spot_img
Home Blog Page 2885

ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ ଆଉ ଦୁଇ କର୍ମଚାରୀଙ୍କୁ ସିବିଆଇର ଜେରା !

ନନ୍ଦିଘୋଷ ବ୍ୟୁରୋ: ବାହନାଗା ଟ୍ରେନ ଟ୍ରାଜେଡି ଘଟଣାରେ ଆଉ ଦୁଇ କର୍ମଚାରୀଙ୍କୁ ସିବିଆଇ ଜେରା କରିଥିବା ସୂଚନା ମିଳିଛି । ପୂର୍ବରୁ ଏହି ଦୁଇ କର୍ମଚାରୀଙ୍କୁ ସିବିଆଇ ପକ୍ଷରୁ ସମନ କରାଯାଇଥିଲା । ଦୁଇ କର୍ମଚାରୀଙ୍କୁ ବାହନାଗା ଷ୍ଟେସନ ପରିସରରେ ଜେରା କରାଯାଉଥିବା ସୂଚନା ମିଳିଛି । ଏହା ବାଦ ଅନ୍ୟ ୩ ଜଣ କର୍ମଚାରୀଙ୍କୁ ମଧ୍ୟ ସମନ ହୋଇଥିବା ନେଇ ସିବିଆଇ ସୂତ୍ରରୁ ଜଣାପଡ଼ିଛି । ସେପଟେ ଆସନ୍ତାକାଲି ହାଜର ହୋଇପାରନ୍ତି ଷ୍ଟେସନ ମାଷ୍ଟର । ୧୧ ତାରିଖରେ ହାଜର ହେବାକୁ ପୂର୍ବରୁ ତାଙ୍କୁ ହୋଇଥିଲା ସମନ ।

କରମଣ୍ଡଳ ଟ୍ରେନ ଦୁର୍ଘଟଣା ବେଳେ ସିଗ୍ନାଲ ଅବ୍ୟବସ୍ଥା ନେଇ ଅବଗତ ଥିଲେ ଷ୍ଟେସନ ମାଷ୍ଟର । କିନ୍ତୁ ସେ ଏ ସମ୍ପର୍କରେ ସିଗ୍ନାଲ ଓ ଟେଲିଗ୍ରାଫ ଷ୍ଟାଫଙ୍କୁ ସୂଚନା ଦେଇନଥିଲେ । ସେପଟେ ୩ ଅଭିଯୁକ୍ତଙ୍କୁ ରିମାଣ୍ଡ ଅବଧି ଭିତରେ ମୁହାଁମୁହିଁ ଜେରା କରାଯାଇଛି । ଗତକାଲି ରାତିରେ ୩ ଅଭିଯୁକ୍ତଙ୍କୁ ବାହନାଗା ଷ୍ଟେସନ ନିଆଯାଇଛି । ରାତି ଅଧରେ ଷ୍ଟେସନରେ ଥିବା ସିଗ୍ନାଲିଂ ରୁମ ଓ ଷ୍ଟେସନ ମାଷ୍ଟରଙ୍କ ରୁମରେ ଛାନଭିନ କରାଯାଇଛି । କମିଶନର ଅଫ ରେଲଓ୍ବେ ସେଫ୍ଟିଙ୍କ ତଦନ୍ତ ରିପୋର୍ଟରେ ମଧ୍ୟ ଷ୍ଟେସନ ମାଷ୍ଟରଙ୍କ ତ୍ରୁଟି ସମ୍ପର୍କରେ ଜଣାଯିବା ପରେ ତାଙ୍କ ପ୍ରତି ଅଡ଼ୁଆ ବଢୁଥିବା ସୂଚନା ମିଳିଛି ।

‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ପ୍ରସ୍ତାବକୁ କ୍ୟାବିନେଟ ମୋହର, ପ୍ରତି ପଞ୍ଚାୟତକୁ ମିଳିବ ୫୦ଲକ୍ଷ ପର୍ଯ୍ୟନ୍ତ ଅନୁଦାନ

ଭୁବନେଶ୍ୱର: ଆସିଲା ନୂଆ ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶା । ରାଜ୍ୟ କ୍ୟାବିନେଟରେ ଯୋଜନା ଉପରେ ମୋହର ବାଜିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମୋଟ ୯ଟି ପ୍ରସ୍ତାବ ଉପରେ ମୋହର ମାରଛି ରାଜ୍ୟ କ୍ୟାବିନେଟ । ତେବେ ଗ୍ରାମାଞ୍ଚଳ ଭିତ୍ତିଭୂମି ବୃଦ୍ଧିକୁ ତ୍ବରାନ୍ବିତ କରିବା ସହ ରାଜ୍ୟର ସମୃଦ୍ଧ ଜଗନ୍ନାଥ ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ବଞ୍ଚାଇ ରଖିବା ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ଏହାଦ୍ବାରା ଓଡିଶାର ଐତିହ୍ୟ ଓ ସାଂସ୍କୃତିକ ଭିତ୍ତିଭୂମି ବିକାଶ, ପ୍ରାଥମିକ ଶିକ୍ଷା ଉନ୍ନତିକରଣ, ମହିଳା, ଯୁବକ ସଶକ୍ତିକରଣ ହାସଲ କରିବା ପାଇଁ ଭିତ୍ତିଭୂମି ବିକାଶ, ଯୁବପୀଢ଼ିଙ୍କ ପାଇଁ କ୍ରୀଡ଼ା ସୁବିଧା, ବ୍ୟାଙ୍କିଂ ସେବା ତଥା ଡିଜିଟାଲ୍ ସେବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ଉନ୍ନତିକରଣ କରାଯିବ। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଯୋଜନାରେ ୪ହଜାର କୋଟି ବ୍ୟୟବରାଦ କରାଯାଇଛି ।

ପ୍ରତି ପଞ୍ଚାୟତକୁ ୫୦ଲକ୍ଷ ପର୍ଯ୍ୟନ୍ତ ଅନୁଦାନ ଦିଆଯାଇପାରିବ। ଏହି ଅର୍ଥରେ ଜଗନ୍ନାଥ ସଂସ୍କୃତି ଓ ପରଂପରାର ପ୍ରୋତ୍ସାହନ, ସଂରକ୍ଷଣ ଏବଂ ସୁରକ୍ଷା, ଅଧିକ ସଂଖ୍ୟାରେ ତୀର୍ଥଯାତ୍ରୀଙ୍କ ସମାଗମ ହେଉଥିବା ଉପାସନାସ୍ଥଳୀ ଗୁଡ଼ିକରେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ପଞ୍ଚାୟତଓ୍ବାରୀ ପ୍ରକଳ୍ପ ତାଲିକା ବ୍ଲକସ୍ତରରୁ ପ୍ରସ୍ତାବିତ ହୋଇ ଜିଲ୍ଲାପାଳ ଏବଂ ଜିଲ୍ଲା ପରିଷଦ ସଭାପତିଙ୍କ ଦସ୍ତଖତ ସହିତ ସରକାରଙ୍କ ଅନୁମୋଦନ ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗକୁ ପଠାଯିବ।

ଏଥିରେ ପ୍ରକଳ୍ପ ଗୁଡ଼ିକର ମୂଲ୍ୟ ଅଢ଼େଇ ଲକ୍ଷରୁ ୧୦ଲକ୍ଷ ଟଙ୍କା ମଧ୍ୟରେ ରହିବ। ଆବଶ୍ୟକସ୍ଥଳେ ଏହି ସୀମାକୁ ପରିବର୍ତ୍ତନ କାର୍ଯ୍ୟକାରୀ ହେବ। ପ୍ରକଳ୍ପ ଗୁଡ଼ିକର ସ୍ବଚ୍ଛତା ବଜାୟ ରଖିବା ପାଇଁ ଏକ ଓ୍ବେବ ଆଧାରିତ ଏମଆଇଏସ ଓ ମୋବାଇଲ୍ ଆପ୍ ବିକଶିତ କରାଯିବ। ପ୍ରତି ପ୍ରକଳ୍ପର ଜିଆଇ ଟ୍ୟାଗିଂ କରାଯିବ। ପୂର୍ବ ପ୍ରଚଳିତ ଆମ ଗାଁ ଆମ ବିକାଶ ନିର୍ଦ୍ଦେଶନାମାକୁ ସଂଶୋଧନ କରି ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ଆମ ଓଡ଼ିଶା ନବୀନ ଓଡ଼ିଶା ନାମକ ଅଭିନବ ପ୍ରୟାସ କରିଛନ୍ତି।

ରାଜ୍ୟ କ୍ୟାବିନେଟରେ ୯ଟି ପ୍ରସ୍ତାବ ଉପରେ ମୋହର, ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ନୂଆ ଯୋଜନା

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୯ ଟି ପ୍ରସ୍ତାବ ଉପରେ ଲାଗିଛି ମୋହର । ଆରମ୍ଭ ହେଲା ପଞ୍ଚାୟତିରାଜ ବିଭାଗର ନୂଆ ଯୋଜନା ଆମ ଓଡ଼ିଶା, ନବୀନ ଓଡ଼ିଶା । ଏହି ପ୍ରସ୍ତାବରେ କ୍ୟାବିନେଟରେ ମୋହର ମରାଯାଇଛି । ନୂଆ ଯୋଜନା ଅନୁସାରେ ପ୍ରତି ପଞ୍ଚାୟତକୁ ମିଳିବ ସ୍ବତନ୍ତ୍ର ଅନୁଦାନ । ଯୋଜନା କାର୍ଯ୍ୟକାରିତା ପାଇଁ ଗାଇଡଲାଇନକୁ ମଂଜୁରୀ ମିଳିଛି ।

ସେପଟେ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ପାଇଁ ମାଗଣା ଜମି ପ୍ରଦାନକୁ ଅନୁମୋଦନ ମିଳିଛି । ବିଶ୍ବବିଦ୍ୟାଳୟକୁ ମିଳିବ ୮ ଦଶମିକ ୬୯୩ ଏକର ଜମି । ଲମତାପୁଟ ଡିଗ୍ରୀ କଲେଜକୁ ମିଳିବ ୫ଏକର ଜମି । ଏଥିପାଇଁ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ସେହିପରି ଅଷ୍ଟମ ଅନୁଚ୍ଛେଦରେ କୁଇ ଭାଷାକୁ ସାମିଲ କରିବା ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ଏଥିପାଇଁ କେନ୍ଦ୍ରକୁ ଚିଠି ଲେଖିବ ରାଜ୍ୟ । ଏହା କୁଇ ଭାଷା ସଂରକ୍ଷଣ, ବିକାଶ ଓ ପ୍ରସାରଣ ସହ ଗବେଷଣା ଓ ଅଧ୍ୟୟନ ନିମନ୍ତେ ବ୍ୟାପକ କ୍ଷେତ୍ର ପ୍ରସ୍ତୁତି ହେବ । ଏହି ନିଷ୍ପତ୍ତିରେ ୭ ଲକ୍ଷରୁ ଅଧିକ କୁଇ ଭାଷାଭାଷୀ ଜନଜାତି ଉପକୃତ ହେବେ ।

ସିଆରପି, ଏମବିକେ ଓ କମ୍ୟୁନିଟି ଷ୍ଟାଫଙ୍କ ପାଇଁ ବଡ଼ ଘୋଷଣା, ମିଳିବ ପ୍ରସବକାଳୀନ ସବୈତନିକ ଛୁଟି

ଅନୁଗୁଳ: ମାଆଙ୍କ ପାଇଁ ବଡ଼ ଘୋଷଣା । ମାଆ ପାଇବେ ପ୍ରସବକାଳୀନ ସବୈତନିକ ଛୁଟି । କମ୍ୟୁନିଟି ରିସୋର୍ସ ପର୍ସନ ବା ସିଆରପି, ମାଷ୍ଟର ବୁକ କିପର ବା ଏମବିକେ ଏବଂ ସବୁ କମ୍ୟୁନିଟି ଷ୍ଟାଫ ୬ ମାସର ପ୍ରସବକାଳୀନ ଛୁଟି ପାଇପାରିବେ । ଏହି ସମୟରେ ମାଆମାନଙ୍କୁ ଦରମା ମଧ୍ୟ ମିଳିବ । ସରକାରୀ କର୍ମଚାରୀଙ୍କୁ ଛୁଟି ଦିଆଯିବା ଭଳି ସବୁ କମ୍ୟୁନିଟି ଷ୍ଟାଫଙ୍କୁ ୧୮୦ଦିନ ଛୁଟି ଦେବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଅନୁଗୁଳ ପିଟିସି ପଡ଼ିଆରେ ମାଆମାନଙ୍କ ସହିତ ଆଲୋଚନା କରି ଏହି ସୂଚନା ଦେଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ସେପଟେ ସିଡିପିଓ, ବିଡିଓଙ୍କ ଭଳି ମିଶନ ଶକ୍ତି ବ୍ଲକ ଫେଡେରେସନକୁ ଗାଡ଼ି ପ୍ରଦାନ କରାଯିବ ।

ଅଧିକ ସ୍ଥାନକୁ ଯାଇ ରୋଜଗାର ବଢାଇବାକୁ ଗାଡ଼ି ଦେବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ସିଆରପି, ଏମବିକେ, କମ୍ୟୁନିଟି ଷ୍ଟାଫଙ୍କୁ ସ୍କୁଟି ଯୋଗାଇ ଦେବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ସେହିପରି ଅନୁଗୁଳର ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରରେ ଅନୁଧ୍ୟାନ କରିବା ସହି ଦିବ୍ୟାଙ୍ଗଙ୍କୁ ଭେଟି ଆଲୋଚନା କରିଥିଲେ 5T ସଚିବ । ଦିବ୍ୟାଙ୍ଗଙ୍କୁ ମିଳିଥିବା ସାଇକେଲ ଦେଖିବା ସହି ପୁନର୍ବାସ କେନ୍ଦ୍ରର ଉନ୍ନତିକରଣ ପାଇଁ ଆଉ କଣ ହୋଇପାରିବ ସେନେଇ ଅନୁଧ୍ୟାନ କରିଥିଲେ । ପରେ ଅନୁଗୁଳ ବ୍ଲାକ ଡାଇମଣ୍ଡ ଗସ୍ତ କରିଥିଲେ । ସେଠାରେ କଳାସଂସ୍କୃତିର ଝଲକ ବୁଲି ଦେଖିଥିଲେ ପାଇଭ-ଟି ସଚିବ । ମ୍ୟୁଜିଅମ ଓ ଇ-ଲାଇବ୍ରେରୀର ଅନୁଧ୍ୟାନ କରି ଏହାର ବିକାଶ ପାଇଁ ଆଲୋଚନା କରିଥିଲେ ।

“ଓଡିଶା ଗ୍ରାମୀଣ ସହରୀ ରୂପାନ୍ତରଣ ନୀତି”କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଗାଁରେ ମିଳିବ ସହରୀ ସୁବିଧା । ଓଡିଶା ଗ୍ରାମୀଣ ସହରୀ ରୂପାନ୍ତରଣ ନୀତିକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଭଳି ନୀତି ପ୍ରଣୟନ କରିବାରେ ଓଡିଶା ହେଉଛି ପ୍ରଥମ ରାଜ୍ୟ । ଏହି ନୀତି ଜରିଆରେ ଅଣଯୋଜନାବଦ୍ଧ ଓ ଅନିୟମିତ ସହରୀକରଣ ଦ୍ବାରା ସୃଷ୍ଟି ହେଉଥିବା ସମସ୍ୟାଗୁଡିକୁ ବିଭିନ୍ନ ପ୍ରଗତିଶୀଳ ଏବଂ ପ୍ରୟୋଗାତ୍ମକ ପଦକ୍ଷେପ ମାଧ୍ୟମରେ ସମାଧାନ କରାଯାଇପାରିବ । ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସହରାଞ୍ଚଳ ନାଗରିକ ଭଳି ସୁବିଧା, ସେବା ଏବଂ ଭିତ୍ତିଭୂମି ଯୋଗାଇଦେଇ ଅଞ୍ଚଳଗୁଡିକୁ ସହରାଞ୍ଚଳ ଭାବରେ ବିଜ୍ଞାପିତ କରାଯିବା ହେଉଛି ଏହି ନୀତିର ମୂଳ ଲକ୍ଷ୍ୟ ।

ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟକାରୀ ତଥା ସେବା ପ୍ରଦାନ ପାଇଁ ସ୍ବତନ୍ତ୍ର ବଜେଟ୍ ବ୍ୟବସ୍ଥା, ନିର୍ବାଚିତ ପ୍ରତିନିଧୀ, ଅଧିକାରୀ ଏବଂ ଅନ୍ୟ ସମସ୍ତ ହିତାଧିକାରୀଙ୍କୁ ଏହି ପରିବର୍ତ୍ତନ ପ୍ରକ୍ରିୟାର ଯୋଜନା, କାର୍ଯ୍ୟକାରିତା ଏବଂ ତଦାରଖରେ ସକ୍ରିୟ ଭାବରେ ଜଡିତ କରିବା ଏହି ନୀତିର ଅନ୍ୟତମ ଲକ୍ଷ୍ୟ । ଚିହ୍ନଟ ଗ୍ରାମାଞ୍ଚଳଗୁଡିକର ନିର୍ବାଚିତ ପ୍ରତିନିଧୀଙ୍କ କାର୍ଯ୍ୟକାଳ ସମାପ୍ତ ହେବାପରେ ସେଗୁଡିକୁ ସହରାଞ୍ଚଳ ଭାବରେ ଘୋଷଣା କରାଯିବ ।

ଗ୍ରାମାଞ୍ଚଳରେ ସଂଲଗ୍ନ ସହରାଞ୍ଚଳ ଭଳି ସମସ୍ତ ସହରୀ ସେବା ଯୋଗାଇବା ପାଇଁ ଭିତ୍ତିଭୂମି ଉନ୍ନତିକରଣ କରାଯିବ । ପରିବର୍ତ୍ତନ ଅବଧି ମଧ୍ୟରେ ଓ୍ବାର୍ଡ ଚିହ୍ନଟକରଣ ଏବଂ ଅନ୍ୟାନ୍ୟ ପ୍ରଶାସନିକ ପଦକ୍ଷେପ ନିଆଯିବ । ମୁଖ୍ୟ ଶାସନ ସଚିବ ଏବଂ ବିଭିନ୍ନ କାର୍ଯ୍ୟକ୍ଷେତ୍ରରୁ ଆସିଥିବା ବିଶେଷଜ୍ଞଙ୍କ ସହରୀ ଯୋଜନା, ଅର୍ଥ, ଇଞ୍ଜିନିୟରିଂ, ପରିଚାଳନା, ଆଇଟି, ଇତ୍ୟାଦି ସମେତ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ପରିଚାଳନା ଏବଂ କାର୍ଯ୍ୟକାରିତା କମିଟି ଗଠନ ପାଇଁ ବ୍ୟବସ୍ଥା ରହିଛି ।

ଦିଲ୍ଲୀରେ ଅଧ୍ୟାଦେଶକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍, କେଜରିୱାଲ ସରକାରଙ୍କୁ ମଧ୍ୟ ଆଦେଶ

ନୂଆଦିଲ୍ଲୀ: ଦିଲ୍ଲୀରେ ଅଧିକାରୀଙ୍କ ଟ୍ରାନ୍ସଫର-ପୋଷ୍ଟିଂ ଅଧିକାରକୁ ନେଇ ଦିଲ୍ଲୀ ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ବଦଳାଇଥିବା ଅଧ୍ୟାଦେଶ ବିରୋଧରେ ଅରବିନ୍ଦ କେଜରିୱାର ସରକାରଙ୍କ ପକ୍ଷରୁ ଦାଖଲ ଯାଚିକା ଉପରେ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଅଧ୍ୟାଦେଶ ଉପରେ ରୋକ୍ ଲଗାଇବା ପାଇଁ କେଜରିୱାଲ ସରକାର ଏହି ଯାଚିକା ଦାଖଲ କରିଥିଲେ । ଏହି ଯାଚିକା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଆସନ୍ତା ସୋମବାର ସୁଦ୍ଧା ଜବାବ ଦାଖଲ କରିବାକୁ କେନ୍ଦ୍ରକୁ କହିଛନ୍ତି ।

ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ମଧ୍ୟ ନିଜ ଆବେଦନରେ ସଂଶୋଧନ ଏବଂ ମାମଲାରେ ଉପରାଜ୍ୟପାଳଙ୍କୁ ପକ୍ଷଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟସଭାରେ ବିଲକୁ ରୋକିବାକୁ ପ୍ରସ୍ତୁତି ମଧ୍ୟରେ କେଜରିୱାଲ ସରକାର ଅଧ୍ୟାଦେଶକୁ ସୁପ୍ରିମକୋର୍ଟରେ ମଧ୍ୟ ଚ୍ୟାଲେଞ୍ଜ କରିଥିଲେ । ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ ଯଥାଶୀଘ୍ର ଶୁଣାଣି କରିବାକୁ ଅନୁରୋଧ କରିଥିଲେ । ଦିଲ୍ଲୀ ସରକାର ନିଜ ଯାଚିକାରେ କହିଛନ୍ତି ଯେ, ଅଧ୍ୟାଦେଶ କାର୍ଯ୍ୟକାରୀ ଆଦେଶ ଅସାମ୍ବିଧାନିକ ବ୍ୟବହାର ଅଟେ । ଯାହା ସୁପ୍ରିମକୋର୍ଟ ଏବଂ ସମ୍ବିଧାନର ମୂଳ ସଂରଚନାର ଉଲ୍ଲଂଘନ କରିବାକୁ ଉଦ୍ୟମ ଅଟେ ।

ଦିଲ୍ଲୀ ସରକାର ଅଧ୍ୟେଦେଶକୁ ରଦ୍ଦ କରିବା ବ୍ୟତୀତ ଏହା ଉପରେ ଅନ୍ତରୀଣ ରୋକ୍ ଲଗାଇବାକୁ ମଧ୍ୟ ଅନୁରୋଧ କରିଥିଲେ । କେନ୍ଦ୍ର ସରକାର ଦିଲ୍ଲୀରେ ଗ୍ରୁପ-ଏ ଅଧିକାରୀଙ୍କ ଟ୍ରାନ୍ସଫର-ପୋଷ୍ଟିଂ ପାଇଁ ଏକ ଅଥରିଟି ଗଠନ କରି ୧୯ ମଇରେ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀ ସରକାର (ସଂଶୋଧନ) ଅଧ୍ୟାଦେଶ ୨୦୨୩ ଜାରି କରିଥିଲେ । ତେବେ ଏହା ପୂର୍ବରୁ ସୁପ୍ରିମକୋର୍ଟ ଦିଲ୍ଲୀରେ ପୋଲିସ, ପବ୍ଲିକ ଅର୍ଡର ଏବଂ ଲ୍ୟାଣ୍ଡକୁ ଛାଡି ଅନ୍ୟ ସବୁ ସେବାର ନିୟନ୍ତ୍ରଣ ଦିଲ୍ଲୀ ସରକାରଙ୍କ ଅଧିନରେ ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ ।

ରାଜ୍ୟର ଦୁଇଟି ସ୍ଥାନରେ ବଜ୍ରାଘାତରେ ୪ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ବଜ୍ରାଘାତରେ ୪ ମୃତ । ଜୟପୁରରେ ବୋରିଗୁମ୍ମା ବ୍ଲକର ଅଞ୍ଚଳା ଗାଁରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମାଆ ଓ ପୁଅ ହୋଇଥିବା ସୂଚନା ମିଳିଛି । ମୃତକ ହେଲେ ଦୁରୁବତୀ ହାଲବା ଏବଂ ପୁଅ ଦୀପକ ହାଲବା । ଚାଷ ଜମିରେ କାମ କରୁଥିବାବେଳେ ବଜ୍ରପାତ ଘଟି ଉଭୟଙ୍କର ମୃତ୍ୟୁ ହୋଇଛି । ସେପଟେ ଅନୁଗୁଳରେ କାଠ ସଂଗ୍ରହ କରି ଘରକୁ ଫେରୁଥିବାବେଳେ ଦୁଇ ମହିଳାଙ୍କର ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ନାଲକୋ ବଳରାମପ୍ରସାଦ ନିକଟ ଆସପଣ୍ଡଠାରେ ଅଘଟଣ ଘଟିଛି । ମୃତ ମହିଳା ହେଲେ ସୁଷମା ବେହେରା ଓ ବେଣି ବେହେରା ।

