଥିରେ ବିପୁଳ ଜନ ସମାଗମ ହେଉଛି । ଉପର ଓ ତଳ ବାଲିଯାତ୍ରା ପଡିଆରେ ଲୋକଙ୍କର ଖଚାଖଚ ଭିଡ଼ ଲାଗୁଛି । ଚଟାପଟ ଖାଇବା ସାଙ୍ଗକୁ ବିଭିନ୍ନ ଘରକରଣା ସାମଗ୍ରୀ କିଣିବାକୁ ଲୋକ ଭିଡ଼ ଜମାଉଛନ୍ତି । ଏହାଛଡ଼ା ଦୋଳି ଓ ଅନ୍ୟ ରୋମାଞ୍ଚକର ଅନୁଭୂତି ମଧ୍ୟ ନେଉଛନ୍ତି ଜନସାଧାରଣ ।

ବାତ୍ୟା ପ୍ରଭାବରେ ବେହାଲ ହେଲାଣି ଚେନ୍ନାଇ ସ୍ଥିତି, ରାସ୍ତାରେ ଭାସୁଛି କାର

ଚେନ୍ନାଇ: ବାତ୍ୟା ’ମିଗଜେମ’ ପ୍ରଭାବ। ବେହାଲ ହେଲାଣି ଚେନ୍ନାଇ ସ୍ଥିତି। ପ୍ରବଳ ବର୍ଷାରେ ରାସ୍ତା ପୁରା ଜଳମୟ ହୋଇଯାଇଛି । ଯୁଆଡ଼େ ଚାହିଁବ ଖାଲି ପାଣି ପାଣି ପାଣି । ଯାହାଦ୍ବାରା ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ତାମିଲନାଡ଼ୁ ଅଧିକାଂଶ ଜିଲ୍ଲା ପ୍ରଭାବିତ ହୋଇଛି । ସେପଟେ ଚେନ୍ନାଇ ଏବେ ପାଣିରେ ବୁଡ଼ି ରହିଛି । ବାତ୍ୟାକୁ ପ୍ରଭାବ ଯୋଗୁଁ ବିଜଳି କାଟ ହୋଇଥିବାବେଳେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚାରିଆଡ଼େ ପାଣି ଭରି ରହିଥିବାବେଳେ କାର ଗୁଡ଼ିକ ରାସ୍ତାରେ ଭାସୁଥିବା ଦେଖିବାକୁ ମିଳୁଛି । ଯାହାର ଭିଡିଓ ସବୁ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ତାମିଲନାଡୁରେ ବାତ୍ୟା ମିଗଜୋମର ପ୍ରଭାବ । ବର୍ତ୍ତମାନ ଚେନ୍ନାଇ ଉପକୂଳରୁ ବାତ୍ୟା ମିଗଜୋମ ୧୧୦ କିଲୋମିଟର ପୂର୍ବ ଉତ୍ତରପୂର୍ବ ଅଂଚଳରେ ରହିଛି । ଏହା ଘଣ୍ଟାକୁ ୧୦ କିଲୋମିଟର ବେଗରେ ଅତିକ୍ରମ କରୁଛି । ଅପରାହ୍ନ ସୁଦ୍ଧା ବାତ୍ୟା ସମାନ୍ତରାଳ ଭାବେ ଚେନ୍ନାଇ ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ତାମିଲନାଡୁ ଉପକୂଳରେ ପ୍ରବଳ ବର୍ଷା ଲାଗି ରହିଛି ।ପ୍ରବଳ ବେଗରେ ପବନ ବହିବାରୁ ଅନେକ ଗଛ ଭାଂଗି ପଡିଛି । ରାସ୍ତାରେ ଗଛ ପଡ଼ି ଯାତାୟତ ପ୍ରଭାବିତ ହୋଇଛି । ଚେନ୍ନାଇ ସହର ଜଳମଗ୍ନ ହୋଇପଡିଛି । ସହରରେ ପାଣି ଜମି ରହିଥିବାରୁ ଅନେକ ଗାଡି ବୁଡିଯାଇଛି । ରାସ୍ତାରେ ପାଣିରେ କାର ଭାସିଯାଉଛି । ପ୍ରବଳ ବର୍ଷାରୁ ତଳିଆ ଅଂଚଳ ଜଳମଗ୍ନ ହୋଇପଡିଛି। ବାତ୍ୟା ପ୍ରଭାବରେ ଚେନ୍ନାଇରେ ବିଦ୍ୟୁତ ଓ ଇଣ୍ଟରନେଟ ବ୍ୟବସ୍ଥା ପ୍ରଭାବିତ ହୋଇଛି । ଆଜି ସକାଳୁ ଚେନ୍ନାଇରେ ପ୍ରବଳ ବର୍ଷା ହେଉଛି । ବର୍ଷା ଯୋଗୁଁ ଚେନ୍ନାଇରେ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ବିରାଟଙ୍କୁ ଏମିତି ମେସେଜ କରିଥିଲେ ପାକିସ୍ତାନୀ କ୍ରିକେଟର 

ନୂଆଦିଲ୍ଲୀ: ଆଇପିଏଲ ୨୦୨୩ରେ ମ୍ୟାଚ ଗୁଡ଼ିକ ଯେତିକି ରୋମାଞ୍ଚକ ହୋଇଥିଲା ସେତିକି ବିବାଦୀୟ ମଧ୍ୟ ହୋଇଥିଲା । ତେବେ ଆପଣଙ୍କ ନିଶ୍ଚିତ ମନେ ଥିବ କି, ନବୀନ ଉଲ୍ଲହକ ଏବଂ କୋହଲିଙ୍କ ବିବାଦ । ଯାହାକି ପଡ଼ିଆରୁ ଆରମ୍ଭ ହୋଇ ସୋସିଆଲ ମିଡିଆରେ ଉଗ୍ରରୂପ ନେଇଥିଲା । ଉଭୟ ବିବାଦରେ ଗମ୍ଭୀରଙ୍କ ଏଣ୍ଟ୍ରିକୁ ନେଇ ମଧ୍ୟ ଢ଼େର ଚର୍ଚ୍ଚା ହୋଇଥିଲା । ଯଦିଓ ଏବେ ନବୀନ ଏବଂ କୋହଲିଙ୍କ ସମ୍ପର୍କ ବେଶ ଭଲ ରହିଛି କିନ୍ତୁ ସେଦିନର ସେହି ବିବାଦକୁ ନେଇ ଆଜି ମଧ୍ୟ ବହୁ ତର୍କ ବିତର୍କ ଦେଖିବାକୁ ମିଳେ । କିଏ କୋହଲିଙ୍କୁ ସପୋର୍ଟ କରୁଛନ୍ତି ତ ଆଉ କେହି କେହି ଗମ୍ଭୀରଙ୍କ ପାଇଁ ନବୀନଙ୍କୁ ମଧ୍ୟ ଠିକ ବୋଲି କହିଛନ୍ତି । ତେବେ ସେ ଯାହା ବି ହେଉ ସେ ବିବାଦ ଛୁଟି ଯାଇଛି । ଆଉ ନିକଟରେ ଯାଇଥିବା ବିଶ୍ବକପରେ କୋହଲି ଏବଂ ନବୀନଙ୍କ ବନ୍ଧୁତ୍ବ ଦେଖିବାକୁ ମିଳିଥିଲା ।

ଏବେ ଆପଣ ଭାବୁଥିବେ କି, ତାହେଲେ ଆମେ କାହିଁକି ପୁଣିଥରେ ପୁରୁଣା ବିବାଦକୁ ମନେ ପକାଇଲୁ। ତେବେ ପାକିସ୍ତାନର ଭେଟେରାନ ବ୍ୟାଟ୍ସମ୍ୟାନ ଇମାମ ଉଲକହ ଏହି ଘଟଣାକୁ ମନେ ପକାଇଛନ୍ତି। ସେ କହିଛନ୍ତି ପାକିସ୍ତାନୀ କ୍ରିକେଟର ସଲମାନ ଅଲ୍ଲୀ ନବୀନ ଏବଂ କୋହଲିଙ୍କ କଳି ପରେ ବିରାଟଙ୍କୁ ମେସେଜ କରିଥିଲେ । ଇନଷ୍ଟାଗ୍ରାମରେ ମେସେଜ କରି ଲେଖିଥିଲେ କି, ଭାଇ ’ଇଜି ହୋ ଯାଅ’ । ଯାହାକୁ ପୁଣିଥରେ ମନେ ପକାଇଛନ୍ତି ଇମାମ ଉଲକହ। ସେ କହିଛନ୍ତି କି, ସେଦିନ କଥା ବେଶ ମନେ ରହିଛି । କୋହଲି ଜଣେ ଭଲ କ୍ରିକେଟର ମଜାଳିଆ ଢ଼ଙ୍ଗରେ ଖେଳାଳିଙ୍କ ସହ ମିଶିଥାନ୍ତି । କିନ୍ତୁ ସେଦିନର ସେହି ଘଟଣା ଆଉ ଗମ୍ଭୀରଙ୍କ ଏଣ୍ଟ୍ରି ବେଶ ଚର୍ଚ୍ଚା ହୋଇଥିଲା । ବିସିସିଆଇ କୋହଲି ଏବଂ ଗମ୍ଭୀରଙ୍କ ୧୦୦ ପ୍ରତିଶତ ମ୍ୟାଚ୍ ଫି କାଟିଥିଲା ।  ସେପଟେ ଏହି ଘଟଣାରେ ନବୀନ ଉଲ୍ଲହକଙ୍କ ମଧ୍ୟ ୫୦ ପ୍ରତିଶତ ମ୍ୟାଚ ଫି କଟାଯାଇଥିଲା । ନିକଟରେ ଯାଇଥିବା ବିଶ୍ବକପରେ ଉଭୟ ଭଲ ବନ୍ଧୁଭାବେ ନଜର ଆସିଥିଲେ ।

