spot_img
Home Blog Page 278

ଆମେରିକାର ଏକ ସ୍କୁଲରେ ଗୁଳିମାଡ଼ : ୨ ମୃତ, ୧୭ ଆହତ

ନନ୍ଦିଘୋଷ ବ୍ୟୁରୋ : ଆମେରିକାର ମିନେସୋଟାର ଏକ ସ୍କୁଲରେ ଆଖିବୁଜା ଗୁଳିଚାଳନା। ଗୁଳିମାଡରେ ୨ ଶିଶୁଙ୍କ ମୃତ୍ୟୁ ଘଟିଥିବାବେଳେ ୧୭ରୁ ଅଧିକ ଆହତ ହୋଇଛନ୍ତି। ମିନେସୋଟାର ମିନେପଲିସସ୍ଥିତ ଆନୁନସିଏସନ କାଥୋଲିକ ସ୍କୁଲରେ ଏହି ଗୁଳିକାଣ୍ଡ ଘଟିଛି। ଗୁଳିମାଡ କରି ବନ୍ଧୁକଧାରୀଜଣକ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମୃଡ ୨ ଶିଶୁଙ୍କ ବୟସ ୮ ବର୍ଷ ଓ ୧୦ ବର୍ଷ ଥିବା ଜଣାଯାଇଛି। ବନ୍ଧୁକଧାରୀଙ୍କ ନାମ ରବିନ ୱେଷ୍ଟମ୍ୟାନ ବୋଲି ସୂଚନା ମିଳିଛି। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମିନେପଲିସ ପୋଲିସ ମୁଖ୍ୟ ବ୍ରିଆନ ଓହାରା କହିଛନ୍ତି- ସ୍ଥାନୀୟ ହସ୍ପିଟାଲରେ ଆହତମାନଙ୍କୁ ଚିକିତ୍ସା କରାଯାଉଛି। ଏକ ରାଇଫଲ, ଏକ ସର୍ଟଗନ ଓ ଏକ ପିସ୍ତଲ ଧରି ହତ୍ୟାକାରୀ ସ୍କୁଲ ଭିତରେ ପଶିଥିଲା ଏବଂ ଏହି ସମସ୍ତ ଅସ୍ତ୍ରରେ ପିଲାଙ୍କ ଉପରକୁ ଗୁଳିମାଡ କରିଥିଲା। ସ୍କୁଲରେ ଥିବା ଏକ ଚର୍ଚ୍ଚର ଝରକାରୁ ସେ ଗୁଳିମାଡ କରିଥିଲା। ଆନୁନସିଏସନ କାଥୋଲିକ ସ୍କୁଲ ଏକ ଘରୋଇ ସ୍କୁଲ ଓ ସେଥିରେ ୩୯୫ ଛାତ୍ରଛାତ୍ରୀ ପଢୁଥିଲେ। ନିରୀହ ପିଲାଙ୍କ ଉପରେ ଗୁଳିମାଡକୁ ସବୁ ମହଲରୁ ନିନ୍ଦା କରାଯାଇଛି। ଗୁଳିକାଣ୍ଡ ପରେ ସ୍କୁଲକୁ ଖାଲି କରିଦିଆଯାଇଛି। ସ୍କୁଲରେ ପ୍ରିକିଣ୍ଡରଗାର୍ଟନରୁ ଅଷ୍ଟମ ଶ୍ରେଣୀ ଯାଏ ରହିଛି। ଏହି ଘଟଣାର ସ୍ଥିତି ସମୀକ୍ଷା କରିଛନ୍ତି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ଏହାର ତଦନ୍ତ ଏଫବିଆଇ କରୁଛି ବୋଲି ସେ କହିଛନ୍ତି।

