spot_img
Home Blog Page 356

ପୁଣି ଆସୁଛି ଲଘୁଚାପ ; ୨୭ ତାରିଖ ଯାଏ ଭିଜିବ ଓଡ଼ିଶା

ଭୁବନେଶ୍ବର : ପୁଣି ଆସୁଛି ଲଘୁଚାପ  । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବା ସମ୍ଭାବନା । ୨୬ ତାରିଖରେ ନେବ ଅବପାତ ରୁପ । ୨୭ରେ ଓଡ଼ିଶା-ଆନ୍ଧ୍ର ଉପକୂଳ ଅତିକ୍ରମ କରିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର  । ଦ୍ଵିତୀୟ ଲଘୁଚାପ ୨୫ ସେପ୍ଟେମ୍ବର ବେଳକୁ ପୂର୍ବକେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବା ସମ୍ଭାବନା ରହିଛି । ପ୍ରଭାବରେ ୨୫ ରୁ ୨୭ ସେପ୍ଟେମ୍ବର ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ ।

ଉତ୍ତର ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆନ୍ଧ୍ର ,ଓଡ଼ିଶା , ପଶ୍ଚିମବଙ୍ଗ ଉପକୂଳରେ ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହିବ । ବର୍ଷା ସହ ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ରକୁ ଯିବାକୁ ବାରଣ କରାଯାଇଛି । ସମୁଦ୍ର ମଧ୍ୟରେ ଥିବା ମତ୍ସ୍ୟଜୀବୀଙ୍କୁ ୨୪ ସେପ୍ଟେମ୍ବର ସୁଦ୍ଧା କୂଳକୁ ଫେରିଆସିବାକୁ କୁହାଯାଇଛି ।

ବିଧାନସଭା ଅଧିବେଶନର ଚତୁର୍ଥ ଦିନ ; ପୁଣି ସରଗରମ ହୋଇପାରେ ଗୃହ

ଭୁବନେଶ୍ବର: ଆଜି ମୌସୁମୀ ଅଧିବେଶନର ଚତୁର୍ଥ ଦିନ। ଗୃହ କାର୍ଯ୍ୟ ସ୍ଵାଭାବିକ ଭାବେ ଚାଲିବ କି ନାହିଁ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ରାଜ୍ୟରେ ସାର ଅଭାବ ପ୍ରସଙ୍ଗକୁ ନେଇ ମୁଖ୍ୟ ବିରୋଧୀ ବିଜେଡି ଜୋରଦାର ପ୍ରତିବାଦ ଜାରି ରଖିଛି । ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତାକୁ ସଂକୋଚିତ କରି ଅଫିସର ମାନଙ୍କ କ୍ଷମତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଗଣତନ୍ତ୍ର ବ୍ୟବସ୍ଥାକୁ ବିଜେପି ସରକାରଙ୍କ ଏପରି ନିଷ୍ପତ୍ତି ହତ୍ୟା କରିଥିବାରୁ ଏହାକୁ ବିରୋଧ କରି ଗୃହରେ ବିଜେଡି ଶାସକ ଦଳକୁ ଘେରିବ । ତୁରନ୍ତ ରାଜ୍ୟ ସରକାର ଏହି ନିଷ୍ପତ୍ତିର ପୂନର୍ବିଚାର କରିବାକୁ ଦଳ ଦାବି କରିବ।

ସେପଟେ କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିବାକୁ ଗୃହରେ ଦାବି ଦୋହରାଇବା ବିରୋଧିୀ । ଯାହାକୁ ନେଇ ଗୃହ ବେଶ ସରଗରମ୍ ହୋଇପାରେ । ସେହିପରି ଆଜି ସ୍ଵରାଷ୍ଟ୍ର, ସାଧାରଣ ପ୍ରଶାସନ, ଅର୍ଥ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଏବଂ ଇଲୋକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି ଓ ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନକାଳ ରହିଛି । ବିରୋଧୀଙ୍କ ପକ୍ଷରୁ ମୂଲତବୀ ପ୍ରସ୍ତାବ ଦିଆଯିବ ।

ଆଜିଠାରୁ ଦେଶରେ ଲାଗୁ ହେବ ନୂଆ ଜିଏସଟି ; ଉପକୃତ ହେବେ ମଧ୍ୟବିତ୍ତ

ନନ୍ଦିଘୋଷ ବ୍ୟୁରୋ: ଆଜିଠାରୁ ଦେଶରେ ନୂଆ ଜିଏସଟି କାର୍ଯ୍ୟକାରୀ ହୋଇଛି । ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି ଉଦବୋଧନ ଦେଇ ମୋଦି କହିଥିଲେ-ଦେଶର ଗରିବ, ମଧ୍ୟବିତ୍ତ, ନିମ୍ନମଧ୍ୟବିତ୍ତ, ମହିଳା, ବ୍ୟବସାୟୀ ଓ ଯୁବବର୍ଗ ଏହା ଯୋଗୁ ଉପକୃତ ହେବେ। ଏହା ଭାରତର ଅଭିବୃଦ୍ଧି ହାରକୁ ପରିବର୍ଦ୍ଧିତ କରିବ। ଦେଶକୁ ନିବେଶ ଅଧିକ ଆକର୍ଷିତ ହେବ। ପ୍ରତି ରାଜ୍ୟକୁ ନୂଆ ଜିଏସଟି ବିକାଶର ମାର୍ଗ ଦେଖାଇଛି। ଦେଶବାସୀ ଭିନ୍ନ ଭିନ୍ନ କର ଦେଇ ନୟାନ୍ତ ହୋଇଯାଇଥିଲେ। ପ୍ରତି ସ୍ଥାନରେ ଟାକ୍ସର ଅଲଗା ଅଲଗା ନିୟମ ରହିଥିଲା। ମାତ୍ର ଗୋଟିଏ ଜିଏସଟି ନୀତି ଯୋଗୁ ସାରା ଦେଶବାସୀ ଉପକୃତ ହୋଇଛନ୍ତି। ନୂଆ ଜିଏସଟି ଯୋଗୁ ଏମଏସଏମଇ, କ୍ଷୁଦ୍ର ଶିଳ୍ପ, କୁଟୀର ଉଦ୍ୟୋଗ ବିଶେଷ ଉପକୃତ ହେବେ। ନବରାତ୍ରୀ ପୂର୍ବରୁ ଉଦବୋଧନରେ ପ୍ରଧାନମନ୍ତ୍ରୀ କହିଥିଲେ- କର ସଂସ୍କାର ଯୋଗୁ ଭାରତୀୟମାନେ ୨ ଲକ୍ଷ ୫୦ ହଜାର କୋଟି ଟଙ୍କା ସଞ୍ଚୟ କରିପାରିବେ। ବାର୍ଷିକ ୧୨ ଲକ୍ଷ ଟଙ୍କାର ଟାକ୍ସ ସ୍ଲାବରେ ଆୟକର ନଥିବାରୁ ମଧ୍ୟବିତ୍ତମାନେ ଉପକୃତ ହେଉଛନ୍ତି। ମଧ୍ୟବିତ୍ତଙ୍କ ଦ୍ବାରା ବ୍ୟବହୃତ ପ୍ରାୟ ୯୯ ପ୍ରତିଶତ ସାମଗ୍ରୀର ଦର ହ୍ରାସ ପାଇଛି।

