spot_img
Home Blog Page 313

KBCରେ କର୍ଣ୍ଣେଲ ସୋଫିଆ କ୍ୟୁରେସି ଓ ୱିଙ୍ଗ କମାଣ୍ଡର ବ୍ୟୋମକା ସିଂହଙ୍କୁ ନେଇ ଝଡ଼

ନନ୍ଦିଘୋଷ ବ୍ୟୁରୋ: ଲୋକପ୍ରିୟ କୌନ ବନେଗା କରୋଡପତି ଶୋରେ କର୍ଣ୍ଣେଲ ସୋଫିଆ କ୍ୟୁରେସି ଓ ୱିଙ୍ଗ କମାଣ୍ଡର ବ୍ୟୋମକା ସିଂହଙ୍କୁ ନେଇ ଝଡ଼। ଅପରେସନ ସିନ୍ଦୂର ବେଳେ ଏହି ଦୁଇ ପଦାଧିକାରୀ ମିଡିଆ ବ୍ରିଫିଂ କରିଥିଲେ। କେବିସିର ଏକ ସ୍ବତନ୍ତ୍ର ଏପିସୋଡରେ ସୋଫିଆ ଓ ବ୍ୟୋମିକା ଆସିବା ପରେ ବିବାଦ ସୃଷ୍ଟି ହୋଇଛି। କିଛି ସୋସିଆଲ ମିଡିଆ ୟୁଜର ଏହାକୁ ପଲିଟିକାଲି ମାଇଲେଜ ବୋଲି ଚିତ୍ରଣ କରିଛନ୍ତି। ସ୍ବତନ୍ତ୍ର ସ୍ବାଧୀନତା ଦିବସ ଅବସରରେ ଆସିବାକୁ ଥିବା ଏପିସୋଡରେ ସୋଫିଆ ଓ ବ୍ୟୋମିକାଙ୍କ ସମେତ କମାଣ୍ଡର ପ୍ରେରଣା ଦୋସ୍ଥାଲୀ ବି ନଜରକୁ ଆସିବେ। ଭାରତୀୟ ନୌସେନାର ଏକ ଯୁଦ୍ଧ ଜାହାଜର କମାଣ୍ଡର ଭାବେ ଗତବର୍ଷ ନେଇଥିଲେ ଦାୟିତ୍ବ। ଏହି ଦାୟିତ୍ବ ନେବାରେ ସେ ଥିଲେ ପ୍ରଥମ ମହିଳା ଅଫିସର।

ଆସନ୍ତା ଅଗଷ୍ଟ ୧୫ କେବିସି ଏପିସୋଡରେ ହୋଷ୍ଟ ଅମିତାଭ ବଚ୍ଚନଙ୍କ ସହ ନଜରକୁ ଆସିବେ ଏହି ୩ ଜଣ ଚର୍ଚ୍ଚିତ ପ୍ରତିଭା। ପହଲଗାଓଁ ହମଲା ପରେ ଭାରତ ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂରର ଟିକିନିଖି ଖବର ସମ୍ପର୍କରେ ମିଡିଆରେ ବ୍ରିଫ କରିଥିଲେ ଦୁଇ ମହିଳା ଅଧିକାରୀ। ସାମରିକ କାର୍ଯ୍ୟାନୁଷ୍ଠାନ ପରି ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକୁ କିପରି ହାଲୁକା ଭାବେ ନିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି ୟୁଜର। ହୀନ ରାଜନୀତି ଓ ଲୋକଦେଖାଣିଆ ଦେଶପ୍ରେମର ଉଦାହରଣ ବୋଲି ସେମାନେ କହିଛନ୍ତି। ପ୍ରୋଟୋକଲ କହୁଛି- ସାଂସ୍କୃତିକ କାର୍ଯ୍ଯକ୍ରମ ବା ସାମାଜିକ କାର୍ଯ୍ୟକ୍ରମରେ ସେନା ପୋଷାକ ପରିଧାନ କରାଯାଇପାରିବ ନାହିଁ। ସେହିପିର ସର୍ବସାଧାରଣ ସ୍ଥଳ ବା ରେଷ୍ଟୁରାଣ୍ଟକୁ ଯିବା ବେଳେ ବି ସେନା ପୋଷାକ ପରିଧାନ ହୋଇପାରିବ ନାହିଁ। ସେହିପରି କର୍ତ୍ତୃପକ୍ଷଙ୍କ ବିନା ଲିଖିତ ଅନୁମତିରେ ଅଣସରକାରୀ କାର୍ଯ୍ଯକ୍ରମରେ ସେନା ପୋଷାକ ପରିଧାନ କରାଯାଇପାରିବ ନାହିଁ।

