spot_img
Home Blog Page 3470

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ଅଭିଭାଷଣ ଆରମ୍ଭରେ ରାଷ୍ଟ୍ରପତି ସ୍ବାଧୀନତା ସଂଗ୍ରାମୀ ଓ ସହିଦ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଗତ ବର୍ଷ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଥିଲା । ଅର୍ଥନୈତିକ ଅନିଶ୍ଚିତତାରେ ପରିପୂର୍ଣ୍ଣ ବିଶ୍ୱ ସଙ୍କଟର ପୃଷ୍ଠଭୂମିରେ ଏହି ସଫଳତା ହାସଲ କରାଯାଇଛି ।

ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ନୂତନ ଜାତୀୟ ଶିକ୍ଷାନୀତିକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ଏକବିଂଶ ଶତାବ୍ଦୀରେ ଶିକ୍ଷାର୍ଥୀମାନଙ୍କୁ ପ୍ରସ୍ତୁତ କରିବ । ଏଥିସହ ବାବାସାହେବ ଆମ୍ବେଦକରଙ୍କ ନିକଟରେ ଦେଶବାସୀ ଋଣି ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚଳିତବର୍ଷ ଜି-୨୦ରେ ଭାରତର ଅଧ୍ୟକ୍ଷତା ନେଇ ଖୁସି ବ୍ୟକ୍ତି କରିଛନ୍ତି ରାଷ୍ଟ୍ରପତି ।

ହକି ବିଶ୍ୱକପ୍: ଇଂଲଣ୍ଡକୁ ସୁଟ ଆଉଟରେ ହରାଇ ସେମିରେ ଜର୍ମାନୀ

ଭୁବନେଶ୍ୱର: ସେମିଫାଇନାଲରେ ଜର୍ମାନୀ । ସୁଟଆଉଟରେ ଇଂଲଣ୍ଡକୁ ୪-୩ରେ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ପକ୍କା କରିଛି ଜର୍ମାନୀ । ଆଜି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ତୃତୀୟ କ୍ୱାଟର ଫାଇନାଲରେ ମୁହାଁମୁହିଁ ହୋଇଥିଲେ ଜର୍ମାନୀ ଓ ଇଂଲଣ୍ଡ । ଏହି ମ୍ୟାଚ ଆରମ୍ଭରୁ ଜର୍ମାନୀ ଉପରେ ଭାରି ପଡ଼ିଥିଲା ଇଂଲଣ୍ଡ । ଆରମ୍ଭରୁ ପ୍ରଥମ ଦୁଇଟି ଗୋଲ ସ୍କୋର କରି ଜର୍ମାନୀ ଉପରେ ଚାପ ସୃଷ୍ଟି କରିଥିଲା ଇଂଲଣ୍ଡ । କିନ୍ତୁ ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ଦମଦାର କମବ୍ୟାକ୍ କରିଥିଲା ଜର୍ମାନୀ ।

ମ୍ୟାଚର ଶେଷ ଦୁଇ ମିନିଟରେ ଗୋଲ ସ୍କୋର କରି ଦମଦାର କମବ୍ୟାକ୍ କରିଥିଲା ଜର୍ମାନୀ । ଯାହାଫଳରେ ଏହି ମ୍ୟାଚ ୨-୨ରେ ଡ୍ର’ ରହିଥିଲା । ମ୍ୟାଚ୍ ଡ୍ର’ ରହିବା ପରେ ଖେଳ ସୁଟ ଆଉଟକୁ ଯାଇଥିଲା । ସୁଟଆଉଟରେ ଜର୍ମାନୀ ଇଂଲଣ୍ଡକୁ ୪-୩ରେ ପରାସ୍ତ କରି ସେମିଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ତେବେ ଆଜି ଚତୁର୍ଥ ସେମିଫାଇନାଲରେ କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହେଉଛନ୍ତି ନେଦରଲାଣ୍ଡ୍ସ ଓ ସାଉଥ କୋରିଆ ।