ଏବେ ଆସନ୍ତୁ ନଜର ପକାଇବା କେଉଁ ସାମଗ୍ରୀର ଜିଏସଟି ଥିଲା ୧୨ ପ୍ରତିଶତ। ଏବେ ହୋଇଛି ୫ ପ୍ରତିଶତ । ଲହୁଣୀ, ଘିଅ, ଦୁଗ୍ଧଜାତୀୟ ସାମଗ୍ରୀ, ନମକିନ, ଭୁଜିଆ, ମିକ୍ସଚର, ବାସନକୁସନ, ପିସ୍ତା, ଅଳେଇଚ, ସପୁରୀ, ପିଜୁଳି, ଆମ୍ବ, କମଳା, ଅଙ୍ଗୁର, ଲେମ୍ବୁ,ଉଲ୍ ପ୍ରାଣୀଜାତୀୟ ଚର୍ବି, ପ୍ରିଜର୍ଭଡ ମିଟ, ଫିଡିଂବୋତଲ, ପିଲାଙ୍କ ନାପକିନ, କ୍ଲିନିକାଲ ଡାଏପର, ସିଲେଇ ମେସିନ ଯନ୍ତ୍ରାଂଶ, ସମସ୍ତ ଡାଏଗ୍ନୋଷ୍ଟିକ କିଟ ଓ ରିଏଜେଣ୍ଟ, ଗ୍ଳୁକୋମିଟର, ଟେଷ୍ଟ ଟ୍ରିପ, କରେକ୍ଟିଭ ସ୍ପେକ୍ଟାକଲ, ବାୟୋପେଷ୍ଟିସାଇଡ, ମାଇକ୍ରୋ ନୁଟ୍ରିଣ୍ଟ, ବୁନ୍ଦା ଜଳସେଚନ ସାମଗ୍ରୀ ଓ ସ୍ପ୍ରିଙ୍କଲର, କୃଷି, ଉଦ୍ୟାନ, ଜଙ୍ଗଲରେ ମୃତ୍ତିକା ସମ୍ପର୍କିତ କାମରେ ଲାଗୁଥିବା ମେସିନ, ଛତୁ, ଜାମ, ବାଦାମ, କାଜୁ, ଆମ୍ବ, ଲେମ୍ବୁ, କମଳା, ସପୁରୀ ଜୁସ, ଡାଏବେଟିକ ଖାଦ୍ୟପଦାର୍ଥ, ପାନୀୟ ଜଳ ବୋତଲ, ଫଟୋଗ୍ରାଫିକ ପ୍ଲେଟ, ଆୟୋଡିନ, ସଲଫୁରିକ ଏସିଡ।

ସମ୍ପୂର୍ଣ୍ଣ ଜିଏସଟି ଛାଡ଼ ହୋଇଥିବା ସାମଗ୍ରୀଗୁଡିକ ହେଲାୃ-ମ୍ୟାପ, ଗ୍ଲୋବ, ଚାର୍ଟ, ପେନସିଲ, ସାର୍ପେନର, କ୍ରେୟନ, ପାଷ୍ଟେଲ, ଏକ୍ସରସାଇଜ ବୁକ୍ ନୋଟବୁକ, ଇରେଜର, ୟୁଏଚଟି ଦୁଗ୍ଧ, ଛେନା, ପନୀର, ଚଖରା, ଚପାତି, ରୁଟି,ପିଜା ବ୍ରେଡ ଇତ୍ୟାଦି। ସେହିପରି ବ୍ୟକ୍ତିଗତ ସ୍ବାସ୍ଥ୍ୟବୀମୀ ଓ ଜୀବନ ବୀମା, ପରଟା ଉପରୁ ବି ଜିଏସଟି ଛାଡ଼ ହୋଇଛି।

୧୮ ପ୍ରତିଶତରୁ ୫ ପ୍ରତିଶତ ଜିଏସଟି ଲାଗୁ ହୋଇଥିବା ସାମଗ୍ରୀ ହେଉଛି- କେଶତୈଳ, ସାମ୍ପୋ, ଟୁଥପେଷ୍ଟ, ଟଏଲେଟ ସାବୁନ, ଟୁଥ୍ ବ୍ରସ, ସେଭିଂକ୍ରିମ, ମାର୍ଗାରିନ, ଲିନୋକ୍ସିନ, ଷ୍ଟାର୍ଚ, କୋକୋଆ, ମେଡିକାଲ ଗ୍ରେଡ ଅକ୍ସିଜେନ, ଟ୍ରାକ୍ଟର ଟାୟାର ଓ ପାର୍ଟସ ଇତ୍ୟାଦି।

୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ ପାଇଥିବା ସାମଗ୍ରୀ ହେଉଛି- ହାଇବ୍ରିଡ କାର, ୩ ଚକିଆ ଯାନ, ୩୫୦ସିସିରୁ ଅଧିକ ବାଇକ, ସାମଗ୍ରୀ ପରିବହନ କରୁଥିବା ମୋଟର ଯାନ, ଏୟାର କଣ୍ଡିସନର, ୩୨ଇଞ୍ଚରୁ ବଡ ଟିଭି, ଏଲଇଡି ଓ ଏଲସିଡି ଟିଭି, ମନିଟର ଓ ପ୍ରୋଜେକ୍ଟର, ଡିସ୍ ୱାସିଂ ମେସିନ, ବିଡ଼ି, ନୁମାଟିକ ଟାୟାର, ସାଇକେଲ ରବର।

୫ ପ୍ରତିଶତରୁ ୧୮ ପ୍ରତିଶତ ଜିଏସଟି ଲାଗୁ ହୋଇଥିବା ସାମଗ୍ରୀଗୁଡିକ ହେଲା- ତମାଖୁ, ତମାଖୁଜାତୀୟ ସାମଗ୍ରୀ।

୨୮ ପ୍ରତିଶତରୁ ୪୦ ପ୍ରତିଶତକୁ ଜିଏସଟି ବଢ଼ିଥିବା ସାମଗ୍ରୀ ହେଉଛି- ପାନମସଲା, ଏରେଟେଡ ୱାଟର, ଆଡେଡ ସୁଗାର ବା ସୁଇଟେନିଂ, ଫ୍ଲେଭରଯୁକ୍ତ ସାମଗ୍ରୀ, ଅଣଆଲକୋହୋଲିକ ପାନୀୟ, ସିଗାର, ଚିରୁଟ, ସିଗାରିଲୋ, ସିଗାରେଟ,ନିକୋଟିନଜାତ ସାମଗ୍ରୀ।….

ପୁଣି ଧୂଳି ଚାଟିଲା ପାକିସ୍ତାନ ; ୬ ୱିକେଟରେ ପାକିସ୍ତାନକୁ ପରାସ୍ତ ଭାରତ

ନନ୍ଦିଘୋଷ ବ୍ୟୁରୋ: ପୁଣି ପାକିସ୍ତାନକୁ ହରାଇଲା ଭାରତ । ଏସିଆ କପ ସୁପର ଫୋରରେ ଭାରତ ୬ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଛି । ଟସ୍ ଜିତି ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲା ଭାରତ । ପାକିସ୍ତାନ ୨୦ ଓଭରରେ ୫ ୱିକେଟ ହରାଇ କରିଥିଲା ୧୭୧ ରନ । ଅଭିଶେକ ଶର୍ମାଙ୍କ ବିସ୍ପୋରକ ବ୍ୟାଟିଂ ଫଳରେ ଭାରତ ସହଜରେ ବିଜୟ ହାସଲ କରିଛି ।

ଏସିଆ କପ୍‌ କ୍ରିକେଟ୍‌ର ସୁପର ୪ ମ୍ୟାଚରେ ଭାରତର ଦମ୍‌ଦାର ବିଜୟ ହୋଇଛି । ପାକିସ୍ତାନକୁ ପୁଣି ଥରେ ଭାରତ ପରାସ୍ତ କରିଛି । ଟସ୍‌ ଜିତି ଭାରତ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନର ଓପନିଂ ବ୍ୟାଟର୍‌ ଭଲ ଖେଳ ପ୍ରଦର୍ଶନ କରିଥିଲେ । ମାତ୍ର ଭାରତ ବୋଲରମାନ ପାକିସ୍ତାନର ମିଡିଲ୍‌ ଅଡର୍‌କୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ । ପାକିସ୍ତାନର ଓପନର୍‌ ସାହିବଜାଦା ଫରହାନ୍‌ ସର୍ବାଧିକ ୫୮ ରନ୍‌ କରିଥିଲେ । ଅନ୍ୟ କୌଣସି ବ୍ୟାଟର୍‌ ଏତେ ଭଲ ଖେଳର ପ୍ରଦର୍ଶନ କରିପାରି ନଥିଲେ ।

୧୭୨ ରନ୍ ର ବିଜୟ ଲକ୍ଷ୍ୟକୁ ଭାରତ ୭ଟି ବଲ୍ ବାକି ଥାଇ ହାସଲ କରି ନେଇଥିଲା । ଅଭିଷେକ ଶର୍ମା ୭୪ ରନ୍ କରିଥିଲେ । ସେ ମାତ୍ର ୩୯ ବଲରୁ ୭୪ ରନ୍ କରିଥିଲେ । ସେହିପରି ଶୁଭମନ ଗିଲ୍ କରିଥିଲେ ୨୮ ବଲରୁ ୪୭ ରନ। ତିଲକ ବର୍ମା କରିଥିଲେ ୧୯ ବଲରୁ ୩୦ ରନ ।

ଖୋଲିଲା ସରକାରଙ୍କ ଦୋମୁହାଁ ନୀତି, କୁଆଡ଼େ ଗଲା ଅଢ଼େଇ ଲକ୍ଷ ଚାକିରି ?

ନନ୍ଦିଘୋଷ ବ୍ୟୁରୋ: ଗୋଟିଏ ପଟେ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି।ଅନ୍ୟପଟେ ନିଶାମୁକ୍ତିକୁ ନେଇ ଗଣଦୌଡ଼। ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ଯୁବବର୍ଗଙ୍କ ଭବିଷ୍ୟତକୁ ସରକାର ଅନ୍ଧକାରକୁ ଠେଲି ଦେଇଥିବା ଅଭିଯୋଗ କରିଛି ଦଳ। ଯୁବ ପିଢ଼ି ବେରୋଜଗାର ସହ ଅସୁରକ୍ଷିତ ହୋଇପଡିଲେଣି।ତେଣୁ ସରକାର ଦେଇଥିବା ପ୍ରତିଶ୍ରୁତି ନେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।ଏଥି ସହିତ ଖୁବଶୀଘ୍ର ରାଜ୍ୟରେ ଏକ ବିଶାଳ ବେକାରୀ ସମ୍ମିଳନୀ କରିବାକୁ ଘୋଷଣା କରିଛି ବିଜେଡି।

ରାଜ୍ୟରେ ବନ୍ଦ ପଡିଥିବା ମଦ ଦୋକାନ ଖୋଲିବାକୁ ହେଲା ଘୋଷଣା। ଆଉ ଅନ୍ୟପଟେ ନିଶାମୁକ୍ତି ପାଇଁ ଗଣଦୌଡ଼ର ଆୟୋଜନ। ଏହାକୁ ନେଇ ସରକାରଙ୍କୁ ଘେରିଛି ବିଜେଡି। ୧୫ ମାସ ହେବ ସରକାରରେ ଯୁବ ପିଢ଼ି ପାଇଁ କୌଣସି ନିର୍ଦ୍ଦିଷ୍ଟ ନୀତି ଆଣିପାରିଲାନି ବିଜେପି। ଯୁବ ପିଢ଼ିଙ୍କ ପାଇଁ କୌଣସି ଆକ୍ସନ ପ୍ଲାନ କି ରୋଡ଼ମ୍ୟାପ ନାହିଁ। ଓଡ଼ିଶାରେ ବେକାରୀ ସମସ୍ୟା ଶୀର୍ଷରେ। ନିଶାଖୋରଙ୍କ ସଂଖ୍ୟା ବଢିଚାଲିଛି। ସବୁ କ୍ଷେତ୍ରରେ ଯୁବବର୍ଗ ଅବହେଳିତ। ଏଭଳି ସ୍ଥିତିରେ ଦିଶାହୀନ ଗଣଦୌଡ଼ କରିଛନ୍ତି ସରକାର।