ବୁର୍ଲା ଭୀମସାରରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ସମ୍ବଲପୁରର ବୁର୍ଲା ଭୀମସାରରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ। ପ୍ରଥମ ମହଲାରୁ ଜଣେ ରୋଗୀ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ପୁଣି ଥରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେହି ରୋଗୀଙ୍କ ଘର ବରଗଡ଼ ଜିଲ୍ଲାରେ ବୋଲି ଜଣାପଡ଼ିଛି। ଭିମସାରରେ ସେ ଚିକିତ୍ସିତ ହେଉଥିଲେ। କାହିଁକି ବିଲଡିଂରୁ ଡେଇଁଲେ, କାରଣ ଅସ୍ପଷ୍ଟ। ପୋଲିସର ଛାନଭିନ୍ କରୁଛି ।

ମ୍ୟାଚ୍ ହାରିଲେ ବୋଲି ଗୁଣ୍ଡା ଡକାଇ ପିଟିଲେ…

ନନ୍ଦିଘୋଷ ବ୍ୟୁରୋ: କୁହାଯାଏ ଖେଳ ଅଛି ମାନେ ହାର୍ ଜିତ୍ ଲାଗି ରହିବ । ଯିଏ ଭଲ ଖେଳିବ ସିଏ ଜିତିବ । କିନ୍ତୁ ଖେଳରେ ହାରିଗଲେ ବୋଲି ବିଜୟୀ ଦଳକୁ ଗୁଣ୍ଡା ଲଗାଇ ପିଟିଲେ ହାରିଥିବା ଦଳର ଖେଳାଳି । ଗୁଣ୍ଡା ଲଗାଇ ବିଜୟୀ ଦଳର ଖେଳାଳିଙ୍କ ମାଡ଼ି ମାରିଥିବା ଅଭିଯୋଗ ହୋଇଛି । ବିହାରରୁ ଆସିଛି ଏଭଳି ଅଭିଯୋଗ । କୈମୁର ଜିଲ୍ଲାରେ ଏକ ଖେଳ ପ୍ରତିଯୋଗିତା ହେଉଥିଲା ।

ପୂରା ଘଟଣା ହେଉଛି ଯେ ବିହାର ଶିକ୍ଷା ବିଭାଗ ଦ୍ୱାରା କୈମୁରରେ ଏକ ମଶାଲ କ୍ରୀଡା ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏହି ସମୟରେ, ଭାବୁଆର ପଟେଲ କଲେଜ ପଡ଼ିଆରେ ଏହି ପ୍ରତିଯୋଗିତା ଚାଲିଥିଲା। ପ୍ରତିଯୋଗିତାରେ କବାଡି ଖେଳାଯାଉଥିଲା। ମ୍ୟାଚ୍ ଦୁର୍ଗାବତୀ ଏବଂ ରାମପୁର ବ୍ଲକ ମଧ୍ୟରେ ଥିଲା। ଏହି ୧୬ ବର୍ଷରୁ କମ୍ କବାଡି ମ୍ୟାଚ୍ ରେ ହଙ୍ଗାମା ଆରମ୍ଭ ହୋଇଥିଲା। ରାମପୁର ବ୍ଲକର ଖେଳାଳିମାନେ ଅଭିଯୋଗ କରିଛନ୍ତି ଯେ ଦୁର୍ଗାବତୀ ବ୍ଲକର ଖେଳାଳିମାନେ ଜାଣିଶୁଣି ଫାଉଲ୍ ଖେଳୁଛନ୍ତି। ରାମପୁରର ଖେଳାଳିମାନେ ଆହତ ହୋଇଛନ୍ତି।

ଅଭିଯୋଗ ହୋଇଥିଲା ଯେ ରେଫରି ମଧ୍ୟ ଏହି ଫାଉଲକୁ ଅଣଦେଖା କରୁଥିଲେ। ଅଭିଯୋଗ ହୋଇଛି ଯେ ଏସବୁ କରିବା ପରେ ମଧ୍ୟ ଦୁର୍ଗାବତୀ ବ୍ଲକର ଖେଳାଳିମାନେ ମ୍ୟାଚ୍ ହାରିଗଲେ। ଏହା ପରେ, ରାମପୁର ବ୍ଲକର ଖେଳାଳିମାନେ ମ୍ୟାଚ୍ ଜିତି ଟେଣ୍ଟ ଆଡକୁ ଯିବା ଆରମ୍ଭ କଲେ, ଯେଉଁଠାରେ ସେମାନଙ୍କର ରହିବା ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ସେମାନେ ସେଠାରେ ପହଞ୍ଚିବା ପୂର୍ବରୁ, ଦୁର୍ଗାବତୀ ବନ ବିଭାଗ କାର୍ଯ୍ୟାଳୟ ନିକଟରେ ସେହି ସ୍ଥାନର ଖେଳାଳି ଏବଂ ସେମାନଙ୍କ ଦ୍ୱାରା ଡକାଯାଇଥିବା ଗୁଣ୍ଡାମାନେ ସେମାନଙ୍କୁ ଘେରିଗଲେ। ଏହା ପରେ, ରାମପୁର ବ୍ଲକର ଖେଳାଳିମାନଙ୍କୁ ରାସ୍ତା ମଝିରେ ଗୋଡ଼ାଇ ଗୋଡ଼ାଇ ପିଟିଲେ।

ରାସ୍ତାରେ ପଡ଼ିଛି ସାଇକେଲ, କୁଆଡ଼େ ଗଲେ ଛାତ୍ରୀ ? ପରିବାର ଲୋକ କହିଲେ …

ନନ୍ଦିଘୋଷ ବ୍ୟୁରୋ: ଗଂଜାମ ଜିଲ୍ଲା ଦିଗପହଣ୍ଡିରେ ଯୁକ୍ତ ତିନି ଛାତ୍ରୀଙ୍କୁ ଅପହରଣ ଅଭିଯୋଗ। କଲେଜ ପଢୁଆ ଛାତ୍ରୀଙ୍କୁ ଅପହରଣ କରାଯାଇଥିବାର ଅଭିଯୋଗ କରିଛନ୍ତି ପରିବାର। ଏକ କଲେଜରେ ଯୁକ୍ତ ୩ ଶ୍ରେଣୀରେ ସେ ପଢ଼ୁଥିଲେ। ଛାତ୍ରୀ ସାଇକେଲରେ କଲେଜ ଯାଇ ଘରକୁ ଫେରିନଥିବା ବେଳେ ସାଇକେଲ ରାସ୍ତାରେ ପଡ଼ିଥିବା ଦେଖିଥିଲେ। ପରିବାର ଲୋକେ ସାଇକଲ ଆଣିଛନ୍ତି। ଛାତ୍ରୀଙ୍କ ବାପା ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି।

ବରଗଡ଼ ଆତ୍ମାହୂତି ଘଟଣା : ପୀଡ଼ିତାଙ୍କ ଭାଇଙ୍କୁ ପଚରା ଉଚରା କରିଛି ପୋଲିସ

ନନ୍ଦିଘୋଷ ବ୍ୟୁରୋ: ବରଗଡ଼ ନାବାଳିକା ଆତ୍ମଦାହ ଘଟଣାରେ ଟ୍ଵିଷ୍ଟ। ପୀଡ଼ିତାଙ୍କ ଭାଇଙ୍କୁ ପଚରା ଉଚରା କରିଛି ପୋଲିସ। ଏହା ସହିତ ପରିବାରର ଅନ୍ୟ କେତେକ ସଦସ୍ୟ ଓ ଗାଁର କିଛି ଲୋକଙ୍କୁ ପଚରା ଉଚରା କରିଛି ପୋଲିସ। ପୀଡ଼ିତାଙ୍କ ବଡ଼ ଭାଇକୁ  ଗାଇସିଲେଟ ଥାନା ପୋଲିସ ପଚରା ଉଚରା କରିବା ପରେ ଛାଡ଼ି ଦେଇଛି। ଆଗରୁ ଭାଇର ମୋବାଇଲକୁ ପୋଲିସ ଜବତ କରିଥିଲା। ଚର୍ଚ୍ଚା ହେଉଛି ସେହି ମୋବାଇଲରୁ କିଛି ସୁରାଗ ପୋଲିସକୁ ମିଳିଥାଇପାରେ। ଭାଇ ମଧ୍ୟ ଗତକାଲି ସେହି କଥା କହିଥିଲେ ଓ ପୀଡ଼ିତାଙ୍କ ସାଙ୍ଗ ମାନଙ୍କୁ ପଚରା ଉଚରା କରିବାକୁ ଦାବି କରିଥିଲେ। ଘରୋଇ କଳିରୁ ପୀଡ଼ିତା ଆତ୍ମହତ୍ୟା କରିଥିବା କଥାକୁ ସେମାନେ ଖଣ୍ଡନ କରିଥିଲେ। ଘଟଣାକୁ ଦୁଇ ଦିନ ହୋଇଯାଇଥିଲେ ମଧ୍ୟ ଏଯାଏ କିଛି ଠୋସ୍ ତଥ୍ୟ ସାମନାକୁ ଆସିନାହିଁ। ଗାଇସିଲେଟ ଥାନା ଫିରିଙ୍ଗିମାଲରେ ଆତ୍ମଦାହ କରି ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ୬ଟି ଟିମ ଗଠନ କରି ତଦନ୍ତ କରୁଛି।

