spot_img
Home Blog Page 3224

ଅଣସରରେ ମହାପ୍ରଭୁଙ୍କର ଚାଲିଛି ଗୁପ୍ତସେବା, ଶ୍ରୀମନ୍ଦିରରେ ପଟିଦିଅଁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

ପୁରୀ: ଅଣସରରେ ମହାପ୍ରଭୁଙ୍କର ଚାଲିଛି ଗୁପ୍ତସେବା  । ମହାପ୍ରଭୁଙ୍କ ସ୍ଥାନରେ ଶ୍ରୀମନ୍ଦିରରେ ଭକ୍ତମାନେ ପଟିଦିଅଁଙ୍କୁ ଦର୍ଶନ କରୁଛନ୍ତି  । ଆଜି ଭୋର ୪ଟାରେ ମନ୍ଦିର ଖୋଲିବା ପରେ ମଙ୍ଗଳ ଆଳତୀ, ତଡ଼ପ ଲାଗି, ଅବକାଶ,  ଅନବସର ବେଶ , ହୋଇଥିଲେ ।  ୫ ଟାରେ ଗୋପାଳ ବଲ୍ଲଭ ପରେ ଏବେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା’ ଭୂବନେଶ୍ବରୀ, ଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ ଏବଂ ସୁଦର୍ଶନଙ୍କ ସ୍ଥାନରେ ପତିତପାବନ ପୂଜା ପାଉଛନ୍ତି ।

ସେପଟେ ଶ୍ରୀଜୀଉଙ୍କ ଅଣସର ସମୟରେ ଦୁର୍ଲ୍ଲଭ ଦର୍ଶନ ଦେଉଛନ୍ତି ଅଲାରନାଥ । ଶିଳାବ୍ରହ୍ମଙ୍କୁ ଦର୍ଶନ କରି ଶ୍ରୀଜଗନ୍ନାଥ ଦର୍ଶନର ପୁଣ୍ୟ ଅର୍ଜନ କରୁଛନ୍ତି ଶ୍ରଦ୍ଧାଳୁ । ବ୍ରହ୍ମଗିରି ଅଲାରନାଥଙ୍କ କ୍ଷୀରି ଭୋଗର ରହିଛି ସ୍ବତନ୍ତ୍ରତା । ଶ୍ରୀଅଲାରନାଥଙ୍କ ଦର୍ଶନ ପାଇଁ ହଜାରହଜାର ଭକ୍ତଙ୍କ ଗହଳି ଲାଗୁଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭିଡ ନିୟନ୍ତ୍ରଣ ପାଇଁ ୬ ପ୍ଳାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଛନ୍ତି । ୬ ଜଣ ଆଇଆଇସିଙ୍କ ନେତୃତ୍ବରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଜାରି ରହିଛି ।

ମଣିପୁରରେ ସ୍ଥିତି ବେହାଲ; ଆକାଶଛୁଆଁ ପରିବା ଦର, ପେଟ୍ରୋଲ ଲିଟର ପିଛା ୨୦୦

ମଣିପୁର: ମଣିପୁରରେ ସ୍ଥିତି ହେଲାଣି ହାହାକାର। ମୃତ୍ୟୁ ସଂଖ୍ୟା ବଢୁଥିବାବେଳେ ଶାନ୍ତି ଫେରାଇବାରେ ବିଫଳ ରାଜ୍ୟ ସରକାର। ସେପଟେ ପେଟ୍ରୋଲ ଲିଟର ୨୦୦ ଟଙ୍କାରେ ପହଞ୍ଚିଥିବାବେଳେ ଜରୁରୀ ଔଷଧ ବିରଳ ହେବାରେ ଲାଗିଛି । ରାଜ୍ୟର ଅଧିକାଂଶ ଏଟିଏମ ଖାଲି ହୋଇପଡିଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରତିଦିନ ଏପରି ଘଟଣା ରାଜ୍ୟର ବିଭିନ୍ନ ଭାଗରେ ଘଟୁଥିବା ପରିଲକ୍ଷିତ ହୋଇଛି ।

ସେପଟେ ହିଂସାର ତଦନ୍ତ ଲାଗି ଗୗେହାଟି ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଅଜୟ ଲାମ୍ବାଙ୍କ ନେତୃତ୍ବରେ ଏକ ୩ ଜଣିଆ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର । ମେତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଦିନକୁ ଦିନ ତୀବ୍ର ହେବାରେ ଲାଗିଥିବାବେଳେ ଏବେ ବି ପୋଡ଼ାଜଳା ଜାରି ରହିଛି। ମେତେଇଙ୍କୁ ଆଦିବାସୀ ମାନ୍ୟତା ଦାବି ବିରୋଧରେ ଗତ ମେ ୩ ତାରିଖରେ ଅଖିଳ ଆଦିବାସୀ ଛାତ୍ରୀ ସଂଗଠନର ବିକ୍ଷୋଭ ପରଠାରୁ ହିଂସା ଜାରି ରହିଛି ।

ହିଂସାରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ହଜାର ହଜାର ଲୋକ ବେଘର ହେଲେଣି । ମୃତ୍ୟୁ ସଂଖ୍ୟା ବହୁ ଅଧିକ ବୋଲି କୁହାଯାଉଛି । ଅଧିକାଂଶ ଅଞ୍ଚଳରେ ଏବେ ବି ଇଣ୍ଟରନେଟ ସେବା ସଂଯୋଗ ହୋଇ ନଥିବାବେଳେ ଦରଦାମ ଆକାଶଛୁଆଁ ହେଉଥିବା ଯୋଗୁ ଜୀବନ ଦୁର୍ବିସହ ହୋଇଛି । ସାଧାରଣ ଖାଉଟି ସାମଗ୍ରୀଠାରୁ ଖାଇବା ତେଲର ଦାମ୍ ପ୍ରାୟ ଦୁଇଗୁଣ ହେଲାଣି । ଅଧିକାଂଶ ରିଲିଫ ଶିବିରର ଅବସ୍ଥା ବି ଖରାପ ହେଲାଣି । ନାନାପ୍ରକାର ରୋଗଯୋଗୁ ଅସୁସ୍ଥଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ତାଇଓ୍ବାନ ଷ୍ଟ୍ରେଟରେ ଆମେରିକା-ଚୀନ ମୁହାଁମୁହିଁ

ତାଇଓ୍ବାନ ଷ୍ଟ୍ରେଟରେ ଆମେରିକା-ଚୀନ ମୁହାଁମୁହିଁ । ଷ୍ଟ୍ରେଟରେ ମୁତୟନ ଥିବା ଆମେରିକାର ଏକ ଡେଷ୍ଟ୍ରୟରର ଅତି ନିକଟ ଦେଇ ଗତି କରିଛି ଚୀନର ଯୁଦ୍ଧଜାହାଜ । ଏହି ଘଟଣାକୁ ନେଇ ଦୁଇ ଦେଶ ମଧ୍ୟରେ କଥା କଟାକଟି ହୋଇଛି । ଏନେଇ ଚୀନ ଉପରେ ଆମେରିକା ଦୋଷାରୋପ କରିଥିବାବେଳେ ଅଭିଯୋଗକୁ ଖଣ୍ଡନ କରିଛି ଚୀନ । ଜାଣିଶୁଣି ଆମେରିକା ବିବାଦ ବଢାଉଛି ବୋଲି ଚୀନ ଅଭିଯୋଗ କରିଛି ।

ଆମେରିକା ଓ କାନାଡା ପକ୍ଷରୁ ତାଇଓ୍ବାନ ଷ୍ଟ୍ରେଟରେ ମିଳିତ ସମରାଭ୍ୟାସ କରାଯାଉଥିଲା ବେଳେ ଏହାକୁ ବିରୋଧ କରି ସେଠାରେ ଚୀନ ବି ନିଜର ଯୁଦ୍ଧଜାହାଜ ମୁତୟନ କରିଥିଲା । ଏପରିକି ଆମେରିକାର ଗାଇଡେଡ ମିସାଇଲ ଡେଷ୍ଟ୍ରୟରର ଅତି ନିକଟକୁ ଆସିଯାଇଥିଲା ଚୀନ ଯୁଦ୍ଧ ଜାହାଜ । ତେବେ ଶେଷ ମୁହୂର୍ତ୍ତରେ ଧକ୍କାକୁ ଏଡାଇ ଦିଆଯାଇଥିଲା ବୋଲି ସୂଚନା ଦେଇଛି ଇଣ୍ଡୋ-ପାସିଫିକ କମାଣ୍ଡ । ମିଳିତ ସମରାଭ୍ୟାସରେ ଆମେରିକାର ଡେଷ୍ଟ୍ରୟର ଚୁଙ୍ଗ-ହୁନ ଓ କାନାଡାର ଯୁଦ୍ଧଜାହାଜ ମଣ୍ଟ୍ରିଲ ସାମିଲ ହୋଇଥିଲେ ।

