spot_img
Home Blog Page 2764

ଇନଫୋଭ୍ୟାଲି ଥାନା ପୋଲିସ ହାତରେ ମୋବାଇଲ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର: ଭୁବନେଶ୍ବର ଇନଫୋଭ୍ୟାଲି ଥାନା ପୋଲିସ ହାତରେ ମୋବାଇଲ ଲୁଟେରା ଗ୍ୟାଙ୍ଗ । ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ଗିରଫ ଅଭିଯୁକ୍ତ ସତ୍ୟବ୍ରତ ସ୍ବାଇଁ, ସିଦ୍ଧାନ୍ତ ପ୍ରଧାନ ଓ ମୋହିତ ସାଇନୀ । ୩୪ଟି ଚୋରା ମୋବାଇଲ, ଦୁଇଟି ବାଇକ, ଭୁଜାଲୀ ଜବତ କରିଛି ପୋଲିସ । ଜାତୀୟ ରାଜପଥରେ ଏକୁଟିଆ ଯାଉଥିବା ଲୋକଙ୍କୁ ଟାର୍ଗେଟ କରୁଥିଲା ଗ୍ୟାଙ୍ଗ । ଗତ ୧୪ ତାରିଖରେ ଜାତୀୟ ରାଜପଥରେ ଜଣେ ଲୋକ ବୁଲେଟରେ ଯାଉଥିବାବେଳେ ମୋବାଇଲ ଛଡାଇ ନେଇଥିଲେ ।

ଖବର ପାଇ ପିସିଆର ପିଛାକରି ଗଙ୍ଗପଡା ଠାରେ ବାଇକ ପଡିଯିବାରୁ ସୁଶୀଲ ମଙ୍ଗରାଜକୁ କାବୁ କରିଥିବାବେଳେ ଦୁଇଜଣ ଖସି ପଲାଇଥିଲେ । ଖସି ପଳାଇଥିବା ଦୁଇଜଣଙ୍କୁ ଆଜି ଗିରଫ କରିଛି ପୋଲିସ । ଏହି ରାକେଟ ଦୁଇଟି ଗ୍ରୁପରେ ବାଇକରେ କରୁଥିଲେ ଅପରେସନ । ରାସ୍ତା କଡରେ ଗୋଟିଏ ଗ୍ରୁପ ଛକି ବସିଥିବା ବେଳେ ଅନ୍ୟ ଏକ ଗ୍ରୁପ ଲୋକଙ୍କ ପିଛା କରନ୍ତି ।

ଖୋଳତାଡ ବେଳେ ଆନ୍ତରାଜ୍ୟ ମୋବାଇଲ ଚୋରି ରାକେଟ ଲିଙ୍କ ସାମ୍ନାକୁ ଆସିଛି । ଚୋରା ମୋବାଇଲକୁ ଗୁରୁଗାଁଓରେ ଥିବା ଏକ କମ୍ପାନୀ କିଣୁଥିଲା । ଚୋରା ମୋବାଇଲ କିଣିବାକୁ ସଂପୃକ୍ତ କମ୍ପାନୀ ରି-ଗ୍ଳୋବ ନାମରେ ଏକ ଆପ ଖୋଲିଥିଲା । ଏହି ଆପ ଦ୍ବାରା କିଣାବିକା କରୁଥିଲା । ଆଧାର କାର୍ଡଦେଇ ଆପ ମାଧ୍ୟମରେ କମ୍ପାନୀ ମୋବାଇଲ କିଣୁଥିଲା । ଏହି କମ୍ପାନୀର ଆଉ ତା ପରେ ଭୁବନେଶ୍ବର କଟକ ରୋଡରେ ସଂପୃକ୍ତ କମ୍ପାନୀର ଶାଖାରେ କାମ କରୁଥିବା ମୋହିତ ସତ୍ୟବ୍ରତ ଓ ସିନ୍ଧାନ୍ତକୁ ଯୋଗାଯୋଗ କରି ମୋବାଇଲକୁ ୨ ରୁ ୩ ହଜାର ଟଙ୍କାରେ କିଣୁଥିଲେ ।

ସଂପୃକ୍ତ କମ୍ପାନୀ ମୋବାଇଲ ଗୁଡିକୁ ମରାମତି କରି ୧୦ ହଜାର ଟଙ୍କାରେ ବିକ୍ରି କରୁଥିଲା । ଭୁବନେଶ୍ବରରୁ ମୋହିତ ସାଇନ ବରମୁଣ୍ଡାରୁ ବସ ଯୋଗେ କୋଲକାତର ବାବୁଘାଟରେ ସ୍ଥାନୀୟ ଅଫିସରେ କାମ କରୁଥିବା ସନ୍ତୋଷକୁ ପଠାଉଥିଲା । ସଂପୃକ୍ତ କମ୍ପାନୀ ଚୋରା ମୋବାଇଲ ଗୁଡିକ କେଉଁ ଆଧାରର କିଣାବିକା କରୁଛି, ଜାଣିବା ଲାଗି ମେଲ କରିଛି ପୋଲିସ । ହେଲେ କମ୍ପାନୀ ପକ୍ଷରୁ କୌଣସି ଉତ୍ତରୁ ମିଳିନି ବୋଲି ଏସିପି କହିଛନ୍ତି ।

