spot_img
Home Blog Page 276

ଏସିଆର ସବୁଠାରୁ ଧନୀ ମୁମ୍ବାଇ ମହାନଗର ନିଗମର ମେୟର ହେବେ ରୀତୁ ତାବଡେ

ଏସିଆର ସବୁଠାରୁ ଧନୀ ମୁମ୍ବାଇ ମହାନଗର ନିଗମର ମେୟର ହେବେ ରୀତୁ ତାବଡେ

ନନ୍ଦିଘୋଷ ବ୍ୟୁରୋ: ବିଜେପି କର୍ପୋରେଟର ରୀତୁ ତାବଡ଼େ ହେବେ ମୁମ୍ବାଇ ମେୟର । ଏନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି । ଏସିଆର ସର୍ବବୃହତ ଧନୀ ମହାନଗର ହେଉଛି ମୁମ୍ବାଇ । ସେପଟେ ଶିବସେନା କର୍ପୋରେଟର ସଞ୍ଜୟ ଗାଦି ହେବେ ଡେପୁଟୀ ମେୟର । ଗତ ମୁମ୍ବାଇ ମହାନଗର ନିଗମ ନିର୍ବାଚନରେ ବିଜେପି-ଶିବସେନା ମେଣ୍ଟ ବହୁଳ ବିଜୟ ହୋଇଥିଲା । ଆସନ୍ତା ୧୧ ତାରିଖରେ ହେବେ ମେୟର ନିର୍ବାଚନ ।

ବୃହନ ମୁମ୍ବାଇ ମହାନଗର ନିଗମର ବିଜେପି କର୍ପୋରେଟରମାନଙ୍କ ବୈଠକରେ ରୀତୁଙ୍କ ନାଁରେ ମୋହର ଲାଗିଥିଲା । ମୁମ୍ବାଇର ମେୟର ପଦବୀ ସାଧାରଣ ବର୍ଗର ମହିଳା ବର୍ଗ ଲାଗି ସଂରକ୍ଷିତ ଥିଲା । ଘାତୋକପୁର ୱାର୍ଡରୁ ୩ ଥର କର୍ପୋରେଟର ଭାବେ ବିଜୟୀ ହୋଇଛନ୍ତି ରୀତୁ । ସେ ବିଏମସିର ଶିକ୍ଷା କମିଟିର ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିଛନ୍ତି । ଆସନ୍ତା ଫେବ୍ରୁଆରୀ ୧୧ ନିର୍ବାଚନରେ ଯଦି ରୀତୁ ବିଜୟୀ ହୁଅନ୍ତି ତେବେ ସେ ହେବ ବିଜେପିର ଦ୍ବିତୀୟ ମେୟର । ପୂର୍ବରୁ ୧୯୮୨ରୁ ୧୯୮୩ ବିଜେପିର ପ୍ରଭାକର ପାଇ ମେୟର ହୋଇଥିଲେ ।

ସେପଟେ ଦହିସରରୁ କର୍ପୋରେଟରେ ଭାବେ ବିଜୟୀ ହୋଇଥିବା ଶିବସେନାର ସଞ୍ଜୟ ଗାଦି ଡେପୁଟୀ ମେୟର ହେବେ । ଦଳର ୪ କର୍ପୋରେଟରଙ୍କୁ ୫ ବର୍ଷ ଭିତରେ ଡେପୁଟୀ ମେୟର ପଦରେ ଅଧିଷ୍ଠିତ କରିବା ଲାଗି ଶିବସେନା କରିଛି ନୂଆ ଫର୍ମୁଲା । ଏହି ଫର୍ମୁଲା ଅନୁସାରେ ପ୍ରତି ଡେପୁଟୀ ମେୟରଙ୍କ କାର୍ଯ୍ୟକାଳ ବର୍ଷେ ତିନିମାସ ରହିବ ।

ମେଘାଳୟ ରାଟ ହୋଲ୍ ମାଇନ୍ସ ବିସ୍ଫୋରଣ ଘଟଣା, ମୃତ୍ୟୁସଂଖ୍ୟା ୨୫କୁ ବୃଦ୍ଧି

ମେଘାଳୟ ରାଟ ହୋଲ୍ ମାଇନ୍ସ ବିସ୍ଫୋରଣ ଘଟଣା, ମୃତ୍ୟୁସଂଖ୍ୟା ୨୫କୁ ବୃଦ୍ଧି

ନନ୍ଦିଘୋଷ ବ୍ୟୁରୋ: ମେଘାଳୟର ପୂର୍ବ ଜୟନ୍ତିଆ ହିଲସରେ ବେଆଇନ ରାଟ ହୋଲ ମାଇନ୍ସ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ଶୁକ୍ରବାର ଆଉ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୂର୍ବରୁ ୧୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଅନ୍ୟପଟେ ପୋଲିସ ଏହି ଘଟଣାରେ ବେଆଇନ ଖଣି ପରିଚାଳନା କରୁଥିବା ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ସେମାନେ ଖଣି ମାଲିକ ବୋଲି ସୂଚନା ରହିଛି ।

ଗତ ୫ ତାରିଖରେ ଡିନାମାଇଟ ବିସ୍ଫୋରଣ କରାଯିବା ସମୟରେ ଏହି ଭୟଙ୍କର ଘଟଣା ଘଟିଥିଲା । ଏନଡିଆରଏଫ ଏବେ ବି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଘଟଣାରେ ୫ ଆହତ ସିଲଚର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଘଟଣାର ଗମ୍ଭୀରତାକୁ ଲକ୍ଷ୍ୟରେ ରଖି ମେଘାଳୟ ହାଇକୋର୍ଚ ଏହି ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାରେ କେଉଁ କାର୍ଯ୍ୟାନୁଷ୍ଠାନ ହୋଇଛି ସେନେଇ ରିପୋର୍ଟ ଦେବାକୁ ମଧ୍ୟ କୋର୍ଟ ଆଦେଶ ଦେଇଛନ୍ତି । ଜିଲ୍ଲାପାଳ ଓ ଏସପିଙ୍କୁ ରିପୋର୍ଟ ପାଇଁ ଆଦେଶ ଦିଆଯାଇଛି ।