ମହିଳା ପ୍ରିମିୟର ଲିଗରେ ରେକର୍ଡ, ୪୬୭୦ କୋଟିରେ ବିକ୍ରି ହେଲା ୫ ଟିମର ମାଲିକାନା

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍ ପାଇଁ ବିକ୍ରି ହେଲା ଟିମ୍ । ୫ଟି ଟିମ୍ ବିକ୍ରି କଲା ବିସିସିଆଇ । ମହିଳା ପ୍ରିମିୟର ଲିଗ୍ ମାଲିକାନା ହାସଲ ପାଇଁ ଚାଲିଥିବା ବିଡରେ ନୂଆ ରେକର୍ଡ କରିଛି ବିସିସିଆଇ । ଏହି ୫ଟି ଟିମକୁ ୪ ହଜାର ୬୭୦ କୋଟିରେ ବିକ୍ରି କରିଛି ବିସିସିଆଇ । ତେବେ ଏହି ବିଡିଂ ପୁରୁଷ ଆଇପିଏଲ ୨୦୦୮ର ରେକର୍ଡକୁ ଭାଙ୍ଗି ଦେଇଛି । ୨୦୦୮ ପୁରୁଷ ଆଇପିଏଲର ପ୍ରଥମ ସଂସ୍କରଣ ବେଳେ ବିଡିଂରୁ ଯେତିକି ଟଙ୍କା ମିଳିଥିଲା,ତା’ଠାରୁ ଅଧିକ ଟଙ୍କା ମହିଳା ପ୍ରିମିୟର ଲିଗ୍‌ରୁ ମିଳିଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା । ଜୟ ଶାହା ଟ୍ୱିଟ୍ କରି କହିଛନ୍ତି କି ଆଜି କ୍ରିକେଟ ପାଇଁ ଆଜି ଏକ ଐତିହାସିକ ଦିନ । ଆମେ ପାଞ୍ଚଟି ଟିମ୍ ନିଲାମୀରୁ ୪୬୬୯.୯୯ କୋଟି ଟଙ୍କା ପାଇଛୁ । ଏହା ମହିଳା କ୍ରିକେଟରେ ବୈପ୍ଳବିକ ପରିବର୍ତ୍ତନ । ଏହା କେବଳ ମହିଳା କ୍ରିକେଟ ନୁହେଁ ପୂରା କ୍ରୀଡା ଜଗତକୁ ନୂଆ ଦିଗଦର୍ଶନ ଦେବ ବୋଲି ଜୟ ଶାହା କହିଛନ୍ତି ।

ଏହି ମହିଳା ଟି-୨୦ ଟୁର୍ଣ୍ଣାମେଣ୍ଟର ନାଁ WPL ରଖାଯାଇଛି । ଏହି ବିଡିଂରେ ଅହମଦାବାଦ ଫ୍ରାଞ୍ଚାଇଜକୁ ଅଦାନୀ ସ୍ପୋର୍ଟସ ଲାଇନ ପ୍ରାଇଭେଟ୍‌ ଲିମିଟେଡ ୧୨୮୯ କୋଟି ଟଙ୍କାରେ କିଣିଛି । ସେହିପରି ମୁମ୍ବାଇ ଟିମକୁ ଇଣ୍ଡିଆ ଓ୍ୱିନ୍ ସ୍ପୋର୍ଟସ ପ୍ରାଇଭେଟ୍ ଲିମିଟେଡ୍ ୯୧୨.୯୯ କୋଟି, ବେଙ୍ଗାଲୁରୁ ଫ୍ରାଞ୍ଚାଇଜକୁ ରୟାଲ ଚ୍ୟାଲେଞ୍ଜର୍ସ ସ୍ପୋର୍ଟସ ପ୍ରାଇଭେଟ୍ ଲିମିଟେଡ୍ ୯୦୧ କୋଟି, ଦିଲ୍ଲୀ ଫ୍ରାଞ୍ଚାଇଜକୁ ଜେଏସଡବ୍ଲ୍ୟୁ ଜିଏମଆର କ୍ରିକେଟ ପ୍ରାଇଭେଟ୍ ଲିମିଟେଡ୍ ୮୧୦ କୋଟି ଓ ଲକ୍ଷ୍ନୌ ଫ୍ରାଞ୍ଚାଇଜକୁ କାପ୍ରୀ ଗ୍ଲୋବାଲ ହୋଲଡିଂ ପ୍ରାଇଭେଟ୍ ଲିମିଟେଡ ୭୫୭ କୋଟିରେ କିଣିଛି ।

 

‘ୟୁଥ୍ ଫର୍ ୱାଟର ପ୍ଲସ୍’ ଅଭିଯାନର ମାସ୍କଟ ଏବଂ ନୂଆ ଲୋଗୋ ଉନ୍ମୋଚନ

ଭୁବନେଶ୍ୱର: ୟୁନିସେଫ୍ ନେତୃତ୍ୱରେ ପରିଚାଳିତ ‘ୟୁଥ୍ ଫର୍ ୱାଟର ପ୍ଲସ୍’ ଅଭିଯାନର ମାସ୍କଟ ଏବଂ ନୂଆ ଲୋଗୋ ଉନ୍ମୋଚନ ହୋଇଛି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମସ୍ଥିତ ‘ଅଲିସ୍ ଲ୍ୟାଣ୍ଡ’ଠାରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ଏହାର ଉନ୍ମୋଚନ କରାଯାଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବେ ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଜ୍ଞାନ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାସ୍କଟ ଏବଂ ଲୋଗା ଉନ୍ମୋଚନ କରିଥିଲେ । ଏହି ଅବସରରେ ଅତିଥିମାନେ ୟୁନିସେଫ୍ ଏବଂ ଏହି ଅଭିଯାନ ସହିତ ଯୋଡ଼ି ହୋଇଥିବା ସମସ୍ତ ପାର୍ଟନରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଯୁବ ଗୋଷ୍ଠୀଙ୍କ ଭିତରେ ଜଳ ସଂରକ୍ଷଣ, ପରିମଳ ଏବଂ ପରିବେଶ ସୁରକ୍ଷା ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ‘ୟୁଥ୍ ଫର୍ ୱାଟର ପ୍ଲସ୍’ ଅଭିଯାନ କରାଯାଉଛି । ଏହି କାର୍ଯ୍ୟକ୍ରମର ମାସ୍କଟର ନାଁ ରହିଛି – ‘ଜଲି’, ଯାହାକି ‘ଜଳ’ ଶବ୍ଦରୁ ନିଆଯାଇଛି । ଏହି ଅବସରରେ ‘ୟୁଥ୍‌ ଫର୍‌ ୱାଟର ପ୍ଲସ’ ଅଭିଯାନର ଯାତ୍ରା ଉପରେ ଆଧାରିତ ଏକ ଭିଡିଓ ପ୍ରଦର୍ଶନ କରାଯାଇଥିଲା ।

’ଆମ ଯୁବପିଢ଼ିଙ୍କ ପାଖରେ ଅସୀମ ଶକ୍ତି, ସାମର୍ଥ୍ୟ ଓ ଉତ୍ସାହ ରହିଛି । ତେଣୁ ଆଗାମୀ କାଲିର ପୃଥିବୀର ପରିକଳ୍ପନା ବେଳେ ସେମାନଙ୍କର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଜଳ ସଂରକ୍ଷଣ ସହିତ ଜଳବାୟୁ ପରିବର୍ତ୍ତନର ମୁକାବିଲା ଭଳି ପ୍ରମୁଖ ବିଷୟରେ ଆମକୁ ସେମାନଙ୍କୁ ପ୍ରସ୍ତୁତ କରିବାକୁ ହେବ । ‘ୟୁଥ୍ ଫର୍ ୱାଟର ପ୍ଲସ୍’ ଅଭିଯାନ ଅଧିକରୁ ଅଧିକ ଯୁବପିଢ଼ିଙ୍କୁ ଏ ଦିଗରେ ଯୋଡ଼ି ବ୍ୟାପକ ପଦକ୍ଷେପ ନେବା ବେଶ୍ ଖୁସିର ବିଷୟ ବୋଲି କହିଛନ୍ତି ଡକ୍ଟର ଦିଲ୍ଲୀପ ତିର୍କୀ ।

ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏହି ଅଭିଯାନରେ ପ୍ରମୁଖ ପାର୍ଟନର ଭାବେ ଯୋଡ଼ି ହୋଇଛି । ଏହି କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ପ୍ରଦୀପ ଜେନା ଏକ ଭିଡିଓ ମାଧ୍ୟମରେ ‘ୟୁଥ୍ ଫର୍ ୱାଟର ପ୍ଲସ୍’ ଅଭିଯାନର ସଫଳତା କାମନା କରିଛନ୍ତି ।

ବୁଧବାର ଦିନ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ମାସ୍କଟ ‘ଜଲି’। ଟିମ୍ ଇଣ୍ଡିଆର ଜର୍ସି ପିନ୍ଧି ଗୋଟିଏ ହାତରେ ହକି ଷ୍ଟିକ୍ ଧରିଥିବା ‘ଜଲି’ ହକି ବିଶ୍ୱକପର ମାସ୍କଟ ‘ଅଲି’ ସହ ସେଲଫି ନେଇଥିଲା । ଉପସ୍ଥିତ ଅତିଥି, ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି, ସ୍ୱେଚ୍ଛାସେବୀ ଏବଂ ଛାତ୍ରଛାତ୍ରୀମାନେ ‘ଜଲି’ ଏବଂ ‘ଅଲି’ ସହିତ ବେଶ୍ ଉତ୍ସାହରେ ଫଟୋ ଉଠାଇଥିଲେ ।

ଏହି କାର୍ଯ୍ୟକ୍ରମରେ ୟୁନିସେଫ୍‌ ଓଡ଼ିଶାର ଅଫିସିଏଟିଙ୍ଗ ଇନଚାର୍ଜ ଡକ୍ଟର ସୁଗତ ରାୟ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ୟୁନିସେଫ୍‌ ଓଡ଼ିଶାର ଜଳ ଓ ପରିମଳ ବିଶେଷଜ୍ଞ ସିପ୍ରା ସକ୍ସେନା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଚିଫ୍‌ ଜେନେରାଲ ମ୍ୟାନେଜର ସବ୍ୟସାଚୀ ହୋତା ଅତିଥି ଭାବେ ଯୋଗ ଦେଇଥିଲେ। ଶେଷରେ ୟୁନିସେଫ୍‌ ଓଡ଼ିଶାର ରିସ୍କ ଏବଂ ରେଜିଲେନ୍ସ ବିଶେଷଜ୍ଞ ଓମକାର ଓନିଏଲ ଖରେ ଧନ୍ୟବାଦ ଦେଇଥିଲେ।

ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱ ପାଇଁ ଆଜି ବଡ଼ ଆହ୍ୱାନ ସୃଷ୍ଟି କରିଛି । ତେଣୁ ଏ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଫଳରେ ଆମେ ସାନ ସାନ ପିଲା ଏବଂ ଯୁବପିଢ଼ିଙ୍କ ଜୀବନ ଧାରଣର ମାନକୁ ଉନ୍ନତ କରିପାରିବା । ଏହା ସହିତ ଯୁବପିଢ଼ିଙ୍କୁ ବିଶେଷଜ୍ଞଙ୍କ ସହ ଯୋଡ଼ି ଜଳ ଓ ପରିବେଶ ସଂରକ୍ଷଣ ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସେମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ । ଫଳରେ ଆଗାମୀ ଦିନରେ ସମାଜରେ ବିଭିନ୍ନ ପଦକ୍ଷେପ ନିଆଯିବା ବେଳେ ଯୁବପିଢ଼ି ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ବୋଲି କହିଛନ୍ତି ୟୁନିସେଫ୍‌ ଓଡ଼ିଶାର ଜଳ ଓ ପରିମଳ ବିଶେଷଜ୍ଞ ସିପ୍ରା ସକ୍ସେନା।

‘ୟୁଥ୍ ଫର୍ ୱାଟର ପ୍ଲସ୍’ ଅଭିଯାନ ଏହି ଲକ୍ଷ୍ୟ ସହିତ ରାଜ୍ୟର ଲକ୍ଷ ଲକ୍ଷ ଯୁବକ ଯୁବତୀ ଓ ଛାତ୍ରଛାତ୍ରୀଙ୍କୁ ଯୋଡ଼ି ପାରିଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ୟୁନିସେଫ୍ ସହିତ ବିଭିନ୍ନ ସରକାରୀ ବିଭାଗ, ସ୍ୱେଚ୍ଛାସେବୀ ସଙ୍ଗଠନ, କର୍ପୋରେଟ୍‌, ମିଡିଆ ଏବଂ ଶିକ୍ଷା ଅନୁଷ୍ଠାନ ଆଦି ସହଯୋଗୀ ଅନୁଷ୍ଠାନ ଭାବେ ଆଗେଇ ଆସିଛନ୍ତି ।

 

 

ସୂର୍ଯ୍ୟ କୁମାର ଯାଦବ ଜିତିଲେ ICCର ଶ୍ରେଷ୍ଠ ଟି-୨୦ କ୍ରିକେଟର

ନୂଆଦିଲ୍ଲୀ: ICC ଟି-୨୦ ପୁରୁଷ ବର୍ଗରେ ଶ୍ରେଷ୍ଠ କ୍ରିକେଟର ଅଫ୍ ଦି ଇୟର ପୁରସ୍କାର ଜିତିଲେ ସୂର୍ଯ୍ୟ କୁମାର ଯାଦବ । ଇଂଲଣ୍ଡର ସାମ୍ କରନ ଓ ଜିମ୍ବାଓ୍ୱେର ସିକନ୍ଦର ରାଜାଙ୍କୁ ପଛରେ ପକାଇ ଏହି ପୁରସ୍କାର ଜିତିଛନ୍ତି ସୂର୍ଯ୍ୟ କୁମାର । ଏନେଇ ଆଜି ଆଇସିସି ବିଧିବଦ୍ଧ ଭାବେ ଘୋଷଣ କରିଛି ।

ସୂର୍ଯ୍ୟ କୁମାର ଯାଦବ ୨୦୨୨ରେ ଟି-୨୦ରେ ଦମଦାର ପ୍ରଦର୍ଶନ କରିଥିଲେ । ବିଶେଷ କରି ଅଷ୍ଟ୍ରେଲିଆରେ ଖେଳାଯାଇଥିବା ବିଶ୍ୱକପରେ ଜଲଓ୍ୱା ଦେଖାଇଥିଲେ ସୂର୍ଯ୍ୟ କୁମାର । କେବଳ ବିଶ୍ୱକପ୍ ନୁହେଁ ଦ୍ୱିପାକ୍ଷିକ ସିରିଜରେ ମଧ୍ୟ ଦମଦାର ଫର୍ମ ଜାରି ରଖିଥିଲେ । ନିଜର ଦମଦାର ପ୍ରଦର୍ଶନ ପାଇଁ ସେ ଟି-୨୦ ରାଙ୍କିଂରେ ୧ ନମ୍ବର ସ୍ଥାନ ପାଇଥିଲେ । ୨୦୨୨ରେ ସୂର୍ଯ୍ୟ କୁମାର ଟି-୨୦ରେ ମୋଟ ୧୧୬୪ ରନ୍ କରିଥିଲେ । ଏହି ପ୍ରଦର୍ଶନ ପାଇଁ ତାଙ୍କୁ ଆଇସିସି ଶ୍ରେଷ୍ଠ ଟି-୨୦ କ୍ରିକେଟର ପୁରସ୍କାର ଦିଆଯାଇଥିଲା ।

ଏହି ପୁରସ୍କାର ରେସରେ ସୂର୍ଯ୍ୟ କୁମାରଙ୍କ ବ୍ୟତୀତ ଜିମ୍ବାୱେର ସିକନ୍ଦର ରାଜା, ଇଂଲଣ୍ଡର ସାମ୍ କରନ ପାକିସ୍ତାନର ମହମ୍ମଦ ରିଜୱାନ ରହିଥିଲେ । ତେବେ ଏମାନଙ୍କୁ ପଛରେ ପକାଇ ଶ୍ରେଷ୍ଠ ପୁରସ୍କାର ଜିତିଲେ ସୂର୍ଯ୍ୟ କୁମାର ଯାଦବ ।

ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ, ବଡ଼ସିଂହାର ପରେ ପଦ୍ମ ବେଶରେ ସଜ୍ଜିତ ହେବେ ଶ୍ରୀଜିଉ

ପୁରୀ: ଆଜି ମହାପ୍ରଭୁଙ୍କ ଆଜି ପବିତ୍ର ପଦ୍ମବେଶ । ମାଘ ମାସ ଅମାବାସ୍ୟାଠାରୁ ଶ୍ରୀ ପଞ୍ଚମୀ ମଧ୍ୟରେ ପ୍ରଥମ ବୁଧବାର ଅନୁଷ୍ଠିତ ହୋଇଥାଏ ମହାପ୍ରଭୁଙ୍କ ଅତୀବ ରାମଣୀୟ ପଦ୍ମବେଶ । ବଡ଼ଛତା ମଠ ପକ୍ଷରୁ ପ୍ରତିବର୍ଷ ଏହି ବେଶ ଯୋଗାଇ ଦିଆଯାଇଥାଏ । ସୋଲ, କଦଳୀ ପାଟୁକା, ଜରି, ଜମ୍ବୁରା ଆଦି ପାରମ୍ପରିକ ରଙ୍ଗ ଓ ଅଠା ବ୍ୟବହାର କରାଯାଇ ଏହି ବେଶ ପ୍ରସ୍ତୁତ କରାଯାଇଥାଏ  । ଏହି ବେଶ ପ୍ରସ୍ତୁତ କାରୀ ହବିଷଅର୍ଣ୍ଣ ଭକ୍ଷଣ କରି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ଓ ଭକ୍ତି ଭାବ ରଖି ଏହି ବେଶ ନିର୍ମାଣ କରିଥାନ୍ତି ।

ବଡ଼ସିଂହାର ବେଶରେ ଠାକୁରମାନଙ୍କୁ ଏହି ବେଶ କରାଯିବ । ଏହି ବେଶ ପରେ ମହାପ୍ରଭୁଙ୍କ ନିକଟରେ ଖିରି ଓ ଅମାଲୁ ଭୋଗ କରାଯିବ । ପଦ୍ମବେଶ ଥାଇ ଶ୍ରୀଜିଉମାନେ ପହୁଡ଼ ହେବାର ପରମ୍ପରା ରହିଛି । ପରଦିନ ମଙ୍ଗଳା ଆଳତୀ ପର୍ଯ୍ୟନ୍ତ ମହାପ୍ରଭୁ ଏହି ବେଶରେ ଭକ୍ତଙ୍କୁ ଦର୍ଶନ ଦେବାକୁ ପରମ୍ପରା ରହିଥିବା ବେଳେ ଭକ୍ତମାନେ ମହାପ୍ରଭୁଙ୍କୁ ପଦ୍ମ ବେଶରେ ଦର୍ଶନ କରିପାରିବେ  । ତେବେ ଅବକାଶ ନୀତି ବଢିବା ପରେ ବେଶ ଓଲାଗି କରାଯିବ । ଭକ୍ତ ମନହର ଦାଶର ମନବାଞ୍ଛା ପୂର୍ଣ୍ଣ କରିବା ପାଇଁ ମହାପ୍ରଭୁ ଏହି ବେଶ ଧାରଣ କରିଥିବାରୁ ପୌରାଣିକ ମତ ଅନୁଯାୟୀ ମହାପ୍ରଭୁଙ୍କ ଏହି ଅନନ୍ୟ ବେଶକୁ ପଦ୍ମ ବେଶ କରାଯାଇଥାଏ । ସେହିପରି ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପଦ୍ମ ବେଶ ନିମିତ୍ତ ଭକ୍ତ ଚିନ୍ତାମଣି ଦାଶ ପଦ୍ମଫୁଲ ସଂଗ୍ରହ କରି ମହାପ୍ରଭୁଙ୍କୁ ଆଜି ଅର୍ପଣ କରିଛନ୍ତି ।

ଖରାପ ପାଗ ଯୋଗୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ହେଲିକପ୍ଟରର ଜରୁରୀ ଅବତରଣ

ଚେନ୍ନାଇ: ଆର୍ଟ ଅଫ ଲିଭିଂ ଗୁରୁ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ହେଲିକପ୍ଟରର ଜରୁରୀ ଅବତରଣ । ତାମିଲନାଡ଼ୁ ଏରୋଡର ସାଥିଆମଙ୍ଗଳମ ନିକଟସ୍ଥ ଉକିନିୟାମରେ ଜରୁରୀ ଅବତରଣ କଲା ହେଲିକପ୍ଟର । ଏକ ହେଲିକପ୍ଟରରେ ଶ୍ରୀ ଶ୍ରୀ ରବି ଶଙ୍କର ଓ ଅନ୍ୟ ୩ ଜଣ ଯାତ୍ରା କରୁଥିବାବେଳେ ଘନ କୁହୁଡ଼ି ଓ ଖରାପ ପାଗ ଯୋଗୁ ସେଠାରେ ପୂର୍ବାହ୍ନ ୧୦ଟା ୪୦ରେ ହେଲିକପ୍ଟରର ଜରୁରୀ ଅବତରଣ କରାଯାଇଥିଲା । ପ୍ରାୟ ୫୦ ମିନଟ ପରେ ପାଗ ଅନୁକୂଳ ହେବା ପରେ ରବି ଶଙ୍କର ପୁଣି ଯାତ୍ରା କରିଥିଲେ । ଏକ ଘରୋଇ ହେଲିକପ୍ଟରରେ ରବିଶଙ୍କର ବାଙ୍ଗାଲୋର ତିରୁପୁର ଗସ୍ତରେ ଯାଉଥିଲେ । ତେବେ କୁହୁଡ଼ି ଯୋଗୁ ଯାତ୍ରା ବାଧାପ୍ରାପ୍ତ ହୋଇଥିଲା ।

ଭାରତ ଉପରେ ଆଣବିକ ଆକ୍ରମଣ ଲାଗି ଯୋଜନା କରିଥିଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ଉପରେ ଆଣବିକ ଆକ୍ରମଣ ଲାଗି ପାକିସ୍ତାନ କରିଥିଲା ଯୋଜନା । ୨୦୧୯ ଫେବ୍ରୁଆରୀରେ ବାଲକୋଟ ସର୍ଜିକାଲ ଷ୍ଟ୍ରାଇକ ପରେ ଆଣବିକ ଆକ୍ରମଣ ଲାଗି ପାକିସ୍ତାନ ଯୋଜନା କରିଥିଲା । ସମ୍ଭାବ୍ୟ ଆକ୍ରମଣ ପ୍ରସଙ୍ଗରେ ଆମେରିକାର ତତକାଳୀନ ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓଙ୍କୁ କହିଥିଲେ ତତକାଳୀନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ । ତେବେ କଠିନ ଉଦ୍ୟମ ପରେ ବିବାଦର ସମାଧାନ ହୋଇଥିଲା ବୋଲି ଖୁଲାସା କରିଛନ୍ତି ପମ୍ପିଓ । ପମ୍ପିଓଙ୍କ ପକ୍ଷରୁ ଲିଖିତ ନେଭର ଗିଭ ଆନ୍ ଇଞ୍ଚ- ଫାଇଟିଂ ଫର୍ ଦି ଆମେରିକା ଆଇ ଲଭ୍ ପୁସ୍ତକରେ ସେ କହିଛନ୍ତି ୨୦୧୯ରେ ସେ ଏକ ସମ୍ମିଳନୀ ଲାଗି ଭିଏତନାମର ହାନୋଇରେ ଥିଲେ । ବାଲକୋଟ ସର୍ଜିକାଲ ଷ୍ଟ୍ରାଇକ ପରେ ପାକିସ୍ତାନର ଆଣବିକ ଆକ୍ରମଣକୁ ନେଇ ସୁଷମା ସ୍ବରାଜ ସୂଚନା ଦେବା ପରେ ନୂଆଦିଲ୍ଲୀ ଓ ଇସଲାମାବାଦ ମଧ୍ୟରେ ବିବାଦର ସମାଧାନ ଲାଗି କଠିନ ଉଦ୍ୟମ କରାଯାଇଥିଲା ।

ଗତ ୨୦୧୯ ଫେବ୍ରୁଆରୀରେ ପୁଲଓ୍ବାମା ଆତଙ୍କୀ ଆକ୍ରମଣରେ ୪୦ ଜଣ ସିଆରପିଏଫ ଯବାନ ପ୍ରାଣ ହରାଇବା ଜବାବରେ ପାକିସ୍ତାନର ବାଲକୋଟସ୍ଥିତ ଜୈସ-ଏ-ମହମ୍ମଦ ସଂଗଠନର ଏକ ପ୍ରଶିକ୍ଷଣ ଶିବିରରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲା ଭାରତ । ଭାରତ ଓ ପାକିସ୍ତାନ ମଧ୍ୟରେ ଏହାକୁ ନେଇ ସେହି ସମୟରେ ଚାଲିଥିବା ବିବାଦର ସମାଧାନ ଲାଗି ତାଙ୍କୁ ହାନୋଇରେ ଅନେକ ପରିଶ୍ରମ କରିବାକୁ ପଡ଼ିଥିଲା ଯାହାକୁ ଆଜି ବି ସେ ଭୁଲି ପାରୁନାହାନ୍ତି ବୋଲି କହିଛନ୍ତି ପମ୍ପିଓ । ପାକିସ୍ତାନର ଆତଙ୍କବାଦୀ ପ୍ରଶିକ୍ଷଣ ଶିବିରରେ ସର୍ଜିକାଲ ଷ୍ଟ୍ରାଇକ ପରେ ପାକିସ୍ତାନ ପକ୍ଷରୁ ଭାରତର ଏକ ବିମାନକୁ ଖସାଇ ଦିଆଯାଇଥିଲା ଏବଂ ପାଇଲଟଙ୍କୁ ବନ୍ଦୀ କରିଥିଲା । ସେ କହିଛନ୍ତି- ପାକିସ୍ତାନ ପକ୍ଷରୁ ସମ୍ଭାବ୍ୟ ଆଣବିକ ଆକ୍ରମଣ ପ୍ରସଙ୍ଗରେ ତତକାଳୀନ ଜାତୀୟ ନିରାପତ୍ତା ପରାମର୍ଶଦାତା ଜନ ବୋଲଟନ, ପାକିସ୍ତାନର ପୂର୍ବତନ ସେନାମୁଖ୍ୟ ଜେନେରାଲ କାମର ଜାଭେଦ ସହ ଆଲୋଚନା କରିଥିଲେ । ପରେ ବିବାଦର ସମାଧାନ ହୋଇଥିଲା ବୋଲି ସେ କହିଛନ୍ତି ।

ବିନାଶ ମୁହାଁ ବିଶ୍ବ ; ଡୁମ୍ସଡେ କ୍ଲକରୁ ୧୦ସେକେଣ୍ଡ କମ୍ କରିଛନ୍ତି ବୈଜ୍ଞାନିକ

ନୂଆଦିଲ୍ଲୀ: ବିନାଶ ମୁହାଁ ବିଶ୍ବ । ଆଉ ଅଳ୍ପ ଦୂରରେ ବିଧ୍ବଂସ । ଡୁମ୍ସଡେ କ୍ଲକରୁ ୧୦ସେକେଣ୍ଡ କମ୍ କରିଛନ୍ତି ବୈଜ୍ଞାନିକ । ତିନି ବର୍ଷ ଧରି ଡୁମ୍ସଡେ କ୍ଲକରେ ପୃଥିବୀ ଧ୍ବଂସ ହେବାକୁ ଆଉ ଶହେ ସେକେଣ୍ଡ ରହିଥିବା ବେଳେ ୨୦୨୩ରେ ଏଥିରୁ ୧୦ସେକେଣ୍ଡ କମାଇ ଦିଆଯାଇଛି । ଘଣ୍ଟାରେ ସମୟ ଯେତେ କମିବ ପରାମାଣୁ ଯୁଦ୍ଧ ଆଡକୁ ପୃଥିବୀ ସେତେ ଆଗକୁ ବଢ଼ିବ ବୋଲି ପରମାଣୁ ବୈଜ୍ଞାନିକ କହିଛନ୍ତି ।

ଆମେରିକାର ଓ୍ବାସିଂଟନ ଡିସିରେ ବାର୍ଷିକ ଡୁମ୍ସଡେ କ୍ଲକର ଘୋଷଣା କରି ପୃଥିବୀ ବିଧ୍ବଂଶ ଆଡକୁ ବଢୁଛି ବୋଲି ବୈଜ୍ଞାନିକ କହିଛନ୍ତି । ୧୯୪୭ରୁ ଚାଲୁଥିବା ଏହି ଘଣ୍ଟା ବିନାଶଠାରୁ ପୃଥିବୀ କେତେ ଦୂରରେ ଅଛି ତାହା ଜଣାଇଥାଏ । ବୁଲେଟିନ ଅଫ ଦି ଆଟୋମିକ ସାଇଣ୍ଟିଷ୍ଟରେ ଋଷ-ୟୁକ୍ରେନ ଯୁଦ୍ଧ, କୋଭିଡ ମହାମାରୀ, ଜଳବାୟୁ ପରିବର୍ତ୍ତନ ଆଦିକୁ ବଡ଼ ସଙ୍କଟ ବୋଲି କହିଛନ୍ତି ।

ଗତ ତିନି ବର୍ଷ ଧରି ଘଣ୍ଟାରେ ମଧ୍ୟରାତ୍ର ହେବାକୁ ଶହେ ସେକେଣ୍ଡ ଥିବା ବେଳେ ଏବର୍ଷ ସେଥିରୁ ୧୦ସେକେଣ୍ଡ କମ୍ କରିଛନ୍ତି ପରମାଣୁ ବିଜ୍ଞାନୀ । ବିଶ୍ବ ଏବେ ଅଦ୍ଭୁତପୂର୍ବ ସଙ୍କଟର ସାମ୍ନା କରୁଛି । ଡୁମ୍ସଡେ କ୍ଲକରେ ସମୟ ବଢ଼ାଇବା ପାଇଁ ଋଷ-ୟୁକ୍ରେନ ଯୁଦ୍ଧର ସମାଧାନ ଯଥାଶୀଘ୍ର ବାହାର କରିବାକୁ ପରାମର୍ଶ ଦେଇଛନ୍ତି ବୁଲେଟିନ ଅଫ ଆଟୋମିକ ସାଇଣ୍ଟିଷ୍ଟର ସିଇଓ ରଚେଲ ବ୍ରୋନସନ ।

ଭାରତୀୟ ସୈନ୍ୟ ଏଣିକି ଉଡ଼ିବେ ଶୂନ୍ୟରେ, ଆସିବ ଜେଟପ୍ୟାକ ସୁଟ୍

ନୂଆଦିଲ୍ଲୀ: ହାଇଟେକ ମୋଡରେ ଭାରତୀୟ ସେନା । ଭାରତୀୟ ସୈନ୍ୟ ଏଣିକି ଉଡିବେ ଶୂନ୍ୟରେ । ସେମାନଙ୍କ ଲାଗି ଆସିବ ଜେଟପ୍ୟାକ ସୁଟ୍ । ଏହି ସୁଟ୍ ବଳରେ ସେମାନେ ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରେ ଉଡିପାରିବେ । ଏନେଇ ପ୍ରାଥମିକ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ୪୮ଟି ଜେଟପ୍ୟାକ ସୁଟ, ୧୦୦ଟି ରୋବୋଟିକ ମ୍ୟୁଲ, ୧୩୦ଟି ନ୍ୟୁଜେନେରେସନ ଟିଥର୍ଡ ଡ୍ରୋନ ସିଷ୍ଟମ ହାସଲ ଲାଗି ନିଆଯାଇଛି ପଦକ୍ଷେପ ।

ଫାଷ୍ଟଟ୍ରାକ ପ୍ରସିଡ୍ୟୁର ପ୍ରକ୍ରିୟାରେ ଏହା ହାସଲ ହେବ । ମଡର୍ଣ୍ଣ ପ୍ରପଲସନ ସିଷ୍ଟମ ଅନୁସାରେ ଏହି ସୁଟଗୁ଼ଡ଼ିକ ପ୍ରସ୍ତୁତ ହେବ । ଏହି ସୁଟ୍ ଜରିଆରେ ସହଜରେ ଉଡାଣ ଓ ଲ୍ୟାଣ୍ଡିଂ ସମ୍ଭବ ହୋଇପାରିବ । ସେହିପରି ୧୦ ହଜାର ଫୁଟ ଉଚ୍ଚରେ ୪ ପାଦ ବିଶିଷ୍ଟ ରୋବୋଟିକ ମ୍ୟୁଲ କାର୍ଯ୍ୟକରିବ । ବିଭିନ୍ନ ପରିବସ୍ଥିତିରେ ସ୍ବୟଂକ୍ରିୟ ଭାବେ ଏହି ମ୍ୟୁଲ ଗତି କରିପାରିବ ।

ଏହାକୁ ବି ସହଜରେ ଉଦ୍ଧାର କରାଯାଇପାରିବ । ବିଭିନ୍ନ ପ୍ରତିବନ୍ଧକକୁ ଏଡ଼ାଇବା କ୍ଷମତା ଏହା ନିକଟରେ ରହିଛି । ଆର୍ମେନିଆ- ଆଜରବୈଜାନ, ଋଷ-.ୟୁକ୍ରେନ ଯୁଦ୍ଧରୁ ମିଳିଥିବା ଅନୁଭୂତି ଅନୁସାରେ ଏହି ସାମଗ୍ରୀ ହାସଲ କରାଯିବ । ଏହା ସହ କାମିକାଜେ ଡ୍ରୋନ, ଆର୍ମଡ ଡ୍ରୋନ ସ୍ବାର୍ମ, ଲଜିଷ୍ଟିକ୍ସ ଡ୍ରୋନ, ସର୍ଭେଲାନ୍ସ କ୍ରାଡକପ୍ଟର ଆଦି ମଧ୍ୟ ହାସଲ କରିବା ଲାଗି ଯୋଜନା କରାଯାଇଛି ।