5T ସଚିବଙ୍କୁ କାଳିମାଡ଼ ଘଟଣାକୁ ସାରା ରାଜ୍ୟରେ ନିନ୍ଦା, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର: 5T ସଚିବଙ୍କ ଉପରକୁ ବିଜେପି କର୍ମୀ ଭାସ୍କର ସାହୁ କାଳିମାଡ଼ କରିବା ଘଟଣାକୁ ରାଜ୍ୟବ୍ୟାପୀ ନିନ୍ଦା କରାଯାଇଛି । ପାଣ୍ଡିଆନ ଲୋକଙ୍କ ସମସ୍ୟା ବୁଝିବାକୁ ଯାଇଥିବା ବେଳେ ଏମିତି ଆଚରଣ ଆଦୌ ଠିକ୍‌ ନୁହେଁ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ଗ୍ରାଉଣ୍ଡକୁ ଯାଇଥିବା ବେଳେ ବିରୋଧୀଙ୍କ ଆଚରଣକୁ କଡ଼ା ନିନ୍ଦା କରାଯାଇଛି । ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । 5T ସଚିବଙ୍କ ଉପରକୁ କାଳିମାଡ଼ ଘଟଣାରେ ରାଜ୍ୟ ସଚିବାଳୟ ସଂଘ ପକ୍ଷରୁ ନିନ୍ଦା କରାଯାଇଛି ।

ରାଜ୍ୟର ବିକାଶ ପାଇଁ ଫାଇଭ-ଟି ସଚିବ ଗ୍ରାଉଣ୍ଡରେ ଯାଇ କାମ କରୁଥିବା ବେଳେ ଏଭଳି ଆଚରଣ ଆଦୌ ସହ୍ୟ ନୁହେଁ । ବିକାଶମୁଖୀ କାମକୁ କିଛି ଲୋକ ସହିପାରୁନାହାନ୍ତି ବୋଲି ରାଜ୍ୟ ସଚିବାଳୟ ସଂଘର କର୍ମକର୍ତ୍ତା ମାନେ କହିଛନ୍ତି । ଓଡ଼ିଶାକୁ ସଜାଡିବାକୁ ରାଜ୍ୟ ସରକାରଙ୍କ ଏ ପ୍ରୟାସକୁ ଭଣ୍ଡୁର କରିବାକୁ ଚେଷ୍ଟା କରାଯାଉଛି । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଗୃହ ସଚିବଙ୍କୁ ନିବେଦନ କରାଯାଇଛି । ସେହିପରି ଏସଏଚଜି ମହିଳା ମାନେ ମଧ୍ୟ ଏଭଳି କାଳିମାଡକୁ ସମାଲୋଚନା କରିଛନ୍ତି । ରାଜ୍ୟ ସରକାରଙ୍କ ଉଦ୍ୟମ ପାଇଁ ଆଜି ରାଜ୍ୟର ୭୦ ଲକ୍ଷ ମହିଳା ସ୍ବାବଲମ୍ବୀ ହୋଇପାରିଛନ୍ତି ।

ବିରୋଧୀଙ୍କର ଏଭଳି ଷଡଯନ୍ତ୍ର କଣ ପାଇଁ ବୋଲି ମାଆ ମାନେ ପ୍ରଶ୍ନ କରିଛନ୍ତି । ସେମାନେ କଣ ଚାହୁଁନାହାନ୍ତି ରାଜ୍ୟର ମହିଳାମାନେ ବିକଶିତ ହୁଅନ୍ତୁ । ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କ ଘରର ମହିଳାମାନେ ଏସଏଚଜିରେ ସ୍ବାବଲମ୍ବି ହୋଇପାରିଛନ୍ତି । ୨୦୨୪ ନିର୍ବାଚନରେ ରାଜ୍ୟବାସୀ ଉଚିତ ଜବାବ ଦେବେ କହିଛନ୍ତି ଏସଏଚଜି ମହିଳା । ଯେଉଁମାନେ ପ୍ରଗତୀ ବିରୋଧୀ, ଯେଉଁମାନେ ଏ ରାଜ୍ୟର ବିକାଶ ଚାହୁଁନାହାନ୍ତି ସେମାନେ ଆଜି ଏଭଳି କାଣ୍ଡ କରିଛନ୍ତି । ବିରୋଧୀଙ୍କ ଏଭଳି ଆଭିମୁଖ୍ୟକୁ ବିଜେଡି ବିରୋଧୀ କରିଛି । ଏଥିସହ ଅନ୍ୟ ଦଳର ନେତାମାନେ କାଳିମାଡ଼କୁ ତିବ୍ର ନିନ୍ଦା କରିଛନ୍ତି ।