ପ୍ରଶାନ୍ତ କିଶୋର କହିଲେ କ୍ଷମା ମାଗନ୍ତୁ ରାହୁଲ ଗାନ୍ଧି, ଜାଣନ୍ତୁ କାହିଁକି ?

ନନ୍ଦିଘୋଷ ବ୍ୟୁରୋ: ବିହାର ରାଜନୀତି ଉଷ୍ମ ହେବାରେ ଲାଗିଛି । ନିର୍ବାଚନ ତାରିଖ ଘୋଷଣା ହୋଇନଥିଲେ ସୁଦ୍ଧା ଆଗକୁ ନିର୍ବାଚନ ହେବାକୁ ଯାଉଛି । ସରକାର ଗଠନ ପାଇଁ ରାଜନୈତିକ ଦଳମାନେ ନିଜ ନିଜର ରଣନୀତି ପ୍ରସ୍ତୁତ ଜାରି ରଖିଛନ୍ତି । ତେବେ କେତେବେଳେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ତ ଆଉ କେତେବେଳେ ସରକାର ପୂର୍ବ କଥା କହି ଟାର୍ଗେଟ କରୁଛନ୍ତି । ଏହାରି ଭିତରେ ଜନ ସୂରଜ ପାର୍ଟି ମୁଖ୍ୟ ପ୍ରଶାନ୍ତ କିଶୋର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି କ୍ଷମା ମାଗନ୍ତୁ ରାହୁଲ ।

କହି ରଖୁଛୁ କି, ବିହାରରେ ସବୁବେଳେ ଜଙ୍ଗଲ ରାଜକୁ ନେଇ ତର୍କ ଦେଖିବାକୁ ମିଳିଥାଏ । ନୀତିଶ କୁମାର ଲାଲୁ ଯାଦବ ଏବଂ ରାବ୍ରୀ ଦେବୀଙ୍କ ଶାସନକୁ ଜଙ୍ଗଲ ରାଜ କହି ବାରମ୍ବାର ଟାର୍ଗେଟ କରି ଆସିଛନ୍ତି । ଯେଉଁ କାରଣରୁ ନିକଟରେ ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ କ୍ଷମା ମାଗିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏବେ ପ୍ରଶାନ୍ତ କିଶୋର ସମାନ ଘଟଣାକୁ ଦୋହରାଇଛନ୍ତି । ସେ କହିଛନ୍ତି କି ଲାଲୁ ଯାଦବଙ୍କ ସରକାର କଂଗ୍ରେସ ସହ ରହିଥିଲା । ଏଣୁ ଜଙ୍ଗଲରାଜରେ କଂଗ୍ରେସ ଜଡିତ । ଯେଉଁ କାରଣରୁ ବିହାର ଗସ୍ତରେ ଆସିବା ପୂର୍ବରୁ ସେ ମଧ୍ୟ କ୍ଷମା ମାଗନ୍ତୁ । ତେବେ ସବୁବେଳେ ମୋଦି ଏବଂ ରାହୁଲଙ୍କ ଟାର୍ଗେଟ କରନ୍ତି ପ୍ରଶାନ୍ତ କିଶୋର । ମାତ୍ର ଅଧିକାଂଶ ସମୟରେ ସେ ନୀତିଶ କୁମାର ଏବଂ ତେଜସ୍ବୀ ଯାଦବଙ୍କୁ ଟାର୍ଗେଟ କରିଥାନ୍ତି । ତେବେ ଆଗାମୀ ଦିନରେ ପ୍ରଶାନ୍ତ କିଶୋରଙ୍କ ଦଳକୁ ଲୋକେ କେମିତି ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଛି ।

ଭାରତରେ କଣ ନିର୍ମାଣ ହୋଇପାରିବ ଏମିତି ଓ୍ବେବ ସିରିଜ୍ ? ଜାଣନ୍ତୁ କଣ କହିଲେ ଅମୀର ଖାନ

ନନ୍ଦିଘୋଷ ବ୍ୟୁରୋ: ଗେମ୍ ଅଫ୍ ଷ୍ଟ୍ରୋନ୍ସ । ବେଶ ଜଣାଶୁଣା ଏହି ଓ୍ବେବ ସିରିଜ । ଦର୍ଶକେ ଏହାକୁ ବେଶ ଭଲ ପାଇବା ଦେଇଛନ୍ତି । ତେବେ ଭାରତରେ କଣ ଏଭଳି ଏକ ଓ୍ବେବ ସିରିଜ ନିର୍ମାଣ କରାଯାଇପରିବ କି ? ଏକ ପୋଡକାଷ୍ଟରେ ଯୋଗ ଦେଇଥିବା ଅମୀର ଖାନଙ୍କୁ ଏଭଳି ପ୍ରଶ୍ନ କରାଯାଇଥିଲା । ଯେଉଁଥିରେ ଅମୀର ଖାନ ନିଜର ଉତ୍ତର ରଖିଛନ୍ତି । ସେ କହିଛନ୍ତି କି, ନା ସେମିତି କିଛି ନାହିଁ ।  ଏହା ଏକ ଭଲ କଣ୍ଟେନ ଏବଂ ଲମ୍ବା ଧାରାବାହିକ । ଯଦି ଆପଣଙ୍କର ନିଜର ୟ୍ୟୁଟୁବ ଅଛି ତାହେଲେ ଏଭଳି ବଡ଼ କଣ୍ଟେନ ଅପଲୋଡ କରିପାରିବେ । କିନ୍ତୁ ଏବେ କମ ସମୟର କଣ୍ଟେନ ଅପଲୋଡ ହେଉଛି । ଦର୍ଶକେ ଏହାକୁ ଦେଖିବାକୁ ବେଶି ଭଲ ପାଉଛନ୍ତି ।

ସେପଟେ ଅମୀର ଖାନ ଏବଂ ସାଉଥ ସୁପରଷ୍ଟାର ରଜନୀକାନ୍ତ ନୂଆ ଫିଲ୍ମ କୁଲି ଆସୁଛି । ହାଇ ବଜେଟ ଫିଲ୍ମରେ ରଜନୀକାନ୍ତ, ନାଗାର୍ଜୁନଙ୍କ ସହ ଅମୀର ଖାନ ମଧ୍ୟ ନଜର ଆସୁଛନ୍ତି । ତେବେ ଏହି ଫିଲ୍ମ ତିନି ସୁପରଷ୍ଟାର ନଜର ଆସୁଥିବାବେଳେ ବ୍ୟବସାୟ ଭଲ କରିବ ବୋଲି ଆଶା ରଖିଛନ୍ତି ପ୍ରଯୋଜନା ସଂସ୍ଥା । ସେପଟେ ଓ୍ବାର ଟୁ ରିଲିଜ ହେବାକୁ ଥିବାବେଳେ କୁଲି ସହ ଟକ୍କର ହେବ ।

ଅପହରଣର ୫୫ ଦିନ ପରେ ଉଦ୍ଧାର ହେଲେ ନାବାଳିକା

ନନ୍ଦିଘୋଷ ବ୍ୟୁରୋ: ଅପହରଣର ୫୫ ଦିନ ପରେ ଉଦ୍ଧାର ହେଲେ ନାବାଳିକା ଛାତ୍ରୀ। ଅପହରଣକାରୀଙ୍କୁ ଅନୁକମ୍ପା ଦେଖାଉଥିବା ଅଭିଯୋଗରେ ଏଏସଆଇ ନିଲମ୍ଵିତ। କୋର୍ଟରେ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ ପରେ ଏଏସଆଇଙ୍କୁ ନିଲମ୍ଵିତ କରାଯାଇଛି। ଏହି ଘଟଣା ହେଉଛି ଭଦ୍ରକ ଜିଲ୍ଲା ଧାମନଗର ଥାନାର । ଅଭିଯୋଗ ଅନୁସାରେ କାଙ୍କରାର ନାବାଳିକା ଛାତ୍ରୀକୁ ତାଳପଦା ଗାଁର ଜଣେ ଯୁବକ ଜୁନ ୧୭ ତାରିଖରେ ଅପହରଣ କରିନଇଥିଲେ। ଏଥିରେ ସେହି ଯୁବକର ଦୁଇ ଯୁବକ ବି ସାମିଲ ଥିଲେ। ଅପହରଣ ନେଇ ଧାମନଗର ଥାନାରେ ଅଭିଯୋଗ କରିଥିଲେ ପରିବାର। ଏହାର ତଦନ୍ତ ଦାୟିତ୍ଵ ଏଏସଆଇ ନେପାଳ ସାହାଙ୍କୁ ଦିଆଯାଇଥିଲା।

ଛାତ୍ରୀ କି ଅପହରଣକାରୀଙ୍କୁ ଠାବ କରିପାରିନଥିଲେ ସଂପୃକ୍ତ ପୋଲିସ ଅଧିକାରୀ। ୫୫ ଦିନ ପରେ ଧାମନଗର ପୁଲିସ ଏକ ସ୍ବତନ୍ତ୍ର ସ୍କ୍ୱାର୍ଡ କରି ଗତ ୧୧ ତାରିଖ ବିଳମ୍ୱିତ ରାତିରେ କେନ୍ଦୁଝର ଜିଲାର ଏକ ଭଡାଘରୁ ନାବାଳିକା ଛାତ୍ରୀକୁ ଉଦ୍ଧାର କରିଥିଲେ । ନାବାଳିକାକୁ ଡାକ୍ତର ମାଇନା କରିବା ପରେ ଭଦ୍ରକ ଆସିଆନାରେ ରଖା ଯାଇଛି । ଖୋଜିବାରେ ବିଳମ୍ୱ ନେଇ ପରିବାର ହାଇକୋର୍ଟକୁ ଯାଇଥିଲେ। ଧାମନଗର ଥାନା ଆଇଆଇସି ଓ ତଦନ୍ତକାରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣା ପରେ ତଦନ୍ତକାରୀ ଅଧିକାରୀ ଏଏସଆଇଙ୍କୁ ଭଦ୍ରକ ଏସପି ନିଲମ୍ଵିତ କରିଛନ୍ତି।

ଆସନ୍ତା ମାସରେ ଟ୍ରମ୍ପଙ୍କୁ ଭେଟି ପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନନ୍ଦିଘୋଷ ବ୍ୟୁରୋ: ଟ୍ରମ୍ପଙ୍କ ଟାରିଫ ମାଡ଼କୁ ନେଇ ଭାରତ-ଆମେରିକାର ସମ୍ପର୍କରେ ତିକ୍ତତା ଲାଗି ରହିଛି । ଭାରତ ଉଭରେ ୫୦ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପୂର୍ବରୁ ଉଭୟ ଦେଶ ମଧ୍ୟରେ ଭଲ ସମ୍ପର୍କ ରହିଥିଲା ମାତ୍ର ବାରମ୍ବାର ଭାରତକୁ ଧମକ ଦେଇ ଚାଲିଛନ୍ତି ଟ୍ରମ୍ପ । ଯେଉଁ କାରଣରୁ ଅନେକ ଚର୍ଚ୍ଚା ମଧ୍ୟ ହେଉଥିବା ଦେଖିବାକୁ ମିଳିଛି । ଏହାରି ଭିତରେ ଆଉ ଖବର ଶୁଣିବାକୁ ମିଳୁଛି । ଆସନ୍ତା ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରମ୍ପଙ୍କୁ ଭେଟି ପାରନ୍ତି । ଜାତିସଂଘର ସାଧାରଣ ସଭାରେ ଯୋଗ ଦେବା ପାଇଁ ମୋଦୀଙ୍କ କାର୍ଯ୍ୟକ୍ରମ ରହିଥିବା କୁହାଯାଉଛି । ୨୬ ସେପ୍ଟମ୍ବରରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ରହିଛି । ତେବେ ଏନେଇ ଏଯାବତ କୌଣସି ସ୍ପଷ୍ଠ ସୂଚନା ଦିଆଯାଇନାହିଁ ।

UNGAର 80ତମ ଅଧିବେଶନ ସେପ୍ଟେମ୍ବର 9 ରେ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ଏହି ସାଧାରଣ ସଭାରେ ଯୋଗଦେବା ପାଇଁ ଆମେରିକା ଯାତ୍ରା କରିପାରନ୍ତି। ଉଚ୍ଚସ୍ତରୀୟ ସାଧାରଣ ବିତର୍କ ସେପ୍ଟେମ୍ବର 23 ରୁ 29 ପର୍ଯ୍ୟନ୍ତ ଚାଲିବ, ଯେଉଁଥିରେ ପାରମ୍ପାରିକ ଭାବରେ ବ୍ରାଜିଲ ଅଧିବେଶନର ପ୍ରଥମ ବକ୍ତା ହେବେ, ତା’ପରେ ଆମେରିକା ରହିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେପ୍ଟେମ୍ବର 23 ରେ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଭାରତ ସହିତ, ଇସ୍ରାଏଲ, ଚୀନ୍, ପାକିସ୍ତାନ ଏବଂ ବାଂଲାଦେଶର ସରକାର ମୁଖ୍ୟମାନେ ମଧ୍ୟ ସେପ୍ଟେମ୍ବର 26 ରେ ଜାତିସଂଘ ସାଧାରଣ ସଭାର ସାଧାରଣ ବିତର୍କକୁ ସମ୍ବୋଧିତ କରିବେ। ତେବେ ଏହି ସମୟରେ ମୋଦୀ ଟ୍ରମ୍ପଙ୍କୁ ଭେଟିପାରନ୍ତି ।

ଟ୍ରକ ଓ ପିକଅପ୍ ମଧ୍ୟରେ ଧକ୍କା: ଚାଲିଗଲା ୧୧ ଜୀବନ

ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନର ଦୌସା ନିକଟରେ ବଡ଼ ଦୁର୍ଘଟଣା। ଟ୍ରକ ଓ ପିକଅପ୍ ମଧ୍ୟରେ ଧକ୍କା ହେବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତାହତମାନେ ଉତ୍ତର ପ୍ରଦେଶର ଇଟାୱା ଜିଲ୍ଲାର ହୋଇଥିବା ସୂଚନା ମିଳିଛି। ତୀର୍ଥଯାତ୍ରାରୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା। ସୂଚନା ଅନୁସାରେ ଖଟୁ ଶ୍ୟାମଜୀ ମନ୍ଦିରରୁ ସେମାନେ ଫେରୁଥିଲେ। ମୃତକଙ୍କ ମଧ୍ୟରେ ଅଛନ୍ତି ସାତ ଜଣ ଶିଶୁ ଏବଂ ତିନି ଜଣ ମହିଳା। ଭୋର ପ୍ରାୟ ସାଢ଼େ ୩ଟା ସମୟରେ ଏହି ଘଟଣା ଘଟିଥିଲା। ୯ ଜଣଙ୍କୁ ଚିକିତ୍ସା ପାଇଁ ରେଫର କରାଯାଇଛି ଏବଂ ତିନି ଜଣଙ୍କୁ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଦୁର୍ଘଟଣା ଖବର ପାଇବା ସାଙ୍ଗେ ସାଙ୍ଗେ ସେଠାରେ ପହଞ୍ଚିଥିଲେ ପ୍ରାଶାସନିକ ଅଧିକାରୀ। ଆହତମାନଙ୍କୁ ଜରୁରୀକାଳୀନ ଚିକିତ୍ସା ଯୋଗାଇବା ଏବଂ ପରିବହନ କରିବା ପାଇଁ ଆମ୍ବୁଲାନ୍ସ, ପୋଲିସ ଦଳ ଏବଂ ଡାକ୍ତରୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗୁରୁତର ଆହତମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଜୟପୁରର ସୱାଇ ମାନ ସିଂହ ହସ୍ପିଟାଲ (SMS)କୁ ପଠାଯାଇଥିଲା।