spot_img
Home Blog Page 2817

ବର୍ଷା ଓ ବନ୍ୟା ସ୍ଥିତିକୁ ଦେଖି ଆଜି ୯ ଜିଲ୍ଲାରେ ସ୍କୁଲ, କଲେଜ ଛୁଟି

ଭୁବନେଶ୍ୱର: ରାଜ୍ୟରେ ବର୍ଷା ଓ ବନ୍ୟା ସ୍ଥିତିକୁ ଦେଖି ବିଭିନ୍ନ ଜିଲ୍ଲାରେ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି । ଆଜି ସମ୍ବଲପୁର, ଅନୁଗୁଳ, ବଲାଙ୍ଗୀର, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ରାୟଗଡ଼ା ଜିଲ୍ଲାରେ ସବୁ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି । ସେହିପରି ଯାଜପୁର ଜିଲ୍ଲାର ୪ଟି ବ୍ଲକରେ ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି । କୋରେଇ, ଯାଜପୁର, ବିଞ୍ଝାରପୁର ଓ ଦଶରଥପୁରରେ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି । ପ୍ରବଳ ବର୍ଷା ଓ ବନ୍ୟା ସମ୍ଭାବନା ଥିବାରୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।

ଫୁଲୁଛି ନଦୀ ବଢୁଛି ବନ୍ୟା ଆଶଙ୍କା, ରାଜ୍ୟ ସରକାରଙ୍କ ଫୋକସରେ ଜିରୋ କାଜୁଆଲଟି

ଯାଜପୁର: ଫୁଲୁଛି ନଦୀ ବଢୁଛି ବନ୍ୟା ଆଶଙ୍କା । ଲଗାଣ ବର୍ଷା ଯୋଗୁ ବଢୁଛି ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର । ଫୁଲୁଛି ବୈତରଣୀ ନଦୀର ଜଳସ୍ତର । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀର ବନ୍ୟାଜଳ । ଆଖୁଆପଦା ଆନିକଟ ନିକଟରେ ବିପଦ ସଂକେତ ୧୭.୮୩ ମିଟର ରହିଥିବା ବେଳେ ସକାଳ ୬ଟା ସୁଦ୍ଧା ଏହାର ଜଳସ୍ତର ୧୯.୮୮ ମିଟରରେ ପ୍ରବାହିତ ହେଉଛି । ସେପଟେ କରଞ୍ଜିଆ ଦେଓବନ୍ଧ ଡ୍ୟାମର ୩ଟି, ଉଦଳା ସୁନେଇର ୪ଟି, ରାଉରକେଲା ମନ୍ଦିରାର ୮ଟି, ସୁବର୍ଣ୍ଣପୁର ହରିହରଯୋରର ୬ଟି, ନୂଆପଡ଼ା ଲୟୋର ଇନ୍ଦ୍ରର ୩ଟି ଓ ଅନୁଗୁଳ ଡେରଜାଙ୍ଗର ୩ଟି ଗେଟ ଖୋଲାଯାଇଛି । ଜିରୋ କାଜୁଆଲଟିକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଜିଲ୍ଲା ପ୍ରଶାସନ ଓ ଉପଖଣ୍ଡ ଅଧିକାରୀମାନେ କ୍ଷେତ୍ରାଞ୍ଚଳରେ ପହଞ୍ଚି ସାରିଲେଣି । ବିଭିନ୍ନ ସ୍ଥାନରେ ୩୩ଟି ଉଦ୍ଧାରକାରୀ ଟିମ୍ ନିୟୋଜିତ ହୋଇଛନ୍ତି  । ଉଦ୍ଧାର ଓ ରିଲିଫ କାର୍ଯ୍ୟ ସହିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଗୁରୁତ୍ବ ଦେଉଛି ପ୍ରଶାସନ ।

 

ଫୁଲୁଛି ମହାନଦୀ, ଆଜି ମୁଣ୍ଡଳୀରେ ପ୍ରବାହିତ ହେବ ୬ ଲକ୍ଷ କ୍ୟୁସେକ୍ ଜଳ

କଟକ: ଫୁଲୁଛି ମହାନଦୀ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ମହାନଦୀର ଜଳସ୍ତର । ବର୍ତ୍ତମାନ ମୁଣ୍ଡଳୀ ବ୍ୟାରେଜ ଦେଇ ୭ ଲକ୍ଷ ୫୪ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ମଧ୍ୟାହ୍ନ ୧୨ଟା ସୁଦ୍ଧା ୮ ଲକ୍ଷ କ୍ୟୁସେକ ଜଳ ମୁଣ୍ଡଳୀ ଦେଇ ପ୍ରବାହିତ ହେବ ବୋଲି ଏସଆରସି ସୂଚନା ଦେଇଛନ୍ତି । ଏନେଇ ଅନୁଗୁଳ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର  ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ଏସଆରସି । ମହାନଦୀର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା ରହିଛି । ଅନ୍ୟପଟେ ମୁଣ୍ଡଳୀଠାରେ ବିପଦ ସଂକେତ ୯୭ .୨୫ ଘନପୁଟ ରହିଥିବା ବେଳେ  ବର୍ତ୍ତମାନ ୯୧.୭୦ ରେ ରହିଛି ମୁଣ୍ଡଳୀର ଜଳସ୍ତର ।

ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ଗଭୀର ଅବପାତ, ସକାଳ ସାଢେ ୮ଟା ପର୍ଯ୍ୟନ୍ତ ୧୦ ଜିଲ୍ଲାକୁ ରେଡ୍

ଭୁବନେଶ୍ୱର: ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ଗଭୀର ଅବପାତ । ବର୍ତ୍ତମାନ ଏହା ଝାଡ଼ଖଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୧୨ ଘଣ୍ଟା ଭିତରେ ଏହା ଆହୁରି ଦୁର୍ବଳ ହୋଇ ଓ୍ୱେଲମାର୍କ ଲୋ ପ୍ରେସରରେ ପରିଣତ ହେବ । ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତରପୂର୍ବ ମଧ୍ୟପ୍ରଦେଶ ପାର୍ଶ୍ୱବର୍ତ୍ତୀ ଉତ୍ତର ଛତିଶଗଡ଼ ଦେଇ ଦକ୍ଷିଣ-ପୂର୍ବ ଉତ୍ତରପ୍ରଦେଶ ମୁହାଁ ହେବ  । ପ୍ରଭାବରେ  ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି । ଏଥିପାଇଁ ୧୦ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ବୌଦ୍ଧ ଜିଲ୍ଲାରେ ଭୀଷଣ ବର୍ଷା ସମ୍ଭାବନା ରହିଛି ।

ସେହିପରି ଢେଙ୍କାନାଳ, ମୟୂରଭଞ୍ଜ, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳକୁ ଅରେଞ୍ଚ ଆଲର୍ଟ ଜାରି କରାଯାଇଛି । ସମସ୍ତ ବନ୍ଦରକୁ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଲଗାଣ ବର୍ଷା ଯୋଗୁ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଫ୍ଲାସ ଫ୍ଲଡ୍ ସ୍ଥିତି ଉପୁଜିପାରେ । ରାସ୍ତା କ୍ଷତିଗ୍ରସ୍ତ ହେବା ସହ କଚ୍ଚା ଘର ଭାଙ୍ଗିବା ଆଶଙ୍କା ରହିଛି । ତଳିଆ ଅଞ୍ଚଳ ଓ ସହର ମଧ୍ୟରେ ଜଳବନ୍ଦୀ ସ୍ଥିତି ଉପୁଜିବା ସହ ଟ୍ରାଫିକ ସମସ୍ୟା ଉପୁଜିପାରେ ବୋଲି ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜିଠୁ ପାଗରେ ପରିବର୍ତ୍ତନ ସହିତ ବର୍ଷା କମିପାରେ । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ କୌଣସି ବଡ଼ ବର୍ଷା ନାହିଁ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

 

କଳାଭୂମି ମ୍ୟୁଜିୟମ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, କ୍ରାଫ୍ଟ ମ୍ୟୁଜିୟମରେ ଇ-ଅଡିଓ ଗାଇଡେଡ୍ ଟୁରର କଲେ ଶୁଭାରମ୍ଭ

ଭୁବନେଶ୍ବର : କଳାଭୂମି ମ୍ୟୁଜିୟମ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ରାଫ୍ଟ ମ୍ୟୁଜିୟମରେ ଇ-ଅଡିଓ ଗାଇଡେଡ ଟୁରର ଶୁଭାରମ୍ଭ କରିଛନ୍ତି । ହିନ୍ଦି, ଓଡ଼ିଆ ଓ ଇଂରାଜୀରେ ଉପଲବ୍ଧ ହେବ ଇ-ଅଡିଓ ଗାଇଡ । ପର୍ଯ୍ୟଟକଙ୍କୁ ମନୋରମ ଦୃଶ୍ୟର ବ୍ୟାଖ୍ୟା ଦେବ ଇ-ଅଡିଓ ଗାଇଡ । ଭ୍ରମଣକାରୀଙ୍କୁ ଓଡ଼ିଶାର ସଂସ୍କୃତି ଐତିହ୍ୟ ସହ ଯୋଡିବ ଏହି ଇ-ଅଡିଓ । ମ୍ୟୁଜିୟମରେ ହୋଇଥିବା ଏଭଳି ବ୍ୟବସ୍ଥା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ସେମାନଙ୍କର ଅନୁଭୁତି ଅଭୁଲା ରହିବ  ।

ମ୍ୟୁଜିୟମ ଓ୍ୱେବସାଇଟର ମଧ୍ୟ ପୁନରୁତ୍ଥାନ କଲେ ମୁଖ୍ୟମନ୍ତ୍ରୀ । ଓ୍ବେବସାଇଟରେ ୩୬୦ ଡିଗ୍ରୀ ଭରଚୁଆଲ ଟୁରର ବ୍ୟବସ୍ଥା ହୋଇଛି  । ଇଟିକେଟିଂର ମଧ୍ୟ ବ୍ୟବସ୍ଥା ରହିଛି  । ମନୋରମ କଫି ଟେବୁଲ ବୁକର ମଧ୍ୟ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ, ଉନ୍ନୟନ୍ନ କମିଶନର ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ  ।

ଦିଲ୍ଲୀ-ଏନସିଆରରେ ଟମାଟୋ କିଲୋ ୨୫୦ ପାର ଖାଉଟି ଚିନ୍ତାରେ

ଦିଲ୍ଲୀ – ରାଜଧାନୀ ଦିଲ୍ଲୀରେ ଟମାଟୋ ଦର ପୁଣି ମହଙ୍ଗା ହେଲା । ମଦର ଡାଏରୀରେ ଟମାଟୋ କିଲୋଗ୍ରାମ ପିଛା ୨୫୦ରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି । ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ଟମାଟୋର ମୂଲ୍ୟ ଆହୁରି ବଢିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି । ସୂଚନା ଅନୁଯାୟୀ, ଦିଲ୍ଲୀ-ଏନସିଆରର ମଦର ଡାଏରୀରେ ଟମାଟୋ ମହଙ୍ଗା ହୋଇଛି । ଆଜି ଏହାର ସମସ୍ତ ଖୁଚୁରା ଆଉଟଲେଟରେ ୨୫୯ ଟଙ୍କା ବିକ୍ରି କରିଛନ୍ତି । କୁହାଯାଉଛି ଯେ ଯୋଗାଣ ହ୍ରାସ ହେତୁ ଟମାଟୋର ହାର ପୁଣି ବୃଦ୍ଧି ପାଇଛି । ଗତ ଜୁଲାଇରୁ ଦିଲ୍ଲୀରେ ଟମାଟୋ ମହଙ୍ଗା ବିକ୍ରି ହେଉଛି । ମୌସୁମୀ ଆରମ୍ଭ ହେବା ସହିତ ଟମାଟୋ କିଲୋଗ୍ରାମରେ ୩୦ରୁ ୪୦ ଟଙ୍କାରେ ବିକ୍ରି ହେଉଥିଲା । କିଲୋଗ୍ରାମ ୧୦୦ ରୁ ୧୨୦ ଟଙ୍କାରେ ବିକ୍ରି ଆରମ୍ଭ ହୋଇଥିଲା । ଏଥି ସହିତ, କିଛି ଦିନ ମଧ୍ୟରେ ଏହାର ମୂଲ୍ୟ କିଲୋଗ୍ରାମ ପିଛା ୨୫୦ ଟଙ୍କା ଅତିକ୍ରମ କଲା । ଗତ ସପ୍ତାହରେ ଟମାଟୋର ମୂଲ୍ୟ ହ୍ରାସ ପାଇଥିଲା । ଏଭଳି ପରିସ୍ଥିତିରେ ଲୋକଙ୍କ ଆଶା ବଢିଯାଇଥିଲା ଯେ ଏହି ମାସ ଶେଷ ସୁଦ୍ଧା ଟମାଟୋର ମୂଲ୍ୟ କିଲୋଗ୍ରାମ ପିଛା ୫୦ ରୁ ୬୦ ଟଙ୍କା ହେବ । କିନ୍ତୁ ପୁଣି ଥରେ ମୁଦ୍ରାସ୍ଫୀତି ସେମାନଙ୍କ ଆଶାକୁ ନିରାଶ କରିଛି । ଜୁଲାଇ ୧୪ ତାରିଖରୁ ଦିଲ୍ଲୀ, ନୋଏଡା, ପାଟନା, ବାରାଣାସୀ ଏବଂ ମୁଜାଫରପୁର ସମେତ ଅନେକ ସହରରେ ଶସ୍ତା ମୂଲ୍ୟରେ ଟମାଟୋ ବିକ୍ରି ହେଉଥିଲା । ତେବେ ଟମାଟୋର ମୂଲ୍ୟ ମଧ୍ୟ ହ୍ରାସ ପାଇଥିଲା । ତଥ୍ୟ ଅନୁଯାୟୀ ବୁଧବାର ଦିନ ଟମାଟୋର ଖୁଚୁରା ମୂଲ୍ୟ ୨୦୩ଟଙ୍କା ରହିଥିଲା । କିନ୍ତୁ ଟମାଟୋ ଆଜି ମଦର ଡାଏରୀ ଦୋକାନରେ ୨୫୯ଟଙ୍କା କିଲୋଗ୍ରାମରେ ବିକ୍ରି ହୋଇଥିଲା ।

ମଦର ଡାଏରୀର କତୃପକ୍ଷ କହିଛନ୍ତି ଯେ ଗତ ଦୁଇ ଦିନ ଧରି ଦିଲ୍ଲୀ-ଏନସିଆରରେ ଟମାଟୋ ଯୋଗାଣ ପ୍ରଭାବିତ ହୋଇଛି । ଏହି କାରଣରୁ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଆଜାଦପୁର ମାଣ୍ଡିରେ ଟମାଟୋର ଯୋଗାଣ ମଧ୍ୟ ଦୁଇ ଦିନରୁ ହ୍ରାସ ପାଇଛି, ଯାହା ଖୁଚୁରା ହାର ଉପରେ ସିଧାସଳଖ ପ୍ରଭାବ ପକାଉଛି । ଏବେ ଆଜାଦପୁର ମାଣ୍ଡିରେ ଟମାଟୋର ହୋଲସେଲ ମୂଲ୍ୟ କିଲୋଗ୍ରାମ ପିଛା ୧୭୦-୨୨୦ ଟଙ୍କା ରହିଛି । ଆଜାଦପୁର ଟମାଟୋ ଆସୋସିଏସନର ସଭାପତି କହିଛନ୍ତି କିଲୋଗ୍ରାମ ପିଛା ୧୭୦-୨୨୦ ଟଙ୍କା । ଆଜାଦପୁର ଟମାଟୋ ଆସୋସିଏସନର ସଭାପତି ଅଶୋକ କୌଶିକ କହିଛନ୍ତି ଯେ ଗତ ତିନି ଦିନ ଧରି ବଜାରରେ ଟମାଟୋ ଯୋଗାଣରେ ହ୍ରାସ ଘଟିଛି । ତାଙ୍କ କହିବା ଅନୁସାରେ ପ୍ରବଲ ବର୍ଷା ଯୋଗୁଁ ଅନେକ ରାଜ୍ୟରେ ଟମାଟୋ ଫସଲ ନଷ୍ଟ ହୋଇଯାଇଛି । ତେଣୁ ଦର ବୃଦ୍ଧି ଘଟିଛି ।

କ୍ଷମତାରେ ରହିବାକୁ ଡୋନାଲ୍ ଟ୍ରମ୍ପ ହିଂସା କରିବାକୁ ଚେଷ୍ଟା କରିଥିଲେ

ନନ୍ଦିଘୋଷ ବ୍ୟୁରୋ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ ଟ୍ରମ୍ପଙ୍କ ନାଁରେ  ୪ଟି ମାମଲାର ଅଭିଯୋଗ କରାଯାଇଛି । ଆମେରିକାର ନ୍ୟାୟ ବିଭାଗ ଅଗଷ୍ଟ ୧ରେ କହିଛି ଯେ ଟ୍ରମ୍ପ ଜାନୁ୍ୟାରୀ ୬- ୨୦୨୧ରେ ହୋଇଥିବା ହିଂସାର ଫାଇଦା ଉଠାଇବାକୁ ଏବଂ ନିର୍ବାଚନ ଫଳାଫଳ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ । ଆନ୍ତର୍ଜାତୀୟ ସମ୍ବାଦ ଏଜେନ୍ସି ଆସୋସିଏଟ୍ ପ୍ରେସର ଏକ ରିପୋର୍ଟ ଅନୁଯାୟୀ, ନ୍ୟାୟ ବିଭାଗ ପୂର୍ବତନ ରାଷ୍ଟ୍ରପତିଙ୍କୁ ଦୋଷୀ ସାବ୍ୟସ୍ତ କରିଛି । ୨୦୨୦ରେ ରାଷ୍ଟ୍ରପତି ନିର୍ବାଚନ ପରେ ଟ୍ରମ୍ପ ସମର୍ଥକମାନେ ଜାନୁ୍ୟାରୀ ୬, ୨୦୨୧ରେ ୱାଶିଂଟନରେ ହିଂସାତ୍ମକ ଦଙ୍ଗା କରିଥିଲେ । ବର୍ତ୍ତମାନ ଶାନ୍ତିପୂ୍ର୍ଣ୍ଣ ଭାବରେ କ୍ଷମତାର ହସ୍ତାନ୍ତରକୁ ରୋକିବା ପାଇଁ ଆମେରିକାର ନ୍ୟାୟ ବିଭାଗ ଟ୍ରମ୍ପଙ୍କୁ ଦାୟୀ କରିଛି । ବିଭାଗ କହିଛି,

  କ୍ଷମତାରେ ରହିବାକୁ ଟ୍ରମ୍ପ ହିଂସା କରିବାକୁ ଚେଷ୍ଟା କରିଥିଲେ । ସେମାନେ ହିଂସା ପ୍ରଦର୍ଶନ କରି ନିର୍ବାଚନ ଚୁଡ଼ାନ୍ତ ଫଳାଫଳକୁ ବିଳମ୍ବ କରିଥିଲେ ।    

ବିଭାଗ କହିଛି ଯେ ପୂର୍ବତନ ଉପରାଷ୍ଟ୍ରପତି ମାଇକ ପେନ୍ସ ମଧ୍ୟ ଏ ବାବଦରେ ଏକ ଲିଖିତ ତଥ୍ୟ ଉପସ୍ଥାପନ କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ ହିଂସାର ସୁଯୋଗ ନେଇ ଟ୍ରମ୍ପ କ୍ରମାଗତ ଭାବେ ଉତ୍ତେଜନା ସୃଷ୍ଟି କରୁଛନ୍ତି ।

ଅଗଷ୍ଟ ୨ରେ ଅନୁଷ୍ଟିତ ହୋଇଥିବା ଅପରାଧିକ ଶୁଣାଣିରେ ଟ୍ରମ୍ପ ଆମେରିକା ସରକାରଙ୍କୁ ଠକିବା ପାଇଁ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା । ଏହା ସହିତ ପୂର୍ବତନ ରାଷ୍ଟ୍ରପତି ମଧ୍ୟ କ୍ଷମତାରେ ରହିବାକୁ ଗଣତନ୍ତ୍ରର ମୂଳଦୁଆ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ତଥାପି ସେମାନେ ଏଥିରେ ସଫଳ ହୋଇପାରିଲେ ନାହିଁ । ତାଙ୍କ ସପକ୍ଷରେ ନିର୍ବାଚନ ଫଳାଫଳ ପାଇଁ ସେ ବାରମ୍ବାର ମିଛ ଅଭିଯୋଗ କରିଥିଲେ । ଏକ ମାମଲାରେ କୁହାଯାଇଛି ଯେ ସେ ନିର୍ବାଚନରେ ହାରିଥିବା ଜାଣି ମଧ୍ୟ ଟ୍ରମ୍ପ ତାଙ୍କ ବିଜୟ ବିଷୟରେ ମିଛ କହିଛନ୍ତି  । ଏହି ଦାବି ସଂପୂର୍ଣ୍ଣ ମିଥ୍ୟା ଥିଲା ତଥାପି ସେ ଏହାକୁ ବାରମ୍ବାର ପୁନରାବୃତ୍ତି କଲେ । ସେ ଏହାକୁ ବହୁ ପରିମାଣରେ ପ୍ରଚାର କରିଥିଲେ ଯାହା ଫଳରେ ତୁମେ ତୁମର ମିଥ୍ୟା ଦାବିକୁ ବୈଧ ପ୍ରମାଣ କରିପାରିବ । ସେମାନେ ମିଥ୍ୟା ଏବଂ କ୍ରାଧର ବାତାବରଣ ସୃଷ୍ଟି କଲେ ଯାହା ଦ୍ବାରା ନିର୍ବାଚନ ପ୍ରଣାଳିରେ ଜନସାଧାରଣଙ୍କ ବିଶ୍ବାସ ହ୍ରାସ ପାଇବ । ଏହା ସହିତ ଡୋନାଲ ଟ୍ରମ୍ପଙ୍କ ବିରୋଧରେ ଅନେକ ସିଭିଲ କୋର୍ଟ ମାମଲା ମଧ୍ୟ ଦାଖଲ କରାଯାଇଛି । ୨୦୨୪ରେ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ଟ୍ରମ୍ପଙ୍କ ବିରୋଧରେ ଚାଲିଥିବା ମାମଲା ଉପରେ ସମସ୍ତଙ୍କ ନଜର ରହିଛି । ଯଦିଓ ସେ କୌଣସି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ସେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିପାରିବେ । ଏବଂ ଯଦି ସେ ନିର୍ବାଚିତ ହୁଅନ୍ତି ତେବେ ସେ ମଧ୍ୟ ରାଷ୍ଟପତି ହୋଇପାରିବେ ।

୧୮୦ କୋଟି ଋଣରେ ବୁଡ଼ିଥିଲେ ନିତିନ ଦେଶାଇ : FWICE ସଭାପତି ବି.ଏନ ତିୱାରୀ

ମୁମ୍ବାଇ : ପ୍ରସିଦ୍ଧ ସିନେମା ନିର୍ଦ୍ଦେଶକ ନିତିନ ଚନ୍ଦ୍ରକାନ୍ତ ଦେଶାଇଙ୍କ ଆତ୍ମହତ୍ୟା ଖବର ସାମ୍ନାକୁ ଆସିବା ପରେ ବଲିଉଡ ଜଗତରେ ଶୋକର ଛାୟା ଖେଳିଗଲା । ଆର୍ଥିକ ସଂକଟ ଆତ୍ମହତ୍ୟାର କାରଣ ବୋଲି କୁହାଯାଉଥିଲା କିନ୍ତୁ ଏବେ ଆତ୍ମହତ୍ୟାକୁ ନେଇ ନୂଆତଥ୍ୟ ସାମ୍ନାକୁ ଆସିଛି । କୁହାଯାଉଛି ଯେ ନିତିନ ୧୮୦ କୋଟି ଟଙ୍କା ଋଣରେ ବୁଡ଼ି ଥିଲେ । ସିନେମା ଜଗତରେ ଚମତ୍କାର ଚଳଚିତ୍ର ସୃଷ୍ଟିକରି ପ୍ରସିଦ୍ଧ ଲାଭ କରିଥିବା ନିତିନ ଦେଶାଇ ଆତ୍ମହତ୍ୟା କରି ସମ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ନିତିନ ଦେଶାଇ ଆର୍ଥିକ ସଂକଟ ଦେଇ ଗତିକରୁଥିଲେ ସେଥିପାଇଁ ସେ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ଏବେ ତାଙ୍କ ମୃତ୍ୟୁକୁ ନେଇ ବଡ଼ ରୋଚକ ତଥ୍ୟ ସାମ୍ନାକୁ ଆସୁଛି । ସୂଚନା ଅନୁସାରେ ନିତିନ ଏକ ଫାଇନାନ୍ସ କମ୍ପାନୀରୁ ୧୮୦ କୋଟି ଟଙ୍କା ଋଣ କରିଥିଲେ । ଏହା ମଧ୍ୟ ଜାଣିବାକୁ ମିଳୁଛି ନିତିନ ତାଙ୍କ ଜମି ଏବଂ ଅନ୍ୟାନ୍ୟ ସମ୍ପତ୍ତି ବନ୍ଧକ ରଖିଥିଲେ ।

 

ନିତିନ ଦେଶାଇଙ୍କ ଆତ୍ମହତ୍ୟାକୁ ନେଇ FWICE ସଭାପତି ବି.ଏନ ତିୱାରୀ ଗୁରୁତ୍ବପୂ୍ର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି, ମୁଁ ତିନିଥର ପୂର୍ବରୁ ଏବଂ ଶେଷଥର ତାଙ୍କ ସହ କଥାହୋଇଥିଲି । ତାଙ୍କ ଷ୍ଟୁଡିଓରେ ପ୍ରାୟ ୧୫୦ଜଣ ଲୋକ କାର୍ଯ୍ୟ କରନ୍ତି । ସେ ତାଙ୍କ କର୍ମଚାରୀଙ୍କ ମାସିକ ଦରମା ବକେୟା ରଖିଥିଲେ । ଆମେ ଯେତେବେଳେ ଭେଟିଲୁ ଜାଣିବାକୁ ପାଇଲୁ ସେ ଷ୍ଟୁଡିଓରେ ବିପୁଳ ଖର୍ଚ୍ଚ କରିଛନ୍ତି ।  ଗତ ଦୁଇ-ତିନି ବର୍ଷ ଧରି ତାଙ୍କ ଷ୍ଟୁଡିଓ ଚାଲୁନଥିଲା ସେ ଲଗାତାର କ୍ଷତି ସହୁଥିଲେ । ND ଷ୍ଟୁଡିଓ ତାଙ୍କର ସ୍ବପ୍ନର ପ୍ରୋଜେକ୍ଟ ଥିଲା ଏବଂ ତାଙ୍କ ଯୋଜନା ଉନ୍ନତ ଥିଲା । ଯଦିଓ ଷ୍ଟୁଡିଓରେ ସେ ଅନେକ ଟଙ୍କା ଖର୍ଚ୍ଚ କରିଥିଲେ, ଯାହା ଫେରିବା ସମ୍ବବ ନୁହେଁ । କିଛି ସମୟ ପାଇଁ ତାଙ୍କ ଷ୍ଟୁଡିଓରେ ସଲମାନ ଖାନଙ୍କ ଚଳଚିତ୍ର ସୁଟିଂ କରାଯାଇଥିଲା କିନ୍ତୁ ଅନେକ ପ୍ରଡକସନ୍ ହାଉସ ସେଠାକୁ ଯିବାକୁ ଚାହୁଁନଥିଲେ । ତାଙ୍କ ଷ୍ଟୁଡିଓରେ ୧୫ଟି ସେଟ୍ ଅଛି କୌଣସି ସାମଗ୍ରୀର ଅଭାବ ନଥିଲା ।  କିନ୍ତୁ ତାଙ୍କ ଷ୍ଟୁଡିଓରେ ଲାଭ ହେଉନଥିବା କାରଣରୁ କ୍ରମାଗତ ଭାବରେ କ୍ଷତି ସହୁଥିଲେ । ତେଣୁ ତାଙ୍କ ମୁଣ୍ଡ ଉପରେ କୋଟି କୋଟି ଟଙ୍କାର ଋଣ ଭାରଥିଲା । କିଛି ଦିନ ପୂର୍ବରୁ ନିତିନ ଦେଶାଇ ତାଙ୍କ ଝିଅର ବିବାହ କରାଇଥିଲେ । ସେ ଏହା କହିଥିଲେ ଜଣେ ଅାର୍ଥିକ ସହଯୋଗୀ ଅାବଶ୍ୟକ ନଚେତ ଋଣ ଭାର ବୃଦ୍ଧି ପାଇବ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ନିତିନ ଦେଶାଇ ନିଜର ପ୍ରସିଦ୍ଧ ND ଷିଟୁ ଆତ୍ମହତ୍ୟା କରିଛନ୍ତି ।

କେନ୍ଦ୍ରୀୟ ବିଶ୍ବବିଦ୍ଯାଳୟରେ ଆଡମିଶନ ବାତିଲ, ରାଜ୍ଯସଭାରେ ପ୍ରଶ୍ନ କଲେ ସାଂସଦ ମାନସ ମଙ୍ଗରାଜ

ନୂଆଦିଲ୍ଲୀ : କେନ୍ଦ୍ରୀୟ ବିଶ୍ବବିଦ୍ଯାଳୟ ଗୁଡିକରେ ଅପ୍ରତ୍ଯାଶିତ ଆଡମିଶନ ବାତିଲ ସମ୍ପର୍କରେ ରାଜ୍ଯସଭାରେ ପ୍ରଶ୍ନ ଉଠାଇଛନ୍ତି ସାଂସଦ ମାନସ ରଂଜନ ମଙ୍ଗରାଜ। ଆଡମିଶନ ବାତିଲ ହେଲେ ଫି ଫେରସ୍ତ ନେଇ କିଛି ବ୍ଯବସ୍ଥା ଅଛି କି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ମାନସ । ତେବେ ଏହାର ଉତ୍ତରରେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ସୁଭାଷ ସରକାର ଗୃହରେ ଉତ୍ତର ରଖିଥିଲେ  ।  ଫି ଫେରସ୍ତ ଉପରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ-UGC ପୂର୍ବରୁ ଏକ ନୀତି ପ୍ରଣୟନ କରିଛି ।

2023-24 ଶିକ୍ଷାବର୍ଷ ପାଇଁ ପରିବର୍ଦ୍ଧିତ ନିୟମ ଅନୁଯାୟୀ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନଗୁଡିକରେ 30 ସେପ୍ଟେମ୍ବର 2023 ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଆଡମିଶନ ଫି ସମ୍ପୂର୍ଣ୍ଣ ଫେରସ୍ତ ହେବ  । 31 ଅକ୍ଟୋବର 2023 ପର୍ଯ୍ୟନ୍ତ ଆଡମିଶନ କରିଥିଲେ ଛାତ୍ରଛାତ୍ରୀଙ୍କ ସର୍ବାଧିକ ୧ହଜାର ଟଂକା କଟାଯିବାକୁ ନିୟମ ଲାଗୁ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଶିକ୍ଷାନୁଷ୍ଠାନ ମାନଙ୍କରେ ଆଡମିଶନ ନେଇସାରିଥିଲେ ମଧ୍ଯ୍ଯ  ଶିକ୍ଷାର୍ଥୀ ଭଲ ସୁଯୋଗ ମିଳିଲେ ପୁରୁଣା ଶିକ୍ଷାନୁଷ୍ଠାନକୁ ଛାଡିଥାନ୍ତି। ଅନେକ ସମୟରେ ଆଡମିଶନ ବାବଦକୁ ପଇଠ କରିଥିବା ଅର୍ଥ ହରାଇବାକୁ ପଡୁଥିଲା। ଏବେ ତାହା ନିୟମ ଅନୁସାରେ ଫେରସ୍ତ ହେବ  ।

ବଦ୍ରିନାଥ ଧାମରେ ଅଳକନନ୍ଦା ନଦୀର ନିର୍ମାଣଧୀନ ବ୍ରିଜ ଭାଙ୍ଗିଲା ଶ୍ରମିକ ଭାସିଗଲେ

ନନ୍ଦିଘୋଷ ବ୍ୟୁରୋ : ଭୁଶୁଡ଼ିଲା ବଦ୍ରିନାଥ ଧାମରେ ନିର୍ମାଣଧୀନ ବ୍ରିଜ । ଅଳକନନ୍ଦା ନଦୀର ସୌନ୍ଦର୍ଯ୍ୟକରଣ ପାଇଁ ସେତୁ ନିର୍ମାଣ କରାଯାଉଥିଲା ହଠାତ ଏହା ଭୁଶୁଡିଲା । ବ୍ରିଜ ଭାଙ୍ଗିବା ସମୟରେ କାର୍ଯ୍ୟକରୁଥିବା ଦୁଇଜଣ ଶ୍ରମିକଙ୍କ ମଧ୍ୟରୁ ଜଣେ ଭାସି ଯାଇଥିବା ବେଳେ ଅନ୍ୟ ଜଣକୁ ଉଦ୍ଧାର କରାଯାଇଛି । ବଦ୍ରିନାଥ ଧାମରେ ମାଷ୍ଟର ପ୍ଲାନରେ କାମ ଜାରିରହିଛି । ବୁଧବାର ଦିନ ମନ୍ଦିର ପରିସରରେ ବ୍ରହ୍ମ କପାଳ ନିକଟରେ ଏକ ନିର୍ମାଣଧୀନ ସେତୁ ହଠାତ୍ ଭୁଶୁଡ଼ିପଡିଥିଲା । ଦୁର୍ଘଟଣା ସମୟରେ ବ୍ରିଜ ଉପରେ ଦୁଇଜଣ ଶ୍ରମିକ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଶ୍ରମିକ ନଦୀର ପ୍ରଖର ସ୍ରୋତରେ ଭାସିଯାଇଯାଇଛନ୍ତି ।

ଦୁର୍ଘଟଣା ପରେ ସ୍ଥାନୀୟ ଚାମୋଲି ଜିଲ୍ଲାର ଉପ ଜିଲ୍ଲାପାଳ ଜୋସିମାଥ କୁମ୍କୁମ୍ ଯୋଶୀ କହିଛନ୍ତି ଯେ ଭୁଶୁଡ଼ିବା ସମୟରେ ଦୁଇଜଣ ଶ୍ରମିକ ବ୍ରିଜ ଉପରେ ଥିଲେ ସେମାନଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରାଯାଇଛି । ଅନ୍ୟଜଣେ ନଦୀର ପ୍ରଖର ସ୍ରୋତରେ ଭାସିଯାଇଛନ୍ତି । ଶ୍ରମିକଙ୍କୁ ଖୋଜା ଖୋଜି କରାଯାଇଛି । ବଦ୍ରିନାଥ ଧାମରେ ଅବସ୍ଥିତ ବ୍ରହ୍ମ କପାଳ ନିକଟରେ ଥିବା ଏହି ସେତୁଟି ଅଳକାନନ୍ଦା ନଦୀକୁ ସୌନ୍ଦର୍ଯ୍ୟକରଣ ଉଦ୍ଦେଶ୍ୟରେ ନିର୍ମାଣ କରାଯାଉଥିଲା । ଏହା ନିର୍ମାଣଧୀନ ଅବସ୍ତାରେ ହଠାତ୍ ଭୁଶୁଡି ପଡିଛି ।