ଏହା ମରୀଚିକା ପଛରେ ଦୌଡ଼ିବା ସଦୃଶ ହୋଇଛି। ଗଣଦୌଡ଼ରେ ନିଶାମୁକ୍ତ ଭାରତ ଗଠନ ଥିଲା ସ୍ଲୋଗାନ। କିନ୍ତୁ ସେହି ସମୟରେ ୭୦ ମଦ ଦୋକାନ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି ସରକାର।ସରକାରଙ୍କ ଦୋମୁହାଁ ନୀତି ପଦାରେ ପଡ଼ିଛି। ଧର୍ମସ୍ଥଳୀ ଓ ଶିକ୍ଷାନୁଷ୍ଠାନ ପାଖରେ ଯେଉଁ ମଦ ଦୋକାନ ଥିଲା ସେସବକୁ ବନ୍ଦ କରିଥିଲା ପୂର୍ବ ସରକାର।ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛି ବିରୋଧୀ ବିଜେଡି। ଦୁଇ ବର୍ଷ ଭିତରେ ଦେଢ଼ ଲକ୍ଷ ଚାକିରୀ ଦେବେ କହିଥିଲେ। ୫୭ ହଜାର ଚାକିରି ଦେଇଛନ୍ତି କହୁଛନ୍ତି। ଏନେଇ ସରକାର ଶ୍ୱେତପତ୍ର ଜାରି କରନ୍ତୁ ବୋଲି ଦାବି କରିଛି ବିଜେଡି।

ପୂର୍ବ ସରକାରଙ୍କ କାଳରେ କେତେ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା।ଏବେ କ୍ରୀଡା ଭିତ୍ତିଭୂମି ରୁଗ୍ଣ।ପର୍ଯ୍ୟଟନ କ୍ଷେତ୍ରରେ ବ୍ୟାପକ ବିକାଶ ହୋଇଥିଲା। କିନ୍ତୁ ଏବେ ରୋଜଗାର କମିଗଲାଣି।ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ମାରାଥନ ନକରି ଯେଉଁ ଦୁଷ୍କର୍ମ ଚାଲିଛି ତାକୁ ବନ୍ଦ କରିବାକୁ ଦାବି କରିଛି ବିଜେଡି। ରାଜ୍ୟରେ ଖୁବଶୀଘ୍ର ଏକ ବିଶାଳ ବେକାରୀ ସମ୍ମିଳନୀ କରିବାକୁ ଘୋଷଣା କରିଛି ଦଳ। ବିଜୁ ଯୁବ ଜନତା ଦଳ ଏହାର ଆୟୋଜନ କରିବ।ଯେଉଁ ପ୍ରତିଶ୍ରୁତି ଦେଇ ବିଜେପି ସରକାରକୁ ଆସିଛି ତାହାର ପର୍ଦ୍ଦାଫାସ କରାଯିବ ବୋଲି ଚେତାବନୀ ଦେଇଛି ଦଳ।ଅନ୍ଯପଟେ ମଦ ଦୋକାନ ଖୋଲିବା ଅବକାରୀ ବିଭାଗର ନିଷ୍ପତ୍ତି ବୋଲି କହିଛନ୍ତି କ୍ରୀଡା ଓ ଯୁବସେବା ମନ୍ତ୍ରୀ। ରାଜ୍ୟରୁ ବଡ଼ ବଡ଼ କମ୍ପାନୀ ମୁହଁ ଫେରାଇଲେଣି। ୧୬ ଲକ୍ଷ କୋଟିର ନିବେଶ ଆସିବ କହିଥିଲେ। କିନ୍ତୁ ଶିଳ୍ପ ସଂସ୍ଥା କେତେ ନିବେଶ କଲେଣି ବୋଲି ଉଠିଛି ପ୍ରଶ୍ନ।

ଟ୍ଯାକ୍ସି ଡ୍ରାଇଭର ବିଦ୍ୟାଧର ମୃତ୍ଯୁ ଘଟଣାରେ ନୂଆମୋଡ଼

ନନ୍ଦିଘୋଷ ବ୍ୟୁରୋ: ଟ୍ଯାକ୍ସି ଡ୍ରାଇଭର ବିଦ୍ୟାଧର ମୃତ୍ଯୁ ଘଟଣାରେ ନୂଆମୋଡ଼ । ବିଦ୍ୟାଧର ଅପରହରଣକାରୀଙ୍କ କବଳରେ ଥିବାବେଳେ ତାଙ୍କ ପତ୍ନୀଙ୍କ ସହ ଅପହରଣକାରୀ କିପରି କଥା ହେଉଥିଲେ ତାହାର ଏକ୍ସକ୍ଲୁସିଭ ଅଡିଓ ଲାଗିଛି ନନ୍ଦିଘୋଷ ଟିଭି ହାତରେ । ମ୍ୟାଡମ ଜ୍ୟୋତ୍ସ୍ନା ଯାଦବଙ୍କ ଖୋଜ ଖବର ଦେବାକୁ ଅପହରଣକାରୀ ବିଦ୍ୟାଧରଙ୍କ ପତ୍ନୀଙ୍କ ଉପରେ ପକାଉଛନ୍ତି ଚାପ । ଯେପର୍ଯ୍ୟନ୍ତ ଦୁଇକୋଟି ୪୦ ଲକ୍ଷ ଟଙ୍କା ନମିଳିବ ସେପର୍ଯ୍ୟନ୍ତ ବିଦ୍ୟାଧରଙ୍କୁ ଛଡାଯିବ ନାହିଁ ବୋଲି କହିଥିଲେ ଅପହରଣକାରୀ । ଏହାସହ ବିଦ୍ୟାଧରଙ୍କ ସହ ମଧ୍ୟ ପତ୍ନୀଙ୍କ କଥାବାର୍ତ୍ତା କରାଇଥିଲେ । ଜ୍ୟୋତ୍ସ୍ନା ଯାଦବଙ୍କ ବିଭିନ୍ନ ଠିକଣା ଓ ସେ ବ୍ୟବହାର କରୁଥିବା ହୋଣ୍ଡାସିଟି କାର ନମ୍ବର OD 16 E 4897କୁ ପତ୍ତା କରିବାକୁ ପତ୍ନୀଙ୍କୁ ଫୋନଯୋଗେ ବିଦ୍ୟାଧର କହୁଥିବା ଅଡିଓରେ ଶୁଣିବାକୁ ମିଳୁଛି । ଏହାସହିତ ଜ୍ୟୋତ୍ସ୍ନା ଯାଦବଙ୍କ ଭଉଣୀ ଏକ ଘରୋଇ ବିଶ୍ବବିଦ୍ୟାଳୟରେ ଚାକିରି କରୁଥିବା ତାଙ୍କ ବଡ଼ ଝିଅ, ମଝିଆ ଓ ସାନ ଝିଅ ପାଠପଢୁଥିବା ସ୍କୁଲର ଠିକଣା ମଧ୍ୟ ଜଣାଇଥିଲେ ବିଦ୍ୟାଧର । ଏପରିକି ଜ୍ୟୋତ୍ସ୍ନାଙ୍କ ଘର ଠିକଣାରେ ଖୋଜିବାକୁ ମଧ୍ୟ ପତ୍ନୀଙ୍କୁ ନେହୁରା ହେଉଥିବା ଅଡିଓରେ ଶୁଣିବାକୁ ମିଳିଛି ।

ଆପାର୍ଟମେଣ୍ଟ ସହ ପ୍ଲଟ କିଣିବିକା ବିବାଦର ସମାଧାନ ହେବ ସୁଗମ

ନନ୍ଦିଘୋଷ ବ୍ୟୁରୋ: ନୀତି ନିୟମ ଅନୁସାରେ ସହରୀ ବିକାଶ କରିବା ପାଇଁ ୨୦୧୬ରେ ଆସିଲା ରେରା ଆଇନ। ୨୦୧୭ରୁ ଓଡ଼ିଶାରେ ଏହା କାର୍ଯ୍ୟକ୍ଷମ ହେବା ପରଠାରୁ ଶହ ଶହ ମାମଲା ବିଚରାଧୀନ ରହିଛି। ଆପାର୍ଟମେଣ୍ଟ କିଣାବିକାରେ ହେରଫେର ହେଉ କି ପ୍ଲଟେଡ଼ ସ୍କିମରେ ଘୋଟାଲା। ଏସବୁ ଏବେ ରେରା ଅଧିନରେ ଆସୁଥିବାରୁ ମାମଲା ସଂଖ୍ୟା ବଢିଚାଲିଛି। କୋର୍ଟର ଚାପ ସହିତ ମାମଲା ସଂଖ୍ୟା କମାଇବା ପରେ ଏବେ ଖୋଲିଲା ଆପୋସ ବୁଝାମଣା କେନ୍ଦ୍ର। କୌଣସି ମାମଲା କୋର୍ଟରେ ବିଚାର ହେବା ପୂର୍ବରୁ ଉଭୟ ପକ୍ଷଙ୍କ ସହମତିରେ ବୁଝାମଣା ପାଇଁ ପ୍ରୟାସ କରାଯିବ। ସିଡ଼ିଆର୍ ସେଲ୍ ଖୋଲିବାକୁ ରେରା କର୍ତ୍ତୃପକ୍ଷ ବିଜ୍ଞପ୍ତି କରିଛନ୍ତି।

ରେରା କୋର୍ଟରେ ଖୋଲିଲା ସିଡ଼ିଆର୍ ସେଲ୍। ମାମଲା ନ୍ୟାୟିକ ପ୍ରକିୟାକୁ ଯିବା ପୂର୍ବରୁ ମିଳିବ ଆପୋସ ବୁଝାମଣାର ସୁଯୋଗ। ସହରକୁ ସରସ ସୁନ୍ଦର ଓ ଯୋଜନା ମୁତାବକ ଗଢି ତୋଳିବା ପାଇଁ ୨୦୧୬ରେ ଆସିଲା ରିଏଲ ଇଷ୍ଟେଟ ରେଗୁଲେଟୋରୀ ଆକ୍ଟ ବା ରେରା ଆଇନ। ୨୦୧୭ରେ ଓଡ଼ିଶାରେ ଏହା କାର୍ଯ୍ୟକାରୀ ହେଲା। ଓଡ଼ିଶା ରିଏଲ ଇଷ୍ଟେଟ ରେଗୁଲେଟୋରୀ ଅଥରିଟି ଏବଂ ଆପିଲେଟ ଟ୍ରିବ୍ୟୁନାଲ କାର୍ଯ୍ୟକ୍ଷମ ହେଲା। ଆପାର୍ଟମେଣ୍ଟ କିଣାବିକାରେ ଜାଲିଆତି, କ୍ରେତାଙ୍କୁ ବିଲଡ଼ର ଠକିବା, ଠିକ୍ ସମୟରେ ଘର ନ ମିଳିବା, ଘର ମିଳିବା ପରେ ଆବଶ୍ୟକୀୟ କାଗଜପତ୍ର ନମିଳିବା, ପ୍ଲଟେଡ଼ ସ୍କିମରେ ଘୋଟାଲା ଭଳି ପ୍ରସଙ୍ଗ ରେରା ଆଇନ ପରିସରଭୁକ୍ତ ହୋଇଥିବାରୁ ମାମଲା ସଂଖ୍ୟା ବଢିଚାଲିଛି।କୌଣସି କାରଣରୁ କ୍ରେତା ଅସନ୍ତୁଷ୍ଟ ହୋଇ କୋର୍ଟଙ୍କ ଦ୍ବାରସ୍ଥ ହେଉଥିବାରୁ ସମ୍ପୂର୍ଣ୍ଣ ପ୍ରକଳ୍ପ ଉପରେ ରହିତାଦେଶ ଲାଗୁଛି। ଏହାଦ୍ବାରା ଅନ୍ୟ ହିତାଧିକାରୀମାନେ ମଧ୍ୟ ହଇରାଣ ହେଉଛନ୍ତି। ରେରା ପକ୍ଷରୁ ଗ୍ରାହକ ଅଭିଯୋଗ ସମାଧାନ କେନ୍ଦ୍ର ପାଇଁ ବିଜ୍ଞପ୍ତିକୁ କ୍ରେଡ଼ାଇ ସ୍ବାଗତ କରିଛି।…