ଲାଞ୍ଚଖୋର ଆସିଷ୍ଟାଣ୍ଟ ଟାକ୍ସ କମିସନର ସରିତା ବାରିକ ଗିରଫ

ନନ୍ଦିଘୋଷ ବ୍ୟୁରୋ : ଲାଞ୍ଚଖୋର ଆସିଷ୍ଟାଣ୍ଟ ଟାକ୍ସ କମିସନର ସରିତା ବାରିକଙ୍କୁ ଗିରଫ କଲା ଭିଜିଲାନ୍ସ। ଗିରଫ ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି। ଚଢ଼ାଉ ବେଳେ ସରିତା ବାରିକଙ୍କ ଘରୁ ଭିଜିଲାନ୍ସ ନଗଦ ୧ ଲକ୍ଷ ୪୫ ହଜାର ଟଙ୍କା, ୬୦ ଲକ୍ଷ ଟଙ୍କାର ସ୍ଥାୟୀ ଜମା ଏବଂ ୨୨୨ ଗ୍ରାମ୍ ସୁନା ଜବତ କରିଛି ଭିଜିଲାନ୍ସ ଟିମ୍। ଗତକାଲି ରାତିରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଜଣେ ବ୍ୟବସାୟୀଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ରଙ୍ଗେହାତ ଧରିଥିଲା । ୟୁନିଟ ୪ ମଧୁସୂଦନ ନଗର ସ୍ଥିତ ଭଡାଘରେ ଏହି କାରବାର ବେଳେ ଧରିଥିଲା ଭିଜିଲାନ୍ସ । ଜଣେ ବେକେରି ମାଲିକଙ୍କ ଉପରେ ଲାଗିଥିବା ଜରିମାନା ରଫାଦଫା କରିବା ପାଇଁ ସରିତା ବାରିକ ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଏ ନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ଭୁବନେଶ୍ୱର ଡିଭିଜନ ଏସପି ସରୋଜ ସାମଲ ।

ବନ୍ୟାଜଳରେ ଭାସିଗଲା କାର୍ ; ସ୍ବାମୀ, ସ୍ତ୍ରୀ ଓ ଦୁଇ ସନ୍ତାନଙ୍କ ସଲିଳ ସମାଧି

ନନ୍ଦିଘୋଷ ବ୍ୟୁରୋ : ଛତିଶଗଡ଼ର କାଙ୍ଗର ଭ୍ୟାଲି ଜାତୀୟ ଉଦ୍ୟାନ ଅଞ୍ଚଳର NH-30 ରେ ଅଘଟଣ। ଦରଭା ନିକଟରେ ହୃଦୟ ବିଦାରକ ଘଟଣା। ବନ୍ୟା ଜଳରେ ଭାସିଗଲା କାର। କାରରେ ଥିବା ଗୋଟିଏ ପରିବାରର ୪ ସଦସ୍ୟଙ୍କ ହୋଇଛି ମୃତ୍ୟୁ। ମୃତକଙ୍କ ମଧ୍ୟରେ ଅଛନ୍ତି ସ୍ୱାମୀ-ସ୍ତ୍ରୀ ଏବଂ ୨ ସନ୍ତାନ। ତାମିଲନାଡୁର ଏକ ପରିବାର କାରରେ ବସ୍ତର ବୁଲିବାକୁ ଆସିଥିଲେ। ତେବେ ଦୁର୍ଭାଗ୍ୟବଶତଃ ଭରା ନଈରେ କାରଟି ଭାସିଯାଇଥିଲା। ଡ୍ରାଇଭର ପହଁରି ନିଜ ଜୀବନ ବଞ୍ଚାଇଥିଲେ। କିନ୍ତୁ ପରିବାରର ଚାରି ଜଣ ସଦସ୍ୟଙ୍କ ପ୍ରାଣହାନି ଘଟିଥିଲା। ASP ମହେଶ୍ୱର ନାଗ କହିଛନ୍ତି- ବିଳମ୍ବିତ ରାତିରେ ବହୁ ପରିଶ୍ରମ ପରେ SDRF କାରରେ ଫସି ରହିଥିବା ମୃତଦେହଗୁଡ଼ିକୁ ବାହାର କରିଛି। ସମସ୍ତ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଜଗଦଲପୁର ମେଡିକାଲ କଲେଜକୁ ପଠାଯାଇଛି।

