ଚିଲିକା: ନାଚୁଣୀ ମହାବିଦ୍ୟାଳୟରେ ଓଡ଼ିଆ ସାହିତ୍ୟ ସଂସଦ ତରଫରୁ ୪୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଯୋଗଦେଇଥିଲେ। ପରେ ସାଂସଦ ମହାବିଦ୍ୟାଳୟ ପରିସରରେ ବିଜ୍ଞାନ ଭବନକୁ ଉଦଘାଟନ କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ରୋହିତ ପୂଜାରୀ, ବିଷ୍ଣୁପଦ ସେଠି, ଚିଲିକା ପୂର୍ବତନ ବିଧାୟକ ବିଭୂତିଭୂଷଣ ହରିଚନ୍ଦନ ପ୍ରମୁଖ ଯୋଗଦେଇଥିଲେ। ନାଚୁଣୀ ଗସ୍ତବେଳେ ଲୋକମାନେ ସାଂସଦଙ୍କୁ ସ୍ବାଗତ କରିଥିଲେ ।
ବିମାନରେ ଯାତ୍ରୀ ପରିସ୍ରା କରିବା ଘଟଣା, ଏୟାର ଇଣ୍ଡିଆକୁ ୩୦ ଲକ୍ଷ ଟଙ୍କା ଫାଇନ
ନୂଆଦିଲ୍ଲୀ: ବିମାନରେ ଯାତ୍ରୀ ପରିସ୍ରା କରିବା ଘଟଣା । ଏୟାର ଇଣ୍ଡିଆକୁ ୩୦ ଲକ୍ଷ ଟଙ୍କା ଫାଇନ । ଜରିମାନା ନିର୍ଦ୍ଦେଶ ଦେଲେ ଡିଜିସିଏ । ଫାଇନ ସହ ବିମାନ ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଏହା ସହ ପାଇଲଟ ଇନ କମାଣ୍ଡ ତିନି ମାସ ଯାଏ ନିଲମ୍ବିତ କରିଛନ୍ତି ଡିଜିସିଏ । ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ବିମାନରେ ବୃଦ୍ଧାଙ୍କ ଉପରେ ପରିସ୍ରା କରିଥିଲେ ଯୁବକ । ଏହି ଘଟଣାର ୪୧ ଦିନ ପରେ ଉକ୍ତ ଯୁବକଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ ।
ବିଜେପିର ଦବଙ୍ଗ ନେତା ବ୍ରିଜଭୂଷଣ, ବିବାଦୀୟ ବୟାନ ଓ ଦବଙ୍ଗଗିରି ପାଇଁ ସବୁବେଳେ ଚର୍ଚ୍ଚାରେ
ନୂଆଦିଲ୍ଲୀ: ବିଜେପିର ଦବଙ୍ଗ ନେତା ବ୍ରିଜଭୂଷଣ ଶରଣ ସିଂ । ବିବାଦୀୟ ବୟାନ, ଦବଙ୍ଗଗିରି ପାଇଁ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ବ୍ରିଜଭୂଷଣ । ୟୁପିର ବାହୁବଳି ନେତା ଭାବେ ଜଣାଶୁଣା ବ୍ରିଜଭୂଷଣଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ରାଜଧାନୀ ରାଜରାସ୍ତାରେ ଧାରଣାରେ ବସିଛନ୍ତି କୁସ୍ତିଯୋଦ୍ଧା । ଭାରତୀୟ ଜନତା ପାର୍ଟିର ଦବଙ୍ଗ ନେତା ବ୍ରିଜଭୂଷଣଙ୍କର ପୂର୍ବରୁ ଅନେକ ବିବାଦୀୟ ପ୍ରସଙ୍ଗରେ ସମ୍ପୃକ୍ତି ରହିଛି । ବାବରୀ ମସଜିଦ ଢାଞ୍ଚା ବିଗାଡ଼ିବା ମାମଲାରେ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଥିଲେ ବ୍ରିଜଭୂଷଣ । ବ୍ରିଜଭୂଷଣଙ୍କର ଅଣ୍ଡରଓ୍ବାଲଡ କନେକ୍ସନ ମଧ୍ୟ ସାମ୍ନାକୁ ଆସିଥିଲା ।
ଟାଡା ଆକ୍ଟରେ ସେ ଜେଲ ମଧ୍ୟ ଯାଇଥିଲେ । ସମାଜବାଦୀ ପାର୍ଟିର ବରିଷ୍ଠ ନେତା ବିନୋଦ ସିଂଙ୍କ ମରଣାନ୍ତକ ଆକ୍ରମଣ ମାମଲା ମୁଖ୍ୟ ଅଭିଯୁକ୍ତ ଥିଲେ ବ୍ରିଜଭୂଷଣ । ୨୦୧୪ରେ ବି ଅଯୋଦ୍ଧାରେ ସରକାରୀ କାର୍ଯ୍ୟରେ ଅବହେଳାକୁ ନେଇ ବ୍ରିଜଭୂଷଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ୪ଟି ବଡ଼ ବଡ଼ ମାମଲାରେ ବ୍ରିଜଭୂଷଣଙ୍କ ନାଁ ରହିଥିଲେ ବି କୌଣସି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇନି । ଜଣେ ସରକାରୀ ଅଧିକାରୀଙ୍କୁ ବନ୍ଦୀ ରଖିବା ଅଭିଯୋଗରେ ତାଙ୍କ ନାଁରେ ଏବେ ବି ମାମଲା କୋର୍ଟରେ ରହିଛି । ଏହାସହ ରାଷ୍ଟ୍ରୀୟ କୁସ୍ତିଯୋଦ୍ଧା ଚାମ୍ପିୟନସିପ୍ ସମାରୋହରେ ମଞ୍ଚ ଉପରେ ଜଣେ କୁସ୍ତିଯୋଦ୍ଧାଙ୍କୁ ଚାପୁଡ଼ା ମାରି ଚର୍ଚ୍ଚାରୁ ଆସିଥିଲେ ବ୍ରିଜଭୂଷଣ ।

