spot_img
Home Blog Page 318

ଡ୍ରପ ଆଉଟ ପିଲାଙ୍କ ପାଇଁ ବଡ଼ ଖବର ; ଆଡମିସନ ଫି ଛାଡ କଲେ ସରକାର

ଭୁବନେଶ୍ବର: ଡ୍ରପ ଆଉଟ ପିଲାଙ୍କ ପାଇଁ ବଡ଼ ଖବର । ଆଡମିସନ ଫି ଛାଡ କଲେ ସରକାର । ୧୪ ବର୍ଷରୁ ୧୮ ବର୍ଷ ମଧ୍ୟରେ ଅଧାରୁ ପାଠ ଛାଡ଼ିଥିବା ପିଲାଙ୍କ ପାଇଁ ସରକାର ଆଡମିସନ ଫି ଛାଡ଼ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡିବନି ପରୀକ୍ଷା ଫି । ଆଡମିସନ ଫି ଛାଡ ଯୋଗୁଁ ପୁଣି ପାଠ ପଢିପାରିବେ ଅଧାରୁ ପାଠ ଛାଡିଥିବା ଛାତ୍ରଛାତ୍ରୀ । ଏହି ପଦକ୍ଷେପ ଦ୍ବାରା ଡ୍ରପ ଆଉଟ ପିଲାଙ୍କ ସଂଖ୍ୟା କମିବା ସହ ସାକ୍ଷରତା ହାର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ଶ୍ରୀମନ୍ଦିର ସମେତ ପୁରୀ ଗ୍ରାଣ୍ଡ ସେଣ୍ଟରକୁ ଉଡ଼ାଇ ଦେବାକୁ ଧମକ

ପୁରୀ: ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ମେସେଜ୍ । ଜୁଲି ରାନୀ ପଣ୍ଡା ନାମକ ଫେସବୁକ ଆଇଡିରେ ଶ୍ରୀମନ୍ଦିର ସମେତ ପୁରୀ ଗ୍ରାଣ୍ଡ ସେଣ୍ଟରକୁ ଉଡ଼ାଇ ଦେବାକୁ ଧମକ। ମନ୍ଦିରକୁ ବୋମା ଧମକ ସହ ଗ୍ରାଣ୍ଡ ସେଣ୍ଟରରେ ଗୁଳିମାଡ଼ ଧମକ । ତେବେ ଜୁଲୀ ରାନୀ ପଣ୍ଡା କିଏ ? ସେ ଏଭଳି କାହିଁକି ପୋଷ୍ଟ କରିଛନ୍ତି ? ନା ଏହା ଗୋଟିଏ ଫେକ୍ ଆକାଉଣ୍ଟ ? ଏନେଇ ତଦନ୍ତ କରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି । ପୂର୍ବରୁ ଶ୍ରୀମନ୍ଦିରକୁ ଆତଙ୍କବାଦୀଙ୍କ ଆକ୍ରମଣର ଭୟ ଥିବା ଗୁଇନ୍ଦା ବିଭାଗ ତରଫରୁ ସୂଚନା ଦିଆଯାଇଥିଲ।

ଟ୍ରମ୍ପଙ୍କ ବିମାନରେ ତ୍ରୁଟି ; ଅଧା ବାଟରୁ ଫେରିଆସିଛି ଏୟାରଫୋର୍ସ ୱାନ

ନନ୍ଦିଘୋଷ ବ୍ୟୁରୋ: ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ବିମାନରେ ତ୍ରୁଟି। ସୁଇଜରଲାଣ୍ଡର ଡାଭୋସ୍ ସମ୍ମିଳନୀକୁ ଯିବା ବେଳେ ଏହି ତ୍ରୁଟି ଧରା ପଡ଼ିଥିଲା। ଏହା ପରେ ଅଧା ବାଟରୁ ଫେରି ଆସିଛି ଟ୍ରମ୍ପଙ୍କ ଏୟାରଫୋର୍ସ ୱାନ। ସାମାନ୍ଯ ଇଲେକଟ୍ରିକାଲ ତ୍ରୁଟି ଯୋଗୁଁ ବିମାନଟି ଏୟାର୍ ବେସ୍ କୁ ଫେରି ଆସିଥିବା ଜଣାପଡ଼ିଛି। ସେ ଆଉ ଏକ ବିମାନରେ ସୁଇଜରଲାଣ୍ଡ ଯିବେ।

