ଭୁବନେଶ୍ୱର: ଦରଦାମ ବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ । ମାଷ୍ଟରକ୍ୟାଣ୍ଟିନ ଛକରେ ପ୍ରତିବାଦ କରୁଛି କଂଗ୍ରେସ । ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ହଲ୍ଲାବୋଲ । ଘରୋଇ ଗ୍ୟାସ ଦର ୫୦ଟଙ୍କା ବୃଦ୍ଧି କରି ଗରିବଙ୍କ ଉପରେ ବୋଝ ଲଦିଛନ୍ତି କେନ୍ଦ୍ର ସରକାର । ପ୍ରଦେଶ ମହିଳା କଂଗ୍ରେସ ଓ ଭୁବନେଶ୍ବର ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରାରେ ବାହାରି ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏଥିରେ ବହୁ ବରିଷ୍ଠ କଂଗ୍ରେସ ନେତା ଓ ମହିଳା କଂଗ୍ରେସର କର୍ମକର୍ତ୍ତା ମାନେ ଉପସ୍ଥିତ ଅଛନ୍ତି ।
ବ୍ୟବସାୟୀଙ୍କୁ ଗୁଳିମାଡ଼ କଲେ ଦୁର୍ବୁତ୍ତ, ଅଳ୍ପକେ ବର୍ତ୍ତିଗଲେ ବ୍ୟକ୍ତି
ଜୟପୁର: ବ୍ୟବସାୟୀଙ୍କୁ ଗୁଳିମାଡ । କାଳିଆ ପେଟ୍ରୋଲ ପମ୍ପ ଡେଙ୍ଗା ତୋଟା ଛକରେ ଫାୟାରିଂ । ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ବ୍ୟବସାୟୀ । ଗୁଳିମାଡ଼ରେ କାହାର କ୍ଷତି ହୋଇନଥିବା ସୂଚନା ଘଟଣାସ୍ଥଳରୁ ଦୁଇଟି ଖୋକା ଜବତ । ଟାଉନ ଓ ସଦର ଥାନା ପୋଲିସର ତଦନ୍ତ ଜାରି ।
ଗୁଳି କାଣ୍ଡର କାରଣ ଘଟଣାସ୍ଥଳରେ ପହଁଚି ଖୋଜୁଛି ପୋଲିସ । କାହିଁକି ଓ କିଏ ଏହି ଗୁଳିମାଡ଼ କରିଛି । ସେନେଇ ଚାଲିଛି ତନାଘନା । ଜଣେ ବ୍ୟବସାୟୀଙ୍କୁ ଡେଙ୍ଗାତୋଟା ଛକରେ ଗୁଳିମାଡ଼ ହୋଇଛି । କିନ୍ତୁ କାରଣ ବଶତଃ ବ୍ୟବସାୟୀ ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ଆଜିଠୁ ଆରମ୍ଭ ମହିଳା ପ୍ରିମିୟର ଲିଗ୍, ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ-ଗୁଜୁରାଟ
ମୁମ୍ବାଇ: ମହିଳା କ୍ରିକେଟ ପାଇଁ ଆଜି ଐତିହାସିକ ଦିନ । ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ମହିଳା ପ୍ରିମିୟର ଲିଗ୍ । ୨୩ ଦିନ ଧରି ହେବାକୁ ଥିବା ଏହି ପ୍ରତିଯୋଗିତାରେ ୫ଟି ଦଳ ଭାଗ ନେଉଛି । ଆଜି WPLର ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଗୁଜୁରାଟ ଜାଏଣ୍ଟସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ । ଗୁଜୁରାଟ ଜାଏଣ୍ଟସର ନେତୃତ୍ୱ ବେଥ ମୁନି ନେଉଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ନେଉଛନ୍ତି ଭାରତୀୟ ଦଳର ଅଧିନାୟକ ହରମନପ୍ରୀତ କୌର । ଏହି ମ୍ୟାଚ ଆଜି ସନ୍ଧ୍ୟା ୭.