କିଛି ଦିନର ବ୍ୟବଧାନ ପରେ ପୁଣି ମଇଦାନକୁ ଓହ୍ଲାଇଲେ ତାମିଲଗା ଭେଟ୍ରି କାଜାଗମ ବି ଟିଭିକେ ସୁପ୍ରିମୋ ବିଜୟ। କରୁର ଦଳାଚକଟା ଘଟଣାରେ ୪୧ ଜୀବନ ଯିବା ଘଟଣାର ପ୍ରାୟ ୨ ମାସ ପରେ ଦଳକୁ ପୁଣି ଆକ୍ଟିଭ ମୋଡକୁ ଆଣିଛନ୍ତି ବିଜୟ। କାଞ୍ଚିପୁରମର ସୁଙ୍ଗୁଭାର୍ଚାତିରମର ଏକ ଇଣ୍ଡୋର ଷ୍ଟାଡିୟମରେ ସଭା କରିଛନ୍ତି ବିଜୟ। ଏଥିରେ ଦଳର କ୍ୟାଡର, ନେତା ଓ କିଛି ସମର୍ଥକ ଯୋଗଦେଇଛନ୍ତି। ସଭାସ୍ଥଳୀକୁ ଯିବା ଲାଗି କୋଡଭିତ୍ତିକ ପାସ୍ ପ୍ରଦାନ କରାଯାଇଛି। ସମସ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଏହି ସମାବେଶରେ ସେ ଶାସକ ଡିଏମକେକୁ ତୀବ୍ର ସମାଲୋଚନା କରିବା ସହ ପାରିବାରିକ ରାଜନୀତିକୁ ତୀବ୍ର ବିରୋଧ କରିଥିଲେ। ରାଜ୍ଯରେ ରାଜନୈତିକ ପରିବର୍ତ୍ତନ ଲାଗି ସେ ଆହ୍ବାନ ଦେବା ସହ ଆଗାମୀ ଦିନରେ ଦଳକୁ ଶକ୍ତିଶାଳୀ କରିବା ଲାଗି ଆହ୍ବାନ ଦେଇଛନ୍ତି। ରାଜ୍ୟରେ ଜାତିଗତ ଜନଗଣନା ଓ ସମାନତାଭିତ୍ତିକ ନୀତି ପ୍ରଚଳନ ଲାଗି ସେ ଦାବି କରିଛନ୍ତି। ଏହି ସମାବେଶ ଲାଗି ଦଳ ପକ୍ଷରୁ ଅନେକ କଟକଣା ଲାଗୁ କରାଯାଇଥିଲା। କାର୍ଯ୍ଯକ୍ରମ ଲାଗି ପୋଲିସ ଅନୁମତି ବି ନିଆଯାଇଥିଲା। ସେପଟେ ତାମିଲନାଡୁରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ବା ଏସଆଇଆର ପ୍ରସ୍ତାବକୁ ବିରୋଧ କରିଛନ୍ତି ବିଜୟ। ଏସଆଇଆରକୁ ବିରୋଧ କରି ଦଳ ସୁପ୍ରିମକୋର୍ଟରେ ଆବେଦନ କରିଛି। ଗତ ସେପ୍ଟେମ୍ବର ୨୭ରେ କରୁରରେ ଘଟିଥିଲା ଦଳାଚକଟା ଘଟଣା।
ଏକ ତରଫା ପ୍ରେମ ପାଇଁ ଜଘନ୍ୟ କାଣ୍ଡ: ଲିଫ୍ଟ ଦେବା ଆଳରେ ଯୁବତୀଙ୍କୁ ଅପହରଣ କଲା ଯୁବକ
ଏକ ତରଫା ପ୍ରେମ ପାଇଁ ଜଘନ୍ୟ କାଣ୍ଡ। ଲିଫ୍ଟ ଦେବା ଆଳରେ ଯୁବତୀଙ୍କୁ ଅପହରଣ କଲା ଯୁବକ। ଅପହରଣ ପରେ ମାରଣାସ୍ତ୍ର ଦେଖାଇ ଜବରଦସ୍ତି କଲେ ବିବାହ। ୧୫ ଦିନ ହେବ ବନ୍ଦୀ କରି ଘରେ ରଖିଥିଲେ । ସୁଯୋଗ ଦେଖି ଖସି ଆସିଥିଲେ ଯୁବତୀ। ଖସି ଆସି ମହିଳା ଥାନାରେ ଅଭିଯୋଗ କଲେ। ଅଭିଯୋଗ ଆଧାରରେ ଯୁବକଙ୍କୁ ବାନ୍ଧିଲା ମହିଳା ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ରିତିକ୍ ନାୟକ। ଅଭିଯୁକ୍ତକୁ କଟକରୁ ଗିରଫ କଲା କମିଶନରେଟ୍ ପୋଲିସ। ଅଭିଯୁକ୍ତ ଜଣଙ୍କ ପୀଡିତାଙ୍କ ସହ ପୂର୍ବରୁ ପରିଚିତ ଥିବାର ସୁଯୋଗ ନେଇ ଅପହରଣ କରିଥିବା କହିଛି ପୋଲିସ।
