spot_img
Home Blog Page 301

ଆଶାୟୀ ପ୍ରାର୍ଥୀମାନଙ୍କୁ ଟିକଟ ବାଣ୍ଟିବା ପରେ ଫେରାଇବାକୁ ନିର୍ଦ୍ଦେଶ

ନନ୍ଦିଘୋଷ ବ୍ୟୁରୋ : ବିଧାନସଭା ନିର୍ବାଚନକୁ ନେଇ ବିହାରରେ ଘଡ଼ିକେ ଘୋଡ଼ା ଛୁଟୁଛି। ଆଶାୟୀ ପ୍ରାର୍ଥୀମାନଙ୍କୁ ଟିକଟ ବାଣ୍ଟିବା ପରେ ଆରଜେଡି ସେହି ଟିକେଟ ସବୁ ଫେରାଇ ଦେବାକୁ କହିଛିି। ଏହାକୁ ନେଇ ଦଳରେ ଲାଗି ରହିଛି ଦ୍ଵନ୍ଦ୍ଵ। ଗତ ରାତିରେ ହିଁ ଟିକଟ ବଣ୍ଟା ଯାଇଥିଲା। କିଛି ପରେ ହିଁ ସମସ୍ତଙ୍କୁ ଫୋନ ଯାଇଥିଲା, ଟିକଟ ଫେରାଇ ଦିଅ। ଏହାର କାରଣ ସଂପର୍କରେ ଆରଜେଡି ନେତା ବି କିଛି ଜାଣି ପାରୁ ନାହାନ୍ତି। ସିଟ ଭାଗବଣ୍ଟା ପାଇଁ ଲାଲୁ ଓ ତେଜସ୍ଵୀ ଯାଦବ ଦିଲ୍ଲୀ ଯାଇଥିଲେ। ଗତକାଲି ସଂଧ୍ୟାରେ ଦିଲ୍ଲୀରୁ ଲାଲୁ ଯାଦବ ଫେରିବା ପରେ ଆଶାୟୀଙ୍କୁ ଡାକି ଟିକଟ ଦିଆଯାଇଥିଲା।

କିଛି ସମୟ ପରେ ଦିଲ୍ଲୀରୁ ଫେରି ପାଟନା ବାସଭବନରେ ପହଞ୍ଚିଥିଲେ ତେଜସ୍ଵୀ ଯାଦବ। ଏହା ପରେ ପରେ ଯେଉଁମାନଙ୍କୁ ଟିକଟ ଦିଆଯାଇଥିଲା, ସମସ୍ତଙ୍କୁ ଫୋନ ଯାଇଥିଲା ଓ ଟିକଟ ଫେରାଇ ଦେବାକୁ କୁହାଯାଇଥିଲା। ମହାଗଠବନ୍ଧନର ଏଯାଏ ସିଟ୍ ବଣ୍ଟନ ହୋଇନାହିଁ। ଏହାକୁ ନେଇ ସମସ୍ଯା ଥିବା କୁହାଯାଉଛି। ମହାଗଠନବନ୍ଧନରେ ଅଛନ୍ତି ଆରଜେଡି, କଂଗ୍ରେସ, ବାମମେଣ୍ଟ, ବିକାଶଶୀଳ ଇନସାନ ପାର୍ଟି, ଜେଏମଏମ୍ ଓ RLJP । ସେପଟେ ଏନଡିଏ ମେଣ୍ଟର ଭାଗବଣ୍ଟା ସରିଛି ଏବଂ ସେମାନେ ନିର୍ବାଚନରେ ମାତିଲେଣି। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନ ୨ଟି ପର୍ଯ୍ୟାୟରେ ହେବ। ନଭେମ୍ବର ୬ ଓ ନଭେମ୍ବର ୧୧ରେ। ୧୪ ତାରିଖରେ ବାହାରିବ ରେଜଲ୍ଟ।

