ନନ୍ଦିଘୋଷ ବ୍ୟୁରୋ: ଆୟାରଲ୍ୟାଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ବିତୀୟ ମ୍ୟାଚରେ ଟିମ ଇଣ୍ଡିଆର ବଡ଼ ବିଜୟ । ୩୩ ରନରେ ଜିତିଲା ବୁମରା ବାହିନୀ । ଆୟର୍ଲାଣ୍ଡ ଆଗରେ ଭାରତ ୧୮୬ ରନର ଲକ୍ଷ୍ୟ ରଖିଥିବାବେଳେ ଆୟର୍ଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ରନ କରିପାରିଥିଲା । ଦଳ ପକ୍ଷରୁ ଆଣ୍ଡ୍ୟୁ ବାଲବାର୍ନି ସର୍ବାଧିକ ୭୨ ରନ କରିଥିଲେ । ମାର୍କ ଆଡାୟାର ୨୮ରନ କରିଥିଲେ । ଭାରତ ପକ୍ଷରୁ ଋତୁରାଜ ଗାଏକ୍ବାଡ ୫୮ ରନର ପାଳି ଖେଳିଥିଲେ । ସେପଟେ ରିଙ୍କୁ ସିଂ ଏବଂ ଶିଭମ ଦୁବେ ମଧ୍ୟ ଶେଷ ଓଭର ସମୟରେ ବଡ଼ ବଡ଼ ଓଟ୍ ମାରି କ୍ରିଡାପ୍ରେମୀଙ୍କ ମନ ଜିଣିଥିଲେ ।
ଜଳ ବାୟୂ ସହନଶୀନ କୃଷି ପ୍ରକଳ୍ପ ଏବଂ ସବୁଜ ଜଳବାୟୂ ପାଣ୍ଠି ପ୍ରକଳ୍ପର ସମୀକ୍ଷା
ଭୁବନେଶ୍ବର: ଜଳ ବାୟୂ ସହନଶୀଳ ପ୍ରକଳ୍ପ ଏବଂ ସବୁଜ ଜଳବାୟୂ ପାଣ୍ଠି ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କଲେ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ଜଳ ବାୟୂ ସହନଶୀଳ କୃଷି ପାଇଁ ଓଡ଼ିଶା ଜଳ ସେଚନ ପ୍ରକଳ୍ପ ୧୫ଟି ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି । ଯାହାର ଉଦ୍ଦେଶ୍ୟ ହେଉଛି କୃଷି ବିବିଧିକରଣ ସହ କୃଷି ଉତ୍ପାଦନକୁ ତ୍ବରାନ୍ବିତ ଏବଂ ଜଳବାୟୂ ସ୍ଥିରତା ବୃଦ୍ଧି କରିବା । ସେହିଭଳି ସବୁଜ ଜଳବାୟୂ ପାଣ୍ଠି ପ୍ରକଳ୍ପ ଜରିଆରେ ସମ୍ବେଦନଶୀଳ ଅଞ୍ଚଳରେ ଜଳ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଢ଼ାଞ୍ଚାଗତ ଅନୁକୂଳ ପଦକ୍ଷେପ ଏବଂ କ୍ଷୁଦ୍ର ଜଳ ସେଚନ ପାଇଁ ସୋର ପମ୍ପ ବ୍ୟବହାର ମାଧ୍ୟମରେ ଗୋଷ୍ଠୀ ପୋଖରୀରେ ଭୂତଳ ଜଳ ପୁନଃ ଉଦ୍ଧାର କରିବାକୁ ଲକ୍ଷ୍ୟ ରଖିଛି ।
ତେବେ ଅନୁଷ୍ଠିତ ଏହି ବୈଠକରେ ପଂଚାୟତି ରାଜ ଓ ପାନୀଜ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ସୁନୀଲ କୁମାର ଲୋହାନୀ, କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ପ୍ରକଳ୍ପ ସହ ଜଡିତ ଅନ୍ୟମାନେ ଉପସ୍ଥିତ ଥିଲେ ।
କେନ୍ଦ୍ର ବିରୋଧରେ ବ୍ୟାପକ ଆନ୍ଦୋଳନ ପାଇଁ ନିଷ୍ପତି
ରାଉରକେଲା: ରାଉରକେଲାକୁ ଅବହେଳା ପ୍ରତିବାଦରେ କେନ୍ଦ୍ର ବିରୋଧରେ ବ୍ୟାପକ ଆନ୍ଦୋଳନ ପାଇଁ ନିଷ୍ପତ୍ତି । ସହରର ଭଞ୍ଜ ଭଵନ ଠାରେ ନାଗରିକ ସୁରକ୍ଷା କମିଟି ପକ୍ଷରୁ ଜିଲ୍ଲା ସ୍ତରୀୟ ମହା ସମ୍ମିଳନୀରେ ସାମୁହିକ ନିଷ୍ପତ୍ତି ନିଆଯାଇଛି । ରାଉରକେଲାକୁ ରେଲଓ୍ବେ ଡିଭିଜନ କରିବା, ବିମାନବନ୍ଦର ପୁର୍ଣ୍ଣ କାର୍ଯ୍ୟକ୍ଷମ କରି ନିୟମିତ ବିମାନ ଚଳାଚଳ, ସୁନ୍ଦରଗଡ଼ ଜିଲ୍ଲା ହେଡ କ୍ବାଟରକୁ ରେଳପଥ ସଂଯୋଗ, ତାଳଚେର ଵିମଳାଗଡ ରେଳପଥ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବା ସହ ୧୧ ଦଫା ଦାବିରେ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏହାସହ ୪ଶହ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ଏମ୍ସ ଦ୍ଵାରା ପରିଚାଳନା କରିବା ପାଇଁ ଦାବି ହେଉଛି । ସମ୍ମିଳନୀରେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ ବିଭିନ୍ନ ଶ୍ରମିକ ସଂଗଠନ, ମହିଳା ସଂଗଠନ, ସାମାଜିକ ଓ ସାଂସ୍କୃତିକ ସଂଗଠନ, ଵ୍ୟବସାୟୀ ସଂଗଠନ, ବୁଦ୍ଧିଜୀବୀ ଓ ସହରବାସୀ ଯୋଗ ଦେଇଥିଲେ।
ମେୟରଙ୍କ ଟିମକୁ ହରାଇଲା କମିଶନରଙ୍କ ଟିମ୍
ଭୁବନେଶ୍ବର: ମେୟରଙ୍କ ଟିମକୁ ହରାଇ ବାଜି ମାରିଲା କମିଶନରଙ୍କ ଟିମ୍ । ଆଜି ମେୟର ଏକାଦଶ ଓ କମିଶନର ଏକାଦଶ ମଧ୍ୟରେ କିଟ ପଡିଆରେ ଏକ 15 ଓଭର ବିଶିଷ୍ଟ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମେ କମିଶନର ଏକାଦଶ ବ୍ୟାଟିଂ କରି 155 ରନରେ ଅଲ ଆଉଟ ହୋଇଥିଲା । ତେବେ 156 ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ମେୟର ଏକାଦଶ ଆଗରେ 105 ରନରେ ଅଲଆଉଟ ହୋଇ ପରାଜିତ ହୋଇଥିଲା ।