ଚାଷୀଙ୍କୁ ମିଳିଲା ସିଏମ୍ କିଷାନ ଯୋଜନାର ତୃତୀୟ କିସ୍ତି

ନନ୍ଦିଘୋଷ ବ୍ୟୁରୋ :  ୨୦୨୫-୨୬ ରବି ଋତୁ ପାଇଁ ଚାଷୀମାନଙ୍କୁ ସିଏମ-କିଷାନ ସହାୟତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଓୟୁଏଟିରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୫୧ ଲକ୍ଷ ଚାଷୀଙ୍କୁ ସିଏମ କିଷାନ ସହାୟତା ରାଶି ଡିବିଟି ଜରିଆରେ ପ୍ରଦାନ କରିଛନ୍ତି । ସିଏମ କିଷାନର ତୃତୀୟ କିସ୍ତି ଭାବେ ପ୍ରତି ଚାଷୀଙ୍କୁ ୨ ହଜାର ଟଙ୍କାର ସହାୟତା ମିଳିଛି। ଏଥିପାଇଁ ଖର୍ଚ୍ଚ ହେବ ୧୦୪୧ କୋଟି ଟଙ୍କା। ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ଥିଲେ।

ଆସନ୍ତା ୩୧ ଡିସେମ୍ବର ସୁଦ୍ଧା ହେବ ସୀମା ନିର୍ଦ୍ଧାରଣ

ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ୩୧ ଡିସେମ୍ବର ସୁଦ୍ଧା ହେବ ସୀମା ନିର୍ଦ୍ଧାରଣ। ବଦଳିବ ଜିଲ୍ଲା, ସବଡିଭିଜନ, ତହସିଲର ସୀମା  । ରାଜ୍ୟର ରାଜସ୍ବ ଗ୍ରାମର ସୀମା ବି ପରିବର୍ତ୍ତନ ହେବ । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୦୨୭ରୁ ହେବାକୁ ଥିବା ଜନଗଣନା ପୂର୍ବରୁ ସରିବ ସୀମା ନିର୍ଦ୍ଧାରଣ । ଫଳରେ ନୂଆ ପଞ୍ଚାୟତ, ବ୍ଲକ, ଜିଲ୍ଲା ଗଠନ ଲାଗି ଫିଟିଛି ବାଟ । ଆସନ୍ତା ଜନଗଣନା ଆରମ୍ଭ ହେବାକୁ ଯାଉଥିବାରୁ ତାପୂର୍ବରୁ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ, ଜିଲ୍ଲା ମାଜିଷ୍ଟ୍ରେଟ, ଯୋଜନା ଓ ପରିସଂଖ୍ୟାନ ବିଭାଗ, ବିଡିଓଙ୍କୁ ପତ୍ର ଦିଆଯାଇଛି।

ନିକିର ବେଡରୁମରୁ ମିଳିଲା ଆଉ ଏକ ସୁରାଗ, ବଢିଲା ବିପିନର ଅଡୁଆ

ନନ୍ଦିଘୋଷ ବ୍ୟୁରୋ : ୟୁପିର ଗ୍ରେଟର ନୋଏଡାର ନିକି ହତ୍ୟା ମାମଲାରେ, ତାଙ୍କ ସ୍ୱାମୀ ବିପିନ ଭାଟି ସମେତ ଚାରି ଅଭିଯୁକ୍ତଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଇ ଦିଆଯାଇଛି। କିନ୍ତୁ ଏହି ମାମଲାରେ ଏବେ ବି ଅନେକ ଖୁଲାସା ହେଉଛି। ଏବେ ଏପରି ସୂଚନା ସାମ୍ନାକୁ ଆସିଛି ଯାହା ଦର୍ଶାଉଛି ଯେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା। ପୋଲିସ ତଦନ୍ତ ପାଇଁ ନିକିଙ୍କ ଘରକୁ ଯାଇଥିବା ବେଳେ ତାଙ୍କ ବେଡ୍ ରୁମରେ ମଧ୍ୟ ତଦନ୍ତ କରାଯାଇଥିଲା। ସେଠାରେ ତଳେ ଆଉ ଏକ ବିଛଣା ରଖା ଯାଇଥିଲା। ଏଥିରୁ ଅନୁମାନ କରାଯାଉଛି ଯେ ସ୍ୱାମୀ ଏବଂ ସ୍ତ୍ରୀ ଏକାଠି ଶୋଉ ନଥିଲେ।