ମେଘାଳୟରେ ଏପରି ଘଟଣା ବାରମ୍ବାର ଘଟୁଥିବାରୁ ଏହାକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ରାଟ-ହୋଲ ମାଇନିଂ ଅର୍ଥ ସଂକୀର୍ଣ୍ଣ ଗର୍ତ୍ତରେ ପଶି ଶ୍ରମିକମାନେ କୋଇଲା ଉତ୍ତୋଳନ କରିଥାନ୍ତି । ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ୍ ୨୦୧୪ରେ ମେଘାଳୟରେ ରାଟ୍-ହୋଲ୍ ମାଇନିଂକୁ ପରିବେଶ ପ୍ରଦୂଷଣ କାରଣରୁ ନିଷିଦ୍ଧ କରିଛନ୍ତି । ତଥାପି ଅବୈଧ ଭାବେ ଏହା ଚାଲିଆସୁଛି ।

ରାୟଗଡ଼ା ଜିଲ୍ଲାକୁ ମାଓବାଦୀ ମୁକ୍ତ ଘୋଷଣା କଲେ ଏଡିଜି

ରାୟଗଡ଼ା ଜିଲ୍ଲାକୁ ମାଓବାଦୀ ମୁକ୍ତ ଘୋଷଣା କଲେ ଏଡିଜି

ନନ୍ଦିଘୋଷ ବ୍ୟୁରୋ: ରାୟଗଡ଼ା ଜିଲ୍ଲା ହେଲା ମାଓବାଦୀ ମୁକ୍ତ । ଆଜିଠାରୁ ଏହି ଜିଲ୍ଲାରୁ ନକ୍ସଲ ମୁକ୍ତ ଘୋଷଣା କରିଛନ୍ତି ଏଡିଜି ସଂଜୀବ ପଣ୍ତା । ଲାଲ ହିଂସାରୁ ରାୟଗଡ଼ା ଜିଲ୍ଲା ମୁକ୍ତ ହେଲା ବୋଲି ସେ କହିଛନ୍ତି । ଏହା ଆଗରୁ କୋରାପୁଟ ଜିଲ୍ଲାକୁ ମଧ୍ୟ ପୋଲିସ ନକ୍ସଲ ମୁକ୍ତ ବୋଲି ଘୋଷଣା କରିଥିଲା ।

ଆଜି ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି ୧୫ ଦୁର୍ଦ୍ଦାନ୍ତ ନକ୍ସଲ । ସେମାନଙ୍କ ମଧ୍ୟରେ ଅଛନ୍ତି, ବାସଧାରା ଘୁମୁସର ନାଗାବଳି ଡିଭିଜନର ଦୁଇ ହାଡକୋର ମାଓବାଦୀ ନିଖିଳ ଓ ଇନ୍ଦୁ । ଏହି ମାଓବାଦୀ ଦମ୍ପତିଙ୍କ ନାଁରେ କୋଟିଏ ଦଶ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ସେମାନେ କହିଛନ୍ତି ଆଗକୁ ଜଳ, ଜମି ଓ ଜଙ୍ଗଲ ସୁରକ୍ଷା ପାଇଁ କାମ କରିବେ । ପୋଲିସକୁ ସେମାନେ ହସ୍ତାନ୍ତର କରିଛନ୍ତି ୨ଟି AK47 ରାଇଫଲ, ଏସଏଲଆର୍ ୫ଟି, ଷ୍ଟେନଗନ୍ ଗୋଟିଏ, ଇନସାସ୍ ରାଇଫଲ ଗୋଟିଏ ଓ ବହୁ ଅଫୁଟା ଗୁଳି ।

ICC ଫେରାଇଲା ଖାଲି ହାତରେ, U-19 ବିଶ୍ବ ଚାମ୍ପିଅନ ଭାରତୀୟ ଟିମ୍ ପାଇଁ ବିସିସିଆଇ ଖୋଲିଲା ପୁରସ୍କାର ପେଡି

ICC ଫେରାଇଲା ଖାଲି ହାତରେ, U-19 ବିଶ୍ବ ଚାମ୍ପିଅନ ଭାରତୀୟ ଟିମ୍ ପାଇଁ ବିସିସିଆଇ ଖୋଲିଲା ପୁରସ୍କାର ପେଡି

ନନ୍ଦିଘୋଷ ବ୍ୟୁରୋ: ଜୁନିଅର କ୍ରିକେଟରେ ପୁଣି ଥରେ ଭାରତର ଦବଦାବ ଦେଖିବାକୁ ମିଳିଛି । ଅଣ୍ଡର-୧୯ କ୍ରିକେଟ ବିଶ୍ବକପରେ ପୁଣି ଥରେ ଭାରତ ଚାମ୍ପିଅନ ହୋଇଛି । ଜିମ୍ବାଓ୍ବେରେ ଖେଳାଯାଇଥିବା ଏହି ବିଶ୍ବକପରେ ଆୟୁଷ ମହାତ୍ରେଙ୍କ ଅଧିନାୟକତ୍ବରେ ଭାରତ ଷଷ୍ଠ ଥର ଚାମ୍ପିଅନ ହୋଇଛି ।ବୈଭବ ସୂର୍ଯ୍ୟବଂଶୀଙ୍କ ସମେତ ଏହି ଯୁବ କ୍ରିକେଟରଙ୍କ ପାଇଁ ବିସିସିଆ ନିଜ ଟ୍ରେଜେରୀ ଖୋଲି ଦେଇଛି । ଟିମ୍ ଇଣ୍ଡିଆ ପାଇଁ ବିସିସିଆ ୭.୫ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛି ।