କଟକ ଜିଲ୍ଲାରେ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ
କଟକ ଜିଲ୍ଲା କାନପୁର ଥାନା ଅଧୀନ ହଟିଆପଲ୍ଲୀରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ । ହଟିଆପଲ୍ଲୀ ଛକରେ ଅଳଙ୍କାର ଦୋକାନ କରିଥିବା କୈଳାସ ଚନ୍ଦ୍ର ପୃଷ୍ଟିଙ୍କ ଘରୁ ଲୁଟ ହୋଇଛି । ଗତକାଲି ବିଳମ୍ବିତ ରାତିରେ ୭ ଜଣ ଦୁର୍ବୃତ୍ତ ୩୫ ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ୧୮ ଲକ୍ଷ ଟଙ୍କାର ବ୍ୟାଗ ଚୋରି କରି ନେଇଥିବା କାନପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ କୈଳାଶ ପୃଷ୍ଟିଙ୍କ ଝିଅ ପାଠ ପଢ଼ୁଥିବା ସମୟରେ ହଠାତ ଦୁର୍ବୃତ୍ତ ମାନେ ଘର ଭିତରେ ପଶିଯାଇ ମାରଣାସ୍ତ୍ର ଦେଖାଇ ସୁନା ଅଳଙ୍କାର ଲୁଟିଥିଲେ। ଚୋରି ବେଳର ସିସିଟିଭି ଫୁଟେଜ ମଧ୍ୟ ପୋଲିସର ହସ୍ତଗତ ହୋଇଛି । କାନପୁର ପୋଲିସ ଘଟଣାସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ କରୁଛି । ଏହା ସହ ଡଗ ସ୍କ୍ୱାଡ ଆଣି ଅଧିକ ତଦନ୍ତ କରାଯିବ ବୋଲି କହିଛନ୍ତି କାନପୁର ଥାନା ଅଧିକାରୀ ତପନ ନାୟକ ।
କେଉଁ ସବୁ କାରଣରୁ କିଡନୀ ଷ୍ଟୋନ ହୋଇଥାଏ: ଏହି ରୋଗରୁ ମୁକ୍ତି ପାଇବେ କିପରି ?
କିଡନୀ ଷ୍ଟୋନ ଏକ ସାଧାରଣ କିନ୍ତୁ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା । ଏହାକୁ ମେଡିକାଲ ଭାଷାରେ ରୀନଲ କ୍ୟାଲକୁଲୀ ମଧ୍ୟ କୁହାଯାଇଥାଏ । ଯଦି ଏହାକୁ ଶୀଘ୍ର ଠିକ କରାନଯାଏ, ତେବେ ବହୁତ ସମସ୍ୟା ସୃଷ୍ଟି ହୋଇଥାଏ । ମିନେରାଲ୍ସ ଓ ଲୁଣ ପରସ୍ପର ସହ ମିଶି କ୍ରିଷ୍ଟଲ ରୂପ ଧାରଣ କରିବା ଦ୍ବାରା କିଡନୀ ଷ୍ଟୋର ହୋଇଥାଏ । ଏହି କାରଣରୁ ଯନ୍ତ୍ରଣା, ପରିସ୍ରାରେ ରକ୍ତ, ସଂକ୍ରମଣ ଓ ବାନ୍ତି ପରି ଅନେକ ସମସ୍ୟା ହୋଇପାରେ । ଥଣ୍ଡାରେ କିଡନୀ ଷ୍ଟୋନ ମାମଲା ଅତ୍ୟଧିକ ବଢ଼ିଯାଇାଏ । ସେଥିପାଇଁ ଆପଣଙ୍କୁ ଏହା ପଛର କାରଣ ଓ ନିରାକରଣ ବିଷୟରେ ଜାଣିବା ଉଚିତ ।
ସାଧାରଣ ଭାବେ କିଡନୀ ଷ୍ଟୋନର ଆଶଙ୍କା ଗରମ ଦିନେ ଅଧିକ ହୋଇଥାଏ । କାରଣ ଗରମରେ ଅଧିକ ଝାଳ ବୋହିବା ଓ ଡିହାଇଡ୍ରେସନ କାରଣରୁ ପଥର ସମସ୍ୟା ଦେଖାଦେଇଥାଏ । ଲାଇଫଷ୍ଟାଇନ ପରିବର୍ତ୍ତନ ଓ ଫିଜିଓଲୋଜିକାଲ ପରିବର୍ତ୍ତନ କାରଣରୁ ଥଣ୍ଡାଦିନେ କିଡନୀ ଷ୍ଟୋନ ହୋଇଥାଏ । ଥଣ୍ଡାଦିନେ କମ୍ ଶୋଷ ଲାଗିବା କାରଣରୁ ଆମେମାନେ କମ୍ ପାଣି ପିଇଥାଉ । ଏହା ଶରୀରର ଡିହାଇଡ୍ରାସନର ଆବଶ୍ୟକତାକୁ ପୂରଣ କରିପାରିନଥାଏ । ଏହାଦ୍ବାରା ପରିସ୍ରା ମଧ୍ୟ ଗାଢ଼ ହୋଇଥାଏ ଓ କିଡନୀ ଷ୍ଟୋନ ହେବାର ଆଶଙ୍କା ବଢ଼ିଯାଇଥାଏ ।
ଥଣ୍ଡା ପାଣିପାଗରେ ଅଧିକାଂଶ ଲୋକ ଆଳସ୍ୟ କାରଣରୁ ଶାରୀରିକ କାର୍ଯ୍ୟ କରନ୍ତି ନାହିଁ । ଗୋଟିଏ ସ୍ଥାନରେ ଅଧିକ ସମୟ ଧରି ବସି ରହିଥାନ୍ତି । ଏହାଦ୍ବାରା ଶରୀରରେ କ୍ୟାଲସିୟମର ସ୍ତର ପ୍ରଭାବିତ ହେବା ସହ କିଡନୀରେ ଜମା ହୋଇଥାଏ । ଏହି ସିଜିନରେ ଅଧିକାଂଶ ଲୋକଙ୍କର ଖାଦ୍ୟପେୟ ଅତ୍ୟଧିକ ହୋଇଥାଏ । ଏହା ଶରୀର ଓ କିଡନୀ ପାଇଁ ଠିକ୍ ନୁହେଁ । କିଡନୀକୁ ହେଲଦୀ ରଖିବା ପାଇଁ ଦୈନିକ ସୁସ୍ଥ ଓ ସନ୍ତୁଳିତ ଭୋଜନ କରିବା ଉଚିତ । ଅଧିକ ଫ୍ୟାଟି, ତେଳ, ଚିନୀ ଓ କାର୍ବସ ଭରପୂର ଭୋଜନ ଠାରୁ ଦୂରେଇ ରହିବା ଉଚିତ ।
କିଡନୀ ଷ୍ଟୋନରୁ ବର୍ତ୍ତିବେ କିପରି ?
ଗରମ ହେଉ କି ଥଣ୍ଡା ହେଉ, କିଡନୀ ଷ୍ଟୋନରୁ ବର୍ତ୍ତିବା ପାଇଁ ଶରୀରକୁ କେବେ ବି ପାଣିର ଅଭାବ ହେବାକୁ ଦିଅନ୍ତୁ ନାହିଁ । ଦିନ ସାରା ଅଧିକ ପାଣି ପିଇବା ଫଳରେ ପରିସ୍ରା ପତଳା ହୁଏ ଓ ଷ୍ଟୋନ ହେବାର ଆଶଙ୍କା କମି ଯାଇଥାଏ । ସେଥିପାଇଁ ଦିନକୁ ଅତିକମରେ ୨-୩ ଲିଟର ପାଣି ପିଇବାକୁ ଲକ୍ଷ୍ୟ ସ୍ଥିର କରନ୍ତୁ । ଯଦି କାହାର ପୂର୍ବରୁ କିଡନୀ ସମସ୍ୟା ଥିବ, ତେବେ ନଟସ, ବାଦାମ, ପାଲକ, ରେଡ ମିଟ, ଚିକେନ, ଦୁଗ୍ଧଜାତ ସାମଗ୍ରୀ ଅଧିକ ମାତ୍ରାରେ ଖାଇବା ଉଚିତ । ବ୍ୟାୟାମ କେବଳ ଶରୀରକୁ ଫିଟ୍ ରଖେ ନାହିଁ, ଏହା କିଡନୀକୁ ମଧ୍ୟ ହେଲଦୀ ରଖିଥାଏ । ୟୁରିନାରୀ ଫ୍ଲୋ ଠିକରେ ହେବାରେ ବ୍ୟାୟାମ ସହାୟକ ହୋଇଥାଏ ଓ କିଡନୀ ଷ୍ଟୋନ ହେବା ଆଶଙ୍କା କମ୍ ହୋଇଥାଏ । କ୍ୟାଲସିୟମ ଶରୀର ପାଇଁ ବହୁତ ଜରୁରୀ କିନ୍ତୁ ଏହାକୁ ସପ୍ଲିମେଣ୍ଟ ମାଧ୍ୟମରେ ଅଧିକ ନେବା କିଡନୀ ଷ୍ଟୋନର ଆଶଙ୍କା ବଢ଼ାଇଥାଏ । ମୋଟାପା କିଡନୀ ଷ୍ଟୋନର ଏକ ବଡ଼ ରିସ୍କ ଫ୍ୟାକ୍ଟର । ତେଣୁ ଶରୀରର ଓଜନକୁ ସର୍ବଦା ସନ୍ତୁଳିତ ରଖନ୍ତୁ ।