ମଣିପୁରରେ ସ୍ଥିତି ନିୟନ୍ତ୍ରଣ ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶ ଓ ନିର୍ଦ୍ଦେଶ

ଇମ୍ଫାଲ :  ମଣିପୁରରେ ସ୍ଥିତି ନିୟନ୍ତ୍ରଣ ଓ ଶାନ୍ତି ଫେରାଇ ଆଣିବା ପାଇଁ ସୁପ୍ରିମକୋର୍ଟଙ୍କ ସତର୍କବାଣୀ, ପରାମର୍ଶ ଓ ନିର୍ଦ୍ଦେଶ । ସୁପ୍ରିମକୋର୍ଟ କହିଛନ୍ତି, ମଣିପୁରରେ ହିଂସା ବୃଦ୍ଧି ପାଇଁ ସର୍ବୋଚ୍ଚ ଅଦାଲତଙ୍କୁ ଏକ ପ୍ଲାଟଫର୍ମ ଭାବେ ବ୍ୟବହାର କରାନଯାଉ । ଏନେଇ କୁକୀ ଓ ମିତେଇ ସମ୍ପ୍ରଦାୟ ପାଇଁ ପ୍ରତିନିଧିତ୍ବ କରୁଥିବା ଆଇନଜୀବୀଙ୍କୁ ସୁପ୍ରିମକୋର୍ଟ ସତର୍କ କରାଇବା ସହିତ କିଛି ପରାମର୍ଶ ଦେଇଛନ୍ତି ।

ଅଭିଯୋଗ ପରେ ଅଭିଯୋଗ ଆଣି ହିଂସା ବଢ଼ାଇବା କାମରୁ ବିରତ ରହନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଆଇନଜୀବୀ କଲିନ ଗନସାଲଭେସ ଅଭିଯୋଗ କରିଥିଲେ ଯେ, କୁକୀ ସଂପ୍ରଦାୟ ବିରୋଧରେ ସରକାରଙ୍କ ପକ୍ଷରୁ ହିଂସାକୁ ପ୍ରୋତ୍ସାହନ ଦିଆଯାଉଛି । ଏଥିରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ପି. ଏସ୍‌. ନରସିଂହ ହସ୍ତକ୍ଷେପ କରିଛନ୍ତି । କହିଛନ୍ତି, ମଣିପୁରରେ ହିଂସା ବୃଦ୍ଧି ପାଇଁ ସୁପ୍ରିମକୋର୍ଟଙ୍କୁ ପ୍ଲାଟଫର୍ମ ଭାବେ ବ୍ୟବହାର କରାନଯାଉ । ବରଂ ଆଇନଜୀବୀ ଗନସାଲଭେସ କିଛି ଗଠନମୂଳକ ପରାମର୍ଶ ଦିଅନ୍ତୁ ।

ସେହିପରି ମଣିପୁରରେ ଗୁରୁତ୍ବପୂର୍ଣ୍ଣ ରାଜପଥକୁ ଅବରୋଧମୁକ୍ତ କରିବା ଲାଗି ପଦକ୍ଷେପ ନେବା ପାଇଁ କେନ୍ଦ୍ର ଓ ମଣିପୁର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମଣିପୁରର ଜୀବନରେଖା କୁହାଯାଉଥିବା ଏହି ରାଜପଥରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ସ୍ବାଭାବିକ ହୋଇପାରିବ । ଏଥିପାଇଁ ସୁପ୍ରିମକୋର୍ଟଙ୍କୁ ମଣିପୁର ହାଇକୋର୍ଟ ବାର୍‌ ଆସୋସିଏସନ ଅନୁରୋଧ କରିଥିଲା ।

ବିହାର ସରକାରୀ କାର୍ଯ୍ୟକ୍ରମ ପୋଷ୍ଟର ଓ ବ୍ୟାନରରୁ ଡେପୁଟି ସିଏମ ଗାଏବ

ପାଟନା :  ବିହାର ସରକାରୀ କାର୍ଯ୍ୟକ୍ରମ ପୋଷ୍ଟରରୁ ଗାଏବ ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ତେଜସ୍ବୀ ଯାଦବ । ମଳମାସ ମେଳା ନେଇ ନାଳନ୍ଦାର ରାଜିଗିରିରେ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲଥିବାବେଳେ ମରାଯାଇଥିବା ପୋଷ୍ଟର ଓ ହୋର୍ଡିଂରେ ତେଜସ୍ବୀଙ୍କ ଉଭାନ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ନାଳନ୍ଦା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିଜ ଜିଲ୍ଲା ହୋଇଥିବାବେଳେ କେବଳ ନୀତୀଶଙ୍କ ଫଟୋ ଲାଗିଛି ।