ICC ଫେରାଇ ଥିଲା ଖାଲି ହାତରେ

ଜିମ୍ବାଓ୍ବେରର ଂରାରେରେ ଶୁକ୍ରବାର ଖେଳା ଯାଇଥିବା ବିଶ୍ବକପ ଫାଇନାଲରେ ଭାରତ ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରି ଷଷ୍ଠଥର ଚାମ୍ପିଅନ ହୋଇଛି । ଶେଷଥର ପାଇଁ ଭାରତ ୨୦୨୨ରେ ଚାମ୍ପିଅନ ହୋଇଥିଲା । ତେବେ ଏହି ଟ୍ରଫି ପାଇଁ ଆଇସିସି ପକ୍ଷରୁ କୌଣସି ପୁରସ୍କାର ଦିଆଯାଇ ନଥିଲା । ଉଦଯାପନୀ ଉତ୍ସବରେ ଖେଳାଳିଙ୍କୁ କେବଳ ମେଡାଲ ମିଳିଥିଲା । ଅଣ୍ଡର-୧୯ ସ୍ତରର କ୍ରିକେଟ ପାଇଁ ଆଇସିସି କୌଣସି ପୁରସ୍କାର ଦେଇ ନଥାଏ । କାରଣ ଏହି ଟୁର୍ଣ୍ଣାମେଣ୍ଟ ଯୁବ ଖେଳାଳିଙ୍କ ବିକାଶ ପାଇଁ ଖେଳା ଯାଇଥାଏ ।

BCCIର ବମ୍ଫର ପୁରସ୍କାର ଘୋଷଣା

ନନ୍ଦିଘୋଷ ବ୍ୟୁରୋ: ଆଇସିସି ନିୟମ ଅନୁସାରେ ବିଜୟୀ ଭାରତୀୟ ଟିମକୁ କୌଣସି ଅର୍ଥରାଶି ପୁରସ୍କାର ଦେଇ ନଥିଲା । ହେଲେ ବିସିସିଆଇ ନିଜ ନରତୀ ଅନୁସାରେ ବିଶ୍ବ ଚାମ୍ପିଅନ ଟିମକୁ ସମ୍ମାନିତ କରିବା ଜାରି ରଖିଛି । ଭାରତୀୟ ଟିମ୍ ବିଶ୍ବ ଚାମ୍ପିଅନ ହେବାର ଦିନକ ପରେ ବିସିସିଆଇ ସଚିବ ଦେବଜିତ ସୌକିୟା ଅଣ୍ଡର-୧୯ ଟିମ୍ ପାଇଁ ୭.୫ କୋଟି ଟଙ୍କା ଘୋଷଣା କରିଛନ୍ତି । ଏହାପୂର୍ବରୁ ୨୦୨୫ ବିଶ୍ପକପ୍ ଜିତିଥିବା ମହିଳା କ୍ରିକେଟ ଟଇମକୁ ୫ କୋଟି ଟଙ୍କାର ପୁରସ୍କାର ଦେଇଥିଲା ବିସିସିଆ ।

୩୦ ବର୍ଷ ତଳର ମାମଲାରେ ବାହୁବଳୀ ସାଂସଦ ପପୁ ଯାଦବ ଗିରଫ

୩୦ ବର୍ଷ ତଳର ମାମଲାରେ ବାହୁବଳୀ ସାଂସଦ ପପୁ ଯାଦବ ଗିରଫ

ନନ୍ଦିଘୋଷ ବ୍ୟୁରୋ: ୩୦ ବର୍ଷ ତଳର ଏକ ଜାଲିଆତି ମାମଲାରେ ବିହାରର ବାହୁବଳି ସ୍ଵାଧୀନ ସାଂସଦ ପପୁ ଯାଦବ ଗିରଫ । ହାଇଡ୍ରାମା ମଧ୍ୟରେ ଗତକାଲି ତାଙ୍କୁ ଗିରଫ କରାଯାଇଛି । ସଂସଦର ଅଧିବେଶନରେ ଯୋଗ ଦେଇ ଘରକୁ ଫେରିବା ପରେ ପରେ ତାଙ୍କୁ ଗିରଫ କରିବାକୁ ପହଞ୍ଚିଥିଲା ପୋଲିସ । ଏହାକୁ ପପୁଙ୍କ ସମର୍ଥକ ବିରୋଧ କରିଥିଲେ । ନିଜେ ପପୁ କହିଥିଲେ, ସେ କୋର୍ଟରେ ହାଜର ହେବେ । କିନ୍ତୁ ପୋଲିସ ତାଙ୍କୁ ଗିରଫ କରିବାକୁ ଜଗି ବସିଥିଲା । ଶେଷରେ ହାଇଡ୍ରାମା ମଧ୍ୟରେ ପୋଲିସ ପପୁ ଯାଦବଙ୍କୁ ଗିରଫ କରିଛି ।

ସାର୍ଥକ ମହାପାତ୍ର ନିଖୋଜ ଘଟଣାରେ କେନ୍ଦ୍ର ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରାଳୟର ହସ୍ତକ୍ଷେପ