ଆସନ୍ତୁ ଜାଣିବା CDR କ’ଣ  ଓ ଏହା କେମିତି କାର୍ଯ୍ୟ କରିବ ? ମାମଲା ନ୍ୟାୟିକ ପ୍ରକ୍ରିୟାକୁ ଯିବା ପୂର୍ବରୁ ବିକଳ୍ପ ପନ୍ଥା ଭାବେ ବିବାଦର ସମାଧାନ ଲାଗି CDR ଗଠନର ମୁଖ୍ୟ ଉଦ୍ଦେଶ୍ୟ।ରେରା କୋର୍ଟକୁ କୌଣସି ମାମଲା ଆସିଲେ ଏହା CDRକୁ ଯିବା ଯୋଗ୍ୟ କି ନାହିଁ ତାହା କର୍ତ୍ତୃପକ୍ଷ ସ୍ଥିର କରିବେ। CDRକୁ ମାମଲା ଯିବା ପାଇଁ ୫୦୦ଟଙ୍କା ଜମା କରିବାକୁ ପଡ଼ିବ। ବିକଳ୍ପ ରାସ୍ତାରେ ଉଭୟ ପକ୍ଷର ସହମତିରେ ମାମଲାର ସମାଧାନ ହେଲେ ଏହାକୁ କୋର୍ଟ ଗ୍ରହଣ କରିବେ।ଯଦି CDRରେ କୌଣସି ପକ୍ଷ ଅସନ୍ତୁଷ୍ଟ ହୁଅନ୍ତି ତାହାଲେ ଏହା ନ୍ୟାୟିକ ପ୍ରକ୍ରିୟାକୁ ବିଚାର ପାଇଁ ଯିବ। ୨୦୨୩ରେ ଜାତୀୟ ମଧ୍ୟସ୍ଥତା ଆଇନ ଆସିଥିଲା। ବିଳମ୍ବରେ ହେଲେ ବି ରେରା  ଏହାକୁ ଗୁରୁତ୍ବ ଦେଇଥିବାରୁ ରିଏଲ ଇଷ୍ଟେଟ କ୍ଷେତ୍ରରେ କାମ କରୁଥିବା ଆଇନଜୀବି ଏହାକୁ ସ୍ବାଗତ କରିଛନ୍ତି। କଟକ, ଭୁବନେଶ୍ବର, ସମ୍ବଲପୁର, ରାଉରକେଲା ଭଳି ବଡ଼ ସହରରେ ରିଏଲ ଇଷ୍ଟେଟ ମାମଲା ବଢିଚାଲୁଥିବା ବେଳେ ସହର ଉପକଣ୍ଠରେ ପ୍ଲଟେଡ଼ ସ୍କିମକୁ ନେଇ ମଧ୍ୟ ବିବାଦ ବଢିଚାଲିଛି।

ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଏବେ ହେବ ନାହିଁ। ରାଜ୍ୟ ବିଜେପି ସଭାପତିଙ୍କ ଏହି ସୂଚନା ପରେ ଆଶାୟୀଙ୍କ ମନ ଫିକା । ୪ ମାସ ହେଲାଣି ବିଜେପିର ରାଜ୍ୟ ପ୍ରଭାରୀ ଓ ରାଜ୍ୟ ସଭାପତି ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସହିତ ନିଗମ ଓ ବୋର୍ଡ଼ ନିଯୁକ୍ତି ହେବ ବୋଲି କହୁଥିଲେ। ଏବେ ସଭାପତିଙ୍କ ନାସ୍ତିବାଣୀ ପରେ ଅଯଥା ବିଳମ୍ବକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଗୋଷ୍ଠୀ କନ୍ଦଳ ଏବଂ ଓଡ଼ିଶା ବିଜେପିକୁ ହାଇକମାଣ୍ଡ ଗୁରୁତ୍ବ ନ ଦେବା କାରଣରୁ ବିଳମ୍ବ ହେଉଛି ବୋଲି ସମୀକ୍ଷକ କହିଛନ୍ତି। ପ୍ରକ୍ରିୟା ବିଳମ୍ବକୁ ବିଜେପି ବିଧାୟକ ସ୍ବୀକାର କରିଥିବା ବେଳେ ଲୋକହିତରେ କାମ କରୁଛୁ ବୋଲି କହିଛନ୍ତି।

ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ରାଜ୍ୟ ସଭାପତି ସିଧା ଶୁଣାଇଲେ, ଏବେ ମନ୍ତ୍ରିମଣ୍ଡଳର ପୁନର୍ଗଠନ ହେବନି। ନିଗମ ଓ ବୋର୍ଡ ଅଧ୍ୟକ୍ଷ ନିଯୁକ୍ତି ଖୁବ୍ ଶୀଘ୍ର ବୋଲି ସେ ପୁଣି ଦୋହରାଇଛନ୍ତି। ହେଲେ ରାଜ୍ୟ ବିଜେପି କମିଟି ବାବଦରେ ନୀରବ ମନମୋହନ ସାମଲ। ୪ ମାସ ହେଲା ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା ହେଉଥିବା ବେଳେ କାହିଁକି ଏଥିରେ ପଡ଼ିଲା ଯବନିକା ? ମୁଖିଆଙ୍କ ସୂଚନା ପରେ ବିଳମ୍ବର କାରଣକୁ ନେଇ ଆରମ୍ଭ ହୋଇଛି ଆଲୋଚନା। ସମୀକ୍ଷକଙ୍କ ମତରେ ରାଜ୍ୟ ବିଜେପିରେ ଗୋଟିଏ ନିଷ୍ପତ୍ତି ହୋଇପାରୁନାହିଁ। ଗୋଷ୍ଠୀ କନ୍ଦଳ ଯୋଗୁଁ ତାଲିକା ଚୂଡ଼ାନ୍ତ ହୋଇପାରୁନାହିଁ। ଜାତୀୟସ୍ତରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ ନେଇ କିଛି ବାଟ ଫିଟୁନଥିବାରୁ ରାଜ୍ୟ ବିଜେପି ସଙ୍ଗଠନ ଉପରେ ହାଇକମାଣ୍ଡ ଏତେଟା ଗୁରୁତ୍ବ ଦେଉନାହାନ୍ତି ବୋଲି ସମୀକ୍ଷକ କହିଛନ୍ତି।

ଦଳର ବରିଷ୍ଠ କର୍ମକର୍ତ୍ତା, ଛାମୁଆ ନେତାଙ୍କ ସହ କିଛି ବିଧାୟକଙ୍କ ନଜର ବି ନିଗମ ଓ ବୋର୍ଡ଼ ଉପରେ ରହିଛି। ଚଳଚ୍ଚିତ୍ର ନିଗମ, ଅର୍ଥ ନିଗମ, କାଜୁ ନିଗମ, ଖଦି ବୋର୍ଡ଼, ହାଉସିଙ୍ଗ ବୋର୍ଡ଼, ବିହନ ନିଗମ, ପର୍ଯ୍ୟଟନ ନିଗମ ଭଳି ଲାଭଜନକ ସଂସ୍ଥା ଉପରେ ରହିଛି ଆଶାୟୀଙ୍କ ନଜର। ମହିଳା ବିକାଶ ନିଗମ, ବନ ନିଗମ, କ୍ଷୁଦ୍ର ଶିଳ୍ପ ନିଗମ, ଉଠା ଜଳସେଚନ ନିଗମ, ପଣ୍ୟାଗାର ନିଗମ ଭଳି ସଂସ୍ଥା ହାତେଇବାକୁ କେତେକ ନେତା ଆଶା କରିଛନ୍ତି। ସରକାରକୁ ୧୪ ମାସ ପୂରିବାକୁ ବସିଥିବା ବେଳେ ନିଗମ ଓ ବୋର୍ଡ଼ ତାଲିକା ଚୁଡ଼ାନ୍ତ ହୋଇପାରୁନାହିଁ। ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି, ବିଳମ୍ବ ହେଉଛି ସତ, ହେଲେ ଯାହା ହେଉଛି ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ଉଦ୍ଦିଷ୍ଟ।

ମନମୋହନ ସାମଲ ସଭାପତି ଦାୟିତ୍ବ ନେବାର ୪ ମାସ ପରେ ବି ଗଢା ହୋଇପାରୁନାହିଁ ବିଜେପିର ଟିମ୍ ଓଡ଼ିଶା। ନିଗମ ଓ ବୋର୍ଡ଼ରେ ଉପଯୁକ୍ତଙ୍କୁ ଥଇଥାନ କରିବା, ଅସନ୍ତୁଷ୍ଟଙ୍କୁ ମନାଇବା, ଦଳରେ ଥିବା ଗୋଷ୍ଠୀ ବିବାଦ ଚର୍ଚ୍ଚାକୁ ପଛରେ ପକାଇବା ସଭାପତିଙ୍କ ପାଇଁ ପାଲଟିଛି ବଡ଼ ଆହ୍ବାନ।

ଶାରଦୀୟ ପୂଜା ପାଇଁ ସଜେଇ ହେଲାଣି ରାଜଧାନୀ

ନନ୍ଦିଘୋଷ ବ୍ୟୁରୋ: ଶାରଦୀୟ ପୂଜା ପାଇଁ ସଜେଇ ହେଲାଣି ରାଜଧାନୀ । ଆଖି ଝଲସା ତୋରଣ ସାଙ୍ଗକୁ ଦେବୀ ଦୁର୍ଗାଙ୍କ ଆବାହନ ପାଇଁ ପ୍ରସ୍ତୁତ ପୂଜା ମଣ୍ଡପ । ଚଳିତବର୍ଷ ଭୁବନେଶ୍ବରରେ ପ୍ରାୟ ୧୭୨ ମଣ୍ଡପରେ ଆୟୋଜିତ ହେବ ପୂଜା ଉତ୍ସବ । ସହିଦ ନଗରରେ କାଳ୍ପନିକ ତୋରଣ ଭିତରେ ପୂଜା ପାଇବେ ମାଆ । ସେପଟେ କିସ୍ ରୋଡରେ କାଇନାଟିକ ଓଲ୍ଫ ଆକୃତିର ବିଶାଳ ତୋରଣ ଦେଖିବେ ସହରିଆ ।

ଆସୁଛନ୍ତି ମହାମାୟା । ମାଆଙ୍କ ଆବାହନ ପାଇଁ ସଜେଇ ହେଲାଣି ରାଜଧାନୀ । ଚଳିତବର୍ଷ ୪୮ ବର୍ଷରେ ପାଦ ଥାପିଛି ସହିଦ ନଗର ଦୁର୍ଗାପୂଜା କମିଟି । ଏଥର କାଳ୍ପନିକ ତୋରଣରେ ପୂଜା ପାଇବେ ମାଆ । ଆଖି ଝଲସା ତୋରଣ, ନୂଆ ଥିମର ସାଜସଜ୍ଜା । ତୋରଣର ଉଚ୍ଚତା ୮୫ ଫୁଟ୍ ଓ ଚଉଡ଼ା ୧୩୦ ଫୁଟ୍ । ମେଢର ଉଚ୍ଚତା ୧୮ ଫୁଟ ରହିଛି । ଆକର୍ଷଣ ସାଜିବ ମାଆଙ୍କ ଚାନ୍ଦିମେଢ । ଲାଗିବ ଦେଢ କୁଇଣ୍ଟାଲରୁ ଅଧିକ ରୁପା ସାମଗ୍ରୀ । ଷଷ୍ଠୀଠାରୁ ପୂଜା ଆରମ୍ଭହେବ ପ୍ରତ୍ୟେକ ଦିନ ୧୫ଶହ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ରହିଛି । ପୂଜା ମଣ୍ଡପକୁ ଜଗିବ ଏଆଇ କ୍ଯାମେରା । ମଣ୍ଡପ ପରିସରରେ ପ୍ରାୟ ଶହେଟି କ୍ଯାମେରା ଲାଗିବ । ଶ୍ରଦ୍ଧାଳୁଙ୍କ ସୁରକ୍ଷା ଲାଗି ଶହେରୁ ଅଧିକ ପୁରୁଷ ଓ ମହିଳା ସ୍ୱେଚ୍ଛାସେବୀଙ୍କ ସହ ସିକ୍ୟୁରିଟି ଗାର୍ଡଙ୍କୁ ନିୟୋଜିତ ହେବେ ।

ଭୁବନେଶ୍ୱର କିସ ରୋଡରେ ତୃତୀୟ ବର୍ଷରେ ପାଦ ଥାପିଛି କଳିଙ୍ଗ ଦୁର୍ଗାପୂଜା କମିଟି । ଏଥର କାଇନେଟିକ ଓଲ୍ଫ  ଆକୃତିର ବିଶାଳ ତୋରଣ ଦେଖିବେ ସହରିଆ । ଏହାସହ ଅହମ୍ମଦାବାଦ ପ୍ଲେନ କ୍ରାସ ଓ ଅପରେସନ ସିନ୍ଦୁରର ଦୃଶ୍ୟ ତୋରଣରେ ସ୍ଥାନ ପାଇବ । ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ୪ ରାତି କଳିଙ୍ଗ ଗଣନାଟ୍ୟ ନିଜ ଅପେରା ମଞ୍ଚସ୍ଥ କରିବ । ଚଳିତବର୍ଷ ୬୨ ଫୁଟର ରାବଣ ପୋଡି କରାଯିବ । ସୁରକ୍ଷା ଓ ପାର୍କିଂ ବ୍ୟବସ୍ଥା ପାଇଁ କରାଯାଇଛି ବ୍ଯାପକ ବ୍ଯବସ୍ଥା ।

ମାର୍ଗଦର୍ଶିକାକୁ ମାନି ଶ୍ରଦ୍ଧାଳୁ, ପୂଜା କମିଟି, ସଂଘ, କ୍ଲବ ଶାନ୍ତିପୂର୍ଣ୍ଣ ଦୁର୍ଗାପୂଜାର ଆନନ୍ଦ ଉପଭୋଗ କରିବା ସହ ସ୍ୱଚ୍ଛ ଓ ସବୁଜ ପରିବେଶ ପାଇଁ ବିଏମସି ଅପିଲ କରିଛି ।

ଅବ୍ୟବସ୍ଥାରେ ଜୟପୁର ଇଣ୍ଡୋର ଷ୍ଟାଡିୟମ

ନନ୍ଦିଘୋଷ ବ୍ୟୁରୋ: କ୍ରୀଡା କ୍ଷେତ୍ରରେ କୋରାପୁଟ ଜିଲ୍ଲାକୁ ଅଣଦେଖା । ପୂର୍ବ ସରକାର ସମୟରେ ହୋଇଥିବା ଇଣ୍ଡୋର ଷ୍ଟାଡିୟମ ଅବହେଳା ପାଇଁ ଖୋଜୁଛି ନିଜର ପରିଚୟ । ଜୟପୁର ଠାରେ ଥିବା ଇଣ୍ଡୋର ଷ୍ଟାଡିୟମ ମରାମତି ଅଭାବରୁ ଏବେ ଭାଙ୍ଗିରୁଜି ଗଲାଣି । କ୍ରିଡାବିତଙ୍କ ଖେଳିବା ପାଇଁ ସ୍ଥାନ ଅଭାବରୁ ଏଠାକୁ ଅଭ୍ଯାସ ପାଇଁ ଆସିଥାନ୍ତି । ହେଲେ କୌଣଶି ସୁବିଧା ସୁଯୋଗ ନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଅବ୍ଯବସ୍ଥାରେ ଜୟପୁର ଇଣ୍ଡୋର ଷ୍ଟାଡିୟମ । ନାହିଁ ବିଦ୍ଯୁତ ବ୍ଯବସ୍ଥା, ସ୍ଥାନେ ସ୍ଥାନେ ଗଳୁଛି ପାଣି । କୋରାପୁଟ ଜିଲ୍ଲାର କ୍ରୀଡ଼ାର ବିକାଶ ପାଇଁ ପୂର୍ବ ସରକାରଙ୍କ ସମୟରେ ତିଆରି ହୋଇଥିଲା ଇଣ୍ଡୋର ଷ୍ଟାଡିୟମ । ହେଲେ ପ୍ରଶାସନର ଅବହେଳାରୁ ଏହା ଏବେ ଭାଙ୍ଗିବାକୁ ବସିଲାଣି । ବିଦ୍ଯୁତ ବ୍ଯବସ୍ଥା ନଥିବାରୁ ବ୍ଯାଡମିଣ୍ଟନ ଖେଳାଳି ମୁହଁ ମୋଡ଼ିଲେଣି । ଜିଲ୍ଲାରେ ସ୍ଥାନ ଅଭାବରୁ ପ୍ରତିଦିନ ପ୍ରାୟ ଶହେରୁ ଉର୍ଦ୍ଧ୍ବ ଖେଳାଳି ଏଠକୁ ଅଭ୍ଯାସ ପାଇଁ ଆସନ୍ତି । ହେଲେ ରକ୍ଷଣାବେକ୍ଷଣ ଓ ସୁବିଧା ଅଭାବରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ ଷ୍ଟାଡିୟମକୁ ଲାଗି ରହିଥିବା ସ୍ଥାନରେ ପୌର ପରିଷଦ ପକ୍ଷରୁ ଏକ ମଲ୍ଟି କଲ୍ଯାଣ ମଣ୍ଡପ କରିବାକୁ କାମ ଆରମ୍ଭ ହୋଇଛି । ଯାହାଦ୍ବାର କ୍ରୀଡ଼ାବିତ ପ୍ରଭାବିତ ହେବା ଆଶଂକା ପ୍ରକାଶ ପାଇଛି । କଲ୍ଯାଣ ମଣ୍ଡପ ହେଲେ ଜୋରଦାର ବିରୋଧ କରାଯିବ ବୋଲି କହିଛନ୍ତି ସ୍ଥାନିୟ କାଉନସିଲର ।

ତେବେ ଜୟପୁର ଇଣ୍ଡୋର ଷ୍ଟାଡିୟମକୁ ମରାମତି କରିବାକୁ ପ୍ରସ୍ତାବ ରହିଛି ବୋଲି କହିଛନ୍ତି ଜୟପୁର ଉପ ଜିଲ୍ଲାପାଳ । ଏନେଇ ରାଜ୍ଯ ସରକାରଙ୍କ ସହ ଆଲୋଚନା କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ଷ୍ଟାଡିୟମ ନିକଟରେ ମଲ୍ଟି କଲ୍ଯାଣ ମଣ୍ଡପ କାର୍ଯ୍ୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜୟପୁର ପୌର ପରିଷଦର ଅଧ୍ଯକ୍ଷ ।

କୋରାପୁଟ ଜିଲ୍ଲାରେ କ୍ରୀଡାବିତ୍ତ ମାନଙ୍କ ଅଭାବ ନାହିଁ । ଅଭାବ ରହିଛି କ୍ରୀଡା ଭିତ୍ତିଭୁମି । ପୁର୍ବରୁ ଥିବା ଭିତ୍ତିଭୁମିକୁ ପୁନଃଉଦ୍ଧାର କରାଗଲେ ଉପାନ୍ତରୁ ଅନେକ ଯୁବ ପ୍ରତିଭା ସୃଷ୍ଟି ହୋଇପାରିବେ ବୋଲି କହିଛନ୍ତି ବୁଦ୍ଧିଜୀବୀ ।