ଗୁଜରାଟ: ଆଇପିଏଲ ୨୦୨୩ର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଚାଲିଛି । ମୁମ୍ବାଇ ଟସ୍ ଜିତି ବୋଲିଂ କରୁଛି । ସେହିପରି ଗୁଜରାଟ ବ୍ୟାଟିଂ କରୁଛି । ଗୁଜରାଟର ପ୍ରାରମ୍ଭିକ ବ୍ୟାଟମ୍ସମ୍ୟାନ ଶୁବମନ ଗିଲ୍ ଦମଦାର ଶତକ ହାସଲ କରିଛନ୍ତି । ସେ ୪୯ ଟି ବଲରୁ ଏହି ଶତକ ହାସଲ କରିଛନ୍ତି । ଚଳିତ ଆଇପିଏଲ ସିଜିନରେ ଏହା ତାଙ୍କର ତୃତୀୟ ଶତକ ଅଟେ । ଗୁଜରାଟ ପକ୍ଷରୁ ରିଦ୍ଧିମାନ ଶାହ ଏବଂ ଶୁଭମନ ଗିଲ୍ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭାବେ କ୍ରୀଜକୁ ଓହ୍ଲାଇଥିଲେ । ରିଦ୍ଧମାସ ଶାହ ୧୬ ଟି ବଲରେ ୧୮ ରନ୍ କରି ଆଉଟ୍ ହୋଇଯାଇଥିଲେ । ତାଙ୍କ ସ୍ଥାନରେ ସାଇ ସୁଦର୍ଶନ ଆସି ଗିଲଙ୍କୁ ସାଥ୍ ଦେଇଥିଲେ । ଦଳ ୧୬ ଓଭର ଚାଲୁଥିବାବେଳେ ୧୮୩ରନ୍ ସଂଗ୍ରହ କରିଛି । ଶୁବମନ ଗିଲ୍ ବ୍ୟକ୍ତିଗତ ୫୬ ଟି ବଲରେ ୧୨୩ ରନ୍ କରି ବ୍ୟାଟିଂ କରୁଥିବା ବେଳେ ସାଇ ସୁଦର୍ଶନ ୨୪ ଟି ବଲରେ ୩୬ ରନ୍ କରି ବ୍ୟାଟିଂ ଜାରି ରଖିଛନ୍ତି । ଆଜିର ମ୍ୟାଚ୍ ଯିଏ ଜିତିବ ଆସନ୍ତା ୨୮ ତାରିଖରେ ଫାଇନାଲରେ ଚେନ୍ନାଇ ସୁପରକିଙ୍ଗସକୁ ଭେଟିବ ।
ବାଇକରେ ଆସିଲେ ଦମ୍ପତିଙ୍କଠୁ ୪ ଲକ୍ଷ ୫୦ ହଜାର ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ
ବ୍ରହ୍ମପୁର: ଦମ୍ପତିଙ୍କ ଠାରୁ ଝାମ୍ପି ନେଲେ ୪ଲକ୍ଷ ୫୦ହଜାର ଟଙ୍କା । ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଞ୍ଚଳରୁ ଲୁଟ୍ । ଦମ୍ପତିଙ୍କ ଘର ରଙ୍ଗେଇଲୁଣ୍ଡା ବ୍ଲକ ଆରୁଆପଲି ଅଞ୍ଚଳରେ । ଆଜି ୧୧ଟା ରେ ଉଭୟ ସ୍ବାମୀ ସ୍ତ୍ରୀ ବାଇକ୍ ରେ ଲାଞ୍ଜିପଲୀ ଷ୍ଟେଟ ବ୍ୟାଙ୍କକୁ ଆସିଥିଲେ । ସେଠାରେ ୫ଲକ୍ଷ ୩୦ ହଜାର ଟଙ୍କା ଉଠାଇଥିଲେ । ସ୍ତ୍ରୀଙ୍କ ଭ୍ୟାନିଟିରେ ୪ ଲକ୍ଷ ୫୦ହଜାର ଟଙ୍କା ରଖିଥିବା ବେଳେ ଅନ୍ୟ ଏକ ବ୍ୟାଗ୍ ରେ ୭୦ହଜାର ଟଙ୍କା ରଖି ବଳକା ୧୦ହଜାର ଟଙ୍କା ନିଜ ଝିଅ ଆକାଉଣ୍ଟରେ ଜମା କରିଥିଲେ ।
