କୋଲକାତା ସଲ୍ଟ ଲେକ୍ ଷ୍ଟାଡିଅମରେ ହଙ୍ଗାମା । ମେସିଙ୍କ ଗସ୍ତକୁ ନେଇ ହଙ୍ଗାମା । ଚେୟାର ଫିଙ୍ଗା ଫୋପଡ଼ା କଲେ ଦର୍ଶକ । ମାତ୍ର ୧୦ ମିନିଟରେ ପଳାଇଲେ ମେସି । ଏହାକୁ ନେଇ କ୍ଷୁବ୍ଧ ହେଲେ ଦର୍ଶକ । ଆୟୋଜନକୁ ନେଇ ବର୍ଷିଲେ ଦର୍ଶକ । ଠିକରେ ମେସିଙ୍କୁ ଦେଖି ନ ପାରି କ୍ଷୁବ୍ଧ । ବୋତଲି ଫିଙ୍ଗା ଫୋପଡ଼ା କଲେ ।
ନବମ ଶ୍ରେଣୀ ଛାତ୍ରର ପକେଟରୁ ବାହାରିଲା ବନ୍ଧୁକ
ନବମ ଶ୍ରେଣୀ ଛାତ୍ରର ପକେଟରୁ ବାହାରିଲା ବନ୍ଧୁକ । କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରି ଥାନା କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସ୍କୁଲରେ ଗଣିତ କ୍ଲାସ ଚାଲିଥିବା ସମୟରେ ଶ୍ରେଣୀ ଗୃହରେ ଛାତ୍ରର ପକେଟ ଉଚା ଦେଖାଯିବାରୁ ଗଣିତ ସାର ନୃସିଂହ ସ୍ବାଇ ଚେକିଂ କରିଥିଲେ । ଚେକିଂ ସମୟରେ ଛାତ୍ର ପକେଟରୁ ଏକ ବନ୍ଧୁକ ବାହାରିଥିଲା । ପ୍ରଧାନ ଶିକ୍ଷକ ଥାନାରେ ଅଭିଯୋଗ କରିବା ପରେ ବନ୍ଧୁକ ଜବତ ସହ ଛାତ୍ରକୁ କୋରୁଆ ସ୍ବଧାର ଗୃହରେ ରଖି ଅଧିକ ତଦନ୍ତ କରୁଛି ପୋଲିସ ।
ପୁଣି ମନ୍ଦିରକୁ ଟାର୍ଗେଟ କଲେ ଲୁଟେରା
କିଛି ଦିନ ବ୍ୟବଧାନ ପରେ ପୁଣି ମନ୍ଦିରକୁ ଟାର୍ଗେଟ କଲେ ଲୁଟେରା । ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଗାଁ ରାଧାକାହ୍ନୁ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଲୁଟ ହୋଇଛି । ରାଧାକାହ୍ନୁଙ୍କ ରୂପାସୁନା ଅଳଙ୍କାର ସମତେ ହୁଣ୍ଡି ବାକ୍ସ ଲୁଟି ନେଇଛନ୍ତି ଲୁଟେରା । ଲୁଟ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଆଜି ମଇତାପୁର ମହୋତ୍ସବ ଧୁମଧାମରେ ହେବାକୁ ଥିବା ବେଳେ ପାର୍ଶ୍ଵରେ ଥିବା ମନ୍ଦିରରେ କଳାକନା ବୁଲାଇଛନ୍ତି ଲୁଟେରା । ସିମୁଳିଆ ବ୍ଲକରେ ଚୋରି ଲାଗି ରହିଥିବା ବେଳେ ପୋଲିସର ନିଷ୍କ୍ରିୟତା ସମସ୍ତଙ୍କୁ ଚକିତ କରିଛି l
ବାଲି ବ୍ୟବସାୟକୁ କେନ୍ଦ୍ର କରି ଗଣ୍ତଗୋଳ: ଦୁର୍ବୃତ୍ତଙ୍କ ଫାଙ୍କା ଗୁଳି ଚାଳନା ଅଭିଯୋଗ
ବାଲେଶ୍ବର ଜିଲ୍ଲା ସିଂଲା ଥାନା ଗିଲାଯୋଡ଼ି ଗାଁରେ ପୂର୍ବ ଶତ୍ରୁତା ଓ ବାଲି ବ୍ୟବସାୟକୁ କେନ୍ଦ୍ର କରି ଗଣ୍ତଗୋଳ । ଦୁର୍ବୃତ୍ତଙ୍କ ଫାଙ୍କା ଗୁଳି ଚାଳନା ଅଭିଯୋଗ । ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ୪ ଜଣ ଦୁର୍ବୃତ୍ତଙ୍କୁ ଗ୍ରାମବାସୀ କାବୁ କରି ପୋଲିସର ଜିମା ଦେଇଛନ୍ତି । ଗତ ବିଳମ୍ବିତ ରାତିରେ ୮ ଜଣ ଦୁର୍ବୃତ୍ତ ଦୁଇଟି କାରରେ ଆସି ଗ୍ରାମବାସୀଙ୍କୁ ଭୟଭୀତ କରିବା ପାଇଁ ଫାଙ୍କା ଗୁଳି ଚାଳନା କରିଥିଲେ । ଗ୍ରାମବାସୀ ଏକତ୍ରିତ ହୋଇ ଗୋଡାଇବାରୁ କାର ଛାଡି ଦୌଡି ପଳାଉଥିବା ବେଳେ ୪ ଜଣଙ୍କୁ କାବୁ କରିଥିଲେ ଗ୍ରାମବାସୀ । ସୂଚନା ମୁତାବକ ସୁବର୍ଣ୍ଣରେଖା ନଦୀରୁ ବାଲି ଉତ୍ତୋଳନକୁ କେନ୍ଦ୍ର କରି ଗତ ନଭେମ୍ବର ୨୮ ତାରିଖରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ତଗୋଳ ହୋଇଥିଲା । ପରସ୍ପରକୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା । ଏକାଧିକ ବ୍ୟକ୍ତି ଗୁରୁତର ହୋଇଥିଲେ ।