ଯୁବ କଂଗ୍ରେସ ନେତା ରାଜେଶ ମିଶ୍ରଙ୍କ ମୃତ୍ୟୁ ; ଗୁଳିବିଦ୍ଧ ଅବସ୍ଥାରେ ପଡିଛି ମୃତଦେହ

ସୋନପୁର: ଯୁବ କଂଗ୍ରେସ ନେତା ରାଜେଶ ମିଶ୍ରଙ୍କ ମୃତଦେହ ଉଦ୍ଧାର। ସୋନପୁରର ଭଗବତୀ ପ୍ଲଟରେ ଥିବା ତାଙ୍କ ଘରୁ ମୃତଦେହ ଉଦ୍ଧାର ହୋଇଛି। ଶରୀରରେ ଗୁଳି ବାଜିଛି। ସନ୍ଦେହ କରାଯାଉଛି, ସେ ଆତ୍ମହତ୍ୟା କରିଥାଇପାରନ୍ତି। କିନ୍ତୁ ପକ୍କା କିଛି ଜଣାପଡ଼ିନି। ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନଥିବା ବେଳେ ଘଟଣାସ୍ଥଳରେ ସୋନପୁର ପୋଲିସ ପହଞ୍ଚି ଛାନବିନ ଆରମ୍ଭ କରିଛି ।

ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ କରିବ ବୋଲି ସୂଚନା ମିଳିଛି । ରାଜେଶଙ୍କୁ କିଛି ଦିନ ତଳେ କଂଗ୍ରେସର କୋଷାଧ୍ୟକ୍ଷ ଭାବେ ଦାୟିତ୍ଵ ମିଳିଥିଲା । ଆଗରୁ ମଧ୍ୟ କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ଆସିଥିଲେ ।.

ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ ; ପଦ୍ମ ଫୁଲରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ

ପୁରୀ: ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ଦୁର୍ଲଭ ପଦ୍ମବେଶ । ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ ପଦ୍ମ ଫୁଲରେ ବିଭୂଷିତ ହେବେ ଚତୁର୍ଦ୍ଧାବିଗ୍ରହ । ମାଘ ମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ବା ଶନିବାର ପଡିଥାଏ ସେହିଦିନ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ସେହି ପରମ୍ପରା ଅନୁଯାୟୀ ଆଜି ରାତି ବଡସିଂହାର ନୀତିରେ ମହାପ୍ରଭୂ ପଦ୍ମବେଶରେ ସଜ୍ଜିତ ହୋଇ ପହୁଡ ହେବେ। ଆଉ ଆସନ୍ତାକାଲି ଅବକାଶ ନୀତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏହି ଦୁର୍ଲଭ ପଦ୍ମବେଶକୁ ଭକ୍ତମାନେ ନିଜ ଦେଖିବାର ସୁଯୋଗ ପାଇପାରିବେ ।

ବଡଛତା ମଠ ପକ୍ଷରୁ ଯୋଗାଇଥିବା ପଦ୍ମ ବେଶରେ ବଡ଼ସିଂହାର ବେଶ ଅନୁଷ୍ଟିତ ହେବ ଓ ମଠ ତରଫରୁ ଖିରୀ, ଅମାଲୁ ଭୋଗ କରାଯାଇ ଶ୍ରୀଜୀଉଙ୍କର ଆଜି ରାତ୍ର ପହୁଡ଼ ହେବ । ଏହି ବେଶ ପାଇଁ କାରିଗର ମାନେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ବେଶ ସାମଗ୍ରୀ ଯୋଗାଇ ଦେଇଛନ୍ତି । ଭୁବେନେଶ୍ୱରର ଜଣେ ଭକ୍ତ ମଧ୍ୟ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଆବଶ୍ୟକୀୟ ପଦ୍ମଫୁଲ ଶ୍ରୀମନ୍ଦିରକୁ ଯାଇ ଗାରଦରେ ପ୍ରଦାନ କରିବେ । ଭକ୍ତ ମନୋହର ଦାଶର ମନୋବାଞ୍ଛା ପୂରଣ ପାଇଁ ମହାପ୍ରଭୁ ଏହି ବେଶ ଧାରଣ କରିଥାନ୍ତି ।

ଆଜିଠୁ ଟି-୨୦ ସିରିଜ; ୫ଟିକିଆ ସିରିଜରେ ମୁହାଁମୁହିଁ ହେବେ ଭାରତ ନ୍ୟୁଜିଲାଣ୍ଡ

ନନ୍ଦିଘୋଷ ବ୍ୟୁରୋ: ଆଜିଠୁ ଟି-୨୦ ସିରିଜ । ପାଞ୍ଚଟିକିଆ ସିରିଜରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ସମସ୍ତ ପାଞ୍ଚଟି ଟି-୨୦ ମ୍ୟାଚ୍ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ। ଆଜି ନାଗପୁର ଭିସିଏ ଷ୍ଟାଡିୟମରେ ଖେଳାଯିବ ପ୍ରଥମ ମ୍ୟାଚ । ୨୩ ତାରିଖରେ ରାୟପୁର, ୨୫ ତାରିଖରେ ଗୁଆହାଟି, ୨୮ ତାରିଖରେ ବିଶାଖାପାଟନାମ, ୩୧ ତାରିଖରେ ତିରୁବନନ୍ତପୁରମରେ ଖେଳାଯିବ ମ୍ୟାଚ୍ । ସେପଟେ ଟି-୨୦ ସିରିଜ ଆରମ୍ଭ ର୍ପୂବରୁ ଭାରତକୁ ବଡ଼ ଝଟକା ଲାଗିଛି । ଷ୍ଟାର ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦରଙ୍କୁ ଦିନିକିଆ ସହିତ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ବାଦ ଦିଆଯାଇଛି।

ଟି-୨୦ ବିଶ୍ୱକପରେ ତାଙ୍କର ଅଂଶଗ୍ରହଣ ମଧ୍ୟ ସନ୍ଦେହଜନକ । ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଓ୍ବାନଡେ ସିରିଜର ପ୍ରଥମ ମ୍ୟାଚ୍ ସମୟରେ ସେ ସାଇଡ୍ ଷ୍ଟ୍ରେନ୍‌ର ଶିକାର ହୋଇଥିଲେ । ପ୍ରଥମ ODIରେ, ୱାଶିଂଟନ ସୁନ୍ଦର କେବଳ ପାଞ୍ଚ ଓଭର ବୋଲିଂ କରିପାରିଥିଲେ । ପରେ ତାଙ୍କୁ ପଡ଼ିଆରୁ ବାହାରକୁ ଯିବାକୁ ପଡିଥିଲା । ଯଦିଓ ଆବଶ୍ୟକ ସମୟରେ ସେ ବ୍ୟାଟିଂ କରିବାକୁ ଆସିଥିଲେ, କିନ୍ତୁ BCCI ମ୍ୟାଚ୍ ପରେ ଏକ ବିବୃତ୍ତି ଜାରି କରି କହିଥିଲେ ଯେ ସେ ODI ସିରିଜରୁ ବାଦ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଆୟୁଷ ୱାଡୋନିଙ୍କୁ ସାମିଲ କରାଯାଇଛି।

ସମ୍ବଲପୁର ବିଶ୍ଵ ବିଦ୍ୟାଳୟରେ ଛାତ୍ରଙ୍କ ଆତ୍ମହତ୍ୟା ; କାରଣ ଅସ୍ପଷ୍ଟ

ସମ୍ବଲପୁର ; ସମ୍ବଲପୁର ବିଶ୍ଵ ବିଦ୍ୟାଳୟରେ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ। ବ୍ରହ୍ମପୁତ୍ର ଛାତ୍ରାବାସରେ ଛାତ୍ର ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ର ହେଲେ ଅର୍ଥନୀତି ବିଭାଗର ସୁରଜ୍ କୁଜୁର । ତାଙ୍କ ଘର ସୁନ୍ଦରଗଡ ବୋଲି ଜଣାପଡିଛି । ସେ ଛାତ୍ରାବାସ ରୁମ ନଂ ୫୨ରେ ଏକୁଟିଆ ରହୁଥିଲେ । ମଙ୍ଗଳବାର ରାତିରେ ସ‌ହପାଠୀମାନେ ତାଙ୍କୁ ରାତ୍ର ଭୋଜନ କରିବା ପାଇଁ ଡାକିଥିଲେ । କିନ୍ତୁ ସେ କବାଟ ଖୋଲିନଥିଲେ। ସହପାଠୀମାନଙ୍କ ସନ୍ଦେହ ହେବାରୁ କିଛି ସହପାଠୀ ଝରକାକୁ ଚଢ଼ି ଦେଖିଥିଲେ । ସେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ ।

ଘଟଣା ସମ୍ପର୍କରେ ବୁର୍ଲା ପୁଲିସ ସମେତ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି, କୁଳସଚିବ, ମୃତ ଛାତ୍ରଙ୍କ ପରିବାରକୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି । କାହିଁକି ଆତ୍ମହତ୍ୟା କଲେ ତାହା ଅସ୍ପଷ୍ଟ ରହିଛି । ଗତକାଲି ବିଳମ୍ବିତ ରାତିରେ ପୋଲିସ ଖବର ପାଇ ବିଶ୍ୱ ବିଦ୍ୟାଳୟରେ ପହଞ୍ଚି ଛନବିନ କରୁଛି ।

ବୁଲେଟକୁ ଧକ୍କା ଦେଲା ଥର୍ ; ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ଭୁବନେଶ୍ବର : ରାଜଧାନୀରେ ପୁଣି ଥାର୍ ଆତଙ୍କ। କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ଥାର୍ ଧକ୍କାରେ ଜଣକର ମୃତ୍ୟୁ, ଆଉ ଜଣେ ଗୁରୁତର। ଗତକାଲି ରାତି ପ୍ରାୟ ୧୧ ଟା ୪୦ରେ ଏହି ଦୁର୍ଘଟଣା ଘଟିଛି । ଏଜି ଛକ ଆଡୁ ଏୟାରପୋର୍ଟ ଆଡ଼େ ଅତି ଦ୍ରୁତ ଗତିରେ ଯାଉଥିବା ଏକ ଥାର୍ ଗୋଟିଏ ବୁଲେଟକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣ ଗୁରୁତର ହୋଇଥିବା ଜଣାପଡିଛି।

ମୃତକ ଓଲ୍ଡ ଟାଉନ ଅଞ୍ଚଳର ରାଜା ବୋଲି ଜଣାପଡିଛି । ଦୁର୍ଘଟଣା ଘଟାଇଥିବା ଥାର୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଧକ୍କା ପରେ ଥାର୍ ର ଇଞ୍ଜିନ୍ ଅଏଲ ଲିକ୍ ହୋଇଛି। ବୁଲେଟ୍ ସମ୍ପୂର୍ଣ୍ଣ ଚୁରମାର ହୋଇ ଯାଇଥିଲା । ଦୁର୍ଘଟଣା ଘଟାଇଥିବା ଥାର୍ କୁ ଜବତ କରିଛି ପୋଲିସ

ବଲିଉଡ ଷ୍ଟାର ସଲମାନ ଖାନଙ୍କ ପ୍ରତି ବଢୁଛି ଅଡ଼ୁଆ ; ହାଜର ନହେବାରୁ ଜାମିନ୍ ବିହୀନ ଓ୍ବାରେଣ୍ଟ ଜାରି କରିବାକୁ ଦାବି

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଷ୍ଟାର ସଲମାନ ଖାନଙ୍କ ପ୍ରତି ବଢୁଛି ଅଡ଼ୁଆ । କୋଟା ଉପଭୋକ୍ତା କୋର୍ଟରେ ହାଜର ନହେବାରୁ ଜାମିନ୍ ବିହୀନ ଓ୍ବାରେଣ୍ଟ ଜାରି କରିବାକୁ ଦାବି କଲେ ଅଭୀଯୋଗକାରୀ । ମଙ୍ଗଳବାର ଦିନ କୋଟା ଉପଭୋକ୍ତା ଅଦାଲତ ଏକ ପ୍ରତିଷ୍ଟିତ ପାନ ମସଲା ବିଜ୍ଞାପନ ମାମଲାର ଶୁଣାଣି ହୋଇଥିଲା । ଅଭିନେତା ସଲମାନ ଖାନଙ୍କୁ କୋର୍ଟରେ ହାଜର ହେବା ପାଇଁ ନୋଟିସ୍ ହୋଇଥିଲା । କିନ୍ତୁ ସେ ହାଜର ହୋଇନଥିଲେ। କୋର୍ଟ ଏବେ ପରବର୍ତ୍ତୀ ଶୁଣାଣି ଫେବୃଆରୀ ୫ ତାରିଖକୁ ଧାର୍ଯ୍ୟ କରିଛନ୍ତି।

ଅଭିଯୋଗକାରୀ ଜାମିନ ବିହୀନ ୱାରେଣ୍ଟ ଜାରି କରିବାକୁ ଅନୁରୋଧ କରିଛନ୍ତି। ଏହି ମାମଲାଟି ଆଡଭୋକେଟ୍ ଇନ୍ଦ୍ର ମୋହନ ସିଂହ ହନି ଦ୍ୱାରା ଦାୟର କରାଯାଇଥିଲା । ଡିସେମ୍ବର ୨୬ ତାରିଖରେ କୋର୍ଟ ସଲମାନ ଖାନଙ୍କୁ ଜାନୁଆରୀ ୨୦ ତାରିଖରେ ବ୍ୟକ୍ତିଗତ ଭାବରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଗ୍ରେଟର ନୋଏଡା ଇଂଜିନିୟର ମୃତ୍ୟୁ ମାମଲା; ଜଣେ ରିଅଲ ଇଷ୍ଟେଟ ଡେଭଲପରଙ୍କୁ ଗିରଫ କଲା ପୋଲିସ…

ନନ୍ଦିଘୋଷ ବ୍ୟୁରୋ: ଗ୍ରେଟର ନୋଏଡା ଇଂଜିନିୟର ମୃତ୍ୟୁ ଘଟଣାରେ ଜଣେ ରିଅଲ ଇଷ୍ଟେଟ ଡେଭଲପର ଗିରଫ । ଏକ ନିର୍ମାଣ ସ୍ଥାନରେ ପାଣି ଭର୍ତ୍ତି ଖାତରେ କାର ବୁଡ଼ିଯିବାରୁ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଥିଲା । ଏମଜେଡ୍ ୱିଜଟାଉନ୍ ପ୍ଲାନର୍ସର ଜଣେ ଅଧିକାରୀ ଅଭୟ କୁମାରଙ୍କୁ ଗିରଫଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ପୋଲିସ କମିଶନର ହେମନ୍ତ ଉପାଧ୍ୟାୟ । ସ୍ୱତନ୍ତ୍ର ତଦନ୍ତ ଦଳ ମଧ୍ୟ ଘଟଣାସ୍ଥଳ ଯାଞ୍ଚ କରିଛି। ମୃତକଙ୍କ ପିତା ରାଜକୁମାର ମେହେଟ୍ଟା ସରକାରଙ୍କ ଦ୍ୱାରା ନିଆଯାଇଥିବା ତ୍ୱରିତ କାର୍ଯ୍ୟାନୁଷ୍ଠାନ ଏବଂ SIT ଗଠନ ଦ୍ୱାରା ସେ ଆଶ୍ୱସ୍ତ ହୋଇଛନ୍ତି।

“ମୋ ପୁଅର ଆତ୍ମାକୁ ନ୍ୟାୟ ମିଳିଛି । ଆମେ ଗଣମାଧ୍ୟମ ପ୍ରତି ମଧ୍ୟ କୃତଜ୍ଞ ଯେ ସେମାନେ ଠିକ୍ ସମୟରେ, ଠିକ୍ ମଞ୍ଚରେ ଏହି ପ୍ରସଙ୍ଗ ଉଠାଇଛନ୍ତି । ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏପରି ଘଟଣା ପୁନରାବୃତ୍ତି ନ ଘଟିବା ପାଇଁ ପଦକ୍ଷେପ ନିଆଯାଉ ବୋଲି ସେ ଅନୁରୋଧ କରିଛନ୍ତି । ଗତ ଶୁକ୍ରବାର ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ଖାତକୁ ଖସି ପଡ଼ିବାରୁ ଜଣେ ୨୭ ବର୍ଷିୀୟ ଇଂଜିନିୟରଙ୍କ ମୃତ୍ୟୁ ହୋଇଥିଲା। ଠିକ୍ ସମୟରେ ତାଙ୍କୁ ଉଦ୍ଧାର କରାଯାଇନପାରିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।

ସେକ୍ଟର ୧୫୦ ରେ ଘନକୁହୁଡ଼ି ଯୋଗୁ ଏକ ଗଭୀର ଡ୍ରେନର ପାଚେରୀକୁ ଧକ୍କା ଦେଇ ଖସିପଡିଥିଲା କାର। ମୃତକ ହେଉଛନ୍ତି ଯୁବରାଜ ମେହଟ୍ଟା। ଘରଠାରୁ ମାତ୍ର ୫୦୦ ମିଟର ଦୂରରେ ଏହି ଅଘଟଣ ଘଟିଥିଲା। କାରରୁ ସେ ବାହାରିବାକୁ ସକ୍ଷମ ହୋଇଥିବାବେଳେ ଦୁର୍ଘଟଣା ନେଇ ସେ ବାପା ରାଜକୁମାରଙ୍କୁ ଜଣାଇଥିଲେ। ବାପା ତୁରନ୍ତ ୧୧୨କୁ ଏ ବିଷୟରେ ଜଣାଇବା ସହ ସେ ନିଜେ ଘଟଣାସ୍ଥଳକୁ ଯାଇଥିଲେ। ଖବର ପାଇ ଉଦ୍ଧାରକାରୀ ଟିମ ଘଟଣାସ୍ଥଳକୁ ଆସିଥିଲେ। ସେତେବେଳକୁ ସେ କାର ଉପରେ ମୋବାଇଲ ଟର୍ଚ୍ଚ ଜାଳି ଠିଆ ହୋଇଥିଲେ। ମାତ୍ର ଘନକୁହୁଡି ଯୋଗୁ ପୋଲିସ ତାଙ୍କୁ ଠାବ କରିପାରି ନଥିଲା। ରେସ୍କ୍ୟୁ ଅପରେସନ ବିଳମ୍ବ ହେବାରୁ କାର୍ ସହ ସେ ବୁଡିଯାଇଥିଲେ।