ଜେଲରୁ କଏଦୀ ଫେରାର ହେବା ପରେ ତତ୍ପରତା; ଏଥର ହେବ ସରପ୍ରାଇଜ ଭିଜିଟ

ନନ୍ଦିଘୋଷ ବ୍ୟୁରୋ : ଏଥର ହେବ ସରପ୍ରାଇଜ ଭିଜିଟ । ରାଜ୍ୟରେ ଥିବା ସମସ୍ତ ଜେଲକୁ ସରପ୍ରାଇଜ ଭିଜିଟ କରିବା ପାଇଁ ସମସ୍ତ ଜିଲ୍ଲାପାଳ ଓ ଏସପି ମାନଙ୍କୁ ନିର୍ଦ୍ଦେଶ । ଜେଲ ଡିଜି ସୁଶାନ୍ତ ନାଥ ସମସ୍ତ ଜିଲ୍ଲାପାଳ ଓ ଏସପି ମାନଙ୍କୁ କରିଛନ୍ତି ସ୍ୱତନ୍ତ୍ର ଚିଠି । ଚୌଦ୍ୱାର ଜେଲରୁ କଏଦୀ ଫେରାର ହେବା ପରେ ତତ୍ପରତା ପ୍ରକାଶ କରିଛି ଜେଲ ବିଭାଗ ।। ଜେଲ ଭିତରେ ଅନେକ ଅନୈତିକ କରବାର ହେଉଥିବା ନେଇ ଅନେକ ଅଭିଯୋଗ ମଧ୍ୟ ପୂର୍ବରୁ ଆସିଛି ।ବିଭିନ୍ନ ସମୟରେ ଜେଲ କଏଦୀଙ୍କ ନିକଟରୁ ନିଶା ଦ୍ରବ୍ୟ, ମାଦକ ଦ୍ରବ୍ୟ, ମୋବାଇଲ ଫୋନ ଓ ମରଣାସ୍ତ୍ର ମଧ୍ୟ ଜବତ ହୋଇଥାଏ ।

ଏସବୁକୁ ପ୍ରତିରୋଧ କରିବା ପାଇଁ ଜେଲ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ମାନଙ୍କୁ ସ୍ୱତନ୍ତ୍ର ଚିଠି କରାଯାଇଛି । ଗତ ୩ ତାରିଖରେ ଚୌଦ୍ୱାର ଜେଲରୁ ଚମ୍ପଟ ମାରିଥିଲେ ମଧୁକାନ୍ତ ରଣା ଓ ରାଜା ସାହାଣୀ । ଆରି ସାହାଯ୍ୟରେ ସେଲକୁ କାଟି ଦୁହେଁ ଖସି ଚାଲିଯାଇଥିଲେ। ଘଟଣାର ବିଚାର ବିଭାଗୀୟ ତଦନ୍ତ ଚାଲିଥିବା ବେଳେ ଗତକାଲି ବଦଳିଥିଲେ ଚୌଦ୍ୱାର ଜେଲର ଜେଲର । ଚୌଦ୍ୱାର ଜେଲର ସନ୍ତୋସିନୀ ଦାସଙ୍କ ବଦଳି କରାଯାଇଥିଲା । କଣ୍ଟାବାଞ୍ଜି ସବ ଜେଲକୁ ସନ୍ତୋସିନୀଙ୍କ ବଦଳି ହୋଇଥିଲା । ସେପଟେ କଣ୍ଟାବାଞ୍ଜିରେ ଜେଲର ଥିବା ରଘୁରାଜ ମାଝୀଙ୍କୁ ମିଳିଥିଲା ଚୌଦ୍ୱାର ଦାୟିତ୍ୱ ।

ସିକ୍ରେଟ ଚ୍ୟାମ୍ବରରେ ଚାଲିଥିଲା ଦେଶୀ ମଦ ଭାଟି, ଚଢାଉ କରି ଧରିଲା ଅବକାରୀ ବିଭାଗ

ନନ୍ଦିଘୋଷ ବ୍ୟୁରୋ : ପୁଣି ସିକ୍ରେଟ ଚ୍ୟାମ୍ବରରେ ଦେଶୀ ମଦ ଭାଟିର ସନ୍ଧାନ ପାଇଛି ଭୁବନେଶ୍ବର ଅବକାରୀ ବିଭାଗ। ସିକ୍ରେଟ ଚାମ୍ବର ଭିତରେ ଦେଶୀ ମଦ କାରଖାନା ଠାବ କରିଛି। ସାଲିଆସାହି ବୀରବାସା ବସ୍ତିରେ ଚଢାଉ କରି ଏହି ଦେଶୀ ମଦ ଭାଟି ଠାବ କରିଛି ଅବକାରୀ ବିଭାଗ। ପୂର୍ବରୁ ସାଲିଆସାହି ବୀରବାସା ବସ୍ତିରେ ଏକ ବେଡ଼ରୁମ ଭିତରେ ଥିବା ଏକ ମହୁଲି ମଦ ଭାଟି ଠିକଣା ଉପରେ ଚଢାଉ କରିଥଲା। ଏହାକୁ କରିଥିବା BMCରେ କାର୍ଯ୍ୟରତ ଜଣେ ଡ୍ରାଇଭରକୁ ଗିରଫ କରିଥିଲା ଅବକାରୀ ବିଭାଗ।

ରିଆଣାର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଆତ୍ମହତ୍ୟା ଘଟଣା : ଦୁଇ ପୋଲିସ ଅଧିକାରୀଙ୍କ ନାଁରେ ଏତଲା

ନନ୍ଦିଘୋଷ ବ୍ୟୁରୋ : ହରିଆଣାର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ୱାଇ. ପୂରନ କୁମାର ଆତ୍ମହତ୍ୟା ଘଟଣା। ହରିୟାଣା ଡିଜିପି ଶତ୍ରୁଜିତ କପୁରଙ୍କୁ ଛୁଟିରେ ପଠାଇଲେ ସରକାର। ଆପିଏସଙ୍କ IAS ପତ୍ନୀଙ୍କୁ ମଧ୍ୟ ପୋଲିସ ନୋଟିସ କରିଛି। ମାମଲାରେ ରୋହତକଙ୍କ ଏସପିଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ହରିୟାଣା ଗସ୍ତ ପୂର୍ବରୁ ଡିଜିପିଙ୍କୁ ଛୁଟିରେ ପଠାଯାଇଛି।

ଆଇପିଏସ୍ ଅଧିକାରୀ ୱାଇ.ପୁରନଙ୍କ ଆତ୍ମହତ୍ୟା ମାମଲାରେ ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ଖୁଲାସା। ରୋହତକ ଏସ୍ପି ନରେନ୍ଦ୍ର ବିଜାର୍ନିଆଙ୍କୁ ପୂର୍ବରୁ ବଦଳି କରାଯାଇଥିଲା। ଆଜି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ ଚଣ୍ଡିଗଡ଼ ଗସ୍ତରେ ଯାଉଛନ୍ତି। ଉଭୟ ନେତା ଆଇପିଏସ୍ ଅଧିକାରୀ ୱାଇ ପୁରନଙ୍କ ପରିବାର ସହିତ ସାକ୍ଷାତ କରିବେ। ଏହା ପୂର୍ବରୁ ହରିୟାଣା ଡିଜିପିଙ୍କୁ ଛୁଟିରେ ପଠାଯାଇଛି।ଗତକାଲି ବିଳମ୍ବିତ ରାତିରେ ହରିୟାଣା ଡିଜିପିଙ୍କୁ ଛୁଟିରେ ପଠାଇବାର ନିଷ୍ପତ୍ତି ନିଆଯାଇଛି। ଆଇପିଏସ୍ ଆତ୍ମହତ୍ୟା ମାମଲା ପରେ ନାୟବ ସିଂହ ସାଇନି ସରକାରଙ୍କ ଉପରେ ହରିୟାଣା ଡିଜିପିଙ୍କୁ ହଟାଇବା ପାଇଁ ଚାପ ବଢ଼ୁଥିଲା।

ଆଇପିଏସ୍ ଅଧିକାରୀ ୱାଇ.ପୁରନ ଏବଂ ତାଙ୍କ ପରିବାର ପାଇଁ ନ୍ୟାୟ ଦାବି କରି ଅନେକ ଦଳିତ ସଂଗଠନ ଏକତ୍ରିତ ହୋଇ ଏକ ମହାପଞ୍ଚାୟତ ଡକାଇଥିଲେ। ସେମାନେ ସରକାରଙ୍କୁ ୪୮ ଘଣ୍ଟା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ଏହି ୪୮ ଘଣ୍ଟା ଆଜି ଶେଷ ହେଉଛି। ଗତ ୭ ତାରିଖରେ ଚଣ୍ଡିଗଡସ୍ଥିତ ସେକ୍ଟର ୧୧ ବାସଭବନରେ ନିଜ ସର୍ଭିସ ରିଭଲଭରରୁ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିଲେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ୱାଇ. ପୂରନ କୁମାର। ମୃତ୍ୟୁ ପୂର୍ବରୁ ସେ ଏକ ଉଇଲ ଓ ୯ ପୃଷ୍ଠାର ସୁଇସାଇଡ ନୋଟ ଛାଡି ଯାଇଥିଲେ। ସେଥିରେ ଚାକିରିଜନିତ ସମସ୍ୟାକୁ ସେ ଉଲ୍ଲେଖ କରିଥିଲେ। ତାଙ୍କ ମୃତ୍ୟୁକୁ ନେଇ ଆଇନର ଆଶ୍ରୟ ନେଇଛନ୍ତି ୨୦୦୧ ବ୍ୟାଚ ଆଇଏଏସ ଅଧିକାରୀ ତଥା ପତ୍ନୀ ଅନମିତ। ସ୍ବାମୀଙ୍କୁ ଜାତିଭିତ୍ତିକ କଟାକ୍ଷ କରାଯିବା ଏବଂ ଚାକିରି କ୍ଷେତ୍ରରେ ନିର୍ଯାତନାର ସମ୍ମୁଖୀନହୋଇ ଆତ୍ମହତ୍ୟା କରିଥିଲେ ବୋଲି କହିଥିଲେ ଅନମିତ।

କେରଳ କନ୍ନୁରରେ ୨ ଓଡ଼ିଆ ମତ୍ସ୍ୟଜୀବୀ ମୃତ

ନନ୍ଦିଘୋଷ ବ୍ୟୁରୋ : ଚିକିତ୍ସା ଅବହେଳାରୁ ଦୁଇ ଓଡିଆ ମସ୍ୟଜୀବୀଙ୍କ ମୃତ୍ୟୁ। କେରଳ କନୁର ଜିଲ୍ଲା ପାରିୟାରମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୋଇଛି ମୃତ୍ୟୁ। ମୃତ ଦୁଇ ଓଡିଆ ମସ୍ୟଜୀବୀ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ବାଲିପାଟପୁର ଗ୍ରାମର ନିଗମ ବେହେରା ଓ ସୁବାସ ବେହେରା। ସୁବାସଙ୍କର ଗତକାଲି ମୃତ୍ୟୁ ହୋଇଥିବା ବେଳେ ଆଜି ଭୋର ସମୟରେ ନିଗମ ବେହେରାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ପରିବାର ଲୋକେ ରାଜ୍ୟ ସରକାରଙ୍କୁ ସହାୟତା ପାଇଁ ଅନୁରୋଧ କରିଛନ୍ତି। କେରଳ କନ୍ନୁର ଜିଲ୍ଲାରେ ମାଛଧରା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଓଡିଶାର ଅନେକ ମତ୍ସ୍ଯଜୀବୀ। ପ୍ରତିଦିନ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଉଥିଲେ। କ୍ୟାମ୍ପରେ ଶୋଇଥିବାବେଳେ ଗତ ୧୦ ତାରିଖ ଭୋର ସମୟରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୪ ଓଡ଼ିଆ ମତ୍ସ୍ଯଜୀବୀ ଗୁରୁତର ହୋଇପଡିଥିଲେ। ସେମାନଙ୍କୁ କନୁର ଜିଲ୍ଲାର ପାରିୟାରମ ମେଡିକାଲ କଲେଜରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା। ଚିକିତ୍ସାରେ ଅବହେଳାରୁ ମୃତ୍ଯୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ

ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ଘଟଣା: ଗିରଫ ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା

ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମବଂଗ ଦୁର୍ଗାପୁରରେ ଘରୋଇ ମେଡିକାଲ କଲେଜରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ତଦନ୍ତକୁ ତ୍ୱରାନ୍ୱିତ କରିବା ପାଇଁ ପୋଲିସ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । କିଛି ସମୟ ପୂର୍ବରୁ ଗିରଫ ଦୁଇ ଜଣ ଶେଖ ରିଆଜୁଦ୍ଦିନ ଏବଂ ଶେଖ ନାସିରୁଦ୍ଦିନଙ୍କୁ ତଦନ୍ତ ପାଇଁ ବିଜରା ଗାଁକୁ ନିଆଯାଇଥିଲା। ଉଭୟ ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରାଯାଇଥିବା ସୂଚନା।ଏଥିସହିତ ଏକାଧିକ ଗ୍ରାମବାସୀଙ୍କୁ ମଧ୍ୟ ପରଚାଉଚରା କରାଯାଇଛି। ଘଟଣାସ୍ଥଳରୁ କିଛି ପ୍ରମାଣ ମିଳିଥିବା ଜଣାପଡ଼ିଛି। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ନେଇ ସିନ ରିକ୍ରିଏସନ କରାଯିବ। ଘଟଣା ସହିତ ଆଉ କାହାର ସମ୍ପର୍କ ଅଛି ନା ନାହିଁ ସେ ନେଇ ଛାନବିନ ଜାରି ରହିଛି। ବିଜରା ଅଂଚଳରେ ଆଉ କିଛି ଅଭିଯୁକ୍ତ ଲୁଚି ଥାଇପାରନ୍ତି।ସେଥିଲାଗି ଦୁର୍ଗାପୁରର ନ୍ୟୁ ଟାଉନସିପ୍ ପୋଲିସ ଷ୍ଟେସନ ଏବଂ ଦୁର୍ଗାପୁର ପୋଲିସ ଷ୍ଟେସନର ଏକ ମିଳିତ ପୋଲିସ ଟିମ ଛାନବିନ କରୁଛି।

ଜମ୍ମୁ-କାଶ୍ମୀରରେ ସେନାକୁ ବଡ଼ ସଫଳତା, କୁପୱାଡ଼ାରେ ଦୁଇ ଆତଙ୍କବାଦୀ ସଫା

ନନ୍ଦିଘୋଷ ବ୍ୟୁରୋ : ଜମ୍ମୁ ଓ କାଶ୍ମୀରର କୁପୱାଡା ଜିଲ୍ଲାରେ LoC ନିକଟରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ।  ଏହି ଅପରେସନରେ ଦୁଇ ଆତଙ୍କବାଦୀ ନିପାତ । ଏହି ଅଞ୍ଚଳରେ ଆହୁରି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ସେନାର ଅପରେସନ ଏବେ ବି ଜାରି ରହିଛି। ସୁରକ୍ଷା ବାହିନୀ ଅନୁପ୍ରବେଶ ଉଦ୍ୟମ ସମ୍ପର୍କରେ ସୂଚନା ପାଇବା ପରେ ଅପରେସନ ଆରମ୍ଭ ହୋଇଥିଲା। ଭାରତୀୟ ସେନା ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନକୁ ଜୋରଦାର କରିଛି। ଗତ କିଛି ଦିନ ମଧ୍ୟରେ ସୀମା ପାରରୁ ଆତଙ୍କବାଦୀ କାର୍ଯ୍ୟକଳାପ ପୁଣି ଥରେ ବୃଦ୍ଧି ପାଇଛି।

ଆତଙ୍କବାଦୀଙ୍କ ଆଡ୍ଡାର ପର୍ଦ୍ଦାଫାସ 

ସେନା ଏବଂ ପୋଲିସଙ୍କ ମିଳିତ ଅଭିଯାନରେ ୱାରସନ ଅଞ୍ଚଳର ବ୍ରିଜଥୋର ଜଙ୍ଗଲରେ ଏକ ଆତଙ୍କବାଦୀ ଆଡ୍ଡା ଠାବ କରିଥିଲେ। ସୁରକ୍ଷା ବାହିନୀ ଦୁଇଟି AK-ସିରିଜ ରାଇଫଲ, ଚାରୋଟି ରକେଟ ଲଞ୍ଚର, ଏକ ବଡ଼ ପରିମାଣର ଗୁଳିଗୋଳା ଏବଂ ଅନ୍ୟାନ୍ୟ ଯୁଦ୍ଧ ସାମଗ୍ରୀ ଜବତ କରିଥିଲେ। ଅଧିକାରୀଙ୍କ ଅନୁଯାୟୀ, ଶ୍ରୀନଗରରେ ଭାରତୀୟ ସେନାର ଚିନାର କୋରପସ ଦ୍ୱାରା ପ୍ରାପ୍ତ ଗୁପ୍ତ ସୂଚନା ଆଧାରରେ ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ଅଞ୍ଚଳରେ ଲୁଚି ରହିଥିବା ଅନ୍ୟ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ଗୁଜରାଟ ଭାବନଗରରେ ଧସିଲା ୩ ମହଲା କୋଠା

ନନ୍ଦିଘୋଷ ବ୍ୟୁରୋ : ଗୁଜରାଟ ଭାବନଗରରେ ଧସିଲା ୩ ମହଲା କୋଠା। ଭଗ୍ନାବଶେଷ ତଳେ ଦବି ଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାପଡିଛି। ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏବେବି କିଛି ଭଂଗା କୋଠା ତଳେ ଫସିଥିବା ଜଣାପଡିଛି। ଫସିଥିବା ଲୋକଙ୍କୁ ଉଦ୍ଧାର ଲାଗି ଚାଲିଛି ରେସକ୍ଯୁ ଅପରେସନ। ଗତକାଲି ମଧ୍ୟରାତ୍ରିରେ ଧସିପଡିଥିଲା କୋଠାୟ। ପ୍ରଶାସନ ପକ୍ଷରୁ ଜୋରସୋରରେ ଉଦ୍ଧାରକାର୍ଯ୍ୟ ଜାରି। ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି। ବାକି ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ଥାନାରୁ ଚମ୍ପଟ ଅଭିଯୁକ୍ତ ! ପଦାରେ ପଡ଼ିଲା କମିଶନରେଟ ପୋଲିସର ଢିଲା ସୁରକ୍ଷା

ନନ୍ଦିଘୋଷ ବ୍ୟୁରୋ : ପଦାରେ ପଡ଼ିଲା କମିଶନରେଟ ପୋଲିସର ଢ଼ିଲା ସୁରକ୍ଷା। କନେଷ୍ଟବଳଙ୍କୁ ଧକ୍କା ଦେଇ ମୋବାଇଲ ଚୋର ଥାନାରୁ ଚମ୍ପଟ ମାରିଛି। ରାଜଧାନୀ ଉପକଣ୍ଠ ଚନ୍ଦକା ଥାନାରେ ଏଭଳି ଘଟଣା ଘଟିଛି। ଫେରାର ଅଭିଯୁକ୍ତ ହେଉଛି ପଶ୍ଚିମବଙ୍ଗର ରାଜା। ଅଭିଯୋଗ ଅନୁଯାୟୀ ଗତମାସ ୨୮ ତାରିଖ ରାତିରେ ଏକ ଆଇଫୋନ ଚୋରି ହୋଇଥିଲା। ଯେଉଁ ଅଭିଯୁକ୍ତକୁ ଦୁଇ ଦିନ ତଳେ ଚନ୍ଦକା ପୋଲିସ ଧରି ଅଧିକ ପଚରାଉଚରା କରୁଥିଲା। ଗତକାଲି ଅଭିଯୁକ୍ତ ଜଣଙ୍କ ବାନ୍ତି ଲାଗୁଥିବା ବାହାନା କରି ବାଥରୁମ ଯାଇଥିଲା। ଥାନାର ସେଣ୍ଟ୍ରି ସମେତ ଦୁଇ ଜଣ କନେଷ୍ଟବଳ ମଧ୍ୟ ତାକୁ ଜଗି ଛିଡ଼ା ହୋଇଥିଲେ। ହେଲେ ଅଭିଯୁକ୍ତ ଜଣଙ୍କ ଚତୁରତାର ସହ ଜଣେ କନେଷ୍ଟବଳଙ୍କୁ ଧକ୍କା ଦେଇ ବାହାର ପଟ ଗେଟରେ ଦୌଡ଼ି ପଳାଇଥିଲା। ରାଜା ଖସିଯିବା ପରେ ଚନ୍ଦକା ଥାନାର ଢିଲା ସୁରକ୍ଷା ବ୍ୟବସ୍ଥା ପଦାରେ ପଡ଼ିଛି। ଥାନାରେ ଏକାଧିକ କର୍ମଚାରୀ ଥାଇ ମଧ୍ୟ ଚୋର ଖସି ପଳାଇଯିବା କମିସନରେଟ ପୋଲିସର ଢିଲା ସୁରକ୍ଷାକୁ ପଦାରେ ପକାଇଛି। ସେପଟେ ୨୪ ଘଣ୍ଟାରୁ ଅଧିକ ସମୟ କାହାରିକୁ ଅଟକ ରଖିବାର ନିୟମ ନଥିବା ବେଳେ ଚନ୍ଦକା ପୋଲିସ ରାଜାକୁ କିଭଳି ଦୁଇ ଦିନ ଧରି ଅଟକ ରଖିଥିଲା ତାକୁ ନେଇ ପ୍ରଶ୍ନ ଉଠିଛି।

ରାଜ୍ୟରୁ ଫେରୁଛି ମୌସୁମୀ, ୬ ଜିଲ୍ଲାରୁ ପ୍ରତ୍ୟାବର୍ତନ ପ୍ରକ୍ରିୟା ଆରମ୍ଭ

ନନ୍ଦିଘୋଷ ବ୍ୟୁରୋ : ରାଜ୍ୟରୁ ଫେରୁଛି ମୌସୁମୀ । ୬ ଜିଲ୍ଲାରୁ ପ୍ରତ୍ୟାବର୍ତନ ପ୍ରକ୍ରିୟା ଆରମ୍ଭ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଂଶରୁ ବିଦାୟ ନେଇଛି । ମୟୂରଭଞ୍ଜ , କେନ୍ଦୁଝର, ଝାରସୁଗୁଡା,କେନ୍ଦୁଝର, ସମ୍ବଲପୁର, ଓ ସୁନ୍ଦରଗଡର କିଛି କିଛି ଜିଲ୍ଲାରୁ ମୌସୁମୀ ବିଦାୟ ନେଇଛି । ଆଗାମୀ ୨ରୁ ୩ ଦିନ ମଧ୍ୟରେ ଆଉ କିଛି ଜିଲ୍ଲାରୁ ମୌସୁମୀ ଫେରିବା ପାଇଁ ପାଗ ଅନୁକୂଳ ରହିଛି ବୋଲି ପୂର୍ବାନୁମାନକରିଛି ପାଣିପାଗ ବିଭାଗ । ସେପଟେ ୫ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ଚେତାବନୀ ଦେଲା ଆଂଚଳିକ ପାଣିପାଗ ବିଭାଗ  । ରାଜ୍ୟରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସତର୍କତା ଜାରି କରିଛି ବିଭାଗ । ମାଲକାନଗିରି , କୋରାପୁଟ, ନବରଂଗପୁର କଳାହାଣ୍ଡି, ଗଜପତି, ଗଂଜାମ ,କନ୍ଧମାଳ ଓ ରାୟଗଡ଼ାରେ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷାକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି ।