spot_img
Home Blog Page 265

ରାଜରାସ୍ତାରେ ବୁଣାକାର ଓ କାରିଗର: ହକ ପାଇଁ ଚାଲିଛି ଲଢ଼େଇ

ରାଜରାସ୍ତାରେ ବୁଣାକାର ଓ କାରିଗର । ହକ ପାଇଁ ଚାଲିଛି ଲଢ଼େଇ । ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା ବାଟବଣା ହୋଇଥିବା ଅଭିଯୋଗ ହୋଇଛି । ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦ ମଧ୍ୟ ସକ୍ରିୟ ନାହିଁ । ଯାହାର ପ୍ରତିବାଦରେ ଯାଜପୁରରେ ବିଶାଳ ବିକ୍ଷୋଭ। ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିଛନ୍ତି ଶହଶହ ବୁଣାକାର ଓ ଶିଳ୍ପୀ କାରିଗର। ପୂର୍ବ ସରକାର ରାଜ୍ୟର ହସ୍ତଶିଳ୍ପୀ ଓ ବୁଣାକାରଙ୍କ ସାମାଜିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା ଲାଗୁ କରିଥିଲେ । କିନ୍ତୁ ଏହି ଯୋଜନାରୁ ବାଦ୍ ପଡିଛନ୍ତି ଅନେତ ହସ୍ତଶିଳ୍ପୀ।

ନିୟମ ରହିଛି ୪୦ ବର୍ଷର ମହିଳା ଓ ୫୦ ବର୍ଷର ପୁରୁଷ ବୁଣାକାର ଏବଂ ହସ୍ତଶିଳ୍ପୀ ଏହି ଯୋଜନାର ହିତାଧିକାରୀ ହୋଇପାରିବେ । କିନ୍ତୁ ଏହାକୁ କାର୍ଯକାରୀ କରାଯାଉନି । ଫଳରେ ରାଜ୍ୟର ହଜାର ହଜାର ଶିଳ୍ପୀ ଓ କାରିଗର ଏଥିରୁ ବଞ୍ଚିତ ହେଉଛନ୍ତି। ସେହିଭଳି ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦର ପରିଚାଳନା ବୋର୍ଡ଼ ରାଜ୍ୟ ସରକାର ଏ ଯାଏ ପୁନର୍ଗଠନ କରିନାହାନ୍ତି । ଫଳରେ ସମସ୍ୟା ବଢ଼ିବାରେ ଲାଗିଛି। ରାଜ୍ୟର ହସ୍ତଶିଳ୍ପୀ ଓ ବୁଣାକାରଙ୍କ ପ୍ରତି ଅବିଚାର ପ୍ରତିିବାଦରେ କାରିଗର ବହୁଳ ସମସ୍ତ ଜିଲ୍ଲାରେ ଆନ୍ଦୋଳନ ଗଢ଼ି ତୋଳିବାକୁ ଓଡିଶା ଶିଳ୍ପୀ ମହାସଂଘ ନିଷ୍ପତି ନେଇଛି । ଏହିକ୍ରମରେ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା ଓ ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ଉନ୍ନୟନ ପରିଷଦକୁ କାର୍ଯ୍ୟକାରୀ କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଆଜି ଯାଜପୁର ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ସେପଟେ ସମସ୍ୟା ସମାଧାନ କରାଯିବ ବୋଲି ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି। ପୂର୍ବ ସରକାର ବୁଣାକାର ହସ୍ତଶିଳ୍ପ କାରିଗରଙ୍କ ଆର୍ଥିକ ବିକାଶ ପାଇଁ ଯୋଜନା ପ୍ରଣୟନ କରିଥିଲେ । ଚାଲୁ ରହିଥିବା ଯୋଜନାକୁ କାର୍ଯ୍ୟକାରୀ କରିବାରେ କାହିଁକି ଓ କେଉଁଠି ଅବହେଳା ରହିଛି ସେ ନେଇ ବିଭାଗୀୟ ମନ୍ତ୍ରୀ ବିଧିବଦ୍ଧ ତଦନ୍ତ କରି ପଦକ୍ଷେପ ନେବାକୁ ସବୁ ମହଲରେ ଦାବି ଉଠିଛି ।

