spot_img
Home Blog Page 2769

ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଜିଆରଏସ 

ନୂଆପଡ଼ା: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଜିଆରଏସ। ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ନୂଆପଡ଼ା ଜିଲ୍ଲା ସୁନାରିସିକୁଅଁ ପଞ୍ଚାୟତ ଗ୍ରାମ ରୋଜଗାର ସେବକ ବା ଜି.ଆର.ଏସ  ପ୍ରାଣବନ୍ଧୁ ଦଣ୍ଡସେନା । ତାଙ୍କ ସହିତ ସେହି ପଞ୍ଚାୟତର ଜଣେ ବ୍ୟକ୍ତି କମଳାକାନ୍ତ ପ୍ରଧାନଙ୍କୁ ମଧ୍ୟ ଗିରଫ କରାଯାଇଛି।

ମନରେଗା କାମର ବକେୟା ଅର୍ଥ କରାଇଦେବା ପାଇଁ କମଳାକାନ୍ତ ପ୍ରଧାନଙ୍କ ଜରିଆରେ ପ୍ରାଣବନ୍ଧୁ ଦଣ୍ଡସେନା ଜଣଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ସମ୍ପୃକ୍ତ ବ୍ୟକ୍ତି ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଭିଜିଲାନ୍ସ ଜାଲ ବିଛାଇଥିଲା। ଆଜି ଲାଞ୍ଚ ନେବା ବେଳେ ଟଙ୍କା ଜବତ କରିଛି ଭିଜିଲାନ୍ସ। ଜିଆରଏସ ପ୍ରାଣବନ୍ଧୁ ଦଣ୍ଡସେନା ଓ କମଳାକାନ୍ତ ପ୍ରଧାନଙ୍କୁ ଭିଜିଲାନ୍ସ ଗିରଫ କରିଛି। ଉଭୟଙ୍କ ନାଁରେ ରୁଜୁ ହୋଇଛି ମାମଲା।

କୋରାପୁଟ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶକ୍ରମେ କଳାହାଣ୍ଡି ଭିଜିଲାନ୍ସ ଡି.ଏସ.ପି. ପ୍ରଦୀପ କୁମାର ଆଇଣ୍ଡଙ୍କ ନେତୃତ୍ୱରେ ପାଞ୍ଚ ଜଣିଆ ଟିମ ଜିଆରଏସଙ୍କ ପୈତୃକ ଘର ଓ ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟରେ ଚଢ଼ାଉ କରି ଅଧିକ ତଦନ୍ତ ଜାରି ରଖିଛି।

ମାଲକାନଗିରି ସୀମାନ୍ତ ଅଞ୍ଚଳରେ ନାଚ ଗୀତରେ ମସଗୁଲ୍ ମାଓବାଦୀ, ଭିଡ଼ିଓ ଭାଇରାଲ୍

ବସ୍ତର: ମାଓ କ୍ୟାମ୍ପରେ ମାଓବାଦୀମାନଙ୍କ ନାଚଗୀତର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବସ୍ତର ଜିଲ୍ଲାର ଏକ ଅଜ୍ଞାତ ସ୍ଥାନରେ ମାଓ କ୍ୟାମ୍ପରେ ମାଓବାଦୀମାନେ ନାଚୁଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓରେ ଅନେକ ମାଓବାଦୀ ମାଓ ୟୁନିଫର୍ମ ସହ ବନ୍ଧୁକ ଧରି ପରସ୍ପରର ହାତ ଧରି ଗୀତର ତାଳେ ତାଳେ ନାଚୁଥିବାର ଦେଖିବାକୁ ମିଳିଛି । ଏଥିରେ କିଛି ସାଧାରଣ ଲୋକ ମଧ୍ୟ ଅଛନ୍ତି ବୋଲି କୁହାଯାଉଛି । ଉଭୟ ପୁରୁଷ ଏବଂ ମହିଳା ମାଓବାଦୀ ନାଚୁଥିବା ବେଳେ ଅନ୍ୟ କିଛି ମାଓବାଦୀ ବନ୍ଧୁକ ଧରି ପାଖରେ ଛିଡ଼ା ହୋଇଛନ୍ତି । ସାଧାରଣତଃ, ମାଓବାଦୀମାନେ କୌଣସି ଅଘଟଣ ଘଟାଇବାରେ ସଫଳ ହେଲେ କିମ୍ବା କୌଣସି ବିଶେଷ କାର୍ଯ୍ୟକ୍ରମ ଆୟୋଜନ କଲେ ଉତ୍ସବ ପାଳନ କରନ୍ତି ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି।

ବିଦେଶୀ ଖାଇବେ ୪୦୦ରୁ ଅଧିକ ବ୍ୟଞ୍ଜନ, ମାଣ୍ଡିଆ ସୁଶୀ ସାଙ୍ଗକୁ ଜାପାନରୁ ମଗାଯାଇଛି ଅକ୍ଟୋପସ

ନୂଆଦିଲ୍ଲୀ: ଜି ୨୦ ସମ୍ମିଳନୀ ପାଇଁ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ପ୍ରସ୍ତୁତ ଭାରତ ମଣ୍ଡପମରେ ବିଭିନ୍ନ ରାଷ୍ଟ୍ରାଧ୍ୟକ୍ଷଙ୍କ ପାଇଁ ୭୦୦ ସେଫ୍‌ ଖାଦ୍ୟ ପ୍ରସ୍ତୁତ କରିବେ  । ବିଦେଶୀ ଅତିଥିଙ୍କ ପାଇଁ ପାଖାପାଖି ୪୦୦ରୁ ଅଧିକ ବ୍ୟଞ୍ଜନ ପ୍ରସ୍ତୁତ ହେବ  । ଏହା ଛଡା ଶ୍ରୀ ଅନ୍ନରେ ପ୍ରସ୍ତୁତ ଦେଶୀ ଖାଦ୍ୟ ବିଦେଶୀ ଅତିଥିଙ୍କୁ ପରଷାଯିବ  । ସେପଟେ ଦିଲ୍ଲୀ ସରକାର ଜି ୨୦ ସମ୍ମିଳନୀରେ ପରଷା ଯିବାକୁ ଥିବା ଖାଦ୍ୟର ମାନ ଯା଼ଞ୍ଚ ପାଇଁ ଫୁଡ ସେଫ୍ଟୀ ଅଧିକାରୀଙ୍କୁ ମୁତୟନ କରିଛନ୍ତି  ।

ଜି ୨୦ ସମ୍ମିଳନୀ ପାଇଁ ରାଜଧାନୀ ଦିଲ୍ଲୀର ବଡ ପାଞ୍ଚ ତାରକା ହୋଟେଲ ଷ୍ଟାଫ୍‌ଙ୍କୁ ନିୟୋଜିତ କରାଯାଇଛି  । ଏହା ସହ ସମ୍ମିଳନୀର ଭେନ୍ୟୁ ଭାରତ ମଣ୍ଡପମରେ ଅତିଥି ମାନଙ୍କ ପାଇଁ ବ୍ରେକଫାଷ୍ଟ, ମଧ୍ୟାହ୍ନ ଭୋଜନ, ହାଇ ଟି, ଡିନର ଏହି ତାରକା ହୋଟେଲର ସେଫ୍‌ ପ୍ରସ୍ତୁତ କରିବେ  । ଭାରତ ମଣ୍ଡପମ୍‌ ଭିତରେ ଏକ ଲାଇଭ କିଚେନ୍‌ର ବ୍ୟବସ୍ଥା କରାଯାଇଛି  । ଅତିଥିଙ୍କ ବରାଦ ଅନୁସାରେ ସେଫ୍‌ ସାଙ୍ଗେସାଙ୍ଗେ ଖାଦ୍ୟ ପ୍ରସ୍ତୁତ କରି ସେମାନଙ୍କୁ ପରଷିବେ  ।  ରୂପା ବାସନରେ ଅତିଥିଙ୍କୁ ଖାଦ୍ୟ ପରଷାଯିବ  । ଏଥିରେ ଭାରତର ବ୍ୟଞ୍ଜନ ଠୁ ନେଇ ଅନ୍ୟ ଦେଶର ପାରମ୍ପାରିକ ଖାଦ୍ୟ ଉପଲବ୍ଧ ହେବ  ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶୀ ଖାଦ୍ୟପେୟକୁ ଅଧିକ ଗୁରୁତ୍ବ ଦେଇ ଆସୁଛନ୍ତି  । ଏଣୁ ମିଲେଟରେ ପ୍ରସ୍ତୁତ ସୁଶୀ, ବାଜରା ଗହମର ନୁଜଲ୍ସ ଭଳି ପ୍ରସ୍ତୁତ ଖାଦ୍ୟ ବିଦେଶୀ ଅତିଥିଙ୍କୁ ପରଷାଯିବ  । ସେହିପରି ମାଂସାହାରୀ ଅତିଥିଙ୍କ ପାଇଁ ଜାପାନରୁ ଅକ୍ଟୋପସ ଓ ସାଲମନ ମାଛ ମଗାଯାଇଛି  ।

ବିଦେଶୀ ରହୁଥିବା ୧୯ଟି ପାଞ୍ଚ ତାରକା ହୋଟେଲରେ ୧୮ ଅଧିକାରୀ ଖାଦ୍ୟ ପଦାର୍ଥର ମାନ ଯାଞ୍ଚ କରିବେ  । ସେହିପରି ୨୪ ଘଣ୍ଟା ମଧ୍ୟରେ କଞ୍ଚାମାଲର ଲ୍ୟାବ୍‌ ରିପୋର୍ଟ ଆସିବା ପରେ କଞ୍ଚା ଖାଦ୍ୟ ସାମଗ୍ରୀକୁ ରୋଷେଇରେ ବ୍ୟବହାର କରାଯିବ  । ଲ୍ୟାବ ଟେଷ୍ଟିଂ ବିନା ନା ରୋଷେଇରେ କୌଣସି ସାମଗ୍ରୀ ବ୍ୟବହୃତ ହେବ ନା ରନ୍ଧାଯିବ  ।

ଦୁଇ ଦିବସୀୟ ଜି୨୦ ସମ୍ମିଳନୀ ଆସନ୍ତା ସେପ୍ଟେମ୍ବର ୯ରୁ ଆରମ୍ଭ ହେବ  । ବିଭିନ୍ନ ଦେଶର ପ୍ରତିନିଧିଙ୍କ ରହିବା ପାଇଁ ୨୩ଟି ପଞ୍ଚତାରକା ହୋଟେଲର ବ୍ୟବସ୍ଥା କରାଯାଇଛି  ।

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ପ୍ରବାହ, ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ପ୍ରବାହ। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି। ଆସନ୍ତାକାଲି ଯାଏଁ ଏଭଳି ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ବର୍ଷା ପାଇଁ ପଶ୍ଚିମ ଓ ଉତ୍ତର ଓଡ଼ିଶାକୁ ସତର୍କତା ଜାରି ହୋଇଛି।

ଏଥିପାଇଁ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ମୟୂରଭଞ୍ଜ ଓ କଟକକୁ ପ୍ରବଳ ବର୍ଷା ପାଇଁ ଆଲର୍ଟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ସବୁ ଜିଲ୍ଲାରେ ୭୦-୧୧୦ମିମି ବର୍ଷା ସମ୍ଭାବନା ରହିଛି । ୧ ସେପ୍ଟେମ୍ବରରୁ ଏବେ ଯାଏ ରାଜ୍ୟରେ ୮୪.୬ ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ବାଭାବିକ ବର୍ଷା ୭୦.୪ ମିମି ତୁଳନାରେ ୨୦% ଅଧିକ।

କେମିତି ହୁଏ ଆମେରିକା ରାଷ୍ଟ୍ରପତିଙ୍କ ଏଣ୍ଟ୍ରି ? ହସ୍ପିଟାଲରୁ ୧୦ ମିନିଟ ଦୂରତା ଥିବା ହୋଟେଲରେ ରୁହନ୍ତି

ନୂଆଦିଲ୍ଲୀ: କେହି ଜଣେ ପତ୍ରକାର ଲେଖିଥିଲେ ଯେ ଯେତେବେଳେ ଆମେରିକା ରାଷ୍ଟ୍ରପତି ଚାଲନ୍ତି ଦୁନିଆ ଅଟକିଯାଏ  । ଆଜି ସନ୍ଧ୍ୟା ୭ଟାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିମାନ ଭାରତୀୟ ଆକାଶରେ ପ୍ରବେଶ କଲେ ତିନି ସ୍ତରୀୟ ସୁରକ୍ଷା ବଳୟ ଆକ୍ଟିଭ ହୋଇଯିବ  । ସନ୍ଧ୍ୟା ୬ଟା ୫୫ ସମୟରେ ଆମେରିକା ଏଜେନ୍ସୀ ସିଆଇଏ, ସିକ୍ରେଟ ସର୍ଭିସ, ସେନା, ଏୟାରଫୋର୍ସ ସମସ୍ତେ ଆଲର୍ଟରେ ରହିବେ  । ତେବେ ସିକ୍ରେଟ ସର୍ଭିସ, ଓ ସିଆଇଏ ସହ ବାଇଡେନଙ୍କ ସୁପର କାର ବିଷ୍ଟ ଆଗୁଆ ଭାରତରେ ପହଞ୍ଚି ସାରିଲାଣି  । ଜମ୍ବୋ ବିମାନ ବୋଇଙ୍ଗ ସି ୧୭ ଗ୍ଲୋବମାଷ୍ଟର ଯୋଗେ ଆମେରିକାରୁ ବାଇଡେନଙ୍କ କାର ଗୁଡିକ ଭାରତ ପହଞ୍ଚିଛି  । ବାଇଡେନଙ୍କ ପ୍ରଥମ ସୁରକ୍ଷା ସ୍ତରର ଦାୟିତ୍ବ ନେଇଛନ୍ତି ଦିଲ୍ଲୀ ପୋଲିସ ଓ ସିଆରପିଏଫ ଯବାନ  । ପିଏମ ମୋଦିଙ୍କୁ ସୁରକ୍ଷା ଦେଉଥିବା ଏସପିଜି କମାଣ୍ଡୋ ଦ୍ବିତୀୟ ସ୍ତରରେ ବାଇଡେନଙ୍କୁ ସୁରକ୍ଷା ଦେବେ  । ତୃତୀୟ ଓ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସ୍ତର ଭାବେ ଆମେରିକାର ସିକ୍ରେଟ ସର୍ଭିସ ବାଇଡେନଙ୍କୁ ସୁରକ୍ଷା ଦେବେ  ।

 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିମାନରୁ ଅବତରଣ କରିବା ପରେ ବାଇଡେନ ତାଙ୍କ ବିଷ୍ଟ କାରରେ ବସି ବିମାନ ବନ୍ଦରରୁ ସିଧାସଳଖ ମୌର୍ଯ୍ୟ ହୋଟେଲରେ ପହଞ୍ଚିବ। ଯେତେବେଳେ ଆମେରିକାର ରାଷ୍ଟ୍ରପତିଙ୍କ ବିଦେଶୀ ଯାତ୍ରା ସ୍ଥିର ହୁଏ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟମାନେ ତିନିମାସ ପୂର୍ବରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦିଅନ୍ତି । ସିଆଇଏ ଏବଂ ସିକ୍ରେଟ୍ ସର୍ଭିସ ଏଜେଣ୍ଟମାନେ ବିମାନବନ୍ଦରରୁ ମୌର୍ଯ୍ୟ ହୋଟେଲ, ସେଠାରୁ ପ୍ରଗତି ମଇଦାନ ଦାନ ଏବଂ ରାଜଘାଟ ପର୍ଯ୍ୟନ୍ତ ସମସ୍ତ ରୁଟ୍‌ରେ ରିଅଲସେଲ କରିସାରିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କେବଳ ରାଷ୍ଟ୍ରପତିଙ୍କ ପାଇଁ ଗୋଟିଏ ନୁହେଁ ଦୁଇରୁ ତିନୋଟି ପଶୁ ଆସିଛନ୍ତି। ଏହାର ମଧ୍ୟ ନିଜସ୍ୱ କାରଣ ଅଛି  ।

 

୧୯୬୩ ମସିହାରେ ଆବ୍ରାହମ ଲିଙ୍କନଙ୍କ ଠାରୁ ଆରମ୍ଭ କରି ଜନ୍ ଏଫ୍ କେନେଡିଙ୍କ ପର୍ଯ୍ୟନ୍ତ ଚାରିଜଣ ଆମେରିକୀୟ ରାଷ୍ଟ୍ରପତିଙ୍କୁ ହତ୍ୟା କରାଯାଇଥିଲା। ଏଭଳି ପରିସ୍ଥିତିରେ ଆମେରିକା ବର୍ତ୍ତମାନ ଏହାର ମୁଖ୍ୟଙ୍କ ସୁରକ୍ଷାକୁ ନେଇ ବହୁତ ସତର୍କ ଏବଂ ଗମ୍ଭୀର ରହିଛି। ଉଦାହରଣ ସ୍ୱରୂପ, ରାଷ୍ଟ୍ରପତି ହ୍ବାଇଟ ହାଉସରୁ ବାହାରି ଆମେରିକା କିମ୍ବା ବିଦେଶ ଯାଉଛନ୍ତି, ସେ ସର୍ବଦା ବିଷ୍ଟରେ ବସି ଯାତ୍ରା କରନ୍ତି । ଏହି ଲିମୋଜାଇନ୍ କାରରେ ରାସାୟନିକ ଆକ୍ରମଣ, ନାଇଟ୍ ଭିଜନ ଟେକ୍ନୋଲୋଜି, ଧୂଆଁ ପରଦା, ଲୁହବୁହା ଗ୍ୟାସ୍ ଭଳି ଯନ୍ତ୍ରପାତି ଏବଂ କୌଶଳ ରହିଛି  । ରାଷ୍ଟ୍ରପତି ୪୫ ମିନିଟରୁ ଅଧିକ ସମୟ ପାଇଁ ଖୋଲା ଆକାଶରେ ରହିପାରିବେ ନାହିଁ  । କିନ୍ତୁ ଓବାମା ଭାରତ ଗସ୍ତ ସମୟରେ ଏକଦା ଦୁଇ ଘଣ୍ଟା ଧରି ଦିଲ୍ଲୀରେ ବସିଥିଲେ। ଜଣେ ଆମେରିକୀୟ ବିଶେଷଜ୍ଞଙ୍କ ଅନୁଯାୟୀ, ବିଷ୍ଟର ଶରୀର ଷ୍ଟିଲ-ଟାଇଟାନିୟମ-ଆଲୁମିନିୟମ ଏବଂ ସେରାମିକର ମିଶ୍ରଣରେ ନିର୍ମିତ। ଯଦି ଦୁଇ କିମ୍ବା ତିନୋଟି କାର ଏକାଠି ଗତି କରନ୍ତି, ତେବେ ଆକ୍ରମଣ ସମୟରେ ସେମାନେ ରାଷ୍ଟ୍ରପତିଙ୍କ କାରକୁ ମଧ୍ୟ ସୁରକ୍ଷା ଯୋଗାଇ ପାରିବେ  । ଏହା ଏକ ଅତିରିକ୍ତ ଢାଲ ଭାବରେ ସୁରକ୍ଷା ଦେଇଥାଏ । ଏହାର ଟାୟାରଗୁଡ଼ିକ କେବେ ବି ପମ୍ପଚର ହୁଏ ନାହିଁ ଏବଂ ଗ୍ଲାସ ଏତେ ଶକ୍ତିଶାଳୀ ଓ ମୋଟା ଯେ ବୁଲେଟ୍ କାରକୁ ଭେଦ କରିପାରେ ନାହିଁ  । କାରରେ ଏକ ଛୋଟ ଫ୍ରିଜ୍ ମଧ୍ୟ ଅଛି ଯେଉଁଥିରେ ରାଷ୍ଟ୍ରପତିଙ୍କ ରକ୍ତ ଗ୍ରୁପର ରକ୍ତ ମହଜୁଦ ରଖାଯାଇଥାଏ  ।

 

ଆଜି ସନ୍ଧ୍ୟାରେ ବାଇଡେନଙ୍କ ବିମାନ ସହ ୬ଟି ବୋଇଙ୍ଗ ସି ୧୭ ବିମାନ ବି ରହିବ  । ସିକ୍ରେଟ ସର୍ଭିସ ଏଜେଣ୍ଟ ହୋଟେଲ, ବିମାନବନ୍ଦର ପାଖ ଜରୁରୀକାଳୀନ ରୁଟ ବି ପ୍ରସ୍ତୁତ ରଖିଥାନ୍ତି  । ରାଷ୍ଟ୍ରପତି ଯେଉଁ ହୋଟେଲରେ ରହିବେ ସେଠାରୁ ହସ୍ପିଟାଲର ଟ୍ରମା ସେଣ୍ଟରର ଦୂରତା ୧୦ ମିନିଟ ମଧ୍ୟରେ ନିର୍ଦ୍ଧାରିତ କରାଯାଏ  । ସେହିପରି ରାଷ୍ଟ୍ରପତି ଯେଉଁ ହୋଟେଲରେ ରୁହନ୍ତି ସେଠାରେ ସବୁ ଫ୍ଲୋରକୁ ଖାଲି କରିଦିଆଯାଏ  । ଝରକାରେ ବି ବୁଲେଟ ପ୍ରୁଫ ସିଲ୍ଡ ଲଗାଯାଇଥାଏ  । ରାଷ୍ଟ୍ରପତିଙ୍କ ରୋଷେୟା ତାଙ୍କ ସହିତ ହି ଯାତ୍ରା କରିଥାଏ  ।

ମଙ୍ଗଳ ଗ୍ରହକୁ ନାସା ପଠାଇଥିବା ପ୍ରିଜର୍ଭାନ୍ସ ରୋଭର ଅମ୍ଲଜାନ ସୃଷ୍ଟି କରିଛି

ନନ୍ଦିଘୋଷ ବ୍ୟୁରୋ : ମଙ୍ଗଳ ଗ୍ରହରେ ସମ୍ଭବ ହୋଇପାରେ ଜୀବନ । ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାକୁ ମିଳିଛି ବଡ଼ ସଫଳତା । ମଙ୍ଗଳ ଗ୍ରହକୁ ନାସା ପଠାଇଥିବା ପ୍ରିଜର୍ଭାନ୍ସ ରୋଭର ଜରିଆରେ ସେଠାରେ ଅମ୍ଲଜାନ ସୃଷ୍ଟି କରାଯାଇଥିବା କହିଛି ସଂସ୍ଥା । ମାସାଚୁସେଟେସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ବା ଏମଆଇଟି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ମାର୍ସ ଅକ୍ସିଜେନ ଇନ-ସିଟୁ ରିସୋର୍ସ ୟୁଟିଲାଇଜେସନ ଏକ୍ସପେରିମେଣ୍ଟ ବା ମୋକ୍ସି ଜରିଆରେ ଏହି ଅମ୍ଳଜାନ ସୃଷ୍ଟି କରାଯାଇଛି । ମୋକ୍ସିର ଆକାର ଏକ ମାଇକ୍ରୋଓ୍ବେଭ ଓଭନ ଆକାରର ହୋଇଥିବାବେଳେ ତହିଁରୁ ଅମ୍ଳଜାନ ବାହାରିବା ମଙ୍ଗଳ ଅଭିଯାନର ସଫଳତାକୁ ଆଶା ଦେଇଛି । ଏହି ରୋଭର ଅଙ୍ଗାରକାମ୍ଳଜାନକୁ ଅମ୍ଳଜାନରେ ପରିଣତ କରିଥିବା ସୂଚନା ମିଳିଛି ।Water on Mars? NASA just made a shocking revelation about Mars | Tech News

ଗତ ୨୦୨୧ରେ ମୋକ୍ସିକୁ ମଙ୍ଗଳରେ ଅବସ୍ଥାପିତ କରାଯାଇଥିଲା । ତହିଁରୁ ୧୨୨ ଗ୍ରାମ ଅମ୍ଳଜାନ ସୃଷ୍ଟି ହୋଇଛି । ଏହି ଅମ୍ଳଜାନ ୯୮ ପ୍ରତିଶତ ବିଶୁଦ୍ଧ ଏବଂ ଉଭୟ ଇନ୍ଧନ ଓ ପ୍ରଶ୍ବାସ ଲାଗି ଯୋଗ୍ୟ । ଉଭୟ ମଙ୍ଗଳ ଓ ଚନ୍ଦ୍ର ଲାଗି ଅମ୍ଳଜାନ ଉତ୍ସ ଜରୁରୀ ହୋଇଥିବାବେଳେ ମଙ୍ଗଳରେ ଅମ୍ଳଜାନ ସୃଷ୍ଟି ଗୁରୁତ୍ବପୂର୍ଣ୍ଣ ହୋଇଛି । ଏଣିକି ମଙ୍ଗଳକୁ ମାନବ ପଠାଇବା ସମ୍ଭବ ହୋଇପାରେ ବୋଲି ଆଶା କରାଯାଉଛି । ମଙ୍ଗଳରେ ଏହି ରୋଭର ଇଲେକ୍ଟ୍ରୋକେମିକାଲ ପ୍ରକ୍ରିୟା ଜରିଆରେ କାର୍ବନ ଡାଇଅକ୍ସାଇଡର ପ୍ରତି କଣିକାରୁ ଅମ୍ଳଜାନ ସୃଷ୍ଟି କରିବାକୁ ସକ୍ଷମ ହୋଇଛି ।

ମଙ୍ଗଳ ଗ୍ରହକୁ ନାସା ପଠାଇଥିବା ପ୍ରିଜର୍ଭାନ୍ସ ରୋଭର ଅମ୍ଲଜାନ ସୃଷ୍ଟି କରିଛି

ନନ୍ଦିଘୋଷ ବ୍ୟୁରୋ : ମଙ୍ଗଳ ଗ୍ରହରେ ସମ୍ଭବ ହୋଇପାରେ ଜୀବନ । ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାକୁ ମିଳିଛି ବଡ଼ ସଫଳତା । ମଙ୍ଗଳ ଗ୍ରହକୁ ନାସା ପଠାଇଥିବା ପ୍ରିଜର୍ଭାନ୍ସ ରୋଭର ଜରିଆରେ ସେଠାରେ ଅମ୍ଲଜାନ ସୃଷ୍ଟି କରାଯାଇଥିବା କହିଛି ସଂସ୍ଥା । ମାସାଚୁସେଟେସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ବା ଏମଆଇଟି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ମାର୍ସ ଅକ୍ସିଜେନ ଇନ-ସିଟୁ ରିସୋର୍ସ ୟୁଟିଲାଇଜେସନ ଏକ୍ସପେରିମେଣ୍ଟ ବା ମୋକ୍ସି ଜରିଆରେ ଏହି ଅମ୍ଳଜାନ ସୃଷ୍ଟି କରାଯାଇଛି । ମୋକ୍ସିର ଆକାର ଏକ ମାଇକ୍ରୋଓ୍ବେଭ ଓଭନ ଆକାରର ହୋଇଥିବାବେଳେ ତହିଁରୁ ଅମ୍ଳଜାନ ବାହାରିବା ମଙ୍ଗଳ ଅଭିଯାନର ସଫଳତାକୁ ଆଶା ଦେଇଛି ।

ଏହି ରୋଭର ଅଙ୍ଗାରକାମ୍ଳଜାନକୁ ଅମ୍ଳଜାନରେ ପରିଣତ କରିଥିବା ସୂଚନା ମିଳିଛି । ଗତ ୨୦୨୧ରେ ମୋକ୍ସିକୁ ମଙ୍ଗଳରେ ଅବସ୍ଥାପିତ କରାଯାଇଥିଲା । ତହିଁରୁ ୧୨୨ ଗ୍ରାମ ଅମ୍ଳଜାନ ସୃଷ୍ଟି ହୋଇଛି । ଏହି ଅମ୍ଳଜାନ ୯୮ ପ୍ରତିଶତ ବିଶୁଦ୍ଧ ଏବଂ ଉଭୟ ଇନ୍ଧନ ଓ ପ୍ରଶ୍ବାସ ଲାଗି ଯୋଗ୍ୟ । ଉଭୟ ମଙ୍ଗଳ ଓ ଚନ୍ଦ୍ର ଲାଗି ଅମ୍ଳଜାନ ଉତ୍ସ ଜରୁରୀ ହୋଇଥିବାବେଳେ ମଙ୍ଗଳରେ ଅମ୍ଳଜାନ ସୃଷ୍ଟି ଗୁରୁତ୍ବପୂର୍ଣ୍ଣ ହୋଇଛି । ଏଣିକି ମଙ୍ଗଳକୁ ମାନବ ପଠାଇବା ସମ୍ଭବ ହୋଇପାରେ ବୋଲି ଆଶା କରାଯାଉଛି । ମଙ୍ଗଳରେ ଏହି ରୋଭର ଇଲେକ୍ଟ୍ରୋକେମିକାଲ ପ୍ରକ୍ରିୟା ଜରିଆରେ କାର୍ବନ ଡାଇଅକ୍ସାଇଡର ପ୍ରତି କଣିକାରୁ ଅମ୍ଳଜାନ ସୃଷ୍ଟି କରିବାକୁ ସକ୍ଷମ ହୋଇଛି ।

ମାଂସ ଖାଇବା ଛାଡିଦେଲେ ଭୂସ୍ଖଳନ ପରି ବିପଦ ଆସିବ ନାହିଁ : IIT ମଣ୍ଡିର ନିର୍ଦ୍ଦେଶକ

ହିମାଚଳ ପ୍ରଦେଶ : ମାଂସ ଖାଇବା ଯୋଗୁ ଭୂସ୍ଖଳନ ହେଉଛି । ମାଂସ ଖାଇବା ଛାଡିଦେଲେ ଭୂସ୍ଖଳନ ପରି ବିପଦ ଆସିବ ନାହିଁ । ଏକଥା ଆମେ କହୁନାହୁଁ । ଏହା କହିଛନ୍ତି- ଖୋଦ୍ ଆଇଆଇଟି ମଣ୍ଡିର ନିର୍ଦ୍ଦେଶକ ଲକ୍ଷ୍ମୀଧର ବେହେରା । ଛାତ୍ରମାନଙ୍କୁ ସେ ମାଂସ ନଖାଇବା ଲାଗି ପରାମର୍ଶ ଦେବା ସହ ମାଂସ ଖାଇବା ଯୋଗୁ ହିମାଚଳ ପ୍ରଦେଶରେ ଭୂସ୍ଖଳନ ଓ ବାଦଲଫଟା ବର୍ଷା ପରି ବିପଦ ଆସୁଛି ବୋଲି କହିଛନ୍ତି । ପ୍ରାଣୀମାନଙ୍କ ପ୍ରତି ହିଂସାର କାରଣରୁ ଏପରି ବିପଦ ଆସୁଥିବା ସେ ଦର୍ଶାଇଛନ୍ତି । ପ୍ରାଣୀମାନଙ୍କ ସହ ପରିବେଶର ଏକ ମହତ ସମ୍ପର୍କ ରହିଛି । ପ୍ରାଣୀଙ୍କୁ ହତ୍ଯା କରାଯିବା ଦ୍ବାରା ପରିବେଶ ଉପରେ ଏହାର ପ୍ରଭାବ ପଡୁଛି । ଏହାର ଫଳସ୍ବରୂପ ଏପରି ପ୍ରାକୃତିିକ ବିପର୍ଯ୍ୟୟ ବାରମ୍ବାର ଘଟୁଛି ବୋଲି ସେ କହିଛନ୍ତି ।Village chief who alerted others falls victim to Himachal landslide along  with kin- The New Indian Express

ନିରାମିଷାଂଶୀ ହେବା ଭଲ ମଣିଷର ପରିଚୟ । ମାଂସ ନଖାଇବା ଲାଗି ଛାତ୍ରଛାତ୍ରୀ ଶପଥ କରନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି । ଲକ୍ଷ୍ମୀଧରଙ୍କ ଏହି ବିବୃତିକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି । ଗତବର୍ଷ ବି ସେ ପବିତ୍ର ମନ୍ତ୍ର ପାଠକରି ତାଙ୍କର ଜଣେ ବନ୍ଧୁଙ୍କ ଆପାର୍ଟମେଣ୍ଟସ୍ଥିତ ବାସଭବନରୁ ଭୂତପ୍ରେତ ଦୂର କରିବାକୁ ସକ୍ଷମ ହୋଇଥିଲେ ବୋଲି ସେ କହିଥିଲେ । ଏହାକୁ ନେଇ ବହୁ ବିବାଦ ସୃଷ୍ଟି ହୋଇଥିଲା ।

ଖଣ୍ଡପଡ଼ା ଭୋଟରଙ୍କ ଅଭିଯୋଗ, ଭୋଟ ପରେ ଭୁଲିଗଲେ ବିଧାୟକ

ନୟାଗଡ଼ : ଖଣ୍ଡପଡ଼ାବାସୀଙ୍କୁ ଆଡ଼ ଆଖିରେ ଚାହୁଁନାହାନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସୌମ୍ୟରଞ୍ଜନ ନିର୍ବାଚନ ଜିତିବା ପରେ ଖଣ୍ଡପଡ଼ାର ରାସ୍ତା ଓ ବିକାଶ କଥା ଭୁଲିଯାଇଛନ୍ତି  । କରୋନା ଓ ବନ୍ୟା ସମୟରେ ବି ଜନତାଙ୍କ ପାଖକୁ ଯାଇନାହାନ୍ତି  । ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ଗୋଟିଏ ବି ପ୍ରସ୍ତାବ ଦେଇନାହାନ୍ତି। ବିଧାୟକଙ୍କର ଏଭଳି ଆଚରଣକୁ ନେଇ ଖଣ୍ଡପଡ଼ାବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି  । ଶିଖରପୁର ପଞ୍ଚାଚାୟତ ବାସୀଙ୍କ ଅଭିଯୋଗ ଅନୁସାରେ । କିଛି ଚୋର, ଟାଉଟରଙ୍କୁ ଧରି ଶାସନ ଚଳାଇବାକୁ ଚାହୁଁଛନ୍ତି ସୌମ୍ୟ ରଞ୍ଜନ । ଆମେ ତାଙ୍କୁ ଭୋଟ ଦେଇ ଭୁଲ କରିଛୁ ବୋଲି ନିର୍ବାଚିତ ସରପଞ୍ଚ, ସମିତିସଭ୍ୟ, ଓ୍ବାର୍ଡ ମେମ୍ବର କହିଛନ୍ତି । ସୌମ୍ୟଙ୍କୁ ତାଳଗଛ ସହ ତୁଳନା କରିଛନ୍ତି ଜନସାଧାରଣ  ।

ଲୋକ କହିଛନ୍ତି ସୌମ୍ୟଙ୍କୁ ବରଗଛ ଭାବି ଆଶ୍ରୟ ନେବାକୁ ଭୋଟ୍ ଦେଇଥିଲୁ ହେଲେ ସେ ଏକ ତାଳଗଛ ବୋଲି ପରେ ଜାଣିବାକୁ ପାଇଲୁ  । କାରଣ ନିର୍ବାଚନ ପରଠାରୁ ସୌମ୍ୟ ପଟ୍ଟନାୟକଙ୍କୁ ଦେଖିବାକୁ ପାଇଲୁ ନାହିଁ । ଲୋକଙ୍କ ସୁଖ ଦୁଃଖରେ ଛିଡ଼ାହେବା ପଇଁ ଭୋଟ ଦେଇ ନିର୍ବାଚିତ କରିତିଥିଲୁ କିନ୍ତୁ ଆଜି ସବୁ କେମିତି ଭୁଲ ହୋଇଗଲା ।