spot_img
Home Blog Page 2764

ତୁଟିଲା ୧୦ ବର୍ଷର ସମ୍ପର୍କ, ପାର୍ଟନରଙ୍କ ଠୁ ଅଲଗା ହେଲେ ଇଟାଲି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜି-୨୦ ବୈଠକରେ ଯୋଗ ଦେବାକୁ ଭାରତ ଆସିବା ପରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି। ଏତେଦିନ ପରେ ତାଙ୍କ ସୋସିଆଲ୍ ମିଡ଼ିଆ ପୋଷ୍ଟକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଦୀର୍ଘ ବର୍ଷର ସମ୍ପର୍କ ତାଙ୍କର ଭାଙ୍ଗି ଯାଇଛି । ସେ ସୋସିଆଲ୍ ମିଡିଆରେ ନିଜ ଜୀବନସାଥୀ ଠାରୁ ଦୂରେଇ ଯାଇଥିବା ନେଇ ପ୍ରକାଶ କରିଛନ୍ତି। ମେଲୋନି ବିବାହ କରିନଥିଲେ ହେଁ ୧୦ ବର୍ଷର ସମ୍ପର୍କ ମଧ୍ୟରେ ତାଙ୍କର ଏକ କନ୍ୟା ସନ୍ତାନ ରହିଛି।

Italian PM Giorgia Meloni Announces Separation From Partner Over Sexist  Remarks On TV

ଟିଭି ସାମ୍ବାଦିକ ଆଣ୍ଡ୍ରେଆ ଜିଆମବ୍ରୁନୋ ସର୍ବସମ୍ମୁଖରେ ମହିଳାଙ୍କୁ ନେଇ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ଏହାକୁ ନେଇ ବିବାଦ ମଧ୍ୟ ଦେଖିବାକୁ ମିଳିଥିଲା। ଖାଲି ଏତିକି ନୁହେଁ ଏହାପୂର୍ବରୁ ଅଗଷ୍ଟ ମାସରେ ସେ ଦେଇଥିବା ବୟାନ ବେଶ ବିବାଦୀୟ ହୋଇଥିଲା। ତେବେ ନିଜ ଫେସବୁକରେ ମେଲୋନି ଲେଖିଛନ୍ତି, “୧୦ ବର୍ଷ ହେଲା ଆଣ୍ଡ୍ରେଆ ଜିଆମବ୍ରୁନୋଙ୍କ ସହ ମୋର ଥିବା ସବୁ ସମ୍ପର୍କରେ ଏହି ଠାରେ ଶେଷ ହୋଇଛି।

ନିଜ ପୋଷ୍ଟରେ ସେ ଆହୁରି ମଧ୍ୟ ଲେଖିଛନ୍ତି, ‘ଆମେ ଏକାଠି ବିତାଇଥିବା ମୁହୂର୍ତ୍ତକୁ ମୁଁ ସମ୍ଭାଳି ରଖିବି। ଆମ ବନ୍ଧୁତାକୁ ମୁଁ ଅକ୍ଷୁଣ୍ଣ ରଖିବି। ଯେକୗେଣସି ପରିସ୍ଥିତିରେ ମଧ୍ୟ ମୁଁ ମୋ ୭ ବର୍ଷୀୟ ଝିଅର ରକ୍ଷା କରିବି । ଯିଏ ଉଭୟ ମା’ ଓ ବାପାଙ୍କୁ ଖୁବ୍ ଭଲ ପାଏ । ମୁଁ ଏହା ବିଷୟରେ ଆଉ କିଛି କହିବାକୁ ଚାହୁଁନି’।

ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ପୁଣି ବଢିଲା ସୁନା ଦର

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ପୁଣି ବଢିଲା ସୁନା ଦର। ସୁନା ମୂଲ୍ୟରେ ପୁଣି ବୃଦ୍ଧି ଘଟିଛି। ସୁନା ୧୦ ଗ୍ରାମ ପିଛା ୬୨ ହଜାର ୫୬୦ ଟଙ୍କାରେ ପହଞ୍ଚିଛି। ବିଶ୍ବ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ମଧ୍ୟ ଦେଖାଯାଉଛି। ଆଶା କରାଯାଉଛି ଯେ ଯଦି ଫେଡ ରିଜର୍ଭ ନଭେମ୍ବରରେ ସୁଧ ହାର ବୃଦ୍ଧି କରିବାକୁ ନିଷ୍ପତ୍ତି ନ ନିଏ, ତେବେ ସୁନା ମୂଲ୍ୟରେ ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି।

ଭାରତରେ ମଧ୍ୟ ଉତ୍ସବର ଚାହିଦା ବୃଦ୍ଧି ହେତୁ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୩ ହଜାରରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। କେବଳ ସୁନା ମୂଲ୍ୟରେ ନୁହେଁ, ରୂପା ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି । ରୂପା ମୂଲ୍ୟ ମଧ୍ୟ କିଲୋଗ୍ରାମ ପିଛା ୭୪,୭୦୦ ଟଙ୍କାରେ ପହଞ୍ଚିଛି।

ଆଜି ଆନ୍ତର୍ଜାତିକ ସେଫ୍ ଦିବସ, ଟିମ୍ ଇଣ୍ଡିଆକୁ ଚିୟର କରିବା ପାଇଁ ଚକୋଲେଟରେ ତିଆରି କଲେ ନିଆରା…

ଭୁବନେଶ୍ୱର: ଆଜି ହେଉଛି ଆନ୍ତର୍ଜାତିକ ସେଫ୍ ଦିବସ। ଛୋଟିଆ ହୋଟେଲରୁ ଆରମ୍ଭ କରି ବଡ ରେସ୍ତୋରାଁ ଯାଏଁ ସଭିଁଏ ଏହି ଦିବସକୁ ଧୁମାଧାମରେ ପାଳନ କରୁଛନ୍ତି । କ୍ଳବ ଚକଲେଟ ଦ ବେଙ୍କଙ୍ଗି ଓ ଫାଇନ ପେଷ୍ଟ୍ରି ଆର୍ଟ ପକ୍ଷରୁ ଏଦି ଦିବସକୁ ପାଳନ କରାଯାଇଛି।

ଚଳିତ ବର୍ଷ ୧୦ କିଲୋ ଓଜନରେ ଚକୋଲେଟରେ ବିଶ୍ବକପ ତିଆରି କରି ପୁରା ଟିମ ସେଲିବ୍ରେଟ କରିଛନ୍ତି। ୧୦ କେଜି ଚକୋଲେଟ, ଏଡିବୁଲ ଗୋଲ୍ଡ ଡଷ୍ଟ ଓ ସିଲଭରର ମିଶ୍ରଣରୁ ତିଆରି ହୋଇଛି ବିଶ୍ବକପ। ଟିମ ଇଣ୍ଡିଆକୁ ଚିୟର କରିବା ପାଇଁ ଖେଳ ଶେଷ ହେବା ଯାଏଁ ଏହି ବିଶ୍ବକପଟିକୁ ରଖାଯିବ।

ଏସିଆନ ପାରା ଗେମ୍ସ: ଖେଳାଳିଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏସିଆନ ପାରା ଗେମ୍ସର ଆଥଲେଟ୍ସଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୭ ଜଣ ଓଡ଼ିଆ ଆଥଲେଟଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଁଏ ସହାୟତା ଘୋଷଣା କରିଛନ୍ତି। ଆସନ୍ତା ୨୨ରୁ ଚୀନର ହାଙ୍ଗଝୌରେ ଆରମ୍ଭ ହେଉଛି ଏସିଆନ ପାରା ଗେମ୍ସ  ସେଠାରେ ସଫଳତା ପାଇଁ ଶୁଭକାମନା ଜଣାଇଲେ ନବୀନ।

ଓଡ଼ିଶାରୁ ଯାଉଥିବା ପାରା ଆଥଲେଟ୍ସ ମାନେ ହେଲେ ପ୍ରମୋଦ ଭଗତ, ଜୟନ୍ତୀ ବେହେରା, ସୌନ୍ଦର୍ଯ୍ୟ କୁମାର ପ୍ରଧାନ, ରଖଲ କୁମାର ସେଠୀ, ଭି ରମେଶ ରାଓ, ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ, ପୁଜାସ୍ବିନୀ ନାୟକ। ସେମାନେ ଏସିଆନ ପାରା ଗେମ୍ସକୁ ମନୋନିତ ହେବା ପାଇଁ କଠିନ ପରିଶ୍ରମ କରିଛନ୍ତି। ଗେମ୍ସରେ ମଧ୍ୟ ଭଲ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି ।

ଗାଜାର ଚର୍ଚ୍ଚ ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍, ୮ ପାଲେଷ୍ଟିନୀୟ ନାଗରିକ ମୃତ

ଗାଜା: ଇସ୍ରାଏଲ-ଗାଜା ଯୁଦ୍ଧର ଆଜି ୧୪ତମ ଦିନ। ଏବେବି ଚାଲିଛି ଘମାଘୋଟ ସଂଘର୍ଷ। ଗାଜାର ଏକ ଚର୍ଚ୍ଚ ଉପରେ ଇସ୍ରାଏଲ ପକ୍ଷରୁ ଏୟାର ଷ୍ଟ୍ରାଇକ୍ ହୋଇଥିବା ଜଣାପଡିଛି। ଆକ୍ରମଣରେ ୮ ପାଲେଷ୍ଟିନୀୟ ନାଗରିକଙ୍କ ମୃତ୍ୟୁ ହୋଇଛି। ୧୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି।

ଗାଜା ସୀମାନ୍ତ ଅଲଜେଟନରେ ଥିବା ଏକ ଚର୍ଚ୍ଚ ଉପରେ ହୋଇଥିଲା ଏହି ହମଲା। ପାଲେଷ୍ଟାଇନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏହି ଆକ୍ରମଣ ନେଇ ସୂଚନା ଦିଆଯାଇଛି। ଗତକାଲି ରାତିରେ ହୋଇଥିଲା ଏହି ଆକ୍ରମଣ। ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ଅଛନ୍ତି। ଆକ୍ରମଣରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।

ଗାଜା ଉପରେ ଇସ୍ରାଏଲର ଆକ୍ରମଣ ଜାରି ରହିଥିବାରୁ ଚର୍ଚ୍ଚରେ ଅନେକ ଆଶ୍ରୟ ନେଇଥିଲେ। ଚର୍ଚ୍ଚ ଉପରେ ଆକ୍ରମଣକୁ ନେଇ ଇସ୍ରାଏଲକୁ ନିନ୍ଦା କରିଛି ପାଲେଷ୍ଟାଇନ୍।

ବିଦ୍ୟୁତ ଆଘାତରେ ମାଆ-ପୁଅ ମୃତ, ବାପା ଗୁରୁତର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଲୋଙ୍ଘର ଗାଁରେ ଅଭାବନୀୟ ଘଟଣା । ବିଦ୍ୟୁତ ଆଘାତରେ ମାଆ-ପୁଅ ମୃତ । ମୃତକ ହେଲେ ନିବାସୀ ପାହାନ ଓ ପୁଅ ଜିତେନ୍ଦ୍ର ପାହାନ। ନିବାସୀଙ୍କ ବାପା ଭାଗି ନାହାକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଘରେ କାମ କରୁଥିବାବେଳେ ତିନି ଜଣଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ମାଆ, ପୁଅଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।

ବାଲେଶ୍ବରରେ ବାଘ ନୁହେଁ ବୁଲୁଛି ଫିସିଂ କ୍ୟାଟ୍

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଗୁଣସାର୍ଥାରେ ବାଘ ଆତଙ୍କ। ବାଘ ବୁଲୁଥିବା ନେଇ ପ୍ରଚାର ପରେ ଆତଙ୍କିତ ହୋଇପଡ଼ିଛନ୍ତି ଲୋକ। ଘଟଣାସ୍ଥଳରେ ବନ ବିଭାଗର ପହଞ୍ଚି ଅନୁଧ୍ଯାନ କରିବା ସହିତ ଏହା ବାଘ ନୁହେଁ ବରଂ ଫିସିଂ କ୍ୟାଟ୍‌ ବୋଲି ସୂଚନା ଦେଇଛି।

ଲୋକଙ୍କୁ ସଚେତନ କରାଯାଇଥିବା ବେଳେ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି। ସୋସିଆଲ ମିଡିଆରେ କରାଯାଉଥିବା ମିଛ ପ୍ରଚାର ଓ ଗୁଜବକୁ ବିଶ୍ବାସ ନକରିବାକୁ କୁହାଯାଇଛି।

ଡାବର ପ୍ରଡକ୍ଟକୁ ନେଇ ଏହି ଦେଶରେ ହଙ୍ଗାମା, କ୍ୟାନ୍ସର ହେଉଥିବା ଅଭିଯୋଗ

ନୂଆଦିଲ୍ଲୀ: ଆମେରିକା ଏବଂ କାନାଡାରେ ଦେଶର ନାମିଦାମି କମ୍ପାନୀ ଡାବରକୁ ବଡ଼ ଝଟକା। ଆମେରିକା ଏବଂ କାନାଡାରେ ଡାବର ଇଣ୍ଡିଆ ଏବଂ କିଛି ସହଯୋଗୀ କମ୍ପାନୀ ନାଁରେ ଏକାଧିକ ମାମଲା ରୁଜୁ ହୋଇଛି। ଡାବରର ସହଯୋଗୀ କମ୍ପାନୀ ଦ୍ବାରା ପ୍ରସ୍ତୁତ ହେୟାର ରିଲେକ୍ସର ସାମଗ୍ରୀ ଦ୍ବାରା କ୍ୟାନସର ଦେଖାଦେଉଥିବା ଅଭିଯୋଗ ହୋଇଛି।

ମହିଳାଙ୍କୁ ଗର୍ଭାଶୟ ଏବଂ ଅଣ୍ଡକୋଷରେ କ୍ୟାନସର ସହ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଥିବା ଅଭିଯୋଗ ହୋଇଛି। ସହଯୋଗୀ କମ୍ପାନୀ ନମସ୍ତେ ଲାବୋରେଟୋରୀ, ଡର୍ମୋ ବିବା ସ୍କିନ ଏସେନସିଆଲ ଏବଂ ଡାବର ଇଣ୍ଟରନାସନାଲ ଭଳି କମ୍ପାନୀ ନାଁରେ ଏହି ମାମଲା ରୁଜୁ ହୋଇଛି। ତେବେ ଏହି ମାମଲାକୁ ନେଇ ଡାବର ଇଣ୍ଟରନ୍ୟାସନାଲ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି।

ଆମେରିକା ଏବଂ କାନାଡାରେ ଏଭଳି ୫ ହଜାର ୪ଶହ ମାମଲା ରହିଛି। ଏହି ମାମଲାକୁ ନେଇ ଡାବରର ସେୟାର ତଳକୁ ଖସିଛି। ବିଗତ ୫ ଦିନ ମଧ୍ୟରେ ଡାବର ଇଣ୍ଡିଆ ଲିମିଟେଡର ସେୟାର ପାଖାପାଖି ୪ ପ୍ରତିଶତ ହ୍ରାସ ପାଇଛି। ସେୟାର ବଜାରରେ ୯୧ ହଜାର ୭୯୦ କୋଟି ଟଙ୍କାର ଅଂଶଧନ ଥିବା ଏହି କମ୍ପାନୀର ସେୟାର ୬୧୦ ଟଙ୍କା ହ୍ରାସ ପାଇଛି। ଏହା ଗତ ୫୨ ସପ୍ତାହ ମଧ୍ୟରେ ସର୍ବନିମ୍ନ ବୋଲି ଜଣାପଡିଛି। ସେପଟେ ମାସକ ମଧ୍ୟରେ ଡାବର ଇଣ୍ଡିଆ ଲିମିଟେଡରୁ ପ୍ରାୟ ୮ ପ୍ରତିଶତ ନିବେଶକ ସେମାନଙ୍କ ଅଂଶଧନ ପ୍ରତ୍ୟାହାର କରି ନେଇଛନ୍ତି।

ଭାରତରୁ ୪୧ କୁଟନୀତିଜ୍ଞଙ୍କୁ ପୁଣିଥରେ ଡାକିନେଲେ କାନାଡା ସରକାର

ଅଟାୱା: କାନାଡା ସରକାର ଭାରତରୁ ୪୧ କୁଟନୀତିଜ୍ଞଙ୍କୁ ପୁଣିଥରେ ଡାକିନେଲେ । ବିବାଦ ପରେ ଭାରତ ଦେଇଥିଲା ଦେଶ ଛାଡିବାର ଆଦେଶ । କାନାଡର ବିଦେଶ ମନ୍ତ୍ରୀ ମେଲାନୀ ଜୋଲି ଗୁରୁବାର ଦିନ ଜଣାଇଛନ୍ତି । ଭାରତ କୁଟନୀତିଜ୍ଞ ମାନଙ୍କୁ ଶୁକ୍ରବାର ଦେଶ ଛାଡିବାକୁ ଆଦେଶ ଦେଇଥିଲେ । ନଚେତ ସେମାନଙ୍କ କୁଟନୀତିଜ୍ଞଙ୍କ ପଦ ରଦ୍ଦ କରିଦିଆଯିବ ।

ଭାରତ ୨୦ ଅକ୍ଟୋବରରେ ଦିଲ୍ଲୀର ୨୧ କୁଟନୀତିଜ୍ଞଙ୍କୁ ଭାରତ ଛାଡି ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ଇମିଗ୍ରେସନ ଏବଂ ଭିସା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯିବ । ଖାଲିସ୍ତାନୀ ଆତଙ୍କୀ ହରଦ୍ୱୀପ ସିଂଙ୍କ ମୃତ୍ୟୁ ପରେ କାନାଡା ଓ ଭାରତ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୋଙ୍କ ଦ୍ୱାରା ସାର୍ବଜନିକ ଭାବରେ ଭାରତୀୟ ଏଜେନ୍ସିଙ୍କୁ କାନାଡାର ନାଗରିକ ହରଦ୍ୱୀପ ସିଂ ହତ୍ୟା ମାମଲାରେ ଯୋଡିବା ପରେ ଭାରତ ଓ କାନାଡା ମଧ୍ୟରେ ସଂପର୍କ ଖରାପ ହେବାରେ ଲାଗିଛି ।

କାନାଡା ଅନ୍ତରାଷ୍ଟ୍ରୀୟ କାନୁନର ପାଳନ କରୁଛି । ଏଥିସହିତ ଭାରତ ସହିତ ସମ୍ବନ୍ଧ ବଜାୟ ରଖିବୁ । ସେ କହିଛନ୍ତି ଏବେ ବହୁତ ମାତ୍ରାରେ ନିଜ ଦେଶରେ କୁଟନୀତିଜ୍ଞଙ୍କ ଆବଶ୍ୟକତା ଅଛି । ହେଲେ ଭାରତ ସଫା ମନା କରିଦେଇଛି କାନାଡାରେ ଖାଲିସ୍ତାନୀ ଆତଙ୍କୀଙ୍କ ମୃତ୍ୟୁ ମାମଲାରେ ଭାରତର କୌଣସି ହାତ ନାହିଁ । ଏଥି ସହିତ କାନାଡା ପାଖରେ ଯଦି କିଛି ତଥ୍ୟ ମହଜୁଦ ଅଛି ତାହଲେ ତାହା ପ୍ରମାଣ ଦେଖାନ୍ତୁ ବୋଲି ଭାରତ ଦାବି କରିଛି । କାନାଡା ପକ୍ଷରୁ କୌଣସି ପ୍ରକାର ବାଧ୍ୟତାମୂଳକ ଯୋଜନା କରାଯାଇନାହିଁ ଯାହା ଫଳରେ ଭାରତ ଓ କାନାଡା ମଧ୍ୟରେ ସ୍ଥିତି ଖରାପ ନହେଉ  ।

ଦଶହରା ପୂର୍ବରୁ ରାଜ୍ୟ ସରକାରଙ୍କ କର୍ମଚାରୀକୁ ଭେଟି, ୪ ପ୍ରତିଶତ ବଢିଲା DA

ଭୁବନେଶ୍ବର: ଦଶହରା ପୂର୍ବରୁ ରାଜ୍ୟ ସରକାରଙ୍କ ୪ ଲକ୍ଷ ୫୦ ହଜାର ସରକାରୀ କର୍ମଚାରୀ ବଡ଼ ଉପହାର ପାଇଛନ୍ତି । କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ) ଚାରି ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି । ଭତ୍ତା ବୃଦ୍ଧି ପରେ କର୍ମଚାରୀଙ୍କ ଡିଏ ୪୨ ରୁ ୪୬ ପ୍ରତିଶତକୁ ବୃଦ୍ଧି ପାଇଛି ।

ଜୁଲାଇ ୧ରୁ ପିଛିଲା ଭାବେ ଲାଗୁ ହେବ ବର୍ଦ୍ଧିତ DA ।  ଏହାର ଅର୍ଥ ହେଉଛି ନଭେମ୍ବରରେ ବର୍ଦ୍ଧିତ ଦରମା ସହିତ କେନ୍ଦ୍ରୀୟ କର୍ମଚାରୀମାନେ ଜୁଲାଇରୁ ଅକ୍ଟୋବର ପର୍ଯ୍ୟନ୍ତ ଚାରିମାସ ବକେୟା ଟଙ୍କା ପାଇବେ। ପେନସନଭୋଗୀଙ୍କୁ ମଧ୍ୟ ମିଳିବ ଡିୟରନେସ୍ ରିଲିଫ । ଉପକୃତ ହେବେ ୩ ଲକ୍ଷ ୫୦ ହଜାର ପେନସନଭୋଗୀ ।