spot_img
Home Blog Page 2688

ଆଜିଠୁ ସାରା ରାଜ୍ୟରେ ବିଜେଡିର ଜନସମ୍ପର୍କ ପଦଯାତ୍ରା, ନବୀନ କହିଲେ ଲୋକଙ୍କ ଖୁସି ଆମ ଖୁସି

ଭୁବନେଶ୍ବର: ପ୍ରତି ଗାଁରେ ପହଞ୍ଚିବ ବିକାଶର ବାର୍ତ୍ତା । ଜନତାଙ୍କ ପାଖକୁ ଯିବେ ବିଜେଡି ନେତା, ବିଧାୟକ ମନ୍ତ୍ରୀ ଓ ସାଂସଦ । ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ବିଜେଡିର ଜନସମ୍ପର୍କ ପଦଯାତ୍ରା । ଭୁବନେଶ୍ବର ବଡ଼ଗଡ଼ରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ନବୀନ କହିଛନ୍ତି, ସାଧାରଣ ଲୋକଙ୍କ ଖୁସି, ଆମର ସବୁଠାରୁ ବଡ଼ ଖୁସି । ବିଜେଡି ଗରିବ ଲୋକ, ମହିଳା, ଯୁବବର୍ଗ ଓ ଅନୁସୂଚିତ ଜାତି ଏବଂ ଜନଜାତିଙ୍କ କଲ୍ୟାଣ ପାଇଁ କାମ କରୁଛି ।

ମାଆମାନଙ୍କୁ ସଶକ୍ତ କରିବା ପାଇଁ କାମ କରୁଛି ବିଜେଡି । ସେହିପରି ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷିତ ରଖିବାକୁ ଆଇନ ଆସିଛି । ବିଜେଡିର ପ୍ରୟାସ ସଫଳ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସାଧାରଣ ଲୋକଙ୍କ ଆତ୍ମବିଶ୍ବାସ ହୋଇଛି । ରୂପାନ୍ତର ଓଡ଼ିଶା ପାଇଁ ଶକ୍ତି ଦେଇଛି । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବରଦାନ ସାଜିଛି BSKY । ସରକାରୀ ଓ ଘରୋଇ ସ୍କୁଲ ମଧ୍ୟରେ ତାରତମ୍ୟ ଦୂର ହୋଇଛି । ଖାଦ୍ୟ ସୁରକ୍ଷା, କ୍ରୀଡ଼ାର ବିକାଶ ଓ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସାରା ଦେଶ ପାଇଁ ରୋଲ ମଡେଲ ସାଜିଛି ଓଡ଼ିଶା । ନିଯୁକ୍ତିର ନୂଆ ସୁଯୋଗ ଆସିଛି ।

ହେଲେ ବିକାଶ ଯାତ୍ରାରେ ବିରୋଧୀ ଖୁସି ନାହାନ୍ତି । ଲୋକଙ୍କୁ ଭୁଲ ଖବର ଦେବାରେ ସେମାନେ ଖୁସି ହୁଅନ୍ତି । ନିର୍ବାଚନ ଆସିଲେ ବିରୋଧୀ ସବୁବେଳେ ଏମିତି କାମ କରିଥାନ୍ତି ବୋଲି ନବୀନ କହିଛନ୍ତି । ତେଣୁ ଜନତା ସେମାନଙ୍କୁ ସବୁବେଳେ ପ୍ରତ୍ୟାଖ୍ୟାନ କରି ଆସୁଛନ୍ତି । ସେମାନଙ୍କ ଜନବିରୋଧୀ ଓ ବିକାଶ ବିରୋଧୀ ମନୋଭାବକୁ ଲୋକ ଠିକ ବୁଝିଛନ୍ତି । ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିର ବିକାଶ କାମ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି ବିରୋଧୀ । ଲୋକ ସେମାନଙ୍କୁ କ୍ଷମା ଦେବେନି ।

