spot_img
Home Blog Page 3581

 ବିଜେଡି ସୁପ୍ରିମୋଙ୍କୁ ଭେଟିଲେ ଦଳର ନୂଆ ମିଡିଆ ଟିମ୍

ଭୁବନେଶ୍ବର :   ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ଦଳର ନୂଆ ମିଡିଆ ଟିମ୍ । ଦୁଇଦିନ ତଳେ ଏହି ନୂଆ ଟିମ୍‌କୁ ଅନୁମୋଦନ ଦେଇଥିଲେ ନବୀନ ପଟ୍ଟନାୟକ । ଏଥିରେ ଜଣେ ସଂଯୋଜକ ଓ ଜଣେ ସହ- ସଂଯୋଜକ ରହିଛନ୍ତି ।

ସେହିପରି ସାଂସଦ ମାନସ ମଙ୍ଗରାଜଙ୍କ ସମେତ ୬ଜଣଙ୍କୁ ଜାତୀୟ ମୁଖପାତ୍ର କରାଯାଇଛି । ମିଡିଆ ଟିମ୍‌ରେ ୧୬ଜଣ ମୁଖପାତ୍ର ଓ ୯ ଜଣ ପ୍ୟାନେଲିଷ୍ଟ ଅଛନ୍ତି । ସେମାନେ ଦଳର ଚିନ୍ତାଧାରା ଆଭିମୁଖ୍ୟକୁ କିପରି ଉପସ୍ଥାପନ କରିବେ, ସେନେଇ ନବୀନ ପଟ୍ଟନାୟକଙ୍କ ପରାମର୍ଶ ନେଇଛନ୍ତି ।

ତାମିଲନାଡୁରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ୫ଜଣଙ୍କ ଜୀବନ

ଚେନ୍ନାଇ: ତାମିଲନାଡୁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। କୁଡ୍ଡାଲୋର ଜିଲ୍ଲାର ୱେୟପୁର ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକାସାଙ୍ଗରେ ୬ଟି ଗାଡି ପରସ୍ପର ମଧ୍ୟରେ ଧକ୍କା ହୋଇଛନ୍ତି । ଏହି ଭୟଙ୍କର ଦୁର୍ଘଟଣାରେ ଗୋଟିଏ ପରିବାରର ୫ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ ୨ଟି ଘରୋଇ ବସ୍, ୨ଟି ଟ୍ରକ ଏବଂ ୨ଟି କାର୍ ଉଭୟଙ୍କ ମଧ୍ୟରେ ଧକ୍କା ହୋଇଥିଲେ। ଘଟଣା ସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ମୃତକମାନଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନଥିବା ବେଳେ କାର୍ ଭିତରେ ଥିବା ମୃତକଙ୍କ ଭିତରୁ ୨ ଜଣ ମହିଳା ଏବଂ ୨ ଜଣ ଶିଶୁ ରହିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବେପୁର ସରକାରୀ ହସ୍ପିଟାଲକୁ ପଠାଇଛି । ପୋଲିସ ଏକ ମାମଲା ରୁଜୁ କରି ମୃତକଙ୍କ ପରିଚୟ ଖୋଜୁଛି। ସେପଟେ ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଜାନବାହାନ ଯାତାୟତ ବାଧାପ୍ରାପ୍ତ ହୋଇଛି ।

 

ଏଲଓସିରେ ଅନୁପ୍ରବେଶ ଉଦ୍ୟମ; ରାଜୌରି ସେକ୍ଟର ପାଲଟିଛି ମାଧ୍ୟମ

ଜମ୍ମୁ : ଭାରତରେ ପ୍ରବେଶ କରିବା ଲାଗି ଆତଙ୍କବାଦୀଙ୍କ ଉଦ୍ୟମ  । ଜମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ରେଖା ଅନ୍ତର୍ଗତ ରାଜୌରି ସେକ୍ଟରକୁ ଅନୁପ୍ରବେଶ ପ୍ରବେଶ ଲାଗି ବ୍ୟବହାର କରୁଛନ୍ତି ଆତଙ୍କବାଦୀ  । ଏଲଓସିରେ ରହିଥିବା ବିଭିନ୍ନ ପ୍ରତିରକ୍ଷା ଘାଟିଗୁଡିକୁ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀମାନେ ଟାର୍ଗେଟ କରୁଛନ୍ତି ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡିଛି ।

ରାଜୌରି ସେକ୍ଟରରେ ପାକିସ୍ତାନ ପଟରେ ଚାରିଟି ଲଞ୍ଚିଂ ପ୍ୟାଡ ରହିଛି । କୋଟଲି, ଲାଞ୍ଜୋଟ, ନିକାଲି ଓ ଖୁରେଟ୍ଟାସ୍ଥିତ ଲଞ୍ଚିଂ ପ୍ୟାଡ ଦେଇ ଭାରତରେ ପ୍ରବେଶ କରିବାକୁ ୨୫ରୁ ୩୦ ଆତଙ୍କବାଦୀ ଯୋଜନା କରୁଛନ୍ତି ବୋଲି ଗୁଇନ୍ଦା ରିପୋର୍ଟରେ କୁହାଯାଇଛି । ଜାମ୍ମୁ ଓ କାଶ୍ମୀରରେ ସାଧାରଣ ଲୋକଙ୍କୁ ଜୈସ-ଏ- ମହମ୍ମଦ ଓ ଲସ୍କର-ଏ-ତଏବା ଆତଙ୍କାବାଦୀମାନେ ଯୋଜନା କରୁଛନ୍ତି ବୋଲି ତଥ୍ୟ ମିଳିବା ପରେ ପୁଞ୍ଚ ସେକ୍ଟରରେ ଆଲର୍ଟ ଜାରି କରାଯାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣ ନାଗରିକ ଆତଙ୍କବାଦୀଙ୍କ ଦ୍ବାରା ପ୍ରାଣ ହରାଇବା ପରେ ଏହି ପଦକ୍ଷେପ ନିଆଯାଇଛି । ଗତକାଲି ଘଟିଥିବା ଏକ ବିସ୍ଫୋରଣରେ ୨ଶିଶୁ ପ୍ରାଣ ହରାଇଥିବାବେଳେ ୪ ଜଣ ଲୋକ ଆହତ ହୋଇଥିଲେ । ସେପଟେ ରାଜୌରିରେ ପ୍ରାଣ ହରାଇଥିବା ୫ ଜଣଙ୍କ ଶେଷକୃତ୍ୟ କରାଯାଇଛି । ଶୋଭାଯାତ୍ରାରେ ଶହ ଶହ ଲୋକ ସାମିଲ ହୋଇଥିବା ଦେଖାଯାଇଛି ।

ବାଇକ ଟାଙ୍କୀ ଉପରେ ପ୍ରେମିକାକୁ ବସାଇ ଯୁବକ ଦେଖାଇଲେ ରୋମାଣ୍ଟିକ ଷ୍ଟଣ୍ଟ,ଗଲେ ଜେଲ…

ଆନ୍ଧ୍ରପ୍ରଦେଶ : ପ୍ରେମ ଲୋକଙ୍କୁ ବାଟ ଦେଖାଏ, ନା ବାଟ ବଣା କରାଏ ..ଏକଥା ଆମେ କହୁନୁ ,ଏମିତି ଏକ ପ୍ରେମୀଯୁଗଳଙ୍କ ଭାଇରାଲ ଭିଡିଓ ହିଁ ବୟାନ କରୁଛି ଏସବୁ । ପ୍ରେମରେ ପଡିଥିବା ଏହି ଯୁଗଳଙ୍କୁ ଦେଖନ୍ତୁ ଭୁଲି ଗଲେ ସବୁ ନିୟମ । ପ୍ରେମୀ ଯୁଗଳଙ୍କ ଏମିତି ରୋମାଣ୍ଟିକ ଷ୍ଟଣ୍ଟକୁ ଦେଖିଲେ ମୁଣ୍ଡରେ ହାତ ଦେବେ ।
ଆଜିର କପଲ ପ୍ରେମ ପାଇଁ କିଛି ବି କାମ କରିବାକୁ ପଛାଉ ନାହାନ୍ତି । ଏଇ ଯେମିତି ଏହି କପଲଙ୍କର ବାଇକ ରାଇଡର ଅଜବ ଅନ୍ଦାଜକୁ ଦେଖନ୍ତୁ । ସୋସିଆଲ ମିଡିଆରେ ଏହି ପ୍ରେମୀଯୁଗଳଙ୍କର ଏଭଳି ଏକ ରୋମାଣ୍ଟିକ ବାଇକ ରାଇଡର ଭିଡିଓ ଏବେ ଭାଇରାଲ ହେଉଛି ।
ସାଧାରଣରେ ସବୁ ପ୍ରେମୀ ନିଜ ପ୍ରେମିକାଙ୍କୁ ବାଇକ ପଛରେ ବସାଇ ରୋମାଣ୍ଟିକ ରାଇଡରେ ଯିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏଠି ତ କଥା କିଛି ଅଲଗା ଅଛି । ଦେଖି ପାରିବେ, ବାବୁ ଜଣଙ୍କ ଏଠାରେ ନିଜ ପ୍ରେମିକାଙ୍କୁ ପଛରେ ନୁହେଁ ପୁଣି ବାଇକ ଆଗରେ ବସାଇ ବୁଲାଉଛନ୍ତି । ଭିଡିଓରେ ଯୁବକ ଜଣଙ୍କ ବାଇକ ଚଳାଉଥିବାବେଳେ ଯୁବତୀ ଜଣଙ୍କ ବାଇକର ଟାଙ୍କି ଉପରେ ବସିଛନ୍ତି । ପ୍ରେମିକ ଜଣଙ୍କ ବେଶ ରୋମାଣ୍ଟିକ ଅନ୍ଦାଜରେ ନିଜ ପ୍ରେମିକାକୁ ବାଇକ ଟାଙ୍କିରେ ବସାଇ ବୁଲାଉଛନ୍ତି ଆହୁରି ପୁଣି ଦୁହେଁ ପରସ୍ପରକୁ ଆଲିଙ୍ଗନ କରିବା ଭଙ୍ଗୀରେ ବସି ମଜା ନେଇ ଏପରି କାରନାମା କରୁଥିଲେ । ସୁଦୂର ଆନ୍ଧପ୍ରଦେଶରଠାରେ ଏହି ପ୍ରେମୀଯୁଗଳଙ୍କର ଏହି ରୋମାଣ୍ଟିକ ବାଇକ ଷ୍ଟଣ୍ଟର ଦୃଶ୍ୟ ଦେଖିବାକୁ ମିଳିଛି । ବାବୁଙ୍କର ଏହି ରାଇଡିଂର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଆଜିର ଯୁବପିଢୀ ପ୍ରେମ ପାଇଁ କିଛି ବି କରିବାକୁ ପଛାଉନାହାନ୍ତି । ଅଜବ ଗଜବ ଅନ୍ଦାଜରେ ନିଜ ପ୍ରେମକୁ ପ୍ରମାଣ କରିବାକୁ ଲାଗି ପଡିଥାନ୍ତି । ଆନ୍ଧ୍ରପ୍ରଦେଶର ଏହି ରୋମାଣ୍ଟିକ କପଲଙ୍କର ଏହି ବାଇକ ରାଇଡିଂର ଦୃଶ୍ୟକୁ ରାସ୍ତାରେ ଯାଉଥିବା ଜଣେ କାର ଚାଳକ ନିଜ ମୋବାଇଲରେ କଏଦ କରିଛନ୍ତି । ଉଭୟଙ୍କର ଏହି ବାଇକରେ ଏଭଳି ପ୍ରକାରେ ଆଲିଙ୍ଗନ କରି ବସି ଯାଉଥିବାର ଦୃଶ୍ୟଟି ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବାଇକ ଟାଙ୍କି ଉପରେ ବସି ଯୁବତୀ ଜଣଙ୍କ ପ୍ରେମିକକୁ ଆଲିଙ୍ଗନ କରୁଥିବାର ଭାଇରାଲ ଭିଡିଓ ଦେଖି ଆନ୍ଧ୍ରା ପୋଲିସ ଏହା ଉପରେ ନିଜର ଆକ୍ସନ ନେଇଛନ୍ତି । ଏଭଳି ଧରଣର ବାଇକ ରାଇଡିଂ ଉପରେ ପୋଲିସ ଏକ ମାମଲା ମଧ୍ୟ ରୁଜୁ କରିଛି । ସୂଚନା ଅନୁସାରେ ପୋଲିସ ଉଭୟଙ୍କୁ ଥାନାକୁ ଡାକି ଯୁବକଙ୍କ ବାଇକକୁ ଜବତ କରିଛି ଏହା ସହିତ ପ୍ରେମୀ ଯୁଗଳଙ୍କ ପିତାମାତାଙ୍କୁ ପୋଲିସ ଷ୍ଟେସନ ଡାକି ଏହି ମାମଲା ସଂପର୍କରେ ଅବଗତ କରାଇଥିବା ଜଣାପଡିଛି । ଏପରି କିଛି କାରନାମା ଦେଖାଇବା ପୂର୍ବରୁ ବାଇକ ରାଇଡିଂର ନିୟମକୁ ଉଲଂଘନ ନ କରି ପାଳନ କରିବାକୁ ପୋଲିସ ଯୁବକ ଜଣଙ୍କୁ କଡା ନିର୍ଦ୍ଦେଶ ଦେଇଛି ।

ଭାରତ ଶ୍ରୀଲଙ୍କା ସିରିଜ ପୂର୍ବରୁ ଟିମ ଇଣ୍ଡିଆର ଜର୍ସିରେ ପରିବର୍ତ୍ତନ ହେଲା..

ମୁମ୍ବାଇ : ଭାରତ ଶ୍ରୀଲଙ୍କା ଟି୨୦ ସିରିଜ ପୂର୍ବରୁ ବଦଳିଲା ଟିମ ଇଣ୍ଡିଆର ଜର୍ସି । ସିରିଜ ଖେଳାଯିବା ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଜର୍ସିରେ ପରିବର୍ତ୍ତନ କରାଯାଇଥିବା ନେଇ ଟିମର ଲେଗସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ଏକ ପୋଷ୍ଟରୁ ଦେଖିବାକୁ ମିଳିଛି । ଜାନୁଆରୀ ୩ ମଙ୍ଗଳବାରରୁ ହିଁ ଏହି ସିରିଜ ଖେଳାଯିବାକୁ ଥିବାବେଳେ ପ୍ରଥମ ମ୍ୟାଚ ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଦୁଇ ଟିମ ପ୍ରଥମ ଟି୨୦ ମ୍ୟାଚରେ ମୁହାଁମୁହିଁ ହେବେ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଏହି ସିରିଜର ପ୍ରଥମ ମ୍ୟାଚ ଖେଳିବା ପାଇଁ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ତେବେ ମ୍ୟାଚ ପୂର୍ବରୁ ସ୍ପିନର ୟୁଜବେନ୍ଦ୍ର ଚହଲ ନିଜର ସୋସିଆଲ ମିଡିଆ ସାଇଟରେ ଏକ ଫୋଟ ସେୟାର କରିଛନ୍ତି । ତାଙ୍କର ଏହି ଫଟୋରେ ଟିମ ଇଣ୍ଡିଆର ଜର୍ସିରେ କିଛି ପରିବର୍ତ୍ତନ କରାଯାଇଥିବା ଲକ୍ଷ୍ୟ କରାଯାଇଛି ।
୩ ମ୍ୟାଚ ବିଶିଷ୍ଟ ଏହି ଟି୨୦ ସିରିଜ ଆରମ୍ଭ ହେବା ପୂର୍ବରୁ ଖେଳାଳୀଙ୍କର ଏକ ଫଟୋସୁଟ କରାଯାଇଛି । ସୁଟ ପରେ ୟୁଜବେନ୍ଦ୍ର ଚହଲ ନିଜ ସୋସିଆଲ ମିଡିଆ ସାଇଟରେ ଏହି ଫଟୋକୁ ସେୟାର କରିଛନ୍ତି । ଫଟୋରେ ଶ୍ରୀଲଙ୍କାକୁ ମାତ ଦେବା ପାଇଁ ପ୍ରସ୍ତୁତ ଥିବା ବୋଲିଙ୍ଗ ୟୁନିଟଙ୍କୁ ଦେଖିବାକୁ ମିଳିଛି । ସେମାନଙ୍କ ମଧ୍ୟରେ ଅଛନ୍ତି,ୟୁଜବେନ୍ଦ୍ର ଚହଲ,ଉମରାନ ମଲ୍ଲିକ, ଅର୍ଶଦୀପ ସିଂ, ମୁକେଶ କୁମାର ଏବଂ ସାଥୀରେ ଅଛନ୍ତି ଋତୁରାଜ ଗାୟକୱାଡ ।
ଟିମ ଇଣ୍ଡିଆ ଏହି ସିରିଜରେ ଏକ ନୂଆ ଜର୍ସିରେ ମଇଦାନକୁ ଓହ୍ଲାଉଛି । ବର୍ତ୍ତମାନ ଟିମ ଇଣ୍ଡିଆର ଏହି ନୂଆ ଜର୍ସିରେ ନୂଆ କିଟ ସ୍ପନସରର ନା’ ଦେଖିବାକୁ ମିଳିବ । ଏହା ପୂର୍ବରୁ ପ୍ରଥମେ ଜର୍ସିରେ ବିସିସିଆଇର ଲୋଗୋ ସହ ଏମ.ପି.ଏଲ ସ୍ପୋର୍ଟସର ନା ଦେଖିବାକୁ ମିଳୁଥିଲା । କିନ୍ତୁ ଏବେ ନୁଆ ଜର୍ସିରେ ‘କିଲର’ ଲେଖାଥିବା ଦେଖିବାକୁ ମିଳିବ । ଏହା ପୂର୍ବରୁ ଟିମ ଇଣ୍ଡିଆର କିଟ ସ୍ପନସରର ରାଇଟସ କେବଳ ଏମପିଏଲ ସ୍ପୋର୍ଡ୍ସ ପାଖରେ ରହିଥିଲା ।
ଭାରତ ଶ୍ରୀଲଙ୍କା ମଧ୍ୟରେ ସିରିଜର ପ୍ରଥମ ମ୍ୟାଚ ଜାନୁଆରୀ ୩ ମଙ୍ଗଳବାର ମୁମ୍ବାଇରେ ଖେଳାଯିବାକୁ ଥିବାବେଳେ ଦ୍ୱିତୀୟ ମ୍ୟାଚଟି ଜାନୁଆରୀ ୫ ପୁନେ ଠାରେ ଖେଳାଯିବ, ଏହା ସହିତ ସିରିଜର ଫାଇନାଲ ମ୍ୟାଚଟି ଜାନୁଆରୀ ୭ ରାକକୋଟ ଠାରେ ଖେଳାଯିବ ।

ୟୁକ୍ରେନର ଜୋରଦାର ହମଲା, ଯୁଦ୍ଧ ଆରମ୍ଭ ପରଠାରୁ ସବୁଠୁ ବଡ଼ ପ୍ରତିଆକ୍ରମଣ

କିବ୍ :  ଋଷ ଅକ୍ତିଆରରେ ଥିବା ଡୋନେସ୍କ ପ୍ରାନ୍ତରେ ୟୁକ୍ରେନର ଜୋରଦାର ହମଲା । ଘନ ଘନ ରକେଟ ମାଡରେ ଋଷର ୬୩ ସୈନ୍ୟଙ୍କ ମୃତ୍ୟୁ ହୋଇଛି । ଯୁଦ୍ଧ ଆରମ୍ଭ ପରଠାରୁ ଋଷ ଆକ୍ରମଣର ସବୁଠୁ ବଡ଼ ପ୍ରତିଆକ୍ରମଣ କରିଛି ୟୁକ୍ରେନ । ଆମେରିକାର ଅତ୍ୟାଧୁନିକ ହତିଆରରେ ଋଷ ଉପରେ ଜୋରଦାର ହମଲା କରୁଛି ୟୁକ୍ରେନ । ଦୀର୍ଘ ୧୦ ମାସ ଧରି ଯୁଦ୍ଧ ଚାଲିଥିବା ବେଳେ ଋଷ ସୈନ୍ୟଙ୍କ ସହ କଡ଼ା ମୁକାବିଲା କରୁଛି ୟୁକ୍ରେନ ।

ୟୁକ୍ରେନ ସୈନ୍ୟଙ୍କ ହମଲାରେ ପଛଘୁଞ୍ଚା ଦେଇଛି ମସ୍କୋ । ୟୁକ୍ରେନ ପକ୍ଷରୁ ୬ଟି ରକେଟ ମାଡ଼ କରାଯାଇଥିବା ବେଳେ ଦୁଇଟିକୁ ଋଷ ସେନା ନଷ୍ଟ କରିଛି ବୋଲି ସ୍ଥାନୀୟ ଗଭର୍ନର କହିଛନ୍ତି । ଋଷର ଗୋଳାବାରୁଦ ଷ୍ଟୋର ଉପରେ ହମଲା ଯୋଗୁ ବହୁ କ୍ଷତି ହୋଇଛି ବୋଲି ସୂଚନା ମିଳିଛି ।

ସେପଟେ ନୂଆବର୍ଷ ସନ୍ଧ୍ୟାରୁ ରାଜଧାନୀ କିବ୍ ଉପରେ ଆକ୍ରମଣ ଆହୁରି ଜୋରଦର କରିଛି ଋଷ । ଉର୍ଜା କ୍ଷେତ୍ର ଉପରେ ହମଲା ଯୋଗୁ ଅଧିକାଂଶ ସହର ବ୍ଲାକଆଉଟ ହୋଇଛି । ଋଷର ଏଭଳି ହମଲାକୁ ଏନର୍ଜି ଟେରରିଜିମ୍ କରି ସମାଲୋଚନା କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।

ସ୍ବାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ବର : ସ୍ୱାଭାବିକ ହେଲା ସ୍ଥିତି। ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ । ଲିଙ୍ଗରାଜଙ୍କ ନିତି ବିଭ୍ରାଟ ପ୍ରସଙ୍ଗରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଜରୁରୀ ବୈଠକ ସଫଳ ହୋଇଛି । ବୈଠକରେ ବାହାରିଛି ସମାଧାନର ବାଟ  ।

ଗତ ୧ ତାରିଖରୁ ଲିଙ୍ଗରାଜ ବିନା ଭୋଗରେ ଉପବାସ ଥିଲେ ଏବଂ ନୀତିକାନ୍ତି ବନ୍ଦ ଥିଲା । ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ବୈଠକରେ ସାମିଲ ହୋଇଥିଲେ ବ୍ରାହ୍ମଣ, ପୂଜାପଣ୍ଡା, ବଡୁ ଓ ସମର୍ଥ ନିଯୋଗର କର୍ମକର୍ତ୍ତା । ସମସ୍ତ ନିଯୋଗ ନିଜ ନିଜ ଅଭିଯୋଗ ଓ ଦାବି ବୈଠକରେ ଉପସ୍ଥାପନ କରିଥିଲେ।

ଜିଲ୍ଲାପାଳ ସମସ୍ତ ଅଭିଯୋଗ ଓ ଦାବି ଶୁଣି ସରିବା ପରେ  ସମାଧାନର ପ୍ରତିଶ୍ରୁତି ଦେଇଥିଲେ। ତାପରେ ସମସ୍ତ ନିଯୋଗ ଜିଲ୍ଲାପାଳଙ୍କ ଅନୁରୋଧ ରକ୍ଷା କରି କଥା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ କରିଛନ୍ତି। ଏଣିକି ପ୍ରତି ମାସରେ ଥରେ ମିଟିଂ କରି ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ କାମ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ପରଲୋକରେ ଓୟୁଜେର ପୂର୍ବତନ ସାଧାରଣ ସମ୍ପାଦକ ଆଳୟ ମହାନ୍ତି

ଭୁବନେଶ୍ବର : ଆଉ ନାହାନ୍ତି ଆଳୟ ମହାନ୍ତି । ବରିଷ୍ଠ ସାମ୍ବାଦିକ, ସମାଜସେବୀ ପ୍ରଯୋଜକ ତଥା ଓୟୁଜେର ପୂର୍ବତନ ସାଧାରଣ ସମ୍ପାଦକ ଆଳୟ ମହାନ୍ତିଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୬୫ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ଧରି ସେ ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ। କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି।

ତାଙ୍କ ପାର୍ଥିବ ଶରୀରକୁ ହସ୍ପିଟାଲରୁ ୟୁନିଟ -୬ ସ୍ଥିତ ସରକାରୀ ବାସଭବନକୁ ଅଣାଯିବା ପରେ ସେଠାରେ ବହୁ ସାମ୍ବାଦିକ ଓ ବୁଦ୍ଧିଜୀବୀ ଯୋଗଦେଇ ଶେଷ ଦର୍ଶନ କରିବେ । ପରେ ପାର୍ଥିବ ଶରୀରକୁ ନିଜ ଗାଁ ଜଟଣୀକୁ ନିଆଯିବା ପରେ ସେଠାରୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଅନ୍ତେଷ୍ଟି କ୍ରିୟା ସମ୍ପନ୍ନ କରାଯିବ । ତାଙ୍କ ବିୟୋଗରେ ଓୟୁଜେ ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନୃଶଂସ ସ୍ୱାମୀ

ଭୁବନେଶ୍ବର :  ରାଜଧାନୀରେ ପୁଣି ଏକ ମର୍ଡର । ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନୃଶଂସ ସ୍ୱାମୀ । ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଅଘଟଣ । ପାରିବାରିକ କନ୍ଦଳରୁ ସ୍ତ୍ରୀକୁ ମାରିଲା ସ୍ବାମୀ । ଏକ ନିର୍ମାଣଧୀନ ଆପାର୍ଟମେଣ୍ଟରେ କାମ କରୁଥିଲେ ମହିଳା । ମହିଳାଙ୍କ ଘର ନୟାଗଡ଼ । ପତ୍ନୀହନ୍ତା ସ୍ବାମୀକୁ ଥାନାରେ ଅଟକ ରଖିଛି ପୋଲିସ ।

ଦିଲ୍ଲୀ ହିଟ୍ ଆଣ୍ଡ ରନ୍ କେସ୍‌ : ସ୍କୁଟିରେ ଅଞ୍ଜଳି ସହ ଥିଲେ ଆଉ ଜଣେ ବନ୍ଧୁ

ନୂଆଦିଲ୍ଲୀ : ଦିଲ୍ଲୀ ହିଟ୍ ଆଣ୍ଡ ରନ୍ କେସ୍‌ରେ ନୂଆ ଖୁଲାସା । ସ୍କୁଟିରେ ମୃତ ଅଞ୍ଜଳିଙ୍କ ସହ ଅନ୍ୟ ଜଣେ ବନ୍ଧୁ ମଧ୍ୟ ଥିଲେ । ଅଞ୍ଜଳି ଗାଡ଼ି ଚଳାଉଥିବା ବେଳେ ପଛରେ ବସିଥିଲେ ନିଧି । ସ୍କୁଟିକୁ କାର୍ ଧକ୍କା ଦେବା ବେଳେ ନିଧି ସାମାନ୍ୟ ଆହତ ହୋଇଥିବା ବେଳେ ଅଞ୍ଜଳିଙ୍କ ଗୋଡ଼ କାରରେ ଲାଖି ଯିବା ଯୋଗୁ ସେ ଘୋଷାଡି ହୋଇ ଯାଇଥିଲେ ।

୧୨ କିମିରୁ ଅଧିକ ରାସ୍ତା ଘୋଷାଡି ହୋଇଯିବା ପରେ ଅଞ୍ଜଳିଙ୍କ ମୃତଦେହ ଗାଡ଼ି ଚକାରୁ ବାହାର କରି ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ ୫ ଅଭିଯୁକ୍ତ । ଆଜି ନିଧିଙ୍କ ବୟାନ ରେକର୍ଡ କରିବ ପୋଲିସ । ଦୁର୍ଘଟଣା ପରେ ଭୟରେ ନିଧି ଘରକୁ ଚାଲି ଆସିଥିବା ପୋଲିସ କହିଛି ।

ସେପଟେ ୫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ବିଜେପି ନେତା ଥିବାରୁ ଜିରୋ ନାଇଟରେ ହୋଇଥିବା ବୀଭତ୍ସକାଣ୍ଡକୁ ନେଇ ଜୋର ଧରିଛି ରାଜନୀତି । ଅଭିଯୁକ୍ତ ମନୋଜ ମିତ୍ତଲ ବିଜେପି ନେତା ହୋଇଥିବାରୁ ପୋଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇଛି ଆମ ଆଦମୀ ପାର୍ଟି । ଅନ୍ୟପଟେ ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଆରୋରାଙ୍କୁ ତଦନ୍ତ ରିପୋର୍ଟ ମାଗିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଗୃହମନ୍ତ୍ରୀ ରିପୋର୍ଟ ମାଗିବା ପରେ ସ୍ପେଶାଲ କମିଶନର ସାଲିନି ସିଂ ଘଟଣାର ତଦନ୍ତ ଦାୟିତ୍ବ ନେଇଛନ୍ତି ।