spot_img
Home Blog Page 2767

ଆଜି ବାଲାଂଦେଶକୁ ଭେଟିବ ଶ୍ରୀଲଙ୍କା

ନନ୍ଦିଘୋଷ ବ୍ୟୁରୋ: ଏସିଆ କପ ସୁପର-୪ରେ ଶନିବାର ଶ୍ରୀଲଙ୍କାକୁ ଭେଟିବାକୁ ଯାଉଛି ବାଲାଂଦେଶ । ସୁପର-୪ରେ ଶ୍ରୀଲଙ୍କାର ପ୍ରଥମ ମ୍ୟାଚ ହୋଇଥିବାବେଳେ ବାଲାଂଦେଶ ନିଜର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଖେଳିଥିଲା । ପାକିସ୍ତାନ ଜିତିଥିବାବେଳେ ବାଲାଂଦେଶ ପରାଜୟ ବରଣ କରିଥିଲା । ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ବିଜୟ ସହ ସିରିଜକୁ ଫେରିବା ଲକ୍ଷ୍ୟରେ ରହିବ ବାଲାଂଦେଶ । ସେପଟେ ଶ୍ରୀଲଙ୍କା ଏବେ ଦମଦାର ଫର୍ମରେ ମଧ୍ୟ ରହିଛି । ଯାହାକି ଲିଗ୍ ପର୍ଯ୍ୟାୟରେ ମଧ୍ୟ ଦେଖିବାକୁ ମିଳିଛି । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଶ୍ରୀଲଙ୍କାର ଓ୍ବିକେଟକିପର ବ୍ୟାଟ୍ସମ୍ୟାନ କୁଶଲ ମେଣ୍ଡିସ ୯୨ ରନର ପାଳି ଖେଳିଥିଲେ । ବୋଲର ରଜିତା ମଧ୍ୟ ୪ ଓ୍ବିକେଟ ନେଇଥିବାବେଳେ ଆଜିର ମ୍ୟଚରେ ସେମାନଙ୍କ ଉପରେ ନଜର ରହିବ ।

ଜନ୍ମଦିନରେ ମହାକାଳଙ୍କ ଦର୍ଶନ କଲେ ଅକ୍ଷୟ କୁମାର

ନନ୍ଦିଘୋଷ ବ୍ୟୁରୋ: ମହାକାଳଙ୍କ ଶରଣରେ ଅକ୍ଷୟ କୁମାର । ଜନ୍ମଦିନରେ ମହାକାଳଙ୍କ ଦର୍ଶନ କରିଛନ୍ତି ବଲିଉଡର ଖିଲାଡ଼ି ଷ୍ଟାର ଅକ୍ଷୟ କୁମାର । ୫୬ ବର୍ଷ ବୟସରେ ଅକ୍ଷୟ କୁମାର ପାଦ ଦେଇଥିବାବେଳେ ସକାଳୁ ସକାଳୁ ମହାକାଳେଶ୍ବରଙ୍କ ମନ୍ଦିରରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ସେ ଧୋତି ପିନ୍ଧିଥିବା ନଜର ଆସିଛନ୍ତି । ଅକ୍ଷୟ କୁମାରଙ୍କ ସହ କ୍ରିକେଟର ଶିଖର ଧାଓ୍ବନ ମଧ୍ୟ ନଜର ଆସିଛନ୍ତି । ତେବେ ନିକଟରେ ଅକ୍ଷୟ କୁମାର ଅଭିନୀତ ଫିଲ୍ମ OMG 2 ରିଲିଜ୍ ହୋଇଥିଲା । ଏହା ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହେବା ସହ ଭଲ ରୋଜଗାର ମଧ୍ୟ କରିଛି । ଜନ୍ମଦିନ ଅବସରରେ ଆଉ ଏକ ଫିଲ୍ମ ଘୋଷଣା କରିପାରନ୍ତି ଅକ୍ଷୟ କୁମାର । ସେପଟେ ଦୀର୍ଘଦିନ ହେବ ଭାରତୀୟ କ୍ରିକେଟ ଦଳରୁ ବାହାରେ ରହିଛନ୍ତି ଶିଖର ଧାଓ୍ବନ । ଦିନିକିଆ ବିଶ୍ବକପ କିମ୍ବା ଏସିଆ କପରେ ତାଙ୍କୁ ମିଳିନାହିଁ ।

