spot_img
Home Blog Page 350

ଫିଲିପିନ୍ସରେ ସାମୁଦ୍ରିକ ଝଡ଼ ରାଗାସାର ତାଣ୍ଡବ

ନନ୍ଦିଘୋଷ ବ୍ୟୁରୋ : ଫିଲିପିନ୍ସରେ ସାମୁଦ୍ରିକ ଝଡ଼ ରାଗାସାର ତାଣ୍ଡବ। ସୁପର ଟାଇଫୁନ ବୋଲାଉଥିବା ରାଗାସା ଲିପିନ୍ସରେ ତାଣ୍ଡବ ରଚିଛି। ଶକ୍ତିଶାଳୀ ସାମୁଦ୍ରିକ ଝଡ଼ରେ ୩ ଜଣଙ୍କ ମୃତ୍ୟୁ ହୋଇଥିବେଳେ ଧ୍ଵଂସସ୍ତୁପ ପାଲଟିଛି ଫିଲିପିନ୍ସ। ଏହାର ପ୍ରଭାବରେ ହଂକଂରେ ୭୦୦ ବିମାନକୁ ବାତିଲ କରିଛି ସେଠାକାର ପ୍ରଶାସନ। ହଂକଂ ଏବଂ ମାକାଉରେ ସ୍କୁଲ ବନ୍ଦ କରିଦିଆଯାଇଛି। ସୁପର ଟାଇଫୁନ୍ ରାଗାସା ଆହୁରି ବଳ ଗୋଟାଏ ଚୀନ ଆଡ଼କୁ ମାଡି ଆସୁଛି।

ସୁରକ୍ଷା ଦୃଷ୍ଟିରୁ ୪ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଚୀନ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଉତ୍ତର ଫିଲିପାଇନ୍ସ ଦେଇ ଅତିକ୍ରମ ପରେ ସୁପର ଟାଇଫୁନ୍ ରାଗାସା ହଂକଂ ନିକଟକୁ ଆସୁଥିବାରୁ ଏହାର ତୀବ୍ରତା ବଜାୟ ରଖିଛି। ହଂକଂ କର୍ତ୍ତୃପକ୍ଷ ପକ୍ଷରୁ ସର୍ବାଧିକ ଟାଇଫୁନ୍ ଚେତାବନୀ ଜାରି କରାଯାଇଛି। ଆଜି ସନ୍ଧ୍ୟାରୁ ଗୁରୁତର ଭାବେ ବାଧାପ୍ରାପ୍ତ ହେବା ଆଶଙ୍କା କରାଯାଉଛି। ଫିଲିପିନ୍ସ ପାଣିପାଗ ସଂସ୍ଥା ଅନୁଯାୟୀ ଚଳିତ ବର୍ଷ ରାଗାସାକୁ ବିଶ୍ଵର ସବୁଠାରୁ ଶକ୍ତିଶାଳୀ ବୋଲି ବର୍ଣ୍ଣନା କରାଯାଉଛି। ସର୍ବାଧିକ ୧୮୫କିଲୋମିଟର ଘଣ୍ଟାପ୍ରତି ବେଗରେ ପବନ ବହିଥିଲା। ପବନର ଗତି ଘଣ୍ଟାପ୍ରତି ୨୩୦ କିମି ବେଗରେ ବହିବା ସମ୍ଭାବନା ରହିଛି। ଚୀନ ଉପକୂଳ ଆଡକୁ ଆସୁଥିବା ସମୟରେ ଟାଇଫୁନ୍ ଟି ସାମାନ୍ୟ ଦୁର୍ବଳ ହେବା ଅନୁମାନ କରାଯାଉଛି। ତେବେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଏହାର ବର୍ତ୍ତମାନର ଶକ୍ତି ବଜାୟ ରଖିବ ବୋଲି ପୂର୍ବାନୁମାନ କରାଯାଇଛି।

ବେଟିଂ ଆପରେ ବେଆଇନ ଅର୍ଥ ଚାଲାଣ ମାମଲା : EDରେ ହାଜର ହେଲେ ପୂର୍ବତନ କ୍ରିକେଟର ଯୁବରାଜ ସିଂ

ନନ୍ଦିଘୋଷ ବ୍ୟୁରୋ : ଅନଲାଇନ ବେଟିଂ ଆପ 1xBet ଜରିଆରେ ବେଆଇନ ଅର୍ଥ ଚାଲାଣ ମାମଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିକଟରେ ହାଜର ହେଲେ ପୂର୍ବତନ କ୍ରିକେଟର ଯୁବରାଜ ସିଂ। ଏହି ମାମଲାରେ ଆସନ୍ତା କାଲି ଅଭିନେତା ସୋନୁ ସୁଦ ବି ଇଡିରେ ହାଜର ହେବେ ବୋଲି ସୂଚନା ମିଳିଛି। ଗତକାଲି ପୂର୍ବତନ କ୍ରିକେଟର ରବିନ ଉଥାପାଙ୍କୁ ବି ଜେରା କରିଥିଲା ଇଡି। ପିଏମଏଲଏ ଅନୁସାରେ ଏହି ଜେରା ହୋଇଛି। ବର୍ତ୍ତମାନ ସୁଦ୍ଧା ପୂର୍ବତନ କ୍ରିକେଟର ସୁରେଶ ରୈନା, ଶିଖର ଧାୱନ, ଟିଏମସି ଏମପି ଓ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ଓ ବଙ୍ଗାଳୀ ଅଭିନେତା ଅଙ୍କୁଶ ହାଜରାଙ୍କୁ ବି ଜେରା କରିଛି ଇଡି। ବେଟିଂ ପ୍ଲାଟଫର୍ମ ଜରିଆରେ ଅଗଣତି ଲୋକ ଓ ନିବେଶକଙ୍କୁ ପ୍ରତାରିତ କରାଯିବା ସହ ଅର୍ଥ ଠକେଇ କରାଯାଇଥିବା ଅଭିଯୋଗ ହୋଇଥିଲା। ବିଶ୍ବସ୍ତରରେ ୧୮ ବର୍ଷ ଧରି 1xBet ଆପ୍ ନିଜର କାର୍ଯ୍ଯକଳାପ ଚଲାଇଆସିଛି। ୭୦ଟି ଭାଷାରେ ଏହି ଆପ୍ ଉପଲବ୍ଧ ରହିଛି।

ଆମେରିକାରେ ୯୦ ଫୁଟ ଉଚ୍ଚର ଭଗବାନ ହନୁମାନଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ

ନନ୍ଦିଘୋଷ ବ୍ୟୁରୋ : ଆମେରିକା ଟେକ୍ସାସରେ ୯୦ ଫୁଟ ଉଚ୍ଚର ଭଗବାନ ହନୁମାନଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ। ଷ୍ଟାଚ୍ୟୁ ଅଫ ୟୁନିଅନ ନାମରେ ଏହି ପ୍ରତିମୂର୍ତ୍ତିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟିର ଜଣେ ନେତାଙ୍କ ବୟାନ ସୃଷ୍ଟି କରିଛି ତୀବ୍ର ପ୍ରତିକ୍ରିୟା। ଟାରିଫ ଓ ଭିସା ବୃଦ୍ଧି ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ବିଶେଷ ଭଲ ନଥିବାବେଳେ ରିପବ୍ଲିକାନ ନେତାଙ୍କ ଭଗବାନ ବିରୋଧୀ ବୟାନ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଗତବର୍ଷ ଅଗଷ୍ଟରେ ଉଦଘାଟିତ ଏହି ପ୍ରତିମୂର୍ତ୍ତି ସମ୍ପର୍କରେ ରିପବ୍ଲିକାନ ନେତା ଆଲେକଜାଣ୍ଡାର ଡଙ୍କାନ ଆମେରିକାକୁ ଏକ ଖ୍ରୀଷ୍ଟିଆନ ରାଷ୍ଟ୍ର ବୋଲି କହିବା ପରେ ହନୁମାନଙ୍କ ମୂର୍ତ୍ତି ସମ୍ପର୍କରେ କିଛି ଅରୁଚିକର ମନ୍ତବ୍ୟ ଦେଇଥିଲେ। ଏହା ସହ ଟେକ୍ସାସରେ ହିଁ କାହିଁକି ହନୁମାନଙ୍କ ପ୍ରତିମୂର୍ତ୍ତି ନିର୍ମିତ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ବର୍ତ୍ତମାନ ଟେକ୍ସାସରୁ ସିନେଟ ସଦସ୍ୟ ଲାଗି ସେ ନିର୍ବାଚନ ଲଢୁଛନ୍ତି। ଡଙ୍କାନଙ୍କ ଏହି ମନ୍ତବ୍ୟକୁ ବିରୋଧ କରିଛନ୍ତି ହିନ୍ଦୁ ଆମେରିକାନ ଫାଉଣ୍ଡେସନ ଓ ଇଣ୍ଡିଆନ ଆମେରିକାନସ। ଏହା ହିନ୍ଦୁ ବିରୋଧୀ ଓ ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ବୋଲି ଦୁଇ ସଂଗଠନ କହିଛନ୍ତି।