ଜାତୀୟ ସ୍ତରୀୟ ଭଳିବଲ ଖେଳାଳୀଙ୍କ ନିଧନ

ଭୁବନେଶ୍ବର : ଭଲିବଲ ଖେଳି ଓଡ଼ିଶା ପାଇଁ ସୁନାମ ଆଣିଥିବା ଖେଳାଳୀଙ୍କ ଅକାଳ ବିୟୋଗ । ମାତ୍ର ୫୦ ବର୍ଷ ବୟସରେ ଭଲିବଲ ଖେଳାଳୀ ଅନୀଲ କୁମାର ଦାସଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ଅନିଲ କିଛି ଦିନ ହେବ ବୃକକ୍ ଜନିତ ରୋଗରେ ପୀଡ଼ିତ ଥିଲେ । ସ୍କୁଲରେ ପାଠ ପଢିବା ବେଳୁ ଭଲିବଲ ଖେଳ ପ୍ରତି ତାଙ୍କର ଭଲପାଇବା ବଢିଥିଲା । ସେ ସ୍କୁଲ ସ୍ତରରେ ଜାତୀୟ ଦଳକୁ ପ୍ରତିନିଧିତ୍ବ କରିବା ପରେ ଆଉ ପଛକୁ ଚାହିଁ ନଥିଲେ । ପରେ ସବ-ଜୁନିୟର ନ୍ୟାସନାଲ, ଜୁନିୟର ନ୍ୟାସନାଲ ଓ ସିନିୟର ନ୍ୟାସନାଲ ଟିମର ସଦସ୍ୟ ମଧ୍ୟ ରହିଥିଲେ । ସେ ଭୁବନେଶ୍ବରସ୍ଥିତ ପ୍ରିନ୍ସିପାଲ ଆକାଉଣ୍ଟ ଜେନେରାଲ ( ଏଜି) ଅଫିସରେ କାର୍ଯ୍ୟରତ ଥିଲେ । ୧୯୭୫ ମସିହାରେ ଜନ୍ମଗ୍ରହଣ କରିଥିବା ଅନିଲଙ୍କୁ ଓଡ଼ିଶାର ସବୁଠାରୁ ଷ୍ଟାଇଲିଶ ଖେଳାଳୀ ବୋଲି କୁହାଯାଏ । ତାଙ୍କ ମୃତ୍ୟୁରେ ଏଜି ଅଫିସର ସମସ୍ତ କର୍ମଚାରୀ, ଓଡ଼ିଶା ଭଲିବଲ ଆସୋସିଏସନ ସମେତ ବିଭିନ୍ନ ମହଲରୁ ଶୋକ ପ୍ରକାଶ କରାଯାଇଛି ।

ପକ୍କାରାସ୍ତା ନଥିବାରୁ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ

ଆବଡ଼ାଖାବଡ଼ା, ପାହାଡିଆ କାଦୁଅ ପଚପଚ ରାସ୍ତା । ମଝିରେ ମଝିରେ ବଡ଼ବଡ଼ ଗାଡ଼ । ସେଥିରେ ବର୍ଷା ଯୋଗୁ ପାଣି ପଚପଚ । ବର୍ଷା ଦିନେ ସମସ୍ୟା ନ କହିଲେ ଭଲ। ଆଉ ଏହି ରାସ୍ତା ଦେଇ ଯିବା ଆସିବା କରୁଛନ୍ତି ପିଲାଠୁ ବୟସ୍କ। ବିପଦଶଙ୍କୁଳ ଭାବେ କରୁଛନ୍ତି ଯାତାୟତ। ପକ୍କାରାସ୍ତା ନଥିବାରୁ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି କୋରାପୁଟ ପଟ୍ଟାଙ୍ଗୀ ବ୍ଳକ ପୁକାଲି ପଞ୍ଚାୟତର ନାଲାକଣ୍ଡା ଗ୍ରାମବାସୀ। ରାସ୍ତାରେ ଚାଲିଚାଲି ଯିବା ମୁସ୍କିଲ ହୋଇ ପଡୁଥିବା ବେଳେ ରେଗୀକୁ ଡାକ୍ତରଖାନା ନେବା ପାଇଁ ଜରୁରୀ ସମୟରେ ଗାଁକୁ ଆସିପାରୁନି ଆମ୍ବୁଲାନ୍ସ । ଫଳରେ ରୋଗୀଙ୍କୁ ଚିକିତ୍ସା ପାଇଁ ଖଟିଆରେ ଦୁଇ କିଲୋମିଟର ବୋହି ନେବାକୁ ପଡୁଛି । ପ୍ରଶାସନ ନିଦାବିଷ୍ଣୁ ସାଜିଥିବାବେଳେ ସମସ୍ୟା ପ୍ରତି କେହି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

ଗାଁକୁ ରାସ୍ତା ନଥିବାରୁ ରାସନ ଚାଉଳ କି ଭତ୍ତା ପାଇଁ ବୟସ୍କ ଲୋକମାନେ ଭୋଗୁଛନ୍ତି ସମସ୍ୟା । ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀଙ୍କଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ନେତା ମନ୍ତ୍ରୀଙ୍କ ନିକଟରେ ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ଯେପରି ଶୀଘ୍ର ରାସ୍ତା ନିର୍ମାଣ ହେବ ତାର ବ୍ୟବସ୍ଥା କରିବୁ ବୋଲି କହିଛନ୍ତି ବ୍ଲକ ଅଧ୍ୟକ୍ଷା । ତେବେ ପ୍ରଶାସନ କେବେ ନାଲାକଣ୍ଡା ଗ୍ରାମବାସୀଙ୍କ ଦୁଃଖ ଶୁଣୁଛି ଗାଁକୁ କେବେ ପକ୍କା ରାସ୍ତା ନିର୍ମାଣ ହେଉଛି ତାହା ଉପରେ ନଜର ।

ଅସହାୟ ସୁବାସିନୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ସମାଜସେବୀ ବିକ୍ରମ

ବିକ୍ରମ କେଶରୀ ସାମଲ। ବୟସ ମାତ୍ର ୩୫ ବର୍ଷ। ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ଜଣେ ଚର୍ଚ୍ଚିତ ଯୁବ ସମାଜସେବୀ। ପେଶାରେ ଜଣେ ଦକ୍ଷ ବ୍ୟବସାୟୀ ଭାବେ ଅଞ୍ଚଳରେ ବେଶ ଜଣା ଶୁଣା । ଏତେ କମ ବୟସରୁ ଯେଭଳି ଦାନର ମହତ୍ତ୍ବକୁ ବୁଝିପାରିଛନ୍ତି ବିକ୍ରମ। ଯେବେଠୁ ରୋଜଗାର କରିବା ଆରମ୍ଭ କରିଛନ୍ତି ସେବେଠୁ ତାଙ୍କର ପ୍ରତି ଜନ୍ମଦିନରେ ଜଣେ ଜଣେ ଭିନ୍ନକ୍ଷମ ଓ ନିରାଶ୍ରୟଙ୍କୁ ସେ ସହାୟତାର ହାତ ବଢ଼ାଇଛନ୍ତି । କେତେବେଳେ ବାସହୀନଙ୍କୁ ଘର ଦାନ କରିଛନ୍ତି ତ କେତେବେଳେ କେଉଁ ଅସହାୟ ମାଆର ପୁଅ ସାଜି ତାଙ୍କ ପରିବାରର ସମସ୍ତ ସମସ୍ୟାକୁ ନିଜର କରିନେଇଛନ୍ତି। ତାଙ୍କ ୩୫ତମ ଜନ୍ମଦିନ ଉପଲକ୍ଷେ ନିମାପଡ଼ା ପାଟପୁର ଗାଁର ଜଣେ ନିରାଶ୍ରୟା ବିଧବା ସୁବାସିନୀ ଦାସଙ୍କୁ ନୂଆ ଦୋକାନ ଗୃହଟିଏ ଦେବା ସହିତ ଦୋକାନର ସମସ୍ତ ଆସବାବ ପତ୍ର ମଧ୍ୟ ଦେଇଛନ୍ତି। ସ୍ଵାମୀ ଓ ପୁଅର ବିୟୋଗ ପରେ ଘର ସାମନାରେ କଦଳୀ ବେପାର କରି ପରିବାର ପ୍ରତିପୋଷଣ କରିଆସୁଥିଲେ ସୁବାସିନୀ। ଓଳିଏ ଖାଇଲେ ଓଳିଏ ଉପାସ ରହୁଥିଲେ। ବହୁ କଷ୍ଟରେ କଟୁଥିଲା ଦିନ। ଶୁଣନ୍ତୁ କଣ କହୁଛନ୍ତି ସୁବାସିନୀ।

ଅସହାୟ ସୁବାସିନୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ସମାଜସେବୀ ବିକ୍ରମ। ଭଙ୍ଗା ଦଦରା ଘର ଖଣ୍ଡିଏକୁ ଛାଡ଼ିଦେଲେ ତାଙ୍କ ପାଖରେ ଆଉ ସାହାରା ବୋଲି କିଛି ନାହିଁ। ସମ୍ବଳ ଅଭାବରୁ ଝିଅର ପାଠପଢ଼ାରେ ଡୋରୀ ବାନ୍ଧିଦେଇଛନ୍ତି । କଷ୍ଟେ ମଷ୍ଟେ ତେଲ ଲୁଣର ସଂସାର ଚଳିବା ମଧ୍ୟ କଷ୍ଟକର ହେଉଥିଲା। ବିକ୍ରମଙ୍କ ସହଯୋଗ ପାଇ ସୁବାସିନୀ ରୋଜଗାରକ୍ଷମ ହେବା ସହିତ ଆଗକୁ ନିଜ ପରିବାରର ଆର୍ଥିକ ସମସ୍ୟାକୁ ସମାଧାନ କରିପାରିବେ ବୋଲି କହିଛନ୍ତି । ଏହାସହ ଝିଅର ଅଧୁରା ପାଠକୁ ପୂରା କରିବା କରିବାକୁ ଆଶା ରଖିଛନ୍ତି। ଅନ୍ୟପଟେ ଯେ ପର୍ଯ୍ୟନ୍ତ ତାଙ୍କ ରୋଜଗାର ଅଛି ସେ ପର୍ଯ୍ୟନ୍ତ ତାଙ୍କର ଏହିଭଳି ପରୋପକାରୀ କାର୍ଯ୍ୟ ଜାରି ରହିବ ବୋଲି ବିକ୍ରମ ପ୍ରକାଶ କରିଛନ୍ତି।

କ୍ଷମତାକୁ ଆସିବା ପରେ ଓଡିଆ ଅସ୍ମିତାକୁ ଭୁଲିଗଲା ବିଜେପି

କ୍ଷମତାକୁ ଆସିବା ପୂର୍ବରୁ ଓଡ଼ିଆ ଅସ୍ମିତା ନେଇ ବିଜେପି ବହୁତ ଡିଣ୍ଡିମ ପିଟୁଥିଲେ। ଓଡ଼ିଆ ଅସ୍ମିତା ସହ ଜଡିତ ଅତିବଡ଼ି ଜଗନ୍ନାଥ ଦାସ। ସେ ଓଡ଼ିଆ ଭାଗବତ ରଚନା କରିଥିଲେ। ସେ ବ୍ରହ୍ମଗିରିର କପିଳେଶ୍ଵରରେ ଜନ୍ମଗ୍ରହଣ କରିଥିଲେ। ଏହି ଗାଁରେ ତୋରଣ ଓ ବ୍ୟାଖ୍ୟାନ କେନ୍ଦ୍ର କରିବାକୁ ନବୀନ ପଟ୍ଟନାୟକ ସରକାର ନିଷ୍ପତ୍ତି ନେଇଥିଲେ। ତାଙ୍କ ସାଧନା ପୀଠ ସାତଲହଡି ମଠ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି। ଏହାର ପୁନରଉଦ୍ଧାର ପାଇଁ ନବୀନ ପଟ୍ଟନାୟକ 50 ହଜାର ଟଙ୍କା ଦେଇଥିଲେ। ଆଜି ଏହି ମଠକୁ ଦେଖିଲେ ପ୍ରତି ଓଡ଼ିଆଙ୍କ ମନକୁ ଆଘାତ ଲାଗୁଛି। ଯେଉଁ ବରପୁତ୍ରମାନେ ଓଡ଼ିଆ ଆଧ୍ୟାତ୍ମିକ କ୍ଷେତ୍ରକୁ ଆଗେଇଛନ୍ତି ତାଙ୍କ ସାଧନା ପୀଠକୁ ଅବହେଳା କଲେ। ତାହାଲେ ନିଜକୁ ଦକ୍ଷ କହୁଥିବା ସରକାର କେତେ ଦକ୍ଷ ଏଥିରୁ ଜଣାଯାଉଛି ଇତିହାସ ତାଙ୍କୁ ପ୍ରଶ୍ନ କରିବ।

ସେହିପରି ପାଇକ ବିଦ୍ରୋହର ନେତୃତ୍ୱ ନେଇଥିବା ବକ୍ସି ଜଗବନ୍ଧୁଙ୍କ ନାଁରେ ଥିବା BJB କଲେଜରେ ଆଡିଟୋରିଅମ କରିବାକୁ ନବୀନ ପଟ୍ଟନାୟକ ସରକାର ପ୍ରସ୍ତାବ ଆଣିଥିଲେ. ପୂର୍ବତନ ସାଂସଦ ଅମର ପଟ୍ଟନାୟକ, ସାଂସଦ ସସ୍ମିତ ପାତ୍ର, ଉଚ୍ଚଶିକ୍ଷା ବିଭାଗ ଓ ମୋ ବିଧାୟକ ପାଣ୍ଠିରୁ ସମୁଦାୟ 25 କୋଟି ଟଙ୍କା ମଞ୍ଜୁର ହୋଇଥିଲ । ଦୁର୍ଭାଗ୍ୟଜନକ କଥା ଯେ ଏ ଯାଏଁ ରୂପରେଖ ନେଲାନି । ପୂର୍ତ୍ତ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ବି ବିଜେବି ଛାତ୍ର, ସେ ପ୍ରତିଶୃତି ଦେଇଥିଲେ କାମ କରିବାକୁ । ହେଲେ ସେ ଏ ଯାଏଁ କଲେନି । ଦାବି ହେଉଛି ସାତଲହଡି ମଠ ପୁନରଉଦ୍ଧାର ଓ ବିଜେବି ଆଡିଟୋରିଅମ୍‌ କରନ୍ତୁ । ଓଡ଼ିଆ ଅସ୍ମିତା ରକ୍ଷା ପାଇଁ ପଦକ୍ଷେପ ନିଅନ୍ତୁ ସରକାର । ନିଜ ବାକ୍ୟ ନିଜେ ରକ୍ଷା କର ।

ନକଲି ୱେବସାଇଟକୁ ତନାଘନା କରିବ ପୁରୀ ପୋଲିସ: ଦୁଇ ଓ୍ବେବସାଇଟ ନାଁରେ ମାମଲା ରୁଜୁ

ପୁରୀ ପୋଲିସ ନକଲି ୱେବସାଇଟକୁ କରିବ ତନାଘନା । ପୂଜା ପରିସେବା ଓ ଇଣ୍ଡିଆ ଥ୍ରୀଲସ ୱେବସାଇଟ ନାଁରେ ମାମଲା ରୁଜୁ କରିଛି ପୋଲିସ  । ସାଇବର ଥାନା ପକ୍ଷରୁ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି  । ପୂଜା ପରିସେବା ୱେବ ସାଇଟ ଭକ୍ତଙ୍କୁ ଠକେଇ କରିବା ଘଟଣାରେ ସିଂହଦ୍ୱାର ଥାନା ନିଜ ଆଡୁ ମାମଲା ରୁଜୁ କରିଛି  । ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ଏତଲା ଆଧାରରେ ଇଣ୍ଡିଆ ଥ୍ରୀଲସ ଓ୍ବେବସାଇଟ ନାଁରେ ମାମଲା ରୁଜୁ ହୋଇଛି  । ମହାପ୍ରଭୁଙ୍କ ଦର୍ଶନ ପୂଜା ନେଇ ୱେବ ସାଇଟରେ ଅନେକ ସଂସ୍ଥା ଏଭଳି କାର୍ଯ୍ୟ ଚଳାଇଛନ୍ତି । ପୁରୀ ପୋଲିସ ଓ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ ଚଳାଇଛନ୍ତି  । ଖୁବ ଶୀଘ୍ର ସମ୍ପୃକ୍ତ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁରୀ ଏସପି।

ଚଳିତବର୍ଷ ମଧ୍ୟ ଡିଜେ ସହିତ ଲେଜର ଲାଇଟ, ବାଣ ବନ୍ଦ

ଚଳିତବର୍ଷ ମଧ୍ୟ ଡିଜେ ସହିତ ଲେଜର ଲାଇଟ, ବାଣ ବନ୍ଦ । ଶାରଦୀୟ ଦୁର୍ଗାପୂଜା ପାଇଁ ହୋଇଥିବା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ୧୮୭ ମଣ୍ଡପରେ ହେବ ପୂଜା । ମେଲୋଡିରେ ଅଶ୍ଳୀଳ ନୃତ୍ୟ ବନ୍ଦ ଦିଗରେ ଆଲୋଚନା ହୋଇଛି । ନିଶା କାରବାର ରୋକିବା ଦିଗକୁ ଗୁରୁତ୍ବ ଦିଆଯାଇଛି। ଭସାଣି ଉତ୍ସବରେ ବାଜିବ ପାରମ୍ପରିକ ବାଦ୍ୟ । ଟ୍ରାଫିକ ନିୟନ୍ତ୍ରଣ, ଆଇନଶୃଙ୍ଖଳା ଅର୍ଡର, ଭାଇବ୍ରେଟ ମ୍ୟୁଜିକ, ଡିଜେ ବ୍ୟବହାର ନେଇ ଆଲୋଚନା ହୋଇଛି । ଏହାସହ ବିଏମସି ପକ୍ଷରୁ ଡ୍ରେନେଜ ସମସ୍ୟା , ରାସ୍ତାଘାଟ ମରାମତି, ପାନୀୟ ଜଳ, ଗଛ କଟା, ବିଦ୍ୟୁତ ସମସ୍ୟା ନେଇ ହୋଇଛି ବ୍ୟାପକ ଆଲୋଚନା । ପୂଜା ସମୟରେ ବ୍ୟାପକ ହେବ ପୋଲିସ ପାଟ୍ରୋଲିଂ । ଲାଗିବ ପର୍ଯ୍ୟାପ୍ତ ସିସିଟିଭି ରହିବ । ଭଲ୍ୟୁଣ୍ଟର ମୁତୟନ ନେଇ ପୂଜା ମଣ୍ଡପ ସହ ଆଲୋଚନା ହୋଇଛି । ଲୋକଙ୍କ ଆସ୍ଥା ଓ ବିଶ୍ୱାସ କିଭଳି ବଳବତ୍ତର ରହିବ, ତାସହ ପୂଜାକୁ ସାଧାରଣ ଲୋକେ କିପରି ଉପଭୋଗ କରିପାରିବେ ତାହା ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇପାରେ । କିନ୍ତୁ ଏହି ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ କମିଶନରେଟ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ପୋଲିସ କମିଶନର ।

ବଢୁଛି ଯମୁନାର ଜଳସ୍ତର । ଆଗାମୀ ୭୨ ଘଣ୍ଟା ମଧ୍ୟରେ ଆସିପାରେ ବଡ଼ ବିପର୍ଯ୍ୟୟ!