 

୩ ରାଜ୍ୟରେ ବିଜୟ ପରେ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନିର୍ବାଚନରେ ବିଜୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ  ଜଣାଇଲେ ମୁଖ୍ୟମନ୍ତ୍ରୀ । ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ହୋଇଛି । ଏଥିପାଇଁ ସୋମବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେଲିଫୋନ ଯୋଗେ କଥା ହୋଇଥିଲେ। ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସଂସଦର ଶୀତ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ। ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳରୁ ଦିନ ୧୨ଟା ପର୍ଯ୍ୟନ୍ତ ଗୃହ ମୁତଲବି ହୋଇଛି । ହଟ୍ଟଗୋଳରୁ ସଂସଦର ଅଧିବେଶନକୁ ଦିନ ୧୨ଟା ପର୍ଯ୍ୟନ୍ତ ସ୍ଥଗିତ କରିଛନ୍ତି ବାଚସ୍ପତି । ସଂସଦରେ ନିୟମର ଉଲ୍ଲଂଘନକୁ ଗ୍ରହଣ କରାଯିବ ନାହିଁ ବୋଲି କହିଛନ୍ତି ଲୋକସଭା ବାଚସ୍ପତି। ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଗୃହ । ଅଧିବେଶନରେ ୨୧ଟି ପ୍ରସଙ୍ଗରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ସେଥିମଧ୍ୟରୁ ୧୯ଟି ବିଧେୟକ ଓ ୨ଟି ବିତ୍ତୀୟ ଚିଠା ରହିଛି । ଆଇପିସି, ସିଆରପିସି ଏବଂ ଏଭିଡେନ୍ସ ଆକ୍ଟର ସ୍ଥାନ ନେଇପାରେ ନୂତନ ବିଧେୟକ ।

ସେହିପରି ଦେଶର ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ନେଇ ମଧ୍ୟ ବିଲ୍ ଅଟକି ରହିଛି । ମୌସୁମୀ ଅଧିବେଶନରେ ଏହି ବିଲ୍ ଆଗତ ହୋଇଥିଲା । ପ୍ରଥମ ଦିନରେ ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ଏଥିକ୍ସ କମିଟି ଦେଇଥିବା ରିପୋର୍ଟ ଉପସ୍ଥାପନ ହେବ । ରାଜ୍ୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ଚଳିତ ଅଧିବେଶନରେ ବିଜେଡି ପୁଣି ତାର ଦାବିକୁ ଦୋହରାଇବ । ଓଡ଼ିଶାରେ ବିଧାନ ପରିଷଦ ଗଠନ ସଂକ୍ରାନ୍ତରେ ବିଲ ଆଗତ ପାଇଁ କେନ୍ଦ୍ର ନିକଟରେ ଦାବି କରିବ ବିଜେଡି । ଦୀର୍ଘ ଦିନର ଦାବି ସତ୍ତ୍ୱେ ଏହା ଏପର୍ଯ୍ୟନ୍ତ କେନ୍ଦ୍ରର ମଞ୍ଜୁରୀ ଲାଭ କରିପାରିନାହିଁ ।

ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ରାଜ୍ୟକୁ ଅଧିକ ଆବାସ ଆବଣ୍ଟନ କରିବା ଏବଂ ରାଜ୍ୟର ଅନେକ ଜାତୀୟ ରାଜପଥର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଦାବି କରିବ ବିଜେଡି । ଏହାସହ ଓଡ଼ିଶାର ଜନଜାତି ତାଲିକାରେ ୧୬୯ ପ୍ରସ୍ତାବକୁ ସାମିଲ, କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର, ଫସଲ ବୀମା ପ୍ରସଙ୍ଗ, ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଆଦି ପ୍ରସଙ୍ଗ ଉଠାଇବ ବିଜେଡି ।