ସାର୍ଥକ ମହାପାତ୍ର ନିଖୋଜ ଘଟଣାରେ କେନ୍ଦ୍ର ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରାଳୟର ହସ୍ତକ୍ଷେପ

ନନ୍ଦିଘୋଷ ବ୍ୟୁରୋ: ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ୍ ସାର୍ଥକ ମହାପାତ୍ର ନିଖୋଜ ଘଟଣାରେ କେନ୍ଦ୍ର ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରାଳୟର ହସ୍ତକ୍ଷେପ । କେନ୍ଦ୍ରମନ୍ତ୍ରୀ ଓ ମନ୍ତ୍ରାଳୟ ସଚିବ ନିଜେ ଅନୁଧ୍ୟାନ କରି ଉଚିତ ପଦକ୍ଷେପ ନେବାକୁ ସିପିଂ ମହାନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ମିଳିବା ପରେ ସିପିଂ ଡିଜିଙ୍କ ତରଫରୁ ସିଙ୍ଗାପୁର ଓ ମରିସସ୍ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଛି। ଏହା ସହିତ ଭାରତର ବିଭିନ୍ନ ସଂସ୍ଥା ସହିତ ମଧ୍ୟ ସମନ୍ଵୟ ରଖାଯାଇଛି । ମିଳିତ ଭାବେ ସାର୍ଥକଙ୍କୁ ଖୋଜାଖୋଜି ଚାଲିଛି ।

ସାର୍ଥକଙ୍କ ପରିବାରକୁ ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି । ସିପିଂ ଡିଜି ନିଜେ ନିୟମିତ ଭାବେ ଅପଡେଟ୍ ନେଉଛନ୍ତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରି ଏହି ଘଟଣାରେ ହସ୍ତକ୍ଷେପ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ।

ଗତ ୩ ତାରିଖରୁ ନିଖୋଜ ଅଛନ୍ତି ସାର୍ଥକ । ଏହି ସମୟରେ ତାଙ୍କର ଜାହାଜ ସିଙ୍ଗାପୁରରୁ ଚୀନକୁ ଯାଉଥିଲା । ସେବେଠାରୁ ସାର୍ଥକଙ୍କ କୌଣସି ଖୋଜ ଖବର ମିଳୁନି । ୨୩ ବର୍ଷୀୟ ସାର୍ଥକ ଜୁଲାଇ ୨୦୨୫ ରେ ଆଙ୍ଗଲୋ ଇଷ୍ଟର୍ଣ୍ଣ ସିପିଂ କମ୍ପାନୀର ସିପ୍ EA Jerseyରେ କ୍ୟାଡେଟ ଭାବେ ଯୋଗ ଦେଇଥିଲେ ।

ଆଜିଠାରୁ ଟି-୨୦ ବିଶ୍ବକପ୍ ମହାସମର

ଆଜିଠାରୁ ଟି-୨୦ ବିଶ୍ବକପ୍ ମହାସମର

ନନ୍ଦିଘୋଷ ବ୍ୟୁରୋ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ପୁରୁଷ ଟି-୨୦ ବିଶ୍ବକପ ମହାସମର । ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରୁଥିବା ଏହି ବିଶ୍ବକପରେ ରେକର୍ଡ ସଂଖ୍ୟାରେ ୨୦ଟି ଦେଶ ଅଂଶଗ୍ରହଣ କରୁଛନ୍ତି । ୪ଟି ଗ୍ରୁପରେ ବିଭକ୍ତ ଏହି ୨୦ ଦଳିଆ ଟୁର୍ଣ୍ଣାମେଣ୍ଟକୁ ନେଇ ଅବଗଣନା ଆରମ୍ଭ ହୋଇଯାଇଛି । ଏଥିରେ ପ୍ରଥମ ଥର ପାଇଁ ଇଟାଲି ଭଳି ଦଳ ଯୋଗ୍ୟତା ଅର୍ଜନ କରିଛି ।

ଉଦଘାଟନୀ ଦିବସରେ ପାକିସ୍ତାନ-ନେଦରଲାଣ୍ଡସ, ୱେଷ୍ଟଇଣ୍ଡିଜ-ସ୍କଟଲ୍ଯାଣ୍ଡ ଖେଳ ହେବାକୁ ଥିବାବେଳେ ଅଫିସିଆଲି ଭାରତ-ଆମେରିକା ମ୍ଯାଚରୁ ବିଶ୍ବକପ ଶୁଭାରମ୍ଭ ହେବ । ବିଶ୍ବକପ ଲାଗି ହିଟ ମ୍ଯାନ ରୋହିତ ଶର୍ମା ଆମ୍ବାସାଡାର ଅଛନ୍ତି । ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ସ୍କଟଲ୍ୟାଣ୍ଡ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଆମେରିକା, ୱେଷ୍ଟଇଣ୍ଡିଜ, ନ୍ଯୁଜିଲାଣ୍ଡ, ପାକିସ୍ତାନ, ଆୟର୍ଲାଣ୍ଡ, କାନାଡା, ନେଦରଲାଣ୍ଡ, ନାମିବ୍ଯା, ଜିମ୍ବାୱେ, ନେପାଳ, ଓମାନ, ୟୁଏଇ ଓ ଇଟାଲି ପଡିଆକୁ ଓହ୍ଲାଇବେ । ମାର୍ଚ୍ଚ ୮ ତାରିଖ ଯାଏଁ ଟୁର୍ଣ୍ଣାମେଣ୍ଟ ଚାଲିବ ।

ବାଂଲାଦେଶ ସୁରକ୍ଷା କାରଣ ଦର୍ଶାଇ ଭାରତ ଆସିବାକୁ ମନା କରିବାରୁ ତା’ ବଦଳରେ ସ୍କଟଲ୍ଯାଣ୍ଡକୁ ବିଶ୍ବକପ ଟିକେଟ ମିଳିଛି । ପ୍ରଥମ ଥର ଲାଗି ଡିଫେଣ୍ଡିଂ ଚାମ୍ପିଅନ ଭାରତ ଆୟୋଜକ ଭାବେ ଏଥର ଟ୍ରଫି ହାତେଇବାକୁ ପ୍ଲାନ କରିଛି । ଗୃପ ପର୍ଯ୍ୟାୟରେ ପ୍ରତିଦିନ ତିନିଟି ଲେଖାଏଁ ମ୍ୟାଚ ଖେଳାଯିବ । ପ୍ରତ୍ଯେକ ଗୃପର ଶ୍ରେଷ୍ଠ ଦୁଇ ଦଳ ସୁପର-୮କୁ ଯିବେ । ସେଠାରୁ ସେମିଫାଇନାଲିଷ୍ଟ ଓ ଫାଇନାଲିଷ୍ଟ ବଛାଯିବେ । ଗତ ୨୦୨୪ ଟି-ଟ୍ବେଣ୍ଟି ବିଶ୍ବକପ ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ଏକ ସଂଘର୍ଷପୂର୍ଣ୍ଣ ମ୍ଯାଚରେ ହରାଇ ଚାମ୍ପିଅନ ହୋଇଥିଲା ।

ଓଡ଼ିଶା ବନିବ ଗ୍ଲୋବାଲ କାପାବିଲିଟି ସେଣ୍ଟର, ବିଶ୍ୱରେ ଚମକିବେ ଓଡ଼ିଆ ପିଲା

ଓଡ଼ିଶା ବନିବ ଗ୍ଲୋବାଲ କାପାବିଲିଟି ସେଣ୍ଟର, ବିଶ୍ୱରେ ଚମକିବେ ଓଡ଼ିଆ ପିଲା

ନନ୍ଦିଘୋଷ ବ୍ୟୁରୋ: ଭାରତର ପରବର୍ତ୍ତୀ ବିକାଶ ଓ ନିଯୁକ୍ତିର ଇଞ୍ଜିନ ଭାବେ ଏଆଇ, ଫିନଟେକ, ଇନସ୍ୟୁରଟେକର ଉଦ୍ଦେଶ୍ୟ, ଲକ୍ଷ୍ୟ ଓ କାର୍ଯ୍ୟପନ୍ଥା ଉପରେ ପର୍ଯ୍ୟବେସିତ ବ୍ଲାକ ସ୍ୱାନ ସମ୍ମିଟ ଉଦଯାପିତ ହୋଇଛି । ସିଙ୍ଗାପୁରର ଜିଏଫଟିଏନ ଓ ଓଡିଶା ସରକାରଙ୍କ ସହଯୋଗରେ ଭାରତରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଏହି ସମ୍ମିଳନୀରେ ୨୧ଟି ଦେଶର ଜଣାଶୁଣା ଟେକ୍ନୋଲୋଜି କମ୍ପାନୀର ପ୍ରମୁଖ ଯୋଗ ଦେଇଥିଲେ । ଓଡିଶା ଟେକ୍ନୋଲୋଜି କ୍ଷେତ୍ରରେ ହବ ହେବାକୁ ଯାଉଛି ଏବଂ ଓଡ଼ିଶାରର ବିଶ୍ୱର ପ୍ରମୁଖ କମ୍ପାନୀ ସେମାନଙ୍କ ଗ୍ଲୋବାଲ କାପାବିଲିଟି ସେଣ୍ଟର ଖୋଲିବାକୁ ଯାଉଛନ୍ତି ବୋଲି ଆଇଟି ମନ୍ତ୍ରୀ କହିଛନ୍ତି ।

ଆଗାମୀ ଦିନରେ ଓଡ଼ିଶା ବନିବ ଗ୍ଲୋବାଲ କାପାବିଲିଟି ସେଣ୍ଟର । ବିଶ୍ୱର ପ୍ରମୁଖ କମ୍ପାନୀ ଓଡିଶାମୁହାଁ । ସରକାରଙ୍କ ଲୋକାଲ ଟୁ ଗ୍ଲୋବାଲ ଚିନ୍ତା । ଟେକ୍ନୋଲୋଜି କ୍ଷେତ୍ରରେ ଓଡିଶା ଲେଖିବ ନୂଆ ଫର୍ଦ୍ଦ । ସାରା ବିଶ୍ୱରେ ଚମକିବେ ଓଡ଼ିଆ ପିଲା ।  ଓଡ଼ିଆ ପିଲାଙ୍କୁ ଗ୍ରାଜୁଏସନ ପରେ ସିଧା ନିଯୁକ୍ତି ପାଇଁ ନୂଆ ଭିଜନ୍ ତିଆରି ହେଉଛି । ୫ ବର୍ଷରେ ୭ ହଜାର ପିଲାଙ୍କୁ ଅପ ସ୍କିଲିଂ କରାଯିବ । ବ୍ଲାକ ସ୍ୱାନ ସମ୍ମିଳନୀରେ ଡିଜିଟାଲ ଅର୍ଥନୀତିର ଅଭିବୃଦ୍ଧି ପାଇଁ ଯୋଜନା ହୋଇଛି । ସେହିପରି ଓଡ଼ିଶାରେ ଲିଡ଼ିଙ୍ଗ ବ୍ୟାଙ୍କ୍ ପିଲାମାନଙ୍କୁ ଟ୍ରେନିଂ ଦେବା ଉପରେ ଆଲୋଚନା ମଧ୍ଯ ହୋଇଛି । ରାଜ୍ଯରେ ଟେକ୍ନୋଲୋଜିର ବିକାଶ ଅଧିକ ଭିତ୍ତିଭୂମିର ଆବଶ୍ୟକତା ଅଛି ବୋଲି ଆଇଟି ମନ୍ତ୍ରୀ କହିଛନ୍ତି ।