ଲୋକପ୍ରିୟ ଗାୟକ ଜୁବିନ ଗର୍ଗଙ୍କୁ ଅନ୍ତିମ ବିଦାୟ

ନନ୍ଦିଘୋଷ ବ୍ୟୁରୋ : ଲୋକପ୍ରିୟ ଗାୟକ ଜୁବିନ ଗର୍ଗଙ୍କୁ ଅନ୍ତିମ ବିଦାୟ। ୫୨ ବର୍ଷ ବୟସରେ ପରଲୋକ ଗମନ କରିଥିବା ଜୁବିନଙ୍କ ଶେଷକୃତ୍ୟ ସମ୍ପନ୍ନ। ଆସାମ କାମରୂପ ଜିଲ୍ଲାର କମରକୁଚି ଏନସି ଗ୍ରାମରେ ହୋଇଛି ଶେଷକୃତ୍ୟ। ଶେଷ ଦର୍ଶନ ଲାଗି ଲକ୍ଷାଧିକ ଲୋକଙ୍କ ହୋଇଥିଲା ସମାଗମ। ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ଯାଦା ସହ ତାଙ୍କର ହୋଇଛି ଶେଷକୃତ୍ୟ। ଗତ ୧୯ ତାରିଖରେ ସିଙ୍ଗାପୁରରେ ଉତ୍ତର-ପୂର୍ବ ଉତ୍ସବରେ ଯୋଗଦେବାକୁ ଯାଇଥିବା ଜୁବିନ ସ୍କୁବା ଡାଇଭିଂ ବେଲେ ଦୁର୍ଘଟଣାର ସମ୍ମୁଖୀନ ହୋଇ ପ୍ରାଣ ହରାଇଥିଲେ। ଗୁଆହାଟି ମେଡିକାଲ କଲେଜରେ ଦ୍ବିତୀୟ ଥର ଲାଗି ପୋଷ୍ଟ ମର୍ଟମ ପରେ ତାଙ୍କ ମରଶରୀରକୁ ସରସଜାଇ ଷ୍ଟାଡିୟମରେ ରଖାଯାଇଥିଲା। ସେଠାରୁ ସୋନାପୁରକୁ ନିଆଯାଇଛି। ପ୍ରଶଂସକଙ୍କ ଦାବି କ୍ରମେ ଜୁବିନଙ୍କୁ ଦ୍ବିତୀୟ ଥର ଲାଗି ପୋଷ୍ଟମର୍ଟମ କରାଯାଇଥିଲା।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ୩ ଦିନିଆ ଶୋକ ଦିବସ ଘୋଷଣା କରିଛନ୍ତି। ସମସ୍ତ ସରକାରୀ କାର୍ଯ୍ଯକ୍ରମକୁ ବାତିଲ କରାଯାଇଛି। ସଂସ୍କାର ସ୍ଥଳରେ ଏକ ସ୍ମାରକୀ ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି ସରକାର। ଜୁବିନଙ୍କ ଶେଷ ଦର୍ଶନ କରି ପୁଷ୍ପମାଲ୍ଯ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ, ଆସାମ ସାହିତ୍ୟ ସଭା, ନିଖିଳ ଆସାମ ଛାତ୍ର ସଂଘ, ଏଜେୱାଇସିପିର ନେତାମାନେ। ଶେଷକୃତ୍ୟ ସ୍ଥଳୀରେ ଲକ୍ଷାଧିକ ଲୋକ ହୋଇଥିଲେ ସମାଗମ। ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ ଜୁବିନ ଗର୍ଗଙ୍କ ପତ୍ନୀ ଗରିମାଙ୍କ ସମେତ ପରିବାରର ସଦସ୍ୟ। ସେପଟେ ଜୁବିନ ପୋଷିଥିବା ୪ଟି କୁକୁର ବି ଜୁବିନଙ୍କ କରିଥିଲେ ଶେଷ ଦର୍ଶନ। ସେମାନେ ହେଲେ ଇକୋ, ଦିୟା, ରାମ୍ବୋ ଓ ମାୟା। ସେମାନଙ୍କୁ ସରସୁଜାଇ ଷ୍ଟାଡିଅମକୁ ଅଣାଯାଇ ଶେଷ ଦର୍ଶନ କରାଯାଇଥିଲା।

ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି; ବିଜେଡି ଓ ପୋଲିସ ଧସ୍ତାଧସ୍ତି, ପାଣିମାଡ଼, ବହୁ ନେତା ଗିରଫ

ନନ୍ଦିଘୋଷ ବ୍ୟୁରୋ : ବିଧାନସଭା ସମ୍ମୁଖରେ ବିଜେଡି-ପୋଲିସ ଖଣ୍ଡଯୁଦ୍ଧ। ରାଜ୍ୟ ସରକାରଙ୍କ ବିରୋଧରେ ଶୁଭିଛି ଜନଗର୍ଜନ। ଆନ୍ଦୋଳନକାରୀଙ୍କୁ ହଟାଇବା ଲାଗି ପୋଲିସ ପକ୍ଷରୁ ଆନ୍ଦୋଳନରତ କର୍ମୀଙ୍କ ଉପରେ କରାଯାଇଛି ପାଣିମାଡ଼। ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଓ ହଡପ କରିବା ଅଭିଯୋଗରେ ବିଧାନସଭା ଘେରାଉ କରିଛି ବିଜେଡି। ଏଥିରେ ସରପଞ୍ଚ, ୱାର୍ଡମେମ୍ବର, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଗ୍ରାମର ମୁଖିଆ ତଥା ଅନ୍ୟ ଜନ ପ୍ରତିନିଧି ସାମିଲ ହୋଇଛନ୍ତି। ଗାନ୍ଧି ମାର୍ଗରେ ବିଜେଡିର ଆଇନ ଅମାନ୍ୟ ଆନ୍ଦୋଳନ। ଭାଙ୍ଗିଲେ ବ୍ୟାରିକେଡ୍।

ବିଜେଡି ଆନ୍ଦୋଳନକୁ ପୋଲିସ ବେଆଇନ ସମାବେଶ ଭାବେ ଘୋଷଣା କରିବା ସହ ତୁରନ୍ତ ଗାନ୍ଧି ମାର୍ଗ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଗଣତନ୍ତ୍ରକୁ ହତ୍ୟା କରି କର୍ମୀ ପୋଷିବା ଯୋଜନା ବନ୍ଦ କରିବାକୁ ଚେତାବନୀ ଦେଇଛି ବିଜେଡି । ଯେମିତି କର୍ମୀ ମାନେ ଗୁଣ୍ଡାରାଜ, ଦାଦାବଟି ଓ ପିସି ଆଦାୟ କରିବେ ସେଥିପାଇଁ ବ୍ୟବସ୍ଥା କରୁଛନ୍ତି ସରକାର ବୋଲି ବଡ଼ ଅଭିଯୋଗ ହୋଇଛି । ପଞ୍ଚାୟତିରାଜ ବଜେଟକୁ ହ୍ରାସ କରାଯାଇଛି। ପିଏମ ଆବାସ ଯୋଜନା ୪୩୧୦ କୋଟିରୁ ୮୨୫ କୋଟି ହୋଇଛି । ଆମ ଓଡ଼ିଶା ନବୀନ ଓଡ଼ିଶାରେ ଅଧା କାମକୁ ସ୍ଥଗିତ ରଖାଯାଇ ହଇରାଣ କରାଯାଉଛି। ବିଜେପି କର୍ମୀଙ୍କୁ ପୋଷିବା ପାଇଁ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଧ୍ୱଂସ କରାଯାଉଥିବା ଅଭିଯୋଗ ହୋଇଛି ।

ଗାଜିଆବାଦରେ ପ୍ରଥମ ମହିଳା ପୋଲିସଙ୍କ ଏନକାଉଣ୍ଟର, ଜଣେ କୁଖ୍ୟାତ ଅପରାଧୀକୁ କଲେ କାବୁ

ନନ୍ଦିଘୋଷ ବ୍ୟୁରୋ : ଗାଜିଆବାଦରେ ମହିଳା ପୋଲିସଙ୍କ ବାଦାଦୁରୀ । ମହିଳା ପୋଲିସ ଅଧିକାରୀମାନେ ଏକ ଏନକାଉଣ୍ଟର ସମୟରେ ଜଣେ ହିଷ୍ଟ୍ରି-ସିଟରଙ୍କୁ କାବୁ କରିଛନ୍ତି କରିଛନ୍ତି। ଗତକାଲି ରାତିରେ, ଗାଜିଆବାଦ କମିଶନରେଟର ମହିଳା ପୋଲିସ ଏପରି ସଫଳତା ହାସଲ କରିଛନ୍ତି ।

ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ, ଜିଲ୍ଲାରେ ଏକ ଏନକାଉଣ୍ଟର ହୋଇଥିଲା, ଯେଉଁଥିରେ ଜଣେ ବି ପୁରୁଷ ପୋଲିସ ଅଧିକାରୀ ସାମିଲ ନଥିଲେ। ଜିଲ୍ଲାର ମହିଳା ପୋଲିସ ଅଧିକାରୀମାନେ ଏହି ଏନକାଉଣ୍ଟର କରି  ଏକ ରେକର୍ଡ ସୃଷ୍ଟି କରିଛନ୍ତି । ଏସିପି ଉପାସନା ପାଣ୍ଡେ ଏବଂ ମହିଳା ଷ୍ଟେସନ ଇନଚାର୍ଜ ଋତୁ ତ୍ୟାଗୀଙ୍କ ଟିମ୍  ଦ୍ୱାରା ଏହି ଏନକାଉଣ୍ଟର କରାଯାଇଥିଲା।

ମହିଳା ପୋଲିସ ଅଧିକାରୀମାନେ ଏହି ଏନକାଉଣ୍ଟର ପରେ ବିଜୟନଗର ପୋଲିସ ଷ୍ଟେସନର କୁଖ୍ୟାତ ଅପରାଧୀ ଜିତେନ୍ଦ୍ରଙ୍କୁ ଗିରଫ କରିଥିଲେ। ନନ୍ଦଗ୍ରାମର ସହାୟକ ପୋଲିସ କମିଶନର (ଏସିପି) ଉପାସନା ପାଣ୍ଡେ କହିଛନ୍ତି ଯେ, ସୋମବାର ବିଳମ୍ବିତ ରାତିରେ, ମହିଳା ପୋଲିସ ଅଧିକାରୀଙ୍କ ଏକ ଦଳ ଲୋହିଆ ନଗରରେ ରାତ୍ରି ପାଟ୍ରୋଲିଂ କରୁଥିଲେ। ସେହି ସମୟରେ, ଦଳ ଏକ ସନ୍ଦିଗ୍ଧ ସ୍କୁଟର ଆସୁଥିବାର ଦେଖିଥିଲୁ। ମହିଳା ପୋଲିସ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକାଇବାକୁ ଇଙ୍ଗିତ କରିବା ମାତ୍ରେ ସନ୍ଦିଗ୍ଧ ବ୍ୟକ୍ତି ସ୍କୁଟର ବୁଲାଇ ପଳାଇବାକୁ ଲାଗିଲା। ଖସିକି ଯିବା ସମୟରେ ହଡ଼ବଡ଼ରେ ଯୁବକର ସ୍କୁଟରଟି ଖସିଗଲା, ଯାହା ଫଳରେ ସେ ରାସ୍ତାରେ ପଡ଼ିଗଲେ। ସେହି ସମୟରେ ସେ ପୋଲିସ ଉପରକୁ ଉପରେ ଗୁଳି ଚଳାଇଥିଲା। ତେବେ ଆମେ ମଧ୍ୟ ପାଲଟା ଗୁଳି ଚଳାଇଥିଲୁ, ତା ଗୋଡ଼ରେ ଆଘାତ ଲାଗିବା ପରେ ତଳେ ପଡିଯାଇଥିଲା,  ଏହା ପରେ ତାକୁ ଗିରଫ କରାଗଲା

ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହୋହଲ୍ଲା , ବାଚସ୍ପତିଙ୍କ ପୋଡିୟମ ଆଗରେ ନାରାବାଜି

ନନ୍ଦିଘୋଷ ବ୍ୟୁରୋ : ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ହୋହଲ୍ଲା। ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ଅଭିଯୋଗରେ ବିଜେଡି କରିଥିଲା ପ୍ରତିବାଦ। ଗୃହର ମଧ୍ୟଭାଗରେ ନାରାବାଜି କରିଥିଲେ ବିଜେଡି ସଦସ୍ୟ। ସେହିପରି ନିଜ ଆସନରେ ଛିଡ଼ା ହୋଇ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଥିଲେ। ଗୃହରେ ଅଚଳାବସ୍ଥା ଜାରି ରହିବାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା କମାଇ ଅଫିସରଙ୍କୁ ଅଧିକ କ୍ଷମତାଶାଳୀ କରିବା ନିଷ୍ପତ୍ତିକୁ ବିରୋଧ କରି ବିଜେପି ସରକାର ନିଷ୍ପତ୍ତିର ପୁନର୍ବିଚାର କରିବା ଜିଦରେ ଅଟଳ ରହିଛି ବିଜେଡି । ଜାତିର ପିତା ମହାତ୍ମା ଗାନ୍ଧି କହିଥିଲେ ଭାରତର ଆତ୍ମା ଗାଁରେ ଅଛି। ତେଣୁ ଗ୍ରାମବାସୀଙ୍କ ପାଖରେ କ୍ଷମତା ରହିବା କଥା। ଏଥିପାଇଁ ପଂଚାୟତ ପ୍ରତିନିଧିଙ୍କ ଜରିଆରେ କ୍ଷମତା ବିକେନ୍ଦ୍ରୀକରଣ କରାଯାଇଥିଲା। ହେଲେ ବିଜେପି ସରକାର ଏହାକୁ ସଂକୁଚିତ କରୁଛି ବୋଲି କହିଛି ବିଜେଡି। ପ୍ରବାବ ପୁରୁଷ ତଥା ଜନନାୟକ ବିଜୁ ପଟ୍ଟନାୟକ ଓ ବିଜେଡି ସଭାପତି ନବୀନ ପଟ୍ଟନାୟକ ପଂଚାୟତ ବ୍ୟବସ୍ଥାକୁ ସଶକ୍ତ କରିଥିଲେ। ହେଲେ ବିଜେପି ନିଜ ହିସାବରେ ନିଜ ଦଳର ନେତାଙ୍କୁ ଥଇଥାନ କରିବାକୁ ଚାହୁଁଛି। ଏହି ପ୍ରସଙ୍ଗ ଆଲୋଚନା ନକରି ଗୃହ ମୁଲତବି କରାଗଲା। ଆଜି ଗାନ୍ଧୀ ମାର୍ଗରେ ବିଜେଡି ଆନ୍ଦୋଳନ କରୁଛି। ନିଷ୍ପତ୍ତି ପ୍ରତ୍ୟାହାର ନହେବା ଯାଏଁ ବିଜେଡିର ଆନ୍ଦୋଳନ ପଲ୍ଲୀରୁ ଦିଲ୍ଲୀ ଯାଏଁ ହେବ ବୋଲି କହିଛି ବିଜେଡି।.

ଚୌଦ୍ବାର ଥାନା ହାଜତରେ ଅଭିଯୁକ୍ତର ମୃତ୍ୟୁ ଘଟଣା ; ୩ ନିଲମ୍ବିତ ; NHRCରେ ଦାୟର ହେଲା ମାମଲା

ନନ୍ଦିଘୋଷ ବ୍ୟୁରୋ : ଚୌଦ୍ବାର ଥାନା ହାଜତରେ ଅଭିଯୁକ୍ତର ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ। ଘଟଣାରେ ଥାନା ଅଧିକାରୀ ଦାୟିତ୍ବରେ ଥିବା ଏସିପି, ଏସ.ଆଇ ଓ ଜଣେ କନେଷ୍ଟବଳଙ୍କୁ ନିଲମ୍ବନ କରାଯାଇଛି। ହାଜତରେ ଅଭିଯୁକ୍ତର ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର। ଏହି ଘଟଣାରେ ଜାତୀୟ ମାନବାଧିକାର କମିଶନରେ ରୁଜୁ ହେଲା ମାମଲା । ଏନଏଚଆରସିରେ ଆବେଦନ କଲେ ମାନବାଧିକାର କର୍ମୀ ଜୟନ୍ତ ଦାସ । ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଦାବି । କ୍ରାଇମବ୍ରାଞ୍ଚ ଦ୍ବାରା ଘଟଣାର ତଦନ୍ତ କରିବାକୁ ଦାବି ହୋଇଛି ।  ଥାନା ଭିତରେ କିପରି ଘଟିଲା ଏଭଳି ଘଟଣା ,ଏନେଇ କ୍ଷତିପୂରଣ ଅର୍ଥ ପ୍ରଦାନ ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନ କରିଛନ୍ତି

ମୋଟର ସାଇକେଲ ଚୋରି ଅଭିଯୋଗରେ ଢେଙ୍କାନାଳ ଜିଲ୍ଲା ସଦର ଅଞ୍ଚଳର ରସାନନ୍ଦ ନାୟକଙ୍କୁ ଉଠାଇ ଆଣିଥିଲା ପୋଲିସ। ପରେ ଅସୁସ୍ଥ ଅବସ୍ଥାରେ ଏସସିବିରେ ରସାନନ୍ଦକୁ ଭର୍ତ୍ତି କରିଥିଲା ପୋଲିସ। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ପିଟି ପିଟି ମାରି ଦେଇଥିବା ନେଇ ପରିବାର ଲୋକ ଆଣିଥିଲେ ଅଭିଯୋଗ। ଏହି ଘଟଣାରେ ଥାନା ଅଧିକାରୀ ଦାୟିତ୍ବରେ ଥିବା ଏସିପି ବିଶ୍ବରଞ୍ଜନ ସାହୁ, ଏସଆଇ ନିରଞ୍ଜନ ଗୌଡ଼ ଓ କନେଷ୍ଟବଳ କମଳ ଲୋଚନ ମାଝିଙ୍କୁ ନିଲମ୍ବିତ କରିଛନ୍ତି ସରକାର।

 

ଭିଜିଲାନ୍ସ ଜାଲରେ ଜନ ମଙ୍ଗଳ ଅଧିକାରୀ ବିଭାଗର ଡାଟା ଏଣ୍ଟ୍ରି ଅପରେଟର

ନନ୍ଦିଘୋଷ ବ୍ୟୁରୋ : ଭିଜିଲାନ୍ସ ଜାଲରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଜନ ମଙ୍ଗଳ ଅଧିକାରୀ ବିଭାଗର ଡାଟା ଏଣ୍ଟ୍ରି ଅପରେଟର। ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ବିଶ୍ୱରଞ୍ଜନ ପ୍ରଧାନ। ସୂଚନା ଅନୁସାରେ, ଭଦ୍ରକ ଅଞ୍ଚଳର ନରେଶ ମୁଦୁଲି ଏସସି ଏସଟି ବିଭାଗର ସାର୍ଟିଫିକେଟ ଆବେଦନ କରିବାକୁ କିଛି ଦିନ ତଳେ ଆସିଥିଲେ  । ସେହି ସମୟରେ ବିଭାଗର ଡାଟା ଏଣ୍ଟ୍ରି ଭାବେ କାର୍ଯ୍ୟ କରୁଥିବା ବିଶ୍ବରଞ୍ଜନ ପ୍ରଧାନ ୫ ହଜାର ଟଙ୍କା ମାଗିଥିଲେ। ନରେଶ ଏନେଇ ଭଦ୍ରକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଶେଷରେ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ବିଶ୍ବରଞ୍ଜନକୁ ମାଡ଼ି ବସିଥିଲା ଭିଜିଲାନ୍ସ।

ଭାରତର ସବୁଠାରୁ ବଡ଼ ସାଇବର ଠକେଇ: ବ୍ୟାଙ୍କରଙ୍କୁ ୨୩ କୋଟି ଟଙ୍କା ଠକେଇ, ଦେଢ଼ ମାସ ଧରି ‘ଡିଜିଟାଲ୍ ଗିରଫ’

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ-ଏନସିଆରରେ ଡିଜିଟାଲ ଗିରଫଦାରୀ ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଡିଜିଟାଲ ଠକମାନେ ପ୍ରାୟତଃ ବୟସ୍କ ବ୍ୟକ୍ତିମାନଙ୍କୁ ଟାର୍ଗେଟ କରନ୍ତି। ରାଜଧାନୀର ଗୁଲମୋହର ପାର୍କରେ ରହୁଥିବା ପୂର୍ବତନ ବ୍ୟାଙ୍କ ଅଧିକାରୀ ନରେଶ ମାଲହୋତ୍ରାଙ୍କୁ ପ୍ରାୟ ଦେଢ଼ ମାସ ଧରି ଡିଜିଟାଲ ଗିରଫ କରାଯାଇଥିଲା ଏବଂ ତାଙ୍କ ଆକାଉଣ୍ଟରୁ ୨୩ କୋଟି ଟଙ୍କା ଠକେଇ କରାଯାଇଥିଲା।

ନରେଶ ମାଲହୋତ୍ରାଙ୍କ ଅନୁଯାୟୀ, ତାଙ୍କୁ ପ୍ରଥମ କଲ୍ ୧ ଅଗଷ୍ଟ, ୨୦୨୫ ରେ ଆସିଥିଲା। ତାଙ୍କ ଲ୍ୟାଣ୍ଡଲାଇନରେ କଲର କହିଥିଲେ ଯେ ସେମାନେ ଏୟାରଟେଲରୁ କଲ୍ କରିଛନ୍ତି ଏବଂ ତାଙ୍କୁ ମୁମ୍ବାଇ ପୋଲିସ ସହିତ ସଂଯୋଗ କରୁଛନ୍ତି। “ଏହାର କାରଣ ହେଉଛି ମୁମ୍ବାଇର ବାଇକୁଲାରେ ଆପଣଙ୍କ ଆଧାର ନମ୍ବର ବ୍ୟବହାର କରି ଏକ ନୂତନ ନମ୍ବର ଜାରି କରାଯାଇଛି,” ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଆପଣ କଲ୍  କାଟନ୍ତି, ତେବେ ଆପଣଙ୍କ ଘରର ସମସ୍ତ ଲାଇନ ବିଚ୍ଛିନ୍ନ ହୋଇଯିବ।

ପୂରା ଘଟଣା କ’ଣ?

ନରେଶ ମାଲହୋତ୍ରା କହିଛନ୍ତି ଯେ ତାଙ୍କୁ ପ୍ରଥମେ ତାଙ୍କ ଲ୍ୟାଣ୍ଡଲାଇନ୍ ଏବଂ ତା’ପରେ ତାଙ୍କ ମୋବାଇଲ୍ ଫୋନ୍‌ରେ ଏକ ହ୍ୱାଟ୍ସଆପ୍ କଲ୍ ଆସିଥିଲା, ଯେଉଁଠାରେ ସେ ସମସ୍ତ ସୂଚନା ଦେଇଥିଲେ। କଲର ତାଙ୍କୁ ଜଣାଇଥିଲେ ଯେ ନମ୍ବରଟି ତାଙ୍କ ଆଧାର ନମ୍ବର ସହିତ ଲିଙ୍କ୍ ହୋଇଛି ଏବଂ ସେ ଏହାକୁ ଆତଙ୍କବାଦ ପାଣ୍ଠି ପାଇଁ ବ୍ୟବହାର କରିଛନ୍ତି, ଯାହା ଫଳରେ ତାଙ୍କୁ ଡିଜିଟାଲ୍ ଗିରଫ କରାଯାଇଥିଲା। ସେ ଆହୁରି କହିଛନ୍ତି ଯେ ତାଙ୍କ ନମ୍ବର ବ୍ୟବହାର କରି ଜୁଆ ଏବଂ ଆତଙ୍କବାଦ ପାଣ୍ଠି ପରିଚାଳିତ ହେଉଥିବାରୁ ତାଙ୍କୁ PMLA ଆଇନ ଅନୁଯାୟୀ ଅଭିଯୁକ୍ତ କରାଯାଇଛି।

ପରିବାରକୁ ଗିରଫ କରିବାକୁ ଧମକ ଦିଆଯାଇଥିଲା

ଆହୁରିମଧ୍ୟ ଯଦି ଏ ସମ୍ପର୍କରେ କାହାକୁ ଜଣାଏ , ତେବେ ସେମାନେ ସମଗ୍ର ପରିବାରକୁ ଗିରଫ କରିବାକୁ ଧମକ ଦେଇଥିଲେ। ନରେଶ ମାଲହୋତ୍ରା କହିଛନ୍ତି ଯେ ସେମାନେ ସୋମବାର ତାଙ୍କ ଆକାଉଣ୍ଟରୁ RTGS ମାଧ୍ୟମରେ ₹୧.୪ ମିଲିୟନ ଉଠାଇଥିଲେ, ଏବଂ ତା’ପରେ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ସେୟାର ବିକ୍ରୟ ମାଧ୍ୟମରେ ପୃଥକ କାରବାରରେ ବାକି ୨୩ କୋଟି ଟଙ୍କା ସ୍ଥାନାନ୍ତର କରିଥିଲେ। ସେମାନେ ଅର୍ଡର ଦେଇଥିଲେ ଯେ, RTGS ଫର୍ମ ପୂରଣ କରିବେ ଏବଂ ତା’ପରେ ଏକ ଫଟୋକପି ପଠାଇବେ। ତା’ପରେ ସେମାନେ ଆକାଉଣ୍ଟ ନମ୍ବର ପ୍ରଦାନ କରିବେ ଏବଂ ବ୍ୟାଙ୍କକୁ ଯାଇ ଟଙ୍କା ସ୍ଥାନାନ୍ତର କରିବାକୁ କହିଥିଲେ।  ସେମାନେ ସେପ୍ଟେମ୍ବର ୧୪ କିମ୍ବା ୧୬ ତାରିଖରେ ଗିରଫ କରିବାକୁ ଧମକ ଦେଇଥିଲେ, କହିଥିଲେ ଯେ ED ତଦନ୍ତ ଆରମ୍ଭ ହୋଇଯାଇଛି ଏବଂ ସେମାନେ ସମସ୍ତ ବିବରଣୀ ପ୍ରଦାନ କରିଛନ୍ତି। ସେମାନେ ଏବେ ୫ କୋଟି ଟଙ୍କା ଦେବାକୁ କହିଥିଲେ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପଠାଇଥିଲେ।