spot_img
Home Blog Page 2833

ଏନଏଚ୍‌ ୫୫ର ଦୂରବସ୍ଥା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଢେଙ୍କାନାଳ ସାଂସଦଙ୍କ ଟାର୍ଗେଟ୍‌

ଢେଙ୍କାନାଳ: ଜାତୀୟ ରାଜପଥ ୫୫ର ଦୂରବସ୍ଥା ନେଇ ପୁଣି ଥରେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ୍‌ କଲେ ବିଜେଡି ସାଂସଦ ମହେଶ ସାହୁ । କେନ୍ଦ୍ରମନ୍ତ୍ରୀ ଚାହିଁଥିଲେ ଚାରିବର୍ଷ ପୂର୍ବରୁ ଏହି ଜାତୀୟ ରାଜପଥ କାର୍ଯ୍ୟ ସାରିଥାନ୍ତା । କଟକରୁ ସମ୍ବଲପୁରକୁ ସଂଯୋଗ କରୁଥିବା ଏହି ଜାତୀୟ ରାଜପଥ କାମ ବର୍ଷ ବର୍ଷ ଧରି ଶେଷ ହେଉନି । କେନ୍ଦ୍ର ସରକାରଙ୍କ ଉଦାସୀନତା ବିରୋଧରେ ବାରମ୍ବାର ଆନ୍ଦୋଳନ ହୋଇଛି । ସାଂସଦ ଭାବେ ସେ ସଂସଦରେ ଏହି ପ୍ରସଙ୍ଗ ଅନେକ ଥର ଉଠାଇଥିବା ମହେଶ ସାହୁ କହିଛନ୍ତି । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଛି ।

ରାଜ୍ୟ ଓ ଜାତୀୟ ସମସ୍ୟା ସମ୍ପର୍କିତ ପ୍ରସଙ୍ଗକୁ ସଂସଦରେ ଉପସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀ ସବୁ ସାଂସଦଙ୍କୁ ପରାମର୍ଶ ଦେଇଛନ୍ତି । ସେହି ଅନୁସାରେ ଜାତୀୟ ରାଜପଥ ସମସ୍ୟାକୁ ବିଜେଡି ସବୁବେଳେ ସଂସଦରେ ଉଠାଇଛି । ଏହି ରାଜପଥ ପାଇଁ ଅନୁଗୁଳ ଓ ଢେଙ୍କାନାଳରେ ଜମି ଅଧିଗ୍ରହଣ ସରିଥିଲେ ବି ପରିବେଶ ମଞ୍ଜୁରୀ ନାଁରେ କାମ ବିଳମ୍ବ କରାଯାଉଥିବା ସାଂସଦ ମହେଶ ଅଭିଯୋଗ କରିଛନ୍ତି । ୨୦୨୩ ମାର୍ଚ୍ଚ ସୁଦ୍ଧା କାମ ସରିବ ବୋଲି ପୂର୍ବରୁ କେନ୍ଦ୍ର ଆଶ୍ୱାସନା ଦେଇଥିଲା । ହେଲେ ନିର୍ଦ୍ଧାରିତ ସମୟରେ କାମ ଶେଷ ହୋଇନି ।

ଅଙ୍ଗନବାଡ଼ି କେନ୍ଦ୍ରରେ ପଶିଗଲା ଶିଆଳ, ପିଲାଙ୍କୁ କାମୁଡ଼ି କଲା ଲହୁଲୁହାଣ

ବାଲେଶ୍ୱର: ଅଙ୍ଗନବାଡ଼ି କେନ୍ଦ୍ରରେ ପଶିଗଲା ଶିଆଳ । ପିଲାଙ୍କୁ କାମୁଡ଼ି ଲହୁଲୁହାଣ କରିଛି ଜଙ୍ଗଲୀ ଜନ୍ତୁ । ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଡାଲଙ୍ଗ ଗାଁର ଶିଆଳ ଆତଙ୍କ ଦେଖାଦେଇଛି । ଅଙ୍ଗନାବାଡ଼ି କେନ୍ଦ୍ରରେ ପଶି ପିଲାଙ୍କୁ ଆକ୍ରମଣ କରିଥିଲା ଶିଆଳ । ଶିଆଳ ଆକ୍ରମଣରେ ୩ ଜଣ ପିଲାଙ୍କ ସହିତ ମୋଟ ୧୨ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗ୍ରାମବାସୀ ଶିଆଳଟିକୁ କାବୁ କରି ବାନ୍ଧି ରଖିଛନ୍ତି । ପୂର୍ବରୁ ଜଳଦାରେ ମଧ୍ୟ କିଛି ଲୋକଙ୍କୁ ଶିଆଳ ଆକ୍ରଣ କରିଥିଲା ।

