spot_img
Home Blog Page 3252

ଆଜି ଘୋଷଣା ହେବ ଯୁକ୍ତ ଦୁଇ ରେଜଲ୍ଟ ତାରିଖ

ଭୁବନେଶ୍ୱର: ଆଜି ଘୋଷଣା ହେବ ଯୁକ୍ତ ଦୁଇ ରେଜଲ୍ଟ ତାରିଖ । ଏନେଇ ପୂର୍ବରୁ ସୂଚନା ଦେଇଥିଲା ସିଏଚଏସଇ । ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ଫଳ ଓ ପରେ କଳା ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇବ । ସବୁ ଠିକ୍ ରହିଲେ ୩୦ କିମ୍ବା ୩୧ରେ ପ୍ରକାଶ ପାଇବ ବିଜ୍ଞାନ ଓ ବାଣିଜ୍ୟ ଫଳ । ସେହିପରି ୮ ଜୁନ ସୁଦ୍ଧା ପ୍ରକାଶ ପାଇପାରେ କଳା ଓ ଧନ୍ଦାମୂଳକ ଫଳାଫଳ । ଆଜି ଫଳ ପ୍ରକାଶ ନେଇ ତାରିଖ ଘୋଷଣା କରାଯିବ ବୋଲି ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ଦେଇଥିଲେ ।

ଚଳିତବର୍ଷ ମୋଟ ୩ ଲକ୍ଷ ୫୭ ହଜାର ୯୪୨ ଛାତ୍ରଛାତ୍ରୀ ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗରେ ପରୀକ୍ଷା ଦେଇଛନ୍ତି । ଏଥିରେ ୧ ଲକ୍ଷ ୭୩ ହଜାର ୫୩୪ ଜଣ ଛାତ୍ର ଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ୧ ଲକ୍ଷ ୮୪ ହଜାର ୪୦୮ । କଳାରେ ୨ ଲକ୍ଷ ୧୮ ହଜାର ୪୪୦ ଛାତ୍ରଛାତ୍ରୀ, ବିଜ୍ଞାନରେ ୯୧ ହଜାର ୪୫୭, ବାଣିଜ୍ୟରେ ୨୩ ହଜାର ୧୯୩ ଜଣ ପିଲା ପରୀକ୍ଷା ଦେଇଛନ୍ତି ।

 

କେତେବାଟ ଆଗେଇଛି ମାଆ ସମଲେଶ୍ବରୀଙ୍କ ପୀଠର ବିକାଶ କାମ, ଅଗ୍ରଗତିର ସମୀକ୍ଷା କରୁଛନ୍ତି 5T ସଚିବ

ସମ୍ବଲପୁର: ସମ୍ବଲପୁରରେ 5T ସଚିବ ଭି.କେ ପାଣ୍ଡିଆନ । ମା’ ସମଲେଶ୍ୱରୀଙ୍କ ଦର୍ଶନ କଲେ 5T ସଚିବ । କେତେବାଟ ଆଗେଇଛି ପଶ୍ଚିମ ଓଡ଼ିଶାବାସୀଙ୍କ ଆଶା ଓ ବିଶ୍ବାସର କେନ୍ଦ୍ରସ୍ଥଳୀ ମାଆ ସମଲେଶ୍ବରୀଙ୍କ ପୀଠର ବିକାଶ କାମ । ଅଗ୍ରଗତିର ସମୀକ୍ଷା ପାଇଁ ମନ୍ଦିରରେ ପହଞ୍ଚିଛନ୍ତି 5T ସଚିବ । ମନ୍ଦିରର ଉନ୍ନତିକରଣ ନେଇ ସେବାୟତ ଓ ନିର୍ମାଣକାରୀ ସଂସ୍ଥା ସହିତ ଆଲୋଚନା କରୁଛନ୍ତି । ମନ୍ଦିର ରୂପାନ୍ତରଣ କାମର ଅନୁଧ୍ୟାନ କରୁଛନ୍ତି । ଚଳିତବର୍ଷ ମନ୍ଦିରର ନବକଳେବର ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

ରିଂ ରୋଡଠାରୁ ଆରମ୍ଭ କରି ନୂତନ ମନ୍ଦିର ବେଢା ନିର୍ମାଣ, ପାର୍କିଂସ୍ଥଳୀ, ସୁଇମିଂ ପୁଲ ଓ ମନ୍ଦିର ଚାରିପାଖକୁ ସୌନ୍ଦର୍ଯ୍ୟକରଣ କରାଯାଉଛି । ପ୍ରଭାବିତ ହେବାକୁ ଥିବା ଜନବସତିକୁ ସ୍ଥାନାନ୍ତରଣ କରି ଦୁର୍ଗାପାଲିଠାରେ ଏକ କଲୋନୀରେ ଅବସ୍ଥାପିତ କରାଯାଉଛି ।

ଆଜି ଉଦଘାଟିତ ହେବ ଦେଶର ନୂଆ ସଂସଦ, ଭାରତକୁ ମିଳିବ ଭବ୍ୟ, ବିଶାଳ ଏବଂ ଅତ୍ୟାଧୁନିକ ସଂସଦ ଭବନ

ନୂଆଦିଲ୍ଲୀ: ଆଜି ଉଦଘାଟନ ହେବ ଦେଶର ନୂଆ ସଂସଦ । ଭାରତକୁ ମିଳିବ ନୂଆ ଭବ୍ୟ, ବିଶାଳ ଏବଂ ଅତ୍ୟାଧୁନିକ ନୂତନ ସଂସଦ ଭବନ । ୬୪ ହଜାର ୫ ଶହ ବର୍ଗମିଟର କ୍ଷେତ୍ରରେ ନିର୍ମିତ ତ୍ରିକୋଣାକାର ନୂଆ ସଂସଦ ଭବନ । ସଂସଦ ସୌଧ ମୁଖ୍ୟ ପ୍ରବେଶ ଦ୍ବାରାରେ ଖୋଦିତ ହୋଇଛି ଅଶୋକ ଚକ୍ର । ତଳେ ଲେଖାଯାଇଛି ସତ୍ୟମେବ ଜୟତେ । ନୂତନ ପାର୍ଲାମେଣ୍ଟ ଗୃହରେ ରହିଛି ୩ଟି ପ୍ରବେଶ ପଥ । ଯାହାର ନାଁ ରଖାଯାଇଛି ଜ୍ଞାନ ଦ୍ବାର, ଶକ୍ତି ଦ୍ବାର ଓ କର୍ମ ଦ୍ବାର । ସକାଳ ୭ଟାରୁ ଆରମ୍ଭ ହୋଇଛି ସମାରୋହ । ଦୁଇଟି ପର୍ଯ୍ୟାୟରେ ଏହା ଅପରାହ୍ନ ପ୍ରାୟ ସାଢେ ୨ଟା ଯାଏଁ ଚାଲିବ । ପୂଜାର୍ଚ୍ଚନା ଏବଂ ପ୍ରାର୍ଥନାସଭା ସହ ନୂଆ ସଂସଦ ଭବନର ଲୋକାର୍ପଣ ହେବ । ଏଥିପାଇଁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରତ ତାମିଲନାଡୁର ୨୧ ଜଣ ସନ୍ଥ ପହଁଚି ସାରିଛନ୍ତି । ଧର୍ମପୁରମ ଅଧିନମର ଏହି ସନ୍ଥ ସମୂହ ସ୍ୱତନ୍ତ୍ର ପୂଜାବିଧି କରିବା ସହ କ୍ଷମତା ହସ୍ତାନ୍ତରର ପ୍ରତୀକ ସେଙ୍ଗୋଲ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିବେ । ବାଚସ୍ପତିଙ୍କ ଆସନ ନିକଟରେ ଏହାକୁ ସ୍ଥାପନ କରାଯିବ ।

୪ ମହଲା ବିଶିଷ୍ଟ ନୂତନ ସଂସଦ ଭବନରେ ହୋଇଛି ୧୨ ଶହ ୭୨ ସାଂସଦଙ୍କ ପାଇଁ ବସିବା ବ୍ୟବସ୍ଥା । ଲୋକସଭାରେ ୮୮୮ ସିଟ୍ ଥିବା ବେଳେ, ରାଜ୍ୟସଭାରେ ରହିଛି ୩୮୪ ଆସନ । ପୁରୁଣା ପାର୍ଲାମେଣ୍ଟଠାରୁ ନୂଆରେ ପ୍ରାୟ ୫ ଶହ ସିଟ୍ ଅଧିକ । ଜାତୀୟ ପକ୍ଷୀ ମୟୂର ଶୈଳୀରେ ଲୋକସଭା ନିର୍ମିତ ହୋଇଛି । ନୂଆ ସଂସଦରେ ପ୍ରତିଟି ସାଂସଦଙ୍କ ସିଟରେ ରହିଛି ମଲ୍ଟି ମିଡିଆ ଡିସପ୍ଲେ । ଯୋଗାଯୋଗ ପାଇଁ ଅଛି ଅତ୍ୟାଧୁନିକ ବ୍ୟବସ୍ଥା । ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହଟ୍ଟଗୋଳ କରିବା ଭଳି ଘଟଣା ଏଡାଇବାକୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି । ଗୃହ ପରିଚାଳନା ଦାୟିତ୍ୱରେ ଥିବା ବାଚସ୍ପତିଙ୍କ ଆସନ ବହୁ ଉଚ୍ଚରେ ରଖାଯାଇଛି । ପ୍ରାୟ ୧ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ଅଟ୍ଟାଳିକା । ମାତ୍ର ଅଢେଇ ବର୍ଷରେ ନିର୍ମାଣ ଶେଷ କରିଛି ଟାଟା ପ୍ରୋଜେକ୍ଟସ ଲିମିଟେଡ୍ । ଅତ୍ୟାଧୁନିକ ସୁବିଧାଯୁକ୍ତ ଏହି ସୌଧ ପରିବେଶ ଅନୁକୂଳ ଏବଂ ଭୂକଂପ ପ୍ରତିରୋଧୀ । ନୂତନ ପାର୍ଲାମେଣ୍ଟ ବିଲ୍ଡିଂ ଲୋକାର୍ପଣ ପରେ ପୂରାତନ ସଂସଦ ଗୃହକୁ ଗଣତନ୍ତ୍ରର ସଂଗ୍ରହାଳୟରେ ପରିଣତ କରାଯିବ ।

ରାଜଧାନୀରେ କମିଶନରେଟ୍‌ ପୋଲିସର ସେଫ୍ ସିଟି ଡ୍ରାଇଭ୍ ଅଭିଯାନ

ଭୁବନେଶ୍ୱର: କମିଶନରେଟ ପୋଲିସର ସେଫ୍ ସିଟି ଡ୍ରାଇଭ ଅଭିଯାନ ଜୋରଦାର । ବିଳମ୍ବିତ ରାତିରେ ବାର, କ୍ଲବ ଓ ହୋଟେଲରେ ଯାଞ୍ଚ କରିଛି ସ୍ପେଶାଲ ଟିମ୍ । ଚନ୍ଦ୍ରଶେଖରପୁର ଓ ଇନ୍ଫୋସିଟି ଅଞ୍ଚଳରେ ଥିବା ବିଭିନ୍ନ ବାର, କ୍ଲବରେ ଯାଞ୍ଚ କରିଛି ପୋଲିସ । ହୋଟେଲ୍ କି ବାର୍ ଖୋଲିବା ସମୟ, ସାଉଣ୍ଡ ଅନୁମତି ଓ ଅବକାରୀ ନିୟମର ସର୍ତ୍ତ ପାଳନ କରୁଛନ୍ତି ନା ନାହିଁ ଯାଞ୍ଚ କରାଯାଇଛି । ୪ରୁ ୫ଟି ବାର ନିୟମ ଉଲଘଂନ କରିଥିବା ନେଇ ଅବକାରୀ ବିଭାଗକୁ ଅବଗତ କରିବ ପୋଲିସ । ଯାଞ୍ଚ ପାଇଁ ଦୁଇଟି ସ୍ପେଶାଲ ଟିମ ଗଠନ ହୋଇଥିଲା । ଟିମରେ ୩ ପ୍ଲାଟୁନ ପୋଲିସ ଫୋର୍ସ, CTS, ଟିମ୍ ୬୦ ଓ ଅଫିସର ସାମିଲ ଥିଲେ ।