ସେହପରି ବିକାଶର ବାର୍ତ୍ତା ଘରେ ଘରେ ପହଞ୍ଚାଇବା ଓ ଘରେ ଘରେ ଶଙ୍ଖ ପାଇଁ କାମ କରିବାକୁ ଆହ୍ବାନ ଦେଇଛନ୍ତି ନବୀନ । ଜନସମ୍ପର୍କ ପଦଯାତ୍ରାରେ ବିଜୁ ଜନତା ଦଳର ସାଂସଦ, ବିଧାୟକ ଓ କର୍ମକର୍ତ୍ତା ରାଜ୍ୟର ସମସ୍ତ ୧୪୭ ନିର୍ବାଚନମଣ୍ଡଳୀ, ୩୧୪ ବ୍ଲକ, ସମସ୍ତ ସହରାଞ୍ଚଳରେ ଲୋକଙ୍କ ସହ ଯୋଡ଼ି ହୋଇ ସେମାନଙ୍କ ଦୁଃଖସୁଖରେ ସାମିଲ ହେବେ । ରାଜ୍ୟ ସରକାରଙ୍କ ନିରନ୍ତର ବିକାଶର ବାର୍ତ୍ତା ପହଞ୍ଚାଇବା ସହ ଲୋକଙ୍କ ଅଭିଯୋଗ ବି ଶୁଣିବେ । ବିକାଶ ଏକ ନିରନ୍ତର ପ୍ରକ୍ରିୟା । ବିଜେଡି କ୍ଷମତାରେ ରହିବା ଦିନଠାରୁ ରାଜ୍ୟର ସାମଗ୍ରିକ ବିକାଶ ଉପରେ ସବୁବେଳେ ଗୁରୁତ୍ବ ଦେଇଆସୁଛି । ପଦଯାତ୍ରା ବେଳେ ସରକାରଙ୍କ ଜନକଲ୍ୟାଣ ଯୋଜନା ବାବଦରେ ଲୋକଙ୍କ ସହ ଆଲୋଚନା କରିବ ଦଳ । ଏହାସହ ବିଜେଡି ପକ୍ଷରୁ ରକ୍ତଦାନ, ବୃକ୍ଷରୋପଣ ଭଳି ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯିବ । ଆଜିଠାରୁ ଜୟପ୍ରକାଶ ଜୟନ୍ତୀ ଯାଏଁ ରାଜ୍ୟବ୍ୟାପୀ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଚାଲିବ ।

ଚିଲିକା ଓ ବାଣପୁରରେ ବିଜେଡିର ଜନସଂପର୍କ ପଦଯାତ୍ରା ଆରମ୍ଭ

ଖୋର୍ଦ୍ଧା: ଚିଲିକା ଓ ବାଣପୁରରେ ଆରମ୍ଭ ହୋଇଛି ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା କାର୍ଯ୍ୟକ୍ରମ। ଏଥିରେ ସାଂସଦ ମାନସ ମଙ୍ଗରାଜ ଯୋଗଦେଇ ବିକାଶ କାର୍ଯ୍ୟକୁ ଆଗକୁ ବଢାଇବାରେ ଲୋକଙ୍କ ସହଯୋଗ କାମନା କରିଛନ୍ତି।

ମାଆ ଭଗବତୀଙ୍କ ପୀଠରେ ପହଞ୍ଚି, ପୂଜାର୍ଚ୍ଚନା କରିବା ପରେ ପଦଯାତ୍ରା ଆରମ୍ଭ ହୋଇଥିଲା। ପ୍ରାୟ ୩ ହଜାରରୁ ଅଧିକ ଲୋକ ପଦଯାତ୍ରାରେ ସାମିଲ ହୋଇଥିଲେ । ସାଂସଦ ମାନସ ମଙ୍ଗରାଜ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ପଦଯାତ୍ରା କରିଥିଲେ । ପଦଯାତ୍ରା ଭଗବତୀ ମନ୍ଦିରରୁ ବାହାରି ମେଡିକାଲ ଛକ, ବିଜୁ ପଟ୍ଟନାୟକ ପାର୍କ ଦେଇ ପଲଟନ ପଡିଆରେ ଶେଷ ହୋଇଥିଲା।

ପଦଯାତ୍ରା ସମୟରେ ମେଡିକାଲ ଛକସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି, ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଆଦିରେ ମାଲ୍ୟାର୍ପଣ କରିଥିଲେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ।ପଦଯାତ୍ରାକୁ ବାଣପୁର ନଗରପାଳ ମିଟୁ ନାୟକ ସଂଯୋଜନା କରିଥିବାବେଳେ ଏଥିରେ ନିର୍ବାଚନ ମଣ୍ଡଳୀ ର ସମସ୍ତ ଆଗଧାଡ଼ିର ନେତୃବୃନ୍ଦ, କର୍ମୀ, ଛାତ୍ରନେତା ପ୍ରମୁଖ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସ୍ଵଛ ଓ ନିର୍ମଳ ଶାସନର ବାର୍ତ୍ତା ପ୍ରଦାନ କରିଛନ୍ତି। ପଦଯାତ୍ରା କାର୍ଯ୍ୟକ୍ରମରେ ସାଂସଦ ମାନସ ମଙ୍ଗରାଜ ବିକାଶ କାର୍ଯ୍ୟକୁ ଆଗକୁ ବଢାଇବାରେ ଲୋକଙ୍କ ସହଯୋଗ କାମନା କରିଥିଲେ।

ଦାନା ସହ ସୁନା ଚେନ୍ ଖାଇଦେଲା ମଇଁଷି,ଏମିତି ବାହାରିଲା ଚେନ୍

ୱାସିମ: ମହାରାଷ୍ଟ୍ରର ୱାସିମ ଜିଲ୍ଲାର ସରସୀ ଗାଁରେ ଏକ ମଇଁଷି ୩ ରୁ ସାଢେ ତିନି ଲକ୍ଷ ଟଙ୍କାର ଏକ ସୁନା ଚେନ ଗିଳି ଦେଇଛି  । ଚାରା ରଖାଯାଇଥିବା ଏକ ପ୍ଲେଟରେ ସୁନା ଚେନ ଥିବାବେଳେ ମଇଁଷି ଏହାକୁ ଚାରା ଭାବି ଖାଇ ଦେଇଥିଲା  । ସାବଧାନମୂଲକ ସର୍ଜରୀ ପରେ ମଇଁଷି ପେଟରୁ ସୁନା ଚେନ୍‌ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି  । ୱାସିମର ଚାଷୀ ରାମହରି ଭୋୟର ଚାଷ କରିବା ସହ ମଇଁଷି ପାଳନ କରିଥାନ୍ତି  ।

ନିଜ ଜମିରୁ ସେ ସୋୟାବିନ ତୋଳି ଆଣିଥିଲେ  । ତାଙ୍କ ପତ୍ନୀ ସୋୟାବିନ ଚୋପା ଛଡାଇ ଏକ ପ୍ଲେଟରେ ରଖିଥିଲେ । ସୋୟାବିନର ମଞ୍ଜି ଓ ଚୋପାକୁ ଏକ ବଡ ପ୍ଲେଟରେ ଅଲଗା ଅଲଗା କରି ରଖିଥିଲେ  । ରାତିରେ ଶୋଇବା ସମୟରେ ମୁଣ୍ଡ ଉପରେ ଥୋଇଥିବା ପ୍ଲେଟରେ ସେ ପିନ୍ଧିଥିବା ସୁନା ଚେନ ଟିକୁ କାଢି ରଖିଦେଇଥିଲେ  । କିନ୍ତୁ ଏହା ପରଦିନ ପରିବାରର କୌଣସି ସଦସ୍ୟ ମଇଁଷି ପାଇଁ ଚାରା ରଖାଯାଇଥିବା ଭାବି ତା ସାମନାରେ ପ୍ଲେଟଟି ନେଇ ରଖି ଦେଇଥିଲେ  ।

ଚାରା ସହ ସୁନା ଚେନକୁ ଖାଇନେଇଥିଲା ମଇଁଷି  । ପ୍ରଥମେ ତ ପରିବାରର ସଦସ୍ୟ ଚେନ୍‌ ଚୋରି ହୋଇଯାଇଥିବା ଅନୁମାନ କରିଥିଲେ  । ହେଲେ ପରେ ମଇଁଷି ଗିଳି ଦେଇଥିବା ସେମାନେ ଅନୁମାନ କରିଥିଲେ  । ପଶୁ ଚିକିତ୍ସକ ଧାତୁ ଡିଟେକ୍ଟର ଯୋଗେ ମଇଁଷି ପେଟରେ କୌଣସି ବସ୍ତୁ ଥିବା ଜାଣିବାକୁ ପାଇଥିଲେ  । ଏହାପରେ ସେ ଅସ୍ତ୍ରୋପଚାର କରି ମଇଁଷି ପେଟକୁ ସୁନା ଚେନ କାଢିଥିଲେ  । ମଇଁଷି ଓ ସୁନାଚେନ ସୁରକ୍ଷିତ ପାଇ ଖୁସିରେ ଚାଷୀ ପରିବାର  ।

ମୃତ୍ୟୁ ପୂର୍ବରୁ ହୋଟେଲରୁ ଏକା ବାହାରିଥିଲେ ଆସିଷ୍ଟାଣ୍ଟ କଲେକ୍ଟର, ତଦନ୍ତରେ ସହଯୋଗ କରୁନାହାନ୍ତି ପରିବାର

ରାଉରକେଲା: ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଛନ୍ତି ଡିଏସପି ବନିତା ମାଝୀ । ଦୁଇଟି ସିସିଟିଭି ଫୁଟେଜ ଜବତ କରାଯାଇଛି। ମୃତ ଆସିଷ୍ଟାଣ୍ଟ କଲେକ୍ଟର ହୋଟେଲରୁ ଏକୁଟିଆ ବାହାରି ଯାଉଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି । ହୋଟେଲରେ ଆଉଥରେ ସାଇଣ୍ଟିଫିକ ଟିମ୍‌ ତଦନ୍ତ କରିବା ସହ ହୋଟେଲ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି।

ମୃତ୍ୟୁ ପୁର୍ବରୁ ଦେଇଥିବା ଲିଖିତ ବୟାନ ଓ ଭିଡିଓ ଜବତ କରିଛି ପୋଲିସ । ଆଜି ପୋଲିସ, ସାଇଣ୍ଟିଫିକ ଟିମ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଆଉଥରେ ପୋଖରୀ ଯାଞ୍ଚ କରାଯିବ। ରାଉରକେଲା ସେନସୋରୀ ପାର୍କ ପୋଖରୀରୁ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପାଣିରେ ବୁଡ଼ି ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିଵା ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା ।

ତେବେ ବିଭିନ୍ନ ସଙ୍ଗଠନ, ରାଜନୈତିକ ଦଳ ଓ ପରିବାର ଲୋକ ଏଥିରେ ସନ୍ଦେହ ପ୍ରକାଶ କରି ଘଟଣାର ଅଧିକ ତଦନ୍ତ ପାଇଁ ଦାବି କରିଥିଲେ । ତଦନ୍ତରେ ସହଯୋଗ କରିବା ପାଇଁ ପରିବାରର ତିନି ଜଣଙ୍କୁ ନୋଟିସ କରାଯାଇଥିଲା । ତେବେ ପରିବାର ଲୋକ ପୋଲିସକୁ ସହଯୋଗ କରୁନଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି  ।

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଦଶ ବର୍ଷ ପୂର୍ବେ ନିଖୋଜ ଥିଲେ

ଆନନ୍ଦପୁର: ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ସ୍କୁଲ ପରିସରରରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଘଷିପୁରା ଥାନା ବସନ୍ତପୁରା ବଳଦେବଜୀଉ ସ୍କୁଲ ପରିସରରୁ ମୃତଦେହ ଉଦ୍ଧାର ହୋଇଛି ।

ମୃତକ ସ୍ଥାନୀୟ ତୋରାଣିଆପାଳ ଗାଁର ବାସନ୍ତୀ ଜେନା ବୋଲି ଜଣାପଡିଛି। ଦଶବର୍ଷ ପୂର୍ବେ କେଉଁଆଡେ ଚାଲିଯାଇଥିଲେ ବାସନ୍ତୀ। ଏବେ ସ୍କୁଲ ପରିସରରୁ ତାଙ୍କ ଝୁଲନ୍ତା ମୃତଦେହ ମିଳିବା ପରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

STF ହାତରେ ସାଙ୍ଘାତିକ ତଥ୍ୟ, ଅଭିଯୁକ୍ତଙ୍କୁ ପାକିସ୍ତାନ ଦେଇଛି ୫୦ ଲକ୍ଷରୁ ଅଧିକ ଟଙ୍କା

ଭୁବନେଶ୍ବର: ଓଟିପି ସେୟାରିଂ ମାମଲାରେ STF ହାତରେ ସାଙ୍ଘାତିକ ତଥ୍ୟ । ଭାରତରୁ ଗୁପ୍ତ ତଥ୍ୟ ପାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲା ପାକିସ୍ତାନ । ଅଭିଯୁକ୍ତ ଇକବାଲ ହୁସେନ ଆକାଉଣ୍ଟକୁ ପାକିସ୍ତାନରୁ ଆସିଛି ୫୦ ଲକ୍ଷରୁ ଅଧିକ ଟଙ୍କା ।

ଖୁବଶୀଘ୍ର ଅଭିଯୁକ୍ତକୁ ରିମାଣ୍ଡରେ ନେବ ସ୍ପେଶାଲ ଟାସ୍କଫୋର୍ସ । STF ହାତରେ ଲାଗିଛି ଅଭିଯୁକ୍ତର ସିଡିଆର । ଇକବାଲ ହୁସେନ ଘର ଆସାମରେ ହୋଇଥିବା ବେଳେ ସେ ବେଙ୍ଗାଳୁରୁରେ ରହୁଥିଲା । ପାକିସ୍ତାନ ଇଣ୍ଟେଲିଜେନ୍ସ ଆର୍ମି ଅଫିସର ଅବଦୁଲ ହମିଦ ଖୁରମ ସହ ତାର ଲିଙ୍କ ଥିବା ସନ୍ଦେହ କରାଯାଉଛି । ଗିରଫ ଭୟରେ ପ୍ରତିଦିନ ସିମ୍ ଓ ମୋବାଇଲ ବଦଳାଉଥିଲା ଅଭିଯୁକ୍ତ ।

ପଠାଣି ଓ ଅଭିଜିତ ସଂଜୟ ଗିରଫ ହେବା ପରେ ଫେରାର ହୋଇଯାଇଥିଲା ଇକବାଲ । ତେବେ ରିମାଣ୍ଡରେ ଆଣିବା ପରେ ଗୁଇନ୍ଦା ତଥ୍ୟ ଲିକ ନେଇ ମିଳିପାରେ ଅନେକ ସୂଚନା ।

ସମ୍ବାଦ ସମ୍ପାଦକ ପଦରୁ ଅବ୍ୟାହତି ନେଲେ ସୌମ୍ୟରଞ୍ଜନ ପଟ୍ଟନାୟକ

ଭୁବନେଶ୍ବର: ସମ୍ବାଦ ସମ୍ପାଦକ ଓ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ବ୍ୟକ୍ତିଗତ କାରଣରୁ ସେ ଅବ୍ୟାହତି ନେଇଥିବା କହିଛନ୍ତି । ଇଷ୍ଟର୍ଣ୍ଣ ମିଡିଆ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ସମ୍ବାଦର ନୂଆ ସଂପାଦକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ୧୯୮୪ରେ ସମ୍ବାଦ ପ୍ରତିଷ୍ଠା ହେବା ଠାରୁ ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ସମ୍ପାଦକ ଭାବେ ଦାୟିତ୍ବ ତୁଲାଇ ଆସୁଥିଲେ ।

ବଡଗଡରୁ ବିଜେଡି ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କଲେ ନବୀନ

ଭୁବନେଶ୍ବର: ଗାଁ ଗାଁରେ ପହଞ୍ଚିବ ବିକାଶର ବାର୍ତ୍ତା । ଜନତାଙ୍କ ପାଖକୁ ଯିବେ ନେତା, ମନ୍ତ୍ରୀ ଓ ସାଂସଦ । ଆଜିଠୁ ସାରା ରାଜ୍ୟରେ ଆରମ୍ଭ ହେଉଛି ବିଜେଡିର ଜନସଂପର୍କ ପଦଯାତ୍ରା । ଜୟପ୍ରକାଶ ଜୟନ୍ତୀ ଯାଏଁ ବିଜେଡି ରାଜ୍ୟବ୍ୟାପୀ ପଦଯାତ୍ରା ଚାଲିବ ।

ଭୁବନେଶ୍ବରରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି । ଭୁବନେଶ୍ବର ମହାନଗର ନିଗମର ୫୭ ନମ୍ବର ଓ୍ବାର୍ଡରୁ ବଡ଼ଗଡ଼ରୁ ପଦଯାତ୍ରାର ଶୁଭାରମ୍ଭ ହୋଇଛି । ଜନସମ୍ପର୍କ ପଦଯାତ୍ରା ବେଳେ ବିଜୁ ଜନତା ଦଳର ସାଂସଦ, ବିଧାୟକ, କର୍ମକର୍ତ୍ତା ରାଜ୍ୟର ସମସ୍ତ ୧୪୭ ନିର୍ବାଚନ ମଣ୍ଡଳୀ, ୩୧୪ ବ୍ଲକ, ସମସ୍ତ ସହରାଞ୍ଚଳରେ ଲୋକଙ୍କ ସହ ଯୋଡ଼ି ହୋଇ ସେମାନଙ୍କ ଦୁଃଖସୁଖରେ ସାମିଲ ହୋଇଛନ୍ତି ।

ରାଜ୍ୟ ସରକାରଙ୍କ ନିରନ୍ତର ବିକାଶର ବାର୍ତ୍ତା ପହଞ୍ଚାଇବା ସହ ଲୋକଙ୍କ ଅଭିଯୋଗ ବି ଶୁଣିବେ । ବିକାଶ ଏକ ନିରନ୍ତର ପ୍ରକ୍ରିୟା, ବିଜେଡ଼ି କ୍ଷମତାରେ ରହିବା ଦିନଠାରୁ ରାଜ୍ୟର ସାମଗ୍ରୀକ ବିକାଶ ଉପରେ ସବୁବେଳେ ଗୁରୁତ୍ବ ଦେଇଛି । ପଦଯାତ୍ରା ବେଳେ ସରକାରଙ୍କ ଜନକଲ୍ୟାଣ ଯୋଜନା ବାବଦରେ ଲୋକଙ୍କ ସହ ଆଲୋଚନା କରିବ ଦଳ । ଏହାସହ ବିଜେଡି ପକ୍ଷରୁ ରକ୍ତଦାନ, ବୃକ୍ଷରୋପଣ ଭଳି ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯିବ ।

ପଦଯାତ୍ରା ଅବସରରେ ମହାନ ସ୍ବାଧୀନତା ସଂଗ୍ରାମୀ ଓ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ଓଡ଼ିଶାର ବିକାଶକୁ ଶୀର୍ଷ ସ୍ଥାନରେ ପହଞ୍ଚାଇବାକୁ ସଂକଳ୍ପ ନିଆଯିବ । ଜନସମ୍ପର୍କ ପଦଯାତ୍ରାକୁ ବିଜେଡ଼ି ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକମାନେ ଅନୁଧ୍ୟାନ କରିବେ । ରାଜ୍ୟ ସରକାରଙ୍କ ସଫଳତା ସହ ରାଜ୍ୟ ପ୍ରତି କେନ୍ଦ୍ରର ଲଗାତାର ଅବହେଳା ବାବଦରେ ବି ଲୋକଙ୍କୁ ସଚେତନ କରାଯିବ ।

ସାଇବର କ୍ରାଇମ କମାଇବା ପାଇଁ ଭୁବନେଶ୍ବରରେ ସେଫଟି କ୍ୟାମ୍ପେନ୍‌ ଆରମ୍ଭ

ଭୁବନେଶ୍ବର: ଅଦୃଶ୍ୟ ଠକଙ୍କ ପ୍ରାଦୁର୍ଭାବରେ ଲାଗିବ ଲଗାମ। କମିବ ସାଇବର ଠକେଇ। ସାଇବର କ୍ରାଇମ କମାଇବା ପାଇଁ ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସାଇବର ସେଫଟି କ୍ୟାମ୍ପେନ । ଏହି ଅବସରରେ ମାଷ୍ଟରକ୍ୟାଣ୍ଟିନ ଛକରେ ପୋଲିସ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।

ଯେଉଁଥିରେ ଲୋକମାନେ କିଭଳି ସାଇବର ଠକେଇର ଶିକାର ହୋଇ ସର୍ବସ୍ବ ହରାଉଛନ୍ତି ସେ ନେଇ ନାଟକ ପରିବେଷଣ କରାଯାଇଥିଲା। ଲୋକଙ୍କ ମଧ୍ୟରେ ସାଇବର ଠକେଇ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଏଥ ରଥ ଗଡିଛି।

ରଥକୁ ମନ୍ତ୍ରୀ ଅଶୋକ ପଣ୍ଡା ଙ୍କ ସହ ବିଧାୟକ ଅରବିନ୍ଦ ଢାଲି, ସୁରେଶ ରାଉତରାୟ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ବିଏମ୍ସି କମିଶନ ବିଜୟ ଅମୃତ କୁଲାଙ୍ଗେ, ଡିସିପି ପ୍ରତୀକ ସିଂ ପ୍ରମୁଖ ଶୁଭାରମ୍ଭ କରିଥିଲେ। ଏହି ରଥ ଖୋର୍ଦ୍ଧାର ସବୁ ଅଞ୍ଚଳ ବୁଲିବା ସହ ଲୋକଙ୍କୁ ସଚେତନ କରିବ।

ଓଡିଶାର ଏକମାତ୍ର ମନ୍ଦିର ଯେଉଁଠି ପୂଜା ପାଆନ୍ତି ମହାତ୍ମା ଗାନ୍ଧୀ

ସମ୍ବଲପୁର: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ । ଓଡିଶାର ସମ୍ବଲପୁରରେ ରହିଛି ଏକମାତ୍ର ମନ୍ଦିର, ଯେଉଁଠି ପୂଜା ପାଆନ୍ତି ମହାତ୍ମାଗାନ୍ଧୀ । ସମ୍ବଲପୁର ଭତରାରେ ଏହି ମନ୍ଦିର ରହିଥିବା ବେଳେ ଆଜି ଗାନ୍ଧୀ ଜୟନ୍ତୀ ଧୁମଧାମରେ ପାଳନ ହେଉଛି । ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ୧୯୭୪ ମସିହାରେ ତିଆରି ହୋଇଥିବା ଏହି ଗାନ୍ଧୀ ମନ୍ଦିର ସାରା ଓଡିଶାବାସୀଙ୍କ ପାଇଁ ପାଲଟିଛି ସ୍ମୃତିପୀଠ ।