ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପରେ ଲଖନପୁରରେ 5T ସଚିବ ଭି.କେ ପାଣ୍ଡିଆନଙ୍କ ବିକାଶ ସମୀକ୍ଷା । ବିଜାପୁରରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ 5T ସଚିବ । ଲଖନପୁରରେ ପହଞ୍ଚିବା ପରେ ଭି.କେ ପାଣ୍ଡିଆନଙ୍କୁ ଭବ୍ୟ ସ୍ବାଗତ କରିଥିଲେ ଅଞ୍ଚଳବାସୀ । 5T ସଚିବଙ୍କୁ ପାଖରେ ଦେଖି ଭାବବିହ୍ବଳ ହୋଇ ଜଣେ ଛାତ୍ରୀ କାନ୍ଦି ପକାଇଥିଲେ । ତାଙ୍କ ନିକଟକୁ ଯାଇ କଥା ହୋଇ ବଡ଼ ମଣିଷ ହେବାକୁ ଉପଦେଶ ଦେଇଥିଲେ 5T ସଚିବ । 5T ସଚିବ କହିଛନ୍ତି, ଲଖନପୁର ବ୍ଲକର ୩୩ଟି ପଞ୍ଚାୟତର ପ୍ରତିଘରେ ପହଞ୍ଚିବ ପିଇବା ପାଣି । ଏଥିପାଇଁ ୨୧୧ କୋଟି ଟଙ୍କା ଖର୍ଚ୍ଚ ହେବ । ଆସନ୍ତା ୩ ମାସ ଭିତରେ କାମ ଶେଷ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି 5T ସଚିବ । ସେହିପରି ବ୍ରଜରାଜନଗରର ପ୍ରତ୍ୟକ ଘରେ ପାଣି ପହଞ୍ଚିବା ପାଇଁ ୨୯୫ କୋଟି ଖର୍ଚ୍ଚ ହେବ । ଚଳିତ ବର୍ଷ ଶେଷ ସୁଦ୍ଧା ୧୧୩ କୋଟି ଟଙ୍କାର ଉଠା ଜଳସେଚନ ପ୍ରକଳ୍ପ ଶେଷ ହେବ । ୫୦ ହଜାର ଏକର ଜମିରେ ପାଣି ପହଞ୍ଚିବ 5T ସଚିବ ଭି.କେ ପାଣ୍ଡିଆନ କହିଛନ୍ତି ।
ମାଲାବାର ମିଲିଟାରୀ ଏକସରସାଇଜ ଉପରେ ଡ୍ରାଗନର ଆଖି
ନନ୍ଦିଘୋଷ ବ୍ୟୁରୋ: ମାଲାବାର ମିଲିଟାରୀ ଏକସରସାଇଜ ଉପରେ ଡ୍ରାଗନର ଆଖି । ଆମେରିକା, ଭାରତ ଓ ଜାପାନ ପକ୍ଷରୁ ଚାଲିଥିବା ଏହି ସମରାଭ୍ୟାସକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ଉପରେ ଶତାଧିକ ସାଟେଲାଇଟ ଚୀନ ମୁତୟନ କରିଥିବା ସୂଚନା ମିଳିଛି । କିଛି ଦିନ ତଳେ ସମ୍ପନ୍ନ ହୋଇଥିବା ଏକ୍ସରସାଇଜ ତଲିସମାନ ସାବ୍ରେ ଉପରେ ବି ଚୀନ ଆଖି ରଖିଥିଲା ବୋଲି କୁହାଯାଇଛି । ଅଷ୍ଟ୍ରେଲିଆର ସିଡନି ଉପକୂଳରେ ହେଉଥିବା ଏହି ସମରାଭ୍ୟାସକୁ ରୟାଲ ଅଷ୍ଟ୍ରେଲିଆନ ନାଭି ହୋଷ୍ଟ କରୁଛି । ଏହି ସମରାଭ୍ୟାସରେ ଚାରିଟିଯାକ ଦେଶର ନୌବାହିନୀ ସାମିଲ ହୋଇଛନ୍ତି । ଗତ ୧୦ ତାରିଖରୁଏହି ସମରାଭ୍ୟାସ ଆରମ୍ଭ ହେବା ପରଠାରୁ ଶତାଧିକ କ୍ଷୁଦ୍ର ଲୋ-ଅରବିଟ ସାଟେଲାଇଚ ଅଷ୍ଟ୍ରେଲିଆ ଉପରେ ମୁତୟନ ଥିବା ସୂଚନା ମିଳିଛି । କୁହାଯାଉଛି ପ୍ରାୟ ୩ ଶହ ସାଟେଲାଇଟ ବିଭିନ୍ନ କାର୍ଯ୍ୟକଳାପ ଉପରେ ନଜର ରଖିଥିବାବେଳେ ଏହି ସମୟ ମଧ୍ୟରେ ସିଡନୀ ବନ୍ଦର ଚାରିପାଖେ ୩ ହଜାରରୁ ଅଧିକ ବିମାନ ଉଡିଛି । ମାଲାବାର ଏକ୍ସରସାଇଜ ଉପରେ ଚୀନ ନଜର ରଖିଥିବା ଜଣାଯାଇଛି । ୨୦୦୭ରେ ଭାରତ ମହାସାଗରକୁ ଚୀନ ଏକ ସ୍ପାଏ ସିପ୍ ପଠାଇଥିବାବେଳେ ୨୦୧୪ରେ ବଙ୍ଗୋପସାଗରକୁ ମଧ୍ୟ ଏକ ସ୍ପାଏ ସିପ୍ ଛାଡିଥିଲା ଡ୍ରାଗନ ।
ସାମ୍ବାଦିକଙ୍କୁ ମାରି ଦେବାକୁ ଷଡ଼ଯନ୍ତ୍ର, ଭାଇରାଲ ହେଲା ଜେଲରଙ୍କ ଅଡିଓ
ବଲାଙ୍ଗୀର: ସତ ଲେଖିବାରୁ ଜୀବନରୁ ମାରିଦେବାକୁ ଷଡ଼ଯନ୍ତ୍ର। ଭାଇାରାଲ୍ ହେଲା ସାମ୍ବାଦିକଙ୍କୁ ହତ୍ୟା ପାଇଁ ଜେଲରଙ୍କ ଷଡଯନ୍ତ୍ରର ଅଡିଓ। ଜଣେ ଓ୍ବେବ୍ ସାମ୍ବାଦିକଙ୍କ ସହ କଣ୍ଟାବାଞ୍ଜି ଉପକାରାଗାର ଜେଲରଙ୍କ ଅଡିଓ ଭାଇରାଲ୍ ହେଉଛି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁରେ ରହିଛି କଣ୍ଟାବାଞ୍ଜି ଉପକାରାଗାର । ବାହାରୁ ନିଶାଦ୍ରବ୍ୟ ଓ ଖାଦ୍ୟ ସାମଗ୍ରୀ ଜେଲ୍ ଭିତରକୁ କେମିତି ଯାଉଛି, ସେନେଇ ଖବର କରିଥିଲେ ସକାଳ ଖବରକାଗଜର କଣ୍ଟାବାଞ୍ଜି ପ୍ରତିନିଧି ରୋହନ ଅମାତ୍। ଖବରକାଗଜରେ ଖବର ପ୍ରକାଶନ ପରେ ଜେଲର ସିସିଟିଭି ଫୁଟେଜ୍ ଯାଞ୍ଚ ପାଇଁ ଦାବି ହୋଇଥିଲା ।
ଏହାକୁ ନେଇ ଅଗ୍ନିଶର୍ମା ହୋଇଥିଲେ ଜେଲର ବିକାଶଲତା ବାରୁ। ଆଉ ବଦଲା ନେବା ପାଇଁ କରିଥିଲେ ପ୍ଲାନ୍। ବାରୁ ମ୍ୟାଡାମଙ୍କ ଘନିଷ୍ଠ ୱେବ ପୋର୍ଟାଲ ସାମ୍ବାଦିକ ପ୍ରମୋଦ ବେହେରାଙ୍କୁ ସକାଳ ପ୍ରତିନିଧିଙ୍କୁ ହତ୍ୟା କରିବାକୁ କହିଛନ୍ତି । ଭାଇରାଲ୍ ଅଡିଓରେ ଜୀବିତ ନଚେତ ମୃତ ସାମ୍ବାଦିକର ମୁଣ୍ଡ ଦର୍କାର ବୋଲି କହୁଛନ୍ତି । ପୂର୍ବରୁ ମଧ୍ଯ ଜେଲର ବିକାଶଲତା ବାରୁଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ରହିଛି । ମମିତା ମେହେରଙ୍କ ହତ୍ଯାକାରୀ ଗୋବିନ୍ଦ ସାହୁଙ୍କ ସନ୍ଦେହଜନକ ମୃତ୍ଯୁକୁ ନେଇ ତାଙ୍କ ଭୂମିକା ସନ୍ଦେହ ଘେରକୁ ଆସିଥିଲା। ଭାଇାରାଲ୍ ଅଡିଓରେ ଜେଲର ଓ ୱାବପୋର୍ଟାଲ ସାମ୍ବାଦିକଙ୍କ ନିବିଡ଼ତା ବି ସ୍ପଷ୍ଟ ବାରି ହେଉଛନ୍ତି । ଭଲ କରି ଶୁଣନ୍ତୁ, ଭାଇରାଲ୍ ଅଡିଓରେ କେମିତି ସାମ୍ବାଦିକଙ୍କୁ ହତ୍ୟା ପାଇଁ କେମିତି ଷଡ଼ଯନ୍ତ୍ର କରୁଛନ୍ତି କଣ୍ଟାବାଞ୍ଜି ଉପକାରାଗାର ଜେଲର ବିକାଶଲତା ବାରୁ ।
ଜୀବିତ ହେଉ କି ମୃତ ମୁଣ୍ଡ ଦରକାର । ଇଏ ହେଉଛି ଜଣେ ଜେଲରଙ୍କ ମୁହଁର ଭାଷା। ଆଉ ଯାହା ପାଇଁ ବାରୁ ମ୍ୟାଡାମ୍ ଏକଥା କହୁଛନ୍ତି, ତାଙ୍କର ଏକ ମାତ୍ର ଭୁଲ୍, ସତ ଦେଖାଇବା । ତେବେ ପ୍ରଶ୍ନ, ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ନାଲିଆଖି କାହିଁକି? ସମାଜ ଓ ଶାସନ ବ୍ୟବସ୍ଥାର ଜାଗ୍ରତ ପ୍ରହରୀ ଭାବେ ସତ ଦେଖାଇବା କଣ ଭୁଲ୍ ? ସତ ସାମନାକୁ ଆଣିବାକୁ କଣ ସାମ୍ବାଦିକଙ୍କୁ ଜୀବନ ଦେବାକୁ ପଡ଼ିବ? ଆଇନଶୃଙ୍ଖଳା ଜଗୁଥିବା ପୋଲିସ ଅଧିକାରୀ ଯଦି ଏଭଳି ସଂଗୀନ ଅପରାଧ ପାଇଁ ଷଡ଼ଯନ୍ତ୍ର କରିବେ, ତାହାଲେ ସାଧାରଣ ଲୋକଙ୍କୁ ନ୍ୟାୟ ଦେବ କିଏ?
ଡିଆରଡିଓର ଡ୍ରୋନ୍ କ୍ରାସ୍
ନନ୍ଦିଘୋଷ ବ୍ୟୁରୋ: କର୍ଣ୍ଣାଟକ ଚିତ୍ରଦୁର୍ଗରେ ଡିଆରଡିଓର ଏକ ଡ୍ରୋନ କ୍ରାସ୍ । ମାନବ ବିହୀନ ଯାନ ବା ୟୁଏଭି ତାପସ କ୍ରାସ କରିଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନର ଏହି ଡ୍ରୋନର ପରୀକ୍ଷମୂଳକ ଉଡାଣ ବେଳେ ଏହି ଦୁର୍ଘଟଣା ଘଟିଛି । ଉଡାଣର କିଛି ସମୟରେ ପରେ ଏହା ଚାଷଜମି ଉପରେ ଖସିପଡିଥିଲା । ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନାହିଁ । ଦୁର୍ଘଟଣା ସମ୍ପର୍କରେ ପ୍ରତିରକ୍ଷା ବାହିନୀ ସହ ଆଲୋଚନା କରିଛନ୍ତି ଡିଆରଡିଓ କର୍ତ୍ତୃପକ୍ଷ । ଘଟଣାର ତଦନ୍ତ ଜାରି ରହିଛି । ଆକାଶ ମାର୍ଗରୁ ତୀକ୍ଷ୍ଣ ନଜର ରଖିପାରୁଥିବା ତାପସ ବିଏଚ-୨୦୧ ଦୂରଗାମୀ ଡ୍ରୋନ ।
ବିଜେପି କର୍ପୋରେଟରଙ୍କ ଦାଦାଗିରି
ଭୁବନେଶ୍ବର: ବିଜେପି କର୍ପୋରେଟରଙ୍କ ଦାଦାଗିରି। ବିଏମସି ଅଧିକାରୀଙ୍କୁ ଦୁର୍ବ୍ୟବହାର, ଗାଳିଗୁଲଜ। ୨୯ ନମ୍ବର ଓ୍ବାର୍ଡରେ ଜନୈକ ବ୍ୟକ୍ତି ବିଏମସି ଜାଗାରେ ଟ୍ରକ ଟ୍ରକ ବାଲି, ଗୋଡି, ଇଟା, ଚିପ୍ସ ଗଦା କରି ବିକ୍ରି କରୁଥିଲେ। ଏନେଇ ଅଭିଯୋଗ ଆସିବା ପରେ ୨୯ ନମ୍ବର ଓ୍ବାର୍ଡ ଏସଆଇ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ସିଜ୍ କରିବା ସହ ଫାଇନ୍ ପକାଇଥିଲେ। ଏହାକୁ ନେଇ ତମ୍ବିତୋଫାନ୍ କରିଥିଲେ ୨୯ ନମ୍ବର ଓ୍ବାର୍ଡର ବିଜେପି କର୍ପୋରେଟର ଅପରୂପ ନାରାୟଣ ରାଉତ। ସେଠାରେ ପହଞ୍ଚି ବିଏମସି ଅଧିକାରୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିଲେ। ଏପରିକି ପୂର୍ବରୁ ଫୋନ୍ ନକରି ଓ୍ବାର୍ଡରେ ପଶିଲେ ଗୋଡ଼େଇ ଗୋଡ଼େଇ ବାଡ଼େଇବେ ବୋଲି ଖୋଲା ଧମକ ବି ଦେଇଥିଲେ। ଭଲ କରି ଦେଖନ୍ତୁ ଏ ଭିଡିଓ । ଜଣେ ସରକାରୀ ଅଧିକାରୀଙ୍କୁ କେମିତି ଦୁର୍ବ୍ୟବହାର କରୁଛନ୍ତି ବିଜେପି କର୍ପୋରେଟର୍। ଏପରିକି ଅପରୂପ ସଂପୃକ୍ତ ବ୍ୟକ୍ତିଙ୍କଠାରୁ ବିଏମସି ଜାଗାରେ ସାମଗ୍ରୀ ଗଦାଇବା ପାଇଁ ମୋଟା ଅଙ୍କର ଅର୍ଥ ନେଉଥିବା ଅଭିଯୋଗ ହୋଇଛି। ତେବେ ପ୍ରଶ୍ନ, ସରକାରୀ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବାକୁ କେଉଁଠୁ ସାହସ ପାଇଲେ ଅପରୂପ। ଆଗରୁ ଅପରୂପଙ୍କ ନାଁରେ କଣ୍ଟ୍ରାକ୍ଟରଙ୍କୁ କାମ କରେଇ ନଦେବା, ବିଭିନ୍ନ ଜାଗାରୁ ବଟି ମାଗିବା, ମଦ ପିଇ ମାଡ଼ ମରି ଥାନାରେ ଭୁଲମାଗିବା ଭଳି ବିଭିନ୍ନ ଅଭିଯୋଗ ରହିଛି। ଆଜିର ଘଟଣା ନେଇ ସହିଦନଗର ଥାନାରେ ବିଏମସି ପକ୍ଷରୁ ମାମଲା ରୁଜୁ କରାଯାଇଛି ।
ସିଡବ୍ଲୁସିରେ ସ୍ଥାନ ପାଇଲେ ସଚିନ ପାଇଲଟ୍
ନୂଆଦିଲ୍ଲୀ: କଂଗ୍ରେସ କାର୍ଯ୍ୟକାରୀ କମିଟି ବା ସିଡବ୍ଲୁସିରେ ସ୍ଥାନ ପାଇଲେ ରାଜସ୍ଥାନ କଂଗ୍ରେସ ନେତା ସଚିନ ପାଇଲଟ । ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ କମିଟି ଗଠିତ ହୋଇଛି । ୩୯ ଜଣିଆ କମିଟିରେ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର, ଦୀପାଦାସ ମୁନସୀ, ସୟିଦ ନାସେର ହୁସେନ ସ୍ଥାନ ପାଇଛନ୍ତି । ସଚିନଙ୍କୁ କୌଣସି ଏକ ପ୍ରମୁଖ ରାଜ୍ୟର ଦାୟିତ୍ବ ଦିଆଯିବା ସମ୍ଭାବନା ରହିଛି । କମିଟିରେ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ମନମୋହନ ସିଂ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଜୟରାମ ରମେଶ, ଅଧୀର ରଞ୍ଜନ ଚୌଧୁରୀ, ଏ.କେ. ଆଣ୍ଟୋନି, ଅମ୍ବିକା ସୋନି, ରଣଦୀପ ସୂର୍ଯେଓ୍ବାଲା, ଗୋରବ ଗୋଗୋଇ ପ୍ରମୁଖ ସ୍ଥାନ ପାଇଛନ୍ତି । ସ୍ଥାୟୀ ପ୍ରତିନିଧି ଭାବେ ସାମିଲ ୩୨ ନେତା ।
ଚନ୍ଦ୍ରରେ ଅବତରଣ ପୂର୍ବରୁ କ୍ରାସ୍ ହେଲା ରୁଷର ଲୁନା-୨୫ ସ୍ପେଶକ୍ରାଫ୍ଟ
ନନ୍ଦିଘୋଷ ବ୍ୟୁରୋ: ରୁଷର ମୁନ ମିଶନକୁ ଜୋରଦାର ଝଟକା । ଚନ୍ଦ୍ରରେ ଅବତରଣ ପୂର୍ବରୁ କ୍ରାସ ହେଲା ରୁଷର ଲୁନା-୨୫ ସ୍ପେଶକ୍ରାପ୍ଟ । ରୁଷର ସ୍ପେଶ ଏଜେନ୍ସି ରସ୍କସମସ କହିଛି ଯେ ଶନିବାର ସନ୍ଧ୍ୟା ୫ଟା ୨୭ ମିନିଟରେ ସ୍ପେଶକ୍ରାଫ୍ଟ ସହ ସମ୍ପର୍କ ଛିନ୍ନ ହୋଇଯାଇଥିଲା । ଶନିବାର ଏଥିରେ ପ୍ରି-ଲ୍ୟାଣ୍ଡିଂ ଅରବିଟ ପରିବର୍ତ୍ତନ ସମୟରେ ଯାନ୍ତ୍ରିକ ତୃଟି ଦେଖାଦେଇଥିଲା । ଲୁନା-୨୫ ଆସନ୍ତାକାଲି ଚନ୍ଦ୍ରର ସାଉଥ ପୋଲରେ ଲ୍ୟାଣ୍ଡ କରିବାର ଥିଲା । ରସ୍କସମସ କହିଛି ଯେ ଲୁନା-୨୫ର ଫ୍ଲାଇଟ ପ୍ରୋଗ୍ରାମ ଅନୁସାରେ ସ୍ପେଶକ୍ରାଫ୍ଟକୁ ପ୍ରି-ଲ୍ୟାଣ୍ଡିଂ କକ୍ଷରେ ପ୍ରବେଶ କରାଇବା ପାଇଁ କମାଣ୍ଡ ଦିଆଯାଇଥିଲା । ଏହି କମାଣ୍ଡ ଭାରତୀୟ ସମୟାନୁସାରେ ଶନିବାର ଅପରାହ୍ନ ୪ଟା ୩୦ ମିନିଟରେ ଦିଆଯାଇଥିଲା ।
ଏହି ସମୟରେ ଲୁନାରେ ଏମର୍ଜେନ୍ସି ସ୍ଥିତି ଆସିଯାଇଥିଲା କାରଣ ସ୍ପେଶକ୍ରାଫ୍ଟ ନିର୍ଦ୍ଧାରିତ ପାରାମିଟର ଅନୁସାରେ ଥ୍ରଷ୍ଟର ଫାୟାର କରିପାରିନଥିଲା । ଲୁନା-୨୫ ସ୍ପେଶକ୍ରାଫ୍ଟକୁ ୧୧ ଅଗଷ୍ଟରେ ସୋୟୁଜ ୨.୧ ବି ରକେଟ ଜରିଆରେ ବୋସ୍ତୋନି କସ୍ମୋଡ୍ରୋମରୁ ଲଞ୍ଚ୍ କରାଯାଇଥିଲା । ୪୭ ବର୍ଷ ପରେ ଚନ୍ଦ୍ରକୁ ନିଜର ମିଶନ ପଠାଇଥିଲା ରୁଷ । ଏହା ପୂର୍ବରୁ ରୁଷ୍ ୧୯୭୬ରେ ଲୁନା-୨୪ ମିଶନ ପଠାଇଥିଲା । ଲୁନା-୨୪ ଚନ୍ଦ୍ରରୁ ୧୭୦ ଗ୍ରାମ ଧୂଳି ଆଣି ସୁରକ୍ଷିତ ଭାବେ ପୃଥିବୀ ପୃଷ୍ଠକୁ ଫେରିଥିଲା । ଏହା ତାର ପ୍ରଥମ ମିଶନ ଥିଲା ଯେବେ ଏହା ସାଉଥପୋଲରେ ଅବତରଣ କରିଥାନ୍ତା ।
ଋଷର ମିସାଇଲ ହମଲାରେ ୟୁକ୍ରେନର ଚେର୍ନିହିଭ ସହରରେ ୭ ଜଣଙ୍କ ମୃତ୍ୟୁ
ନନ୍ଦିଘୋଷ ବ୍ୟୁରୋ: କିଛିଦିନର ବ୍ୟବଧାନ ପରେ ପୁଣି ରକ୍ତମୁଖା ଋଷ । ଋଷର ମିସାଇଲ ହମଲାରେ ୟୁକ୍ରେନର ଚେର୍ନିହିଭ ସହରରେ ୭ ଜଣଙ୍କ ମୃତ୍ୟୁ । ମୃତକଙ୍କ ମଧ୍ୟରେ ଅଛନ୍ଚି ଜଣେ ୬ ବର୍ଷର ବାଳିକା । ଏହି ଆଟାକରେ ଆହତ ହୋଇଛନ୍ତି ୧୫ ଶିଶୁଙ୍କ ସମେତ ୧୪୪ ଲୋକ । ଏକ ଚର୍ଚ୍ଚରେ ଲୋକମାନେ ସମବେତ ହୋଇ ଉତ୍ସବ ପାଳନ କରୁଥିବାବେଳେ ଋଷ କରିଥିଲା ହମଲା । ଆକ୍ରମଣରେ ଏକ ବିଶ୍ବବିଦ୍ୟାଳୟ କୋଠା ନଷ୍ଟ ହୋଇଛି । ଋଷର ଏହି ଆକ୍ରମଣକୁ ନିନ୍ଦା କରିଛି ଜାତିସଂଘ । ଏହା ସହ ଏହାକୁ ଏକ ଆତଙ୍କବାଦୀ ଆକ୍ରମଣ କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ବେଲାଋଷଠାରୁ ୫୦ କିଲୋମିଟର ଦୂର ନିକଟରେ ଚେର୍ନିହିବ ଅବସ୍ଥିତ । ଏହି ସହରକୁ ଋଷୀୟ ସୈନ୍ୟ ନିଜ କବଜାରେ ପ୍ରଥମେ କିଛି ଦିନ ରଖିଥିଲେ ।
RTI କର୍ମୀ କହି ବ୍ଲାକମେଲ୍ ମାମଲା; ମାଷ୍ଟରମାଇଣ୍ଡ କାହ୍ନୁଚରଣଙ୍କୁ ଗିରଫ କଲା STF
ଭୁବନେଶ୍ୱର: ସୂଚନା ଅଧିକାର କର୍ମୀ କହି ବ୍ଲାକମେଲ ମାମଲା । ମାଷ୍ଟରମାଇଣ୍ଡ କାହ୍ନୁଚରଣ ପ୍ରଧାନକୁ ଗିରଫ କଲା STF । ଘଟଣାରେ ବ୍ରହ୍ମପୁରର କିଶୋର ମିଶ୍ରଙ୍କୁ ଶୁକ୍ରବାର ଗିରଫ କରାଯାଇଥିଲା । କାହ୍ନୁଚରଣ ଆକାଉଣ୍ଟରେ କୋଟି କୋଟି ଟଙ୍କା ଟ୍ରାଞ୍ଜକ୍ସନ ହୋଇଛି । ଅଭିଯୁକ୍ତ ନିକଟରୁ କିଛି ବ୍ୟାଙ୍କ ପାସବୁକ ଓ ଏଟିଏମ କାର୍ଡ ଜବତ ହୋଇଛି । ସରକାରୀ କର୍ମଚାରୀଙ୍କୁ ବ୍ଲାକମେଲ କରୁଥିଲେ ନକଲି ଆର୍ଟିଆଇ କର୍ମୀ । ଲୋକଙ୍କୁ ଡରାଇ ଧମକାଇ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ । କୋରାପୁଟ ବସଷ୍ଟାଣ୍ଡରେ ନକଲି ଆଇକାର୍ଡ଼ ପକାଇ ବୁଲୁଥିଲେ କିଶୋର । ପୋଲିସର ସନ୍ଦେହ ହେବାରୁ ଅଭିଯୁକ୍ତକୁ ହେପାଜତକୁ ନିଆଯାଇଥିଲା । ତାଙ୍କଠାରୁ ଆଇ ଆଣ୍ଡ ପିଆରର ନକଲି ଆଇକାର୍ଡ଼ ପାଇଥିଲା ପୋଲିସ । କୋରାପୁଟ ଟାଉନ ଥାନା ପୋଲିସ ଚିଠି ଲେଖି STF କୁ ଏ ସମ୍ପର୍କରେ ଅବଗତ କରାଇଥିଲା । ଅଭିଯୁକ୍ତଙ୍କ ଆକାଉଣ୍ଟ ତଥ୍ୟ ପାଇଁ RBI କୁ ଚିଠି ଲେଖିଲା STF ।
ଚନ୍ଦ୍ରର ପ୍ରି-ଲ୍ୟାଣ୍ଡିଂ ଅରବିଟରେ ପ୍ରବେଶ କରିବାରେ ବିଫଳ ହୋଇଛି ଲୁନା-୨୫ ଲ୍ୟାଣ୍ଡର
ମସ୍କୋ: ଫେଲ ହୋଇପାରେ ଋଷର ମୁନ ମିଶନ । ଚନ୍ଦ୍ରର ପ୍ରି-ଲ୍ୟାଣ୍ଡିଂ ଅରବିଟରେ ପ୍ରବେଶ କରିବାରେ ବିଫଳ ହୋଇଛି ଲୁନା-୨୫ ଲ୍ୟାଣ୍ଡର । ଦୀର୍ଘ ୫୦ ବର୍ଷ ପରେ ଚନ୍ଦ୍ର ଅଭିଯାନ ଆରମ୍ଭ କରିଥିବା ଋଷ ଲାଗି ଏହା ଏକ ଧକ୍କା ସାବ୍ୟସ୍ତ ହୋଇଛି । ଋଷୀୟ ସ୍ପେସ କର୍ପୋରେସନ ରୋସକସମସ ପକ୍ଷରୁ କୁହାଯାଇଛି- ପରିସ୍ଥିତି ପ୍ରତି ସଜାଗ ନଜର ରଖାଯାଇଛି । ତେବେ ମିଶନ ସମ୍ପର୍କରେ ସବିଶେଷ ସ୍ପଷ୍ଟୀକରଣ ଦିଆଯାଇନାହିଁ ।
ଗତ ସପ୍ତାହରେ ପ୍ରେରଣ କରାଯାଇଥିବା ଲୁନା-୨୫ ଆସନ୍ତା କାଲି ଚନ୍ଦ୍ରର ସାଉଥ ପୋଲରେ ଅବତରଣ କରିବାର କାର୍ଯ୍ୟକ୍ରମ ଥିଲା । ପ୍ରିଲ୍ୟାଣ୍ଡିଂ ଅରବିଟରେ ପ୍ରବେଶ କରିବା ପୂର୍ବରୁ ଏକ ବୈଷୟିକ ତ୍ରୁଟି ଦେଖାଯାଇଥିବାରୁ ମିଶନ ପ୍ରତି ଧକ୍କା ପହଞ୍ଚିଛି । ଏହି ସମସ୍ୟା ପରେ ବୈଜ୍ଞାନିକମାନେ ସ୍ଥିତି ସମୀକ୍ଷା କରୁଛନ୍ତି । ଗତ ଅଗଷ୍ଟ ୧୧ ତାରିଖରେ ଲୁନା ୨୫ର ଉତକ୍ଷେପଣ କରାଯାଇଥିବାବେଳେ ୧୨ ଓ ୧୪ ତାରିଖରେ ସଫଳତାର ସହ କରିଥିଲା ଟ୍ରାଜେକ୍ଟୋରୀ କରେକସନ ।

