spot_img
Home Blog Page 3175

ବିଶ୍ୱ ମାତୃ ଦିବସ ଅବସରରେ ସବୁ ମା’ମାନଙ୍କୁ କୋଟି କୋଟି ପ୍ରଣାମ

ନନ୍ଦିଘୋଷ ବ୍ୟୁରୋ: ଆଜି ମାତୃ ଦିବସ । ସାରା ବିଶ୍ୱ ପାଳୁଛି ମାତୃ ଦିବସ । ମାଆ ସେ ସର୍ବଂସାହା । ସେ ଜନନୀ, ସେ ଜଗଧାତ୍ରୀ । ମାଆଠୁ ବଳି ଦୁନିଆରେ କିଛି ବି ନାହିଁ । ସେଥିପାଇଁ କୁହାଯାଏ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପୀ ଗରିୟସୀ । ମା’ ପଣତରେ ଥରେ ପୋଛିହୋଇଗଲେ ସବୁ ଦୁଃଖ ପାଶୋରି ହୋଇଯାଏ । ତାର ଲାଳନ ପାଳନରେ ଥାଏ ଅନାବିଳ ସ୍ନେହ । ସେ ଅତୁଳନୀୟ । ‘ମାଆ’ ଶବ୍ଦରେ ବାଖ୍ୟା କରିବା ଅସମ୍ଭବ । ମାଆ ଶବ୍ଦରେ ଅଛି ସଂସାରର ସବୁ ସୁଖ ଆଉ ଶାନ୍ତି । ସଂସାରର ଯେତେ ଶ୍ରଦ୍ଧା- ମା’ଠୁ ଆରମ୍ଭ, ମା’ରେ ଶେଷ ।

ଜୀବନରେ ଯେତେ ଦୁଃଖ କଷ୍ଟ ଆସିଲେ ବି ମାଆ ଆଗରେ ସବୁ ତୁଚ୍ଛ ହେଇଯାଏ। ମାଆ ର ପ୍ରାର୍ଥନାରେ ଏତେ ଶକ୍ତି ଯେ ତାର ସନ୍ତାନ ନିକଟରେ ମୃତ୍ୟୁ ବି ଆସିବାକୁ ଭୟ କରେ । ଏହି ଦୁଇ ଅକ୍ଷରରୁ ହିଁ ଜୀବନର ଆରମ୍ଭ । ମାଆ ଥିଲେ ସଂସାରରେ ସବୁକିଛି ଥିଲା ପରି ଲାଗେ । କୁହାଯାଏ ଦୁନିଆରେ ସଭିଙ୍କ ଋଣ ସୁଝି ହେବ । କିନ୍ତୁ ମାଆର ଋଣ ମରିବା ଯାଏ କେବେ କେହି ଶୁଝି ପାରିବେ ନାହିଁ। ସେ ସ୍ନେହମୟୀ, କରୁଣାମୟୀ ଓ ଦୟାମୟୀ ମା’କୁ ପୃଥିବୀ ସହିତ ବି ତୁଳନା କରାଯାଇଥାଏ ।

ମାଟି, ମଞ୍ଜି ଓ ଗୋବର ଖତରେ ଟାଙ୍ଗରା ଜମିକୁ ଯେଉଁଭଳି ସବୁଜିମା କରିବାର ଶକ୍ତି ରଖିଥାଏ ସେହିପରି ମାଆର ପଣତକାନି ସନ୍ତାନ ପାଇଁ ସୁରକ୍ଷିତ ଏବଂ ନିରାପଦ ରଖିଥାଏ । ଯାହାର ସ୍ନେହ ଆଉ ପ୍ରେମରେ ନଥାଏ କିଛି ସ୍ୱାର୍ଥ ଆଉ କାମନା । ଯିଏ ନିଃସ୍ୱାର୍ଥପରଭାବେ ସନ୍ତାନମାନଙ୍କ ପ୍ରତି ଅଜାଡ଼ି ଦେଇପାରେ ଅଜସ୍ର ଭଲ ପାଇବା ସେ ହେଉଛି ମାଆ । ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରରେ ବିଶ୍ୱ ମାତୃ ଦିବସ ପାଳନ କରାଯାଇଥାଏ ।

ପ୍ରଥମେ ଆମେରିକାରେ ମା’କୁ ସମ୍ମାନ ଦେବା ଲାଗି ଉଦ୍ଦିଷ୍ଟ ଥିବା ଏହି ଦିନଟି ଆରମ୍ଭ ହୋଇଥିଲା । ଆମେରିକାର ଆକ୍ଟିଭିଷ୍ଟ ଏନା ଜାର୍ବିସ ନିଜ ମା’ଙ୍କୁ ଖୁବ୍ ଭଲ ପାଉଥିଲେ। ଏଥିଲାଗି ସେ କେବେ ବିବାହ ମଧ୍ୟ କରିନଥିଲେ। କାରଣ ବିବାହ କଲେ ମାଆ ଙ୍କୁ ଛାଡି ଶାଶୁ ଘରେ ରହିବାକୁ ପାଇଁ ପଡ଼ିଥାନ୍ତା। ଏନା ଙ୍କ ମାଆଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତିରେ ସେ ଏହି ଦିନକୁ ‘ମଦର୍ସ ଡେ’ ଭାବେ ପାଳନ କରିବା ଆରମ୍ଭ କଲେ। ମାଆ ଓ ମାତୃତ୍ୱକୁ ସମ୍ମାନ ଦେଇ ବିଶ୍ୱର ପ୍ରାୟ ୪୦ରୁ ଅଧିକ ଦେଶରେ ପାଳିତ ହେଉଛି ମାତୃ ଦିବସ ।

ବିବାହ ବନ୍ଧନରେ ବାନ୍ଧିହେଲେ ପାଲଲହଡା ବିଧାୟକ ମୁକେଶ ପାଲ

ପାଲଲହଡ଼ା: ବିବାହ ବନ୍ଧନରେ ବାନ୍ଧିହେଲେ ପାଲଲହଡା ବିଧାୟକ ମୁକେଶ ପାଲ । ହିନ୍ଦୁ ରୀତିନୀତି ଅନୁଯାଯାୟୀ ଅନୁଗୁଳ ସ୍ଥିତ ଆସିଅନା ହିଲ ଭିୟୁ ହୋଟେଲରେ ବହୁ ଧୂମଧାମରେ ବିବାହ ସମ୍ପର୍ନ ହୋଇଛି । ଅନୁଗୁଳ ବଣିଆ ବାହାଲ ନିବାସୀ ମଧୁସୂଦନ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ଅବଲିଶା ପଟ୍ଟନାୟକଙ୍କ ସହ ବିବାହ ସମ୍ପନ୍ନ ହୋଇଛି । ବିଧାୟକଙ୍କ ପାଲଲହଡା ସ୍ଥିତ ବାସଭବନରେ ବିବାହ ଭୋଜିର ଆୟୋଜନ କରାଯାଇଛି । ଯେଉଁଥିରେ ବହୁ ବିଧାୟକ ଏବଂ ମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଗ୍ୟାଙ୍ଗଷ୍ଟର ରହୁଥିବା ଜେଲରେ ବଢ଼ିବ ସୁରକ୍ଷା, କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ରହୁଥିବା ଜେଲରେ ବଢ଼ିବ ସୁରକ୍ଷା । ଜେଲରେ କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା । ଝାରପଡା ଓ ଚୌଦ୍ବାର ପରେ ଆଉ ୭ଟି ଜେଲକୁ ମିଳିବ ବଡି କ୍ୟାମେରା । ପ୍ରଥମ ପର୍ଯ୍ୟାୟରେ ଝାରପଡା ଓ ଚୌଦ୍ବାରକୁ ମିଳିଥିଲା ୨୦ଟି କ୍ୟାମେରା । ବ୍ରହ୍ମପୁର, ସମ୍ବଲପୁର, କେନ୍ଦ୍ରାପଡା, ବାଲେଶ୍ବର, ଝାରସୁଗୁଡା, ସୁନ୍ଦରଗଡ଼ ଓ କୋରାପୁଟରେ ଏଭଳି ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ଜେଲ୍ ଡିଜି ମନୋଜା ଛାବ୍ରା । ସ୍ପେଶାଲ କଣ୍ଟ୍ରୋଲ ରୁମରେ ଭିଡିଓକୁ କଣ୍ଟ୍ରୋଲ କରାଯିବ । ନିଶାଦ୍ରବ୍ୟ, ମୋବାଇଲ ବ୍ୟବହାର ନେଇ ଅଭିଯୋଗ ଆସିବା ପରେ ଆକ୍ସନ ମୋଡରେ ଆସିଛି ଜେଲ୍ ବିଭାଗ । 5T ଅଧୀନକୁ ଆସିବା ପରେ ସୁଧୁରିଛି ଜେଲ୍ ବିଭାଗ । ଜେଲ୍ ଆଧୁନିକୀକରଣ ଯୋଜନାରେ ଟେକ୍ନୋଲୋଜିକୁ ଗୁରୁତ୍ୱ ଦିଆଯାଉଛି ।

ଆଜି ଅପରାହ୍ନରେ ପ୍ରକାଶ ପାଇବ CISCE ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ

ନନ୍ଦିଘୋଷ ବ୍ୟୁରୋ: ଇଣ୍ଡିଆନ ସାର୍ଟିଫିକେଟ୍ ଅଫ ସ୍କୁଲ ଏଗଜାମିନେଶନ (ଆଇସିଏସଇ) ବା ଦଶମ ଶ୍ରେଣୀ ଏବଂ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ (ଆଇଏସସି) ବା ଦ୍ୱାଦଶ ଶ୍ରେଣୀର ପରୀକ୍ଷାଫଳ ଆଜି ପ୍ରକାଶ ପାଇବ । ଆଜି ଅପରାହ୍ନ ୩ଟାରେ ରେଜଲ୍ଟ ପ୍ରକାଶ ପାଇବ ବୋଲି CISCE ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ପରୀକ୍ଷାର୍ଥୀମାନେ ସିଆଇଏସସିଇର ଅଫିସିଆଲ ୱେବସାଇଟ୍ cisce.org କୁ ଭିଜିଟ କରି ପରୀକ୍ଷାଫଳ ଚେକ୍ କରିପାରିବେ । ଏହା ବ୍ୟତୀତ ଏସଏମଏସ୍ ଜରିଆରେ ମଧ୍ୟ ଆଇସିଏସଇ ଏବଂ ଆଇଏସସି ପରୀକ୍ଷାର ରେଜଲ୍ଟ ଚେକ୍ କରିପାରିବେ ।

ସ୍କୁଲ ପ୍ରିନ୍ସପାଲଙ୍କ ଲଗଇନ୍ ଆଇଡି ଏବଂ ପାସୱାର୍ଡର ଉପଯୋଗ କରି ପରିଷଦର କ୍ୟାରିଅର ପୋର୍ଟାଲରେ ଲଗଇନ୍ କରି ମଧ୍ୟ ରେଜଲ୍ଟ ଚେକ୍ କରିହେବ । ଦଶମ ଶ୍ରେଣୀ ବା ଆଇସିଏସଇ ପରୀକ୍ଷା ଫେବ୍ରୁଆରୀ ୨୭ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ସେହିପରି ଦ୍ୱାଦଶ ଶ୍ରେଣୀ ବା ଆଇଏସସି ପରୀକ୍ଷା ଫେବ୍ରୁଆରୀ ୧୩ ତାରିଖରୁ ଆରମ୍ଭ ହୋଇ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିଥିଲା । ପ୍ରାୟ ୨.୫ ଲକ୍ଷ ଛାତ୍ରଛାତ୍ରୀ ସିଆଇଏସସିଇ ପରୀକ୍ଷା ଦେଇଥିଲେ ।

ଅନନ୍ତନାଗରେ ଗୁଳିବିନିମୟ ଜାରି, ୨-୩ ଆତଙ୍କବାଦୀଙ୍କୁ ଘେରିଲେ ସୁରକ୍ଷାକର୍ମୀ

ଅନନ୍ତନାଗ: ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ଅଣ୍ଡୱାନ ସାଗରମ ଅଞ୍ଚଳରେ ରବିବାର ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । କାଶ୍ମୀର ଜୋନ୍ ପୋଲିସ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛି । ଟ୍ୱିଟରେ ସୂଚନା ଦିଆଯାଇଛି ଯେ, ଅଣ୍ଡୱାନ ସାଗରମ ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଯାଇଛି । ସୁରକ୍ଷାକର୍ମୀ ୨-୩ ଆତଙ୍କବାଦୀଙ୍କୁ ଘେରିନେଇଛନ୍ତି । ଘଟଣା ସ୍ଥଳରେ ପୋଲିସ ଏବଂ ସୁରକ୍ଷାକର୍ମୀ ଉପସ୍ଥିତ ଅଛନ୍ତି ।

ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରାଯାଇ ଅପରେସନ ଜୋରଦାର କରାଯାଇଛି । ପ୍ରକାଶଥାଉକି ଏହା ପୂର୍ବରୁ ରାଜୌରୀରେ ଆତଙ୍କବାଦୀଙ୍କ ସହ ସେନାର ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ୫ ଯବାନ ଶହୀଦ ହୋଇଯାଇଥିଲେ । ଏହାପରଠୁ ସେନା ପକ୍ଷରୁ ଆତଙ୍କୀ ନିପାତ ଅଭିଯାନ ଜୋରଦାର କରାଯାଇଛି । ଗତ ୪ମଇରେ ବାରମୂଳାର ୱାନିଗନ ପୟିନ କ୍ରିରୀ ଅଞ୍ଚଳରେ ଗୁଳିବିନିମୟ ସମୟରେ ସୁରକ୍ଷାକର୍ମୀ ଦୁଇ ଆତଙ୍କୀଙ୍କୁ ନିପାତ କରିଥିଲା ।

ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ୨୧ ଦିନ ଧରି ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା

ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ୨୧ ଦିନ ଧରି ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା । ଗତକାଲି ନରେନ୍ଦ୍ର ସରୋବରରେ ବାହାର ଚନନ୍ଦ ନୀତି ଶେଷ ହେବା ପରେ ଶ୍ରୀମନ୍ଦିର ଭିତରେ ଆଜିଠାରୁ ମହାପ୍ରଭୁଙ୍କର ଭିତର ଚନ୍ଦନ ନୀତି ଆରମ୍ଭ ହେଉଛି । ପ୍ରତିଦିନ ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି କରାଯିବା ସହ ପଣା ଭୋଗ ଅନୁଷ୍ଠିତ ହେବ । ଚନ୍ଦନ ଯାତ୍ରାରେ ୪ଟି ସ୍ବତନ୍ତ୍ର ଦିବସରେ ଶ୍ରୀମନ୍ଦିର ଭିତର ବେଢାରେ ଥିବା ଜଳକ୍ରୀଡା ମଣ୍ଡପରେ ମହାପ୍ରଭୁଙ୍କର ଜଳକ୍ରୀଡା ନୀତି କରାଯିବ ।

୧୫ ତାରିଖ ଏକାଦଶୀ, ୧୯ ତାରିଖ ସାବିତ୍ରୀ ଅମାବାସ୍ୟା, ୨୪ ତାରିଖ ଶୀତଳଷ୍ଠୀ ଓ ୩୧ ରୁକ୍ମିଣୀ ବିବାହ ଦିନ ମହାପ୍ରଭୁଙ୍କ ଜଳକ୍ରୀଡା ନୀତି ଅନୁଷ୍ଠିତ ହେବ । ସେପଟେ ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ରଥ ନିର୍ମାଣରେ ନିଜକୁ ନିୟୋଜିତ କରିଛନ୍ତି ମହାରଣା, ଭୋଇ, କମାର ଓ ରୂପକାର ସେବାୟତ । ୪ ତାରିଖ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ପଡୁଥିବାବେଳେ ୪ ନାହାକା ଉଠିବାର ବିଧି ରହିଛି ।

ଯବାନଙ୍କ ଉଦ୍ଦେଶ୍ୟରେ ଖଞ୍ଜା ଯାଇଥିବା ବୋମା ନିଷ୍କ୍ରିୟ କଲା ବିଏସଏଫ ଟିମ୍

ମାଲକାନଗିରି: ମାଓବାଦୀଙ୍କ ଚାଲ୍‌ ଫେଲ । ଯବାନଙ୍କ ଉଦ୍ଦେଶ୍ୟରେ ଖଞ୍ଜା ଯାଇଥିବା ବୋମା ନିଷ୍କ୍ରିୟ କଲା ବିଏସଏଫ ଟିମ୍ । ମାଲକାନଗିରି କାଲିମେଳାର ସୁଧାକୋଣ୍ଡା- ଅମାପଦର ଜଙ୍ଗଲରେ ମାଓବାଦୀ ଖଞ୍ଜିଥିବା ବୋମାକୁ ନିଷ୍କ୍ରୀୟ କରାଯାଇଛି । ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଥିବା ବେଳେ ମେଟାଲ ଡିଟେକ୍ଟର ସାଇରନକୁ ବୋମା ସମ୍ପର୍କରେ ସୂଚନା ପାଇଥିଲେ ଯବାନ । ଏକ ଗଛ କୋରଡରୁ ତିନି କେଜି ଓଜନର ଷ୍ଟିଲ୍ ଟିଫିନ୍ ବୋମା, ୧୨ଟି ଇଲେକ୍ଟ୍ରିକ୍ ଡିଟୋନେଟର ଓ ୨୦ଫୁଟ ଲମ୍ବର ଇଲେକ୍ଟ୍ରିକ୍ ଫିଉଜ ତାର ଜବତ ହୋଇଛି । ଏହି ଉଦ୍ଧାର ବୋମାକୁ ବିଏସ୍ଏଫ୍ ସେକ୍ଟର ମୁଖ୍ୟାଳୟ ମାଲକାନଗିରିର ଏକ ସ୍ବତନ୍ତ୍ର ଟିମ୍ ନିଷ୍କ୍ରିୟ କରିଛନ୍ତି ।

ଆଜି ଅପରାହ୍ନରେ ସ୍ଥଳଭାଗ ଛୁଇଁବ ଅତି ଭୀଷଣ ସାମୁଦ୍ରିକ ଝଡ଼ ମୋକା

ନନ୍ଦିଘୋଷ ବ୍ୟୁରୋ: ଆଜି ସ୍ଥଳଭାଗ ଛୁଇଁବ ଅତି ଭୀଷଣ ସାମୁଦ୍ରିକ ଝଡ଼ ମୋକା । ଅପରାହ୍ମରେ ଏହା ବାଙ୍ଗଲାଦେଶ ଓ ମିଆଁମାର ସୀମାରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାପ୍ରତି ସର୍ବାଧିକ ୨୦୦ କିଲୋମିଟର ବେଗରେ ପବନ ବହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ବାତ୍ୟା ପ୍ରଭାବରେ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ ଅଞ୍ଚଳରେ ଗତକାଲିଠୁ ପ୍ରବଳ ବର୍ଷା ହେଉଛି । ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବାକୁ ନଥିବାବେଳେ ଉପକୂଳ ଜିଲ୍ଲାଗୁଡ଼ିକରେ ପାଗ ମେଘୁଆ ସହିତ କିଛି ସ୍ଥାନରେ ସ୍ବଳ୍ପ ଧରଣର ବର୍ଷା ହୋଇପାରେ । ଏହି ସମୟରେ ୩୫ରୁ ୪୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ତେବେ ଉତ୍ତର ଓ ପଶ୍ଚିମ ଦିଗରୁ ଗରମ ବାୟୁ ପ୍ରବାହ ଫଳରେ ବିଭିନ୍ନ ସ୍ଥାନରେ ଖରାର ପ୍ରକୋପ ଜାରି ରହିବ । ଖରା ସହିତ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିବ ।

ବଂଶଧାରା ନଦୀ ଓଭରବ୍ରିଜ୍ ନିକଟରେ ଯୁବକଙ୍କୁ ଗୁଳି କରି ହତ୍ୟା

ଗୁଣୁପୁର: ଗୁଣୁପୁର ବଂଶଧାରା ନଦୀ ଓଭରବ୍ରିଜ୍ ନିକଟରେ ଗୁଳି କରି ହତ୍ୟା । ମୃତକ ହେଲେ ପୁରୁଣା ଷ୍ଟେଟ୍ ବ୍ୟାଙ୍କ ସାହିର ଗୌରୀ ମିଶ୍ର । ସେ ଏକ NGOର ନିର୍ଦ୍ଦେଶକ ଭାବେ କାମ କରୁଥିଲେ। ସନ୍ଧ୍ୟାରେ ବ୍ରିଜ ଉପରେ ବୁଲୁଥିବାବେଳେ ବାଇକରେ ଦୁର୍ବୃତ୍ତ ଆସି ତାଙ୍କ ମୁଣ୍ଡକୁ ଗୁଳି ଚଳାଇଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ଛାନବିନ ଚଳାଇଛି।

ସରିଲା ରାଘବ-ପରିଣୀତିଙ୍କ ନିର୍ବନ୍ଧ, ଶେୟାର କଲେ ଏନଗେଜମେଣ୍ଟ ଲୁକ୍…

ନୂଆଦିଲ୍ଲୀ: ଦୀର୍ଘଦିନର ପ୍ରତିକ୍ଷା ପରେ ମେ ୧୩ରେ ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ରାଜନେତା ତଥା ଆପ୍ ସାଂସଦ ରାଘବ ଚଢାଙ୍କ ନିର୍ବନ୍ଧ ଦିଲ୍ଲୀର କପୁରଥଲା ହାଉସରେ ରୀତିନୀତିରେ ସମ୍ପନ୍ନ ହୋଇଛି। ରାଘବଙ୍କ ଘର ଓ ବାହାରେ ଆକର୍ଷଣୀୟ ଆଲୋକମାଳା ସହ ଫୁଲରେ ସୁସଜ୍ଜିତ ହୋଇଥିବା ନଜର ଆସିଛି ।

ପରିଣୀତି ତାଙ୍କର ନିର୍ବନ୍ଧରେ ଏକ କ୍ରିମ୍ ରଙ୍ଗର ସୁଟ୍ ପିନ୍ଧିଥିଲେ। ଅନ୍ୟ ପଟେ, ରାଘବ ଚଡ୍ଡା ଧଳା କୁର୍ତ୍ତା ପାଇଜାମାରେ ପରିଣୀତିଙ୍କ ଲୁକକୁ ମ୍ୟାଚ କରୁଥିବା ଦେଖାଯାଇଥିଲା। ଏହି ସ୍ପେଶାଲ୍ ମୁମେଣ୍ଟରେ ଚମକୁଛନ୍ତି ଏହି ଲଭବାର୍ଡ ।

ସାତ ଜନ୍ମର ସାଥି ହେବା ପୂର୍ବରୁ ନିର୍ବନ୍ଧ କାର୍ଯ୍ୟକ୍ରମକୁ ବେଶ ଆଡ଼ମ୍ବର ସହ ଆୟୋଜନ କରିଛନ୍ତି ଏହି ସେଲିବ୍ରିଟି କପଲ। ଦୁହିଁଙ୍କ ନିର୍ବନ୍ଧ ପରର ଫଟୋ ସୋଶାଲ ମିଡିଆରେ ସେୟାର କରିଛନ୍ତି ରାଘବ। ଯେଉଁଥିରେ ଉଭୟଙ୍କୁ ଖୁବ୍ କ୍ଲୋଜ୍ ଦେଖିବାକୁ ମିଳିଛି।

ଏହି ସେରୋମନୀରେ ପରିବାର, ବନ୍ଧୁବାନ୍ଧବଙ୍କ ସମେତ କିଛି ଖାସ୍ ଅତିଥି ଆସିଥିବା ନଜର ଆସିଛି। ତେବେ ଭିତରକୁ ଫୋନ ନେବାକୁ ବାରଣ କରାଯାଇଥିଲା । ପରିଣୀତି-ରାଘବଙ୍କ ନିର୍ବନ୍ଧରେ ଯୋଗଦେଇଛନ୍ତି ଭଉଣୀ ପ୍ରିୟଙ୍କା ଚୋପ୍ରା । ସେହିପରି ଅତିଥି ଭାବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱତ ମନ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଅନେକ ସେଲିବ୍ରିଟି ମଧ୍ୟ ଯୋଗଦେଇଥିଲେ । ତେବେ ପୂର୍ବରୁ ଦୁହିଁଙ୍କ ରିଲେସନସିପକୁ ନେଇ ଖୁବ ଚର୍ଚ୍ଚା ହେଉଥିଲା ବେଳେ ପରିଶେଷରେ ସତ ହେବାକୁ ଯାଉଛି ରାଜନେତା ଓ ଅଭିନେତ୍ରୀଙ୍କ ପ୍ରେମ କାହାଣୀ ।