ତାଇଓ୍ବାନ ପ୍ରସଙ୍ଗକୁ ନେଇ ଆମେରିକା ଓ ଚୀନ ମଧ୍ୟରେ ବିବାଦ ବଢୁଥିବାବେଳେ କୂଟନୈତିକ ଉତ୍ତେଜନା ବୃଦ୍ଧିପାଇବାରେ ଲାଗିଛି । ଏପରିକି ତାଇଓ୍ବାନ ଉପରେ ଚୀନ ଆକ୍ରମଣ କଲେ ତାଇଓ୍ବାନ ସପକ୍ଷରେ ତାଙ୍କ ଦେଶ ରହିବ ବୋଲି କହିସାରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ । ଏସୀୟ ନିରାପତ୍ତା ସମ୍ମିଳନୀ ଅବସରରେ ଗତ ରବିବାର ଚୀନ ପ୍ରତିରକ୍ଷା ମନ୍ତ୍ରୀ ଲି ସାଙ୍ଗଫୁ କହିଥିଲେ- ଆମେରିକା ସହ ତିକ୍ତତାର ଫଳ ବିପର୍ଯ୍ୟୟର କାରଣ ହୋଇପାରେ ତଥାପି କଥାବାର୍ତ୍ତା ଜରିଆରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନାକୁ ତାଙ୍କ ଦେଶ ଗୁରୁତ୍ବ ଦେଉଛି ।

ରାଜ୍ୟରେ ରହିବନି ଡାକ୍ତର ଅଭାବ, ନିଯୁକ୍ତ ହେବେ ୧୨୦୫ ନୂଆ ଡ଼ାକ୍ତର

ଭୁବନେଶ୍ୱର: ସ୍ବାସ୍ଥ୍ୟସେବାରେ ଓଡ଼ିଶା ଛୁଇଁବ ଆଉ ଏକ ମାଇଲଖୁଣ୍ଟ। କୌଣସି ସ୍ଥାନରେ ରହିବନି ଡାକ୍ତର ଅଭାବ। ରାଜ୍ୟରେ ନିଯୁକ୍ତ ହେବେ ନୂଆ ଏଲୋପାଥି ମେଡିକାଲ ଅଫିସର। ଆଜି ୧୨୦୫ ଜଣ ନବ ନିଯୁକ୍ତ ଡାକ୍ତରଙ୍କୁ  ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ ।

କରମଣ୍ଡଳ ଦୁର୍ଘଟଣାରେ ମୃତକଙ୍କ ଆତ୍ମା ସଗଦତି ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯିବ। ପରେ ନବ ନିଯୁକ୍ତ ମେଡିକାଲ ଅଫିସରଙ୍କୁ ନିଯୁକ୍ତି ପତ୍ର ସହିତ ଷ୍ଟେଥୋସ୍କୋପ ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ପ୍ରତ୍ୟେକ ଜୀବନ ମୂଲ୍ୟବାନ, ମୁଖ୍ୟମନ୍ତ୍ରୀଙ୍କ ଏହି ମନ୍ତ୍ରକୁ ସାର୍ଥକ କରୁଛି ସ୍ବାସ୍ଥ୍ୟ ବିଭାଗ। ୧୦ ବର୍ଷରେ ରାଜ୍ୟରେ ପ୍ରତିଷ୍ଠା ହୋଇଛି ୮ଟି ସରକାରୀ ମେଡିକାଲ କଲେଜ ଏବଂ ୨ଟି ପିଜି ଇନଷ୍ଟିଚ୍ୟୁଟ।

୨୦୦୦ ମସିହାରେ ବର୍ଷକୁ ୩୨୧ ଜଣ ଡାକ୍ତର ଓ ୨୫୪ ସ୍ପେଶାଲିଷ୍ଟ ବାହାରୁଥିବା ବେଳେ ଏବେ ୨୨ଶହ ଡାକ୍ତର ଓ ୮୨୬ ସ୍ପେଶାଲିଷ୍ଟ ବାହାରୁଛନ୍ତି। ୨୦୨୩ ଡିସେମ୍ବର ସୁଦ୍ଧା ଓଡ଼ିଶାକୁ ଡାକ୍ତର ବଳକା ରାଜ୍ୟ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।

ବାହାନଗା ରେଳ ଦୁର୍ଘଟଣା: ପୁଣି ଓଡ଼ିଶା ଆସିପାରନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ଭୁବନେଶ୍ୱର: ଆଜି ପୁଣି ଥରେ ଓଡ଼ିଶା ଆସିପାରନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବାହାନଗା ରେଳ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ସମ୍ପର୍କରେ ମମତା ସମୀକ୍ଷା କରିବା ସମ୍ଭାବନା ରହିଛି। ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ମମତା ତାଙ୍କର ୩ ଦିନିଆ ଦାର୍ଜିଲିଂ ଗସ୍ତ ବାତିଲ କରିଥିବା ସୂଚନା ମିଳିଛି। ବାହାନଗା ଟ୍ରେନ ଦୁର୍ଘଟଣାରେ ପଶ୍ଚିମବଙ୍ଗର କେତେକ ଯାତ୍ରୀ ମୃତାହତ ହୋଇଥିଲେ।

ଗତ ୩ ତାରିଖ ଦିନ ସେ ବାହାନଗା ପରିଦର୍ଶନ କରିବା ସହ ଆହତଙ୍କୁ ଭେଟିଥିଲେ। ଓଡ଼ିଶାର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପଶ୍ଚିମବଙ୍ଗର ଯାତ୍ରୀମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସେ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପରିବାରକୁ ବୁଧବାର ସେ କ୍ଷତିପୂରଣ ବାବଦ ଚେକ୍ ଦେବେ ବୋଲି ସୂଚନା ମିଳିଛି।

ବାହାନଗା ଟ୍ରେନ ଦୁର୍ଘଟଣା ପଛରେ ସିଗନାଲ୍ ଟ୍ୟାମ୍ପରିଂ !

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣା ପଛରେ ହୋଇଛି କି ଷଡ଼ଯନ୍ତ୍ର? ସିଗନାଲକୁ କିଏ ଟ୍ୟାମ୍ପରିଂ କରିଥିଲା କି? ସିଗନାଲ ଟ୍ୟାମ୍ପରିଂ ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି ଖୋର୍ଦ୍ଧା ଡିଆରଏମ। ଇଣ୍ଟରଲକିଂ ସିଷ୍ଟମରେ ଜାଣିଶୁଣି ତ୍ରୁଟି କରାଯାଇଛି ବୋଲି କହିଛନ୍ତି ଖୋର୍ଦ୍ଧା ଡିଆରଏମ ।

ସେ କହିଛନ୍ତି ଯେ ଜଣେ କେହି ଏହି ସିଷ୍ଟମରେ କ୍ଷତି କରିବାକୁ ଚେଷ୍ଟା କରିଛି । ଡାଟା ଲକର ଅନୁଯାୟୀ ମେନ ଲାଇନକୁ ଗ୍ରୀନ ସିଗନାଲ ଥିଲା। ସବୁକିଛି ଠିକ ଥିଲେ ହିଁ ଗ୍ରୀନ ସିଗନାଲ୍ ମିଳିଥାଏ। କେଉଁଥିରେ ଅସୁବିଧା ରହିଲେ ସିଗନାଲ ଗ୍ରୀନ ମିଳିନଥାଏ । ସିଗନାଲ ଲାଲ ହୋଇଥାଏ।

ଟ୍ରେନ୍ ଦୁର୍ଘଟଣାକୁ ରୋକିପାରିବ କି ‘କବଚ’? ଜାଣନ୍ତୁ କ’ଣ ଏହି ସିଷ୍ଟମ…

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଯାଇଛି ଶହ ଶହ ଲୋକଙ୍କ ଜୀବନ। ପ୍ରିୟଜନଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ପରିବାର ସଦସ୍ୟ । ନିମିଷକେ ଉଜୁଡିଗଲା ହସ ଖୁସିର ସଂସାର। କେହି କିଛି ବୁଝିବା ଆଗରୁ ଦୁନିଆ ପଲଟିଯାଇଥିଲା । କରମଣ୍ଡଳ ଦୁର୍ଘଟଣା ପୁରା ବିଶ୍ବକୁ ଦୋହଲାଇ ଦେଇଛି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କେମିତି ଓ କେଉଁ ପରିସ୍ଥିତିରେ ହେଲା ଦୁର୍ଘଟଣା । ତେବେ ଏହା ମଧ୍ୟରେ ଚର୍ଚ୍ଚା ହେଉଛି ଯଦି କବଚ ସିଷ୍ଟମ ଥାନ୍ତା ତେବେ ଦୁର୍ଘଟଣା ହୋଇନଥାନ୍ତା । ଆସନ୍ତୁ ଜାଣିବା କଣ ଏହି କବଚ ସିଷ୍ଟମ ?

ବାସ୍ତବରେ କିଛି ମାସ ପୂର୍ବରୁ ଦେଶର ରେଳ ମନ୍ତ୍ରଣାଳୟ କହିଥିଲା କି ଏମିତି ଏକ ସିଷ୍ଟମ ଆଣିବାକୁ ଯାଉଛି ଯାହା ରେଳ ଦୁର୍ଘଟଣା ରୋକି ପାରିବ । ଏହାକୁ କବଚ ସିଷ୍ଟମ କୁହାଯାଏ । କବଚ ହେଉଛି ଭାରତୀୟ ରେଳର ସ୍ବୟଂଚାଳିତ ସୁରକ୍ଷା ବ୍ୟବସ୍ଥା । ଯାହା ମାଧ୍ୟମରେ ରେଳବାଇ ଟ୍ରେନ ଦୁର୍ଘଟଣାକୁ ରୋକିବାକୁ ଯୋଜନା କରୁଛି । କବଚ ହେଉଛି ଏକ ସିଷ୍ଟମ । ଯାହା ପ୍ରତ୍ୟେକ ଷ୍ଟେସନରେ ଏକ କିଲୋମିଟର ଦୂରତାରେ ଇନଷ୍ଟଲ କରାଯାଏ । ଏହା ସହିତ ଟ୍ରେନ୍, ଟ୍ରାକ୍ ଓ ରେଳ ସିଗନାଲ ସିଷ୍ଟମରେ ମଧ୍ୟ ଇନଷ୍ଟଲ କରାଯାଇଥାଏ ।

ଅଲଟ୍ରା ହାଇ ରେଡିଓ ଫ୍ରିକ୍ବେନ୍ସି ମାଧ୍ୟମରେ ଏହାର ସମ୍ପୂର୍ଣ୍ଣ ସିଷ୍ଟମ ପରସ୍ପର ସହିତ ଅଲଟ୍ରା ହାଇ ରେଡିଓ ଫ୍ରିକ୍ବେନ୍ସି ଜରିଆରେ ଯୋଗାଯୋଗ କରିଥାଏ । ଅର୍ଥାତ ଯେତବେଳେ କୌଣସି କାରଣରୁ ଟ୍ରେନଟି ସଙ୍କେତକୁ ଅତିକ୍ରମ କରିଥାଏ, ସେତେବେଳେ ଏହି କବଚ ସକ୍ରିୟ ହୋଇଯାଏ । ଥରେ ଆକ୍ଟିଭ ହୋଇଗଲେ କବଚ ସିଷ୍ଟମ ଲୋକ ପାଇଲଟକୁ ସତର୍କ କରାଏ ଏବଂ ତାପରେ ଟ୍ରେନର ବ୍ରେକ ନିୟନ୍ତ୍ରଣ କରିବା ଆରମ୍ଭ କରେ । ଏହା ସହିତ ଯଦି କବଚ ସିଷ୍ଟମ ଜାଣେ ଯେ ଅନ୍ୟ ଏକ ଟ୍ରେନ ମଧ୍ୟ ସମାନ ଟ୍ରାକରେ ଆସୁଛି ତେବେ ଏହା ଅନ୍ୟ ଟ୍ରେନ ପାଇଁ ଏକ ଆଲର୍ଟ ପଠାଏ ଏବଂ ଅନ୍ୟ ଟ୍ରେନ ଏକ ନିର୍ଦ୍ଦିଷ୍ଟ ଦୂରତାକୁ ଆସି ନିଜକୁ ଅଟକାଇଥାଏ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ୭୭ଟି ଟ୍ରେନରେ ଲାଗିଛି କବଚ ସିଷ୍ଟମ ।

ମହାବଳ ବାଘ ଛାଲ ଜବତ, ୫ ଶିକାରୀ ଗିରଫ

ସୁନାବେଡ଼ା: ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ସୁନାବେଡ଼ା ଓ ଉଦନ୍ତୀ ଅଭୟାରଣ୍ୟରେ ମହାବଳ ବାଘ ଶିକାର ଘଟଣା । ବୋଡ଼େନ ଥାନା ଖଡ଼ୁପାଣି ଗାଁରୁ ମହାବଳ ଛାଲର କିଛି ଅଂଶ ଜବତ କରାଯାଇଛି । ଏହା ସହିତ ବାଘ ଶିକାରରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରିଛି ବନ ବିଭାଗ। ଏହି ମାମଲାରେ ୫ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି।

ଏନେଇ ଖଡିଆଳ ବନଖଣ୍ଡ ଅଧିକାରୀ ସୁଶିଲ ତ୍ରିପାଠୀ ସୂଚନା ଦେଇଛନ୍ତି। ଗିରଫ ଶିକାରୀ ହେଲେ ବଦନ ମାଝୀ, ସଚିନ୍ଦ୍ର ମାଝୀ, ବଡ ମାଝୀ, ଖଗେଶ୍ୱର ମାଝୀ ଓ ଅଚ୍ୟୁତାନନ୍ଦ ମାଝୀ । ଅଧିକ ତଦନ୍ତ ପରେ ସତ ସାମ୍ନାକୁ ଆସିବ ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି।

https://fb.watch/kZQMxGZgaa/

ନନଷ୍ଟପ ଅପରେସନ ପରେ ଅଣ୍ଟା ସଳଖୁଛି ବାହାନଗା ଟ୍ରାକ୍‌, ଟ୍ରେନ ଚଳାଚଳ ସ୍ୱାଭାବିକ

ବାହାନଗା: ଟ୍ରେନ ଟ୍ରାଜେଡି ପରେ ସୁଧୁରୁଛି ସ୍ଥିତି। ବାହାନଗା ଷ୍ଟେସନର ଦୁଇଟି ମେନ ଲାଇନରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇଛି। ଦିନ ୧୧ଟା ସୁଦ୍ଧା ଡାଉନ ଲାଇନରେ ୧୦ଟି ମାଲବାହୀ ଟ୍ରେନ ଓ ୬ଟି କୋଚିଂ ଟ୍ରେନ ଯାତାୟାତ କରିଛି। ସେହିପରି ଅପ ଲାଇନରେ ୪ ମାଲବାହୀ ଟ୍ରେନ ଓ ୯ଟି କୋଚିଂ ଟ୍ରେନ ଯାଇଛି। ଏବେ ୧୦ କିଲୋମିଟର ପ୍ରତିଘଣ୍ଟା ସ୍ପିଡରେ ଟ୍ରେନ ଯାତାୟାତ କରୁଛି ।

ଦୁର୍ଘଟଣାସ୍ଥଳରେ ଟ୍ରେନ ସ୍ପିଡ ଉପରେ କଟକଣା ଲାଗୁ କରାଯାଇଛି । ସନ୍ଧ୍ୟା ସୁଦ୍ଧା ରିଷ୍ଟୋରେସନ କାର୍ଯ୍ୟ ଶେଷ ହେବା ପରେ ଟ୍ରେନର ସ୍ପିଡ ବଢ଼ାଯିବ ବୋଲି ଦକ୍ଷିଣ ପୂର୍ବ ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଆଦିତ୍ୟ ଚୌଧୁରୀ କହିଛନ୍ତି। ଫେକ୍ ନ୍ୟୁଜ ଉପରେ ବିଶ୍ବାସ ନକରିବାକୁ ରେଳବାଇ ପକ୍ଷରୁ ଅପିଲ କରାଯାଇଛି। କେତେଜଣ ଏସଏମଆରଙ୍କୁ ସସପେଣ୍ଡ ଓ ଜଣେ ଏସଏମଆର ଫେରାର ଥିବା ଖବର ସମ୍ପୂର୍ଣ୍ଣ ମିଛ।

ଦୁର୍ଘଟଣା ସମୟରେ ଡ୍ୟୁଟିରେ ଥିବା ଏସଏମଆର ରେସ୍କ୍ୟୁ ଓ ତଦନ୍ତରେ ସକ୍ରିୟ ଭାବେ ସାମିଲ ହୋଇଛନ୍ତି। ଏଭଳି ମିଛ ଖବର ଉପରେ ବିଶ୍ବାସ ନକରିବାକୁ ଦକ୍ଷିଣ ପୂର୍ବ ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ଆଦିତ୍ୟ ଚୌଧୁରୀ କହିଛନ୍ତି। ଦୁଇ ଲୋକୋ ପାଇଲଟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି । ସେମାନେ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଛନ୍ତି ବୋଲି ଦକ୍ଷିଣ-ପୂର୍ବ ରେଳବାଇର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି।

ମାତ୍ର ୧୦ ମିନିଟରେ ପୂରଣ ହେଲା ଆଦିବାସୀ ଛାତ୍ରୀଙ୍କ ପାଠ ପଢିବା ସ୍ବପ୍ନ

ନୂଆପଡ଼ା: ୧୦ ମିନିଟରେ ସମସ୍ୟାର ହେଲା ସମାଧାନ । ପୂରଣ ହେଲା ଆଦିବାସୀ ଛାତ୍ରୀଙ୍କ ପାଠ ପଢିବାର ସ୍ବପ୍ନ । ନୂଆପଡ଼ାର ନେହାଙ୍କ ମୁହଁରେ ହସ ଫୁଟାଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ନୂଆପଡ଼ା ଜିଲ୍ଲା ଭାଲେଶ୍ବର ପଞ୍ଚାୟତର ନେହା ମାଝୀ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୫୮ ପ୍ରତିଶତ ମାର୍କ ରଖି ପାସ କରିଥିଲେ।

ମାତ୍ର ଆର୍ଥିକ ସଙ୍କଟ ଯୋଗୁ ଆଗକୁ ପଢିବାରେ ସମସ୍ୟା ହୋଇଥିଲା। ଏନେଇ ସ୍ଥାନୀୟ ସରପଞ୍ଚ 5T ସଚିବଙ୍କୁ ମେଲ୍ ଯୋଗେ ଜଣାଇଥିଲେ। ଏହାର ମାତ୍ର ୧୦ ମିନିଟ ପରେ ନେହାଙ୍କ ପାଖରେ ପହଞ୍ଚିଥିଲା ପ୍ରଶାସନ। 5T ସଚିବଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ତରଫରୁ ଜରୁରୀକାଳୀଳ ଅଧିକାରୀ ନେହାଙ୍କୁ ଭେଟି ପାଠ ପଢିବା ପାଇଁ ୨୦ହଜାର ଟଙ୍କା ସହିତ ଏକ ସାଇକେଲ ପ୍ରଦାନ କରିଥିଲେ।

ଆଗକୁ ସମସ୍ତ ପ୍ରକାର ସହାୟତା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଯାହାକୁ ନେଇ ଖୁସି ପ୍ରକାଶ କରିବା ସହ 5T ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି ନେହା । ଛାତ୍ରୀଙ୍କ ସ୍ବପ୍ନ ପୂରଣ କରିବାକୁ ଫାଇଭ-ଟି ସଚିବଙ୍କ ଏଭଳି ତ୍ବରିତ ପଦକ୍ଷେପକୁ ସବୁଠି ପ୍ରଶଂସା କରାଯାଇଛି।