spot_img
Home Blog Page 2997

ଡୋପ୍ ଟେଷ୍ଟରେ ବିଫଳ ପରେ ୪ ବର୍ଷ ବାସନ୍ଦ ହେଲେ ଧାବିକା ଦୂତି ଚାନ୍ଦ

ଭୁବନେଶ୍ବର: ଭାରତର ଦ୍ରୁତତମ ଧାବିକା ଦୂତି ଚାନ୍ଦଙ୍କୁ ବଡ଼ ଝଟକା  । ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି ଦୂତି ଚାନ୍ଦ  । ଫଳରେ ୪ ବର୍ଷ ପାଇଁ ସେ ବାସନ୍ଦ ହୋଇଛନ୍ତି । ଗତ ଜାନୁଆରୀ ୩ ତାରିଖରୁ ପିଛିଲା ଭାବେ ଏହି ବାସନ୍ଦ ଅବଧି ଲାଗୁ ହେବ । ଏହି ତାରିଖଠୁ ବର୍ତ୍ତମାନ ମଧ୍ୟରେ ଦୂତି ଯେଉଁ ଇଭେଣ୍ଟ ଗୁଡ଼ିକରେ ଅଂଶଗ୍ରହଣ କରିଥିବେ, ତାହାର ପ୍ରଦର୍ଶନ ଗୁଡ଼ିକୁ ଅଯୋଗ୍ୟ ଘୋଷଣା କରାଯିବ ବୋଲି କହିଛି ଆଣ୍ଟି ଡୋପିଂ ଡିସିପ୍ଲିନାରି ପ୍ୟାନେଲ  । ଏହି ଦଣ୍ଡ ବିରୋଧରେ ଆଣ୍ଟି ଡୋପିଂ ଅପିଲ୍ ପ୍ୟାନେଲ୍ ଆଗରେ ନିଜର ପକ୍ଷ ରଖିବାକୁ ଦୂତିଙ୍କୁ ୨୧ ଦିନ ସମୟ ଦିଆଯାଇଛି। ଏଡିଡିପି ଆଗରେ ଶୁଣାଣି ସମୟରେ ଯଦିଓ ଦୂତି ନିଷିଧ ଔଷଧ ସେବନକୁ ଅସ୍ବୀକାର କରିଥିଲେ ତଥାପି ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରି ପାରିନଥିଲେ  । ଦୂତି ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସିର ଧାରା ୨.୧, ୨.୨କୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ତାଙ୍କୁ ୪ ବର୍ଷ ବାସନ୍ଦ କରାଯାଇଛି  ।

ବିଶ୍ବବ୍ୟାପି କଲେକ୍ସନ, ’ଗଦର-୨’ଠାରୁ ଆଗରେ ରହିଛି ’ଜେଲର’

ନନ୍ଦିଘୋଷ ବ୍ୟୁରୋ: ବକ୍ସ ଅଫିସରେ ରାଜ କରୁଛି ’ଗଦର-୨’ । ସନ୍ନି ଦେଓ୍ବଲଙ୍କ ଅଭିନୀତ ଏହି ଫିଲ୍ମକୁ ସଫଳତା ମିଳିଥିବା ସହ ଭଲ ରୋଜଗାର ମଧ୍ୟ କରୁଛି । ଭାରତରେ ଏହି ଫିଲ୍ମ ବ୍ୟବସାୟ ଭଲ କରିଛି । କିନ୍ତୁ ବିଶ୍ବବ୍ୟାପୀ କଲେକ୍ସନରେ ରଜନୀକାନ୍ତଙ୍କ ଫିଲ୍ମ ’ଜେଲର’ଠାରୁ ପଛରେ ରହିଛି ’ଗଦର-୨’ । ଜେଲର ରିଲିଜର ଅଷ୍ଟମ ଦିନ ସୁଦ୍ଧା ବିଶ୍ବବ୍ୟାପି ୪୧୬ କୋଟି ଟଙ୍କା ରୋଜଗାର କରିପାରିଛି । କିନ୍ତୁ ଏଯାବତ ’ଗଦର-୨’ ୩୩୮.୫ କୋଟି ଟଙ୍କା ଆୟ କରିପାରିଛି । ରିଲିଜର ଅଷ୍ଟମ ଦିନରେ ଅଥବା ଗୁରୁବାର ଭାରତରେ ଜେଲର ୧୦ କୋଟି ଟଙ୍କା ଆୟ କରିପାରିଛି । ସେପଟେ ବିଶ୍ବବ୍ୟାପୀ କଲେକ୍ସନରେ କମଲ ହାସନଙ୍କ ଫିଲ୍ମ ’ବିକ୍ରମ’କୁ ପଛରେ ପକାଇଛି ଜେଲର । ବିକ୍ରମ ୪୧୦ କୋଟି ରୋଜଗାର କରିଥିବାବେଳେ ଜେଲର ଏଯାବତ ୪୧୬ କୋଟି ସଂଗ୍ରହ କରିପାରିଛି ।

ଆଜି ଭାରତ- ଆୟାରଲ୍ୟାଣ୍ଡ ପ୍ରଥମ ଟି-୨୦

ନନ୍ଦିଘୋଷ ବ୍ୟୁରୋ: ଆାଜି ଆୟାରଲ୍ୟାଣ୍ଡ ବିପକ୍ଷରେ ମଇଦାନକୁ ଓହ୍ଲାଇବ ବୁମରା ବାହିନୀ । ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ବହୁ ଯୁବ ଖେଳାଳି ଡେବ୍ୟୁ କରିବାକୁ ଯାଉଛନ୍ତି । ଦୀର୍ଘ ୧୧ ମାସ ପରେ ମଇଦାନକୁ ଫେରିଛନ୍ତି ଭାରତୀୟ ଦଳର ଦ୍ରୁତ ବୋଲର ଜଶପ୍ରିଶ ବୁମରା ।  ଦିନିକିଆ ବିଶ୍ବକପ୍‌ ପୂର୍ବରୁ ବୁମରାଙ୍କ ପାଇଁ ଏହି ଶୃଙ୍ଖଳା ମଧ୍ୟ ଫିଟ୍‌ନେସ୍‌ ଓ ଲୟର ବଡ଼ ପରୀକ୍ଷା ‌ନେବ। ଆଇପିଏଲ୍‌ ପ୍ରଦର୍ଶନ ପରେ ଏହି ପରବର୍ତୀ ପିଢ଼ିର କ୍ରିକେଟ୍‌ରଙ୍କ ମଧ୍ୟରେ ରହିଛନ୍ତି ଋତୁରାଜ ଗାଏକ୍ବାଡ୍‌, ରିଙ୍କୁ ସିଂହ, ଜିତେଶ ଶର୍ମା। ବୁମରାଙ୍କ ରଣ କୌଶଳ ଓ ନେତୃତ୍ବ ମଧ୍ୟ କିଭଳି ରହୁଛି ତାହା ଅନ୍ୟତମ ଆଲୋଚନା ପରିସରଭୁକ୍ତ ରହିଛି।

ଦେବଭୂମିରେ ପ୍ରକୃତିର ତାଣ୍ଡବ, ୫ ଦିନର ପ୍ରଳୟରେ ସବୁ ଛାରଖାର

ନନ୍ଦିଘୋଷ ବ୍ୟୁରୋ: ଦେବ ଭୂମିରେ ପ୍ରକୃତିର ତାଣ୍ଡବ  । ହିମାଚଳ ପ୍ରଦେଶରେ ହାହାକାର  । ୫ ଦିନର ପ୍ରଳୟରେ ନିଜ ଆତ୍ମିୟସ୍ବଜନଙ୍କ ମୃତଦେହ ଖୋଜୁଛନ୍ତି ସମ୍ପର୍କୀୟ  । ସିମଲାର ସମରହିଲ ଅଞ୍ଚଳରେ ୧୪ ଅଗଷ୍ଟରେ ଘଟିଥିବା ଭୂସ୍ଖଳନ ଅନେକଙ୍କୁ କରିଦେଇଛି ଅନାଥ । ଉଜାଡି ଦେଇଛି ଅନେକଙ୍କ ପରିବାର  । ଏହାପରେ ବି ଶାନ୍ତ ପଡିନି ପ୍ରକୃତିର ତାଣ୍ଡବ  । ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଘଟୁଛି ଅଘଟଣ  । ୧ ହଜାରରୁ ଅଧିକ ଘର ଧସିଯାଇଛି । ମୃତ୍ୟୁ ସଂଖ୍ୟା ୮୦ରୁ ଅଧିକ ହୋଇଥିବାବେଳେ ଆହୁରି ଅନେକ ଶବ ମାଟିତଳେ ପୋତି ହୋଇଥିବା ଆଶଙ୍କା କରାଯାଉଛି  । ମହାବିପତ୍ତି ପରେ ଚାଲିଛି ରେସ୍କ୍ୟୁ ଅପରେସନ ।  ସିମଲାର ସମରହିଲ, କାଙ୍ଗ୍ରା ଜିଲ୍ଲାର ଇନ୍ଦୋରା ଓ ଫତେପୁରରେ ଏନଡିଆରଏଫ, ଏସଡିଆରଏଫ ଓ ଅନ୍ୟାନ୍ୟ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି  । ପ୍ରଳୟର କରାଳ ରୂପରେ ଉତ୍ତରାଖଣ୍ଡ ବି ଥରହର ହୋଇଉଠିଛି  । ଭୂସ୍ଖଳନରେ କ୍ଷତିଗ୍ରସ୍ତ ହୋଇଥିବା ଡେରାଡୁନର ଲାଙ୍ଘା ଲଖନରେ ଜାରି ରହିଛି ରେସ୍କ୍ୟୁ ଅପରେସନ । ଋଷିକେଶସ୍ଥିତ ରାମ ଝୁଲାରେ ଫାଟ ଦେଖାଦେବାରୁ ରାମ ଝୁଲାରେ ଯାନବାହନ ଚଳାଚଳ ବନ୍ଦ କରାଯାଇଛି । ଡେରାଡୁନର ଜଖନରେ ବି ଧସିଯାଇଛି ବହୁ ଘର  ।

ମିଶନ ଚନ୍ଦ୍ରଯାନ, ଆଜି ଆଉ ଏକ ସଫଳତାର ପାହାଚ ଅତିକ୍ରମ କରିବ ଇସ୍ରୋ

ନନ୍ଦିଘୋଷ ବ୍ୟୁରୋ: ମିଶନ ଚନ୍ଦ୍ରଯାନ । ଆଉ ଏକ ପାହାଚ ଚଢିବ ଇସ୍ତ୍ରୋ । ଆଜି ଅପରାହ୍ନ ୪ଟାରେ ଲୋୟର ଅର୍ବିଟରେ କରାଯିବ ଡିବୁଷ୍ଟିଂ । ୨୩ ତାରିଖ ସନ୍ଧ୍ୟା ୫ଟା ୪୭ରେ ଲ୍ୟାଣ୍ଡର ବିକ୍ରମ ସଫ୍ଟ ଲ୍ୟାଣ୍ଡିଂ କରିବ । ସେଥିରୁ ପ୍ରଜ୍ଞାନ ବାହାରକୁ ଆସି ଚନ୍ଦ୍ର ପୃଷ୍ଟରୁ ପଠାଇବ ଆବଶ୍ୟକୀୟ ସୂଚନା । ଚନ୍ଦ୍ରପୃଷ୍ଠରେ ବୁଲି କରିବ ଗବେଷଣା । ଯଦି ଅଗଷ୍ଟ ୨୩ରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଚନ୍ଦ୍ରଯାନ-୩ ସଫଳ ହୁଏ ତେବେ ଏ କ୍ଷେତ୍ରରେ ଆମେରିକା, ପୂର୍ବତନ ସୋଭିଏତ ଋଷ ଓ ଚୀନ ପରେ ଭାରତ ହେବ ଚତୁର୍ଥ ରାଷ୍ଟ୍ର । ଗତ ୨୦୧୯ରେ ଚନ୍ଦ୍ରଯାନ-୨ ସଫ୍ଟ ଲ୍ୟାଣ୍ଡିଂ ବିଫଳ ହେବା ପରେ ଇସ୍ରୋରେ ଖେଳିଯାଇଥିଲା ନୈରାଶ୍ୟ । ସେପଟେ ଚନ୍ଦ୍ର ଚାରିପାଖେ ଘୂରି ପୃଥିବୀର ଜଳବାୟୁ ଗବେଷଣା କରିବ ପ୍ରପଲସନ ମଡ୍ୟୁଲ ।

ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା, ୧୦ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ବର୍ଷାରେ ଭିଜୁଛି ସାରା ଓଡ଼ିଶା । ଆଜି ବି ୧୦ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଛି । ନୂଆପଡା, ବଲାଙ୍ଗୀର, ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କନାଳ, ଦେବଗଡ, ନୟାଗଡ଼, ପୁରୀ ଏବଂ ଜଗତସିଂହପୁର ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୭୦ରୁ ୨୦୦ ମିଲିମିଟର ପର୍ୟ୍ୟନ୍ତ ବର୍ଷା ହୋଇପାରେ । ବର୍ଷା ସମୟରେ ଦୃଶ୍ୟମାନ କ୍ଷମତା, ମିବା ସହିତ ଟ୍ରାଫିକ ସମସ୍ୟା ସୃଷ୍ଟିହେବ । ଘଣ୍ଟା ପ୍ରତି ୪୦ରୁ କିଲୋମିଟର ବେଗରେ ପବନ ବହିବ । ସେହିପରି ଯାଜପୁର, ଭଦ୍ରକ, କୋରାପୁଟ, ମାଲକାନଗିରି, ଗଞ୍ଜାମ, କେନ୍ଦ୍ରାପଡ଼ା, କେନ୍ଦୁଝର ସମ୍ବଲପୁର ଏବଂ ଝାରସୁଗୁଡା ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଭୁବନେଶ୍ବରର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ କେନ୍ଦ୍ର । ଲଗୁଚାପକୁ ନଜରରେ ରଖି ସମୁଦ୍ର ମଧ୍ୟକୁ ମାତ୍ସଜୀବିଙ୍କୁ ଯିବାକୁ ବାରଣ କରାଯାଇଛି । ଅନ୍ୟପଟେ ଶନିବାର ଠାରୁ ବର୍ଷା ପରିମାଣ କମିପାରେ ବୋଲି କହିଛି ପାଣିପାଗ ବିଭାଗ ।

ସିମ୍ କାର୍ଡ ଡିଲରଙ୍କ ଲାଗି ପୋଲିସ ଯାଞ୍ଚ ଓ ବାୟୋମେଟ୍ରିକ ଭେରିଫିକେସନ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ସିମ୍ କାର୍ଡ ଡିଲରଙ୍କ ଲାଗି ପୋଲିସ ଯାଞ୍ଚ ଓ ବାୟୋମେଟ୍ରିକ ଭେରିଫିକେସନ ହେଲା ବାଧ୍ୟତାମୂଳକ । ଏହା ସହ ବଲ୍କ କନେକସନ ଲାଗି ରହିଥିବା ବ୍ୟବସ୍ଥା ହୋଇଛି ଉଚ୍ଛେଦ । ନିୟମ ଉଲ୍ଲଂଘନ କରୁଥିବ ଡିଲରଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜୋରିମନା ଲାଗିବ ।

ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ମନ୍ତ୍ରୀ କହିଛନ୍ତି- ପଏଣ୍ଟ-ଅଫ-ସେଲ ଡିଲରଙ୍କ ଲାଗି ପଞ୍ଜିକରଣ ହୋଇଛି ବାଧ୍ୟତାମୂଳକ । କେନ୍ଦ୍ର ସରକାର ୫୨ ଲକ୍ଷ ମୋବାଇଲ କନେକ୍ସନକୁ ଡିସକନେକ୍ଟ କରିଛନ୍ତି ।

ଦେଶର ୬୭ ହଜାର ଡିଲରଙ୍କୁ ବ୍ଲାକଲିଷ୍ଟ କରାଯାଇଛି । ଗତ ମେ ମାସଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସିମ୍ କାର୍ଡ ହୋଲଡରମାନଙ୍କ ବିରୋଧରେ ୩ ଶହ ଏଫଆଇଆର ରୁଜୁ କରାଯାଇଛି । ବିଭିନ୍ନ ଜାଲିଆତି କାର୍ଯ୍ୟକଳାପରେ ଜଡିତ ଥିବା ୬୬ ହଜାର ଆକାଉଣ୍ଟକୁ ହ୍ବାଟ୍ସଆପ ବ୍ଲକ କରିଛି । ମନ୍ତ୍ରୀ କହିଛନ୍ତି- ୧୦ ଲକ୍ଷ ସିମ୍ ଡିଲର ଅଛନ୍ତି ଏବଂ ପୋଲିସ ଯାଞ୍ଚ ଲାଗି ସେମାନଙ୍କୁ ଅଧିକ ସମୟ ଦିଆଯାଇଛି । ଏହା ସହ ସିମ୍ ହସ୍ତାନ୍ତର ସମୟରେ ବିଜନେସଗୁଡିକର କେଓ୍ବାଇସି ଓ ବ୍ୟକ୍ତିବିଶେଷଙ୍କ କେଓ୍ବାଇସି ଦାଖଲ ହେବ ।

ସୁପ୍ରିମକୋର୍ଟଙ୍କ ରହିତାଦେଶ ଯୋଗୁଁ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ଅଭାବ

ଭୁବନେଶ୍ବର: ବିଶ୍ବବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦ ପୂରଣ ସଂକ୍ରାନ୍ତରେ ଆଡ଼ଭୋକେଟ ଜେନେରାଲଙ୍କୁ ଚିଠି ଲେଖିଲେ ଉଚ୍ଚଶିକ୍ଷା ଅତିରିକ୍ତ ସଚିବ । ସୁପ୍ରିମକୋର୍ଟଙ୍କ ଦ୍ବାରା ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ଯୋଗୁ ଗତ ୨୦ ମେ ୨୦୨୨ରୁ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତି ଦିଆଯାଇ ପାରୁନାହିଁ । ରହିତାଦେଶ ଯୋଗୁ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟରେ ପଦବୀ ପୂରଣ ନେଇ OPSC ପରିଚାଳିତ ଶିକ୍ଷକ ଚୟନ ପ୍ରକ୍ରିୟା ସମ୍ଭବ ନୁହେଁ ।

ବର୍ତ୍ତମାନ ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟରେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ଅଭାବ ଦେଖାଦେଇଛି । ମୋଟ ୧୭୯୮ଟି ପଦବୀ ମଧ୍ୟରୁ କେବଳ ସରକାରୀ ବିଶ୍ୱବିଦ୍ୟାଳୟରେ 1072 ପଦବୀ ଖାଲି ରହିଛି । ଯାହାଦ୍ବାରା ବିଶ୍ବବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥା ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏ ନେଇ AOR ଗୌରବ ଖାନ୍ନାଙ୍କ ସହିତ ବାରମ୍ବାର ଯୋଗାଯୋଗ କରାଯାଇଛି ।

ରାଜ୍ୟର ସ୍ୱାର୍ଥ ରକ୍ଷା କରିବାକୁ IA ଦାଖଲ କରିବା ସହ ଉପରୋକ୍ତ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଆବଶ୍ୟକ । ଯେଉଁଥିପାଇଁ ଏହି ଚିଠି ଜରିଆରେ ଘଟଣା ସଂକ୍ରାନ୍ତରେ ହସ୍ତକ୍ଷେପ ପାଇଁ ପ୍ରାର୍ଥନା କରାଯାଇଛି । ଏ ସଂକ୍ରାନ୍ତରେ AOR ଓ ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ଆଡଭୋକେଟ ଜେନେରାଲ କେ.ଭେନୁଗୋପାଳଙ୍କ ସହ ଆଲୋଚନା କରାଯାଇଛି । ବିଶ୍ବବିଦ୍ୟାଳୟରେ ସ୍ଥାୟୀ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ହେଲେ ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ଆଦେଶର ଆବଶ୍ୟକତା ରହିଛି । ଏ ଦିଗରେ ବିହିତ ପଦକ୍ଷେପ ନେବା ସହ ସୁପ୍ରିମକୋର୍ଟରେ ମଧ୍ୟବର୍ତ୍ତୀକାଳୀନ ଆଦେଶ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଡଭୋକେଟ ଜେନେରାଲକୁ ଚିଠି ଲେଖି ଅନୁରୋଧ କରାଯାଇଛି ।

ରବି ଚାଷ ପାଇଁ କୃଷି ବିଭାଗର ଆକ୍ସନ ପ୍ଲାନ, ୭୦ ରୁ ୮୦ ପ୍ରତିଶତ ବୃଦ୍ଧି ପାଇବା ଆଶଙ୍କା

ଭୁବନେଶ୍ବର: ରାଜ୍ୟରେ ଖରିଫ ଋତୁରେ କୃଷି ଉତ୍ପାଦନ ପରିମାଣ ଅନୁସାରେ ରବି ଋତୁରେ ଯେଉଁ ପରମାଣରେ ଉତ୍ପାଦାନ ରହିବା କଥା ତାହା କମ ରହୁଛି। ଜଳସଂପଦ ଓ ଜଳେସଚନ ଯେତିକି ରହଛି, କୃଷି କାର୍ଯ୍ୟ ପାଇଁ ଜଳ କିପରି ଆବଶ୍ୟକ ମୁତାବକ ବିନିଯୋଗ କରାଯାଇ ରବିଚାଷ ଉତ୍ପାଦନ ବୃଦ୍ଧି ପାଇବ ସେ ନିମନ୍ତେ ରାଜ୍ୟ ଜଳ ସଂପଦ ବିଭାଗ, କୃଷ ଓ କୃଷକ ଓ ସଶକ୍ତିକରଣ ବିଭାଗ ମିଳିମିଶି ଟିମ ୱାର୍କ କରିବେ ସେ ନେଇ କର୍ମଶାଳାରେ ଆଲୋଚନା ହୋଇଛି।

ଏଥିରେ କୃଷକ ଓ ପାଣି ପଂଚାୟତ ମାନେ ସହେଯାଗ କରିବେ । ଆଗକୁ ରବି ଚାଷ ପାଇଁ ୩ ମାସ ସମୟ ଥିବାରୁ ଏଥିପାଇଁ କୃଷିବିଭାଗ ତରଫରୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି।

ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଉଭୟ ବିଭାଗର ଅଧିକାରୀମାନେ ଆୟୋଜିତ କର୍ମଶାଳାରେ ଯୋଗ ଦେଇ କହିଥିଲେ । ଏଥି ପାଇଁ ବିଭିନ୍ନ ବ୍ଲକରେ ଯେଉଁ ସ୍ଥାନରେ ରବି ଫସଲ କରାଯାଉଛି, ସେଥିପାଇଁ ଜଳର କେତେ ଆବଶ୍ୟକତା ରହଛି ? ଅଧିକ ରବିଫସଲ କରାଗଲେ କେତେ ଜଳ ଆବଶ୍ୟକତା ରହିବ, ସେ ସମ୍ପର୍କରେ ପ୍ରତି ବ୍ଲକ ଆଗାମୀ ୧୫ ତାରିଖ ସୁଦ୍ଧା ବିବରଣୀ ପ୍ରସ୍ତୁତ କରିବେ । ୩୦ ସେପ୍ଟେମ୍ବର ସୁଦ୍ଧା ବ୍ଲକରୁ ଜିଲ୍ଲାକୁ ବିବରଣୀ ପହଁଚିବ ।

୩୦ ଅକ୍ଟୋବର ସୁଦ୍ଧା ଜିଲ୍ଲାପାଳ ମାନେ ରାଜ୍ୟକୁ ତଥ୍ୟ ପ୍ରଦାନ କରିବେ । ପ୍ରସ୍ତୁତ ଯୋଜନା ଅନୁସାରେ ଜିଲ୍ଲାପାଳ ମାନେ ରବିଚାଷ ପାଇଁ କି ବ୍ୟବସ୍ଥା ରହିଛି, ସେ ସମ୍ପର୍କରେ ବ୍ୟାପକ ଆଲୋଚନା କରି ସଚେତନ କରିବେ । ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଯୋଜନା କାର୍ଯ୍ୟକାରୀ ହେବ । ଏହା ଦ୍ବାରା ୭୦ ରୁ ୮୦ ପ୍ରତିଶତ ରବିଚାଷ ବୃଦ୍ଧି ପାଇବା ଆଶା କରାଯାଉଛି  ।

ରବୀନ୍ଦ୍ର ଜାଡେଜାଙ୍କ ବିଧାୟିକା ପତ୍ନୀ ସାଂସଦଙ୍କୁ କହିଲେ ‘ଔକାତ’ରେ ରୁହ

ଜାମନଗର: ଭାରତୀୟ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବା ଜାଡେଜାଙ୍କ ରାଗ ପଞ୍ଚମରେ  । କୌଣସି କାରଣରୁ ବିଧାୟିକା ପତ୍ନୀଙ୍କ ଜାମନଗର ମେୟର ଓ ସାଂସଦଙ୍କ ସହ ଯୁକ୍ତିତର୍କର ଭିଡିଓ ଭାଇରାଲ ହୋଇଛି  । ରିବାବା ଜାମନଗର ଉତ୍ତର ବିଧାନସଭା ସିଟରୁ ବିଜେପି ବିଧାୟକ ଅଛନ୍ତି  । ତାଙ୍କର ଝଗଡା ଯେଉଁ ଦୁଇ ନେତାଙ୍କ ସହ ହୋଇଛି ସେମାନେ ମଧ୍ୟ ବିଜେପିର ହୋଇଥିବା ଜଣାପଡିଛି  ।

 

 

ଏହି ଭାଇରାଲ ଭିଡିଓରେ ରିବାବା ଜାଡେଜା ବଡପାଟିରେ ସାଂସଦ ପୁନମ ମଦାମ ଓ ମେୟର ବୀଣା ବେନଙ୍କୁ ଔକାତ ଭଳି ଅପଶବ୍ଦ ପ୍ରୟୋଗ କରୁଥିବା ଦେଖିବାକୁ ମିଳିଛି  । ଏହି ଘଟଣା ପରେ ନିଜ ସ୍ପଷ୍ଟୀକରଣ ଦେଇଛନ୍ତି ବିଧାୟିକା  । ସେ କହିଛନ୍ତି ‘‘ଯଦି କେହି ଆପଣଙ୍କ ସାମନାରେ  ବଡପାଟିରେ କଥାବାର୍ତ୍ତା କରେ ସେତେବେଳେ ଆପଣ ଅପମାନିତ ଅନୁଭବ କରନ୍ତି  । ମୋତେ ନିଜ ଆତ୍ମସମ୍ମାନ ରକ୍ଷା କରିବା ପାଇଁ ଏଭଳି କହିବାକୁ ପଡିଥିଲା ବୋଲି ରିବାବା ସଫେଇ ଦେଇଛନ୍ତି ’’ ।