ଏହା ବିପିନଙ୍କ ସହ ନିକିଙ୍କ ଝଗଡ଼ାର ସନ୍ଦେହକୁ ଆହୁରି ଘନୀଭୂତ କରିଛି। କେବଳ ଏତିକି ନୁହେଁ, ବିପିନଙ୍କ ଘରେ ଆଠଟି ସିସି ଟିଭି କ୍ୟାମେରା ଲାଗିଥିଲା, କିନ୍ତୁ ଘଟଣା ଦିନ ଗୋଟିଏ ବି କ୍ୟାମେରା କାମ କରୁଥିବା  କୁହାଯାଇଥିଲା। କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି କ୍ୟାମେରାଗୁଡ଼ିକ ବନ୍ଦ ହୋଇଯାଇଥିଲା ନା ସେଗୁଡ଼ିକୁ କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ବନ୍ଦ କରାଯାଇଥିଲା ତାହା ଏକ ବଡ଼ ପ୍ରଶ୍ନ ପାଲଟିଛି। ଯଦି କ୍ୟାମେରାଗୁଡ଼ିକ ଚାଲୁ ଥାଆନ୍ତା, ତେବେ ଘଟଣାର ପର୍ଦ୍ଦାଫାସ କରିବାରେ ବଡ଼ ପ୍ରମାଣ ହୋଇ ପାରିଥାଆନ୍ତା। କ୍ୟାମେରାଗୁଡ଼ିକୁ କିଏ ଏବଂ କାହିଁକି ବନ୍ଦ କରିଥିଲା ​​ତାହା ଖୋଜିବାକୁ ଚେଷ୍ଟା କରୁଛି ପୋଲିସ ।

ନିକିଙ୍କ ଭାଉଜ ଖୋଲିଲେ ଗୁମର କଥା

ନିକିଙ୍କ ପରିବାର ଲଗାତାର ପୋଡ଼ି ହତ୍ୟା ଅଭିଯୋଗ କରୁଛନ୍ତି। ଯେତେବେଳେ, ବିପିନଙ୍କ ପରିବାର ଏବଂ ଗାଁ ଲୋକେ ଏହାକୁ ଆତ୍ମହତ୍ୟା ବୋଲି କହୁଛନ୍ତି। ନିକିଙ୍କ ଭାଉଜ ବିପିନଙ୍କ ସମର୍ଥନରେ କହିଛନ୍ତି , ଯେ ବିପିନ ମଦ୍ୟପାନ କରୁଥିଲେ କିନ୍ତୁ ସେ ନିକିଙ୍କୁ ବହୁତ ଭଲ ପାଉଥିଲେ। ସେ ତାଙ୍କୁ ମାରପିଟ୍ କରୁଥିଲେ କିନ୍ତୁ ସେ ତାଙ୍କୁ ହତ୍ୟା କରିପାରିବେ ନାହିଁ। ସେ ନିକିଙ୍କ ନାମର ଏକ ଟାଟୁ ମଧ୍ୟ କରିଛନ୍ତି । ଅନ୍ୟପଟେ, ସେ ନିକିଙ୍କ ପରିବାରର ବିଷୟରେ ମଧ୍ୟ ପର୍ଦ୍ଦାଫାସ କରିଥିଲେ। ସେ କହିଥିଲେ, ମୁଁ ନିକିଙ୍କ ଭାଇ ରୋହିତଙ୍କ ସହ ବିବାହ କରିଥିଲି। ବହୁତ ଯୌତୁକ ମଧ୍ୟ ଆଣିଥିଲି। କିନ୍ତୁ ସେତେବେଳେ ମଧ୍ୟ, କେବଳ ରୋହିତ ନୁହେଁ ବରଂ ମୋ ଶାଶୁ, ଶ୍ୱଶୁର ଏବଂ ଦୁଇ ଭଉଣୀ (ନିକି-କାଞ୍ଚନ) ମଧ୍ୟ ମୋତେ ନିର୍ଯାତନା ଦେଉଥିଲେ।

୪ ମହଲା କୋଠା ଭୁଶୁଡ଼ି ୨ଜଣଙ୍କ ମୃତ୍ୟୁ, ୮ ଆହତ; ଅନେକ ଫସି ରହିଥିବା ଆଶଙ୍କା

ନନ୍ଦିଘୋଷ ବ୍ୟୁରୋ  :  ମହାରାଷ୍ଟ୍ରର ଭାସାଇ-ଭିରାରରେ ଘଟିଛି ଏକ ବଡ଼ ଅଘଟଣ । ବିଜୟ ନଗର ଭିରାର ପୂର୍ବରେ ଗଣପତି ମନ୍ଦିର ନିକଟରେ ଭୁଶୁଡ଼ି ପଡିଲା ଏକ ଚାରି ମହଲା କୋଠା । ବିଳମ୍ବିତ ରାତି ପ୍ରାୟ ୧ ଟା ସମୟରେ କୋଠାଭୁଶୁଡ଼ି ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ଜଣ ଆହତ ହୋଇଛନ୍ତି, ଆହୁରି ୧୫ରୁ ୨୦ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି।

ସୂଚନା ମୁତାବକ ଭିରାର ରମାବାଇ ଆପାର୍ଟମେଣ୍ଟ ଚାରି ମହଲା କୋଠାର ଚତୁର୍ଥ ମହଲାର ଏକ ଅଂଶ ଭୁଶୁଡ଼ି ପଡ଼ିଛି। ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ବାହିନୀ, NDRF ଦଳ ଘଟଣାସ୍ଥଳରେ ପହଞ୍ଚିଛି ରେସ୍କ୍ୟୁ ଅପରେଜନ ଜାରି କରିଥିଲେ । ତେବେ କୋଠାର ଭଗ୍ନାବଶେଷରେ ଏବେ ବି ୧୫ ରୁ ୨୦ ଜଣ ନାଗରିକ ଫସି ରହିଥିବା ଆଶଙ୍କା କରାଯାଉଛି।

ଏହି କୋଠା ଦଶ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା ଏବଂ ନଗର ନିଗମ ଏହାକୁ ଏକ ଅତ୍ୟନ୍ତ ବିପଦପୂର୍ଣ୍ଣ କୋଠା ଘୋଷଣା କରିଥିଲା। ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ JCBର ଆବଶ୍ୟକ ହେବ ବୋଲି କୁହାଯାଉଛି ।  ଏପର୍ଯ୍ୟନ୍ତ ୮ଜଣଙ୍କୁ ଉଦ୍ଧାର କରି VVCMC ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ମୃତାହତକୁ ଏଡାଇବା ପାଇଁ କର୍ତ୍ତୃପକ୍ଷ କୋଠାର ଅନ୍ୟ ଅଂଶକୁ ଖାଲି କରାଇଦେଇଛନ୍ତି । ଉଦ୍ଧାରକାର୍ଯ୍ୟ ଜାରି ରହିଥିବାରୁ କ୍ଷୟକ୍ଷତିର ପରିମାଣ ଆକଳନ କରାଯାଇନାହିଁ ।

ମିଳିଲା ନିଖୋଜ ୟୁଟ୍ୟୁବରଙ୍କ ପତ୍ତା, ପିକନିକ ସ୍ପଟରୁ ନିଖୋଜ ଥିଲେ ନରେନ୍ଦ୍ର ସାହୁ

ନନ୍ଦିଘୋଷ ବ୍ୟୁରୋ : ନିଖୋଜ ୟୁଟ୍ୟୁବରଙ୍କ ମିଳିଲା ପତ୍ତା। ଗଞ୍ଜାମ ପାତ୍ରପୁର ବ୍ଲକ ଜରଡ଼ା ଥାନା ବୁରାତାଳର ପିକନିକ ସ୍ପଟରୁ ନିଖୋଜ ହୋଇଥିବା ପୋଲସରା ଥାନା କଳମ୍ବ ଗ୍ରାମର ୟୁଟ୍ୟୁବର ନରେନ୍ଦ୍ର ସାହୁଙ୍କ ସନ୍ଧାନ ମିଳିଛି । ବୁରାତାଳ ପଂଚାୟତର ମାରମାରିଆ ଗାଁରେ ଆଦିବାସୀଙ୍କ ଗହଣରେ ସେ ସୁରକ୍ଷିତ ଅବସ୍ଥାରେ ଥିବା ୟୁଟୁବର ନରେନ୍ଦ୍ର ନିଜେ ଫୋନ କରି ସୂଚନା ଦେଇଛନ୍ତି । ତାଙ୍କ ସନ୍ଧାନ ମିଳିବା ପରେ ଗତ ତିନିଦିନ ଧରି ଉଭୟ ଜରଡ଼ା ପୋଲିସ ଓ ପାତ୍ରପୁର ଅଗ୍ନିଶମ ବିଭାଗର ଆଶଙ୍କା ଦୂର ହୋଇଛି। ସେ ବର୍ତ୍ତମାନ ମାରମାରିଆ ଗାଁର ରଞ୍ଜନ ଭୂୟାଁଙ୍କ ଘରେ ଥିବା ସୂଚନା ମିଳିଛି ।

ବାର୍ହାପଥରକୁ ପିକନିକ ପାଇଁ ସେ ଓ ୩ ସାଙ୍ଗ ଶଙ୍କର୍ଷଣ ନାହାକ,ସରୋଜ ଓ ଚିରଞ୍ଜୀବି ପାଣିଗ୍ରାହୀ ରବିବାର ଆସିଥିଲେ । ହେଲେ ସେଠାରେ ସେ ନିଖୋଜ ହୋଇଯାଇଥିଲେ। ସେ ନିଖୋଜ ହେବା ପରେ ତିନିସାଙ୍ଗ ଜରଡ଼ା ଥାନାକୁ ଫେରି ସାଙ୍ଗ ନିଖୋଜ ହେବା ନେଇ ଏତଲା ଦେଇଥିଲେ । ନରେନ୍ଦ୍ର ପାଣିରେ ଭାସି ଯାଇଥାଇ ପାରନ୍ତି ବୋଲି ମଧ୍ୟ ସନ୍ଦେହ ଘନୀଭୂତ ହୋଇଥିଲା । କିନ୍ତୁ ସେ କହିଛନ୍ତି ମୁଁ ଶୌଚ କରିବାକୁ ଯାଇଥିଲି ,ହଠାତ ମୋତେ କିଏ ମାରିବାକୁ ଆସିଲା ଭଳି ଲାଗିଲା, ତାପରେ ମୁଁ ଧାଇଁ ଧାଇଁ ପ୍ରାଣ ବିକଳରେ ଅନ୍ୟତ୍ର ଚାଲିଗଲି। ତେବେ ତାଙ୍କ କଥାରେ କେତେ ସତ୍ୟତା ରହିଛି ତାହା ପୋଲିସ ତଦନ୍ତ ପରେ ଜଣାପଡିବ । ଜରଡ଼ା ପୋଲିସର ଏକ ଟିମ ମାରମାରିଆ ଗାଁକୁ ଯାଇ ନରେନ୍ଦ୍ରକୁ ଆଣିବ ବୋଲି ଆଇଆଇସି ଟୁନା ସାମଲ ସୂଚନା ଦେଇଛନ୍ତି ।

ମାତା ବୈଷ୍ଣୋଦେବୀ ଯାତ୍ରା ପଥରେ ବଡ଼ ଧରଣର ଭୂସ୍ଖଳନ; ୩୧ ମୃତ, ୨୫ ଅଧିକ ଆହତ

ନନ୍ଦିଘଷାଷ ବ୍ୟୁରୋ : ଜାମ୍ମୁ ଓ କାଶ୍ମୀରର କାଟ୍ରାରେ ବଡ଼ ଧରଣର ଭୂସ୍ଖଳନ। ଭୂସ୍ଖଳନରେ ୩୧ ମୃତ, ୨୫ରୁ ଅଧିକ ଆହତ ହୋଇଛନ୍ତି। ମାତା ବୈଷ୍ଣୋଦେବୀ ଯାତ୍ରା ପଥରେ ଘଟିଛି ଅଘଟଣ। ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତ୍ୟୁ ସଂଖ୍ୟା ଅଧିକ ହେବ ବୋଲି ଆଶଙ୍କା କରାଯାଉଛି। ପ୍ରବଳ ବର୍ଷା ଲାଗି ରହିଥିବାରୁ ଭୂସ୍ଖଳନ ଘଟିଥିବା କୁହାଯାଇଛଇ। ତ୍ରିକୂଟ ପର୍ବତରେ ଅବସ୍ଥିତ ପୀଠକୁ ଯିବା ଲାଗି ପଥ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଗତକାଲି ଅନ୍ୟ ଏକ ସ୍ଥାନରେ ହୋଇଥିବା ଭୂସ୍ଖଳନରେ ୯ ଜଣ ପ୍ରାଣ ହରାଇଥିଲେ ଏବଂ ୨୧ ଜଣ ଆହତ ହୋଇଥିଲେ। ଜାମ୍ମୁ ଓ କାଶ୍ମୀରରେ କିଛି ଦିନ ଧରି ପ୍ରବଳ ବର୍ଷା ଲାଗି ରହିଥିବାରୁ ସ୍ଥିତି ଅତି ସାଂଘାତିକ ହୋଇଛି। ଗତକାଲି ଜାମ୍ମୁରୁ ବିପଦ ଆଶଙ୍କାରେ ୩ ହଜାର ୫୦୦ ଲୋକଙ୍କୁ ସ୍ଥାନାନ୍ତରିତ କାରାଯାଇଥିଲା। ସେଠାରେ ଏନଡିଆରଏଫ, ଏସଡିଆରଏଫ, ଆର୍ମି ଓ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜାମ୍ମୁ ସିଟି, ଆରଏସପୁରା, ସାମ୍ବା, ଅଖନୋର, ନଗ୍ରୋଟା, କେଟଭଲାଲ, ବିସନାନ, ବିଜାୟୁର, ପୂରଣମଣ୍ଡଳ, ଉଦ୍ଧମପୁର, କାଠୁଆ ଆଦି ଅଞ୍ଚଳ ବର୍ଷା ଓ ଭୂସ୍ଖଳନରେ କ୍ଷତିଗ୍ରସ୍ତ ହୋଇଛି।

ଲଘୁଚାପ ପ୍ରଭାବରେ ତୁହାକୁ ତୁହା ଭିଜୁଛି ଓଡ଼ିଶା ; ଫିକା ପଡିଛି ଗଣେଶ ପୂଜା ମାହୋଲ

ନନ୍ଦିଘଷାଷ ବ୍ୟୁରୋ : ତୁହାକୁ ତୁହା ଭିଜୁଛି ଓଡ଼ିଶା । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ନାହିଁ ନିସ୍ତାର । ବର୍ଷା ଯୋଗୁ ଫିକା ପଡିଛି ଗଣେଶ ପୂଜା ମାହୋଲ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଆଗାମୀ ୨୪ ଘଣ୍ଟାରେ ତାହା ସଦୃଶ୍ୟ ଲଘୁଚାପରେ ପରିଣତ ହେବ । ଲଘୁଚାପ ପ୍ରଭାବରେ ଆଗାମୀ ୩୧ ତାରିଖ ପର୍ଯ୍ଯନ୍ତ ରାଜ୍ଯରେ ଲାଗି ରହିବ ବର୍ଷା । ଆସନ୍ତା ୨୪ ଘଣ୍ଟା ପାଇଁ ମାଲକାନଗିରି ,କୋରାପୁଟ ଜିଲ୍ଲାରେ ଭୀଷଣ ବର୍ଷା ନେଇ ରେଡ ଆଲର୍ଟ ଜାରି କରାଯାଇଛି । ସେହିପରି ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ବାକି ସମସ୍ତ ଜିଲ୍ଲା ଗୁଡିକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ସହ ପବନ ଅଧିକ ରହିବ । ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ୫ ଦିନ ପଯ୍ୟନ୍ତ ମତ୍ସ୍ଯଜୀବୀ ମାନଙ୍କୁ ସମୁଦ୍ର ବାରଣ କରାଯାଇଛି ।