5T ସଚିବଙ୍କୁ କାଳିମାଡ଼କୁ କଡ଼ା ଭାଷାରେ ନିନ୍ଦା କଲେ ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ୱର: 5T ସଚିବ ଭିକେ ପାଣ୍ଡିଆନଙ୍କୁ କାଳିମାଡ଼କୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ସାଂସଦ ମାନସ ମଙ୍ଗରାଜ । ସେ କହିଛନ୍ତି ଓଡ଼ିଶାବାସୀ ଶାନ୍ତି ଓ ସଦଭାବନାରେ ବିଶ୍ବାସ ରଖନ୍ତି । ଏଭଳି ଘଟଣାକୁ କେବେ ବି ସହିବେନି ଓଡ଼ିଶାବାସୀ । ଏଭଳି ଘଟଣା ରାଜ୍ୟର ମୁଲ୍ୟବୋଧ ଓ ସଂସ୍କୃତିକୁ ବିପଦ ପକାଉଛି । ଯାହାକୁ ନିନ୍ଦା କରିଛନ୍ତି ନାରୀଶକ୍ତି । ମାଆ ମାନେ ତୁରନ୍ତ ପାଣ୍ଡିଆନଙ୍କ ମୁହଁ ପୋଛି କଳା ସଫା କରିଦେଇଥିଲେ । ତାଙ୍କ ପାଇଁ କାମ କରୁଥିବା ବ୍ୟକ୍ତି ପାଇଁ ମାଆମାନେ ଭଲପାଇବା ଓ ସମର୍ଥନ ଜଣାଇଛନ୍ତି ।

ପୁଅ ଉପରେ କାଳି ପଡ଼ିଲା, ମାଆ ହୋଇ କେମିତି ସହିବି: କନକଲତା

ପୁରୀ: ପୁରୀ ସତ୍ୟବାଦୀରେ 5T ସଚିବଙ୍କ ଉପରକୁ ହୋଇଥିବା କାଳିମାଡ଼ ଘଟଣାକୁ ନେଇ ସବୁଆଡ଼େ ନିନ୍ଦା କରାଯାଇଛି । 5T ସଚିବଙ୍କ ମୁହଁରୁ ପଣତକାନିରେ କାଳି ପୋଛିଥିବା କନକଲତା ପଣ୍ଡା ମଧ୍ୟ ଏହି ଘଟଣାକୁ ନେଇ ନିନ୍ଦା କରିଛନ୍ତି । ସେ କହିଛନ୍ତି ମା’ମାନଙ୍କୁ ଆଗକୁ ନେବା ପାଇଁ ବହୁ ପ୍ରକାର ସହଯୋଗ କରିଛନ୍ତି 5T ସଚିବ । ମା’ ହୋଇ ସହପାରିବିନି ପୁଅର ମୁହଁରେ କାଳି ପଡୁ । ମା’ମାନଙ୍କ ଅଗ୍ରଗତି ପାଇଁ ମୁଖ୍ୟମନ୍ତ୍ରୀ ବିକାଶ କରୁଛନ୍ତି । 5T ସଚିବ ମୁଖ୍ୟମନ୍ତ୍ରୀଙ୍କ ଏହି କାମକୁ ତ୍ୱରାନ୍ୱିତ କରୁଛନ୍ତି । ସମସ୍ତ ପ୍ରଶାସନ ଅଧିକାରୀଙ୍କୁ ଅନୁରୋଧ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ । ସେ ଲୋକ ଆଗରେ ପଡିଥିଲେ ମହିଳାମାନେ ହାଣି ଦେଇଥାନ୍ତେ । ତାଙ୍କ ମୁହଁରେ କାଳି ଦେଖି ଆମେ କାନ୍ଦି ପକାଇଲୁ । ବିରୋଧୀଙ୍କ ପକ୍ଷରୁ ଷଡଯନ୍ତ୍ର, କାଳିମାଡ଼ କରିବାକୁ ଚାପ ପକାଯାଇଛି । ମା’ମାନଙ୍କ ଆଗରେ ଅଭିଯୁକ୍ତକୁ କଠୋର ଦଣ୍ଡ ଦେବା ଦରକାର । ଆମ ମାଟିକୁ ଆସିଛନ୍ତି 5T ସଚିବ, ଘଟଣା ପାଇଁ କ୍ଷମା ମାଗିବୁ ବୋଲି କନକଲା କହିଛନ୍ତି ।

ପଞ୍ଚାୟତ ନିର୍ବାଚନରେ ବିଜେପି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ଥିଲା କାଳିମାଡ଼ କରିଥିବା ଭାସ୍କର: ବିଧାୟକ ଉମାକାନ୍ତ

ପୁରୀ: ପଦାକୁ ଆସିଲା ସତ୍ୟବାଦୀରେ 5T ସଚିବଙ୍କ ଉପରେ ହୋଇଥିବା କାଳିମାଡ ଘଟଣାର ଘୃଣ୍ୟ ସତ । 5T ସଚିବଙ୍କ ଉପରେ କାଳିମାଡ କରିଥିବା ଭାସ୍କର ସାହୁ ଜଣେ ବିଜେପି କର୍ମୀ । ବିଜେପି ସମର୍ଥିତ ସମିତି ସଭ୍ୟ ପ୍ରାର୍ଥୀ ଥିଲା ଭାସ୍କର । ବୋତଲରେ କାଳି ନେଇ ପଡ଼ିଆ ଭିତରକୁ ସେ ଆସିଥିଲା ଏବଂ ଶେଷ ସମୟରେ ଲୁଚି ଲୁଚି ପଡ଼ିଆରେ ପ୍ରବେଶ କରି କାଳି ମାଡ଼ କରିଥିଲା । ଏନେଇ ସୂଚନା ଦେଇଛନ୍ତି ବିଧାୟକ ଉମାକାନ୍ତ ସାମନ୍ତରାୟ ।