ନନ୍ଦିଘୋଷ ବ୍ୟୁରୋ: ଦେଶର ରାଜଧାନୀ ଦିଲ୍ଲୀ ଉପରେ ବନ୍ୟାର ବିପଦ ଦ୍ରୁତ ଗତିରେ ମାଡ଼ି ଆସୁଛି। ଯମୁନା ନଦୀର ଜଳସ୍ତର ନିରନ୍ତର ବୃଦ୍ଧି ପାଉଛି। ଯାହାଫଳରେ ଦିଲ୍ଲୀବାସୀଙ୍କୁ ଦିଆଯାଇଚି ବନ୍ୟା ସତର୍କତା । ଜଳସ୍ତର ବୃଦ୍ଧି ପାଊଥିବାରୁ ଏକ ବଡ଼ ବିପଦ ଆସିବାର ଅନୁମାନ କରାଯାଇ ରାଜଧାନୀ ବସୀଙ୍କୁ କରାଯାଇଛି ସତର୍କ ।  ତେବେ ଆଗାମୀ ୭୨ ଘଣ୍ଟା ବିପଦ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ସକାଳେ ହାଥିନିକୁଣ୍ଡ ବ୍ୟାରେଜରୁ ୨୯,୩୧୩ କ୍ୟୁସେକ ପାଣି ଛଡ଼ାଯିବା ପରେ ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ଅଧିକାରୀମାନଙ୍କୁ କଡ଼ା ନଜର ରଖିବାକୁ ଏବଂ ତଳିଆ ଅଞ୍ଚଳରେ ପାଟ୍ରୋଲିଂ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ଏହି ବନ୍ୟା ସତର୍ମତା କୁ ନେଇ ଦିଲ୍ଲୀ  ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି ଯେ ସରକାର ବନ୍ୟା  ପରିସ୍ଥିତି ଉପରେ କଡ଼ା ନଜର ରଖିଛି। ସେ ଆଶ୍ୱାସନା ଦେଇଛନ୍ତି ଯେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, କାରଣ ପ୍ରତି ଘଣ୍ଟାରେ ନୂଆ ନୂଆ ରିପୋର୍ଟ ଗ୍ରହଣ କରାଯାଉଛି। ହାଥିନିକୁଣ୍ଡ ବ୍ୟାରେଜର ସମସ୍ତ ଗେଟ୍ ଖୋଲାଯାଇଛି। ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ଆଗାମୀ ୭୨ ଘଣ୍ଟା ରାଜଧାନୀ ପାଇଁ ସବୁଠାରୁ ଚ୍ୟାଲେଞ୍ଜିଂ ହୋଇପାରେ। ସେ ସ୍ପଷ୍ଟ କରିଛନ୍ତି ଯେ ସରକାର ଯେକୌଣସି ପରିସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ଏବଂ ଜିଲ୍ଲା ପ୍ରଶାସନକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ ବିଭାଗ ସତର୍କ କରାଇ ଦେଇଛି ଯେ, ସେପ୍ଟେମ୍ବର ୨ ତାରିଖ ସନ୍ଧ୍ୟା ୫ଟାରୁ ରାତି ୮ଟା ମଧ୍ୟରେ ଯମୁନାର ଜଳସ୍ତର ୨୦୬ ମିଟର ଅତିକ୍ରମ କରିପାରେ। ସମସ୍ତ ସେକ୍ଟର ଅଧିକାରୀମାନଙ୍କୁ ନିଜ ନିଜ ଅଞ୍ଚଳରେ ପୂର୍ଣ୍ଣ ସତର୍କତା ବଜାୟ ରଖିବାକୁ ଏବଂ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ହାଥିନିକୁଣ୍ଡରୁ ଛଡ଼ାଯାଇଥିବା ପାଣି ଦିଲ୍ଲୀରେ ପହଞ୍ଚିଲା :

ବିଶେଷଜ୍ଞଙ୍କ ମତରେ ହାଥିନିକୁଣ୍ଡ ବ୍ୟାରେଜରୁ ଛଡ଼ାଯାଇଥିବା ପାଣି ସାଧାରଣତଃ ୪୮ ରୁ ୫୦ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ପହଞ୍ଚିଥାଏ। ଆଜି ସକାଳ ୯ଟାରେ ବ୍ୟାରେଜରୁ ୩.୨୯ ଲକ୍ଷ କ୍ୟୁସେକ ପାଣି ଛଡ଼ାଯାଇଥିଲା, ଯେତେବେଳେ ୱାଜିରାବାଦ ବ୍ୟାରେଜରୁ ମଧ୍ୟ ପ୍ରାୟ ୩୮,୯୦୦ କ୍ୟୁସେକ ପାଣି ଛଡ଼ାଯାଇଥିଲା। ଏହି କାରଣରୁ ରାଜଧାନୀ ପାଇଁ ଆଗାମୀ ଦୁଇ ଦିନ ବହୁତ ଗୁରୁତ୍ୱପୂର୍ଣ୍ଣ କିଛି ବିପଦର ସାମ୍ନା ମଧ୍ୟ କରିବାକୁ ପଡ଼ିପାରେ ।

 ଲୋକଙ୍କୁ ନିବେଦନ: ସତର୍କ ରୁହନ୍ତୁ, ଗୁଜବରୁ ଦୂରେଇ ରୁହନ୍ତୁ :

ଗୁଜବରୁ ଦୂରେଇ ରହିବାକୁ ଏବଂ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ସରକାର। ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ କରାଯାଇଛି। ନଦୀବନ୍ଧରେ ପାଟ୍ରୋଲିଂକୁ ଜୋରଦାର କରାଯାଇଛି ଏବଂ ପମ୍ପିଂ ଷ୍ଟେସନଗୁଡ଼ିକ ଉପରେ ୨୪ ଘଣ୍ଟା ନଜର ରଖାଯାଇଛି।

ବେଦାନ୍ତ ଲାଞ୍ଜିଗଡ଼ ଏହାର ମାସିକ ମେଗା ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ କଳାହାଣ୍ଡିରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ବିସ୍ତାର କରିଛି