୩୦ରେ ମୁମ୍ବାଇର ଡି ଓ୍ୱାଇ ପାଟିଲ ଷ୍ଟାଡିୟମରେ ଖେଳାଯିବ । ଆଜି ମ୍ୟାଚ ପୂର୍ବରୁ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇ ଏହି ମେଗା ଟୁର୍ଣ୍ଣାମେଣ୍ଟର ଉଦଘାଟନ କରାଯିବ । ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ସାଜିବେ ଅଭିନେତ୍ରୀ କ୍ରିତି ସାନନ୍, କିଆରା ଆଡଭାନୀ ଓ ଏପି ଧିଲୋନ୍ ।
ଇଂଲଣ୍ଡର ଦି ହଣ୍ଡ୍ରେଡ୍ ମହିଳା ପ୍ରତିଯୋଗିତା ଓ ଅଷ୍ଟ୍ରେଲିଆର ମହିଳା ବିଗ୍ ବାସ୍ ଲିଗ୍ ପରେ ଭାରତରେ ଏହି WPL ଆୟୋଜନ କରାଯାଉଛି । ୫ଟି ଦଳକୁ ନେଇ ୨୩ ଦିନ ଧରି ଚାଲିବ ଏହି ମେଗା ଟୁର୍ଣ୍ଣାମେଣ୍ଟ । ଏହି ଟୁର୍ଣ୍ଣାମେଣ୍ଟରେ ପ୍ରତ୍ୟେକ ଦଳ ପରସ୍ପର ମଧ୍ୟରେ ୨ଟି ଲେଖାଏଁ ଲିଗ୍ ମ୍ୟାଚ୍ ଖେଳିବେ । ଲିଗ୍ ପର୍ଯ୍ୟାୟ ପରେ ପଏଣ୍ଟ ଟେବୁଲରେ ଶୀର୍ଷରେ ଥିବା ଦଳ ସିଧାସଳଖ ଫାଇନାଲରେ ନିଜ ସ୍ଥାନ ପକ୍କା କରିବ । ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଥିବା ଦଳ ମଧ୍ୟରେ ଏଲିମିନେଟର ଖେଳାଯିବ । ଏଲିମିନେଟର ଦଳର ବିଜେତା ଫାଇନାଲକୁ ପ୍ରବେଶ କରିବ ।
କଫ୍ ସିରପ ପ୍ରସ୍ତୁତକାରୀ ୬ କମ୍ପାନୀଙ୍କ ଲାଇସେନ୍ସ ରଦ୍ଦ
ମୁମ୍ବାଇ: ନିୟମ ଉଲ୍ଲଂଘନ ଅଭିଯୋଗରେ ମହାରାଷ୍ଟ୍ରରେ କଫ୍ ସିରପ ପ୍ରସ୍ତୁତ କରୁଥିବା ୬ କମ୍ପାନିଙ୍କ ଲାଇସେନସ ରଦ୍ଦ । ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଓ ଔଷଧ ପ୍ରଶାସନ ମନ୍ତ୍ରୀ ସଞ୍ଜୟ ରାଠୋଡ । ରାଜ୍ୟରେ କଫ ସିରପ ପ୍ରସ୍ତୁତ କରୁଥିବା ୧୦୮ଟି ପ୍ରସ୍ତୁତକର୍ତ୍ତାଙ୍କ ମଧ୍ୟରୁ ୮୪ଟି କମ୍ପାନି ବିରୋଧରେ ତଦନ୍ତ ଜାରି ରହିଛି ।
ତେବେ ସେମାନଙ୍କ ମଧ୍ୟରୁ ୬ଟି କମ୍ପାନିର ଲାଇସେନସ ରଦ୍ଦ ହୋଇଥିବାବେଳେ ଔଷଧ ଉତ୍ପାଦନ ବନ୍ଦ ଲାଗି ୪ଟି କମ୍ପାନିକୁ କୁହାଯାଇଛି । ୧୭ଟି କମ୍ପାନିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଗତବର୍ଷ ଉତ୍ତରପ୍ରଦେଶର ନୋଏଡାସ୍ଥିତ ଏକ କମ୍ପାନି ଦ୍ବାରା ପ୍ରସ୍ତୁତ କଫ୍ ସିରପ ଖାଇ ଉଜବେକିସ୍ତାନର ୧୮ ଜଣ ଶିଶୁଙ୍କ ମୃତ୍ୟୁ ପରେ ରାଜ୍ୟରେ ଏହାକୁ ନେଇ ବିଭିନ୍ନ ସ୍ତରରେ ତୀକ୍ଷ୍ଣ ନଜର ରଖାଯାଇଥିଲା । ସେହିପରି ଗତବର୍ଷ ଭାରତୀୟ କଫ ସିରପ ଖାଇ ଗାମ୍ବିଆର ୬୬ ଶିଶୁଙ୍କ ମୃତ୍ୟୁ ଘଟିଥିଲା ।