ସେ କହିଛନ୍ତି, କାଳିମାଡ କରି ଅତି ଘୃଣ୍ୟ କାମ କରିଛି ଭାସ୍କର । ମୋ ପଞ୍ଚାୟତର ପାଖ ପଞ୍ଚାୟତ ବାସିନ୍ଦା ଭାସ୍କର । ସ୍ବାଭିମାନ ଓ ସଂଗ୍ରାମୀ ମାଟି ସତ୍ୟବାଦୀରେ ଏପରି ଏକ କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ । ବିକାଶ କାର୍ଯ୍ୟକୁ ସହିନପାରି ବିଜେପି କର୍ମୀ ଏଭଳି କାର୍ଯ୍ୟ କରିଛି । ସେ କହିଛନ୍ତି, ଭାରତୀୟ ଜନତା ପାର୍ଟିର ଘୃଣିତ କାର୍ଯ୍ୟକୁ ନିନ୍ଦା କରାଯାଉଛି । ବିଜେପି ଏକ ବାହାପିଆ ମିଛୁଆ ଦଳ । ସତ୍ୟବାଦୀ ହେଉଛି ଅହିଂସାର ମାଟି ।

ପଙ୍ଗୋଙ୍ଗ ହ୍ରଦ ବୁଲିବାକୁ ବାଇକରେ ବାହାରିଲେ ରାହୁଲ

ନନ୍ଦିଘୋଷ ବ୍ୟୁରୋ: ବାଇକରେ ବୁଲିବାକୁ ବାହାରିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ପ୍ରଥମ ଲଦାଖ ଗସ୍ତରେ ଅଛନ୍ତି ରାହୁଲ । କେଟିଏମ ବାଇକ ସହ ହେଲମେଟ ପିନ୍ଧିଥିବା ଲୁକରେ ନଜର ଆସିଛନ୍ତି ରାହୁଲ । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ‘ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌’ରେ ଫଟୋ ସେୟାର୍‌ କରି ରାହୁଲ୍‌ ଲେଖିଛନ୍ତି, ପାଙ୍ଗୋଙ୍ଗ୍‌ ହ୍ରଦ ଅଭିମୁଖେ ଯିବା ରାସ୍ତାରେ। ମୋ ବାପା କହୁଥିଲେ ଏହା ହେଉଛି ବିଶ୍ବର ସବୁଠୁ ସୁନ୍ଦର ସ୍ଥାନମାନଙ୍କ ମଧ୍ୟରୁ ଗୋଟିଏ। ପାଙ୍ଗୋଙ୍ଗ୍‌ ହ୍ରଦ ନିକଟରେ ଅଗଷ୍ଟ ୨୦ ତାରିଖ ଦିନ ରାହୁଲ୍‌ ଗାନ୍ଧୀ ତାଙ୍କ ପିତା ରାଜୀବ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ପୂଜାର୍ଚ୍ଚନା କରିବେ।

ସେହିପରି, ଶୁକ୍ରବାର ଦିନ ରାହୁଲ୍‌ ଗାନ୍ଧୀ ଲଦାଖରେ ଯୁବ କଂଗ୍ରେସ ନେତା ଓ କର୍ମୀମାନଙ୍କ ସହିତ ଆଲୋଚନା କରିଥିଲେ। ପରେ ରାହୁଲ୍‌ ସେ ଜିଲ୍ଲାରେ ଆୟୋଜିତ ଫୁଟ୍‌ବଲ୍‌ ମ୍ୟାଚ୍‌ ମଧ୍ୟ ଦେଖିଥିଲେ।

 

 

5T ସଚିବ ଭି.କେ ପାଣ୍ଡିଆନଙ୍କ ଉପରକୁ କାଳିମାଡ଼, ଘଟଣାକୁ ସବୁଠି ନିନ୍ଦା

ପୁରୀ: 5T ସଚିବ ଭି.କେ ପାଣ୍ଡିଆନଙ୍କ ସତ୍ୟବାଦୀ ଗସ୍ତ ସମୟରେ ତାଙ୍କ ଉପରେ ଭାସ୍କର ସାହୁ ନାମକ ଜଣେ ଦୁର୍ବୃତ୍ତ କାଳିମାଡ଼ କରିଛି । ଭାସ୍କର ସାହୁ ନାମକ ଏହି ଯୁବକ ରାଜନୈତିକ ଦଳ ଦ୍ବାରା ପରିଚାଳିତ ହୋଇ ଏଭଳି କରିଥିବା ଜଣାପଡ଼ିଛି । କାଳିମାଡ଼ ପରେ ସେଠାରେ ଉପସ୍ଥିତ ଥିବା ସାଧାରଣ ଲୋକ ଅଭିଯୁକ୍ତକୁ ନିଜ ଅକ୍ତିଆରକୁ ନେବା ପୂର୍ବରୁ ପୋଲିସ ତାକୁ ଗିରଫ କରିନେଇଛି  ।

ପୋଲିସ ଏହା ନକରିଥିଲେ ସେଠାରେ ଥିବା ଉତ୍ତ୍ୟକ୍ତ ଲୋକ ଆଇନକୁ ହାତକୁ ନେଇ କଣ ନାଇଁ କଣ ପରିସ୍ଥିତି କରିଥାନ୍ତେ  । ରାଜ୍ୟରେ ବିକାଶମୂଳକ କାମକୁ ବିରୋଧୀ ସହ୍ୟକରିପାରୁନାହାନ୍ତି  । ଅସହିଷ୍ଣୁ ହୋଇ ଏଭଳି ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ସ୍ଥାନୀୟ ଲୋକ କହିଛନ୍ତି । କାଳିମାଡ଼ ସତ୍ତ୍ବେ ଭିକେ ପାଣ୍ଡିଆନ ହସହସ ମୁହଁରେ ଲୋକଙ୍କ ସହ ମିଶିବା ସହ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ  ।

ଏହା ବିରୋଧୀଙ୍କ ମୁହଁରେ ଶକ୍ତ ଚାପୁଡ଼ା ବୋଲି ମଧ୍ୟ କୁହାଯାଉଛି  । ଯିଏ ବିକାଶ କାମରେ ବାହାରିଛି ତା ପାଇଁ ଏସବୁର କିଛି ଅର୍ଥ ନଥାଏ । ଫାଇଭ-ଟି ସଚିବ ଆଜି ପ୍ରମାଣିତ କରିଦେଇଛନ୍ତି, ଅଣ୍ଡାମାଡ କର, କଳାପତାକା ଦେଖାଅ କି କାଳିମାଡ଼ କର ।

ଲୋକଙ୍କ କାମ କରିବ ଲୋକାଭିମୂଖୀ ସରକାର ଆଉ ଜନତାଙ୍କ ପାଖରେ ପହଞ୍ଚିବ ଉତ୍ତରଦାୟୀ ପ୍ରଶାସନ । କାହିଁକି ନା ଓଡ଼ିଶାବାସୀଙ୍କ ସେବା କରିବାର ସଂକଳ୍ପ ନେଇଛି ମୋ ସରକାର । ଯେତେବେଳେ ଭଲ କାମ ହୁଏ, ଲୋକଙ୍କ ବିକାଶ ହୁଏ ସେତେବେଳେ ଅନେକ ବିକାଶ ବିରୋଧୀଙ୍କ ଅସହିଷ୍ଣୁତା ଶୀର୍ଷରେ ପହଞ୍ଚିଥାଏ । ଯାହାକି ପୁରୀ ଜିଲ୍ଲା ସତ୍ୟବାଦୀରେ ପରିଲକ୍ଷିତ ହୋଇଛି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଲୋକଙ୍କଠାରୁ ଅଭିଯୋଗ ଶୁଣିବାକୁ ସତ୍ୟବାଦୀରେ ପହଞ୍ଚିଥିଲେ 5T ସଚିବ ଭି.କେ. ପାଣ୍ଡିଆନ  । ଏହି ସମୟରେ ଯୋଜନାମୁତାବକ 5T ସଚିବଙ୍କ ଉପରକୁ କାଳିମାଡ଼ କରିଥିଲେ ବିକାଶ ବିରୋଧୀ  । ଲୋକଙ୍କ ଭିତରେ ଲୁଚି ରହି ଖାଲି 5T ସଚିବ ନୁହଁନ୍ତି ପୁରୀ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ବି କାଳିମାଡ଼ କରିଥିଲେ  । ହେଲେ ବିକାଶକୁ ପ୍ରତିରୋଧ କରିବାର ହୀନ ଉଦ୍ୟମ ଅଟକାଇପାରିନଥିଲା 5T ସଚିବଙ୍କ ପ୍ରଗତିର ପାଦକୁ । କାଳିମାଡ଼ ପରେ ବି ନା ସେ ଅଟକିଥିଲେ ନା ପଛଘୁଞ୍ଚା ଦେଇଥିଲେ  ।

କାଳିବୋଳା ମୁହଁରେ ବି କର୍ତ୍ତବ୍ୟ ସଂପାଦନ କରିବାକୁ ଆଗେଇ ଯାଇଥିଲେ ଲୋକଙ୍କ ପାଖକୁ । ଜନତାଙ୍କ ସହିତ ହାତ ମିଳାଇ ହସହସ ମୁହଁରେ ସମସ୍ୟା ଶୁଣିଥିଲେ  । ଏହି ସମୟରେ ସ୍ଥାନୀୟ ଲୋକ ସ୍ନେହରେ 5T  ସଚିବଙ୍କ ମୁହଁରୁ  ନିଜ କାନିରେ କାଳି ପୋଛିଦେବାକୁ ଆଗେଇ ଆସିଥିଲେ  । ଯାହାକି ପ୍ରମାଣିତ କରିଥିଲା 5T ସଚିବଙ୍କ ପ୍ରତି ଲୋକଙ୍କର କେତେ ବିଶ୍ବାସ ଓ ଭରସା ରହିଛି  । ହେଲେ ବିକାଶ ବିରୋଧୀଙ୍କର ଏଭଳି ହୀନ ଆଚରଣକୁ ସାରା ରାଜ୍ୟରେ ନିନ୍ଦା କରାଯାଉଛି ।

ସୌମ୍ୟ ରଂଜନଙ୍କ ଆଲେଖ୍ୟକୁ ବିଭିନ୍ନ ମହଲରୁ ସମାଲୋଚନା, ପ୍ରଶ୍ନ ଉଠାଇଲେ ବରିଷ୍ଠ ରାଜନେତା

ଭୁବନେଶ୍ବର: ରାଜନୈତିକ ସ୍ବାର୍ଥ ହାସଲ ପାଇଁ ସମ୍ପାଦକୀୟ ଜରିଆରେ ସୌମ୍ୟ ରଂଜନଙ୍କ ଆଲେଖ୍ୟକୁ ବିଭିନ୍ନ ମହଲରୁ ସମାଲୋଚନାର ସ୍ବର ତୀବ୍ର ହୋଇଛି । ବରିଷ୍ଠ ରାଜନେତାମାନେ ସୌମ୍ୟଙ୍କ ଅର୍ନ୍ତନିହିତ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ବରିଷ୍ଠ ନେତା ସୁରେଶ ରାଉତରାୟଙ୍କ ଠାରୁ ଆରମ୍ଭ କରି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ସମସ୍ତେ ସୌମ୍ୟଙ୍କୁ ସମାଲୋଚନା କରିଛନ୍ତି ।  ରାଜନୀତିରେ କେହି କାହାକୁ ଆକ୍ଷେପ କରିବା ଉଚିତ ନୁହେଁ । ଏହା ନିନ୍ଦନୀୟ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ।

ସୌମ୍ୟଙ୍କ ଆଲେଖ୍ୟକୁ ମଧ୍ୟ ନିନ୍ଦା କରିଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 5T ସଚିବଙ୍କୁ ଭରସା କରି ଲୋକଙ୍କ ସମସ୍ୟା ଶୁଣିବାକୁ ପଠାଉଛନ୍ତି । ଆଉ ସେ ଲୋକଙ୍କ ସମସ୍ୟାକୁ ଶୁଣି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସଠିକ ଭାବେ ଉପସ୍ଥାପନା କରୁଛନ୍ତି । ତେଣୁ ଲେଖା ମାଧ୍ୟମରେ କାହାକୁ ଡରାଇବା ନିନ୍ଦନୀୟ । ନବୀନଙ୍କ ବିରୋଧରେ ଯେତେ କହିଲେ କି ଲେଖିଲେ କେହି ଗ୍ରହଣ କରିବେ ନାହିଁ । ଯିଏ ଲୋକଙ୍କ କଥା କୁହେ ଆଉ ଲୋକଙ୍କ ପାଖରେ ଥାଏ ସେ କେବେ ହାରିବାର ପ୍ରଶ୍ନ ଉଠୁନି ବୋଲି ପ୍ରସନ୍ନ କହିଛନ୍ତି । ସେହିଭଳି ସୌମ୍ୟ ବାବୁ ସଠିକ ଭାବେ ଆକଳନ ନକରି ସମ୍ପାଦକୀୟ ଲେଖିଛନ୍ତି ବୋଲି କହିଛନ୍ତି ବିଧାୟକ ଅରବିନ୍ଦ ଢାଲି ।

ରାଜ୍ୟରେ କେଉଁଠି ଦଲାଲମାନେ ରାଜନୀତି କରୁନାହାନ୍ତି । ରାଜନୈତିକ ଲୋକ ହିଁ ରାଜନୀତି କରୁଛନ୍ତି । ପ୍ରଶାସନ ଯେମିତି ଚାଲିଛି ଆଉ ଲୋକାଭିମୁଖୀ ହୋଇଛି ସେଥିରେ ଲୋକେ ଖୁସି ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରକାଶ ବେହେରା । ଲୋକେ ଜାଣନ୍ତି ଶାସନ ବ୍ୟବସ୍ଥା କେମିତି ଚାଲିଛି କେମିତି ପ୍ରଗତି ହେଉଛି  । ତେଣୁ କିଏ କଣ କହିଲା ତାହା ବଡ଼ କଥା ନୁହେଁ । ତାଙ୍କ କହିବା ପଛରେ କିଛି ଅଭିସନ୍ଧି ଥିବା ସନ୍ଦେହ କରିଛନ୍ତି ପ୍ରକାଶ ।

ଅଜବ ଫିଟନେସ୍ ଚ୍ୟାଲେଞ୍ଜ: ପାଣି ପିଇ ପିଇ ଅସୁସ୍ଥ ହୋଇ ପଡ଼ିଲେ ଯୁବତୀ, ଡାକ୍ତରଖାନାରେ ଜୀବନ ସହ କରୁଛନ୍ତି ସଂଘର୍ଷ

ନନ୍ଦିଘୋଷ ବ୍ୟୁରୋ : ବର୍ତ୍ତମାନ କାହାକୁ ବା ଫିଟ ରହିବାକୁ ପସନ୍ଦ ନୁହେଁ । ସମସ୍ତେ ଫିଟ ରହିବା ପାଇଁ ବିଭିନ୍ନ ଉପାୟ ଗ୍ରହଣ କରୁଛନ୍ତି । ଏହି ସମୟରେ ୭୫ ଦିନ ପାଇଁ ଫିଟନେସ୍ ଚ୍ୟାଲେଞ୍ଜ ଆରମ୍ଭ ହୋଇଥିବାବେଳେ, ସମସ୍ତେ ମଧ୍ୟ ଏଥିରେ ଅଂଶ ଗ୍ରହଣ କରୁଛନ୍ତି । ଜଣେ ଜଣାଶୁଣା ସପ୍ଲିମେଣ୍ଟ ସିଇଓ ଆଣ୍ତି ଫ୍ରିସେଲା ୨୦୨୦ରେ ଏହି ଚ୍ୟାଲେଞ୍ଜକୁ ଆରମ୍ଭ କରିଥିଲେ । ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ନିଜ ଭିତରେଥିବା ଆତ୍ମବିଶ୍ୱାସକୁ ଦୃଢ କରିବା । ଏହି ଫିଟନେସ୍ ଚ୍ୟାଲେଞ୍ଜରେ ଅଶଂଗ୍ରହଣ କରିବାକୁ ହେଲେ  ପ୍ରତିଦିନ ୫ଟି ନିୟମକୁ ପାଳନ କରିବାକୁ ହେବ। ଅଂଶ ଗ୍ରହଣକାରୀମାନେ ୭୫ ଦିନ ପର୍ଯ୍ୟନ୍ତ ଦିନକୁ ୪ ଲିଟର ପାଣି ପିଇବା ସହ ଦୁଇଟି ପର୍ଯାୟରେ ବ୍ୟାୟମ କରିବେ। ଦିନକୁ ୧୦ ପୃଷ୍ଠା ବହି ପଢିବାସହ ମଦ୍ୟପାନ ଓ ଚିଟ୍ ମିଲ ଗ୍ରହଣ କରିବେ ନାହିଁ । ଏଥିସହ ଶରୀରରେ ଭିନ୍ନତା ଦେଖାଗଲାଣି ନା ନାହିଁ ସେଥିପାଇଁ ପ୍ରତିଦିନ ଫୋଟ ଉଠାଇବା ଏହି ୭୫ ଦିନ ଫିଟନେସ୍ ଚ୍ୟାଲେଞ୍ଜର ନିୟମ । ୭୫ ଦିନ ମଧ୍ୟରେ ଅଂଶଗ୍ରହଣକାରୀଙ୍କ ଜୀବନକୁ ପରିବର୍ତ୍ତନ କରିବାର ଦାବି ରଖିଛନ୍ତି ଆଣ୍ତି ଫ୍ରିସେଲା।

ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁଯାୟୀ, କାନାଡାର ଜଣେ ଟିକ୍ଟକ୍କର ମିସେଲ ଫେୟାରବର୍ନ ଏହି ଭାଇରାଲ ଫିଟନେସ ଚ୍ୟାଲେଞ୍ଜରେ ଅଂଶ ଗ୍ରହଣ କରିଥିଲେ । ସେ ୭୫ ଦିନଧରି ୪ ଲିଟର ପାଣି ପିଇବା ଆରମ୍ଭ କରିଥିବାବେଳେ, ବର୍ତ୍ତମାନ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେ ସୋମବାର ଦିନ ଏହି ଚ୍ୟାଲେଞ୍ଜ ବିଷୟରେ ଏକ ଭିଡିଓ ମଧ୍ୟ ଟିକ୍ଟକ୍କରେ ସେୟାର କରିଥିଲେ । ସେ ଏହି ଚ୍ୟାଲେଞ୍ଜର ୧୨ ଦିନପରେ ହିଁ ରାତିରେ ଶୋଇବାକୁ ଯିବାବେଳେ ଅସୁସ୍ଥ ଅନୁଭବ କରୁଥିଲେ ଏବଂ ବାରମ୍ବାର ବାଥରୁମ ଯିବା ପାଇଁ ଉଠୁଥିଲେ । ଖାଦ୍ୟ ଖାଇପାରୁନଥିଲେ ଖାଇଲେ ବାନ୍ତି ଲାଗୁଥିବା ସହ ଦୁର୍ବଳ ମଧ୍ୟ ଅନୁଭବ କରୁଥିଲେ । ଫେୟାରବର୍ନ କହିଛନ୍ତି ବୋଧ ହୁଏ ମୋର ପାଣି ବିଷାକ୍ତ ଅଛି ଯାହା ପିଇବା ପରେ ମତେ ଜମା ଭଲ ଲାଗୁନି । ହସ୍ପିଟାଲରେ ଭର୍ତ୍ତି ହେବାପରେ ଅନେକ ପରୀକ୍ଷା କରିଥିଲେ ଡାକ୍ତର ଏବଂ ତାଙ୍କୁ କହିଥିଲେ ଯେ ତାଙ୍କର ଶରୀରରେ ସୋଡିୟମର ଅଭାବ ରହିଛି । ସୋଡିୟମ୍ ଅଭାବ ବା ହାଇପୋନାଟ୍ରେମିଆର ଚିକିତ୍ସା କରାନଗଲେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିବ । ଫେୟାରବର୍ନ ନିଜେ ମଧ୍ୟ କହିଛନ୍ତି ସୋଡିୟମର ଅଭାବ ପ୍ରକୃତରେ ମୋ ପାଇଁ ସାଘାଂତିକ ହୋଇପାରେ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ମତେ ବର୍ତ୍ତମାନ ଦିନକୁ ୪ ଲିଟର ବଦଳରେ ଅଧା ଲିଟରୁ କମ୍ ପାଣି ପିଇବା ପାଇଁ ପଡିବ । ତେଣୁ ମୁଁ ଡାକ୍ତରଖାନା ଯାଉଛି ସେଠାରେ ସେମାନେ ସବୁକିଛି ଯାଞ୍ଚ କରିବା ସହ ମୋ ଶରୀରରେ ଅଭାବଥିବା ସୋଡିୟମକୁ ନିୟନ୍ତ୍ରଣ କରିପାରିବେ ବୋଲି ମୋର ବିଶ୍ୱାସ । ଏଥିସହ ସେ କହିଛନ୍ତି ମୁଁ ହାର ମାନିବି ନାହିଁ, ଆରମ୍ଭ କରିଥିବା ୭୫ ହାର୍ଡ ଫିଟନେସ୍ ଚ୍ୟାଲେଞ୍ଜକୁ ଶେଷ କରିବି ।

କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଯେ ଅାପଣଙ୍କ ଶରୀର କେତେ ସୁସ୍ଥ ତାହାକୁ ପ୍ରତମେ ନଜର ପକାଇବା ଅାବଶ୍ୟକ । ତା ପରେ ୭୫ ହାର୍ଡ ଫିଟନେସ୍ ଚ୍ୟାଲେଞ୍ଜ ହେଉ ବା ଅନ୍ୟ କୌଣସି ଫିଟନେସ୍ ଚ୍ୟାଲେଞ୍ଜ, ଆରମ୍ଭ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଆବଶ୍ୟକ ଅଟେ । ଏହା ତୁମ ଶରୀର ପାଇଁ ଠିକ୍ କି ନାହିଁ ଡାକ୍ତରଙ୍କ ଠାରୁ ପରାମର୍ଶ ନେବାପରେ ହିଁ ଫିଟନେସ୍ ଚ୍ୟାଲେଞ୍ଜ ଆରମ୍ଭ କରନ୍ତୁ ।

’ଚନ୍ଦ୍ରଯାନ-୩’କୁ ନେଇ ISRO ଚିଫ୍ କହିଲେ କଣ ରହିଛି ଆଗାମୀ ପଦକ୍ଷେପ

ନନ୍ଦିଘୋଷ ବ୍ୟୁରୋ: ସଫଳ ପଥରେ ’ଚନ୍ଦ୍ରଯାନ-୩’ । ସମଗ୍ର ବିଶ୍ବର ନଜର ରହିଥିବାବେଳେ ଚନ୍ଦ୍ରର ଆହୁରି ନିକଟତର ହେଉଛି ’ଚନ୍ଦ୍ରଯାନ-୩’ । ଚନ୍ଦ୍ରଯାନ ସହ ଲାଣ୍ଡର ବିକ୍ରମ ଚନ୍ଦ୍ର ଆଡ଼କୁ ଗତି କରୁଛନ୍ତି । ଚନ୍ଦ୍ରର ଆହୁରି ନିକଟତର ହେଉଥିବାବେଳେ ISROର ମୁଖ୍ୟ କହିଛନ୍ତି କି, ସେମାନେ ଏବେ ଲ୍ୟାଣ୍ଡର ବେଗ ହ୍ରାସ କରିଛନ୍ତି । ଚନ୍ଦ୍ରର କକ୍ଷପଥ ଆଡ଼କୁ ଗତି କରୁଛି । ଏପର୍ଯ୍ୟନ୍ତ ସବୁକିଛି ସ୍ବାଭାବିକ ଏବଂ ସ୍ଥିର ରହିଛି । କିନ୍ତୁ ଆଗାମୀ କିଛି ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହେବାକୁ ଯାଉଛି । ଲ୍ୟାଣ୍ଡର ବିକ୍ରମ ଏବଂ ରୋଭରକୁ ନେଇ ଗଠିତ ଲ୍ୟାଣ୍ଡର ମଡ୍ୟୁଏ ଅଗଷ୍ଟ ୨୦ରେ ଦ୍ବିତୀୟ ଡିବୋଷ୍ଟିଂ କରିବ । ଯାହାଦ୍ବାରା କକ୍ଷପଥକୁ ଓହ୍ଲାଇ ଚନ୍ଦ୍ରପୃଷ୍ଠକୁ ଅତି ନିକଟତର ହେବ ।

ISRO ପକ୍ଷରୁ ଏନେଇ ଏକ ଟ୍ବିଟ୍ କରି ସୂଚନା ଦିଆଯାଇଛି । ଲ୍ୟାଣ୍ଡର ମଡ୍ୟୁଲ ସଫଳତା ସହିତ ଏ ଡିବୋଷ୍ଟିଂ ପ୍ରକ୍ରିୟା ସମାପ୍ତ କରିଛି । ଯାହା ବର୍ତ୍ତମାନ ଏହାର କକ୍ଷପଥକୁ ୧୧୩ କିଲୋମିଟରରୁ ୧୫୭ କିମିକୁ ହ୍ରାସ କରାଯାଇଛି । ଦ୍ବିତୀୟ ଡିବୋଷ୍ଟିଂ ପ୍ରକ୍ରିୟା ଆସନ୍ତାକାଲି ଅପରାହ୍ନ ୨ଟାରେ କରାଯିବ । ତେବେ ଅଗଷ୍ଟ ୨୩ ତାରିଖରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରର ଦକ୍ଷିଣ ପୂର୍ବରେ ଲ୍ୟାଣ୍ଡିଂ କରିବ । ଏହି ଏହି ମିଶନ ସଫଳ ହୁଏ ତାହେଲେ ଭାରତ ଚତୁର୍ଥ ଦେଶ ହେବ ।