ଶ୍ରୀମନ୍ଦିର ଦକ୍ଷିଣଦ୍ବାର ଗୁମୁଟରୁ ଦାନବାକ୍ସରୁ ଲୁଟ୍

ପୁରୀ: ଶ୍ରୀମନ୍ଦିର ଦକ୍ଷିଣଦ୍ବାର ଗୁମୁଟରୁ ଦାନବାକ୍ସରୁ ଲୁଟ୍ ଅଭିଯୋଗ । ଲୁହାରଡରେ ହୁଣ୍ଡି ବାକ୍ସକୁ ତଡ଼ାଯାଇଥିବା ସୂଚନା ମିଳିଛି । ଭୀମଙ୍କ ପ୍ରତିମୂର୍ତ୍ତି ତଳେ ରଖାଯାଇଥିଲା ଏହି ଦାନବାକ୍ସ । ତେବେ ତଡା ଯାଇଥିବା ହୁଣ୍ଡି ବାକ୍ସକୁ ଲୁଟ୍ ପରେ ନୃସିଂହ ମନ୍ଦିର ନିକଟରେ ଅଭିଯୁକ୍ତ ଫିଙ୍ଗି ଦେଇଥିବା ସୂଚନା ମିଳିଛି ।

ଅବକାରୀ ବିଭାଗ କର୍ମଚାରୀଙ୍କୁ ମଦ ମାଫିଆଙ୍କ ଆକ୍ରମଣ, ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କଲେ ଅଭିଯୁକ୍ତ

ଆଠଗଡ଼: ଜଙ୍ଗଲରେ ରନ୍ଧା ଚାଲିଥିଲା ମଦ । ଅବକାରୀ ବିଭାଗର ଚଢ଼ାଉ । ଅତର୍କିତ ଆକ୍ରମଣ କଲେ ମଦ ମାଫିଆ । ଘଟଣା ଘଟିଛି ଆଠଗଡ଼ ଖୁଣ୍ଟୁଣୀ ଖଣ୍ଡୁଆଳୀ ଜଙ୍ଗଲରେ । ଅବକାରୀ ବିଭାଗର ଚଢ଼ାଉ ବେଳେ ଆକ୍ରମଣ କଲେ ମଦ ମାଫିଆ । ୪ଟି ଗାଡ଼ିକୁ ବାଡ଼େଇ ଚୁରମାର କରିବା ସହ ଦୁଇ ଜଣ କର୍ମଚାରୀଙ୍କୁ ଖଣ୍ଡାରେ ହାଣିଲେ ମଦ ମାଫିଆ। ରାସ୍ତା କଡ଼ରେ ଗାଡ଼ି ଥୋଇ ଜଙ୍ଗଲ ଭିତରକୁ ରେଡ୍‌ ପାଇଁ ଯାଇଥିବା ବେଳେ ଘଟିଛି ଏଭଳି ଘଟଣା। ଘଟଣାସ୍ଥଳରେ ଖୁଣ୍ଟୁଣି ପୋଲିସ ସମେତ ଅବକାରୀ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

 

ବନ୍ଦେ ଭାରତ ଏକ୍ସପ୍ରେସରେ ରେଳବାଇର ବଡ଼ ଅବହେଳା, ରୁଟିରୁ ବାହାରିଲା ଅସରପା

ଭୋପାଳ: ଟ୍ରେନରେ ଯାତ୍ରୀଙ୍କୁ ଅସ୍ବାସ୍ଥ୍ୟକର ଖାଦ୍ୟ । ମଧ୍ୟପ୍ରଦେଶ ଭୋପାଳରୁ ଗ୍ବାଲିଅର ଯାଉଥିବା ଟ୍ରେନରେ ଯାତ୍ରୀଙ୍କୁ ଦିଆଯାଇଥିବା ଖାଦ୍ୟରୁ ବାହାରିଲା ମଲା ଅସରପା । IRCTC ଷ୍ଟାଫ୍ ଯାତ୍ରୀଙ୍କୁ ଖାଦ୍ୟ ପରସିଥିବା ବେଳେ ରୁଟିରେ ମଲା ଅସରପା ଲାଗିଥିବା ଯାତ୍ରୀଜଣଙ୍କ ଦେଖିଥିଲେ । ଏହାକୁ ନେଇ ଟ୍ରେନ ଯାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ରେଳବାଇର ଅବହେଳାକୁ ନେଇ ଯାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଯାତ୍ରୀଜଣଙ୍କ ସେହି ଖାଦ୍ୟର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । IRCTCofficialକୁ ଟ୍ୟାଗ୍ କରିବା ସହ ଏବଂ ହାସଟ୍ୟାଗ୍ ବନ୍ଦେ ଭାରତ ଏକ୍ସପ୍ରେସ ଲେଖି ଟୁଇଟ କରିଛନ୍ତି ଯାତ୍ରୀ । ତେବେ ଯାତ୍ରୀଙ୍କ ପୋଷ୍ଟରେ ରେଳବାଇ ପକ୍ଷରୁ ଉତ୍ତର ମଧ୍ୟ ଦିଆଯାଇଛି । ଭବିଷ୍ୟତର ଏଭଳି  ହେବନାହିଁ ବୋଲି ଟୁଇଟ କରିଛି ରେଳବାଇ ।

ଧାର୍ଯ୍ୟ କକ୍ଷପଥରେ ପହଞ୍ଚିଲା ଚନ୍ଦ୍ରଯାନ-୩

ଶ୍ରୀହରିକୋଟା: ଚନ୍ଦ୍ରଯାନ-୩ ମହାକାଶଯାନ ବର୍ତ୍ତମାନ ପୃଥିବୀର ୧,୨୭,୬୦୯ କିମି X ୨୩୬ କିମି କକ୍ଷପଥରେ ପହଞ୍ଚିସାରିଛି । ଏହା ଟ୍ରାନ୍ସଲୁନାର ଇଞ୍ଜେକ୍ସନ ପାଇଁ ପ୍ରସ୍ତୁତ ହେଉଛି ବୋଲି ଇସ୍ରୋ ସୂଚନା ଦେଇଛି । ଅଗଷ୍ଟ ପହିଲାରେ ଧାର୍ଯ୍ୟ ହୋଇଥିବା ଟିଲଆଇ ମହାକାଶଯାନକୁ ଚନ୍ଦ୍ର ଆଡ଼କୁ ସ୍ଲିଙ୍ଗସଟ୍ କରିବ । ଏହାପରେ ଚନ୍ଦ୍ରଯାନ-୩ ଚନ୍ଦ୍ର ଯାତ୍ରା ଆରମ୍ଭ ହେବ । ଚନ୍ଦ୍ରଯାନ-୩ ସଫଳତାର ସହ ଅନ୍ତିମ ପୃଥିବୀ-ବନ୍ଧିତ କକ୍ଷପଥ ବୃଦ୍ଧି ପ୍ରକ୍ରିୟା ଜୁଲାଇ ୨୫ରେ ସମ୍ପନ୍ନ କରିଛି। ବେଙ୍ଗାଲୁରୁର ଇସ୍ରୋ ଟେଲିମେଟ୍ରି, ଟ୍ରାକିଂ ଏବଂ କମାଣ୍ଡ ନେଟ୍‌ୱର୍କ (ଇଷ୍ଟ୍ରାକ୍) ଦ୍ବାରା ଏହି ମାନିଉଭର୍ କରାଯାଇଥିଲା। ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଅବତରଣ ଏବଂ ବୁଲିବା ଲାଗି ଯଥାସମ୍ଭବ କ୍ଷମତା ପ୍ରଦର୍ଶନ କରିବାକୁ ଚନ୍ଦ୍ରଯାନ-୩ ମିଶନ ଲକ୍ଷ୍ୟ ରଖିଛି।

ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ ମାମଲା, ଅଭିଯୁକ୍ତକୁ ୫ ଦିନିଆ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ STF

ଭୁବନେଶ୍ୱର: ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ ମାମଲା । ଗିରଫ ଅଭିଯୁକ୍ତ ପଠାଣି ସାମନ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ STF । ଆଜିଠାରୁ ୫ ଦିନିଆ ରିମାଣ୍ଡରେ ନେଇପାରେ STF । ୭ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା । ଗୁଡୁ କୁମାର ଲିଙ୍କରେ ହେବ ଅଧିକ ପଚରାଉଚରା । ସିଲିଗୁଡି ଥାନାରେ ପଠାଣିସାମନ୍ତ ନାଁରେ ପୂର୍ବରୁ ରହିଛି ମାମଲା । ରିମାଣ୍ଡ ସରିବା ପରେ ଝାରପଡ଼ା ଜେଲରେ ପଠାଣିସାମନ୍ତକୁ ଜେରା କରିବ NIA । ପଠାଣିସାମନ୍ତ ଓ ଅଭିଜିତ ସଞ୍ଜୟ ଜାମ୍ବୁରେକୁ ହୋଇପାରେ ମୁହାଁମୁହିଁ ଜେରା । ଦୁବାଇ, ପାକିସ୍ତାନ ବୁଲିବାକୁ ଯାଇଥିଲେ ସଞ୍ଜୟ, ପଠାଣି ଓ ଗୁଡୁ । ସେଠାରେ ଦେଶର କିଛି ଗୁଇନ୍ଦା ତଥ୍ୟ ଲିକ୍ କରିଥିବା ନେଇ ମିଳିଛି ସୁରାକ । ହାନିଟ୍ରାପ୍ ଓ ପାକିସ୍ତାନ ଗୁଇନ୍ଦା ଏଜେଣ୍ଟ ଲିଙ୍କ୍ ନେଇ ହେବ ଅଧିକ ପଚରାଉଚରା । ପୂର୍ବରୁ ଏନେଇ ଇଣ୍ଟେଲିଜେନ୍ସ ବ୍ୟୁରୋ ସହ ଯୋଗାଯୋଗରେ ରହିଛି STF । ଅଭିଯୁକ୍ତଙ୍କୁ ଜେରା କରିଛି ମୁମ୍ବାଇ ଆଣ୍ଟି ଟେରରିଷ୍ଟ ସ୍କ୍ବାର୍ଡ । ମ୍ୟୁଲ ଆକାଉଣ୍ଟ ଓ ପ୍ରି ଆକ୍ଟିଭେଟେଡ୍‌ ସିମ୍ ଜରିଆରେ ଚଳାଇଥିଲେ କାରବାର । ଓଡ଼ିଶା STF ଅଭିଯୁକ୍ତଙ୍କୁ ଧରିବା ପରେ ପୂରା ଘଟଣାରୁ ଖୋଲୁଛି ଗୁମର ।

ଓଲିଉଡ୍ ହିରୋଇନଙ୍କ ଭିଡିଓ ଭାଇରାଲ, ପୁରୁଷବନ୍ଧୁଙ୍କ ନାଁରେ ଥାନାରେ ଏତଲା

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଓଲିଉଡ୍ ଇଣ୍ଡଷ୍ଟ୍ରି । ରିଲ୍ ନୁହେଁ ରିଅଲ ଲାଇଫ ଝାମେଲା ପଡ଼ିଛି ପଦାରେ । ଜଣେ ଜଣାଶୁଣା  ଅଭିନେତ୍ରୀ ତାଙ୍କ ପୁରୁଷବନ୍ଧୁଙ୍କ ନାଁରେ ଆଣିଛନ୍ତି ଅଭିଯୋଗ । ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ନେଇ ଆଣିଲେ ଅଭିଯୋଗ । ୨୦୨୧ରେ ଆସିଥିବା ଏହି ଅଭିଯୋଗ ପରେ ଥାନାରେ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିଲା । ପୁଣିଥରେ ଠକେଇ, ନିର୍ଯ୍ୟାତନା, ଭିଡିଓ ଭାଇରାଲ ନେଇ ଲକ୍ଷ୍ମୀସାଗର ଥାନାରେ ଏତଲା ହେଲା । ପୁରୁଷ ବନ୍ଧୁ ମଧ୍ୟ ଜାତୀୟସ୍ତରରେ କାମ କରୁଥିବା ଜଣେ ସିନେ ନିର୍ମାତା । ୨୦୧୯ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ସୁଟିଂ ସେଟରେ ପୁରୁଷ ବନ୍ଧୁ ଜଣଙ୍କ ଗଣ୍ଡଗୋଳ କରୁଥିବା ନେଇ ଅଭିଯୋଗ ରହିଛି । ଫିଲ୍ମ ଓ ବଡ଼ ବଡ଼ ପ୍ରଡକ୍ସନ ହାଉସରେ କାମ ଦେବାକୁ କହି ଶାରୀରିକ ସମ୍ପର୍କ ରଖୁଥିବା ନେଇ ଅଭିଯୋଗ କରିଛନ୍ତି ଅଭିନେତ୍ରୀ ଜଣକ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କେସ୍ ରୁଜୁ କରିଥିଲା ଲକ୍ଷ୍ମୀସାଗର ଥାନା ପୋଲିସ । ଦଫା ୨୬୮, ୨୯୪, ୩୪୯, ୩୫୦, ୩୫୪, ୩୫୪ ଏ, ୩୫୪ ସି, ୩୮୩, ୪୨୦, ୪୬୮, ୪୯୯, ୫୦୩, ୫୦୬ ରେ ମାମଲା ରୁଜୁ ହୋଇଛି । ଆଇଟି ଆକ୍ଟ ୨୦୦୦ର ୬୬ -ଏ, ୬୬-ଇ, ୬୭, ୬୭-ଏ ରେ ମାମଲା ରୁଜୁ ହୋଇଛି ।