ସେଠାରୁ ବାଇକ୍ ଯୋଗେ ଆଙ୍କୁଲି ଓଭର ବ୍ରିଜ ଦେଇ ଘରକୁ ଫେରୁଥିଲେ । ଏହି ସମୟରେ ଦୁଇ ଜଣ ଯୁବକ ବ୍ୟାଙ୍କ୍ ନିକଟରୁ ଉଭୟଙ୍କୁ ବାଇକ୍ ରେ ପିଛା କରି ଆଙ୍କୁଳି ଓଭର ବ୍ରିଜ ନିକଟରେ ବାଇକ୍ କୁ ଧକ୍କା ଦେଇ ଭ୍ୟାନିଟି ଝାମ୍ପି ନେଇ ଥିଲେ । ଏନେଇ ବୈଦ୍ୟନାଥ ପୁର ଥାନାରେ ଅଭିଯୋଗ ପରେ ପୋଲିସ ବ୍ୟାଙ୍କ୍ ଓ ରାସ୍ତାରେ ଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ କରୁଛି ।
ରାହୁଲଙ୍କ ପାସପୋର୍ଟ ବିବାଦ; ୩ ବର୍ଷ ପାଇଁ NOC ପ୍ରଦାନ କଲେ କୋର୍ଟ
ନୂଆଦିଲ୍ଲୀ: ରାହୁଲଙ୍କ ପାସପୋର୍ଟ ବିବାଦ। ତିନି ବର୍ଷ ପାଇଁ NOC ପ୍ରଦାନ କଲେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ । ରାହୁଲ ଗାନ୍ଧୀ ନୂଆ ପାସପୋର୍ଟ ପାଇଁ ଆବେଦନ କରିଥିବା ବେଳେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ କୋର୍ଟରେ ଏହାକୁ ବିରୋଧ କରିଥିଲେ। ନୂଆ ପାସପୋର୍ଟ ପାଇଁ ରାହୁଲଙ୍କୁ ଏନଓସି ନ ଦେବାକୁ ସେ ବିରୋଧ କରିଥିଲେ। ଯଦି ରାହୁଲ ଗାନ୍ଧୀଙ୍କୁ ବିଦେଶ ଯିବାକୁ ଦିଆଯାଏ ତାହେଲେ ଏହା ନ୍ୟାସନାଲ ହେରାଲଡ଼ ମାମଲାର ତଦନ୍ତ ଉପରେ ପ୍ରଭାବ ପକାଇପାରନ୍ତି ବୋଲି ସେ ଯୁକ୍ତି ରଖିଥିଲେ।
ନ୍ୟାସନାଲ ହେରାଲଡ ମାମଲାରେ ୨୦୧୫ ମସିହାରେ ରାହୁଲଙ୍କୁ ବେଲ ମିଳିଥିବା ବେଳେ ତାଙ୍କ ଉପରେ ନୋ ଟ୍ରାଭେଲ କଟକଣା ଜାରି ହୋଇଥିଲା । ମୋଦି ସାଙ୍ଗିଆ ପ୍ରସଙ୍ଗକୁ ନେଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଓ ଲୋକସଭା ସଦସ୍ୟ ପଦ ରଦ୍ଦ ହେବା ପରେ ସେ ତାଙ୍କ ଡିପ୍ଲୋମାଟିକ ପାସପୋର୍ଟ ଜମା ଦେଇଥିଲେ। ରାହୁଲ ବିଦେଶ ଗଲେ କେନ୍ଦ୍ରର ପୋଲ୍ ଖୋଲୁଥିବାରୁ ତାଙ୍କ ପାସପୋର୍ଟ ପାଇଁ ଏନଓସି ଦେବାକୁ ବିଜେପି ନେତା ବିରୋଧ କରୁଛନ୍ତି କଂଗ୍ରେସ କହିଛି ।
ସରକାରଙ୍କ ପ୍ରତିନିଧି, ବରିଷ୍ଠ ଅଫସରଙ୍କ ଡିପ୍ଲୋମାଟିକ ପାସପୋର୍ଟ ଦିଆଯାଇଥାଏ । ଏହି ପାସପୋର୍ଟଧାରୀଙ୍କ ପାଇଁ ଏମବାସିଠାରୁ ଆରମ୍ଭ କରି ବିଦେଶରେ ଯାତ୍ରା ବେଳେ ଅନେକ ସୁବିଧା ଦିଆଯାଇଥାଏ । ଏହାସହ ଇମିଗ୍ରେସନ ମଧ୍ୟ ସାଧାରଣ ଲୋକଙ୍କ ତୁଳନାରେ ଶୀଘ୍ର ହୋଇଯାଇଥାଏ । ରାହୁଲଙ୍କ ସଂସଦ ପଦ ଯିବା ପରେ ସେ ଏହି ପାସପୋର୍ଟ ଜମା ଦେଇ ନୂଆ ପାସପୋର୍ଟ ପାଇଁ ଆବେଦନ କରିଥିଲେ ।
ଜୁନ୍ ୪ ସୁଦ୍ଧା କେରଳ ଛୁଇଁବ ମୌସୁମୀ: IMD
ନୂଆଦିଲ୍ଲୀ: ଚଳିତ ବର୍ଷ ସ୍ବାଭାବିକ ହେବ ମୌସୁମୀ । ତେବେ ଆସନ୍ତା ୪ ଜୁନ ସୁଦ୍ଧା ମୌସୁମୀ କେରଳ ଛୁଇଁବ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଜୁନ୍ ପହିଲା ସୁଦ୍ଧା ମୌସୁମୀ ପହଞ୍ଚିବାର ସମ୍ଭାବନା ନାହିଁ । ତେବେ ଜୁନରେ ନିଅଣ୍ଟିଆ ବର୍ଷା ସମ୍ଭାବନା ରହିଛି । ଆଇଏମଡି ସୂଚନା ଅନୁସାରେ ଆସନ୍ତା ୩ ସପ୍ତାହ ଯାଏ ଆରବ ସାଗରରେ କୌଣସି ସାଇକ୍ଲୋନ ହେବାର ସମ୍ଭାବନା ନାହିଁ ।
ସୁପ୍ରିମକୋର୍ଟରେ ନୂଆ ସଂସଦ ଭବନ ଉଦଘାଟନ ମାମଲା, ପିଆଇଏଲ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ନୂଆ ସଂସଦ ଭବନ ଉଦଘାଟନ ମାମଲା । ପିଆଇଏଲ ଖାରଜ କଲେ ସୁପ୍ରିମକୋର୍ଟ । ନୂଆ ସଂସଦ ଭବନ ସେଣ୍ଟ୍ରାଲ ଭିଷ୍ଚାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦଘାଟନ କରନ୍ତୁ ବୋଲି ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ଜଷ୍ଟିସ ଜେ.କେ. ମାହେଶ୍ବରୀ ଓ ଜଷ୍ଟିସ ପିଏସ ନରସିହ୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିବାକୁ ମନା କରିବା ସହ ପିଟିସନକୁ ଖାରଜ କରିଦେଇଛନ୍ତି ।
କେନ୍ଦ୍ର ସରକାର ସମ୍ବିଧାନ ଉଲ୍ଲଂଘନ କରିଛନ୍ତି ବୋଲି ସୁପ୍ରିମକୋର୍ଟର ଜଣେ ଆଇନଜୀବୀ ସି.ଆର. ଜୟ ସୁକିନ ଜନସ୍ବାର୍ଥ ମାମଲା ଦାୟର କରିଥିଲେ । ଉଦଘାଟନୀ ଉତ୍ସବକୁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନକରି ସଂସଦର ଲୋକସଭା ସଚିବ ସାମ୍ବିଧାନିକ ନିୟମ ଭଙ୍ଗ କରିଛନ୍ତି ବୋଲି ପିଟିସନରେ ଉଲ୍ଲେଖ କରାଯାଇଥିଲା । ଆସନ୍ତା ୨୮ରେ ନୂଆ ସଂସଦ ଭବନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।