ଲାଞ୍ଜିଗଡ଼: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଲାଞ୍ଜିଗଡ଼ରେ ଏହାର ସିଏସଆର ସ୍ୱାସ୍ଥ୍ୟସେବା ପଦକ୍ଷେପ ପ୍ରକଳ୍ପ ଆରୋଗ୍ୟ ଅଂଶ ଭାବରେ ସମ୍ପ୍ରତି ଲାଞ୍ଜିଗଡ଼ ବ୍ଲକର ୧୩ଟି ଗ୍ରାମକୁ କଭର କରି କାନକୁଟ୍ରୁ ଗ୍ରାମପଞ୍ଚାୟତରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିଲା। ଶିବିରରେ ପ୍ରାୟ ୪୦୦ ହିତାଧିକାରୀଙ୍କୁ ମାଗଣା ପରାମର୍ଶ, ରୋଗ ଚିହ୍ନଟ ଏବଂ ଔଷଧ ପ୍ରଦାନ କରାଯାଇଥିଲା, ଯାହା ସିଧାସଳଖ ଗ୍ରାମୀଣ ସମ୍ପ୍ରଦାୟକୁ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦେଇଥିଲା। ଶିବିର ସମୟରେ, ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଏକ ଉତ୍ସର୍ଗୀକୃତ ଦଳ ମାଗଣା ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା, ଔଷଧ ପ୍ରଦାନ କରିଥିଲେ ଏବଂ ପ୍ରତିରୋଧକ ଯତ୍ନ ଏବଂ ପ୍ରାରମ୍ଭିକ ରୋଗ ନିର୍ଣ୍ଣୟ ସମ୍ପର୍କରେ ମଧ୍ୟ ସଚେତନତା ସୃଷ୍ଟି କରିଥିଲେ, ଯାହା ଦୂରଦୂରାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବାରେ ସାହାଯ୍ୟ କରିଥିଲା।

ସାମୁଦାୟିକ କଲ୍ୟାଣ ପ୍ରତି ଏହାର ନିରନ୍ତର ପ୍ରତିବଦ୍ଧତାର ଅଂଶ ଭାବରେ, କମ୍ପାନୀ ଗ୍ରାମୀଣ ସମ୍ପ୍ରଦାୟ ପାଇଁ ନିୟମିତ ଅତ୍ୟାବଶ୍ୟକ ଚିକିତ୍ସା ସେବା ସୁନିଶ୍ଚିତ କରିବା ପାଇଁ ମାସିକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥାଏ। ଏହି ପଦକ୍ଷେପ ନିରନ୍ତର ପ୍ରସାର ମାଧ୍ୟମରେ ସ୍ୱାସ୍ଥ୍ୟସେବା ଅଭାବକୁ ପୂରଣ କରିବା ଉପରେ କମ୍ପାନୀର ଧ୍ୟାନକୁ ପ୍ରତିଫଳିତ କରେ ଏବଂ ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ, ବିଶେଷ କରି ଏସ.ଡି.ଜି୩ – ଉତ୍ତମ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପ୍ରତି ଏହାର ପ୍ରତିବଦ୍ଧତା ସହିତ ସମନ୍ୱୟ ରଖେ।

ବେଦାନ୍ତର ଆଲୁମିନା ବ୍ୟବସାୟର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ କହିଛନ୍ତି: “ସ୍ୱାସ୍ଥ୍ୟସେବା ଏକ ମୌଳିକ ଅଧିକାର, ତଥାପି ଅନେକ ଗ୍ରାମୀଣ ସମ୍ପ୍ରଦାୟ ପାଇଁ ଏହାର ପ୍ରାପ୍ୟତା ଏକ ଚ୍ୟାଲେଞ୍ଜ ହୋଇ ରହିଛି। କଳାହାଣ୍ଡି ଜିଲ୍ଲାରେ, ପ୍ରୋଜେକ୍ଟ ଆରୋଗ୍ୟ ମାଧ୍ୟମରେ, ଆମେ ବାର୍ଷିକ ୬୦,୦୦୦ରୁ ଅଧିକ ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସେବା ପ୍ରଦାନ କରୁ। ମେଗା ସ୍ୱାସ୍ଥ୍ୟ ଶିବିର ଭଳି ପଦକ୍ଷେପ ଆମର ବିଶ୍ୱାସକୁ ପ୍ରତିଫଳିତ କରେ ଯେ ସମ୍ପ୍ରଦାୟ କଲ୍ୟାଣ ହେଉଛି ସ୍ଥାୟୀ ଅଭିବୃଦ୍ଧିର ମୂଳଦୁଆ।”

ବେଦାନ୍ତ ଲାଞ୍ଜିଗଡ଼ର ପ୍ରମୁଖ ସ୍ୱାସ୍ଥ୍ୟସେବା ପଦକ୍ଷେପ, ପ୍ରୋଜେକ୍ଟ ଆରୋଗ୍ୟ, ଏହି ଅଞ୍ଚଳରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। କେବଳ ଆର୍ଥିକ ବର୍ଷ ରେ, ୬୬୦ରୁ ଅଧିକ ମୋବାଇଲ ହେଲଥ ୟୁନିଟ୍ ପରିଦର୍ଶନ କରାଯାଇଥିଲା, ଯାହା ଦୂରଦୂରାନ୍ତ ଗ୍ରାମଗୁଡିକରେ ୨୦,୫୦୦ରୁ ଅଧିକ ବ୍ୟକ୍ତିଙ୍କୁ ଦ୍ୱାରଦେଶ ସ୍ୱାସ୍ଥ୍ୟସେବା ସେବା ପ୍ରଦାନ କରିଥିଲା। ଏହାସହିତ, ୬୮୦ରୁ ଅଧିକ ସାମୁଦାୟିକ ସଚେତନତା ଅଧିବେଶନ ଆୟୋଜନ କରାଯାଇଥିଲା, ଯାହା ୧୫,୦୦୦ରୁ ଅଧିକ ଲୋକଙ୍କୁ ପରିଷ୍କାର ପରିଚ୍ଛନ୍ନତା, ସୁସ୍ଥତା ଏବଂ ରୋଗ ନିବାରଣ ବିଷୟରେ ଜରୁରୀ ସୂଚନା ପ୍ରଦାନ କରିଥିଲା। ବେଦାନ୍ତ ଲାଞ୍ଜିଗଡ଼ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏକ ଦାୟିତ୍ୱପୂର୍ଣ୍ଣ ବିକାଶ ସହଯୋଗୀ ଭାବରେ ନିଜର ଭୂମିକାକୁ ସୁଦୃଢ଼ ​​କରି ଶେଷ ମାଇଲ ସ୍ୱାସ୍ଥ୍ୟସେବା ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଏହାର ମିଶନରେ ଅଟଳ ରହିଛି।

ମହିଳା ଦିନିକିଆ ବିଶ୍ବକପର ପ୍ରାଇଜ୍ ମନି ବୃଦ୍ଧି କଲା ICC: ଚାମ୍ପିୟନ ଟିମକୁ ମିଳିବ ପାଖାପାଖି ୪୦ କୋଟି

ମହିଳା କ୍ରିକେଟର ଲୋକପ୍ରିୟତାକୁ ବୃଦ୍ଧି କରିବା ଓ ପୁରୁଷ କ୍ରିକେଟରଙ୍କ ସମକକ୍ଷ କରିବା ଲକ୍ଷ୍ୟରେ ICC ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି । ୨୦୨୫ ମହିଳା ଦିନିକିଆ ବିଶ୍ବକପର ପ୍ରାଇଜ୍ ମନି ବୃଦ୍ଧି କରାଯାଇଛି । ଏବେ ଚାମ୍ପିୟନ ଟିମକୁ ପାଖାପାଖି ୪୦ କୋଟି ଟଙ୍କା ଦିଆଯିବ । ସେପ୍ଟେମ୍ବର ୩୦ ଠାରୁ ମହିଳା ଦିନିକିଆ ବିଶ୍ବକପ୍ ଆରମ୍ଭ ହେବ । ଏଥର ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଏହି ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛନ୍ତି । ବିଜେତା ଟିମକୁ ପାଖାପାଖି ୩୯.୫୫ କୋଟି ଟଙ୍କା ଦିଆଯିବ ।

ବିଶ୍ବକପରେ ମୋଟ ୮ଟି ଟିମ୍ ଅଂଶଗ୍ରହଣ କରିବେ । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପାଖାପାଖି ୧୨୨.୫ କୋଟି ଟଙ୍କା ଘୋଷିତ କରାଯାଇଛି । ମହିଳା କ୍ରିକେଟ ପାଇଁ ଏକ ନୂଆ ମାନଦଣ୍ଡ ସ୍ଥିର କରାଯାଇଥିବା ଆଇସିସି ପକ୍ଷରୁ କୁହାଯାଇଛି । ଉପବିଜେତା ଟିମକୁ ପାଖାପାଖି ୧୯.୭୭ କୋଟି, ସେମିଫାଇନାଲରେ ପରାଜିତ ଟିମକୁ ପାଖାପାଖି ୯.୮୯ କୋଟି ଟଙ୍କା, ଗ୍ରୁପ ପର୍ଯ୍ୟାୟରେ ବିଜୟୀ ଟିମକୁ ପାଖାପାଖି ୩୦.୨୯ ଲକ୍ଷ ଟଙ୍କା ମିଳିବ । ୫ମ ଓ ୬ଷ୍ଠ ସ୍ଥାନରେ ରହୁଥିବା ଟିମକୁ ପାଖାପାଖି ୬୨ ଲକ୍ଷ ଟଙ୍କା ମିଳିବ । ସପ୍ତମ ଓ ଅଷ୍ଟମ ସ୍ଥାନର ଟିମକୁ ପାଖାପାଖି ୨୪.୭୧ ଟଙ୍କା ମିଳିବ । ଗତ ଥର ମହିଳା ଦିନିକିଆ ବିଶ୍ବକପ ଚାମ୍ପିୟନ ଟିମକୁ ପାଖାପାଖି ୩୧ କୋଟି ମିଳିଥିଲା । ଏଥର ଉକ୍ତ ରାଶିରେ ପାଖାପାଖି ୨୯୭ ପ୍ରତିଶତ ବୃଦ୍ଧି କରାଯାଇଛି ।