ପାଗଳ ପ୍ରେମିକର ଉନ୍ମୁକ୍ତ କାଣ୍ଡ, ପ୍ରେମିକା ପରିବାରକୁ ପେଟ୍ରୋଲ ଢ଼ାଳି ଜୀଅନ୍ତା ଜାଳିବାକୁ ଉଦ୍ୟମ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଲାଠୋର ଗାଁରେ ଅଭାବନୀୟ ଘଟଣା । ପାଗଳ ପ୍ରେମିକାର ଉନ୍ମୁକ୍ତ କାଣ୍ଡ । ପ୍ରେମ ସମ୍ପର୍କରେ ଫାଟ ହେବାରୁ ପ୍ରେମିକା ସହ ପୁରା ପରିବାରକୁ ହତ୍ୟା ଉଦ୍ୟମ କରିଛି ପ୍ରେମିକ । ପ୍ରେମିକା ସହ ପ୍ରେମିକାର ଭାଇ ଓ ମାକୁ ପେଟ୍ରୋଲ ଢ଼ାଳି ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି । ପ୍ରେମିକାର ଭାଇ ଓ ମା ଗୁରୁତର ହୋଇଥିବା ବେଳେ ପ୍ରେମିକ ନିଜେ ମଧ୍ୟ ପୋଡ଼ି ଗୁରୁତର ହୋଇଛି । ପ୍ରେମିକ ଜଣକ ହେଲେ ଢେଙ୍କାନାଳ ଅଞ୍ଚଳର ସ୍ଵସ୍ତିକ ଦାସ ।

ଯୁବତୀ ଜଣକ ଲାଠୋର ଥାନା ମାଳପଡା ସ୍ବାସ୍ଥ୍ୟ ଉପ କେନ୍ଦ୍ରରେ କାର୍ଯ୍ୟରତ ଥିବା ବେଳେ ପୂର୍ବରୁ ପ୍ରେମିକ ସହ ଗୋଟିଏ ସ୍ଥାନରେ କାର୍ଯ୍ୟରତ ଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପ୍ରେମିକ ମଦ ପିଉ ଥିବାରୁ ପ୍ରେମିକା ତାଙ୍କ ସହ ବିବାହ କରିବାକୁ ମନା କରିଦେଇଥିଲେ I ଏନେଇ ଉଭୟଙ୍କ ମଧ୍ୟରେ ବଚସା ଲାଗି ରହିଥିଲା । ତେବେ ପ୍ରେମିକ ମଦ୍ୟପାନ କରି ପ୍ରେମିକାକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା ।

ପ୍ରେମିକା ଠାରୁ 40 ହଜାର ଟଙ୍କା ନେଇ ପଳାଇବା ସହ ମଧ୍ୟାହ୍ନରେ ପ୍ରେମିକା ରହୁଥିବା ଭଡା ଘରକୁ ଆସି ପେଟ୍ରୋଲ ଢ଼ାଳି ନିଆ ଲଗାଇ ଦେଇଥିଲେ । ଲାଠୋର ପୋଲିସ ଘଟଣାସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରି ନିଆକୁ ଆୟତ କରିଥିଲେ । ଗୁରୁତର ଅବସ୍ଥାରେ ଖପ୍ରାଖୋଲ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଯୁବତୀ, ଭାଇ ଓ ତାଙ୍କ ମାକୁ ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

କୁଆଖାଇ ନଦୀରେ ବୁଡ଼ି ଦୁଇ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର: କୁଆଖାଇ ନଦୀରେ ବୁଡ଼ି ଦୁଇ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ । ବାଲିଅନ୍ତାର ଇନ୍ଦ୍ରପାଳ ନିକଟ କୁଆଖାଇରେ ବିଡ଼ି ମୃତ୍ୟୁବରଣ କରିଛନ୍ତି । ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ମୃତକ ଦୁଇ ଛାତ୍ର ହେଲେ ତମାଣ୍ଡୋର ସ୍ମୃତି ସୌରଭ ପ୍ରଧାନ ଓ ରେଙ୍ଗାଲିର ସତ୍ୟଜିତ ଦାସ । ସଂଧ୍ୟା ସାଢେ ୭ଟାରେ କୁଆଖାଇରେ ବୁଡିଯାଇଥିଲେ ଏହି ଦୁଇ ଜଣ ଛାତ୍ର । ବାଲିପାଟଣା ଅଗ୍ନିଶମ କର୍ମଚାରୀ ଦୀର୍ଘ ସମୟର ଖୋଜାଖୋଜି ପରେ ଦୁଇଜଣଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି ।

ପର୍ଯ୍ୟଟନ କ୍ଷେତ୍ରରେ ବଢିଛି ବଜେଟ୍, ବଢ଼ିଛି ରାଜ୍ୟକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା

ଭୁବନେଶ୍ୱର: ପର୍ଯ୍ୟଟନ କ୍ଷେତ୍ରରେ ବଢିଛି ବଜେଟ । ବଢିଛି ରାଜ୍ୟକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା । ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ଗତ ୪ ବର୍ଷ ମଧ୍ୟରେ ବେଶ୍ ଅଭିବୃଦ୍ଧି ହାସଲ କରିଛି । ୨୦୦୦ ମସିହାରେ ଓଡ଼ିଶା ପର୍ଯ୍ୟଟନ କ୍ଷେତ୍ର ବିପର୍ଯ୍ୟୟ ପରିଚାଳନା ଓ ଦାରିଦ୍ର୍ୟ ଭଳି ସମସ୍ୟାର ସମ୍ମୁଖୀନ ହେଉଥିଲା । ଏବେ ଏହା ବହୁ ଆଗକୁ ବଢ଼ିଛି । ୨୦୨୨-୨୩ ବର୍ଷରେ ପର୍ଯ୍ୟଟନ ବିଭାଗର ବଜେଟ୍ ୬୬୦ କୋଟି ଟଙ୍କା ହୋଇଥିବା ବେଳେ ୨୦୦୦-୦୧ ରେ ଏହା ୨.୬୭ କୋଟି ଟଙ୍କା ଥିଲା । ଏଥିରେ ୨୪୬୧୯% ବା ୨୪୬.୧୯ ଗୁଣ ବୃଦ୍ଧି ଘଟିଛି ।

ଗତ ୨୩ ବର୍ଷ ମଧ୍ୟରେ ରାଜ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ବ୍ୟାପକ ବୃଦ୍ଧି ଘଟିଛି । ୨୦୦୦ ମସିହାରେ ରାଜ୍ୟ ୨୮ ଲକ୍ଷ ୮୮ ହଜାର ୩୯୨ ଜଣ ଘରୋଇ ପର୍ଯ୍ୟଟକ ଓ ୨୩ ହଜାର ୭୨୩ ଜଣ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ସ୍ବାଗତ କରିଥିଲା । ଯାହା କୋଭିଡ ମହାମାରୀ ଆରମ୍ଭ ହେବା ପର୍ଯ୍ୟନ୍ତ ୨୦୧୯ରେ ୧ କୋଟି ୫୩ଲକ୍ଷ ୭ ହଜାର ୬୩୭ ଘରୋଇ ପର୍ଯ୍ୟଟକ ଓ ୧ଲକ୍ଷ ୧୫ ହଜାର ୧୨୮ ବିଦେଶୀ ପର୍ଯ୍ୟଟକ ଆସିଥିଲେ । ଯାହାକି ଘରୋଇ ପର୍ଯ୍ୟଟକରେ ୪୩୩% ବୃଦ୍ଧି, ଏବଂ ବିଦେଶୀ ପର୍ଯ୍ୟଟକରେ ୩୮୫% ବୃଦ୍ଧି ହୋଇଥିଲା ।

ଉନ୍ନତମାନର ସଡ଼କ ଯୋଗାଯୋଗ ସହିତ, ଦେଶ ଏବଂ ଦେଶ ବାହାରେ ଥିବା ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ବିମାନ ଯୋଗାଯୋଗରେ ବୃଦ୍ଧି, ଅପରାଧ ହାର କମ୍, ଆଇନ ଶୃଙ୍ଖଳା ପରିସ୍ଥିତି, ଦକ୍ଷତା ବିକାଶ, ସ୍ଥିର ସରକାର ନିବେଶକଙ୍କ ଆତ୍ମବିଶ୍ୱାସ ବଢ଼ାଉଛି । ମହାମାରୀ ସମୟରେ ଯାତ୍ରା କଟକଣା ପ୍ରଚଳନ ଥିଲା, ସେତେବେଳେ ଓଡିଶା ସରକାର ରାଜ୍ୟରେ ଏକ ସ୍ଥାୟୀ ପର୍ଯ୍ୟଟନ ପରିବେଶର ବିକାଶ ପାଇଁ ବ୍ୟାପକ ପରିବର୍ତ୍ତନ ଆଣିବାକୁ ଉଦ୍ୟମ କରିଥିଲେ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ।

ଆଜି ମୁଖ୍ୟମନ୍ତ୍ରୀ ଗତ ୪ ବର୍ଷ ମଧ୍ୟରେ ପର୍ଯ୍ୟଟନ ବିଭାଗର ଅଗ୍ରଗତି ଏବଂ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ନେଇ ସମୀକ୍ଷା କରିଥିଲେ । ରାଜ୍ୟରେ ଜିଲ୍ଲା ପର୍ଯ୍ୟଟନ ପ୍ରୋତ୍ସାହନ ପରିଷଦ ଗଠନ ପାଇଁ ସରକାରଙ୍କ ପ୍ରତିଶ୍ରୁତିକୁ ଦୋହରାଇଛନ୍ତି । ପର୍ଯ୍ୟଟନରେ ବ୍ୟବସାୟିକ ସୁଯୋଗ ଯୋଗାଇବା ପାଇଁ SHG ସହ MoU ସ୍ଵାକ୍ଷରିତ ହୋଇଛି । ଏହି ଦୁଇଟି ପ୍ରତିଶ୍ରୁତିକୁ ପୂରଣ କରି ବିଭାଗ ପକ୍ଷରୁ ଓଡ଼ିଶା ପର୍ଯ୍ୟଟନ ନୀତି ୨୦୨୨ ଅନୁଯାୟୀ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ସ୍ଥାନୀୟ ପର୍ଯ୍ୟଟନ ପ୍ରୋତ୍ସାହନ ପରିଷଦ ଗଠନ କରାଯାଇଛି ।

ଏହି ପରିଷଦଗୁଡ଼ିକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରିବ । ଏହାବ୍ୟତୀତ ପର୍ଯ୍ୟଟନ ବିଭାଗ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ଥିବା ୨୦ଟି ପଥପ୍ରାନ୍ତ ସୁବିଧା କେନ୍ଦ୍ର ଏବଂ ୧୨ଟି କାଫେଟେରିଆକୁ ମିଶନ ଶକ୍ତି SHGକୁ ହସ୍ତାନ୍ତର କରିବା ପାଇଁ ପ୍ରକ୍ରିୟା ଜାରି ରହିଛି । ସେହିପରି ଲୋପ ପାଇଯାଉଥିବା ନୃତ୍ୟକଳା, ବାଦ୍ୟ ଯନ୍ତ୍ରର କିପରି ପୁନରୁଦ୍ଧାର ହୋଇପାରିବ ସେ ନେଇ ମଧ୍ୟ ଯୋଜନା କରାଯାଇଛି । କେବଳ ଭୁବନେଶ୍ବର କଟକ ନୁହେଁ ସୁଦୂର ମାଲକାନଗିରିରେ ମଧ୍ୟ ଲୋକକଳା ଉତ୍ସବମାନ ଆୟୋଜନ କରାଯାଉଛି ।

ପୁରୀ ଗସ୍ତ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ 5T ସଚିବ

ପୁରୀ: ପୁରୀରେ 5T ସଚିବ ଭି କେ ପାଣ୍ଡିଆନ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ କଲେ ଦର୍ଶନ । ଏଥିସହ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବୁଲି ଦେଖିଲେ । ସୋମ ଓ ମଙ୍ଗଳବାର ମଧ୍ୟ ପୁରୀ ଆସିଥିଲେ ଭିକେ ପାଣ୍ଡିଆନ୍‌ । ସ୍ନାନଯାତ୍ରା ପୂର୍ବରୁ ସମ୍ମୁଖ କାର୍ଯ୍ୟ ସାରିବା ଉପରେ ଗୁରୁତ୍ବ ଦିଆଯାଇଛି । ଏଥିସହ ଦୁରଦୁରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ମାନେ କିପରି ସୁରୁଖରୁରେ ମହାପ୍ରଭୂଙ୍କ ଦର୍ଶନ କରିପାରିବେ ସେ ନେଇ ତଦାରଖ କରିଛନ୍ତି ।

ଜାପାନରେ ଭାରତର ରାଷ୍ଟ୍ରଦୂତଙ୍କୁ ଭେଟିଲେ ମନ୍ତ୍ରୀ ଅଶୋକ ପଣ୍ଡା

ଭୁବନେଶ୍ୱର: ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଏବଂ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ଜାପାନରେ ଭାରତର ରାଷ୍ଟ୍ରଦୂତ ଶିବି ଜର୍ଜଙ୍କୁ ସାକ୍ଷାତ କରିଛନ୍ତି । ମନ୍ତ୍ରୀ ଶ୍ରୀ ପଣ୍ଡା ଓଡ଼ିଶା ପକ୍ଷରୁ ରାଷ୍ଟ୍ରଦୂତଙ୍କୁ ଅଭିନନ୍ଦନ ଜଣାଇବା ସହିତ ସୌଜନ୍ୟମୂଳକ ମତବିନିମୟ କରିଥିଲେ । ଆଲୋଚନା ସମୟରେ ମନ୍ତ୍ରୀ ଶ୍ରୀ ପଣ୍ଡା ଓଡ଼ିଶାରେ ବାୟୋଟେକ୍‌ନୋଲୋଜି ବିକାଶ ନେଇ ମତ ରଖିଥିଲେ ।

ଜାପାନୀ ଭାଷା ଶିକ୍ଷାଗ୍ରହଣ ସହିତ ଭବିଷ୍ୟତର ନିଯୁକ୍ତି ସୁଯୋଗକୁ ଓଡ଼ିଶାରେ ସଂପ୍ରସାରିତ କରିବା ଲକ୍ଷ୍ୟ ଏବଂ ବାୟୋଟେକ୍‌ନୋଲୋଜି ଅଧ୍ୟୟନ ତଥା ଗବେଷଣା କ୍ଷେତ୍ରରେ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଉପରେ ମନ୍ତ୍ରୀ ଶ୍ରୀ ପଣ୍ଡା ଗୁରୁତ୍ୱ ଦେଇଥିଲେ । ସେହିପରି ସାମୁଦି୍ରକ ବିଜ୍ଞାନ ଅଧ୍ୟୟନ ଓ ଗବେଷଣା ସାଙ୍ଗକୁ ରାଜ୍ୟରେ ବୟସ୍କମାନଙ୍କ ବାର୍ଦ୍ଧକ୍ୟଜନିତ ସମସ୍ୟାର ଉପଚାର ନିମନ୍ତେ ବିଶେଷ ସହଭାଗିତା ଉପରେ ମତବିନିମୟ ହୋଇଥିଲା ।

ରାଜ୍ୟରେ ବୌଦ୍ଧ ପର୍ଯ୍ୟଟନର ବିକାଶ ନେଇ କଥାବାର୍ତ୍ତା ହୋଇଥିଲା । ରାଷ୍ଟ୍ରଦୂତ ଶ୍ରୀ ଜର୍ଜ ଉପରୋକ୍ତ ପ୍ରସଙ୍ଗଗୁଡ଼ିକ ଉପରେ ଅନୁକୂଳ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ସୌଜନ୍ୟମୂଳକ ସାକ୍ଷାତ ଆଲୋଚନାରେ ଭାରତୀୟ ଦୂତାବାସର ପ୍ରଥମ ସଚିବ ସୁରେଶ ଲାଖାବତ୍‌ ମଧ୍ୟ ଉପସ୍ଥିତ ଥିଲେ । ଆଲୋଚନାରେ ମଧ୍ୟ ପୂର୍ବତନ ମନ୍ତ୍ରୀ ତଥା ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ସାମିଲ ହୋଇଥିଲେ ।

ରଥଯାତ୍ରା ବେଳେ ହେବ ସିଂହଦ୍ୱାର ରୂପା ଛାଉଣୀ, ୨୪ ଘଣ୍ଟିଆ ପ୍ରହରା ଦେବ ପୋଲିସ୍

ପୁରୀ: ରଥଯାତ୍ରା ସମୟରେ ଶ୍ରୀମନ୍ଦିର ସିଂହଦ୍ୱାର ରୂପା ଛାଉଣୀ କରାଯିବ। ବାହୁଡ଼ା ପୂର୍ବରୁ ଏହି କାର୍ଯ୍ୟ ସରିବ। ଏହି ସମୟରେ ସେବାୟତଙ୍କ ଯିବା ଆସିବା ଓ ନୀତିକାନ୍ତି ସମ୍ପାଦନ ପାଇଁ ଅସ୍ଥାୟୀ ସିଂହଦ୍ଵାର ନିର୍ମାଣ କରାଯିବ। ୨୪ ଘଣ୍ଟିଆ ସଶସ୍ତ୍ର ପୋଲିସ ପ୍ରହରା ଓ ସିସିଟିଭି କ୍ୟାମେରା ଲଗାଯାଇ ଶ୍ରୀମନ୍ଦିର ସିଂହଦ୍ଵାର ରୂପା ଛାଉଣୀ କରାଯିବ।

ଏଥିପାଇଁ ଦାତା ରୂପା ଦାନ କରିବା ସହ ଅଭିଜ୍ଞ କାରିଗର ସିଂହଦ୍ଵାର ଅନୁଧ୍ୟାନ କରିଛନ୍ତି। ଡିଜାଇନ୍ କାର୍ଯ୍ୟ ନିଳାଦ୍ରୀ ଭକ୍ତ ନିବାସ ଓ ଛାଉଣୀ ବା ସ୍ଥାପନ କାର୍ଯ୍ୟ ସିଂହଦ୍ଵାର ଠାରେ କରାଯିବ। ଶ୍ରୀମନ୍ଦିର ସିଂହଦ୍ଵାର ରୂପା ଛାଉଣୀ ସମୟରେ ସେବାୟତଙ୍କ ବ୍ୟତୀତ କୌଣସି ଭକ୍ତଙ୍କୁ ସେହି ବାଟ ଦେଇ ଛଡାଯିବ ନାହିଁ। ସେହି ସମୟରେ ଭକ୍ତମାନେ ଉତ୍ତର କିମ୍ବା ଦକ୍ଷିଣ ଦ୍ଵାର ଦେଇ ଶ୍ରୀମନ୍ଦିର ଭିତରକୁ ଯିବେ।

ଅସ୍ଥାୟୀ ସିଂହଦ୍ଵାର ନିର୍ମାଣର ଢାଞ୍ଚା, ନିର୍ମାଣ ଶୈଳୀ ଓ ଡିଜାଇନ୍ ସିଂହଦ୍ଵାର ଭଳି ଅକ୍ଷୁର୍ଣ୍ଣ ରଖାଯିବ। ସେହିପରି ମହାପ୍ରଭୁଙ୍କ ରତ୍ନ ପଲଙ୍କର ଆଉ ଏକ ନୂତନ ସେଟ୍ ନିର୍ମାଣ ହେବା ସହ ପୁରୁଣା ରତ୍ନ ପଲଙ୍କର ଆବଶ୍ୟକ ମରାମତି କରାଯିବ। ପୁରୁଣା ରତ୍ନ ପଲଙ୍କ ପରି ନୂତନ ରତ୍ନ ପଲଙ୍କର ଓଜନ ସମାନ ରହିବ। ରତ୍ନ ପଲଙ୍କ ହାତୀ ଦାନ୍ତ ସଂଯୋଗ ହୋଇଥିବାରୁ ନୂଆ ହାତୀ ଦାନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯିବ। ନୂଆ ହାତୀଦାନ୍ତ ନମିଳିଲେ ପୁରୁଣା ହାତୀ ଦାନ୍ତରେ ରତ୍ନ ପଲଙ୍କ ତିଆରି କରାଯିବ।

ଆଜି ଶ୍ରୀମନ୍ଦିର କୋର କମିଟି ଓ ପରିଚାଳନା କମିଟି ସଦସ୍ୟ ମାନେ ଯାଇ ସିଂହଦ୍ଵାରର ଅନୁଧ୍ୟାନ କରିଛନ୍ତି। ପୂର୍ବରୁ ଶ୍ରୀମନ୍ଦିର ଭିତରେ ୮ଟି ଦ୍ବାରର ରୂପା ଛାଉଣୀ ହୋଇଥିଲା।