ଶ୍ରୀକ୍ଷେତ୍ରରେ 5T ସଚିବ 

ପୁରୀ: ଶ୍ରୀକ୍ଷେତ୍ରରେ 5ଟି ସଚିବ  ଭି କାର୍ତ୍ତିକେୟନ ପାଣ୍ଡିଆନ । ଶନିବାର ସେ ପୁରୀ ଆସିଥିବା ବେଳେ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ଭିତରେ ପ୍ରାୟ 40 ମିନିଟ ପର୍ଯ୍ୟନ୍ତ ରହିଥିବା ବେଳେ ବେଢ଼ା ପରିକ୍ରମା କରିଥିଲେ। ଦର୍ଶନ ସାରିବା ପରେ ସେ ଉତ୍ତର ଦ୍ୱାର ଦେଇ ଶ୍ରୀମନ୍ଦିରରୁ ବାହାରି ଥିଲେ। ଉତ୍ତର ଦ୍ୱାର ନିକଟରେ ଜାରି ରହିଥିବା ପରିକ୍ରମା ପ୍ରକଳ୍ପର କାର୍ଯ୍ୟ କୁ ସେ ଅନୁଧ୍ୟାନ ମଧ୍ୟ କରିଥିଲେ।ବାହାର ରାସ୍ତା କାର୍ଯ୍ୟ ଶେଷ ହୋଇଥିବା ବେଳେ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ନିର୍ମାଣ କାରୀ ସଂସ୍ଥାର ଅଧିକାରୀ ମାନଙ୍କ ଠାରୁ ପଚାରି ବୁଝିଥିଲେ। 5ଟି ଙ୍କ ସହିତ ତାଙ୍କ ପତ୍ନୀ ତଥା ମିଶନ ଶକ୍ତିର ସଚିବ ସୁଜାତା କାର୍ତ୍ତିକେୟାନ ପାଣ୍ଡିଆନ ମଧ୍ୟ ଆସିଥିବା ବେଳେ ମହାପ୍ରଭୁଙ୍କୁ ଦର୍ଶନ ସାରି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିବା ଜଣାପଡ଼ିଛି।

ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଯାନର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗୃହପାଳିତ ପ୍ରାଣୀଙ୍କ ନିକଟରେ ପହଞ୍ଚି ସ୍ବାସ୍ଥ୍ୟସେବା । ଏନେଇ ୧୮୧ଟି ନୂଆ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଯାନ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକତ୍ସା ସେବା ଯୋଜନାରେ ଏହି ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ । ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଯାନ କ୍ରୟ ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ  30 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ପ୍ରାଣୀ ଚିକିତ୍ସାଳୟ ଠାରୁ ଦୂର ସ୍ଥାନରେ ଥିବା ଗାଁରେ ପଶୁମାନଙ୍କୁ ଚିକତ୍ସାସେବା ଯୋଗଇବା ଲକ୍ଷ୍ୟରେ ଏହି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଯାନର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଶୁପାଳକଙ୍କ ଆୟ ଦ୍ବିଗୁଣିତ କରିବା ଓ ବ୍ୟବସାୟକୁ ଉନ୍ନତ କରିବା ପାଇଁ ଏହି ଉଦ୍ୟମ ସହାୟକ ହେବ ବୋଲି ଆଶା ରଖାଯାଇଛି  ।

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡ଼ୁ ଗିରଫ

ନନ୍ଦିଘୋଷ ବ୍ୟୁରୋ: ଆନ୍ଧ୍ରପ୍ରଦେଶ ଦକ୍ଷତାବିକାଶ ନିଗମ ଦୁର୍ନୀତି ମାମଲାରେ କାର୍ଯ୍ୟାନୁଷ୍ଠାନ । ଗିରଫ ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ସଭାପତି ଏନ. ଚନ୍ଦ୍ରବାବୁ ନାଇଡୁ । ଶନିବାର ସକାଳୁ ନନ୍ଦୟାଲା ପୋଲିସ ସହାୟତାରେ ସିଆଇଡି ଚନ୍ଦ୍ରବାବୁ ନାଇଡଙ୍କୁ ଗିରଫ କରିଛି । ଚନ୍ଦ୍ରବାବୁଙ୍କ ଆର.କେ ଫଙ୍କସନ ନିକଟରେ ସିଆଇଡି ସହ ପୋଲିସ ଟିମ୍‌ ପହଞ୍ଚିଥିଲେ । ଭୋର ୩ଟାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ ପାଇଁ ପହଞ୍ଚିଥିଲା ପୋଲିସ । ହେଲେ ଚନ୍ଦ୍ରବାବୁ ପୋଲିସକୁ ଅନୁମତି ନଦେବାରୁ ସକାଳ ୬ଟା ବେଳକୁ ପୋଲିସ ତାଙ୍କୁ ଗିରଫ କରିଛି । ଦୁର୍ନୀତି ମାମଲାରେ ଏକ ନମ୍ବର ଦୋଷୀ ଥିଲେ ଚନ୍ଦ୍ରବାବୁ ନାଇଡୁ । ଚନ୍ଦ୍ରବାବୁ ନାଇଡୁଙ୍କୁ ବିଜୟୱାଡା ସ୍ଥାନାନ୍ତର କରାଯାଇଛି । ଦୁର୍ନୀତି ନିବାରଣ ଆଇନ ୧୯୮୮ ଅନୁସାରେ, ୧୨୦(୮), ୧୬୬, ୧୬୭, ୪୧୮, ୪୨୦, ୪୬୫, ୪୭୧, ୪୦୯, ୨୦୧, ୧୦୯, ୩୪ ଓ ୩୭ ଆଇପିସି ଧାରାରେ ମାମଲା ରୁଜୁ ହୋଇଛି ।

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନଭୋଜି ବେଶ

ପୁରୀ: ଶନିବାର ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନଭୋଜି ବେଶ । ଗତ ମଙ୍ଗଳବାର ଠାରୁ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ପ୍ରକ୍ରିୟା ଆରମ୍ଭ ହୋଇଛି । ମଙ୍ଗଳବାର ଯେଉଡ଼ ଭୋଗ ପରେ ବୁଧବାର ଶ୍ରୀକୃଷ୍ଣ ଜନ୍ମନୀତି ଓ ଗୁରୁବାର ନନ୍ଦ ଉତ୍ସବ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବା ପରେ ଆଜି ଠାରୁ ମହାପ୍ରଭୁଙ୍କୁ ବିଭିନ୍ନ ବେଶରେ ସଜିତ କରାଯିବ । ଆଜି ଭାଦ୍ରକୃଷ୍ଣ ଦଶମୀ ତିଥିରେ ଶ୍ରୀମନ୍ଦିରରେ ବନଭୋଜି ବେଶ ସହ କୋଳିବିକା ନୀତି, ବକାସୁର ବଧ ଓ ଅର୍ଘାସୁର ବଧ ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନଧୂପ ପରେ ରାମକୃଷ୍ଣ ଦୁଇ ଚଳନ୍ତି ପ୍ରତିମାଙ୍କୁ  ପୂଜାପଣ୍ଡା ସେବକ ମାନେ  ଆଜ୍ଞାମାଳ ପ୍ରଦାନ କରିବା ପରେ ବିମାନରେ ବସାଇ ସିଂହଦ୍ଵାର ନିକଟସ୍ଥ  ବଡଛତା ମଠ ପାର୍ଶ୍ବରେ ଥିବା ଏକ କାଠ ସିଂହାସନକୁ ବିଜେ କରାଇବେ ।

ଲେଙ୍କା ସେବକ ଶବରୁଣୀ ବେଶ ହୋଇ ଗୁଆକୋଳି ଓ ନଡ଼ିଆ ପାତି ମିଶାଇ ଏକ ବାଉଁଶିଆରେ ଧରି ଆସି ସେଠାରେ ନୀତି ସମ୍ପାଦନ କରିବେ । ଭିତରଚ୍ଛ ମହାପାତ୍ର ଉକ୍ତ ଶବରୁଣୀଠାରୁ କୋଳି ଆଣି ମହାପ୍ରଭୁଙ୍କୁ  ସମର୍ପଣ ଓ ମଣୋହି କରିଵା ପରେ ପୂଜାପଣ୍ଡା ସେଠାରେ ଶୀତଳ ଭୋଗ ଓ ଭିତରଚ୍ଛ ମହାପାତ୍ର ବନ୍ଦାପନା ନୀତି କରିବେ । ସନ୍ଧ୍ୟାଧୂପ ପରେ ଠାକୁରମାନଙ୍କୁ ବନଭୋଜି ବେଶରେ  ସୁସଜ୍ଜିତ କରାଯିବ । ଏହି ବେଶରେ ଶ୍ରୀଜିଉମାନେ  ଶ୍ରୀଭୁଜରେ ରୂପା ପିଙ୍ଗଣରେ ସର ଧାରଣ ସହ  ଅନ୍ୟ ହସ୍ତରେ ନଉଡି ଧରିଥାନ୍ତି । ବନଭୋଜି ବେଶରେ ଠାକୁରମାନଙ୍କୁ ପ୍ରାୟ 18 ପ୍ରକାର ସ୍ବର୍ଣ୍ଣ ଅଳଙ୍କାରର ଯଥା ହରିଡ଼ା ମାଳ, ବାହାଡା ମାଳ, ଶ୍ରୀଭୁଜ, ଶ୍ରୀପୟର, ଝୋବା ମାଳ, କିରିଟ, କୁଣ୍ଡଳ ଆଦି ବିବିଧ ସ୍ଵର୍ଣ ଅଳଙ୍କାରରେ ବିମଣ୍ଡିତ କରାଯାଇଥାଏ ।

ପୁଣି ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ, ୧୧ରୁ ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ବର: ବର୍ଷାରେ ଲାଗିବନି ବ୍ରେକ୍ । ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରବଳ କାଚିବା ପରେ ପୁଣି ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ । ୧୧ ତାରିଖରୁ ପୁଣି ବଢିବ ବର୍ଷାର ପରିମାଣ । ପ୍ରଚଣ୍ଡ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ନେଇ ସତର୍କ କରାଇଲା ପାଣିପାଗ କେନ୍ଦ୍ର । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି । ମୌସୁମୀ ନିମ୍ନଚାପରେଖା ତାର ସ୍ବାଭାବିକ ଅବସ୍ଥାକୁ ଫେରିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଛତିଶଗଡ ନିକଟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଛି ।

ଶନିବାର ଏବଂ ରବିବାର ବର୍ଷାର ପରିମାଣ କମିବ । ସାମାନ୍ୟ ତାପମାତ୍ରା ବୃଦ୍ଧି ସହ ଗୁଳୁଗୁଳି ଅନୁଭୁତ ହେବ ବୋଲି ପାଣିପାଗ କେନ୍ଦ୍ର କହିଛି । ବର୍ଷା କମିଲେ ମଧ୍ୟ ପ୍ରଚଣ୍ଡ ବିଜୁଳି ଘଡଘଡି ନେଇ ଆଜି ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ବରଗଡ, ନୂଆପଡା, ବଲାଙ୍ଗିର ଏବଂ ସୋନପୁରକୁ ସତର୍କତା ଜାରି କରାଯାଇଛି । ସେହିଭଳି ଆସନ୍ତାକାଲି ୧୦ ତାରିଖରେ ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, ନୟାଗଡ ସମେତ ୨୦ଟି ଜିଲ୍ଲାରେ ପ୍ରଚଣ୍ଡ ବିଜୁଳି ଘଡଘଡି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୧ ତାରିଖରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବା ସହ ୧୨ ଏବଂ ୧୩ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ଆକଳନ କରାଯାଇଛି । ୧ ସେପ୍ଟେମ୍ବରରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସ୍ବାଭାବିକ ଠାରୁ ୩୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ପୂରା ମୌସୁମୀ ସିଜିନ୍ରେ ୧୧ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।

ଆଜିଠୁ ଦୁଇ ଦିନ ଜି-୨୦ ଶିଖର ସମ୍ମିଳନୀ, ନୂଆଦିଲ୍ଲୀରେ ପହଞ୍ଚିସାରିଲେଣି ବିଶ୍ବନେତା

ନୂଆଦିଲ୍ଲୀ: ଶନିବାରଠାରୁ ଦୁଇ ଦିନ ଧରି ନୂଆଦିଲ୍ଲୀରେ ଜି୨୦ ଶିଖର ସମ୍ମିଳନୀ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ । ବିଶ୍ୱର କୋଣ ଅନୁକୋଣରୁ ରାଜନୈତିକ ପ୍ରତିନିଧି, ଆନ୍ତର୍ଜାତିକ ସଂଗଠନର ପ୍ରତିନିଧି ଓ ଅନ୍ୟ ବିଶ୍ୱ ନେତୃବୃନ୍ଦ ଯୋଗ ଦେଉଛନ୍ତି ।  ଜି୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ଅତିଥିମାନେ ପ୍ରାୟ ଆସିସାରିଲେଣି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନାକ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା, ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବର୍ଟୋ ଫର୍ଣାଣ୍ଡିଜ, ନାଇଜେରିଆର ରାଷ୍ଟ୍ରପତି, ମରିସସ ପ୍ରଧାନମନ୍ତ୍ରୀ, ଇଟାଲୀ ପ୍ରଧାନମନ୍ତ୍ରୀ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ପ୍ରମୁଖ ନୂଆଦିଲ୍ଲୀରେ ପହଂଚି ସାରିଛନ୍ତି। ଅନ୍ୟପକ୍ଷରେ ମେକ୍ସିକୋର ଅର୍ଥମନ୍ତ୍ରୀ, ୟୁରୋପ କମିଶନର ଅଧ୍ୟକ୍ଷ, ୟୁରୋପ ପରିଷଦର ଅଧ୍ୟକ୍ଷ, ଓଇସିଡି ମହାସଚିବ, ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ପରିଚାଳନା ନିର୍ଦ୍ଦେଶକ ଏବଂ ବିଶ୍ୱ ବାଣିଜ୍ୟ ସଂଗଠନର ମହାନିର୍ଦ୍ଦେଶକ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେବାକୁ ଆସି ପହଂଚିଛନ୍ତି ।

ସମସ୍ତ ଅତିଥିମାନଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯିବା ସହ ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ୟୁକ୍ରେନ ଯୁଦ୍ଧ, ସ୍ବଚ୍ଛ ଶକ୍ତି, ଜଳବାୟୁ ପରିବର୍ତ୍ତନ, ଦାରିଦ୍ର୍ୟ ଦୂରୀକରଣ ଆଦି ପ୍ରସଙ୍ଗରେ ବିଶ୍ବ ନେତା ଆଲୋଚନା କରିବେ । ଭାରତ ଓ ଆମେରିକା ମଧ୍ୟରେ ଜିଇ ଇଞ୍ଜିନ, ପ୍ରିଡେଟର ଡ୍ରୋନ, ୫ଜି ଓ ୬ଜି ସ୍ପେକ୍ଟ୍ରମ, ଆଧୁନିକ ପ୍ରଯୁକ୍ତି, ବେସାମରିକ ଆଣବିକ କ୍ଷେତ୍ର ପ୍ରସଙ୍ଗରେ ଆଲୋଚନା ହେବା କାର୍ଯ୍ୟକ୍ରମ ରହିଛି ।

ଜି 20 ଶିଖର ସମ୍ମିଳନୀ: ଦିଲ୍ଲୀରେ ପହଞ୍ଚିବାରେ ଲାଗିଛନ୍ତି ବିଶ୍ବ ନେତା

ନୂଆଦିଲ୍ଲୀ: ଗ୍ରୁପ-୨୦ ସମ୍ମିଳନୀ ଲାଗି ଦିଲ୍ଲୀରେ ପହଞ୍ଚିବାରେ ଲାଗିଛନ୍ତି ବିଶ୍ବ ନେତା। ଆଜି ପହଞ୍ଚିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା, ଆର୍ଜେଣ୍ଟିନା ରାଷ୍ଟ୍ରପତି ଆଲବେର୍ଟୋ ଫର୍ଣ୍ଣାଣ୍ଡିଜ, ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି, ଆଫ୍ରିକା ୟୁନିଅନ ରାଷ୍ଟ୍ରପତି ଆଜାଲି ଆସୁମନି।
ସେହିପରି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ, ଋଷ ବୈଦେଶିକ ମନ୍ତ୍ରୀ ସର୍ଜେଇ ଲାଭରୋଭ ପ୍ରମୁଖ ପହଞ୍ଚିଛନ୍ତି ।

ଏହି ସମ୍ମିଳନୀରେ ବିଶ୍ବ ରାଜନୈତିକ ସ୍ଥିତି, ଅର୍ଥନୈତିକ ବ୍ୟବସ୍ଥା, ଖାଦ୍ୟ ଓ ଶକ୍ତି ପ୍ରସଙ୍ଗ, ବିଭିନ୍ନ ପ୍ରସଙ୍ଗକୁ ନେଇ ଚାଲିଥିବା ଉତ୍ତେଜନା ଆଦି ପ୍ରସଙ୍ଗରେ ଆଲୋଚନା ହେବ। ବୈଠକରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ସ୍ପେନ ରାଷ୍ଟ୍ରପତି ପେଦ୍ରୋ ସାଞ୍ଚେଜ, ମେକ୍ସିକୋ ରାଷ୍ଟ୍ରପତି ଆନ୍ଦ୍ରେସ ମାନୁଏଲ ଲୋପେଜ ଯୋଗଦେବେ ନାହିଁ।

ଏହି ସମ୍ମିଳନୀରେ ସମ୍ମିଳନୀରେ ୩୦ଟି ଦେଶର ରାଷ୍ଟ୍ରମୁଖ୍ୟ, ୧୪ଟି ଆନ୍ତର୍ଜାତିକ ସଂଗଠନର ମୁଖ୍ୟ ଯୋଗଦେଉଛନ୍ତି। ଏହି ସମ୍ମିଳନୀରେ ଆମେରିକା, ସାଉଦିଆରବ, ଭାରତ ଓ ୟୁନାଇଟେଡ ଆରବ ଏମିରେଟସ ପକ୍ଷରୁ ଭିତ୍ତିଭୂମି ସଂକ୍ରାନ୍ତ ଚୁକ୍ତି ହେବା ଆଶା ରହିଛି। ଉପସାଗରୀୟ ରାଷ୍ଟ୍ରକୁ ରେଳଲାଇନ ସଂଯୋଗ ନେଇ ଏହି ଚୁକ୍ତିରେ କ୍ଷେତ୍ର ପ୍ରସ୍ତୁତ କରାଯିବ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦୃଷ୍ଟିବାଧିତ କ୍ରିକେଟର, ଆଇବିଏସଏ ୱାର୍ଲ୍ଡ ଗେମ୍ସରେ ଜିତି ଫେରିଲେ ଓଡିଶା

ଭୁବନେଶ୍ବର: ବିଦେଶ ମାଟିରେ ଚମକିଲେ ଓଡ଼ିଆ ଝିଅ । ଇଂଲଣ୍ଡରେ କମାଲ ଦେଖାଇଲେ ୪ ଓଡ଼ିଆ ଝିଅ । ଓଡ଼ିଶାକୁ ଗର୍ବିତ କରିଥିବା ଏହି ୪ ଦୃଷ୍ଟିବାଧିତ ମହିଳା ଓ ୩ ଜଣ ପୁରୁଷ କ୍ରିକେଟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏତେ ବଡ଼ ସଫଳତା ପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଭଲ କ୍ୟାରିଅର ଗଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମହିଳା କ୍ରିକେଟରଙ୍କୁ ୨୦ ଲକ୍ଷ ଓ ପୁରୁଷ କ୍ରିକେଟରଙ୍କୁ ୧୫ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ଇଂଲଣ୍ଡର ବର୍ମିଂହାମରେ ଆଇବିଏସଏ ୱାର୍ଲ୍ଡ ଗେମ୍ସରେ ମହିଳା ଦୃଷ୍ଟିବାଧିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବିଜୟ ଲାଭ କରି ସ୍ୱର୍ଣ୍ଣପଦକ ଜିତିଥିଲା ଭାରତ । ଆଉ ଏହି ଦଳରେ ଥିଲେ ଓଡ଼ିଶାର ଫୁଲ ସୋରେନ, ବାସନ୍ତୀ ହାଂସଦା, ଝିଲି ବିରୁଆ ଓ ପଦ୍ମିନୀ ଟୁଡୁ । ଓଡ଼ିଶା ଫେରିଲା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ଖେଳାଳିଙ୍କୁ ସ୍ୱାଗତ କରାଯାଇଥିଲା ।

ଆଇବିଏସଏ ୱାର୍ଲ୍ଡ ଗେମ୍ସରେ ପୁରୁଷ ଟିମ୍‌ ରୌପ୍ୟ ପଦକ ହାସଲ କରିଥିଲେ । ଟିମ୍‌ରେ ତିନି ଜଣ ଓଡ଼ିଆ ଥିଲେ । ସେମାନେ ହେଲେ ଜାଫର ଇକବାଲ, ନାକୁଲା ବଡ଼ନାୟକ ଏବଂ ପଙ୍କଜ ଭୁଏ । ଏମାନଙ୍କର କଠିନ ପରିଶ୍ରମ ଏବଂ ସଫଳତା ପାଇଁ ଆଜି ସାରା ଓଡ଼ିଆ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପୂର୍ବରୁ ବ୍ଲାଇଣ୍ଡ କ୍ରିକେଟ ଆସୋସିଏସନ ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ କରାଯାଇଛି । ଅଭାବ ଅନଟନରେ ଦିନ କାଟିବା ସତ୍ୱେ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏହି କ୍ରିକେଟର । ଗରିବ ପରିବାରରୁ ଆସିଥିବା ଏହି ପ୍ରତିଭା ଭୋକ ଉପବାସରେ ସମୟ ବିତାଇଛନ୍ତି । ବାପା, ମାଆ ମୂଲ ଲାଗି ପରିବାର ଚଳାଇଛନ୍ତି । କିନ୍ତୁ କ୍ରିକେଟ ଖେଳିବା ପରଠାରୁ ଏମାନଙ୍କ ଜୀବନରେ ଅନେକ ପରିବର୍ତନ ଆସିଛି ।