ସକ୍ରିୟ ରହିଛି ଲଘୁଚାପ, ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା

ଭୁବନେଶ୍ୱର: ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି ଲଘୁଚାପ । ପ୍ରଭାବରେ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେଉଛି । ଆଜି ବର୍ଷା ନେଇ ୬ ଜିଲ୍ଲାକୁ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ନୂଆପଡ଼ା, ବରଗଡ଼, ବଲାଙ୍ଗୀର, ସମ୍ବଲପୁର, କେନ୍ଦୁଝର ଏବଂ ମୟୂରଭଞ୍ଜକୁ ସତର୍କତା ଜାରି ହୋଇଛି । ମୌସୁମୀ ନିମ୍ନ ଚାପରେଖା ଦକ୍ଷିଣ ଭାଗରୁ ଧିରେ ଧିରେ ସାଧାରଣ ଅବସ୍ଥାନକୁ ଫେରୁଛି । ପ୍ରଭାବରେ କାଲିଠୁ ରାଜ୍ୟରେ ବର୍ଷାର ବିସ୍ତୃତି ପୁଣି ବଢିବ । ବିଶେଷ କରି ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡା ସମେତ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସେହିପରି କିଛି ଜିଲ୍ଲାରେ ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ ।

ଧୋଇଗଲାଣି ସଂସଦର ୬ଟି କାର୍ଯ୍ୟଦିବସ, ସ୍ବାଭାବିକ ହେଉନି ଗୃହ

ନୂଆଦିଲ୍ଲୀ: ୬ ଦିନ ବିତିଲା ହେଲେ ସ୍ବାଭାବିକ ହୋଇପାରୁନି ସଂସଦ । ମଣିପୁର ପ୍ରସଙ୍ଗରେ ଧୋଇଗଲାଣି ୬ଟି କାର୍ଯ୍ୟଦିବସ । ଆଜି ସପ୍ତମ ଦିନରେ ବି ସଂସଦ ସ୍ବାଭାବିକ ହେବା ଆଶା କ୍ଷୀଣ । ମଣିପୁର ପ୍ରସଙ୍ଗରେ ଉତ୍ତର ମାଗି ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ଗତକାଲି ଇଣ୍ଡିଆ ମେଣ୍ଟ ଦଳର ସବୁ ସାଂସଦ କଳାପୋଷାକ ପିନ୍ଧି ସଂସଦରେ ନାରାବାଜି କରିଥିଲେ । ଭାଷଣବାଜିରେ ବ୍ୟସ୍ତ ଥିବା ବେଳେ କେନ୍ଦ୍ର ସରକାର ମଣିପୁର ପ୍ରସଙ୍ଗରେ ବୟାନ ନଦେବା ଦୁର୍ଭାଗ୍ୟଜନକ ବୋଲି ବିରୋଧୀ କହିଛନ୍ତି ।

ଦେଶରେ ଗୋଟିଏ ଅଂଶ ଜଳୁଥିବା ବେଳେ ସରକାର କ୍ଷମତା ଅଂହକାରରେ ଅନ୍ଧ ହୋଇଯାଇଥିବା କହି ସମାଲୋଚନା କରିଛି କଂଗ୍ରେସ । ଆସନ୍ତା ୨୩ ଓ ୨୪ ତାରିଖରେ ବିରୋଧୀ ମେଣ୍ଟ ଇଣ୍ଡିଆ ଟିମ ମଣିପୁର ଯିବ ବୋଲି ଜଣାପଡ଼ିଛି । ସେପଟେ ମଣିପୁର ଭାଇରାଲ୍ ଭିଡିଓ ମାମଲାର ତଦନ୍ତ ଭାର ସିବିଆଇକୁ ଦେଇଛନ୍ତି କେନ୍ଦ୍ର ସରକାର । ଭାଇରାଲ ଭିଡିଓକୁ ନେଇ ସବୁଠୁ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ସୁପ୍ରିମକୋର୍ଟ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି ।