spot_img
Home Blog Page 3575

ମନୀଷ ସିସୋଦିଆଙ୍କ ବିରୋଧରେ ତଦନ୍ତ ପାଇଁ ସିବିଆଇକୁ କେନ୍ଦ୍ରର ନିର୍ଦ୍ଦେଶ

0

ନୂଆଦିଲ୍ଲୀ: ବିପକ୍ଷ ଦଳ ବିରୋଧରେ ଗୁପ୍ତଚର କାର୍ଯ୍ୟକଳାପ ଅଭିଯୋଗ ପ୍ରସଙ୍ଗ। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିବା ଲାଗି ସିବିଆଇକୁ କେନ୍ଦ୍ରର ନିର୍ଦ୍ଦେଶ। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ସିସୋଦିଆଙ୍କ ବିରୋଧରେ କେନ୍ଦ୍ରର ଏହି ନିର୍ଦ୍ଦେଶ ଅଡୁଆ ସୃଷ୍ଟି କରିଛି।

ସେପଟେ ସିସୋଦିଆ କହିଛନ୍ତି- ତାଙ୍କ ବିରୋଧରେ ଏହି ମାମଲା ବିରୋଧୀ ଦଳର ଦୁର୍ବଳତାକୁ ପରିପ୍ରକାଶ କରିଛି। ଆମ ଆଦମୀ ପାର୍ଟି ବଢୁଥିବାରୁ ଏହି ଧରଣର ଅଧିକ ମାମଲା ଭବିଷ୍ୟତରେ ରୁଜୁ ହେବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ସିସୋଦିଆ। ଗତ ରବିବାର ମଦ ଦୁର୍ନୀତି ମାମଲାରେ ଜେରାର ସମ୍ମୁଖୀନ ହେବା ଲାଗି ସିସୋଦିଆଙ୍କୁ ସମନ ଜାରି କରିଥିଲା ସିବିଆଇ।

ଗତ ୨୦୧୫ରେ ତତକାଳୀନ ଆପ୍ ସରକାରରେ ସିସୋଦିଆ ଭିଜିଲାନ୍ସ ବିଭାଗର ଦାୟିତ୍ବରେ ଥିଲେ। ତେବେ ସେହି ସମୟରେ ଗଠିତ ଫିଡବ୍ୟାକ ୟୁନିଟ ଜରିଆରେ ବିଭିନ୍ନ ମନ୍ତ୍ରାଳୟ, ବିରୋଧୀ ଦଳ, ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ ଗୁଇନ୍ଦାଗିରି କରିଥିବା ନେଇ ଅଭିଯୋଗ ହୋଇଥିଲା। ସେହିପରି ଏଫବିୟୁକୁ ସିକ୍ରେଟ ସର୍ଭିସ ଫଣ୍ଡ ଜରିଆରେ ବେଆଇନ ତଥା ବେହିସାବ ଅର୍ଥ ପ୍ରଦାନ କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା।

ସିବିଆଇର ଏକ ରିପୋର୍ଟ ଆଧାରରେ ଦିଲ୍ଲୀ ଲେଫଟନାଣ୍ଟ ଗଭର୍ଣ୍ଣର ଭି.କେ. ସକ୍ସେନା ସିସୋଦିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି କେନ୍ଦ୍ର ଗୃହ ମନ୍ତ୍ରାଳୟ ଜରିଆରେ ରାଷ୍ଟ୍ରପତିଙ୍କ ନିକଟରେ ସୁପାରିସ କରିଥିଲେ।

ନବ ଦାସ ହତ୍ୟା ମାମଲା; ଡିଜିପିଙ୍କୁ ଭେଟିଲେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା

ଭୁବନେଶ୍ୱର: ଡିଜିପିଙ୍କୁ ଭେଟିଲେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା। ଡିଜିପି କ୍ୟାମ୍ପ ଅଫିସରେ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି । ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ।

ନବକିଶୋର ଦାସ ହତ୍ୟାକାଣ୍ଡ ଘଟଣାର ତଦନ୍ତ ନେଇ ହୋଇଛି ଆଲୋଚନା। ତଦନ୍ତ ରିପୋର୍ଟ ସମ୍ପର୍କରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ମଧ୍ୟ ଆଲୋଚନା ହୋଇଛି। ଆଲୋଚନା ପରେ ବିଧାନସଭାରେ ପହଞ୍ଚିଛନ୍ତି ଡିଜିପି ଓ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା।

ନବ ଦାସ ହତ୍ଯା ମାମଲା; ବିଧାନସଭାରେ ବିବୄତ୍ତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବଜେଟ୍ ଅଧିବେଶନର ଦ୍ବିତୀୟ ଦିନରେ ବି ଗୃହରେ ହଟ୍ଟଗୋଳ। ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହୋହଲ୍ଲା କରିଛନ୍ତି ବିରୋଧି ଦଳ। ଅନ୍ୟପଟେ ନବକିଶୋର ଦାସ ହତ୍ୟା ମାମଲାରେ ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେ କହିଛନ୍ତି ଆମେ ଆମର ଜଣେ ସହଯୋଗୀଙ୍କୁ ହରାଇଲୁ। ଓଡ଼ିଶା ଜଣେ ବିଚକ୍ଷଣ ନେତାଙ୍କୁ ହରାଇଛି। ନବ ଦାସଙ୍କ ହତ୍ୟା ମାମଲା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ରାଜ୍ୟ ସରକାର ଘଟଣାର ଗମ୍ଭୀରତା ଦୃଷ୍ଟିରୁ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟର ଜଣେ ବିଚାରପତିଙ୍କ ତତ୍ୱାବଧାନରେ ତଦନ୍ତ ପାଇଁ ହାଇକୋର୍ଟଙ୍କୁ ସରକାର ଅନୁରୋଧ କରିଥିଲେ। ତଦନ୍ତ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ଆଇନ ଅନୁଯାୟୀ କରାଯାଉଛି ।

ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ଉତ୍ସର୍ଗୀକୃତ ଥିଲେ ନବକିଶୋର। ଜାନୁଆରୀ ୨୯ତାରିଖରେ ନବକିଶୋର ଦାସଙ୍କୁ ଗୁଳିମାଡ଼ କରି ହତ୍ୟା କରିଥିଲା ଅଭିଯୁକ୍ତ ଗୋପାଳ ଦାସ। ସମ୍ବେଦନଶୀଳ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ତୁରନ୍ତ ନିର୍ଦ୍ଦେଶ ଦିଆଯାଇଥିଲା।  ଦେଶର ସର୍ବୋକୃଷ୍ଟ ଫରେନସିକ ଏକ୍ସପର୍ଟ ଏଥିରେ ନିୟୋଜିତ ହୋଇଛନ୍ତି। ଅଭିଯୁକ୍ତ ଗୋପାଳର ମାନସିକ ସ୍ଥିତିର ଯାଞ୍ଚ କରାଯାଉଛି।

ସେହିପରି ଅଭିଯୁକ୍ତ ସତ କହୁଛି କି ନାହିଁ, ସେନେଇ ପରୀକ୍ଷା କରିବାକୁ ଲେୟାର୍ଡ ଭଏସ ଆନାସଲିସିସ କରାଯାଇଛି। ତେବେ ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ହେଉଥିବା ରାଜନୀତି ତାଙ୍କୁ ସ୍ତବ୍ଧ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ସ୍ବାଧୀନ ନ୍ୟାୟପାଳିକା ଗଣତନ୍ତ୍ରର ସବୁଠୁ ଶକ୍ତିଶାଳୀ ସ୍ତମ୍ଭ। ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ତଦନ୍ତ ତଦାରଖ କରିବାକୁ ନିଯୁକ୍ତ କରାଯାଇଛି। ସମସ୍ତେ ନ୍ୟାୟପାଳିକା ଉପରେ ବିଶ୍ବାସ ରଖିବା ଉଚିତ। ତେଣୁ ଏହାକୁ ନେଇ ରାଜନୀତିକରଣ କରାନଯାଉ। ଅଭିଯୁକ୍ତ ASIକୁ ତୁରନ୍ତ ବହିଷ୍କାର କରାଯାଇଛି।

ତେବେ ବିଜେପି ନେତା ଜଣଙ୍କ ପାଇଁ ପୂରା ପୋଲିସ ଫୋର୍ସକୁ ଦାୟୀ କରିବା ତାଙ୍କୁ ବିଚଳିତ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ୯୦ହଜାର ପୋଲିସ ଓ ହୋମଗାର୍ଡଙ୍କର ଏହା ଅପମାନ। ମହିଳା ଆଇଆଇସିଙ୍କୁ ଦୁର୍ବ୍ୟବହାର ଘଟଣାକୁ ନେଇ ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶା ସବୁବେଳେ ମହିଳାଙ୍କୁ ସମ୍ମାନ ଦିଏ । ଜୟନାରାୟଣଙ୍କ ବ୍ୟବହାର ପାଇଁ କ୍ଷମା ଦେବେନି ରାଜ୍ୟବାସୀ। ସାମ୍ବିଧାନିକ ପଦରେ ଥାଇ ମହିଳା IICଙ୍କୁ ଆକ୍ରମଣ ନିନ୍ଦନୀୟ। ବିଭିନ୍ନ ପ୍ରସଙ୍ଗରେ ବିତର୍କ ଓ ଯୁକ୍ତି କରିପାରିବା, ତେବେ ସମ୍ବେଦନଶୀଳ ଘଟଣାରେ ରାଜନୀତି କରିବା ଠିକ୍ ନୁହେଁ। ଅପରାଧ ପଛର ଷଡ଼ଯନ୍ତ୍ରକାରୀ ସାମ୍ନାକୁ ଆସିବା ମୂଳ ଲକ୍ଷ୍ୟ। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ନବକିଶୋରଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

 

ନୂଆରୂପ ପାଇଛି ଉତ୍କଳମଣୀଙ୍କ ଜନ୍ମମାଟି, କାଲି ସୁଆଣ୍ଡୋ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ନୂଆରୂପ ପାଇଛି ଉତ୍କଳମଣୀଙ୍କ ଜନ୍ମମାଟି। ଆସନ୍ତାକାଲି ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୨୫ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ମଧ୍ୟରେ ଗୋପବନ୍ଧୁଙ୍କ ଜନ୍ମ ପୀଠରେ ଥିବା ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ବାସଗୃହ, ଗ୍ରାମରାସ୍ତା, ଜନ୍ମପୀଠ ପରିକ୍ରମା ରାସ୍ତା, ଗୋପବନ୍ଧୁଙ୍କ ସ୍ମୁତି ସଂଗ୍ରହାଳୟ, ସୂଚନା କେନ୍ଦ୍ର, ଆତିଥ୍ୟ କେନ୍ଦ୍ର, ଶିଶୁ ପାର୍କ, ଉତ୍କଳମଣୀଙ୍କ ପ୍ରାୟ ୧୫ ଫୁଟ ଉଚ୍ଚର ପ୍ରତିମୂର୍ତ୍ତି, ଷଠିଘର କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି।

ଯାହାକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ଏନେଇ ଗ୍ରାମବାସୀ ବେଶ ଉତ୍ସାହିତ ଥିବାବେଳେ କାଲିର ସେହି ମୁହୁର୍ତ୍ତକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ୟୁକ୍ରେନ ବିରୋଧରେ ଋଷ କେବେବି ଯୁଦ୍ଧ ଜିତିପାରିବ ନାହିଁ: ଆମେରିକା ରାଷ୍ଟ୍ରପତି

ପୋଲାଣ୍ଡ: ରୁଷ ଏବଂ ୟୁକ୍ରେନ ଯୁଦ୍ଧକୁ ଦିନକ ପରେ ବର୍ଷେ ପୂରିବ। ତା’ ପୂର୍ବରୁ ଭୟାବହ ରୂପ ନେଇଛି ସଂଘର୍ଷ। ଅଚାନକ କିବ୍ ଗସ୍ତ ପରେ ପୋଲାଣ୍ଡରେ ପହଞ୍ଚି ବିସ୍ଫୋରକ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଋଷ କେବେବି ଯୁଦ୍ଧ ଜିତିପାରିବ ନାହିଁ ବୋଲି ବାଇଡେନ କହିଛନ୍ତି ।

ଏହାସହ ଗତକାଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପଶ୍ଚିମ ଦେଶ ବିରୋଧରେ ଦେଇଥିବା ବୟାନର ବି ସେ ଉତ୍ତର ରଖିଛନ୍ତି । ପଶ୍ଚିମ ଦେଶ ରୁଷ ଉପରେ ଆକ୍ରମଣ କରିବାର ଷଡଯନ୍ତ୍ର କରୁନାହାନ୍ତି। ଲକ୍ଷାଧିକ ରୁଷ ନାଗରିକ ସେମାନଙ୍କ ପଡୋଶୀଙ୍କ ସହ ଶାନ୍ତିରେ ରହିବାକୁ ଚାହୁଁଛନ୍ତି । ଋଷ ସେନା ଯୁଦ୍ଧ ଅପରାଧ କରିଛନ୍ତି ଏଥିରେ ସନ୍ଦେହ ନାହିଁ । ଯୁଦ୍ଧରେ ସବୁ ସୀମା ଲଂଘି ସାରିଛି ଋଷ । ପୁଟିନ ଯେଉଁ ଉଦ୍ଦେଶ୍ୟରେ ଯୁଦ୍ଧ ଆରମ୍ଭ କରିଥିଲେ ତାହା ପୂରଣ ହୋଇପାରିନି।

ସହଜରେ ୟୁକ୍ରେନକୁ ଅକ୍ତିଆର କରିବା ଓ ନାଟୋକୁ ଭାଙ୍ଗିବାକୁ ଯେଉଁ ପ୍ରୟାସ କରିଥିଲେ ତାହା ଧୂଳିସାତ ହୋଇଯାଇଛି ବୋଲି ବାଇଡେନ କହିଛନ୍ତି । ହେଲେ ୟୁକ୍ରେନ ଏବେ ବି ଯୁଦ୍ଧ ମଇଦାନରେ ଲଢୁଛି ଓ ନାଟୋ ପୂର୍ବ ଅପେକ୍ଷା ଅଧିକ ମଜଭୂତ ହୋଇଛି ବୋଲି ବାଇଡେନ କହିଛନ୍ତି ।

ଷ୍ଟକହୋମ ଏୟାରପୋର୍ଟରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ। ଆମେରିକାର ନେୱାର୍କରୁ ଦିଲ୍ଲୀ ଆସୁଥିବା ବୋଇଂ  777-300ER ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏହାକୁ ଏମର୍ଜେନ୍ସି ଲ୍ୟାଣ୍ଡିଂ କରାଯାଇଛି। ବିମାନ ଉଡାଣ ଭରି ସାରିବା ପରେ ଗୋଟିଏ ଇଞ୍ଜିନରୁ ତେଲ ଲିକ୍ କରୁଥିବାରୁ ଏହା ବନ୍ଦ ହୋଇଯାଇଥିଲା।

ପରେ ବିମାନର ଦିଗ ପରିବର୍ତ୍ତନ କରି ପାଇଲଟ ସ୍ୱଡେନର ଷ୍ଟକହୋମରେ ବିମାନକୁ ସୁରକ୍ଷିତ ଲ୍ୟାଣ୍ଡିଂ କରିଥିଲେ । ନେୱାର୍କରୁ ଉଡାଣ ଭରିଥିବା ବିମାନ ଆଜି ଦିଲ୍ଲୀରେ ଅବତରଣ କରିଥାନ୍ତା । ମାତ୍ର ଉଡାଣ ଭରିବାର କିଛି ସମୟପରେ ଏହା ଷ୍ଟକହୋମ ଏୟାରପୋର୍ଟରେ ଜରୁରୀ ଅବତରଣ କରିଥିଲା।

ତେବେ ବିମାନରେ ଥିବା ସମସ୍ତ ୩୦୦ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି ।

ଏନେଇ ଡିଜିସିଏ କହିଛନ୍ତି, ଉଡାଣ ଭରିବାର କିଛି ସମୟ ପରେ ବିମାନର ଇଞ୍ଜିନରୁ ତେଲ୍ ଲିକ୍ କରିଥିଲା । ଯାହାପରେ ପାଇଲଟ୍ ତୁରନ୍ତ ବିମାନର ଜରୁରୀ ଅବତରଣ କରିଥିଲେ। ଲ୍ୟାଣ୍ଡିଂ ପୂର୍ବରୁ ଷ୍ଟକହୋମ ଏୟାରପୋର୍ଟରେ ଜରୁରୀ ବ୍ୟବସ୍ଥା କରାଯାଇଥିଲା। ଏମିତିକି ଏୟାରପୋର୍ଟରେ ଫାୟାର ବ୍ରିଗେଡ୍ ଟିମ୍ ପ୍ରସ୍ତୁତ ରହିଥିଲେ ।

 

ଦ୍ବିତୀୟ ଦିନରେ ବି ଗୃହରେ ହଟ୍ଟଗୋଳ, ସାଢ଼େ ୧୧ଟା ଯାଏଁ ମୁଲତବି

ଭୁବନେଶ୍ବର: ବଜେଟ୍ ଅଧିବେଶନର ଦ୍ବିତୀୟ ଦିନରେ ବି ଗୃହରେ ହଟ୍ଟଗୋଳ । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହୋହଲ୍ଲା କରିଛନ୍ତି କଂଗ୍ରେସ ବିଧାୟକ । ବାଚସ୍ପତିଙ୍କ ପୋଡିୟମ ସାମ୍ନାରେ କଂଗ୍ରେସ ବିଧାୟକ ନାରାବାଜି କରିଛନ୍ତି ।

ଅନ୍ୟପଟେ କେନ୍ଦ୍ରୀୟ ଅବହେଳା ବିରୋଧରେ ଶାସକ ବିଜେଡି ପ୍ରତିବାଦ କରିଛି । ଅଚଳାବସ୍ଥା ଲାଗି ରହିବାରୁ ଗୃହକୁ ଦିନ ସାଢ଼େ ୧୧ଟା ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ।

ସେହିପରି ଜୟ ନାରାୟଣଙ୍କୁ ବିଜେଡି କରିଛି ତୀବ୍ର ପ୍ରତିବାଦ। ଜୟ ନାରାୟଣଙ୍କୁ ବିରୋଧୀ ଦଳ ପଦରୁ ହଟାଇବାକୁ ଦାବି କରିଛି ବିଜେଡି। ଜୟ ନାରାୟଣଙ୍କ ବିରୋଧରେ ଅପରାଧିକ ମାମଲା ଥିବା ବେଳେ, ଗୃହରେ ମହିଳା ବିଧାୟିକା ମଧ୍ୟ ଅସୁରକ୍ଷିତ ଥିବା କହିଛି ବିଜେଡି। ତୁରନ୍ତୁ ତାଙ୍କୁ ବିରୋଧୀ ଦଳ ପଦରୁ ହଟାଇବାକୁ ଦଳ ଦାବି କରିଛି । ଜୟନାରାୟଣଙ୍କ ବିରୋଧରେ ୧୬ଟି ଅପରାଧିକ ମାମଲା ରହିଛି। ଜୟନାରାୟଣ ମାନସିକ ଭାରସାମ୍ୟ ହରାଇଛନ୍ତି ବୋଲି ବିଜେଡି କହିଛି।

ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି

ପୁରୀ : ଆଜି ଫାଲଗୁନ-ଶୁକ୍ଳ ତୃତୀୟା ତିଥି । ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଏହି ଗୁପ୍ତ ନୀତି କରାଯିବ। ଦତ୍ତ ମହାପାତ୍ର ଓ ଅନ୍ୟାନ୍ୟ ସେବକଙ୍କ ଦ୍ଵାରା ଗୁପ୍ତ ନୀତି ସନ୍ଧ୍ୟା ୬ ଟାରୁ ରାତି ୧୦ ପର୍ଯ୍ୟନ୍ତ କରାଯିବାକୁ ଲକ୍ଷ ରଖାଯାଇଛି। ଏହି ସମୟରେ ୪ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଟ୍ରକ୍-ଟ୍ରାକ୍ଟର ମୁହାମୁହିଁ ଧକ୍କା.. ୩ ମୃତ, ୧୮ରୁ ଅଧିକ ଗୁରୁତର

ପଶ୍ଚିମବଙ୍ଗ : ଟ୍ରକ୍-ଟ୍ରାକ୍ଟର ମୁହାମୁହିଁ ଧକ୍କା । 3 ମୃତ 18ରୁ ଅଧିକ ଗୁରୁତର । ଘଟଣା ଘଟିଛି ପଶ୍ଚିମବଙ୍ଗ ଜଲପାଇଗୁଡ଼ି ମୟନାଗୁଡ଼ିରେ । ଉଲ୍ଲାସବାଡ଼ି ଯୋଡାବନ୍ଧ ସଡ଼କରେ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ଅପର ପଟୁ ଆସିଥିବା ଟ୍ରାକ୍ଟରକୁ ଧକ୍କା ଦେଇଥିଲା । ଟ୍ରାକ୍ଟରରେ ଥିବା 21ଜଣ ଶ୍ରମିକ ଓ ଟ୍ରାକ୍ଟର ଚାଳକଙ୍କ ମଧ୍ୟରୁ 3 ଜଣଙ୍କ ମୃତ୍ୟୁ ହୋଇଛି । 18ରୁ ଉର୍ଦ୍ଧ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତକୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପୋଲିସ ପହଞ୍ଚି ଟ୍ରକ ଚାଳକକୁ ଗିରଫ କରିବା ସହ ତଦନ୍ତ ଚଳାଇଛି ।

ବାଇକରୁ ପଡି ଯୁବକଙ୍କ ମୃତ୍ୟୁ..ସିସିଟିଭିରେ କଏଦ ହେଲା ଦୁର୍ଘଟଣାର ଦୃଶ୍ୟ..

ରାୟଗଡ଼ା : ବାଇକରୁ ପଡି ଯୁବକଙ୍କ ମୃତ୍ୟୁ । ସିଟିଟିଭିରେ କଏଦ ହେଲା ମର୍ମନ୍ତୁଦ ଦୁର୍ଘଟଣାର ଦୃଶ୍ୟ । ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ମୁଖ୍ୟ ବଜାର ରାସ୍ତାରେ । ରାସ୍ତାରେ ଥିବା ଏକ ମାଟିଗଦା ଉପରେ ଗାଡ଼ି ଚଢ଼ିଯିବାରୁ ଭାରସାମ୍ୟ ହରାଇ ବାଇକ ସହ ଘୋଷାଡ଼ି ହୋଇ କିଛି ବାଟ ଚାଲିଯାଇଥିଲେ ଯୁବକ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଗୁଣ୍ଡରିଗୁଡ଼ାର ଅଜୟ ହିକକା । ଘଟଣା ସ୍ଥଳରେ କଲ୍ୟାଣସିଂହପୁର ପୁଲିସ ପହଞ୍ଚି ମୃତଦେହ ଜବତ କରିଛି । ସୂଚନା ଅନୁସାରେ କଲ୍ୟାଣସିଂହପୁରରେ ଚାଲିଥିବା ଶିବରାତ୍ରୀ ଯାତ୍ରା ଦେଖି ପାହାନ୍ତିଆ ଫେରିବା ବେଳେ ଘଟିଥିଲା ଦୁର୍ଘଟଣା ।