spot_img
Home Blog Page 3620

୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧର ହିରୋ ଭୈରୋନ ସିଂହ ରାଠୋରଙ୍କ ପରଲୋକ

ଯୋଧପୁର: ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧରେ ଲୋଙ୍ଗେୱାଲା ପୋଷ୍ଟର ହିରୋ ରହିଥିବା ଭୈରୋନ ସିଂହ ରାଠୋରଙ୍କ ଆଜି ପରଲୋକ ଘଟିଛି । ଦୀର୍ଘଦିନ ହେବ ଭୈରୋନ ସିଂହ ଯୋଧପୁର ଏମ୍ସରେ ଚିକିତ୍ସିତ ହେଉଥିଲେ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ଫୋନ କରି ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ସୋମବାର ଅପରାହ୍ନରେ ୮୧ ବର୍ଷ ବୟସରେ ସେ ପ୍ରାଣ ତ୍ୟାଗ କରିଛନ୍ତି । ଡିସେମ୍ବର ୧୪ ତାରିଖରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେ ସମୟରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଥିଲା ଏବଂ ପାରାଲିସିସ୍ ଆଟାକ୍ ମଧ୍ୟ ହୋଇଥିଲା ।

ଆଜି ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି । ବିଏସଏଫରେ ରହି ଦେଶର ସେବା କରିଥିବା ଲାନ୍ସ ନାଏକ ଭୈରୋନ ସିଂହଙ୍କୁ ଭାରତ ପାକିସ୍ତାନ ବର୍ଡରେ ପଶ୍ଚିମୀ ରାଜସ୍ଥାନର ଜୈସଲମେର ଜିଲ୍ଲାରେ ସ୍ଥିତ ଲୋଙ୍ଗେୱାଲା ପୋଷ୍ଟର ହିରୋ କୁହାଯାଉଥିଲା । ନିର୍ଦ୍ଦେଶକ ଜେପି ଦତ୍ତାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ବର୍ଡରରେ ଭୈରୋନ ସିଂହଙ୍କ ଅଦମ୍ୟ ସାହସର କାହାଣୀକୁ ପଦର୍ଶିତ କରାଯାଇଥିଲା । ତାଙ୍କ ଭୁମିକାରେ ବଲିଉଡ଼ ତାରକା ସୁନୀଲ ସେଟ୍ଟୀ  ନଜର ଆସିଥିଲେ ।

ଏହାପରେ ସେ ଆହୁରି ଚର୍ଚ୍ଚିତ ହୋଇଯାଇଥିଲେ । ଭୈରୋନ ସିଂହଙ୍କ ଗାଁ ସୋଲଙ୍କିଆୟା ତଲା ଯୋଧପୁରରୁ ପ୍ରାୟ ୧୨୦ କିମି ଦୂରରେ ଅବସ୍ଥିତ । ସେ ସେହିଠାରେ ହିଁ ରହୁଥିଲେ । ବିଏସଏଫରେ ରହିଥିବା ସମୟରେ ସିଂହଙ୍କୁ ଭାରତ-ପାକ୍ ବର୍ଡରେ ଥିବା ଲୋଙ୍ଗେୱାଲା ପୋଷ୍ଟରେ ନିୟୋଜିତ କରାଯାଇଥିଲା । ସେ ସେଠାରେ ବିଏସଏଫର ଏକ ଛୋଟ ସେନାର ନେତୃତ୍ୱ କରୁଥିଲେ ।

ସେଠାରେ ଭାରତୀୟ ସେନାର ୨୩ ପଞ୍ଜାବ ରେଜିମେଣ୍ଟର ଏକ କମ୍ପାନୀ ମଧ୍ୟ ନିୟୋଜିତ ଥିଲା । ଏହି ବୀର ଯବାନମାନେ ୫ ଡିସେମ୍ବର ୧୯୭୧ରେ ସେଠାରେ ପାକିସ୍ତାନୀ ବ୍ରିଗେଡ ଏବଂ ଟ୍ୟାଙ୍କ ରେଜିମେଣ୍ଟକୁ ନଷ୍ଟ କରିଦେଇଥିଲେ ଏବଂ ଯୁଦ୍ଧରେ ବିଜୟ ପାଇଥିଲେ । ସୂଚନାନୁସାରେ ଭୈରୋନ ସିଂହ ରାଠୋର ସେନାରୁ ୧୯୮୭ରେ ଅବସର ନେଇଥିଲେ । ସେବେଠାରୁ ସେ ନିଜ ଗାଁରେ ରହୁଥିଲେ ।

ଏପ୍ରିଲରୁ ରାଜସ୍ଥାନରେ ଗ୍ୟାସ ସିଲିଣ୍ଡର ୫୦୦ ଟଙ୍କାରେ ଦେବୁ: ଗେହଲଟ

ଜୟପୁର: ବର୍ତ୍ତମାନ କଂଗ୍ରେସର ଭାରତ ଯୋଡୋ ଯାତ୍ରା ରାଜସ୍ଥାନରେ ଚାଲିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାରତ ଯୋଡ଼ୋ ଯାତ୍ରାର ଅବସରରେ ନିଜର ସମ୍ବୋଧନରେ ଗ୍ୟାସ ଟାଙ୍କି ମୂଲ୍ୟ ଅଧା କରିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଆଜି ଅଲୱର ଜିଲ୍ଲାର ମାଲାଖେଡାରେ ଏକ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘୋଷଣା କରିଛନ୍ତି ଯେ, ଆମେ ଏକ କ୍ୟାଟେଗୋରୀ ବନାଉଛୁ । ଏହି କ୍ୟାଟେଗୋରୀର ଲୋକଙ୍କୁ ୧୦୫୦  ଟଙ୍କାର ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡର ୫ଶହ ଟ୍କାରେ ଦେବୁ ।

ନୂଆ ମୂଲ୍ୟ ସହ ସିଲିଣ୍ଡର ଏପ୍ରିଲରୁ ରାଜ୍ୟରେ ମିଳିବ । ଆଗାମୀ ମାସରେ ଆମେ ବଜେଟ୍ ପ୍ରସ୍ତୁତ କରିବୁ, ସେଥିରେ ରୋସେଇରୁ ମହଙ୍ଗାର ବୋଝ଼ କମ୍ କରିବା ପାଇଁ କିଟ୍ ବାଣ୍ଚିବାର ଯୋଜନା ଆଣିବୁ । ସେ କହିଛନ୍ତି, ପୂର୍ବରୁ ଇନକମ୍ ଟ୍ୟାକ୍ସ, ଇଡିକୁ ନେଇ ଡରୁଥିଲେ, ଏବେ ଏମାନେ ନିଜ ଡରି ହୋଇ ରହିଛନ୍ତି । ଦେଶରେ ଲୋକତତନ୍ତ୍ରର ଚେର କମଜୋର ନୁହେଁ । ରାହୁଲ ଗାନ୍ଧି ଏକ ଉଦ୍ଦେଶ୍ୟ ନେଇ ଚାଲୁଛନ୍ତି । ସ୍ୱାଧିନତା ପରେ ପ୍ରଥମଥର ଭାରତ ଯୋଡୋ ଯାତ୍ରା ହେଉଛି ।

ଚୀନକୁ ଫେରିଲା କି କରୋନା? ଦେଶରେ ହାହାକାର ସ୍ଥିତି

ବେଜିଂ: କରୋନାର ଉତ୍ପତି ସ୍ଥଳ ଚୀନରେ ପୁଣିଥରେ କୋଭିଡ ଲହରି ଦେଖାଯାଇଛି । ଚୀନରେ କରୋନା ସହ ସମ୍ବନ୍ଧିତ ପ୍ରତିବନ୍ଧକରେ ଢିଲା ଦିଆଯିବା ପରେ ସ୍ଥିତି ଗମ୍ଭୀର ହୋଇଯାଇଛି । ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଚିନ୍ତା ପ୍ରକାଶ କରାଯାଉଛି । ମହାମାରୀ ବିଜ୍ଞାନ ବିଶେଷଜ୍ଞ ଏରିକ ଫିଗଲ ଡିଙ୍ଗ ଟ୍ୱିଟ କରି ଚୀନରେ କରୋନା ଦ୍ୱାରା ଉପୁଜିଥିବା ଗମ୍ଭୀର ସ୍ଥିତିକୁ ନେଇ ଲେଖିଛନ୍ତି । ପ୍ରାୟ ୨୦ ଟି ପୋଷ୍ଟ କରି ଏରିକ ଏ ସମ୍ପର୍କରେ ଲେଖିଛନ୍ତି ।

ଏରିକଙ୍କ କହିବା ମୁତାବିକ, ଯଦି ଏପରି ସ୍ଥିତି ରୁହେ ତେବେ ଆଗାମୀ ୯୦ ଦିନରେ ପୃଥିବୀର ୧୦ ପ୍ରତିଶତ ଜନସଂଖ୍ୟା ସଂକ୍ରମଣର ଶିକାର ହୋଇଯିବେ । କେବଳ ଏତିକି ନୁହେଁ, ଏରିକ କରୋନା ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଯିବ ବୋଲି ଆଶଙ୍କା ବ୍ୟକ୍ତି କରିଛନ୍ତି । ଏରିକ ନିଜ ଟ୍ୱିଟରେ ଲେଖିଛନ୍ତି, କରୋନା ସହ ସମ୍ବନ୍ଧିତ ପ୍ରତିବନ୍ଧକରେ ଢିଲା ଦିଆଯିବା ପରେ ସ୍ଥିତି ଗମ୍ଭୀର ହୋଇଯାଇଛି ।

ସ୍ଥିତି ଏପରି ଯେ ଲୋକଙ୍କୁ ସେମାନଙ୍କ ସ୍ଥିତି ଉପରେ ଛାଡ଼ି ଦିଆଯାଇଛି । ସେ ଲେଖିଛନ୍ତି ଯେ, ଲୋକମାନେ ଦ୍ରୁତତାର ସହ ସଂକ୍ରମିତ ହେଉଛନ୍ତି ଏବଂ ଏହି ସଂଖ୍ୟା ଦ୍ରୁତତାର ସହ ବଢ଼ୁଛି । ସରକାରଙ୍କ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ କରିବା ପାଇଁ କିଛି ପଦକ୍ଷେପ ଗ୍ରହଣ କରାଯାଉଛି । ସେମାନଙ୍କୁ ମରିବା ପାଇଁ ଛାଡ଼ି ଦିଆଯାଇଛି । ଏରିକ ଲେଖା ବ୍ୟତୀତ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି । ଭିଡିଓଟି କୌଣସି ଏକ ହସ୍ପିଟାଲର, ଏଥିରେ ଶବର ଢେର ଲାଗିଥିବାର ଦେଖାଯାଇଛି ।

ସେ ଦାବି କରିଛନ୍ତି ଯେ ଏହା ନର୍ଥ ଇଷ୍ଟ ଚିନର ଭିଜୁଆଲ ଅଟେ ଏବଂ ଏହି ସମସ୍ତ ମୃତ୍ୟୁ ଗୋଟିଏ ରାତିରେ ହୋଇଛି । ଏରିକଙ୍କ କହିବା ମୁତାବିକ, ସଂକ୍ରମଣର ଗତି ଦ୍ୱିଗୁଣା ହୋଇଯାଇଛି । ସେ ଆଗକୁ କହିଛନ୍ତି ଯେ ଏବେ ସାରା ବିଶ୍ୱ ବିପଦରେ ଅଛି । ଚୀନର ବିଭିନ୍ନ ଶ୍ମଶାନରେ ଶବ ସତ୍କାର ପାଇଁ ଭିଡ଼ ବୃଦ୍ଧି ପାଇଛି । ଏମିତି କି ଶ୍ମଶାନରେ ସତ୍କାର ପାଇଁ ଯାଗା ମିଳୁନି । ଏମିତି ଲାଗୁଛି ଯେ ୨୦୨୦ କରୋନା କାଳ ପୁଣି ଥରେ ଯେମିତି ଫେରିଆସିଛି ।

ରାଜଧାନୀ ଦିଲ୍ଲୀରେ ଥଣ୍ଡା, ପ୍ରଦୂଷଣର ଡବଲ ଆଟାକ୍

ଭୁବନେଶ୍ୱର: ରାଜଧାନୀ ଦିଲ୍ଲୀରେ ଥଣ୍ଡା, ପ୍ରଦୂଷଣର ଡବଲ ଆଟାକ୍ । ତିନି ଦିନ ଧରି ପାରା ୬ ଡିଗ୍ରୀ ତଳେ ରହିଛି । ଶୀତୁଆ ସକାଳ ସାଙ୍ଗକୁ ଘନ କୁହୁଡ଼ି ଆସ୍ତରରେ ଘୋଡେଈ ହୋଇଥିଲା ରାଜଧାନୀ । ଶୀତ ପ୍ରକୋପ ବଢୁଥିବା ବେଳେ କୁହୁଡ଼ି ଯୋଗୁ ସକାଳ ୯ଟା ଯାଏ ଭିଜିବିଲିଟି ମଧ୍ୟ ନିମ୍ନସ୍ତରରେ ରହିଥିଲା । ସେପଟେ ଶୀତ ବଢୁଥିବା ବେଳ ଅଧିକାଂଶ ସ୍ଥାନରେ AQI ୪୦୦ ଉପରେ ରେକର୍ଡ ହୋଇଛି ।

ଅନ୍ୟ ୯ ସହର ତୁଳନାରେ ଦିଲ୍ଲୀରେ ପ୍ରଦୂଷଣ ଅତି ଖରାପ ଶ୍ରେଣୀରେ ରହିଛଇ ବୋଲି ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ କୁହାଯାଇଛି । ନୋଏଡାରେ AQI ୩୯୯ ରହିଥିବା ବେଳେ ଗୁରୁଗ୍ରାମରେ 302 ରେକର୍ଡ ହେରାଇଛି । ଦିଲ୍ଲୀ-ଏନସିଆରରେ ବାୟୁ ଗୁଣାବତ୍ତା ଅତି ଖରାପସ୍ତରରେ ରହିଛି । ନୋଏଡା, ଗାଜିଆବାଦ, ଫରିଦାବାଦ ସମେତ ଅନ୍ୟ ଅଞ୍ଚଳରେ ବି ଘନ କୁହୁଡ଼ିର ଆସ୍ତରଣ ଦେଖାଯାଇଥିଲା । ଆସନ୍ତା ତିନି ଦିନ ଧରି ଘନ କୁହୁଡ଼ି ଓ ଶୀତ ବଢ଼ିବ ବୋଲି IMD ପୂର୍ବାନୁମାନ କରିଛି ।

ସୀମା ବିବାଦକୁ ନେଇ କର୍ଣ୍ଣାଟକ ଓ ମହାରାଷ୍ଟ୍ର ସୀମାରେ ତୀବ୍ର ଉତ୍ତେଜନା

ମୁମ୍ବାଇ: ସୀମା ବିବାଦକୁ ନେଇ କର୍ଣ୍ଣାଟକ ଓ ମହାରାଷ୍ଟ୍ର ସୀମାରେ ତୀବ୍ର ଉତ୍ତେଜନା । ସୀମା ଅନ୍ତର୍ଗତ କୋଙ୍ଗୋଲି ଟୋଲ ପ୍ଲାଜା ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମହାରାଷ୍ଟ୍ର ଏକୀକରଣ ସମିତି ଓ ଏନସିପିର ପ୍ରାୟ ୩ ଶହ କର୍ମୀ । ସୀମାରେ ମହାମେଳା କରିବାକୁ କର୍ଣ୍ଣାଟକ ସରକାର ଅନୁମତି ନଦେବା ପରେ ଦୁଇ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାକୁ ନେଇ ବେଲାଗାଭିର ତିଲକଓ୍ବାଡି ରୋଡରେ ୧୪୪ ଧାରା ଜାରି କରାଯାଇଛି ।

ସୀମାରେ ବିରୋଧୀ ଦଳ ନେତାମାନେ ବିବାଦୀୟ ବଲଗଭୀ ଅଞ୍ଚଳକୁ ଯାଉଥିବା ବେଳେ କର୍ଣ୍ଣାଟକ ପୋଲିସ ସେମାନଙ୍କୁ ଅଟକାଇଥିଲା । କେତେଜଣ ନେତାଙ୍କୁ ମହାରାଷ୍ଟ୍ର ପୋଲିସ ଅଟକ ରଖିଛି । ଦୀର୍ଘ ଦଶନ୍ଧି ଧରି ବେଲଗଭୀକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ତିକ୍ତତା ଜାରି ରହିଛି । ତେବେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବୈଠକ ପରେ ବେଲାଗାଭି ଯିବାକୁ କାହିଁକି ଅନୁମତି ମିଳିବ ନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ରାଜ୍ୟ-ରାଜ୍ୟ ମଧ୍ୟରେ ସୀମା ବିବାଦ ପଛରେ କେନ୍ଦ୍ର ସରକାରଙ୍କ ହାତ ରହିଛି ବୋଲି ବିରୋଧୀ ଅଭିଯୋଗକରିଛନ୍ତି ବିରୋଧୀ ।

ଚିଲିକାରେ ଅଘଟଣ, ବୁଡ଼ିଲା ଗ୍ୟାସ୍ ବୋଝେଇ ଟାଟା ଏସି ସହ ଡ଼ଙ୍ଗା

ଚିଲିକା: ଚିଲିକାରେ ଅଘଟଣ । ବୁଡ଼ିଲା ଗ୍ୟାସବୋଝେଇ ଟାଟା ଏସି ସହ ଡ଼ଙ୍ଗା । ଟାଟା ଏସିରେ ୭୨ ଟି ସିଲିଣ୍ଡର ରହିଥିଲା । ଗ୍ୟାସ ସିଲିଣ୍ଡର ଗୁଡିକ କୃଷ୍ଣପ୍ରସାଦର ଜହ୍ନିକୁଦାରୁ ମହିସା ବ୍ରହ୍ମପୁରକୁ ଯାଉଥିଲା । ବ୍ରହ୍ମପୁର ଗାଁର ଏକ ଡ଼ଙ୍ଗା ଜହ୍ନିକୁଦା ଠାରୁ ଭାରତ ଗ୍ୟାସର ୭୨ଟି ସିଲିଣ୍ଡର ନେବା ପାଇଁ ଜହ୍ନିକୁଦା ଗାଁରେ ପହଂଚିଥିଲା । ଜହ୍ନିକୁଦା ଘାଟରେ ଗ୍ୟାସ ସିଲିଣ୍ଡର ବୋଝେଇ ଗାଡ଼ିରୁ ଜେଟିରେ ରଖି ଗ୍ୟାସ ଡ଼ଙ୍ଗାକୁ ଲୋଡ କରୁଥିବା ବେଳେ ଗାଡ଼ି କୌଣସି କାରଣ ବଶତଃ ପଛୁଆ ଗଡିଯାଇ ଡ଼ଙ୍ଗାରେ ପିଟି ହୋଇଥିଲା । ଫଳରେ ଭାରସ୍ୟମ ହରାଇ ଉଭୟ ଗାଡ଼ି ଓ ଡ଼ଙ୍ଗା ଚିଲିକାରେ ବୁଡ଼ି ଯାଇଥିଲା । ଡ଼ଙ୍ଗା ଓ ଗାଡ଼ି ସହ ସିଲିଣ୍ଡରକୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି ।

ରାଜ୍ୟସଭାରେ ଚୀନ ତାତି, ସରକାରଙ୍କ ଆଭିମୁଖ୍ୟକୁ ନେଇ ସଦନରୁ ଉଠି ଚାଲିଗଲେ ବିରୋଧୀ

0

ନୂଆଦିଲ୍ଲୀ: ଚୀନ ପ୍ରସଙ୍ଗରେ ଚର୍ଚ୍ଚାକୁ ନେଇ ରାଜ୍ୟସଭାରେ ହଙ୍ଗାମା । ସରକାରଙ୍କ ଉପରେ କଂଗ୍ରେସର ହମଲା । ସୀମା ବିବାଦ ପ୍ରସଙ୍ଗରେ ଆଲୋଚନା କରାନଯିବାକୁ ନେଇ ବିରୋଧୀ  ସରକାରଙ୍କୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ତଥା ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜନ ଖଡଗେଙ୍କୁ କହିବାକୁ ସୁଯୋଗ ଦିଆ ନଯିବାକୁ ନେଇ ଗୃହରେ ଜୋରଦାର ହଙ୍ଗାମା ହୋଇଛି । ସରକାର ଚୀନ ସହ ସୀମା ବିବାଦ ଉପରେ ଆଲୋଚନା କରିବାକୁ ଚାହୁଁନାହାନ୍ତି ବୋଲି ବିରୋଧୀ ସାଂସଦ କହିଛନ୍ତି ।

ଚୀନକୁ ସରକାର କ’ଣ ପାଇଁ ନାଲି ଆଖି ଦେଖାଉନାହାନ୍ତି ବୋଲି ଖଡଗେ ଗୃହରେ ପ୍ରଶ୍ନ କରିଥିଲେ । ସରକାର ଚୀନ ପ୍ରତି ଆଭିମୁଖ୍ୟ ସ୍ପଷ୍ଟ କରୁ ନଥିବା ବିରୋଧୀ ଅଭିଯୋଗ କରିଛନ୍ତି । ପ୍ରଧାନମନ୍ତ୍ରୀ ଏ ନେଇ କାହିଁକି ମୁହଁ ଖୋଲୁନାହାନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ହଟ୍ଟଗୋଳ ପରେ ଗୃହକୁ ଅପରାହ୍ନ ୨ଟା ଯାଏଁ ମୁଲତବୀ କରାଯାଇଛି ।

ହସୁଛି ଆର୍ଜେଣ୍ଟିନା ଜଳୁଛି ଫ୍ରାନ୍ସ, ପୋଲିସ ଛାଉଣୀରେ ଭର୍ତ୍ତି ପ୍ୟାରିସ୍‌

ପ୍ୟାରିସ: ଫିପା ବିଶ୍ବକପ୍‌ରେ ଫ୍ରାନ୍ସକୁ ହରାଇ ଦମ୍‌ଦାର ବିଜୟ ହାସଲ କରିଛି ଆର୍ଜେଣ୍ଟିନା । ପେନାଲ୍ଟି ଶୁଟ୍‌ଆଉଟ୍‌ରେ ଆର୍ଜେଣ୍ଟିନା ୪-୨ରେ ବାଜି ମାରିନେଇଛି । ତେବେ ଫାଇନାଲ ମୁକାବିଲାରେ ଫ୍ରାନ୍ସର ପରାଜୟ ପରେ ଫ୍ରାନ୍ସର ବିଭିନ୍ନ ସହରରେ ଦଙ୍ଗା ସ୍ଥିତି ଉପୁଜିଛି । ଫ୍ରାନ୍ସର ପରାଜୟକୁ ଗ୍ରହଣ କରି ନପାରି ପ୍ରଶଂସକମାନେ ବ୍ୟାପକ ହିଂସା ଘଟାଇଛନ୍ତି । ରାଜଧାନୀ ପ୍ୟାରିସ୍ ସମେତ ନିସ, ଲେଅନ ଆଦି ସହରରେ ଫୁଟବଲ ଫ୍ୟାନମାନେ ରାସ୍ତା ଉପରେ ଉତ୍ପାତ କରିଥିଲେ । ରାଜଧାନୀ ପ୍ୟାରିସରେ ପ୍ରଶଂସକମାନେ ବ୍ୟାପକ ହିଂସା ଘଟାଇଛନ୍ତି ।

ବିଭିନ୍ନ ଗାଡି ପୋଡାଜଳା କରିବା ସହ ଭଙ୍ଗାରୁଜା କରିଛନ୍ତି। ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ବିକ୍ଷୋଭକାରୀଙ୍କ ଉପରକୁ ଲୁହାବୁହା ଗ୍ୟାସ୍ ମାଡ଼ କରିଛି । ଫିଫା ବିଶ୍ବକପ୍‌ର ଫାଇନାଲ ମ୍ୟାଚ୍ ଦେଖିବା ପାଇଁ ଫ୍ରାନ୍ସର ବିଭିନ୍ନ ସ୍ଥାନରେ ବଡ ବଡ ସ୍କ୍ରିନ୍ ଲଗାଯାଇଥିଲା । ତେବେ ଫ୍ରାନ୍ସର ପରାଜୟ ପରେ ଫ୍ୟାନ୍‌ମାନେ ଉତ୍ତେଜିତ ହୋଇପଡିଥିଲେ। ସେଠାରେ ଲାଗିଥିବା ସ୍କ୍ରିନ୍‌କୁ ଚିରି ଦେବା ସହ ପୋଡି ଦେଇଥିଲେ। ଏହି ହିଂସାର କିଛି ଭିଡିଓ ଓ ଫଟୋ ମଧ୍ୟ ସାମ୍ନାକୁ ଆସିଛି ।

ହିଂସାକୁ କାବୁ କରିବା ପାଇଁ ବିଭିନ୍ନ ସ୍ଥାନରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।

ବିଶ୍ବକପ ପୂର୍ବରୁ ରାଉରକେଲାରେ ଗଡିବ ‘ମୋ ବସ୍‌’, ମ୍ୟାଚ୍‌ ଦିନ ମାଗଣା ସେବା

ରାଉରକେଲା: ଇସ୍ପାତ ନଗରୀରେ ଗଡ଼ିବ ମୋ ବସ୍ । ହକି ବିଶ୍ୱକପ ପୂର୍ବରୁ ମୋ ବସ ସେବାରେ ସାମିଲ ହେବ ଅଧିକ ୩୦ଟି ବସ୍‌। ୩୦ଟି ପ୍ରଦୂଷଣ ମୁକ୍ତ ତଥା ଶୀତତାପ ନିୟନ୍ତ୍ରିତ ଇକେକ୍ଟ୍ରିକ ବସ୍‌। ବିଶ୍ବକପ୍ ପୂର୍ବରୁ ୨୫ଟି ବସ୍ କ୍ରୁଟ ପକ୍ଷରୁ ରାଉରକେଲାକୁ ପଠାଯିବ।

୯ଟି ବସ ଆସି ସାରିଥିବା ବେଳେ ଅବଶିଷ୍ଟ ୨୧ଟି ବସ୍‌ ଡିସେମ୍ବର ଶେଷ ସୁଦ୍ଧା ଆସିବ। ହକି ମ୍ୟାଚ୍‌ ଦିନ ଟିକେଟ ଥିବା ଯାତ୍ରୀଙ୍କ ପାଇଁ ଷ୍ଟାଡିୟମକୁ ମୋ ବସ ସେବା ସମ୍ପୂର୍ଣ୍ଣ ମାଗଣା ଯୋଗାଇବାକୁ ଚିନ୍ତା କରୁଛି କ୍ରୁଟ। ଏନେଇ ସୂଚନା ଦେଇଛନ୍ତି କ୍ରୁଟ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର।

ଗାଁରେ ଗର୍ଜିଲା ବନ୍ଧୁକ, ୧୩ ରାଉଣ୍ଡ ଫାୟାରିଂରେ ଜଣେ ମୃତ

ନୟାଗଡ଼: ଲାଠିପଡ଼ା ପଞ୍ଚାୟତ କୃଷ୍ଣପ୍ରସାଦ ଗାଁରେ ଫୁଟିଲା ଗୁଳି । ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ୧୩ ରାଉଣ୍ଡ ଫାୟାରିଂ ହୋଇଛି । ଗୁଳିମାଡରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ମୃତକ ହେଲେ କୃଷ୍ଣପ୍ରସାଦ ଗାଁର ଅନିରୁଦ୍ଧ ନାୟକ ।

ଅନିରୁଦ୍ଧଙ୍କ ଦେହରେ ପ୍ରାୟ ୧୦ଟି ଗୁଳି ବାଜିଥିବା ଜଣାପଡିଛି । ଗୁରୁତରଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।