ପ୍ରତି ତିନିବର୍ଷରେ ଏହି ମେଳା ହେଉଥିବାରୁ ଜନସାଧାରଣଙ୍କୁ ହୋର୍ଡିଂ ଓ ପୋଷ୍ଟରରେ ସ୍ବାଗତ କରୁଛନ୍ତି ନୀତୀଶ । ପୋଷ୍ଟର ଓ ବ୍ୟାନରରେ ତେଜସ୍ବୀ ନଥିବାରୁ ନୀତୀଶ ଓ ତାଙ୍କ ଦଳ ମଧ୍ୟରେ ସୁସଂପର୍କ ନଥିବା ନେଇ ଚର୍ଚ୍ଚା ହେଉଛି । ଚାକିର ପାଇଁ ଜମି ଘୋଟାଲାରେ ସିବିଆଇ ଚାର୍ଜସିଟରେ ତେଜସ୍ବୀଙ୍କ ନାମ ଆସିବା ପରେ ତାଙ୍କୁ ସାଇଡ ଲାଇନ କରିବା ନେଇ ନୀତୀଶ ଉଦ୍ୟମ କରୁଛନ୍ତି ବୋଲି କୁହାଯାଉଛି ।

ତେବେ ଏସବୁକୁ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଆରଜେଡି ମୁଖପାତ୍ର ଶକ୍ତି ସିଂ ଯାଦବ । ଯେଉଁମାନେ ମେଳାରେ ମୁଖ୍ୟ ଅତିଥିଭାବେ ଯୋଗଦେବେ ସେମାନଙ୍କ ଫଟୋ ହୋର୍ଡିଂ ଓ ପୋଷ୍ଟରରେ ଲାଗିଛି । ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ଫଟୋ ଲାଗିବା ନ ଲାଗିବା ନେଇ କିଛି ଅର୍ଥ ନାହିଁ ବୋଲି କହିଛନ୍ତି ଶକ୍ତି ସିଂ ଯାଦବ । ସେହିପରି ଜେଡିୟୁ ଜାତୀୟ ସାଧାରଣ ସଂପାଦକ ରାଜୀବ ରଞ୍ଜନ ମଧ୍ୟ କଥାକୁ ଏଡାଇ ଦେଇ କହିଛନ୍ତି, ଏଥିରେ କୌଣସି ପଲିଟିକ୍ସ ନାହିଁ ।

ଭିଡିଓ କଲରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ : ଆମ ହସ୍ପିଟାଲରେ ସାମିଲ ହେଲା ଛେଣ୍ଡିପଦା CHC

ଅନୁଗୁଳ :  ମାତ୍ର ଦୁଇ ମିନିଟରେ ସମସ୍ୟାର ସମାଧାନ । ଫାଇଭ-ଟି ସଚିବ ଭି କେ ପାଣ୍ଡିଆନଙ୍କ ଅନୁଗୁଳ ଗସ୍ତବେଳେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ । ସେଠାରେ ଲୋକମାନେ ଛେଣ୍ଡିପଦା ସ୍ବାସ୍ଥ୍ୟ କେନ୍ଦ୍ରକୁ ଆମ ହସ୍ପିଟାଲରେ ସାମିଲ କରିବାକୁ ଅନୁରୋଧ କରିଥିଲେ । ଏପରି ଦାବି ଶୁଣି ଦୁଇ ମିନିଟରେ ଦାବି ପୂରଣ ହେବ ବୋଲି କହି ମଞ୍ଚ ଉପରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନ ଯୋଗେ ଆଲୋଚନା କରିଥିଲେ । ସବୁ କଥା ଶୁଣିବା ପରେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ତୁରନ୍ତ ଆମ ହସପିଟାଲରେ ସାମିଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।