ଜିଏଫଟିଏନର ମୁଖ୍ୟ ରବି ମେନନ, ପ୍ରତିଷ୍ଠାତା  ସ୍ବପ୍ନେନ୍ଦୁ ମହାନ୍ତି ଓ ଅନ୍ୟମାନଙ୍କ ସହ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓଡ଼ିଶାରେ ଥିବା ସମ୍ଭାବନା ବିଷୟରେ ଆଲୋଚନା କରିଛନ୍ତି । ଟେକ୍ନୋଲୋଜି ଜରିଆରେ କିପରି କମ ସମୟରେ ଅଧିକ କାମ କରିହେବ, ଦୁନିଆରେ ଯେଉଁଠି ବି ରହିଲେ ଟେକ୍ନୋଲୋଜି ସାହାଯ୍ୟରେ ଲୋକଙ୍କ ସମସ୍ୟାର ସମାଧାନ କରିହେବ, ସେ ବାବଦରେ ଆଲୋଚନା ହୋଇଛି । ବିଶେଷ କରି ବ୍ୟାଙ୍କିଙ୍ଗ, ଅଣ ବ୍ୟାଙ୍କିଙ୍ଗ ଓ ଆର୍ଥିକ ସେବାକୁ ସ୍ୱଚ୍ଛ, ସରଳ ଓ ସହଜ କରିବା ପାଇଁ ଟେକ୍ନୋଲୋଜି କାହିଁକି ଜରୁରୀ ସେ ପ୍ରସଙ୍ଗରେ ଅତିଥି ମାନେ ବିସ୍ତୃତ ଚର୍ଚ୍ଚା କରିଛନ୍ତି । ଜିଏଫଟିଏନ-ଗ୍ଲୋବାଲ ଫାଇନାନ୍ସ ଟେକ୍ନୋଲୋଜି ନେଟୱର୍କ ଅଧୀନରେ ଓଡ଼ିଶାର ବିଭିନ୍ନ ସରକାରୀ କଲେଜରୁ ଗ୍ରାଜୁଏସେନ ପଢୁଥିବା ୧୨ଶହ ପିଲାଙ୍କୁ ପ୍ରଥମ ପର୍ଯ୍ୟାୟରେ ପ୍ରଶିକ୍ଷଣ ଦିଆଯାଇଛି । ଏଥିରୁ ୭୦ଜଣ ଜାପାନରେ ହେବାକୁ ଯାଉଥିବା ବ୍ଲାକ ସ୍ୱାନର ପରବର୍ତ୍ତୀ ସମ୍ମିଳନୀ ଯୋଗ ଦେବାର ସୁଯୋଗ ପାଇଛନ୍ତି ।

ସମ୍ମିଳନୀରେ ଓଡିଶା ସରକାର ବିଭିନ୍ନ ଟେକ୍ନୋଲୋଜି ଆଧାରିତ କମ୍ପାନୀମାନଙ୍କ ସହ ୧୬ଟି ଚୁକ୍ତିନାମା ସ୍ୱାକ୍ଷରିତ କରିଛନ୍ତି । ଏଥିରେ କଲେଜ ଛାତ୍ରଛାତ୍ରୀଙ୍କୁ କମ୍ପାନୀଗୁଡିକ ଫିନଟେକ ଓ ଇନସ୍ୟୁରଟେକ ପ୍ରସଙ୍ଗରେ ପ୍ରଶିକ୍ଷଣ ଦେବେ । ଉଦଯାପନୀ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟପାଳ ହରିବାବୁ କୁମ୍ଭମପଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭିନ୍ନ ମନ୍ତ୍ରୀ ଓ ଅଧିକାରୀ ଉପସ୍ଥିତ ଥିଲେ ।

ଇଂଲଣ୍ଡକୁ ହରାଇ ଭାରତ ପୁଣି ବନିଲା u-19 ବିଶ୍ବକପ୍ ଚାମ୍ପିଅନ

ଇଂଲଣ୍ଡକୁ ହରାଇ ଭାରତ ପୁଣି ବନିଲା u-19 ବିଶ୍ବକପ୍ ଚାମ୍ପିଅନ

ନନ୍ଦିଘୋଷ ବ୍ୟୁରୋ: ଅଣ୍ଡର ୧୯ ବିଶ୍ବକପ କ୍ରିକେଟରେ ପୁଣି ଭାରତ ଚାମ୍ପିଅନ୍ । ଫାଇନାଲରେ ଇଂଲଣ୍ଡକୁ ଶହେ ରନରେ ହରାଇ ଷଷ୍ଠ ଥର ପାଇଁ ଟାଇଟଲ ହେତେଇଲା ଟିମ୍ ଇଣ୍ଡିଆ । ଭାରତୀ ବୋଲରଙ୍କ ଆଗରେ ତିଷ୍ଠି ପାରିଲେନି ରିୟୁ ବାହିନୀ । ୪୦ ଓଭର ୨ଟି ବଲରେ ସମସ୍ତ ୱିକେଟ ହରାଇ ୩୧୧ ରନ କରିବାରେ ସକ୍ଷମ ହେଲା ଇଂଲଣ୍ଡ ।

ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଆଗରେ ୪୧୨ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା ଭାରତ । ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ସ୍କୋର । ୮୦ ବଲରେ ୧୭୫ ରନ କରିଥିଲେ ବୈଭବ । ୧୫ଟି ଛକା ଓ ୧୫ଟି ଚୌକା ସହାୟତାରେ ମାତ୍ର ୮୦ ବଲରେ ସଂଗ୍ରହ କଲେ ୧୭୫ ରନ୍ । ଜିମ୍ବାୱେ ହରାରେ ସ୍ପୋର୍ଟ୍ସକ୍ଲବ ଠାରେ ଆୟୋଜିତ ଫାଇନାଲରେ ବୈଭବଙ୍କ ଶତକ ଓ ଅଧିନାୟକ ଆୟୁଷ ମୋହାତ୍ରେଙ୍କ ଅର୍ଦ୍ଧ ଶତକ ବଳରେ ଇଂଲଣ୍ଡ ଆଗରେ ୪୧୨ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା ଭାରତ ।

ମ୍ଯାଚରେ ଟସ୍ ଜିତି ପ୍ରଥମେ ବ୍ଯାଟିଂ କରିଥିଲା ବ୍ଲୁ ବ୍ରିଗେଡ୍ । ଦଳ ପକ୍ଷରୁ ପ୍ରଥମେ ପଡ଼ିଆକୁ ଓହ୍ଲାଇଥିଲେ ଅରୁଣ ଜର୍ଜ ଓ ବୈଭବ ସୂର୍ଯ୍ୟବଂଶୀ । ଅରୁଣ ୯ ରନ କରି ଆଉଟ ହେବାପରେ ତାଙ୍କୁ ସାଥ ଦେବାକୁ ଆସିଥିଲେ ଅଧିନାୟକ ଆୟୁଷ ମୋହାତ୍ରେ । ଉଭୟଙ୍କ କେମେଷ୍ଟ୍ରି ପଡ଼ିଆରେ ବେଶ ଜମିଥିଲା । ତେବେ ୪୧୨ ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଇଂଲଣ୍ଡ ପ୍ରଥମ ୨୦ ଓଭରରେ ବେନ ଡନକନଙ୍କ ବିସ୍ଫୋରକ ୮୮ ରନ ବଳରେ ୨ ୱିକେଟ ହରାଇ ୧୭୦ ରନ କରିଥିଲା । ଏହାପରେ ୭ ରନ ଭିତରେ ୫ଟି ୱିକେଟ ହରାଇ ବିପଦରେ ପଡ଼ିଥିଲା ଇଂଲଣ୍ଡ ଟିମ୍ । ତେବେ ପାଳିକୁ ସମ୍ଭାଳିଥିଲେ ଫାଲକୋନର । ସେ ୬୭ ବଲରେ ୧୧୫ରନ କରି ଆଉଟ ହେବା ପରେ ଦଳ ପରାଜୟ ଦ୍ବାର ଦେଶକୁ ଚାଲି ଆସିଥିଲା । ଶେଷରେ ଦଳ ସମସ୍ତ ୱିକେଟ ହରାଇ ୩୧୧ ରନ କରିବାରେ ସକ୍ଷମ ହୋଇଥିଲା । ଅଧିନାୟକ ଥୋମାସ ରିୟୁ ୩୧ ରନ କରିଥିଲେ ।

ଏହି ବିଜୟ ସହ ଭାରତ ଷଷ୍ଠ ଥର ପାଇଁ ଅଣ୍ଡର ନାଇଣ୍ଟିନ ଟାଇଟଲ ହାତେଇବାରେ ସକ୍ଷମ ହୋଇଛି । ପୂର୍ବରୁ ୨୦୦୦, ୨୦୦୮, ୨୦୧୨, ୨୦୧୮ ଓ ୨୦୨୨ରେ ଚାମ୍ପିଅନ ହୋଇଛି ଭାରତ । ୧୯୯୮ ମସିହାରେ ଇଂଲଣ୍ଡ ପ୍ରଥମ ଥର ପାଇଁ ଟାଇଟଲ ହାତେଇଥିଲା ।

କାମ ଦେଉନି ମଧ୍ୟାହ୍ନ ଭୋଜନ, ହାତଧୁଆ ପରି କାର୍ଯ୍ୟକ୍ରମ, ରାଜ୍ୟରେ ବଢୁଛି ଡ୍ରପ ଆଉଟ ହାର

କାମ ଦେଉନି ମଧ୍ୟାହ୍ନ ଭୋଜନ, ହାତଧୁଆ ପରି କାର୍ଯ୍ୟକ୍ରମ, ରାଜ୍ୟରେ ବଢୁଛି ଡ୍ରପ ଆଉଟ ହାର

ନନ୍ଦିଘୋଷ ବ୍ୟୁରୋ: ସ୍କୁଲରେ କମୁଛି ଉପସ୍ଥାନ, ବଢୁଛି ଡ୍ରପ ଆଉଟ ହାର । ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ଜରିଆରେ ପିଲାଙ୍କ ଡ୍ରପ ଆଉଟ ହାର କମାଇବାକୁ ଆବାସିକ ବିଦ୍ଯାଳୟଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ବ୍ଯବସ୍ଥା ସବୁ କିଛି ସରକାରୀ ସ୍ତରରେ କରାଯାଇଛି । ତଥାପି ଏଥିରେ ସୁଧାର ଆସୁନି । ରାଜ୍ଯସଭାରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଏକ ପ୍ରଶ୍ନ ଉତ୍ତରରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଦେଇଥିବା ତଥ୍ଯ ଅତ୍ୟନ୍ତ ଉଦବେଗଜନକ । ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ, ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ଯମିକ ଶ୍ରେଣୀ ସବୁଠି ସଙ୍କଟଜନକ ସ୍ଥିତି ।

ସ୍କୁଲରେ କମୁଛି ଉପସ୍ଥାନ । ପୂର୍ବ ସରକାର ସମୟରେ ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟରେ ଡ୍ରପ ଆଉଟ ହାର ୧୨.୮୦ ପ୍ରତିଶତ ଥିବାବେଳେ ୨୦୨୪-୨୫ ଶିକ୍ଷାବର୍ଷରେ ଏହା ବୃଦ୍ଧି ପାଇ ୧୪.୯୬ ପ୍ରତିଶତରେ ପହଞ୍ଚିଛି । ବିଶେଷକରି ମାଧ୍ୟମିକ ଶ୍ରେଣୀରେ ଛାତ୍ରଛାତ୍ରୀ ଅଧିକ ସଂଖ୍ୟାରେ ପାଠ ଛାଡୁଥିବା ଦେଖାଯାଉଛି । ସରକାରଙ୍କ ଲୋଭନୀୟ କାର୍ଯ୍ୟକ୍ରମ ମଧ୍ୟ ପିଲାଙ୍କୁ ସ୍କୁଲ ଭିଡିବାକୁ ଅସମର୍ଥ । ଆଦିବାସୀ ଅଞ୍ଚଳରେ ସରକାରୀ ବୃତ୍ତି ପ୍ରଦାନରେ ଟାଳଟୁଳ ନୀତିର ପ୍ରଭାବ ପଡିଥିବା ଅଭିଯୋଗ ହୋଇଛି । ଖୋଦ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ରକୁ ସଂସଦରେ ପ୍ରଦାନ କରିଛନ୍ତି ।

ଓଡ଼ିଶାରେ ଡ୍ରପ ଆଉଟ ସଂକ୍ରାନ୍ତରେ ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କ ଏକ ପ୍ରଶ୍ନ ଉତ୍ତରରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଦେଇଥିବା ତଥ୍ଯ ଅତ୍ୟନ୍ତ ଉଦବେଗଜନକ । କେବଳ ମାଧ୍ୟମିକ ବା ଉଚ୍ଚ ପ୍ରାଥମିକ ଶ୍ରେଣୀ ନୁହେଁ, ପ୍ରାଥମିକ ଶ୍ରେଣୀରେ ଡ୍ରପ ଆଉଟ ସଂଖ୍ୟା ନାମମାତ୍ର ରହିଥିଲା । ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟର ୧୪ଟି ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟରେ ଡ୍ରପଆଉଟ ଅନୁପାତ ଥିଲା ଶୂନ । ଅନ୍ୟ ୯ଟି ଜିଲ୍ଲାରେ ଏହି ସଂଖ୍ୟା ୧ ପ୍ରତିଶତରୁ କମ ରହିଥିଲା । ଅବଶିଷ୍ଟ ଜିଲ୍ଲାର ବିଦ୍ୟାଳୟରେ ଏହି ଅନୁପାତ ୧%ରୁ ୨% ମଧ୍ୟରେ ସୀମିତ ରହିଥିଲା । ମାତ୍ର ୨୦୨୪-୨୫ ଶିକ୍ଷାବର୍ଷରେ ରାଜ୍ୟର ସବୁ ଜିଲ୍ଲାର ପ୍ରାଥମିକ ବିଦ୍ୟାଳୟରେ ଡ୍ରପଆଉଟ ସଂଖ୍ୟା ବୃଦ୍ଧି ପାଇଛି । କିଛି ଜିଲ୍ଲାରେ ଏହି ସଂଖ୍ଯା  ୩%ରେ ବି ପହଞ୍ଚିଛି । ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରପ ଆଉଟ ହାର ୨% ଥିଲା । ମାତ୍ର ୨୦୨୪-୨୫ ଶିକ୍ଷାବର୍ଷରେ ଏହା ପୁଣି ୩.୨୪ରେ ପହଞ୍ଚିଛି ।

ଗୁରୁତବପୂର୍ଣ୍ଣ କଥା ହେଲା ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଡପ ଆଉଟ ହାର ସର୍ବାଧିକ ରହିଛି । ୨୦୨୨-୨୩ରେ ୧୨.୮୦ ପ୍ରତିଶତ ଥିବାବେଳେ ୨୦୨୪-୨୫ରେ ଏହା ଉପରମୁହାଁ ହୋଇ ୧୪.୯୬ ପ୍ରତିଶତରେ ପହଞ୍ଚିଯାଇଛି । ଅନୁଗୋଲରେ ଏହି ପରିମାଣ ୨୦ ପ୍ରତିଶତ ଅତିକ୍ରମ କରିଛି । ଭଦ୍ରକରେ ୨୧.୮୫%, ବୌଦ୍ଧରେ ୨୩.୮୨%, ଗଜପତିରେ ୨୧%, ଝାରସୁଗୁଡାରେ ୨୦.୨୫%, କେନ୍ଦୁଝରରେ ୨୨.୧%, କୋରାପୁଟରେ ୨୧.୪୭%, ମାଲକାନଗିରିରେ ୨୧.୨୭%, ନବରଙ୍ଗପୁରରେ ୨୯.୬୫%, ନୂଆପଡ଼ାରେ ୨୩.୧୭%, ରାୟଗଡ଼ାରେ ୨୦.୧୮%, ମାଧ୍ୟମିକ ପିଲା ଅଧାରୁ ପାଠ ଛାଡିଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥ୍ୟ ପ୍ରଦାନ କରିଛନ୍ତି ।